Tag: #suchana news

  • ଦୁର୍ନୀତିର ଗନ୍ତାଘର କାଶୀପୁର ବ୍ଲକ୍

    ଦୁର୍ନୀତିର ଗନ୍ତାଘର କାଶୀପୁର ବ୍ଲକ୍

    ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ଦୁର୍ନୀତି ର ଗନ୍ତାଘର ପାଲଟିଛି କାଶୀପୁର ବ୍ଲକ୍। ସେନେଇ ଆଜି ସରକାରୀ କାର୍ଯ୍ୟ କୁ ତଦନ୍ତ ପାଇଁ ଏକ ସମୀକ୍ଷା ବୈଠକ କରାଯାଉଥିଲା। ରାୟଗଡ଼ା ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡ୍ରାକା ଉପସ୍ଥିତ ରହି ସମସ୍ତ ସରକାରୀ କର୍ମଚାରୀ ବିଭାଗୀୟ ଅଧିକାରୀ ତଳିଆ କର୍ମଚାରୀ ଙ୍କୁ ମଧ୍ୟ ୫ ବର୍ଷ କାର୍ଯ୍ୟ ଦ୍ବାୟିତ୍ବ ରେ ଥିବା ସମସ୍ତ ରିପୋର୍ଟ ଦେବା ପାଇଁ ରୋକ୍ ଠୋକ୍ କହିଥିଲେ। ଏହି  ସମୀକ୍ଷା ବୈଠକରେ ବ୍ଲକ ର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ୧,୮୦,୦୦୦ ଏକ ଲକ୍ଷ ଅଶିଏ ହଜାର ଟଙ୍କା ରେ କ୍ରୟ ହୋଇଥିବା ଏକ ବ୍ୟାଗ୍ ସିମେଣ୍ଟ ମୋନରେଗା ଯୋଜନା ଘଟଣାରେ କାଶୀପୁର ବ୍ଲକ, ସମଗ୍ର ରାଜ୍ୟରେ ଦୁର୍ନୀତି ମାନ୍ୟତା ରେ ଏକନମ୍ବର।

    କିଛି ଦିନ ହେବ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ପୂଣି ଚର୍ଚ୍ଚାରେ ରହିଛି। ଜଳଛାୟା,କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନୟ ଭଳି ବିଭିନ୍ନ ବିଭାଗର ବାବୁ ମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ତାହା ଆଖି ଆଗରେ ରଖି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର କାର୍ଯ୍ୟ ର ରିପୋର୍ଟ ଦେବା ପାଇଁ କହିଲେ। ବାସ୍ତବିକତା ରେ କାଶୀପୁର ରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ହେଉଛି ଏହା ବୋଧେ ସମଗ୍ର ରାଜ୍ୟରେ କେଉଁଠି ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଛନ୍ତି।

  • ଟ୍ରକ୍ ମାଲିକ ସଂଘର ୬୦ କୋଟି ଆତ୍ମସାତ ଅଭିଯୋଗ

    ଟ୍ରକ୍ ମାଲିକ ସଂଘର ୬୦ କୋଟି ଆତ୍ମସାତ ଅଭିଯୋଗ

    ରାୟଗଡା ସହରର ନୂତନ ଟ୍ରକ୍ ମାଲିକ ସଂଘର କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ନେକେଣ୍ଟି ଭାସ୍କର ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ହେଇଥିବା ଦୀର୍ଘକାଳୀନ ଆର୍ଥିକ ଅନିୟମିତତା ଏବଂ ପାଣ୍ଠିର ଅପ ବ୍ୟବହାର ପ୍ରମାଣ ସହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟ୍ରକ୍ ମାଲିକ ସଂଘର ନୂତନ ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ ପ୍ରାୟ ୩୭ ବର୍ଷ ଧରି, ୧୯୮୩ ରୁ ୨୦୨୦ ପର୍ଯ୍ୟନ୍ତ, ଶ୍ରୀ ଏନ. ଭାସ୍କର ରାଓ ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ଥିବା ବେଳେ ଏକଛାତ୍ରବାଦ ଶାସନ ଚଳାଇ ଥିଲେ। ସଂଘର ଆଦାୟ କରାଯାଉଥିବା ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି।

