Tag: #suchana news

  • ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

    ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

    ଓଡିଶାର ଅଗ୍ରଣୀ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୧୯୯୧-୯୪ ବ୍ୟାଚ ର ବାଣିଜ୍ୟ ସ୍ନାତକ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ପ୍ରୟାସରେ ଆଜି କଲେଜ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗୋପବନ୍ଧୁଙ୍କର ଏକ ଆବଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି ।

    ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ଦ୍ୱିବେଦୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସାମନ୍ତ ଚନ୍ଦ୍ରଶେଖର ଙ୍କ ପାଖରେ ଦୀପଦାନ ଓ ବୃକ୍ଷ୍ୟରୋପଣ ପରେ ଏକ ସାଧାରଣ ସଭା ଓ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ତଥା ବରିଷ୍ଠ କବି ଡ଼ଃ ଦିଲ୍ଲୀପ ସ୍ୱାଇଁ ଯୋଗ ଦେଇଥିଲେ ।

    ଉକ୍ତ ଉତ୍ସବରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଡ଼ଃ ବିମଲ ପ୍ରସାଦ ମହାପାତ୍ର, ପ୍ରଫେସର ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା, ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଏବଂ ପ୍ରଫେସର ଡ଼ଃ ଭଗବାନ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସନମାନିତ କରାଯାଇଥିଲା ।

    ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ ଓ ନିଜର ଅନୁଭୂତି ବଖାଣି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭଗବାନ ଦାସ ଏହି ମହାବିଦ୍ୟାଳୟକୁ ଏକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।

    କାର୍ଯ୍ୟକ୍ରମକୁ ୧୯୯୧-୯୪ ର ବାଣିଜ୍ୟ ସ୍ନାତକ ଛାତ୍ର ଶ୍ରୀ ସଞ୍ଜୀବ କୁମାର ରଥଶର୍ମା ପରିଚାଳନା କରିଥିଲେ । ଶତାଧିକ ପୁରୁଣା ଛାତ୍ର ଓ ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

    ଆଲୁମିନି ମାନଙ୍କର ଏହିପରି ଉଦ୍ୟମ କୁ ସଭାରେ ଉପସ୍ଥିତ ଅତିଥମାନେ ଭୂୟସୀ ପ୍ରଶଂସା କରିଥିଲେ ।

  • ପେଟୁପାଲିରେ ୩୪ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

    ପେଟୁପାଲିରେ ୩୪ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

    ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଲି ଠାରେ ୩୪ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ମହାଆଡମ୍ବର ରେ ପାଳିତ ହୋଇଛି l ୬ତାରିଖ ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପୂଜାରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରା ଓଁ କାର ଯାତ୍ରା ପରିବେଷଣ କରିଥିଲେ l

    ତତ ସହିତ ପ୍ରତେକ ଦିନ ରାଜଦାର ଓ ସମସ୍ତ ଭକ୍ତ ଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ତା କରାଯାଇଥିଲା l ଚଳିତ ବର୍ଷ ସଭାପତି ରୂପେ ସୁଶାନ୍ତ ଦିଶ୍ରୀ, ଉପସଭାପତି କୁଞ୍ଜବାହାରି ପଧାନ, ସମ୍ପାଦକ ମିନିକେତ ବାରିକ, ସହସମ୍ପାଦକ ଦୁର୍ଗାମାଧବ ସେନାପତି, କୋଷାଧକ୍ଷ ମିତ୍ରଭାନୁ ବାରିକ, ସହକୋଷାଧକ୍ଷ କ୍ଷୀରିଶ୍ୱର ଚୌହାନ, ଦାୟତ୍ୱ ତୁଳାଇବା ସହିତ ପ୍ରତେକ ଗ୍ରାମବାସୀ ପୂର୍ଣ୍ଣମାତ୍ରା ରେ ସହଯୋଗ କରିଥିଲେ l

