Tag: #suchana news

  • କେସିଙ୍ଗାରେ ୫କୋଟିର ନୂତନ ପ୍ରକଳ୍ପ

    କେସିଙ୍ଗାରେ ୫କୋଟିର ନୂତନ ପ୍ରକଳ୍ପ

    କଳାହାଣ୍ଡି,(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ ନଗରପାଲ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦ୍ଘାଟିତ ହୋଇ ଯାଇଛି।ୱାର୍ଡ ନ ୬ କଲୋନୀ ପଡ଼ା ରେ ୧୦ ଲକ୍ଷ ଟଙ୍କାରେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର , ୨୦ ଲକ୍ଷ ଟଙ୍କା ବ୍ୟୟରେ କେସିଙ୍ଗା ଏନ୍ ଏ ସି ର ନୂତନ ଅଫିସ ଗୃହ, ୩୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏନ୍ ଏ ସି ପରିସରରେ ନୂତନ ଷ୍ଟାଫ କ୍ୱାଟର, ୱାର୍ଡ ନ ୧୧ ରେ ୭ ଲକ୍ଷ ୯ ହଜାର ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ଓ ସେହି ୧୧ ନମ୍ବର ୱାର୍ଡ ରେ ୬ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ଉଦ୍ଘାଟନ ହୋଇଥିଲା । ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ,୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ଓ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନୂତନ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦ୍ଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ ସରସ୍ଵତୀ ସାହା, କାଉନସିଲର ବିଦେଶୀ ଜେନା, ଶମ୍ଭୁ ବଗର୍ତ୍ତି ,ରୋହିତ ଜୈନ,ଧରଣୀଧର ନାଏକ, ଭୂପିନ ଘିଭେଲା,ପ୍ରକାଶ ବନଛୋର ଓ ସମସ୍ତ ୱାର୍ଡ କାଉନସିଲର କେସିଙ୍ଗା ଏନ୍ ଏ ସି ର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା,ମୋହନ ସାହୁ,ଗଦାଧର ସିଂଦେଓ,ଅର୍ଜୁନ ସାହୁ,ଆକୁଳ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

  • ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ରାତ୍ର ଦୁଇ ଘଟିକାରୁ ବାବାଙ୍କର ପହଡ଼ ଖୋଲାଯାଇ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ।

    ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ଼ ଦେଇ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

    କାଉଡିଆ ନିକଟସ୍ଥ ବୈତରଣୀ ନଦୀରୁ ପାଣି ଆଣି ବାବା ମୁର୍ଗା ମହାଦେବକଂ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ଏପରିକି ବହୁ ଶ୍ରଦ୍ଧାଳୁ ଶୈବପୀଠରେ ଥିବା ଜଳ ପ୍ରପାତରେ ଗାଧେlଇ ଏଠାରେ ପୂଜାର୍ଚନା କରିଥିଲେ l ଭକ୍ତ କଂ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା l

  • ଦୁର୍ଗା ମନ୍ଦିରରୁ ଚୋରି

    ଦୁର୍ଗା ମନ୍ଦିରରୁ ଚୋରି

    ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧିନସ୍ଥ , ମଣିଜଙ୍ଗା ଏରସମା ରାସ୍ତା ପାର୍ଶ୍ୱ ରେ ଥିବା ସାଗବାରିଆ ସ୍ଥିତ ଦୁର୍ଗା ଙ୍କ ମନ୍ଦିର ପରିସର ଗତକାଲି ରବିବାର ମଧ୍ୟରାତ୍ରି ରେ ଦୃବୁତ ମାନେ ପଶି ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗି ଥିବା ବେଳେ ,ଦୁର୍ଗା ଦେବୀ ଙ୍କ ମୃତି ରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି, ସିଂଥି ,ସୁନା ଦୁଇ ଆଖି ,ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ , ସେହି ମଦିର ପରିସରରେ ଥିବା ଠାକୁରାଣୀ ଙ୍କ ଷ୍ଟୋର ଘର ରୁ ଠାକୁରାଣୀ ଙ୍କ ଦୈନିକ ନୀତିକ୍ରାନ୍ତି ରେ ବ୍ୟବହାର ହେଉଥିବା ପିତଳ ଗରା ଦୁଇଟି, ହାଣ୍ଡି ଗୋଟିଏ, ୫ ପଟ ଘଣ୍ଟ ,ପିତଳ ବାଲଟି ଦୁଇଟି ଇତ୍ୟାଦି ଚୋରି ହୋଇଛି ।

    ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୋଲିସ ଆସି ମନ୍ଦିର ରେ ଛାନଭିନ ଜାରି ରଖିଥିବା ବେଳେ ଏହି ପର୍ଯ୍ୟନ୍ତ ଆସାମୀ କୁ ପାଇବାରେ ସମର୍ଥ ହୋଇ ପାରିନାହିଁ ।

    ଏହି ଘଟଣାକିଛି ସ୍ଥାନୀୟ ନିଶାଡିଙ୍କ ହାତ ଥିବା ଅନୁମାନ କରାଯାଉଥିବା ବେଳେ , ଏହି ଜନଗହଳି ପୂର୍ଣ୍ଣ ରାସ୍ତାରେ ପୋଲିସ ପ୍ରତିଦିନ ଏହି ଅଞ୍ଚଳରେ ପେଟ୍ରୋଲିଂ କରିବାପାଇଁ ସାଧାରଣ ରେ ଦାବି ହେଉଛି ।

  • ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦିଆ-ପୋତାନଇ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଦୀପ କୁମାର ଦଳାଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ସରପଞ୍ଚ ବ୍ରଜକିଶୋର ମହାରାଜା, ମୁଖ୍ୟବକ୍ତା ଗୋପବନ୍ଧୁ ନାୟକ , ପ୍ରାକ୍ତନ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଏରସମା, ସମ୍ମାନିତ ଅତିଥି ସତ୍ୟବାନ ମୁଦୁଲି, ବୈଷ୍ଣବ ଚରଣ ସ୍ବାଇଁ, ବିକାଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଶିକ୍ଷକ ଶ୍ରୀ ଦଳାଇଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

    କେଶବ ଚନ୍ଦ୍ର ଦଳାଇ ମଞ୍ଚ ପରିଚାଳନା କରିଥିଲେ। ପ୍ରଣତି ମଞ୍ଜରୀ ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

  • ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ର ବିଜାତଳା ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରି ନେପାଲ ମୁଣ୍ଡା ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ନିରୁପମା ମହାନ୍ତି ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜାମଦା ଗୋଷ୍ଠି ଶିକ୍ଷା ଅଧିକାରୀ ସୁରେଶ ମୁଣ୍ଡା ଓ ବିଜାତଳା ବ୍ଲକ ର ୧୫୫ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

    ବିଜାତଳା ବ୍ଲକ୍ ର ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡା କୁହନ୍ତି ପ୍ରାୟ ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ମୁଁ ନିରନ୍ତର ଭାବେ ଏହି ବ୍ଲକ୍ ରେ କାର୍ଯ୍ୟ କରି ଆସିଛି । ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ମିଶି ମୋ ସହ କାମ କରନ୍ତି । ମୋର ଥିବା ଅବସ୍ଥାରେ ମୋ ବ୍ଲକ୍ ରେ ଥିବା ବିଦ୍ୟାଳୟ ର କୌଣସି ଅସୁବିଧା ହେବାକୁ ଦେଇନି କିନ୍ତୁ ଦୁଃଖ ର ବିଷୟ ମୁଁ ସରକାର କୁ କହିବି ଏହି ଅଫିସ୍ ରେ ବର୍ଷେ କାମ କରି ଅନ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋସନ ପାଉଛନ୍ତି । ମୁଁ ଦଶ ବର୍ଷରୁ ଉର୍ଦ୍ଧ କାମ କଲି ମୋତେ କିଛି ମିଳିଲା ନାହିଁ । ଯଦି ସରକାର ଦୃଷ୍ଟି ଦେବେ ତା ହେଲେ ମୋ ପରେ ମୋର ଭାଇ ମାନେ ଏହାର ଲାଭ ଉଠାଇ ପାରିବେ ।

    ସେହିପରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ମହାନ୍ତି କୁହନ୍ତି ମୁଁ ଅନେକ ଜାଗା ରେ କାମ କରିଛି କିନ୍ତୁ ୨ବର୍ଷ ହେବ ଏଇଠି କାମ କଲି ,କେବେ ବି କୌଣସି ଅସୁବିଧା ହୋଇନି । ସମସ୍ତେ ମିଳି ମିଶି କାମ କରନ୍ତି । ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରିବି ଏହି ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ ର ଆହୁରି ଉନ୍ନତି ହେଉ ।

  • ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିହାରର ଭାଗଲପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଶାହକୁଣ୍ଡ ଅଞ୍ଚଳରେ ଏକ ଡିଜେ ଭ୍ୟାନ ଏକ ଖାତରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଡିଜେ ଭ୍ୟାନରେ ମୋଟ ୯ ଜଣ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ବିଦ୍ୟୁତ୍ ତାର ଯୋଗୁଁ ଘଟିଥିଲା। ଡିଜେ ଭ୍ୟାନଟି ହଠାତ୍ ବିଦ୍ୟୁତ୍ ତାରକୁ ଛୁଇଁଗଲା। ଏହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ଏବଂ ଭ୍ୟାନଟି ଖାଲକୁ ଖସି ପଡ଼ିଲା।

    ଭ୍ୟାନଟି ଖାଲରେ ଓଲଟି ପଡ଼ିବା ମାତ୍ରେ ଅନେକ ଲୋକ ଏଥିରେ ଫସି ଯାଇଥିଲେ। କିଛି ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କୁ ତୁରନ୍ତ ଶାହକୁଣ୍ଡ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଯେଉଁଠାରେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

    ଏହି ଡିଜେ ଭ୍ୟାନ୍ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌରନାଥକୁ ଯାଉଥିଲା। ଶାହକୁଣ୍ଡ ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନଗଞ୍ଜ ମୁଖ୍ୟ ରାସ୍ତାର ମହନ୍ତ ସ୍ଥାନ ନିକଟରେ ଏହି ଦୁର୍ଘଟଣା ଘଟିଛି।

  • ଆଇନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣ

    ଆଇନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣ

    ଗତ ଏପ୍ରିଲ୍ ମାସରେ ଏକ ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଖବର ପ୍ରସାରଣ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକକୁ ଅଭିଯୁକ୍ତର ସଂପର୍କୀୟ ମାନେ ସଂଗବଦ୍ଧ ହୋଇ କରିଛନ୍ତି ଆକ୍ରମଣ । ଜଣେ ୪ ବର୍ଷର ଶିଶୁକନ୍ୟାକୁ ପ୍ରଲୋଭିତ କରି ତାର ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍‌ରେ ଲକ୍ଷାଧିକ ଟଙ୍କାରେ ବିକିଵା ସହିତ ସେହି ଭିଜୁଆଲ କୁ ଭାଇରାଲ କରିବା ଘଟଣାରେ ନାଚୁଣୀ ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ଅଭିଯୁକ୍ତ ଦୋଳଗୋବିନ୍ଦ ଜେନା ନାମକ ବ୍ୟକ୍ତିକୁ ଦିଲ୍ଲୀ ସିବିଆଇ ଟିମ୍ ଆସି ଗିରଫ କରିଥିଲା ।

    ଏହି ଘଟଣାକୁ ନିଜ ଖବରକାଗଜ ଦୈନିକ ଖବର କାଗଜ ଧରିତ୍ରୀରେ ଖବର ପ୍ରକାଶନ କରିଥଲେ । ଆଉ ଏହି ଘଟଣାକୁ ନେଇ ଗତ କାଲି ରାତିରେ ବାଣପୁର ଅଞ୍ଚଳର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ ଅଭିଯୁକ୍ତ ଦୋଳଗୋବିନ୍ଦ ଜେନାର ସଂପର୍କୀୟ ଭିଣୋଇ ଟୁଟୁ ସାମନ୍ତରାୟ ଓ ଖଜୁରିଆ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି । ଫଳରେ ଦିଲ୍ଲୀପ ଗୁରୁତର ଏବେ ଭୁବନେଶ୍ବର ଏମସ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।


    ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଠାରୁ ନେଇ ରାଜନୈତିକ ଏବଂ ବୁଦ୍ଧିଜୀବି ମହଲରେ ନିନ୍ଦା କରା କରାଯାଇଛି । ତେବେ ଆକ୍ରମଣକୁ ଚପାଇ ଦେବାକୁ ଚାଲିଛି ବଡ଼ ଧରଣର ଯୋଜନା । କାରଣ ଟୁଟୁ ସାମନ୍ତରାୟ ଶାସକ ବିଜେପି ଦଳର ବାଣପୁର ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ସହିତ ମଣ୍ଡଳ ସଭାପତି ମଧ୍ୟ । ତା ସହିତ ସବୁଠୁ ବଡ଼ କଥା ହେଉଛି, ଖୋଦ୍ ଆଇନମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନଙ୍କ ନିଜ ପଞ୍ଚାୟତରେ ଏହି ଘଟଣା ଘଟିଛି । ତେଣୁ ବର୍ତ୍ତମାନ ଆଘାତପ୍ରାପ୍ତ ସାମ୍ୱାଦିକଙ୍କୁ ନ୍ୟାୟ ଦେବାରେ ଟାଳଟୁଳ ନୀତି ପୋଲିସ ଆପଣେଇବ ବୋଲି ସନ୍ଦେହ ପ୍ରକଟ କରି ଆଜି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲ୍ୟୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସଂଘର ସଭାପତି ପ୍ରକାଶ ହାତୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ସାମ୍ୱାଦିକ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉପଯୁକ୍ତ ତଦନ୍ତ ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

  • RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ରେ ପ୍ରତି ବର୍ଷ ପ୍ରଶ୍ନ ପତ୍ର ଲିକ୍ ଘଟଣା କୁ ନେଇ ଚିନ୍ତା ରେ ପରିକ୍ଷାର୍ଥୀ। ସୂଚନା ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖ ରେ RI, AMIN ପରୀକ୍ଷା ହେବ ବୋଲି ସମସ୍ତ ଛାତ୍ର ଛାତ୍ରୀ ଜୋର୍ ସୋର ରେ ପରିଶ୍ରମ କରୁଥିଲେ। କୌଣସି କାରଣରୁ RI, AMIN ପରୀକ୍ଷା ବାତିଲ ହେବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ଉପଖଣ୍ଡ ରେ ପ୍ରତିବର୍ଷ ସହର ବାହାରେ କିମ୍ୱା ରାଇରଙ୍ଗପୁର ର ବିଭିନ୍ନ ସ୍ଥାନରେ ପିଲା ମାନେ RI, AMIN କୋଚିଙ୍ଗ ନେଇ ପାଠ ପଢ଼ିଥାନ୍ତି। ଆମେ ଦିନ ରାତି ପରିଶ୍ରମ କରି ପାଠ ପଢ଼ିବୁ ଓ ଠିକ୍ ପରୀକ୍ଷା ସମୟ ଆସିଲେ ପ୍ରତି ବର୍ଷ କିଛି ନା କିଛି କେଳେଙ୍କାରି ଘଟେ। ଆମ ମାନଙ୍କ ଭବିଷ୍ୟତ ସହ ଖେଳ ହେଉଛି।


    ସବୁ ବର୍ଷ ପରୀକ୍ଷା ଆସିଲା ବେଳକୁ କୌଣସି ନ କୌଣସି ଅଘଟଣ ଘଟେ।କେତେ ବେଳେ ପ୍ରଶ୍ନ ପତ୍ର ଲିକ୍ତ ଆଉ କେତେ ବେଳେ ପରୀକ୍ଷା ବାତିଲ ।ପରିକ୍ଷାର୍ଥୀ ମାନେ ଏତେ ପରିଶ୍ରମ କରି ପାଠ ପଢ଼ିବେ ଆଉ ପ୍ରଶ୍ନ ପତ୍ର ଲିକ୍ ଓ ପରୀକ୍ଷା ବାତିଲ କାହିଁକି ହେଉଛି , କଣ ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ଏଭଳୀ ମନ୍ତବ୍ୟ ଦେଇଛନ୍ତି ପରିକ୍ଷାର୍ଥୀ। ଆମେ ବାରମ୍ବାର ଏତେ ଖର୍ଚ୍ଚାନ୍ତ ଦେଇ ପାଠ ପଢି ପରୀକ୍ଷା ଦେଉଛୁ, ସରକାର ଆମ କଥା ଶୁଣିବା ଦରକାର।ସରକାର ଏଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ପରିକ୍ଷାର୍ଥୀ।


  • ସମୁଦ୍ରରେ ନିଖୋଜ ମତ୍ସ୍ୟଜୀବୀ

    ସମୁଦ୍ରରେ ନିଖୋଜ ମତ୍ସ୍ୟଜୀବୀ

    ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ଜଣ ମତ୍ସ୍ଯଜିବୀ ନିଖୋଜ । ବାଲେଶ୍ବର ଜିଲ୍ଲା ଥାନା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ଜନୈକ ଡଙ୍ଗା ମାଲିକ ମଧୁସୂଦନ ଗିରି, ତାଙ୍କ ବାପା ଗୋପାଳ ଗିରି, ମଧୁସୂଦନଙ୍କ ବଡ ଭାଇ ରବିନ୍ଦ୍ର ଗିରି ଏବଂ ତାଙ୍କ ଶଳା ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ଗତକାଲି ଠାରୁ ମାଛ ଧରିବାକୁ ଯାଇ ନିଖୋଜ ଅଛନ୍ତି ।