    ସଂଘର ସମ୍ପତ୍ତି କୁ ପୁର୍ବତନ ସଭାପତି ନିଜ ସ୍ବାର୍ଥ ଦୃଷ୍ଟିରେ ରଖି ବେନାମୀ ସମ୍ପତ୍ତି ଓ ବାହୁବଳ ପ୍ରୟାଗ କରି ଭୁ କବଜା ଓ ଅନାଧିକୃତ ପାଣ୍ଠି ସଂଗ୍ରହ କରିଥିଲେ। ଟ୍ରକ୍ ମାଲିକ ସଂଘ କୁ ଉପଯୁକ୍ତ ପଞ୍ଜିକରଣ ବିନା ୩୭ ବର୍ଷ ସଂଘକୁ ପରିଚାଳନା କରି ସଂଘ ର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ୨୦୦୩ ମସିହାରେ ଯେତେବେଳେ ରାୟଗଡ଼ା ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା ସେହି ସମୟରେ ଶ୍ରୀ ନେକେଣ୍ଟି ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି କହି ସେ ଟ୍ରକ୍ ମାଲିକମାନଙ୍କ ଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ନକ୍ସଲ ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ର ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି।

  • NIA ଏସ୍‌ପି ହେଲେ ସାଗରିକା ନାଥ

    NIA ଏସ୍‌ପି ହେଲେ ସାଗରିକା ନାଥ

    କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଧିକାରୀ ସାଗରିକା ନାଥ । ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏସ୍‌ପି ଭାବେ ନିଯୁକ୍ତି ମିଳିଛି । ସାଗରିକା ବର୍ତ୍ତମାନ ଖୋର୍ଦ୍ଧା ଏସ୍‌ପି ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । ତେବେ ସାଗରିକାଙ୍କୁ ଏନ୍‌ଆଇଏ ଏସ୍‌ପି ଭାବେ ନିଯୁକ୍ତି ମିଳିବା ନେଇ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ଜୁଲାଇ ୩୧ରେ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେଶନ ପଦବୀରେ ଯୋଗଦେବା ପାଇଁ ତାଙ୍କୁ ତୁରନ୍ତ ରିଲିଭ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ଉଲ୍ଲେଖନୀୟ ରାଜ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ଏବଂ କଡ଼ାକଡ଼ି ନିୟମ ଲାଗୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସାଗରିକା ନାଥ । କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ସାଗରିକାଙ୍କୁ ଏନଆଇଏର ଏସପି ଭାବେ ନିଯୁକ୍ତ ଦିଆଯାଇଛି । ସେ ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ । ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରିଥିଲେ । ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୋଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଭୁବନେଶ୍ଵର କମିସନରେଟ୍‌ ପୋଲିସରେ ଥିବା ବେଳେ ଚାଳକଙ୍କ ପ୍ରତି ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ ସାଗରିକା ।

    ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ । ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍‌କୋରେ ଡିଜିଏମ୍‌ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ । ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ରୁ ମାଟ୍ରିକ୍ ପାସ୍ କରିଥିଲେ । ବିଶାଖାପାଟଣାରେ ଯୁକ୍ତଦୁଇ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ ସାଗରିକା ।

  • କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ୟୁଏଏସ ପୋର୍ଟାଲ ବିରୋଧ ରେ ବିଇଓ ଙ୍କୁ ଦାବିପତ୍ର

    କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ୟୁଏଏସ ପୋର୍ଟାଲ ବିରୋଧ ରେ ବିଇଓ ଙ୍କୁ ଦାବିପତ୍ର