  • ୩୯ ବର୍ଷ ପରେ ଏକାଠି ହେଲେ ଗୁରୁଶିଷ୍ୟ

    ୩୯ ବର୍ଷ ପରେ ଏକାଠି ହେଲେ ଗୁରୁଶିଷ୍ୟ

    ଦୀର୍ଘ ୩୯ ବର୍ଷର ବ୍ୟବଧାନ ପରେ ଏକାଠି ହେଲେ ଗୁରୁଶିଷ୍ୟ ,ସୃଷ୍ଟି ହେଲା ଭାବବିହୋଳ ପରିବେଶ । ଚାନ୍ଦବାଲି ବ୍ଲକର ସର୍ବ ପୁରାତନ ମତୋ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହାର ଛାତ୍ରଛାତ୍ରୀ ମାନେ ଏକାଠି ହୋଇଥିଲେ ।

    ମତୋ କଲ୍ୟାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୮୬ ବ୍ୟାଚ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇ ପରଷ୍ପର ଙ୍କୁ ଭାବ ଆଦାନ ପ୍ରଦାନ କରିଥିଲେ ।

    ସେହିପରି ସେତେବେଳେର ଶିକ୍ଷକ ପଞ୍ଚାନନ ପଲାଇ, ବିମୋହିତ ଦାସ, ଅର୍ଜୁନ ଚରଣ ସାହୁ, ବୁଧିରାମ ରାଉତ, ସ୍ବର୍ଗତ ବଂଶୀ ଧର ନାୟକ, ଜନାର୍ଦ୍ଦନ ସାହୁ (କିରାଣୀ) ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପର୍ଥନା କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା ।

    ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ଅର୍ଜନ କରି ଅବସ୍ଥାପିତ ହୋଇ ଥିବାରୁ ଗର୍ବ ଅନୁଭବ କରିବା ସହ ସେମାନକୁ ଆଶୀର୍ବାଦ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷକ ମାନଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

    ଏଥିସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

    ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଗୋଲକ ବିହାରୀ ସାହୁ,ନିମାଇ ଚରଣ ଦାସ, ପୁରୁଷୋତ୍ତମ ପରିଡ଼ା, ଗୋବର୍ଦ୍ଧନ ପରିଡ଼ା, ଅନୁସୟା ବରାଳ, ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

  • ପୂର୍ବତନ ମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଶୁଭେଛୁ

    ପୂର୍ବତନ ମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଶୁଭେଛୁ

    ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇଙ୍କର ଜନ୍ମଦିନ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମହାସମାରୋହରେ ପାଳିତ ହୋଇଯାଇଛି ।

    ବହୁଆନନ୍ଦ ଉଲ୍ଲାସର ସହ ତାଙ୍କର ୫୩ତମ ଜନ୍ମଦିନରେ ବିଜୁ ଜନତା ଦଳ ଦାନଗଦୀ ବ୍ଲକର ସମସ୍ତ ନେତୃମଣ୍ଡଳୀ ଓ କର୍ମୀମାନେ ବିଭିନ୍ନ ସେବା କାର୍ଯ୍ୟ କରିବା ସହ ତାଙ୍କର ଶୁଭ କାମନା କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

    ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଖପୁରା ପଞ୍ଚାୟତ ବାଳୁଙ୍ଗାବନ୍ଦୀ ସ୍ଥିତ ବଗେଇ ମହାଦେବ ଠାରେ ପୂର୍ବତନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାନଗଦି ବ୍ଳକର କର୍ମୀ ପୂଜାର୍ଚ୍ଚନା ସହ ଦୀର୍ଘାୟୁ କାମନା ସହ ତାଙ୍କର ରାଜନୈତିକ ଭବିଷ୍ୟତର ଉଜ୍ଜ୍ୱଳ କାମନା କରିଥିଲେ ।

