Tag: #suchana news

  • ନୂଆପଡାରେ ଉପ ନିର୍ବାଚନ ଲଢ଼ିବେ ଅନୁଭବ!

    ନୂଆପଡାରେ ଉପ ନିର୍ବାଚନ ଲଢ଼ିବେ ଅନୁଭବ!

    କେନ୍ଦ୍ରାପଡାରେ ନିଜ ଦମରେ ଜିତିଥିଲେ ନା ନବୀନଙ୍କ ଦୟାରୁ ନୂଆପଡ଼ା ଦେବ ପ୍ରମାଣ । ତାରିଖ ହୋଇନି ଘୋଷଣା ହେଲେ ନୂଆପଡାରେ ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ହେଲାଣି ଉଷ୍ମ। ତେବେ ନୂଆପଡାରେ ବିଜେପି ପ୍ରାର୍ଥୀ ହେବେ ଅନୁଭବ ମହାନ୍ତି। ଅରିନ୍ଦମ, ଆକାଶ, ସିଦ୍ଧାନ୍ତ ଅରିନ୍ଦମ ଥଇଥାନ ହେଇଛନ୍ତି। ତେବେ ଭାଇଜାନଙ୍କୁ ଥଇଥାନ ପାଇଁ ମନମୋହନ ନୂଆପଡାରେ ଦେବେ ଟିକେଟ। ତେବେ ନୂଆପଡ଼ାର ବିଜେପି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଦେହାନ୍ତ ପରେ ସେଠାରେ ୬ ମାସ ଭିତରେ ଉପନିର୍ବାଚନ ହେବା ସମ୍ଭାବନା ଅଧିକ ବଢ଼ିଛି।

    ଏଠାରେବିଜେପି ସରକାର ଗଢିବାର ଦେଢ଼ ବର୍ଷ ପରେ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେଡ଼ି ମଧ୍ୟ ଶାସନରୁ ଯିବା ପରେ ଏହା ପ୍ରଥମ ଉପନିର୍ବାଚନ ସାମ୍ନାକୁ କରିବ । ଏହା ୩ ଦଳ ପାଇଁ ଏସିଡି ଟେଷ୍ଟ କୁହାଯାଉଥିବା ବେଳେ ୩ ଦଳ ଭାବି ଚିନ୍ତି ପ୍ରାର୍ଥି ଦେବେ ନହେଲେ ନାକ ନିଶ ତଳେ ପଡ଼ିବ ବୋଲି କୁହାଯାଉଛି। ତେବେ ଏଥର ୩ ଦଳ ନିଜ ନିଜ ପ୍ରାର୍ଥୀ ବି ବଦଳାଇବେ ବୋଲି ଚର୍ଚ୍ଚା ହେଉଛି। ଏଥର ବିଜେପି ନୂଆପଡ଼ାରୁ ପୁର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ସେଠି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

    କାରଣ ୨୦୨୪ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଟିକେଟ ପାଇଁ ଦାବୀ କରିନଥିଲେ। ବରଂ ଦଳ ପାଇଁ ଖୁସି ଖୁସିରେ ପ୍ରଚାର କରିଥିଲେ। ତେବେ ଏବେ ଦଳ ତାଙ୍କ ପାଇଁ କିଛି କରିବା ସମୟ ଆସିଛି ବୋଲି ଭାବିବା ସହ ତାଙ୍କୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି। ତେବେ ମୋହନ- ମନମୋହନ ନୂଆପଡାରେ ତାଙ୍କୁ ସୁଯୋଗ ଦେବେ ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଓଡିଆ ସିନେମା ଇନ୍ଦର୍ଷ୍ଟ୍ରିର ୪ ଜଣ ବଡ଼ ଅଭିନେତା ତଥା ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହପାତ୍ର, ଅରିନ୍ଦମ ରାଏ ଓ ଅନୁଭବ ମହାନ୍ତି ବିଜେପିକୁ ଆସିଥିଲେ। ସେତେବେଳ କେବଳ ଭାଇଜାନ ଙ୍କୁ ଛାଡି ସମସ୍ତଙ୍କୁ ଟିକେଟ ମିଳିଥିଲା। ତେବେ ଆକାଶ ଆଉ ସିଦ୍ଧାନ୍ତ ବର୍ତ୍ତମାନର ବିଧାୟକ ହୋଇଥିବା ବେଳେ ଅରିନ୍ଦମ ଅଳ୍ପ ବ୍ୟବଧାନରେ ହରାଇଥିଲେ ।