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଦୋରା ଏବଂ ସାଧାରଣ ସମ୍ପାଦକ ତପନ କୁମାର ଦାସ ଙ୍କ ନେତୃତ୍ୱ ରେ ପକ୍ଷରୁ ସରକାରଙ୍କ (ୟୁଏଏସ୍)ପୋର୍ଟାଲ କୁ ବାତିଲ ପାଇଁ ଶୁକ୍ରବାର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପତ୍ତି ଛୁରା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ |ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରୁଛନ୍ତି ସ୍ୱାଗତ ଯୋଗ୍ୟ | ହେଲେ ବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନ କରି ସରକାର ଅଣଶୈଖିକ କାର୍ଯ୍ୟ କୁ ଶିକ୍ଷକ ମାନଙ୍କ ଉପରେ ଲଦି ଦେଉଛନ୍ତି | ତେଣୁ ପ୍ରାଥମିକ ଶିକ୍ଷକ ମହଳ ରେ ଅସନ୍ତୋଷ ଦେଖା ଦେଇଛି | ତେବେ ଅନେକ ସ୍କୁଲ ରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି | ଏତିକି ବେଳେ ବିଦ୍ୟାଳୟ ରେ ୟୁ ଏ ଏ ଏସ ଲାଗୁ ହେଲେ ଶିକ୍ଷକ ମାନେ ଅଧିକାଂଶ ବ୍ୟସ୍ତ ରହିବେ ଫଳରେ ଶିକ୍ଷାଦାନ ବ୍ୟାଘ୍ରାତ ହେବ ବୋଲି ଶିକ୍ଷକ ମାନେ ଅଶାନ୍ତି ପ୍ରକାଶ କରିଛନ୍ତି | ତେବେ ସରକାର ଙ୍କ ପକ୍ଷରୁ ଯେଉଁ ଟାବଲେଟ ଦିଆଯାଇଛି ତାହା ଠିକ ସେ କାମ କରୁନଥିବା ବେଳେ ନିଜସ୍ୱ ମୋବାଇଲ କାମ କରିବା ଶିକ୍ଷକ ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି |ତେବେ ଭାରତ ବର୍ଷ ର ସର୍ବନିମ୍ନ ଗ୍ରେଡ଼ ପେ ହାରରେ ଦରମା ପାଉଥିବା ଶିକ୍ଷକ ଙ୍କୁ ମାନସିକ ଓ ଆର୍ଥିକ ଚାପଗ୍ରସ୍ତ କରାନଯାଇ ସରକାର ପୁନର୍ବାର ଏହି ବିଷୟ କୁ ବିଚାର କୁ ନେଇ ସ୍କୁଲ ୟୁଏଏସ ପୋର୍ଟାଲ ଲାଗୁ କରିବାକୁ ଶିକ୍ଷକ ମହଳ ଦାବୀ ହେଉଛି | ଏଥିରେ ସଭାପତି ସୁରେନ୍ଦ୍ର ଦୋରା, ଉପସଭାପତି ଖୁସିରାମ ସାହୁ,ସାଧାରଣ ସମ୍ପାଦକ ତପନ କୁମାର ସାହୁ, ସହ ସମ୍ପାଦଜ ମନୋଜ କୁମାର ପ୍ରଧାନ,ସୁରେନ୍ଦ୍ର ନାୟକ,ରୋହିତ କୁମାର ସାହୁ,ଖଗେଶ୍ୱର ମାଝୀ,ଆଶୁତୋଷ ବିଶି, ସଂଗଠନ ସମ୍ପାଦକ ଅବନୀ ରଞ୍ଜନ ପଧାନ,ପ୍ରମୁଖ ଉପସ୍ଥିତ ଥିଲେ |

  • ଚପଲ କିଣିବାକୁ ଯାଇ ଆଉ ଫେରିଲାନି…

    ଚପଲ କିଣିବାକୁ ଯାଇ ଆଉ ଫେରିଲାନି…

    ବଜାରକୁ ଚପଲ କିଣିବାକୁ ଯାଇ ନାବାଳିକା ନିଖୋଜ । ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ନିଖୋଜ ନାବାଳିକାର ଟେର ପାଉନି ପୋଲିସ । ସେପଟେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଦୁଖଃଦ ଘଟଣା ପିରହାଟ ଥାନା ଅଧିନ ଖଡିଜାଣ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଉକ୍ତ ଗ୍ରାମର ବିଦ୍ୟାଧର ଦାସଙ୍କ ନାବାଳିକା ଝିଅ ନିକଟସ୍ଥ ଗଦି ବଜାରକୁ ଜୁନ ମାସ ୨୫ ତାରିଖ ଦିନ ଚପଲ କିଣିବାକୁ ଯାଇ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ।

    ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ। ନିରାଶ ହୋଇ ଫେରିବା ପରେ ଜାଣିବାକୁ ପାଇଥିଲେ ଯେ ତିହିଡି ଥାନା ଅଧିନ କାଁପଡା ଗ୍ରାମର ବାଦଲ ମଳିକ ଓ ମଳୟ ମଳିକ ତାଙ୍କ ଝିଅକୁ ଅପହରଣ କରି ନେଇଛନ୍ତି । ଯାହାକୁ ନେଇ ବିଦ୍ୟାଧର ପିରହାଟ ଥାନାରେ ପରିବାର ଲୋକ ଏକ ଲିଖିତ ଅଭିଯୋଗ କରିଥିଲେ ।

    ଆଭିଯୋଗ କରିବାର ପ୍ରାୟଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ନିଜ ଝିଅକୁ ଫେରି ପାଇବା ପାଇଁ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ପରିବାର ଲୋକେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।

    ଅପହରଣକାରୀ ଖୁଲମ-ଖୁଲା ବୁଲୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ । ଅନ୍ୟ ପଟେ ପିରହାଟ ଥାନାଧିକାରିଣୀଙ୍କୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ଆମେ ନାବାଳିକାକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛୁ ବୋଲି ଜଣାଇଛନ୍ତି ।

  • ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ଗଞ୍ଜାମ ପୋଲିସ୍ ଫୁଲ୍ ଆକ୍ସନ ମୁଡ୍ ରେ । ୨୪ ଘଣ୍ଟାରେ ଧରା ହେଲେଣି ବହୁ କୁଖ୍ୟାତ ଅପରାଧି । ଅନେକ ସ୍ଥାନରେ ଚଢ଼ାଉ । ଜିଲ୍ଲାକୁ ନିୟତ୍ରଣ କରିବାକୁ ଚେଷ୍ଟା । ପୁରୀରୁ ଆସି ଗଞ୍ଜାମରେ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର କୁ ପଣ୍ଡ କରିଦେଲା ଭଞ୍ଜନଗର ପୋଲିସ । ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ଝାଙ୍କଡେଇ ମନ୍ଦୀର ନିକଟରେ ଯୁବକଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିବା ବେଳେ ପେଟ୍ରଲିଂ କରୁଥିବା ପୋଲିସ୍ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଯୁବକ ସୋମନାଥ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳର ଅନ୍ୟ ଜଣେ ସହଯୋଗୀ ଆଶୁତୋଷ ବାରିକ L&T ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ପରେ ସୋମନାଥ ପଣ୍ଡାଙ୍କ ଭଞ୍ଜନଗର ଅଞ୍ଚଳକୁ ବଦଳି ହୋଇଥିଲା । ହେଲେ ବୋଲଗଡ଼ ଅଞ୍ଚଳ ଛାଡ଼ିବା ପୁର୍ବରୁ ସେ ରହୁଥିବା ଭଡା ଘରେ ସହଯୋଗୀ ତଥା ଆଶୁତୋଷ ବାରିକଙ୍କୁ ଘର ଦେଇ ଆସିଥିଲେ ।