    ଏହି ଅବସରରେ “ଆମ ଡାନି ଭାଇ” ଅଡିଓ କ୍ୟାସେଟର ଉନ୍ମୋଚନ ହୋଇଥିଲା ।

    ପରେ ମଙ୍ଗଳପୁର ସ୍ଥିତ ଅର୍ଣ୍ଣପୁର୍ଣ୍ଣା ଚାଇଲଡ କେୟାରରେ ଶୁଖିଲା ଖାଦ୍ୟ,ମିଷ୍ଟାନ୍ନ ସାଙ୍ଗକୁ ଫଳ ଓ କେକ କାଟି ଶିଶୁଙ୍କ ସହିତ ପାଳନ କରାଯାଇଥିଲା ।

    ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ, ୮ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସ୍ମୃତିରାଣୀ ରାଉତ,୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ ,ବ୍ଳକ ସଭାପତି ସୁରେଶ ଦାଶ,ଲୋକନାଥ ଧୀର,ଜଗନ୍ନାଥ ଧୀର, ଧର୍ମେନ୍ଦ୍ର ଜେନାଙ୍କ ସହ ବହୁ ଆଗ ଧାଡିର କର୍ମୀ ଉପସ୍ଥିତ ଥିଲେ।

  • ସୱାଇ ମାନ ସିଂହ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ନିଆଁ

    ସୱାଇ ମାନ ସିଂହ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ନିଆଁ

    ଜୟପୁରର ପ୍ରମୁଖ ହସ୍ପିଟାଲ, ସୱାଇ ମାନ ସିଂହ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ନିଆଁ ଲାଗି ଏକ ବଡ଼ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଛଅ ଜଣ ରୋଗୀଙ୍କ ଜୀବନ ଚାଲିଯାଇଛି । ଏସଏମଏସ୍ ହସ୍ପିଟାଲ ଟ୍ରମା ସେଣ୍ଟର ଇନଚାର୍ଜ ଡାକ୍ତର ଅନୁରାଗ ଧାକଡ କହିଛନ୍ତି ଯେ ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିଲା ଏବଂ ଏହା ଦ୍ରୁତ ଗତିରେ ଚାରିଆଡେ ବ୍ୟାପିଯାଇଥିଲା।

    ସୂଚନାନୁଯାୟୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା କଥା ଯେ ଯେତେବେଳେ ରୋଗୀମାନେ ICUରେ ଭର୍ତ୍ତି ହୋଇଥାନ୍ତି ସେମାନେ ଗୁରୁତର ଥାଆନ୍ତି, ସେତେବେଳେ ପ୍ରାୟ ସମସ୍ତେ କୋମାରେ ଥାଆନ୍ତି। ସେମାନଙ୍କର ବଞ୍ଚିବାର ପ୍ରତିଫଳନ ମଧ୍ୟ ଦୁର୍ବଳ ହୋଇଯାଏ। ସେମାନଙ୍କୁ ନିରନ୍ତର ସମର୍ଥନ ଆବଶ୍ୟକ ହୁଏ। ବିଦ୍ୟୁତ୍ ପୋଡ଼ି ଯୋଗୁଁ, ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଥିଲା, ଏବଂ ଆମକୁ ସେମାନଙ୍କୁ ସମର୍ଥନ ପ୍ରଣାଳୀ ସହିତ ସ୍ଥାନାନ୍ତର କରିବାକୁ ପଡିଲା। ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା।

    ପ୍ରଥମେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲା, କିନ୍ତୁ ପରେ ଏହା ସର୍ଟ ସର୍କିଟ ବୋଲି ନିର୍ଣ୍ଣୟ କରାଯାଇଥିଲା। ପ୍ରାୟ ୧୨ ଟି ଅଗ୍ନିଶମ ବାହିନୀ ଗାଡ଼ି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଦୁଇ ଘଣ୍ଟାର ପ୍ରବଳ ପରିଶ୍ରମ କରିବାକୁ ପଡିଥିଲା। ଯେଉଁ ଆଇସିୟୁରେ ଛଅ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ମୃତ୍ୟୁ ହୋଇଥିଲା।

