Tag: #suchana news

  • ଅଧୁରା ରହିଗଲା ମା’ର ସ୍ଵପ୍ନ

    ଅଧୁରା ରହିଗଲା ମା’ର ସ୍ଵପ୍ନ

    ଆଖି ବୁଜିଲେ ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଆଉ ଜଣେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିଲେ ଯୁକ୍ତଦୁଇ ଛାତ୍ରୀ। ୯୦ ପ୍ରତିଶତ ଜଳି ଯାଇଥିଲା ଶରୀର ତାପରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

    ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ରାଉଲକେଲ ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲର(IGH) ବର୍ଣ୍ଣ ସେଣ୍ଟର କୁ ଚିକିତ୍ସା ପାଇଁ ପଠା ଯାଇଥିଲା।ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ଯାହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏୟାରଲିଫ୍ଟ ପୂର୍ବରୁ ପୀଡ଼ିତା ଆଖି ବୁଜିଦେଲା

    ସୂତ୍ରରୁ ଜଣ ପଡିଛି ଯେ ତାଙ୍କୁ ଜଣେ ଯୁବକ ବ୍ଲାକ ମେଲ କରିଥିଲେ ସେଥିପାଇଁ ପୀଡ଼ିତା ଜଣକ ଗତ ଶନିବାର ରେ କିରୋସିନ ଢଳି ହରେ ନିଆଁ ଲାଗାଇଥିଲେ । ଯୁବକ ଜଣକ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ କିଛିବି ଏପର୍ଯ୍ୟନ୍ତ କୌଣସି ତଥ୍ୟ ସମନ୍ନାକୁ ଆସି ନାହିଁ । ସେପଟେ IGH ରେ ପୀଡ଼ିତାଙ୍କ ମୃତଦେହକୁ ଉଠାଇବା ପାଇଁ ୫୦ଲକ୍ଷ୍ୟ ଟଙ୍କାର ଦବି କରିଥିଲେ ପରିବାର ଲୋକ ।

  • କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    ଆସନ୍ତା କଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ T-20 ମ୍ୟାଚ । ସେଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି ।ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଗତକଲି ଭୁବନେଶ୍ଵରରେ ପହଞ୍ଚିଥିଲେ ଭାରତୀୟ ଟିମ୍ ।ସେମାନଙ୍କ ରହଣୀ ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା କରାଯାଇଛି ।ଖେଳାଳିଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଵାଗତ କରାଯାଇଥିଲା ।

    କାଲିର ମ୍ୟାଚ ପାଇଁ ଆଜି ଉଭୟ ଟିମ ଷ୍ଟାଡିୟମ ଆସି ରେ ନେଟ୍ ପ୍ରାକ୍ଟିସ କରିବେ। ନେଟ୍ ପ୍ରାକ୍ଟିସ କିପରି ସୁରୁଖୁରୁରେ ହେବା ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯାଇଛି । ଆଜି ଦର୍ଶକଙ୍କ ପାଇଁ ବିନା ଶୁଳ୍କରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବାର ସୁବର୍ଣ୍ଣ ସୁଯୋଗ ଅଛି । ଦର୍ଶକ କିପରି ଶୃଙ୍ଖଳିତ ଭାବେ ଦେଖିପାରିବେ ,ଏଥିପାଇଁ ମଧ୍ୟ ପ୍ରଶାସନ ତରଫରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    ନେଟ୍ ପ୍ରାକ୍ଟିସ ପାଇଁ ଦିନ ୧ଟା ବେଳେ ଟିମ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚି ଦିନ ୧ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ତାପରେ ଦକ୍ଷିଣ ଆଫ୍ରିକା ୫ ତା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ ରେ ବିଜୟ ହୋଇଥିଲା ପରେ ଭାରତ ୨-୧ ବିଜୟ ହୋଇ ପ୍ରତିଶୋଧ ନେଇଥିଲା କଟକ ରେ ପ୍ରଥମ ମ୍ୟାଚ ଖେଳାଯିବା ପରବର୍ତ୍ତୀ ସମୟରେ ଚାରିଟି ମ୍ୟାଚ ଖେଳାଯିବ ।