    ହାରିକିବି ଅରିନ୍ଦମ ନିଜେ ପ୍ରାର୍ଥୀ ହୋଇଥିବା ସାଲେପୁର ରେ ବେଶ୍ ଆକ୍ଟିଭ ରହିବା ସହ ବିଧାୟକ ଙ୍କ ଠାରୁ ତାଙ୍କ ଖାତିର ଅଧିକ ବୋଲି କୁହାଯାଉଛି । ଏପଟେ ହେଡକ୍ୱାଟର ରେ ମଧ୍ୟ ତାଙ୍କର ଭଲ ପଡ଼ୁଛି। ତେବେ ଅନୁଭବ ମହାନ୍ତିଙ୍କୁ ଥଇଥାନ କରିବା ମନମୋହନଙ୍କ ପାଇଁ ଦ୍ୟୋନ୍ଦ୍ କରୁଥିଲା । ରାଜ୍ୟସଭାକୁ ପଠାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ତାହା ସମ୍ଭବ ନଥିଲା ତେବେ ନୂଆପଡାରେ ଅନୁଭବ ଙ୍କୁ ଥଇଥାନ କରାଯିବା ବୋଲି କୁହାଯାଉଛି।

    ତାଙ୍କ ସିନେମାର ଲୋକ ପ୍ରୀୟତା ବିଜେଡ଼ି ଫଂ ଭାଂଗିବ ବୋଲି କୁହାଯାଉଛି। ସେପଟେ ୨୦୨୪ ରେ ବିଜେପି ପ୍ରାର୍ଥୀ ହୋଇଥିବା ପୁର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଟିକେଟ ପାଇଲେ ମଧ୍ୟ ହାରି ପାରନ୍ତି ବୋଲି କୁହାଯାଇଛି। କାରଣ ସେ ୨୦୨୪ ନିର୍ବାଚନରେ ତୃତୀୟ ସ୍ଥାନରେ ରହିବା ଶହ ଏବେ ସେତେ ତୃଣମୂଳ ସ୍ତରରେ ଏତେ ଆକ୍ଟିଭ ନାହାଁନ୍ତି । ଅନୁଭବ ଏବେ ବିଜେପି ପାଇଁ ସବୁ ଦିଗରୁ ବେଷ୍ଟ ବୋଲି କୁହାଯାଉଛି। ଯଦି ଅନୁଭବଙ୍କୁ ଟିକେଟ ମିଳେ ତାଙ୍କୁ ବିଧାନସଭା ଏଣ୍ଟ୍ରି ହେବ ତାସହ ବିଜେପି ସିଟ୍ ବଢିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। ତେବେ ଦେଖାଯାଉ ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ମନମୋହନ ସୁନା କଳସ ଢାଳୁଛନ୍ତି ନା ନାହିଁ।

  • ଧାରା ୩୭୪ ଉପରେ ଲାଗିଲା କଟକଣା, ୱାକଫ୍ ସମ୍ପତ୍ତିରେ ତୃତୀୟ ପକ୍ଷ ଅଧିକାର ନାହିଁ

    ଧାରା ୩୭୪ ଉପରେ ଲାଗିଲା କଟକଣା, ୱାକଫ୍ ସମ୍ପତ୍ତିରେ ତୃତୀୟ ପକ୍ଷ ଅଧିକାର ନାହିଁ

    ୱାକଫ୍ ଆଇନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ପୂର୍ଣ୍ଣ ଆଇନକୁ ସ୍ଥଗିତ କରିବା ପାଇଁ କୌଣସି ଆଧାର ନାହିଁ, ତଥାପି କିଛି ପ୍ରାବଧାନ ଉପରେ ମଧ୍ୟବର୍ତ୍ତୀକାଳୀନ କଟକଣା ଲଗାଇ ଦିଆଯାଇଛି । ମୁଖ୍ୟ ବିଚାରପତି ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କାର୍ଯ୍ୟନିର୍ବାହୀ କୌଣସି ବ୍ୟକ୍ତିଙ୍କ ଅଧିକାର ନିଷ୍ପତ୍ତି କରିପାରିବେ ନାହିଁ । ୱାକଫ ସମ୍ପତ୍ତିର ମାଲିକାନା ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ୱାକଫ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ଦେବେ । ରାଜସ୍ୱ ରେକର୍ଡ ସମ୍ବନ୍ଧୀୟ ବିବାଦର ସମାଧାନ ହେବା ପୂର୍ବରୁ କୌଣସି ତୃତୀୟ ପକ୍ଷ ଅଧିକାର ସୃଷ୍ଟି ହେବ ନାହିଁ ।