    ଦୁର୍ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱା ଏବଂ ଅନେକ ମନ୍ତ୍ରୀ ଏବଂ ବିଧାୟକ ଏସ୍ଏମ୍ଏସ୍ ହସ୍ପିଟାଲକୁ ଦୌଡ଼ି ଆସିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ହସ୍ପିଟାଲରେ ଅରାଜକତା ସୃଷ୍ଟି ହୋଇଥିଲା।

    ପରିବାରଲୋକ ଅଭିଯୋଗ କରିଛନ୍ତି ଯେ ଧୂଆଁ ବାହାରିବା ଆରମ୍ଭ ହେବା ପରେ, କର୍ମଚାରୀମାନଙ୍କୁ ଖବର ଦିଆଯାଇଥିଲା, କିନ୍ତୁ କେହି ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ। ଧୂଆଁ ବୃଦ୍ଧି ପାଇବା ପରେ, ଡାକ୍ତରୀ କର୍ମଚାରୀମାନେ ପଳାଇ ଯାଇଥିଲେ, ଏବଂ କେହି କୌଣସି ସହାୟତା ପ୍ରଦାନ କରି ନଥିଲେ।

  • ଶରତ ପୂର୍ଣ୍ଣିମାରେ କରନ୍ତୁ ଏହି କାମ, ବର୍ଷସାରା ଧନୀ ରହିବେ

    ଶରତ ପୂର୍ଣ୍ଣିମାରେ କରନ୍ତୁ ଏହି କାମ, ବର୍ଷସାରା ଧନୀ ରହିବେ

    ଆଜି ଶରତ ପୂର୍ଣ୍ଣିମାର ପବିତ୍ର ପର୍ବ। ଏହି ପୂର୍ଣ୍ଣିମାକୁ ବର୍ଷର ସମସ୍ତ ପୂର୍ଣ୍ଣିମା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆସନ୍ତୁ ଏହି ପୂର୍ଣ୍ଣିମା ଦିନ କରିବାକୁ ଥିବା ଜରୁରୀ କାର୍ଯ୍ୟ ଗୁଡ଼ିକୁ ଜାଣିବା |

    ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ – ସନ୍ଧ୍ୟାରେ, ଉପଯୁକ୍ତ ରୀତିନୀତି ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ଏବଂ ତାଙ୍କର ଆରତି କରନ୍ତୁ। “ଓମ୍ ଶ୍ରୀମ୍ ହ୍ରୀମ୍ କ୍ଲୀମ୍ ମହାଲକ୍ଷ୍ମୀୟୈ ନମଃ” ମନ୍ତ୍ର ଜପ କରନ୍ତୁ। ଦେବୀଙ୍କୁ କ୍ଷୀର ଅର୍ପଣ କରନ୍ତୁ। ତା’ପରେ, ଏହି ଖିରକୁ ଚନ୍ଦ୍ରାଲୋକ ତଳେ ରଖନ୍ତୁ।

    ଚନ୍ଦ୍ର ତଳେ କ୍ଷୀର ରଖିବା – ଏହା ଶରତ ପୂର୍ଣ୍ଣିମାର ଏକ ଗୁରୁତ୍ୱପୂର୍ଣ୍ଣ ବିଧି। ଏହି ଦିନ ଲୋକମାନେ ରାତିରେ କ୍ଷୀର ପ୍ରସ୍ତୁତ କରି ଚନ୍ଦ୍ରାଲୋକ ତଳେ ରଖନ୍ତି। ଏହି କ୍ଷୀରକୁ ସକାଳେ ଖିଆଯାଏ । ବିଶ୍ୱାସ କରାଯାଏ ଯେ ଏହି ରାତିରେ ଚନ୍ଦ୍ର ଅମୃତ ବୃଷ୍ଟି କରନ୍ତି ଏବଂ ଚନ୍ଦ୍ରାଲୋକରେ କ୍ଷୀର ରଖାଯାଇ ଅମୃତ ପରି ହୋଇଯାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଚମତ୍କାର ଲାଭ ମିଳିଥାଏ।