  • ଫ୍ରାନ୍ସର ଭାରସାମ୍ୟ ହରାଇ ଖ୍ରୀଷ୍ଟମାସ ବଜାର ଭିଡକୁ ମାଡ଼ିଗଲା କାର, ୧୦ ମୃତ୍ୟୁ ଅନେକ ଆହତ

    ଫ୍ରାନ୍ସର ଭାରସାମ୍ୟ ହରାଇ ଖ୍ରୀଷ୍ଟମାସ ବଜାର ଭିଡକୁ ମାଡ଼ିଗଲା କାର, ୧୦ ମୃତ୍ୟୁ ଅନେକ ଆହତ

    ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତ ହେଉଥିବା ଫ୍ରାନ୍ସ ଗୁଆଡେଲୁପ୍‌ର ସେଣ୍ଟ-ଆନ୍ ସହରରେ ଲୋକଙ୍କ ଭିଡ଼ ଉପରେ ଏକ ନିୟନ୍ତ୍ରଣହୀନ କାର ଚଢ଼ିଗଲା। ଗୁଆଡେଲୁପ୍‌ରେ ଏକ ଖ୍ରୀଷ୍ଟମାସ ବଜାରର ପ୍ରସ୍ତୁତି ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଶୁକ୍ରବାର ସନ୍ଧ୍ୟାରେ ଏକ କାର ଭିଡ଼ ଉପରେ ଚଢ଼ିଗଲା, ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯ ଜଣ ଗୁରୁତର ଆହତ ହୋଇଥିଲେ।

    ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟସ୍ଥଳ, ଆମେରିକାର ଏଲୋନ ମସ୍କ ମଧ୍ୟ ଖ୍ରୀଷ୍ଟମାସ ବଜାର ଦୁର୍ଘଟଣା ଉପରେ ମନ୍ତବ୍ୟ ଦେଇଛନ୍ତି।

    ସ୍ଥାନୀୟ ଗଣମାଧ୍ୟମ ଏବଂ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣାଟି ସହରର ଟାଉନ ହଲ୍ ଏବଂ ଚର୍ଚ୍ଚର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଏକ ବ୍ୟସ୍ତବହୁଳ ପଦଯାତ୍ରୀ ରାସ୍ତା ସ୍କୋଏଲଚର ସ୍କୋୟାରରେ ଘଟିଛି, ଯେଉଁଠାରେ ପରିବାର ଏବଂ ସ୍ଥାନୀୟ ଲୋକମାନେ ଖ୍ରୀଷ୍ଟମାସ ଆଲୋକୀକରଣ ଏବଂ ସାଜସଜ୍ଜା ପାଇଁ ଶେଷ ପ୍ରସ୍ତୁତି କରୁଥିଲେ। ରେଡିଓ କାରାଇବସ୍ ଇଣ୍ଟରନ୍ୟାସନାଲ୍ ଗୁଆଡେଲୁପ୍ (RCI) ରିପୋର୍ଟ କରିଛି ଯେ 19 ଜଣ ପୀଡିତଙ୍କ ମଧ୍ୟରୁ 10 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି, ଯେତେବେଳେ ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ ଅନେକ ପରିବାର ଷ୍ଟଲ୍ ଲଗାଇବା ଏବଂ ସାଜସଜ୍ଜା କରିବା ପାଇଁ ଏକାଠି ହୋଇଥିଲେ।

    ଘଟଣାସ୍ଥଳରୁ ଡ୍ରାଇଭର ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ହେପାଜତକୁ ନିଆଯାଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ ସୂଚିତ କରିଛନ୍ତି ଯେ ଡ୍ରାଇଭରଙ୍କର କୌଣସି ଜରୁରୀକାଳୀନ ଚିକିତ୍ସା ହୋଇଥାଇପାରେ, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କାରଣ ନିର୍ଣ୍ଣୟ କରିନାହିଁ। ଘଟଣାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା (ସ୍ଥାନୀୟ ସମୟ) ସମୟରେ ଘଟିଥିଲା। ଅଗ୍ନିଶମ କର୍ମଚାରୀ, ପାରାମେଡିକ୍ସ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସହରର ମେୟର କିଛି ସମୟ ପରେ ପହଞ୍ଚି ଏକ ସଙ୍କଟ ପରିଚାଳନା ଦଳକୁ ସକ୍ରିୟ କରିଥିଲେ, ଯାହା ପୀଡିତ ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରୁଛି। ମେୟର ଏହାକୁ ଏକ “ଭୟାନକ ଦୁଃଖଦ ଘଟଣା” ବୋଲି କହିଥିଲେ ଏବଂ ସମାଜ ପ୍ରତି ସମବେଦନା ପ୍ରକାଶ କରିଥିଲେ।