    ସମସ୍ତେ ନିୟମିତ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛଧରି ଜିବୀକା ନିର୍ବାହ କରନ୍ତି, ମାତ୍ର ଗତକାଲି ସକାଳ ୮ ଟାରୁ ଚାରିଜଣ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବା ଦେଖି ପରିବାର ଲୋକେ କୌଣସି ଅଘଟଣ ଆଶଙ୍କା କରି ବାଲିଆପାଳ ଅଗ୍ନିଶମ ବିଭାଗ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ।

    ବାଲିଆପାଳ ପୋଲିସ ଏବଂ ତାଳସାରୀ ମେରାଇନ ପୋଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମୂଦ୍ର ରେ ଖୋଜାଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାରି ପତ୍ତା ମିଳୁନି ।

  • ନିଜ ଆଦେଶକୁ ରଦ୍ଦ କଲେ ଅଦାଲତ

    ନିଜ ଆଦେଶକୁ ରଦ୍ଦ କଲେ ଅଦାଲତ

    କୋରାପୁଟ : ୨୦୧୮ ରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା ଖାଉଟି ଅଦାଲତ ରେ ହୋଇଥିବା ଏକ ଖାଉଟି ମାମଲାକୁ ନେଇ ମାନ୍ୟବର ଖାଉଟି ଅଦାଲତ ସେମିଳିଗୁଡା ତହସିଲଦାର ଙ୍କ ବିରୁଦ୍ଧରେ ଯେଉଁ ରାୟ ପ୍ରକାଶ କରିଥିଲେ ସେହି ରାୟ କୁ ପୁଣି ରଦ୍ଦ କରିଛନ୍ତି। ସେମିଳିଗୁଡା ର କୃତିବାସ ରାଉତ ନାମକ ଜଣେ ଆଇନଜିବିଙ୍କ ଦ୍ଵାରା ୨୦୧୮ ରେ ଏକ ମାମଲା କରାଯାଇଥିଲା। ତେବେ ଗତ ୨୦୨୨ ମସିହାରେ ଏହି ମାମଲା ର ସମାଧାନ ହୋଇଥିଲା। କିନ୍ତୁ ଗତ ୨୯ ଜୁଲାଇ ୨୦୨୫ ରେ ମାନ୍ୟବର ଅଦାଲତ ସେମିଳିଗୁଡା ତହସିଲଦାରଙ୍କ ନାମରେ ଜାମିନ ଯୁକ୍ତ ଗିରଫ ପରୱାନା ଜାରି କରିଥିଲେ।


    ବିଭିନ୍ନ ଗଣମାଧ୍ୟମ ରୁ ସେମିଳିଗୁଡା ତହସିଲଦାର ଖବର ଜାଣିବା ପରେ ମାନ୍ୟବର ଅଦାଲତ ଙ୍କ ନିକଟରେ ଏକ ପିଟିସନ ଦାଖଲ କରି ମାମଲା ପୂର୍ବରୁ ସମାଧାନ ହୋଇ ସାରିଥିବା ନେଇ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ଅଦାଲତ ମାମଲାର ଶୁଣାଣି କରି ପୂର୍ବରୁ ମାମଲା ସମାଧାନ ହୋଇ ସାରିଥିବା ଯୋଗୁଁ ଗତ ୨୯ ଜୁଲାଇ ରେ ଦିଆ ଯାଇଥିବା ଆଦେଶ କୁ ରଦ୍ଦ କରିବା ସହିତ ଏହା ପୂର୍ବରୁ ସମାଧିତ ଏକ ମାମଲା ଏବଂ ଏହାର କୌଣସି ଶକ୍ତି ନାହିଁ। ତେଣୁ ଏହି ଆଦେଶ କୁ ଡ୍ରପ କରାଗଲା ବୋଲି ଦର୍ଶାଇଥିଲେ। ସେମିଳିଗୁଡା ତହସିଲଦାର ଙ୍କ ବ୍ୟକ୍ତିଗତ ନାମ ସହିତ ଅଦାଲତ କୌଣସି ଆଦେଶ ଦେଇ ନ ଥିଲେ ସୁଦ୍ଧା, କିଛି ଗଣ ମାଧ୍ୟମରେ ତହସିଲଦାର ଙ୍କ ନାମ ପ୍ରକାଶ କରା ଯାଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରି ଏକ ପାଖିଆ ଖବର ପ୍ରସାରଣ ରୁ ସାମ୍ବାଦିକ ମାନେ ଦୂରେଇ ରହିବା ଉଚିତ୍ ବୋଲି କହିବା ସହ କ୍ଷୋଭ ପ୍ରକାଶ କରିଥିଲେ |