    ସେପଟେ ୱାକଫ ବୋର୍ଡ ଗଠନ ସମ୍ବନ୍ଧରେ କୋର୍ଟ କହିଛନ୍ତି ଯେ ୧୧ ଜଣ ସଦସ୍ୟରେ ସର୍ବାଧିକ ୩ ଜଣ ଅଣ-ମୁସଲିମ ରହିପାରିବେ । ବୋର୍ଡର ସିଇଓ ସମ୍ଭବତଃ ଜଣେ ମୁସଲିମ ହେବା ଉଚିତ । କୋର୍ଟ ଧାରା ୩୭୪ ଉପରେ କଟକଣା ଲଗାଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ , “କେବଳ ୫ ବର୍ଷ ଧରି ଇସଲାମ ପାଳନ କରୁଥିବା ବ୍ୟକ୍ତିମାନେ ୱାକଫ ସୃଷ୍ଟି କରିପାରିବେ” ଏହି ବ୍ୟବସ୍ଥା ସ୍ଥଗିତ ରହିବ । କାରଣ, ଜଣେ ବ୍ୟକ୍ତି ଇସଲାମ ଅନୁଗାମୀ କି ନୁହେଁ ଏହା ନିର୍ଣ୍ଣୟ ପାଇଁ ନିୟମ ନାହିଁ ।

    ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି ।

  • ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟା ଓଷା

    ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟା ଓଷା

    ପିଲାମାନଙ୍କର ଶୁଭ ମନାସୀ ଏବଂ ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ପାଳନ କରାଯାଇଥାଏ ଦ୍ୱିତୀୟା ଓଷା । ବିଶ୍ଵାସ ଅଛି ଏହି ଓଷା ପାଳନ କଲେ ପରିବାରର ମଙ୍ଗଳ ହୋଇଥାଏ । ତେବେ ଏହି ଓଷାରେ ବ୍ୟବହାର ହେଉଥିବା ପନିପରିବାକୁ ଘାଂଟ ଆକାରରେ ପ୍ରସ୍ତୁତ କରି ପରିବାର ସମେତ ସାହି ପଡାସାଙ୍କୁ ବଣ୍ଟା ଯାଇଥାଏ ।

    ସମସ୍ତଙ୍କ ମଧ୍ୟରେ ଭାଇଚାରା ରଖିବା ସହିତ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ପରମ୍ପରା ହେଉଛି ଦ୍ଵିତୀୟା ଓଷା ।

    ମହିଳା ମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ପନିପରିବାକୁ ରଖି ପୂଜା କରିବା ପରେ ନିଜ ନିଜ ଘରେ ଘାଂଟ ପ୍ରସ୍ତୁତ କରିଥାନ୍ତି । ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ପାରାଦୀପ ପୋର୍ଟ ଲେଡିଜ କ୍ଲବର ସଦସ୍ୟାମାନେ । ନିଜ ଘରେ ପ୍ରସ୍ତୁତ କରି ଆଣିଥିବା ଘାଂଟ କୁ ପୋର୍ଟ କ୍ଲବର ସମ୍ମିଳନୀ କକ୍ଷରେ ସଜ୍ଜିତ କରି ରଖିବା ପରେ ବିଚାରକ ମାନେ ଏହାର ମାନ ପରଖିବା ସହିତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିବା ସହିତ ପୁରଷ୍କୃତ କରିଥିଲେ ।

    ତେବେ ସମସ୍ତେ ଏକ ସ୍ଥାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ପାରାଦୀପ ଲେଡିଜ କ୍ଲବର ସଦସ୍ୟାମାନେ ଖୁସି ଜାହିର କରିଥିବା ବେଳେ ମୁଖ୍ୟ ଅତିଥି ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

  • ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି | କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ର ମାଧପୁର ଗାଁରେ ଏକ ପାନ ଦୋକାନ ଉପରେ ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ଆଇଆଇସି ଶିବ ପ୍ରସାଦଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୋକାନୀ ତପନ ବେହେରାଙ୍କୁ ଗିରଫ କରିଥିବା ଜଣା ପଡିଛି |