  • Indigo ପାଇଁ ହାତ ବଢେଇଲା Airindia

    Indigo ପାଇଁ ହାତ ବଢେଇଲା Airindia

    ଇଣ୍ଡିଗୋର ପରିଚାଳନାଗତ ସମସ୍ୟା ଯୋଗୁଁ ବିମାନ ଚଳାଚଳ ବାଧା ସୃଷ୍ଟି ହେବା ଫଳରେ ସାରା ଭାରତରେ ବିମାନ ବାତିଲ ଏବଂ ଭଡ଼ା ବୃଦ୍ଧି ଘଟିଛି। ପରିସ୍ଥିତିକୁ ଆଖି ଆଗରେ ରଖି ଏୟାରଲାଇନ୍ସ ବିମାନ ପରିଚାଳନା ଏବଂ ଗ୍ରାହକମାନଙ୍କ ସହାୟତା କରିବା କଥା କହିଛନ୍ତି ।ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଗକୁ ବଢ଼ି ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ହଜାର ହଜାର ଫସି ରହିଥିବା ଯାତ୍ରୀଙ୍କୁ ତାଙ୍କ ଯାତ୍ରାରେ ସହଜ ହେବବୋଲି ଲକ୍ଷ୍ୟରେ ରହିଛି।

    ଏୟାର ଇଣ୍ଡିଆ କହିଛି ଯେ ଡିସେମ୍ବର ୪ ରୁ ଇକୋନୋମି କ୍ଲାସ ଘରୋଇ ନନ୍-ଷ୍ଟପ୍ ବିମାନ ଯାତ୍ରା ପାଇଁ ଏକ ସ୍ଥିର ଭଡ଼ା ସୀମା ଲାଗୁ କରାଯାଇଛି। ସ୍ୱୟଂଚାଳିତ ମୂଲ୍ୟ ବ୍ୟବସ୍ଥା ଯୋଗୁଁ ଚାହିଦାରେ ହଠାତ୍ ବୃଦ୍ଧି ଯୋଗୁଁ ଟିକେଟ ମୂଲ୍ୟ ଆକାଶଛୁଆଁ ହେବାରୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ବିମାନ କମ୍ପାନୀଗୁଡ଼ିକ ଡିସେମ୍ବର ୬ ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ଭଡ଼ା ନିୟମାବଳୀ ପାଳନ କରୁଛନ୍ତି।

    ଫସି ରହିଥିବା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ପରିବର୍ତ୍ତନ ଏବଂ ବାତିଲକରଣ ଫି ଉପରେ ଏକକାଳୀନ ଛାଡ଼ ଆରମ୍ଭ କରିଛନ୍ତି। ଯେଉଁ ଯାତ୍ରୀମାନେ ୧୫ ଡିସେମ୍ବର ପର୍ଯ୍ୟନ୍ତ ଯାତ୍ରା ପାଇଁ ୪ ଡିସେମ୍ବର ପର୍ଯ୍ୟନ୍ତ ଟିକେଟ ବୁକ୍ କରିଥିଲେ, ସେମାନେ ପୁନଃନିର୍ଦ୍ଧାରିତ ଫି ନ ଦେଇ ସେମାନଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ କିମ୍ବା ପୂର୍ଣ୍ଣ ଫେରସ୍ତ ସହିତ ବାତିଲ କରିପାରିବେ। ଏହି ସୁବିଧା ୮ ଡିସେମ୍ବର ପର୍ଯ୍ୟନ୍ତ କରାଯାଇଥିବା ପରିବର୍ତ୍ତନ କିମ୍ବା ବାତିଲ୍ ପାଇଁ ପ୍ରଯୁଜ୍ୟ ହେବ।ଦ୍ରୁତ ଗତିରେ ବର୍ଦ୍ଧିତ କଲ୍ ଏବଂ ଅଭିଯୋଗର ମୁକାବିଲା ପାଇଁ ଏୟାର ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଅତିରିକ୍ତ କର୍ମଚାରୀ ନିୟୋଜିତ କରିଛି। ଯାହା ଫହଳରେ ଯାତ୍ରୀମାନେ ଏୟାରଲାଇନ୍ସର ୨୪*୭ କଲ୍ ସେଣ୍ଟର ମାଧ୍ୟମରେ କିମ୍ବା ଯେକୌଣସି ଟ୍ରାଭେଲ୍ ଏଜେଣ୍ଟ ମାଧ୍ୟମରେ ସେମାନଙ୍କର ବୁକିଂରେ ପରିବର୍ତ୍ତନ କିମ୍ବା ବାତିଲ୍ କରିପାରିବେ।