    ଉପବାସ ଏବଂ ଧ୍ୟାନ – ଶରତ ପୂର୍ଣ୍ଣିମାରେ ଉପବାସ ରଖିବାର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଏହି ପୂର୍ଣ୍ଣିମା ଦିନ ଯେଉଁ ଭକ୍ତ ଉପବାସ ରଖି ଦେବୀ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତି, ସେମାନଙ୍କ ଜୀବନରେ କେବେବି ସୁଖ ଏବଂ ସମୃଦ୍ଧିର ଅଭାବ ରହିବ ନାହିଁ।

    ଚନ୍ଦ୍ର ଦର୍ଶନ ଏବଂ ଧ୍ୟାନ – ଶରତ ପୂର୍ଣ୍ଣିମା ରାତିରେ, ନିଶ୍ଚିତ ଭାବରେ କିଛି ସମୟ ପାଇଁ ଚନ୍ଦ୍ରାଲୋକରେ ବସିବା ଉଚିତ। ଏହି ଦିନଟି ମାନସିକ ସ୍ଥିରତା ଏବଂ ଆଧ୍ୟାତ୍ମିକ ଅଭ୍ୟାସ ପାଇଁ ମଧ୍ୟ ଉପଯୁକ୍ତ। ଶରତ ପୂର୍ଣ୍ଣିମାରେ ଅସହାୟଙ୍କୁ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ। ଏହା ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆଣିବ।

    ଘରେ ଦୀପ ଜାଳନ୍ତୁ – ଶରତ ପୂର୍ଣ୍ଣିମାରେ, ଘରର ପ୍ରତ୍ୟେକ କୋଣରେ, ମୁଖ୍ୟ ପ୍ରବେଶ ଦ୍ୱାର ସମେତ, ଏବଂ ତୁଳସୀ ଗଛ ନିକଟରେ ଦୀପ ଜାଳନ୍ତୁ। କୁହାଯାଏ ଯେ ଏହା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତି।

  • ହବିଷ୍ୟାଳି କେନ୍ଦ୍ରର ସୁରକ୍ଷା ଓ ସୁବିଧା ବ୍ୟବସ୍ଥାର ସମୀକ୍ଷା

    ହବିଷ୍ୟାଳି କେନ୍ଦ୍ରର ସୁରକ୍ଷା ଓ ସୁବିଧା ବ୍ୟବସ୍ଥାର ସମୀକ୍ଷା

    ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷ୍ୟାଳି ମା’ ମାନଙ୍କ ପାଇଁ ଏହି ବର୍ଷ ମଧ୍ୟ ପୁରୀରେ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସୁରକ୍ଷା ସମୀକ୍ଷା ପାଇଁ ପୁରୀ ଏସ୍ପି ପ୍ରତୀକ ସିଂ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ସମୂହକୁ ସମୀକ୍ଷା ସହିତ ଅବଲୋକନ କରିଥିଲେ । ଏହି ସମୟରେ ଅତିରିକ୍ତ ଏସ୍ପି ସୁଶିଲ ମିଶ୍ର, ଅତିରିକ୍ତ ଏସ୍ପି ଦେବ ପ୍ରତାପ, କୁମ୍ଭରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

    ଏସ୍ପି ପୁରୀ ଏବଂ ତାଙ୍କ ଟିମ୍ ବୃନ୍ଦାବତୀ ନିବାସ, ନରେନ୍ଦ୍ରକୋଣା, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସୁରକ୍ଷା ଵେବସ୍ତା, ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିସିଆଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି।