    ଉକ୍ତ ଭଡ଼ାଘରେ ଆଶୁତୋଷ ଜୈନିକ ମହିଳାଙ୍କୁ ଘରକୁ ଡ଼ାକି ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏକଥା ଘର ମାଲିକ ଜାଣିବା ପରେ ସୋମନାଥଙ୍କୁ ଖବର ଦେଇଥିଲେ ପରେ ଘରରୁ ବାହାର କରିଦେଇଥିଲେ ଏକଥା ଆଶୁତୋଷ ଜାଣିପାରି ଦୁଇ ମାସ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହୋଇନଥିଲେ । ଗତ ୩୧.୦୭.୨୦୨୫ ତାରିଖ ଦିନ ୧୨ ଟା ରେ ଆଶୁତୋଷ ସୋମନାଥଙ୍କୁ ଫୋନ କରି ଗାଳି କରିଥିଲେ । ପୁଣିଥରେ ରାତି ୦୯ ଟାରେ ଫୋନ୍ କରି କୋଉଠି ରହୁଛୁ ବୋଲି ଧମକ ଦେଇ ଠିକଣା ପଚାରିଥିଲେ । ସୋମନାଥ ଭଞ୍ଜନଗର ଅଞ୍ଚଳରେ ରହୁଛି ବୋଲି କହିବା ପରେ । ରାତି ପ୍ରାୟ ସାଢେ଼ ୧୧ ଟା ପରେ ଆଶୁତୋଷ ସୋମନାଥ କୁ ଉକ୍ତ ଘଟଣାର କଥାକୁ ନେଇ ମୁଖ୍ୟରାସ୍ତା ର ଝାଙ୍କଡେଇ ମନ୍ଦୀର ନିକଟକୁ ଡାକିଥିଲେ । ଫଳରେ ସୋମନାଥ ଦୁଇଜଣ ବନ୍ଧୁଙ୍କ ସହ ମନ୍ଦୀର ପାଖରେ ପହଞ୍ଚିଥିଲେ । ହେଲେ ଆଶୁତୋଷ ହତ୍ୟା କରିବା ପାଇଁ ସାଙ୍ଗରେ ଆଉ ତିନିଜଣଙ୍କୁ ଏକ ଧଳା ରଙ୍ଗର କାରରେ ଆଣିଥିଲେ । ହଠାତ୍ କାର ରୁ ଓହ୍ଲେଇ ତିନିଜଣ ଯୁବକ ସୋମନାଥଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅନ୍ୟପଟେ ଆଶୁତୋଷ ହାତରେ ମାଉଜର ଧରି ଗୁଳି ଚଳାଇଥିଲେ, ଫଳରେ ସୋମନାଥ ସହିତ ଆସିଥିବା ଦୁଇଜଣ ସାଙ୍ଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାତରେ ଚୋଟ ଲାଗିଛି । ଅନ୍ୟପଟେ ଭଞ୍ଜନଗର ପୋଲିସ ନାଇଟ ପେଟ୍ରଲିଂ କରୁଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।

  • ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲଙ୍କୁ ପିତାତଳି ନିକଟରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

  • ଦୁର୍ନୀତି ଜାଲରେ କାଶୀପୁର ବ୍ଲକ

    ଦୁର୍ନୀତି ଜାଲରେ କାଶୀପୁର ବ୍ଲକ

    ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ଦୁର୍ନୀତିର ଗନ୍ତାଘର ପାଲଟିଛି କାଶୀପୁର ବ୍ଲକ୍। ସେନେଇ ଆଜି ସରକାରୀ କାର୍ଯ୍ୟକୁ ତଦନ୍ତ ପାଇଁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ରାୟଗଡ଼ା ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡ୍ରାକାଙ୍କ ନେତୃତ୍ୱରେ ସମସ୍ତ ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ଉପସ୍ଥିତରେ ୫ ବର୍ଷ କାର୍ଯ୍ୟ ଦାୟିତ୍ୱରେ ଥିବା ସମସ୍ତ ରିପୋର୍ଟ ଦେବା ପାଇଁ ସିଧା ସଳଖ ନିର୍ଦେଶ ଦେଇଥିଲେ।

    ସମଗ୍ର ରାଜ୍ୟରେ କାଶୀପୁର ବ୍ଲକ ଦୁର୍ନୀତି ମାନ୍ୟତାରେ ଏକନମ୍ବର। ଏହି  କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ (୧,୮୦,୦୦୦) ଏକ ଲକ୍ଷ ଅଶି ହଜାର ଟଙ୍କାରେ କ୍ରୟ ହୋଇଥିବା ଏକ ବ୍ୟାଗ୍ ସିମେଣ୍ଟ ମୋନରେଗା ଯୋଜନା ଘଟଣା କିଛିଦିନ ହେବ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ପୁଣି ଚର୍ଚ୍ଚାରେ ରହିଛି।