  • ରାସ୍ତା ଦୁର୍ନୀତିକୁ ନେଇ ଗର୍ଜିଲେ ପୂର୍ବତନ ସାଂସଦ

    ରାସ୍ତା ଦୁର୍ନୀତିକୁ ନେଇ ଗର୍ଜିଲେ ପୂର୍ବତନ ସାଂସଦ

    ରାସ୍ତା ନିର୍ମାଣରେ ଅବହେଳା, ସିମେଣ୍ଟ ବଦଳରେ ବ୍ୟବହାର ହେଉଛି ମାଟି, ଯାହାକୁ ନେଇ ପୂର୍ବତନ ସାଂସଦ ତଥା ଟାଣୁଆ ନେତା, ବାଳଗୋପାଳ ମିଶ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି ଗ୍ରାମବାସୀଙ୍କୁ ନେଇ ଘେରାଉ |

    ବଲାଙ୍ଗିର ଜିଲ୍ଳା ଲୋଇସିଂହା ବ୍ଳକ ବଘାପାଲିରୁ ପ୍ରାୟ ୪ କିଲୋମିଟର ପିପିଲି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏହି ୪ କିଲୋମିଟର ରାସ୍ତା ପାଇଁ ସାଢେ ତିନି କୋଟି ଟଙ୍କାର କାମ ହେଉଛି। କିନ୍ତୁ କଂକ୍ରୀଟ ରାସ୍ତା ନିର୍ମାଣ ବେଳେ ସିମେଣ୍ଟ ବଦଳରେ ମାଟି ବ୍ୟବହାର ହେଉଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ।

    ଦାୟିତ୍ୱରେ ଥିବା ଯନ୍ତ୍ରୀ କାମର ତଦାରଖ କରୁ ନଥିବାରୁ ଠିକାଦାର ନିଜ ମନମାନି ରେ କାମ କରିଛିନ୍ତି । ଯାହାଫଳରେ ଗାଁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ପୂର୍ବତନ ସାଂସଦଙ୍କ ନେତୃତ୍ୱରେ ଧାରଣାରେ ବସିଲେ ଗାଁ ଲୋକେ।

    ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ, ଧାରଣାସ୍ଥଳକୁ ଆସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ରାସ୍ତା କାମ ଦାୟିତ୍ୱରେ ଥିବା ଏସ.ଡି.ଓ ଏବଂ ଯନ୍ତ୍ରୀଙ୍କୁ ମଧ୍ୟ ଡାକିଲେ ଅଧିକାରୀ। ଯନ୍ତ୍ରୀଙ୍କୁ କାଗଜପତ୍ର ଦେଖାଇବାକୁ କହିଲେ ପୂର୍ବତନ ସାଂସଦ,ଯେଉଁଥିରେ ଜଣ ପଡିଛି ଯେ,ବଘାପାଲିରୁ ପିପିଲି ପ୍ରାୟ ୪ କିଲୋମିଟର ରାସ୍ତାର ପାଇଁ ସାଢେ ତିନି କୋଟି ଟଙ୍କା ଆସିଥିବା ଜଣାପଡିଲା ।

    ଶୀଘ୍ର କାମର ତଦାରଖ କରି, ଠିକଠାକ କାମ କରିବାକୁ କହିବା ସହିତ ରାସ୍ତା କାମରେ ଦୁର୍ନିତୀ ବନ୍ଦ ନହେଲେ ଧାରଣା ଦିଆଯିବ ବୋଲି ଧମକ ଦେଇଛନ୍ତି ବାଲଗୋପାଳ। ଅନ୍ୟପଟେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏବଂ ରାସ୍ତା କାମ ଶୀଘ୍ର କରାଯିବ।

  • ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ ପାଳିତ

    ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ ପାଳିତ

    ମୋର ଜୀବନ ଥିବା ପର୍ଯ୍ୟନ୍ତ ମୋର ପ୍ରିୟ ବନ୍ଧୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଶ୍ରଦ୍ଧାଞ୍ଜଳି ଦେଇଆସୁଥିବି : ଅମିୟ ଦାସ