    ଏହା ସହିତ କଂଟ୍ରୋଲ ରୁମ, ଟାଉନ ପୋଲିସ, ସମୁଦ୍ରକୂଳ , ତାଳବଣିଆ, ବାସେଳୀସାହି , ବଳିଆପଣ୍ଡା ଓ କୁମ୍ଭାରପଡ଼ା ପୋଲିସ ମିଳିତ ଭାବେ କାର୍ଯ୍ୟ କରିବେ । ପୁରୀ ଏସ୍ପି ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଯେ, ଭକ୍ତ ଓ ହବିଷ୍ୟାଳି ମା’ ମାନଙ୍କ ପ୍ରତି ସମ୍ମାନ ଓ ସହାୟତାମୂଳକ ବ୍ୟବହାର ରଖିବା ହେଉଛି ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ । ସମସ୍ତ ଅଫିସର ଓ ଫୋର୍ସ ନିଜ ଦାୟିତ୍ୱ ସତର୍କ ଭାବେ ପାଳନ କରିବେ ।

  • ଆଜି ଘୋଷଣା ହେବ ବିହାର ବିଧାନସଭା ନିର୍ବାଚନ ତାରିଖ

    ଆଜି ଘୋଷଣା ହେବ ବିହାର ବିଧାନସଭା ନିର୍ବାଚନ ତାରିଖ

    ଆଜି ସନ୍ଧ୍ୟାରେ ୨୦୨୫ ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ । ନିର୍ବାଚନ କମିଶନ ଏହି ସମ୍ପର୍କରେ ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ।

    ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ରାଜନୈତିକ ଦଳଗୁଡ଼ିକ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଅକ୍ଟୋବର ଶେଷ ଭାଗରେ ଛଟ ପର୍ବ ପରେ ତୁରନ୍ତ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ସର୍ବାଧିକ ଭୋଟର ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ, କାରଣ ବାହାରେ କାମ କରୁଥିବା ଲୋକମାନେ ପର୍ବ ପାଇଁ ଘରକୁ ଫେରୁଛନ୍ତି ।

  • ଜୟପୁର ହସ୍ପିଟାଲ ଅଗ୍ନିକାଣ୍ଡ, ୬ ଜଣ ରୋଗୀଙ୍କ ମୃତ୍ୟୁ

    ଜୟପୁର ହସ୍ପିଟାଲ ଅଗ୍ନିକାଣ୍ଡ, ୬ ଜଣ ରୋଗୀଙ୍କ ମୃତ୍ୟୁ

    ଜୟପୁରର ପ୍ରମୁଖ ହସ୍ପିଟାଲ, ସୱାଇ ମାନ ସିଂହ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ନିଆଁ ଲାଗି ଏକ ବଡ଼ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଛଅ ଜଣ ରୋଗୀଙ୍କ ଜୀବନ ଚାଲିଯାଇଛି । ଏସଏମଏସ୍ ହସ୍ପିଟାଲ ଟ୍ରମା ସେଣ୍ଟର ଇନଚାର୍ଜ ଡାକ୍ତର ଅନୁରାଗ ଧାକଡ କହିଛନ୍ତି ଯେ ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିଲା ଏବଂ ଏହା ଦ୍ରୁତ ଗତିରେ ଚାରିଆଡେ ବ୍ୟାପିଯାଇଥିଲା।

    ସୂଚନାନୁଯାୟୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା କଥା ଯେ ଯେତେବେଳେ ରୋଗୀମାନେ ICUରେ ଭର୍ତ୍ତି ହୋଇଥାନ୍ତି ସେମାନେ ଗୁରୁତର ଥାଆନ୍ତି, ସେତେବେଳେ ପ୍ରାୟ ସମସ୍ତେ କୋମାରେ ଥାଆନ୍ତି। ସେମାନଙ୍କର ବଞ୍ଚିବାର ପ୍ରତିଫଳନ ମଧ୍ୟ ଦୁର୍ବଳ ହୋଇଯାଏ। ସେମାନଙ୍କୁ ନିରନ୍ତର ସମର୍ଥନ ଆବଶ୍ୟକ ହୁଏ। ବିଦ୍ୟୁତ୍ ପୋଡ଼ି ଯୋଗୁଁ, ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଥିଲା, ଏବଂ ଆମକୁ ସେମାନଙ୍କୁ ସମର୍ଥନ ପ୍ରଣାଳୀ ସହିତ ସ୍ଥାନାନ୍ତର କରିବାକୁ ପଡିଲା। ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା।

    ପ୍ରଥମେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲା, କିନ୍ତୁ ପରେ ଏହା ସର୍ଟ ସର୍କିଟ ବୋଲି ନିର୍ଣ୍ଣୟ କରାଯାଇଥିଲା। ପ୍ରାୟ ୧୨ ଟି ଅଗ୍ନିଶମ ବାହିନୀ ଗାଡ଼ି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଦୁଇ ଘଣ୍ଟାର ପ୍ରବଳ ପରିଶ୍ରମ କରିବାକୁ ପଡିଥିଲା। ଯେଉଁ ଆଇସିୟୁରେ ଛଅ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ମୃତ୍ୟୁ ହୋଇଥିଲା।

    ଦୁର୍ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱା ଏବଂ ଅନେକ ମନ୍ତ୍ରୀ ଏବଂ ବିଧାୟକ ଏସ୍ଏମ୍ଏସ୍ ହସ୍ପିଟାଲକୁ ଦୌଡ଼ି ଆସିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ହସ୍ପିଟାଲରେ ଅରାଜକତା ସୃଷ୍ଟି ହୋଇଥିଲା।

    ପରିବାରଲୋକ ଅଭିଯୋଗ କରିଛନ୍ତି ଯେ ଧୂଆଁ ବାହାରିବା ଆରମ୍ଭ ହେବା ପରେ, କର୍ମଚାରୀମାନଙ୍କୁ ଖବର ଦିଆଯାଇଥିଲା, କିନ୍ତୁ କେହି ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ। ଧୂଆଁ ବୃଦ୍ଧି ପାଇବା ପରେ, ଡାକ୍ତରୀ କର୍ମଚାରୀମାନେ ପଳାଇ ଯାଇଥିଲେ, ଏବଂ କେହି କୌଣସି ସହାୟତା ପ୍ରଦାନ କରି ନଥିଲେ।

  • ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ସତ୍ୟ ନାରାୟଣ ମହାନନ୍ଦପଥର୍ଲା(କଳାହାଣ୍ଡି): ପଞ୍ଚାୟତ ଅଧୀନ ବହାଦୁର ପଦର ଗାଁ ଭାଟିପଡାରେ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୪ବର୍ଷରେ ପଦାର୍ପଣ କରିଛି | ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶତାଧିକ ମାତ୍ରାରେ (ଭାଟିପଡା) ଝିଅ, ବୋହୁ ଏକତ୍ରିତ ହୋଇ ଗାଁ ନିକଟସ୍ଥ ତେଳନଦୀରୁ ବିଧବିଧାନ ଅନୁଯାଇ ପୂଜାର୍ଚନା ପରେ ପୂର୍ଣ୍ଣ କଳସ ଧରି ପୂଜ ମଣ୍ଡପ ଅଭିମୁଖେଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

    ଏହି ପୂଜା ମହାସମାରୋହରେ ନେପାଳ ଭାଟି ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ଭାଟି କର୍ତ୍ତା ଭାବେ ପୂଜାରେ ବସିଥିବାବେଳେ ପୂଜକ ଦାୟିତ୍ୱ ଅଜିତ ପଣ୍ଡା ନେଇଥିଲେ | ଅନ୍ୟପଟେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କରୁଣାକର ପୋଢ଼,ସମ୍ପାଦକ ଟିମା ଭାଟି,ସହ ସମ୍ପାଦକ ସ୍ୱୟମ୍ବର ପୋଡ଼, କୋଷାଧକ୍ଷ ଦେବରାଜ ମାଝୀ,ଏବଂ କୁମର ଭାଟି, ରାଜୁ ମାଝୀଙ୍କ ସମେତ ପଡାବାସୀ ପ୍ରମୁଖ ଏଥିରେ ସାମିଲ ଥିଲେ।