    ଜଳଛାୟା,କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନନ ଭଳି ବିଭିନ୍ନ ବିଭାଗର ସରକାରୀ ବାବୁମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ତାହାକୁ ଆଖି ଆଗରେ ରଖି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର କାର୍ଯ୍ୟର ରିପୋର୍ଟ ଦେବା ପାଇଁ ନିର୍ଦେଶ ମିଳିଛି । ବାସ୍ତବରେ କାଶୀପୁରରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ବଢି ଚାଲିଛି, ବୋଧ ହୁଏ ସମଗ୍ର ରାଜ୍ୟରେ ଏଭଳି ହରିଲୁଟ ଅନ୍ୟ କେଉଁଠାରେ ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଛନ୍ତି।

  • ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ବୋମା ଓ ଗୁଳିମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୪୦ ଟି ଜୀବନ୍ତ ଗୁଳି, ୭ଟି ମଗାଜିନ, ୭ଟି ମୋବାଇଲ ସହ ଗୋଟିଏ ହୋଣ୍ଡା ବାଇକ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଧାଫାଶ କରିଛି ଗଞ୍ଜାମ ପୋଲିସ ।

    ୬ ଜଣ ଅଭିଯୁକ୍ତ ଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ଛପି ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ତେବେ୨୫ ଜୁଲାଇ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ସମସ୍ତ କାହାଣୀର ଖୁଲାସା କରିଛି ଗଞ୍ଜାମ ପୋଲିସ । ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି ଆସିକା ଏସଡ଼ିପିଓ(SDPO) ସନ୍ତୋଷ କୁମାର ଜେନା ।

    ଅନ୍ୟପଟେ ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ସୁପାରୀ କିଲର କୁ ୨୦ ଲକ୍ଷ ଟଙ୍କା ଡିଲ୍ ରେ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗଞ୍ଜାମ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତ ମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଏକ।

    ଏହି ଦୁର୍ବୃତ୍ତଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଶେରଗଡ଼ ବ୍ଲକ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ FIR ରେ ଅଭିଯୋଗ ରହିଥିବା ଖବର ମିଳିଛି ।

  • ଗୋରୁ ବୋଝେଇ ବୋଲେରୋ ଜବତ

    ଗୋରୁ ବୋଝେଇ ବୋଲେରୋ ଜବତ

    ବଲାଣି ଥାନା ମାତିଛନ୍ତି ଗୋରୁ ମାଫିଆ । ରାତି ଅଧରେ ଅବାଧରେ ପ୍ରବେଶ କରି ବୋଲେରୋ ଭଳି ଯାତ୍ରୀ ବାହୀ ହାଲୁକା ଯାନରେ ରାସ୍ତା କିମ୍ବା ରାସ୍ତା କଡରେ ରାତ୍ରିଯାପନ କରୁଥିବା ଗାଈ ଗୋରୁଙ୍କୁ ଟାର୍ଗେଟ କରୁଛନ୍ତି ଗୋରୁ ମାଫିଆ । ସେହି ପରି ବିଳମ୍ବିତ ରାତିରେ ଏକ ବୋଲେରୋ ରେ ଗୋରୁ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ। । ପଛରେ ପୁଲିସ ରହିଥିବା ଜାଣି ଗୋରୁ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ଉକ୍ତ ଗାଡି ଯାଞ୍ଚ କରିବା ପରେ ବୋଲେରୋ ଗାଡ଼ିରେ ୨ଟି ଗୋରୁ ବୋଝେଇ ହୋଇଥିବା ଜାଣି ଉକ୍ତ ଗାଡିକୁ ଜବତ କରିଥିଲେ ହେଁ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାକୁ ସକ୍ଷମ ହୋଇଥିଲେ । ପୁଲିସ ଗାଡ଼ିକୁ ଜବତ କରି ବା ପରେ ଉକ୍ତ ବୋଲେରୋରୁ ଗୋଟିଏ ମୃତ ବଳଦ ଜବତ କରିବା ସହିତ ଗୋଟିଏ ଗାଈକୁ ଜୀବିତ ଅବସ୍ଥାରେ ଜବତ କରିଛି । ଏ ନେଇ ପୁଲିସ ପକ୍ଷରୁ ପ୍ରାଣୀ ଚିକତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତ ବଳଦର ବ୍ୟବଚ୍ଛେଦ ହେବା ସହିତ ଜୀବିତ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବଲାଣି ପୁଲିସ ପକ୍ଷରୁ ସୂଚନା ମିଳିଛି ।