    ଓଡ଼ିଶାର ବିଶିଷ୍ଟ ରାଜନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର) ଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱରସ୍ଥିତ ଚେତନା କଲେଜ ଅଫ୍ ସ୍ପେଶାଲ୍ ଏଜୁକେସନ ଠାରେ ଆୟୋଜିତ ହୋଇଯାଇଛି। ଅମିୟ କୁମାର ଦାସ ଫାଉଣ୍ଡେସନ ଏବଂ କଳିଙ୍ଗ ଯୁବ ସେନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିସହିତ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ସମସ୍ତେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଲୁଲୁଙ୍କ ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ଅନନ୍ୟ ପ୍ରେରଣା ପ୍ରଦାନ କରିଥିଲା। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯ୍ୟନ୍ତ ତାଙ୍କ ସହ ଯୋଡି ହୋଇରହିଥିଲି। ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁ ଆଗେଇ ନେବାରେ ଲୁଲୁଙ୍କର ରହିଥିଲା ବଳିଷ୍ଠ ଭୂମିକା ବୋଲି ଏହି କାର୍ଯ୍ୟକ୍ରମରେ କହିଛନ୍ତି ଶ୍ରୀ ଅମୀୟ ଦାସ। ଆହୁରି ମଧ୍ୟ ମୋର ଜୀବନ ଥିବା ପର୍ଯ୍ୟନ୍ତ ମୋର ପ୍ରିୟ ବନ୍ଧୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଶ୍ରଦ୍ଧାଞ୍ଜଳି ଦେଇଆସୁଥିବି ବୋଲି ସେ କହିଛନ୍ତି।

    ଏଠାରେ ସୂଚନାଥାଉକି, ଆଜିକୁ ଦୀର୍ଘ ନଅ ବର୍ଷ ହେବ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଶ୍ରାଦ୍ଧ ଦିବସ ଅମିୟ କୁମାର ଫାଉଣ୍ଡେସନ ପାଳନ କରି ଆସୁଛି। ଲୁଲୁ ମହାପାତ୍ରଙ୍କ ସହ ଛାତ୍ର ଜୀବନରୁ ଜଡିତ ଥିବା ଅମୀୟ ଦାସ, ଲୁଲୁଙ୍କ ଦେହାନ୍ତ ପରେ ପ୍ରତିବର୍ଷ ତାଙ୍କୁ ସ୍ମରଣୀୟ ଭାବେ ପାଳନ କରନ୍ତି। ଲୁଲୁଙ୍କ ଶ୍ରାଦ୍ଧ ଦିବସରେ ଅମୀୟ ଦାସ ରକ୍ତଦାନ ଶିବିର, ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ ଦେବା, ଅସହାୟ ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ସ୍ୱର୍ଗତ ଲୁଲୁଙ୍କ ଶ୍ରାଦ୍ଧ ଦିବସକୁ ସ୍ମରଣୀୟ କରିଥାନ୍ତି।

    ଆଜିର କାର୍ଯ୍ୟକ୍ରମରେ ଚେତନାର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ପିଲାମାନେ ନିଜର ଖୁସି ବ୍ୟକ୍ତ କରିଥିଲେ। ସ୍ୱର୍ଗତ ଲୁଲୁଙ୍କ ଭଳି ଅସମ୍ଭବତାକୁ ସମ୍ଭବ କରି ଦେଖାଇବା ଏବଂ ସାହସର ସହ ସାଲିସବିହୀନ ଜୀବନ ବଞ୍ଚିବା ନେଇ ପିଲାମାନେ ସଂକଳ୍ପ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଯୁବ ସେନାର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଦାସଙ୍କ ସମେତ ସ୍ମୃତି ରଂଜନ ଲେଙ୍କା, ଶୁଭଜିତ୍ ପଟ୍ଟନାୟକ, ଅଜିତ୍ ସାମଲ୍, ପ୍ରଭୁ ଦତ୍ତ ସାହୁ, ମନୋରଞ୍ଜନ ଛୋଟରାୟ, ସୁମନ୍ତ ସ୍ବାଇଁ, ସିଦ୍ଧାର୍ଥ ଦାସ୍, ଅମିତ୍ ଜେନା, ତ୍ରିଦେବ ରାଉତରାୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ କଳିଙ୍ଗ ଯୁବ ସେନାର ଥିବା ଗୋଶାଳାରେ ଗାଇମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

  • ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି।

    ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF ଟିମ୍ ଡାକ୍ତର ପଲଙ୍କୁ ଗିରଫ କରିଥିଲାବେଳେ ତାଙ୍କର ତିନି ଜଣ ସହଯୋଗୀ ଖସିଯିବାରେ ସଫଳ ହୋଇଥିଲେ।


    ଏସଟିଏଫ ଅଧିକାରୀମାନେ କହିଛନ୍ତି ଯେ ପଲ ତାଙ୍କର ନିଶା ନିଶା ପୂରଣ କରିବା ପାଇଁ ଏହି ଚାଲାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