    ଏନେଇ ପୋଲିସି ନିଜ ଆଡୁ ଏକ ମାମଲା ରୁଜୁ କରି ତପନଙ୍କୁ ଗିରଫ କରିବା ସେ କୋଟ ଚାଲଣ କରିଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖାପାଖି ପନ୍ଦର ହଜାର ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି | ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ଏଭଳି ସାହସୀ କାଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହିଳାଙ୍କ ମହଲରେ ଚର୍ଚ୍ଚା ହେଉଛି | ଆଇଆଇସି ଙ୍କର ଏଭଳି କାଯ୍ୟକୁ ଦେଖି ବେଆଇନି ଭାବେ ଚୋରା ଗଂଜେଇ ଏବଂ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଆଗକୁ ନିଶା ମୁକ୍ତ ଅଞ୍ଚଳ ହେବ ବୋଲି ଚର୍ଚ୍ଚା ହେଉଛି | ଯେଉଁ କାମ ଅବକାରୀ ବିଭାଗ କରିବା କଥା ସେ କାମ କରି ଦେଖାଇଛନ୍ତି ଚୌଦ୍ୱାର ଏବଂ ଟାଙ୍ଗୀ ପୋଲିସ |

  • ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନରେ ପ୍ରଦର୍ଶନ କରିବାକୁ ଶିକ୍ଷା ବିଭାଗ ମନୋବଳାଇ ଥିବା ଦେଖିବାକୁ ମିଳିଛି । ଯାହାକି ଆଜି ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଶିକ୍ଷା ବିଭାଗ ଦ୍ଵାରା ଦୁଇଦିନିଆ ୧୦ ଓ ୧୧ ତାରିଖ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସିଡ଼ିପିଓ ଗୀତାରାଣୀ ସାହୁଙ୍କ ଦ୍ଵାରା ଉଦଘାଟନ ହୋଇଯାଇଥିଲା ।

    ଉକ୍ତ ପ୍ରତିଯୋଗିତାଟି ଦୁଇ ଭାଗରେ ବିଭକ୍ତ କରି ପ୍ରତିଯୋଗୀତା କରାଯାଇଛି । ଗୋଟିଏ ଭାଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ ମିଟର ରୁ ୮୦୦ ମିଟର ଦୌଡ଼ , ସଟପୁଟ୍ ଡିସକସ୍, ଲଙ୍ଗ ଜମ୍ପ, ହାଇ ଜମ୍ପ , କବାଡି , ଖୋ-ଖୋ , ବ୍ୟାଡମିଣ୍ଟନ, କ୍ରୀକେଟ୍ , ଭଲିବଲ୍ ଏବଂ ଯୋଗ ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ କରାଯାଇଛି । ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାର ଗଣେଶ ଶବର ସଭାପତିତ୍ୱ କରିଥିବା ବେଳେ ସିଡିପିଓ ଗୀତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

    ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ,ଚନ୍ଦ୍ରପୁର ଏସ୍.ଏସ୍.ଡି. ବାଳକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସିଆରସିସି ରଜନୀକାନ୍ତ ବଳିୟାର ସିଂହ ପରିଚାଳନା କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗ ଓ ବ୍ଲକର ସମସ୍ତ ସିଆରସିସି ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋର ହାତ ବଢ଼ାଇଥିଲେ ।

    ବିଭିନ୍ନ ବିଦ୍ୟାଳୟର ପାଞ୍ଚଜଣ କ୍ରୀଡା ଶିକ୍ଷକ ଏହି କ୍ରୀଡାକୁ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆପଲ ରାଜୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରି ଅତିଥି ମାନଙ୍କୁ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ମୁହୂର୍ତ୍ତ ଆରମ୍ଭ କରାଯାଇଥିଲା ।

  • କ୍ରସର ହାଇୱା ଧକ୍କାରେ ମହିଳା ମୃତ୍ୟୁ

    କ୍ରସର ହାଇୱା ଧକ୍କାରେ ମହିଳା ମୃତ୍ୟୁ

    ଭୋଜି ଖାଇ ଯିବା ହେଲା କାଳ | ହଁ ଦର୍ଶକ ବନ୍ଧୁ ମଙ୍ଗଳଦେଇ ମାଝୀ ବୁଧବାର ସର୍ଗିଗୁଡା ଗାଁ କୁ ଏକୋଇଶା ଭୋଜି ଖାଇବା କୁ ଯାଇ ଫେରୁଥିବା ବେଳେ ସର୍ଗିଗୁଡା କେନାଲ ରୋଡ଼ ଦେଇ ଯାଇଥିବା ଡୁଙ୍ଗରି ନିକଟରେ ହାଇୱା ଧକ୍କାରେ ତାଙ୍କ ର ମୃତ୍ୟୁ ହୋଇଥିଲା |

