Tag: #suchana news

  • ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତରେ ଚାଲିଗଲା ୧୦ ଗାଈଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ସିରିକୋଇ ଗ୍ରାମରେ ।ସୁଚନା ଅନୁୟାୟୀ ସିରିକୋଇ ଗ୍ରାମର ଜୟ ଗୌଡ଼ ତାଙ୍କର ୧୦ ଟି ଗାଈକୁ ଅପରାହ୍ନରେ ନିକଟରେ ଥିବା ଏକ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ହଠାତ୍ ସେଠାରେ ବର୍ଷା ପବନ ହେବା ସହ ବଜ୍ରାଘାତ ହୋଇଥିଲା । ଫଳରେ ୧୦ ଟି ଗାଈଙ୍କ ଉପରେ ବଜ୍ରାଘାତ ପଡିବାରୁ ସେଠାରେ ହିଁ ଗାଈ ଗୁଡ଼ିଙ୍କର ମୃତ ଘଟିଥିଲା । କିନ୍ତୁ ଅଳ୍ପକ୍କେ ବର୍ତ୍ତି ଯାଇଥିଲେ ଗାଈ ଚରାଳି ଜୟ ଗୌଡ଼ । ଖବର ପାଇ ନେଟେଙ୍ଗା ରାଜସ୍ୱ ବିଭାଗ ଅଧିକାରୀ ପହଁଚି ତଦନ୍ତ କରିଥିବା ବେଳେ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି କକିଛନ୍ତି ଗ୍ରାମବାସୀ ।

  • ‘ୱାନ୍ ନେସନ, ୱାନ ଇଲେକ୍ସନ’ ଆରମ୍ଭ ହେଲା ପ୍ରସ୍ତୁତି

    ‘ୱାନ୍ ନେସନ, ୱାନ ଇଲେକ୍ସନ’ ଆରମ୍ଭ ହେଲା ପ୍ରସ୍ତୁତି

    ‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହା ପୂର୍ବରୁ ଏକ କମିଟି ଗଠନ କରିଛନ୍ତି ମୋଦୀ ସରକାର । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ଏହି କମିଟି ‘‘ୱାନ୍ ନେସନ, ୱାନ ଇଲେକ୍ସନ’’ ସଂପର୍କିତ ସମସ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବେ।

    ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ହେବେ ବୋଲି ଆଜି ଘୋଷଣା ହୋଇଛି। ତେବେ କେଉଁମାନେ କମିଟି ସଦସ୍ୟ ରହିବେ, ସେ ନାମ ଗୁଡ଼ିକ ଘୋଷଣା ହୋଇନାହିଁ।

    ଏଇ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାର ଦିନକ ପରେ ମାନେ ଶୁକ୍ରବାର
    ‘ୱାନ୍ ନେସନ, ୱାନ ଇଲେକ୍ସନ’ ପ୍ରସଙ୍ଗକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ କରାଯିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି।

    ‘ୱାନ୍ ନେସନ, ୱାନ ଇଲେକ୍ସନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନେକ ସମୟରେ ଏହି ବିଷୟରେ କୁହାଯାଇଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା।

    ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ। ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା। ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା। ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହେଲା। କାରଣ ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ହେବା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା।