    ରିପୋର୍ଟ ଅନୁସାରେ, ପଲ ତାଙ୍କର ତିନି ବନ୍ଧୁ – ପ୍ରମୋଦ, ସନ୍ଦୀପ ଏବଂ ଶରଥଙ୍କ ସହାୟତାରେ ଏହି ଅପରାଧ ଘଟାଇଥିଲେ, ଯେଉଁମାନେ ତାଙ୍କ ଘରକୁ ଏକ ନିରାପଦ ସ୍ଥାନ ଭାବରେ ବ୍ୟବହାର କରୁଥିଲେ।

    ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ପଲଙ୍କ ଘର କେବଳ ନିଶାଦ୍ରବ୍ୟ ସଂରକ୍ଷଣର ସ୍ଥାନ ନଥିଲା, ବରଂ ସିଣ୍ଡିକେଟ୍ ପାଇଁ ମୁଖ୍ୟ ବଣ୍ଟନ ସ୍ଥାନ ମଧ୍ୟ ଥିଲା।

    ସୂଚନା ଅନୁଯାୟୀ , ପ୍ରମୋଦ, ସନ୍ଦୀପ ଏବଂ ଶରଥ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରରୁ ବିପୁଳ ପରିମାଣରେ ଡ୍ରଗ୍ସ ଆଣୁଥିଲେ। ସେମାନେ ପଲଙ୍କ ମୁଶୀରାବାଦସ୍ଥିତ ଘରକୁ ଡ୍ରଗ୍ସ ପହଞ୍ଚାଉଥିଲେ, ଯେଉଁଠାରେ ସେ ସେଗୁଡ଼ିକୁ ସଂରକ୍ଷଣ କରି ଗ୍ରାହକମାନଙ୍କୁ ବିକ୍ରି କରୁଥିଲେ।

    ନିଜ ଘରକୁ ନିଶା ଆଡ୍ଡା ଭାବରେ ବ୍ୟବହାର କରିବା ବଦଳରେ, ପଲ ମାଗଣାରେ ନିଶା ପାଉଥିଲେ।

    ଗୁପ୍ତ ସୂଚନା ଆଧାରରେ STF ଏହି ଚଢାଉ କରିଥିଲା। ଡାକ୍ତରଙ୍କ ଘରୁ ବିଭିନ୍ନ ପ୍ରକାରର ଔଷଧ ପାଇ ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

    ଏହି ଔଷଧଗୁଡ଼ିକରେ OG କୁଶ (26.95 ଗ୍ରାମ), MDMA (6.21 ଗ୍ରାମ), 15ଟି LSD ଷ୍ଟିକ୍, କୋକେନ୍ 1.32 ଗ୍ରାମ, ଗୁମସ୍ 5.80 ଗ୍ରାମ ଏବଂ ହାସିସ୍ ତେଲ 0.008 ଗ୍ରାମ ଅନ୍ତର୍ଭୁକ୍ତ।

  • ଭିତରକନିକା ଗେଟ ଆଗରେ ଆମରଣ ଅନଶନ

    ଭିତରକନିକା ଗେଟ ଆଗରେ ଆମରଣ ଅନଶନ

    ଦୀର୍ଘ ଦୁଇ ଶହ ବର୍ଷ ଧରି ରାଜା ରାଜୁଡା ବେଳୁ ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲ ଜମିର ବାଙ୍କୁଆଳ ଗ୍ରାମରେ ୮୦ ପରିବାର ରହିଆସୁଛନ୍ତି ସେଥିରୁ କିଛି ପରିବାରକୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇଥିବା ବେଳେ କିଛି ପରିବାରକୁ ସ୍ଥାଇ ପଟ୍ଟା ଦେଇନାହିଁ,ଯେଉଁ ମାନଙ୍କୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ମିଳିଛି କିନ୍ତୁ ଦୁଃଖର କଥା ଭିତରକନିକା ଜାତୀୟ ଉଦ୍ୟାନ କୁ ସମ୍ପ୍ରସାରଣ କରିବା ନିମନ୍ତେ କିଛି ପରିବାରକୁ ସେଠାରୁ ଆସନ୍ତା ୩ ତାରିଖରେ ହଟିଯିବା ପାଇଁ ସରକାର ଙ୍କ ପକ୍ଷରୁ ନୋଟିସ ଦିଆଯାଇଛି,ଯେଉଁ ନୋଟିସ ବିରୁଦ୍ଧରେ ବାଙ୍କୁଆଳ ଗ୍ରାମର ୮୦ ପରିବାର ଭିତରକନିକା ଜାତୀୟ ଉଦ୍ୟାନ ଗେଟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଲୋକଙ୍କ ଅଭିଯୋଗ ରହିଛି ଆମେ ଦୁଇ ଶହ ବର୍ଷ ପୂର୍ବରୁ ବାଙ୍କୁଆଳ ଗ୍ରାମରେ ରହି ଆସୁଛୁ ଯଦି ଆମକୁ ଏବେ ସେଠାରୁ ବିତାଡିତ କରାଯାଏ ତେବେ ଆମେ ଭିଟ୍ଟାମାଟି ଛାଡି କୁଆଡେ ଯିବୁ ଏବଂ କଉଠି ରହିବୁ, ଯେମିତି ପୂର୍ବରୁ କିଛି ପରିବାର କୁ ସ୍ଥାଇ ପଟ୍ଟା ସରକାରଙ୍କ ପକ୍ଷରୁ ଦିଆଯାଇଛି ଠିକ ସେହି ପରି ଆମକୁ ସ୍ଥାଇ ପଟ୍ଟା ଦିଆଯାଉ ତାହା ସହିତ ଜଙ୍ଗଲ ପଟ ରାସ୍ତାରେ ଭିତରକନିକା ଗେଟ ନିର୍ମାଣ କରା ଯାଉ,ଯାହା ଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ ସୁରକ୍ଷିତ ରହିବା ସହିତ ସାଧାରଣ ଖଟିଖିଆ ପରିବାର ମଧ୍ୟ ସୁରକ୍ଷିତ ରହି ପାରିବ ନଚେତ ଭିଟ୍ଟା ମାଟି ସୁରକ୍ଷା ପାଇଁ ଆମରଣ ଅନଶନରେ ବସି ବସି ନିଜ ଜୀବନ ହରିବା ନେଇ ବାଙ୍କୁଆଳ ଗ୍ରାମବାସୀ ସରକାରଙ୍କୁ କହିଛନ୍ତି।

  • ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ପହଞ୍ଚିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ପାଇଁ ଥଳ କୂଳ ପାଇଲେନୀ ବିଜେପି କଂଗ୍ରେସ। ନବୀନ ବାବୁଙ୍କୁ ଦେଖି କୋମନା ଅଞ୍ଚଳର କର୍ମୀଙ୍କ ମନରେ ଯୋସ ବଢ଼ିଛି।ପୁଣି ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା ।ନୂଆପଡ଼ା ଉପ ନିର୍ବାଚନ ପ୍ରଚାରରେ ନବୀନ ଙ୍କ ପାଖରୁ ଏହି ବାର୍ତ୍ତା ପାଇ ଯେମିତି ନୂଆ ଉତ୍ସାଅ ଓ ଉଦ୍ଦୀପନା ରେ ଭାରି ଯାଇଛି ନୂଆପଡ଼ା। ନୂଆପଡ଼ାରେ ପୁଣି ବିଜେଡ଼ିର ଗଡ ବାଜଇ ରଖିବାକୁ ନବୀନ କରିଛନ୍ତି ପଣ।

    ବିଜୁ ଜନତା ଦଳକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି ଭୋଟର।ଏବେ ନୂଆପଡ଼ା ଗହଣରେ ନବୀନଙ୍କ ପ୍ରଚାର କର୍ମୀଙ୍କ ମନରେ ଯୋସ୍ ଭରିଛି । ସମସ୍ତଙ୍କୁ ବିଜୟ ବାନ ଉଡ଼ାଇବା ପାଇ ଦୃଢ଼ମାନା କରିଛି। ଜିଲ୍ଲା ବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରେ ଦେଖିବାର ଉତ୍କଣ୍ଠା ଦେଖି ଲାଗୁଛି ବିଜେଡି ପାଇ ନୂଆପଡ଼ା ଏକ ନୂଆ ଦିସା ତିଆରି କରିବ।

    ସେପଟରେ ନବୀନଙ୍କ ଗସ୍ତ କୁ ନେଇ ବିରୋଧୀ ମହଲରେ ଭାଳେଣି ପଡ଼ିଲାଣି। କିନ୍ତୁ ନୂଆ ପଡ଼ାରେ ବିଯୁଜନତା ଦଳର ବୃହତ୍ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ। ଆସନ୍ତା ୭ ତାରିଖରେ ମଧ୍ୟ ନୂଆପଡ଼ା ପ୍ରଚାରରେ ଯୋଗଦେବେ ନବୀନ ପଟ୍ଟନାୟକ । ନବୀନ ଯେଉଁଟି ଠିଆହୋଇ ଯାଆନ୍ତି ସେଠାରୁ ଆରମ୍ଭ ହୁଏ ବିକାଶର ଧାରା।ବିଜେଡି କର୍ମୀ ଙ୍କ ମଧରେ ହୋଇଯାଏ ସତ ସିଂହ ର ବଳ ।