    ସୂଚନା ଥାଉକି ମୃତ୍ୟୁ ମହିଳା ଛେଲିଆମାଲ ପଞ୍ଚାୟତ ଅଧୀନ ସର୍ଗିଗୁଡା ଗାଁ କୁ ସ୍ୱାମୀ ଙ୍କ ସହ ନିଜ ସମ୍ପକୀୟ ଘରକୁ ଯାଇ ନିଜ ଗାଁକୁ ଫେରୁଥିଲେ | ହେଲେ ବିପରୀତ ଦିଗରୁ ଆସୁଥିବା ହାଇୱା ଧକ୍କା ରେ ମଙ୍ଗଳଦେଇ ମାଝୀଙ୍କ ମୃତ୍ୟୁ ହୋଇଥିଲା |

    ଦୁର୍ଘଟଣା ଘଟାଇଥିବା ହାଇୱା ପାଲସିଝରଣ ଗାଁ ରେ ଥିବା ଏକ କ୍ରସର ରୁ ସର୍ଗିଗୁଡା ସ୍ଥିତ କ୍ୱାରିଂ କୁ ପଥର ନେବା ଆସୁଥିବା ବେଳେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ |

    ତେବେ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏବଂ କର୍ଲାପଡା ଫାଣ୍ଡି ପୋଲିସ ପହଂଚି ଉକ୍ତ ହାଇୱା ଗାଡି କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିଲେ |

  • ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ୨ ଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ୧୦ ଗୋଟେ ପଞ୍ଚାୟତ ର ୪୦ ହାଜର ରୁ ଉର୍ଦ୍ଧ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନାନୁସାରେ, ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ବିନା ଷ୍ଟେପିନ ରେ ଚାଲୁଥିବା ବେଳେ ବର୍ତମାନ ଉକ୍ତ ଗାଡ଼ିର ୪ ଟି ଚକ ରୁ ଗୋଟିଏ ଚକ ଖରାପ ଥିବାବେଳେ ଆଉ ୩ ଟି ଚକ ସମ୍ପୁର୍ଣ୍ଣଭାବେ ଅଚଳ ଥିବାରୁ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡି ଚାଳକ ମତ ପ୍ରକାଶ କରିଛନ୍ତି l ଆମ୍ବୁଲାନ୍ସ ର ସମସ୍ତ ଅସୁବିଧା ସ୍ବାସ୍ଥ୍ୟ ବିଭାଗର ସି ଏଲ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି ସୁବିଧା କରି ନଥିବା ଦେଖିବାକୁ ମିଳିଛି l

    ସେହିପରି ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ ଦିନରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡିର ସର୍ଭିସିଂ ହୋଇ ପାରିନାହିଁ | ଯାହା ଫଳରେ ଗାଡ଼ି ରୋଗୀ ସେବା ଦେବାରେ ବହୁତ୍ ଅସୁବିଧା ଦେଖାଦେଇଛି l ଉକ୍ତ ଗାଡିକୁ ସର୍ଭିସିଂ କରିବାକୁ ଡ୍ରାଇଭର ଉଚ୍ଚ ପଦାଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଡି ଚାଳକ କହିଛନ୍ତି l ଉଚ୍ଚ କର୍ତୁପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ୨ ଟି କୁ ଠିକ୍ କରି ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l

  • ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଏବଂ ତଡ଼ୁଆବାହାଳ ଅଞ୍ଚଳରେ ଥିବା ବିଭିନ୍ନ ଚୋରା ମଦ ରନ୍ଧା ଭାଟିରେ ଏପିଆର୍, ପୋଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଛି । ଚଢାଉ ସମୟରେ ମୋଟ ୧୯ କ୍ଵିଣ୍ଟାଲ ମହୁଲ ପୋଚ ଓ ୧ କ୍ଵିଣ୍ଟାଲ ୭୫୦ କେ.ଜି ମହୁଲି ମଦକୁ ଠାବ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।

    ଏଥି ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ୩ ଟି ପୃଥକ ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

  • ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମରେ ଭାଲୁ ଆକ୍ରମଣ | ଉଦେ ମାଝୀ ନାମକ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସକାଳୁ ଶୌଚ ପାଇଁ ଚାଷଜମିକୁ ଯିବାବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।

    ପରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଉଦେଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବନ ବିଭାଗ ପହଂଚି ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇଥିବା ଜଣାପଡିଛି ।

  • ଚମ୍ପୁଆ ବ୍ଲକ ବାଲିପଶି ଗ୍ରାମରେ ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ

    ଚମ୍ପୁଆ ବ୍ଲକ ବାଲିପଶି ଗ୍ରାମରେ ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ

    ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା ଦାୟିତ୍ୱରେ ଥିବା ଗ୍ରାମବାସୀ ବୃନ୍ଦଙ୍କ ସହିତ ଲଳିତ କୁମାର ମହାନ୍ତ, ଉଗ୍ରେସନ ମହାନ୍ତ, ମୋତିଲାଲ ବାରିକ, ଆଦିକର୍ଣ୍ଣ ମହାନ୍ତ, ଅନାଦି ଚରଣ ମହାନ୍ତ, ଦୀନେଶ କୁମାର ମହାନ୍ତ, କୀର୍ତ୍ତନ ମହାନ୍ତ ଓ ରସାନନ୍ଦ ନାଏକ ଵହନ କରିଥିଲେ l କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଚମ୍ପୁଆ ଉପ-ଜ଼ିଲ୍ଲାପାଳ ଉମାକାନ୍ତ ପରିଡା, ଚମ୍ପୁଆ ବାର ଆଶ୍ସୋସିଏସନ ସଭାପତି ତଥା ବିଜେପି ବରିଷ୍ଠ ନେତା ରମେଶ କୁମାର ପ୍ରଧାନ ଯୋଗଦେଇ ଥିଲେ l

    ସର୍ବ ପ୍ରଥମେ ଅତିଥିମାନଙ୍କୁ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ପୂଜାମଣ୍ଡପ ପାଖକୁ ପାଛୋଟି ଆଣିଥିଲେ ଓ ଶ୍ରୀ ତ୍ରିପାଠୀ ସେଠାରେ ଠାକୁରଙ୍କୁ ପ୍ରଣାମ କରି ପୂଜାର୍ଚ୍ଚନା କରିଥିଲେ, ଏବଂ ଉପସ୍ଥିତ ଥିବା ଜନସାଧାରଣ ଓ ଗ୍ରାମବାସୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅଭିଭାଷଣ ରଖିଥିଲେ,ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ ।”ପରମ ଶାସ୍ତ୍ର ଭାଗବତ ।ଅଭ୍ୟାସ କରୁଥିବ ନିତ୍ୟ l”ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ଆଗକାଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଉଥିଲା ।

    ଯାହା ଆଜି ବି ଅନେକ ଗାଁରେ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି ଏଣୁ ଏହାର ପ୍ରଶଂସା କରିଥିଲେ l ବିଶିଷ୍ଠ ସମାଜସେବୀ ଶ୍ରୀ ତ୍ରିପାଠୀ, ସେଠାକାର ଆଦିବାସୀ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରାକରାର ସମାଜ ହିତୌଷି ଓ ଜନସାଧାରଙ୍କ ମଙ୍ଗଳକାରକ କାର୍ଯ୍ୟମାନ କରିଥାନ୍ତି, ଯାହା ଦ୍ୱାରା ସେଠାକାର ଗ୍ରାମବାସୀ ମାନେ ଶ୍ରୀ ତ୍ରିପାଠଙ୍କୁ ଜଣେ ଜନ ନାୟକ ଭାବି ଶ୍ରଦ୍ଧା କରିଥାନ୍ତି l ଏହି ଅବସରରେ ଉପ-ଜ଼ିଲ୍ଲାପାଳ ଶ୍ରୀ ପରିଡା ତାଙ୍କ ମଧୁର କଣ୍ଟରେ ଶ୍ରୀଜଗନ୍ନାଥଙ୍କ ଭକ୍ତି ଉଦେଶ୍ୟରେ ଭଜନ ଗୀତ ଗାନ କରି ଲୋକଙ୍କ ହୃଦୟ କିଣିନେଇଥିଲେ ଏବଂ ଲୋକମାନେ ତାଙ୍କ ଗୀତ ଶୁଣି ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି l