Tag: #suchana news

  • ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗ୍ରାମ ନିକଟସ୍ଥ ମଣିଭଦ୍ରା ପର୍ବତ( ବିରିପୁଡ଼ା ) ପାଦଦେଶ ରେ ଏକ ଗୁମ୍ଫା ରେ ଆବିର୍ଭାବ ହୋଇଥିବା ଗୁପ୍ତେଶ୍ୱର ବାବା ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ସେହିପରି ଜୈନିକ ବ୍ୟକ୍ତି ଙ୍କ ଦେହ ରେ ଭଗବାନ ଗୁପ୍ତେଶ୍ୱର, ବିଷ୍ଣୁ, ଚଣ୍ଡୀ ଆବିର୍ଭାବ ହୋଇ ଲୋକଙ୍କ କଷ୍ଟ ଦୂର କରୁଥିବା ବେଳେ ଭକ୍ତ ଙ୍କ ପ୍ରତ୍ୟେକ ମାନସିକ ପୂରଣ ହୋଉଥିବା ଏଠାକୁ ଆସୁଥିବା ଲୋକେ ପ୍ରକାଶ କରିଛନ୍ତି | ତେବେ ପ୍ରତି ସୋମବାର ଶତାଧିକ ମାତ୍ରାରେ ଭକ୍ତ ଙ୍କ ସମାଗମ ହୋଉଥିବା ମନ୍ଦିର ପୂଜକ ମୁକୁନ୍ଦ ମାଝୀ ଏବଂ ମାଳଧର ସାହୁ କୁହନ୍ତି |

  • ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଜାରି ରହିଛି । ତେବେ ଏହି କ୍ରମରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ସଦର ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଜୁଆଖେଳ ଚାଲିଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଜଟିଆ ଓରଫ ସୋମନାଥ ରାଉତ ସହିତ ୧୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୭ ଲକ୍ଷ ୭୦ ହଜାର‌ ୬ ଶହ ଟଙ୍କା ପୋଲିସ ଜବତ କରିଛି ।‌ ଏଥିସହ ୧୨ ଟି ତାସ୍ ପ୍ୟାକେଟ ସହିତ ୬୦ ଟି ପ୍ଲାଷ୍ଟିକ ଟୋକେନ୍, ଦୁଇଟି କାର୍ ଏବଂ ୬ ଟି ବାଇକ୍ ଜବତ କରିଛି ପୋଲିସ ।

    ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀ ଖଡିପଦା ଗ୍ରାମକୁ ଆସି ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହିତ ୧୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

    ଗିରଫ ଅଭିଯୁକ୍ତ ହେଉଛନ୍ତି ଖଡିପଦା ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହିତ ମାନସ ପ୍ରଧାନ, ଅମିତ କୁମାର ସାହୁ, ଧ୍ରୁବ ଲୋଚନ ବଳିଆର ସିଂହ, ପୁରୀ ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ବାଇଁ, ଚନ୍ଦନପୁର ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ପୁରୀ ନବକଳେବର ରୋଡର ମଧୂସୁଦନ ପ୍ରଧାନ, ଗଞ୍ଜାମ ଅଞ୍ଚଳର ପ୍ରସନ୍ନ କୁମାର ନାୟକ, ଗୌଡବାଡ ସାହିର ପ୍ରମୋଦ ବରାଳ, ପବିତ୍ର ମଲ୍ଲିକ, ଟାଙ୍ଗି ଅଞ୍ଚଳର‌ ପିଣ୍ଟୁ ମାଝି, କଣାସ ଅଞ୍ଚଳର ରାଜେଶ ବେହେରା, ପୁରୀ ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ, ପ୍ରଦୀପ୍ତ କୁମାର ଦାସକୁ ସଦର‌ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହିତ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରାଯାଉଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।‌

  • ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ପୁରୀରେ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓସଡାମା ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆମେ ବୈଷୟିକ ଜ୍ଞାନ ର ଉପଯୋଗ କରି ଆଗୁଆ ସୂଚନା ପାଉଥିବା ବେଳେ ଅନେକ ବିପର୍ଯ୍ୟୟ ର କୌଣସି ସୂଚନା ବିନା ଅତର୍କିତ ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ପୂର୍ବ ପ୍ରସ୍ତୁତି ଧନ ଜୀବନ ର କ୍ଷୟକ୍ଷତି କୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ଆମେ ଉପଯୁକ୍ତ ପ୍ରଶିକ୍ଷିତ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ପୁରୀ ଜିଲ୍ଲା ର ୪ ଟି ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ ଓ ବ୍ରହ୍ମଗିରି ର ୮୬ ଟି ଗ୍ରାମ ଓ ୨୩ ଟି ୱ୍ବାର୍ଡ ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ଜୋନରେ ଆସୁଥିବାରୁ ସେହି ଅଞ୍ଚଳର ଲୋକ ମାନଙ୍କୁ ଅଧିକ ସତର୍କ ଓ ସଚେତନ ର ଆବଶ୍ୟକତା ସମ୍ପର୍କରେ ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ ।

    ମାଷ୍ଟର ଟ୍ରେନର ଭାବେ ଓସଡାମା ର ଡିଜିଏମ ଅମ୍ବିକା ମିଶ୍ର ସୁନାମୀ ର ଅର୍ଥ, ସୁନାମୀ ହେବାର କାରଣ, ନିରାକରଣ, ଉଦ୍ଧାର, ଥଇଥାନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।

    ସଚେତନ, ସତର୍କତା ଓ ଅନ୍ୟ ମାନଙ୍କୁ ସଚେତନ ସମସ୍ତ ବିପର୍ଯ୍ୟୟ କମେଇବାରେ ସାହାଯ୍ୟ କରିଥାଏ ବୋଉ ସେ କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

    କାର୍ଯ୍ୟକ୍ରମ ରେ କ୍ଷତି ଗ୍ରସ୍ତ ଆଶଙ୍କା ଥିବା ୪ ଟି ବ୍ଲକ ର କର୍ମକର୍ତ୍ତା, ପଞ୍ଚାୟତ ଲୋକ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଜରୁରୀ ବିଭାଗ ର ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

  • ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ

    ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ

    କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକସ୍ତରୀୟ ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ ରବିବାର ତହସିର ଗ୍ରାମ ସ୍ଥିତ କପିଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା |

    ସଂଘର ସଭାପତି ଜଗଦିଶ ରଣା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଅଜିତ ଚନ୍ଦନ, ସମ୍ମାନିତ ଅତିଥି କଳାକାର ପେନସନ ଭୋଗୀ ସଙ୍ଘ ସଭାପତି ଟୁକୁ ଚନ୍ଦ୍ର ସାହୁ,ଏବଂ ଲାବଣ୍ୟ ସ୍ୱାଇଁ, ଚୂଡ଼ାମଣି ନାଏକ, ମହୀପାଳ ସୁନା, ଧର୍ମାନନ୍ଦ ଭାଟି, ଶଙ୍କର ମାଝୀ, ଦୁରାନ୍ତର ଛତର, ଗୋପାଳ ପୋଢ଼, ଜନ୍ମିଜୟ ବିଶି, ପକ୍ଷୀରାଜ ହାତୀ ପ୍ରମୁଖ ମଞ୍ଚାସିନ ଥିଲେ |

    ତେବେ ପ୍ରତ୍ୟେକ ଯୋଗ୍ୟ କଳାକାର କିପରି ଭାବେ ସରକାର ଙ୍କ କଳାକାର ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ସେହି ଉପରେ ଏହି ସଭାରେ ଆଲୋଚନା ହୋଇଥିଲା |

    ଏଥିରେ କେସିଙ୍ଗା ବ୍ଲକ ର ଛବିଶ ଗୋଟି ପଞ୍ଚାୟତ ରୁ ଶତାଧିକ ଭାଗବତ ସଂକୀର୍ତ୍ତନ କଳାକାର ପ୍ରମୁଖ ଯୋଗଦାନ କରିଥିଲେ |

  • କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ )ଭବାନୀପାଟଣା ସଦର ଅଧୀନ କାମଠଣା କ୍ଲଷ୍ଟର କାମଠଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ସି ଆର ସି ସି ଦୁର୍ଗା ଅଚାରୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମହାପାତ୍ର ଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କାଲି ପ୍ରଦାସ ମିଶ୍ର,ଶେଷଦେବ ମିଶ୍ର,ବିଜୟ ଶଙ୍କର ମୁନି,ସତ୍ୟବାନ ପ୍ରଧାନୀ,ପ୍ରମୁଖ ମଞ୍ଚାସିନ ଥିଲେ | ତେବେ କାମଠଣା କ୍ଲଷ୍ଟର ର ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ |

    ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କାମଠଣା କ୍ଲଷ୍ଟର ର ଅନେକାଂଶ ସ୍କୁଲ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାମଠଣା କ୍ଲଷ୍ଟର ର ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ବିଶେଷ ସହଯୋଗ କରିଥିଲେ |

  • ଧନତେରସ ରେ ଗୋଟିଏ ଭୁଲ ଯାହା ଲକ୍ଷ୍ମୀଙ୍କୁ ଦୂରେଇ ଦିଏ!

    ଧନତେରସ ରେ ଗୋଟିଏ ଭୁଲ ଯାହା ଲକ୍ଷ୍ମୀଙ୍କୁ ଦୂରେଇ ଦିଏ!

    ଆଜି ଧନତେରସ ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଦିନ ଦୀପାବଳି ଉତ୍ସବର ଆରମ୍ଭ। ପାରମ୍ପରିକ ଭାବରେ, ଏହି ଦିନ ଭଗବାନ ଧନ୍ୱନ୍ତରୀ, କୁବେର ଦେବ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ, ସୁଖ ଏବଂ ସମୃଦ୍ଧି ଆସିଥାଏ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଧନତେରସରେ କିଛି ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ସୁନା, ରୂପା, ନୂତନ ବାସନକୁସନ, ଝାଡୁ, ଦୀପ ଏବଂ ଧନିଆ ବିହନ କିଣିବା ଦ୍ୱାରା ଭଗବାନ କୁବେରଙ୍କ ଆଶୀର୍ବାଦ ଏବଂ ଘରେ ସ୍ଥାୟୀ ସମୃଦ୍ଧି ଆସିଥାଏ। ଧନତେରସରେ କିଛି ଭୁଲ ମଧ୍ୟ ଏଡାଇବା ଉଚିତ। କୁହାଯାଏ ଯେ ଏହି ଦିନ ଏକ ଛୋଟ ଭୁଲ ମଧ୍ୟ ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିପାରେ। ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷଗୁଡ଼ିକୁ ଏଡାଇବା ଉଚିତ:

    ଧନତେରସ ସନ୍ଧ୍ୟାରେ ଘର ଝାଡୁ କରିବା ବନ୍ଦ କରନ୍ତୁ:


    ଧନତେରସ ସନ୍ଧ୍ୟାରେ ଘର ଝାଡୁ କରିବା ଅଶୁଭ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଘରୁ ଦୂରେଇ ଯାଆନ୍ତି ଏବଂ ଦାରିଦ୍ର୍ୟ ଆସେ। ତେଣୁ, ସୂର୍ଯ୍ୟାସ୍ତ ପୂର୍ବରୁ ଯେକୌଣସି ସଫା କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ।

    ଲୁଣ ଦାନ କରନ୍ତୁ ନାହିଁ:


    ସନ୍ଧ୍ୟାରେ ଲୁଣ ଦାନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହା ରାହୁଙ୍କ ପ୍ରଭାବକୁ ବୃଦ୍ଧି କରେ ଏବଂ ଘରର ଶାନ୍ତିକୁ ବ୍ୟାହତ କରିପାରେ। ଏହି ଦିନ ଲୁଣ ଦାନ କରନ୍ତୁ ନାହିଁ।

    ଟଙ୍କା କିମ୍ବା ଜିନିଷ ଧାର ଦିଅନ୍ତୁ ନାହିଁ:


    ଧନତେରସରେ କାହାକୁ ଟଙ୍କା କିମ୍ବା ଜିନିଷ ଧାର ଦେବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଦ୍ୱାରା ଲକ୍ଷ୍ମୀ ଏବଂ କୁବେରଙ୍କ ଆଶୀର୍ବାଦ ହ୍ରାସ ପାଏ ଏବଂ ଆର୍ଥିକ ସ୍ଥିରତା ପ୍ରଭାବିତ ହୁଏ ବୋଲି ବିଶ୍ୱାସ କରାଯାଏ।

    ତାମସିକ ଖାଦ୍ୟ ପରିହାର କରନ୍ତୁ:


    ଧନତେରସରେ, ରସୁଣ, ପିଆଜ କିମ୍ବା ମାଂସ ପରି ତାମସିକ ଖାଦ୍ୟ ପରିହାର କରନ୍ତୁ। ଏହି ଦିନଟି ସାତ୍ତ୍ୱିକ ଖାଦ୍ୟ ଏବଂ ଶୁଦ୍ଧ ଚିନ୍ତାଧାରା ପାଇଁ ଉତ୍ସର୍ଗୀକୃତ। ସାତ୍ତ୍ୱିକ ଆଚରଣ ଦେବୀ ଏବଂ ଦେବତାଙ୍କ ଆଶୀର୍ବାଦ ନେଇଥାଏ।

    ଖାଲି ବାସନ କିଣନ୍ତୁ ନାହିଁ:


    ଧନତେରସରେ ବାସନ କିଣିବା ଶୁଭ, କିନ୍ତୁ ଘରକୁ ଖାଲି ଆଣନ୍ତୁ ନାହିଁ। ଘରକୁ ଆଣିବା ପୂର୍ବରୁ ନୂଆ ବାସନରେ ଅଳ୍ପ ପରିମାଣର ପାଣି, ଗୁଡ଼ କିମ୍ବା ମିଠା ରଖିବା ଉଚିତ। ଏହା କରିବା ଦ୍ୱାରା ଘରେ ସମୃଦ୍ଧି ସୁନିଶ୍ଚିତ ହୁଏ।

  • ଏଣିକି ବୁଲିପାରିବେ ଜାତୀୟ ଉଦ୍ୟାନ ଶିମିଳିପାଳ

    ଏଣିକି ବୁଲିପାରିବେ ଜାତୀୟ ଉଦ୍ୟାନ ଶିମିଳିପାଳ

    ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ । ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ofline ପ୍ରବେଶ ପତ୍ର ବନ୍ଦ ରହିଛି, କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ, ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି, ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ।ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ, ଆଜି ଯଶିପୁର ଓ ପୀଠାବଟା ଠାରେ ପର୍ଯ୍ୟଟକଙ୍କୁ ବିପୁଳ ଭାବେ ସ୍ୱାଗତ କରାଯାଇଛି, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଜଙ୍ଗଲରେ ଜୀବଜନ୍ତୁ ଦେଖିବା ସହ ଜଙ୍ଗଲ ସଫାରୀର ମଜା ନେଇ ପାରିବେ, ଆଜି ପ୍ରଥମ ଦିନରେ ପର୍ଯ୍ୟଟକ ମାନଙ୍କୁ ବନବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ସେମାନେ ବନବିଭାଗର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

  • ପୁଣି ରେଳ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ରେଳ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ଅବହେଲା … ପୁଣି ବାଜିରେ ଯାତ୍ରୀଙ୍କ ଜୀବନ …ରେଲୱେ ଡିପାର୍ଟମେଣ୍ଟର ଆବହେଲା କାରଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ବିହାର ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..ପଞ୍ଜାବର ସିରହିନ୍ଦ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି…… ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ …..ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି…… ଟ୍ରେନ୍ ଟି ଅମ୍ବାଲାରୁ ଅଧ କିଲୋମିଟର ଦୂରରେ ଥିବା ସିରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ….ଏହି ଘଟଣା ଘଟିଥିଲା……… ଯାତ୍ରୀମାନେ ଟ୍ରେନ୍‌ର ଗୋଟିଏ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ରେଳ କର୍ମଚାରୀଙ୍କୁ ସତର୍କ କରାଇ ଦେଇଥିଲେ। ଡ୍ରାଇଭର ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରି ତୁରନ୍ତ ଟ୍ରେନ୍‌କୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ।

    ଘଟଣାଟି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଘଟିଥିବା ଜଣାପଡ଼ିଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ରିପୋର୍ଟ ନାହିଁ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟ ସର୍କିଟକୁ ଏକ ସମ୍ଭାବ୍ୟ କାରଣ ଭାବରେ ବିବେଚନା କରାଯାଉଛି।

    ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯିବା ପରେ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରାଯାଉଛି। କ୍ଷତିଗ୍ରସ୍ତ କୋଚ୍‌ର ଯାଞ୍ଚ କରିବା ପରେ, ଟ୍ରେନ୍‌ଟି ଖୁବ୍‌ଶୀଘ୍ର ଏହାର ଗନ୍ତବ୍ୟସ୍ଥଳ, ସହରସା ଅଭିମୁଖେ ଯାତ୍ରା କରିବ। ରେଳ ସୁରକ୍ଷା ବଳ (RPF) ଏବଂ GRP ଦଳଗୁଡ଼ିକ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଏବଂ ଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି।

    ଅଗ୍ନିକାଣ୍ଡ ଖବର ବ୍ୟାପିବା ମାତ୍ରେ ଯାତ୍ରୀମାନେ କିଛି ସମୟ ପାଇଁ ଭୟଭୀତ ହୋଇଗଲେ, କିନ୍ତୁ ରେଳବାଇ ଏବଂ ଅଗ୍ନିଶମ ବାହିନୀର ତୁରନ୍ତ ପଦକ୍ଷେପ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଲା। ରେଳବାଇ କର୍ମଚାରୀଙ୍କ ତତ୍ପରତା ଏବଂ ଅଗ୍ନିଶମ ୟୁନିଟର ଦ୍ରୁତ ପ୍ରତିକ୍ରିୟା ଏକ ସମ୍ଭାବ୍ୟ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲା।

    ଭାରତୀୟ ରେଳବାଇ X (ପୂର୍ବରୁ ଟ୍ୱିଟର) ରେ ଘଟଣା ବିଷୟରେ ସୂଚନା ପୋଷ୍ଟ କରିଛି, ଯେଉଁଠାରେ IR ଲେଖିଛି, “ଆଜି ସକାଳେ (ସକାଳ ୭:୩୦) ସିରହିନ୍ଦ ଷ୍ଟେସନରେ ଟ୍ରେନ ନମ୍ବର ୧୨୨୦୪ (ଅମୃତସର-ସହରସା) ର ଏକ କୋଚରେ ନିଆଁ ଲାଗିଯାଇଥିଲା। ରେଳ କର୍ମଚାରୀମାନେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବାହାର କରି ନିଆଁ ଲିଭାଇ ଦେଇଥିଲେ। କୌଣସି ଆହତ ହେବାର ସୂଚନା ମିଳିନାହିଁ। ପ୍ରଭାବିତ କୋଚକୁ ପୃଥକ କରାଯାଇଛି। ଅଗ୍ନିକାଣ୍ଡର କାରଣ ତଦନ୍ତ ଚାଲିଛି।”

  • “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକମୁଖୀ ଯୋଜନା ‘ପିଏମ ଜନମନ’ର ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟ ରେ ଆଜି ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି I

    ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ କରକମଳ ରେ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ଖେମୁଣ୍ଡୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ସଫଳତା ର ସହ ବିଷମକଟକ ବ୍ଲକ ନିୟମଗିରି ର କୁର୍ଲି ପଞ୍ଚାୟତ ଠାରେ ଉଦଘାଟନ ହୋଇଯାଇଛି I

    ବିଷମକଟକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମ ରେ ନିୟମଗିର ଖମ୍ବେସୀ ଗ୍ରାମ ଠାରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ପ୍ରୟୋଗ ଆଜି ଆରମ୍ଭ କରାଯାଇଛି I ଏହି ପ୍ରୟାସ ମାଧ୍ୟମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ପେନସନ ପହଞ୍ଚାଇବା ଯୋଜନା ର ପ୍ରୟାସ କରାଯାଇଛି I ଏହା ନିୟମଗିରି ର ଶତାଧିକ ଲାଭାନ୍ବିତଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ କୁ କେବଳ ଏକ ଦାୟିତ୍ୱ କିମ୍ବା ଦୃଷ୍ଟିକୋଣ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା କରିଥିବା ଦେଖିବାକୁ ମିଳିଛି। ପିଭିଟିଜି ଅଞ୍ଚଳ ର ହିତାଧିକାରୀଙ୍କ ନିମନ୍ତେ ପେନ୍ସନ ବିତରଣ ପାଇଁ ବିଶେଷ ଡିଜାଇନ୍ ଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନ୍ସନ ପହଞ୍ଚାଇବାର ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି।