    ନବୀନଙ୍କ ଆଗରେ କାମ ଦିଏନି ଅନ୍ୟ ଦଳର ରଣ କୌଶଳ ବୋଲି ବିଜେଡି କର୍ମୀ ମତ ରଖିଛନ୍ତି।ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ କଣ ଲାଗୁଛି ନବୀନଙ୍କ ଏହି ଗସ୍ତ ନୂଆପଡ଼ା ବିଜେଡି ପାଇଁ କେତେ ଲାଭ ଦାୟକ ହେବ। ବିରୋଧୀଙ୍କୁ କେତେ ମହଙ୍ଗା ପଡ଼ିବ । ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି କର୍ମୀଙ୍କ ମନରେ ଯେଉ ଉତ୍ସାହ ଭରିଛନ୍ତି ତାହା ବିଜେଡି ବିଜୟ ସୁନିଶ୍ଚିତ କରିବ କି ? ନା ପୁଣି ବିଜେଡ଼ି ଭେଳା ବୁଡିବ ତାହା ଦେଖିବାକୁ ବାକି ରହିଲା।

  • ସରକାରୀ ବାବୁ ଓ ସରପଞ୍ଚ ମିଶି ଖାଇଗଲେ ଦୁଇ ଲକ୍ଷ ଟଙ୍କା

    ସରକାରୀ ବାବୁ ଓ ସରପଞ୍ଚ ମିଶି ଖାଇଗଲେ ଦୁଇ ଲକ୍ଷ ଟଙ୍କା

    ବାଡ ଖାଉଛି କ୍ଷେତ, ପଞ୍ଚାୟତ ବାସୀ ଡ଼ାକିଲେଣି ତ୍ରାହି ତ୍ରାହି, ଏ କଥା ଆମେ କାହିଁକି କହୁଛୁ ଟିକେ ଭଲ ଭାବେ ଜାଣି ନିଅନ୍ତୁ, କଥା ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର, ପଞ୍ଚାୟତ ପାଣ୍ଠିରୁ ଚଞ୍ଚକତା କରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସେଠୀ ଓ ସରପଞ୍ଚ ଏକ ଜିମ୍ ସେଣ୍ଟର ନିର୍ମାଣ ପାଇଁ ଉଭୟ ମିଳିତ ଆକାଉଣ୍ଟ ରୁ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ଅକ୍ଟୋବର ମାସ ୧୫ତାରିଖରେ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଏବଂ ବୃକ୍ଷ ରୋପଣ ବାବଦକୁ ଅଗଷ୍ଟ ମାସ ୬ତାରିଖରେ ଚାଳିଶି ହଜାର ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ଏ ସାଙ୍ଘାତିକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଭୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନେ ତରଭରିଆ ଭାବେ ଏଇ କିଛି ଦିନ ହେବ ଯିମ୍ ସେଣ୍ଟର ଓ ଚଳିତ ମାସ ୧ତାରିଖରେ ବୃକ୍ଷ ରୋପଣ ଆରମ୍ଭ କରିଥିବା ଚିତ୍ର ସାମ୍ନାକୁ ଆସିଛି।

    ତେବେ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ସୂଚନା ଫଳକ ନ ଲଗାଇ ଏବଂ ନିର୍ମାଣାଧୀନ କାର୍ଯ୍ୟକୁ ସମ୍ପୂର୍ଣ ନ କରି ଏକ ମାସ ପୂର୍ବରୁ ଟଙ୍କା ଉଠାଇ ପଞ୍ଚାୟତ ବାସୀଙ୍କୁ ଠକିବା ଏକ ସାଙ୍ଘାତିକ ଅପରାଧ ନୁହେକି ? ଆଗ ବିଲ୍ ପଛେ କାର୍ଯ୍ୟ ଏମିତି ଏକ ନୂତନ ନିୟମ ଆଣିଛନ୍ତି କି ନୂତନ ତଥା ଲୋକଙ୍କ ସରକାର। କେମିତି ଜାଣି ପାରୁନାହିଁ ବ୍ଲକ୍ ପ୍ରଶାସନ, ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ତେବେ ଏ ବିଷୟରେ ସରପଞ୍ଚ କହିଛନ୍ତି କି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, କୌଣସି ଅର୍ଥ ଅନିୟମିତତା ହୋଇ ନାହିଁ। ଏ ବିଷୟରେ ଆମେ BDOଙ୍କୁ ପଚାରିବାରୁ ସେ କହିଛନ୍ତି କି ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି। ତେବେ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ରହିଲା ବାକି।