    ପ୍ରକାଶ ଥାଉକି ଏନଏସଏପ ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ପେନ୍ସନ ରାଶି ଲାଭାନ୍ବିତଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନ୍ସନ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I ଭୌଗଳିକ ଦୃଷ୍ଟି ରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଳ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ ଏହି ପ୍ରୟୋଗ ଦ୍ୱାରା ନିୟମଗିରି ଅଞ୍ଚଳ ର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା” ର ବାଟ ଆପଣେଇଛି ବିଷମକଟକ ବ୍ଲକ ପ୍ରଶାସନ।

    “ଏହା କେବଳ ପେନ୍ସନ ବିତରଣ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ, ଓ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପାଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ”

    ଏହି ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତ ର ପାଖା ପାଖି ୫୨୦, କାଙ୍କୁବାଡି ର ୩୭୧, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏଭଳି ଚାରୋଟି ପିଭିଟିଜି ପଞ୍ଚାୟତ ର ପାଖାପାଖି ୧୪୫୫ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ ଆମ ଅଞ୍ଚଳର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଓ ଏହାକୁ ବାସ୍ତବତା ରେ ପରିଣତ କରିବା ପାଇଁ ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ତେବେ ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମ କୁ ବିଷମକଟକ ର ସଫଳ ସଂଯୋଜନା ବିଷମକଟକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି, ଡିଇଓ ସର୍ବଜିତ ପାଢ଼ୀ କରିଥିବା ବେଳେ ଏହାକୁ ସଫଳ ଆୟୋଜନ ପାଇଁ ସମସ୍ତ ବ୍ଲକ ପ୍ରଶାସନ ନିଜ ର ଯୋଗଦାନ ଦେଇଥିବା ବିଷମକଟକ ବିଡିଓ ପ୍ରକାଶ କରିଛନ୍ତି I

    ବିଷମକଟକରୁ ରବିନ୍ଦ୍ର କୁମାର ସାହୁ ସୂଚନା ଟିଭି

  • କୁଣ୍ଡାବନ୍ଧ ସମଲେଶ୍ୱରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କୁଣ୍ଡାବନ୍ଧ ସମଲେଶ୍ୱରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ କିକିଆ କ୍ଲଷ୍ଟର ଅଧୀନ କୁଣ୍ଡାବନ୍ଧ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସି ଆର ସି ସି ଡୋଲାମଣୀ ମାଝୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ ଙ୍କ ସଭାପତିତ୍ବରେ ଗୁରୁବାର କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କୁଣ୍ଡାବନ୍ଧ ସରପଞ୍ଚ ରୋଜୀ ପଧାନ, ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିପିନ ବିହାରୀ ପଧାନ, ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ, ସୁବାଷ ପଧାନ, ରାମଚନ୍ଦ୍ର ପଧାନ, ନରୋତ୍ତମଃ ବିଶି, ଓ କିକିଆ ସରପଞ୍ଚ କିଶୋର ପଧାନ ପ୍ରମୁଖ ମଞ୍ଚାସିନ ଥିଲେ | କିକିଆ କ୍ଲଷ୍ଟର ର 14 ଟି ସ୍କୁଲ ଏଥିରେ ଅଂଶ ଗ୍ରହଣ କରିଥିଲେ |

    ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କିକିଆ କ୍ଲଷ୍ଟର ର 14 ଗୋଟି ସ୍କୁଲ ର ଅନେକାଂଶ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏଥିରେ ମଞ୍ଚ ପରିଚାଳନା ଶିକ୍ଷକ ଅବନୀ ରଞ୍ଜନ ପଧାନ,ଏବଂ ବିଶେଷ ସହଯୋଗ କରିଥିଲେ ଶିକ୍ଷକ ବିନୋଦ ବାଗ, ସୁଜିତ ବୁଦ୍ଧିଆ, ଦିଲ୍ଲୀପ ପଧାନ, ପ୍ରକାଶ ପଧାନ, ସରୋଜ ଦାସ,ଶିକ୍ଷୟିତ୍ରୀ ରଞ୍ଜିତା ନାଏକ | ଧନ୍ୟବାଦ ଅର୍ପଣ କରିଥିଲେ ସ୍କୁଲ ପରିଚାଳନା କମିଟି ସଭାପତି କେଶବ ବୁଶ୍ୱାଳ |