  • ଚୀନର ମନମୁଖୀ ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ

    ଚୀନର ମନମୁଖୀ ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ

    ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ଦର୍ଶାଇ ବିବାଦରେ ଚୀନ,ଏବେ ଭାରତ ପରେ ଫିଲିପାଇନ୍ସ, ଭିଏତନାମ, ମାଲେସିଆ ଓ ତାଇୱାନ୍ ଚୀନକୁ ବିରୋଧ କରିଛନ୍ତି । ବିବାଦୀୟ ମାନଚିତ୍ରରେ ଦକ୍ଷିଣ ଚୀନ ସାଗର ଉପରେ ଡ୍ରାଗନ କରିଥିବା ଦାବିକୁ ଫିଲିପାଇନ୍ସ ଓ ମାଲେସିଆ ଅଗ୍ରାହ୍ୟ କରିଛନ୍ତି । ଚୀନ ଅନ୍ତର୍ଜାତୀୟ ଆଇନର ପାଳନ କରୁ ବୋଲି ଫିଲିପାଇନ୍ସ କହିଥିବା ବେଳେ ମାନଚିତ୍ରକୁ ନେଇ କୂଟନୈତିକ ସ୍ତରରେ ପ୍ରତିବାଦ କରିଛି ବୋଲି ମତ ରଖିଛି ମାଲେସିଆ । ମାନଚିତ୍ରରେ ଚୀନ ହୈନାନ୍ ଦ୍ୱୀପର ଦକ୍ଷିଣରେ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଏକ ୟୁ ସେପ୍ ଲାଇନ୍ ଦେଖା ଯାଉଛି । ଯାହାକି ଭିଏତନାମ, ଫିଲିପାଇନ୍ସ, ବ୍ରୁନେଈ ଓ ଇଣ୍ଡୋନେସିଆ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଦେଇ ଯାଉଛି । ଚୀନର ଏହି ନୂଆ ମ୍ୟାପରେ ଅଧିକ ଭୌଗଳିକ ଅଞ୍ଚଳକୁ ଦର୍ଶା ଯାଇଛି । ଯେଉଁଥିରେ ତାଇୱାନକୁ ନିଜର ବୋଲି ଚୀନ ଦାବି କରିଛି । ଏହି ମ୍ୟାପ୍ ୧୯୪୮ ଜାରି ନକ୍ସା ଭଳି । ନୂଆ ମ୍ୟାପକୁ ନେଇ ତାଇୱାନ ବିଦେଶ ମନ୍ତ୍ରୀ କହିଛନ୍ତି, ଆମେ ଚୀନର ଅଂଶ ନୁହଁ । ଚୀନ ଯେତେ ଯାହା ପକ୍ଷ ରଖିଲେ ବି ଆମ ଦେଶର ଅସ୍ତିତ୍ୱକୁ ମାଟିରେ ମିଶାଇ ପାରିବ ନାହିଁ । ସେହିଭଳି ଭିଏତନାମ କହିଛି, ଚୀନ ଜାରି କରିଥିବା ନୂଆ ନକ୍ସାର କିଛି ମହତ୍ତ୍ୱ ନାହିଁ । ଏହା ଭିଏତନାମ ସୀମା ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି ।

  • ଇନ୍ଦିରା ଗାନ୍ଧୀଙ୍କ ଠାରୁ ଅଟଳ ବିହାରୀ ବାଜପାୟୀଙ୍କ ପର୍ଯ୍ୟନ୍ତ, ସରକାର ମଧ୍ୟ ଅତୀତରେ ଲୋକସଭା ନିର୍ବାଚନକୁ ସମୟ ପୂର୍ବରୁ କରିସାରିଛନ୍ତି

    ଇନ୍ଦିରା ଗାନ୍ଧୀଙ୍କ ଠାରୁ ଅଟଳ ବିହାରୀ ବାଜପାୟୀଙ୍କ ପର୍ଯ୍ୟନ୍ତ, ସରକାର ମଧ୍ୟ ଅତୀତରେ ଲୋକସଭା ନିର୍ବାଚନକୁ ସମୟ ପୂର୍ବରୁ କରିସାରିଛନ୍ତି

    ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପର୍ଯ୍ୟନ୍ତ କହିଛନ୍ତି ଯେ ମୋଦୀ ସରକାର ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ କରିପାରନ୍ତି ।

    ବର୍ତ୍ତମାନର ୧୭ତମ ଲୋକସଭାର କାର୍ଯ୍ୟକାଳ ମେ ୨୦୨୪ ପର୍ଯ୍ୟନ୍ତ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ନେତା ଅନୁମାନ କରୁଛନ୍ତି ଯେ ଏନଡିଏ ସରକାର ପ୍ରଥମେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଯଦି ଏହା ଘଟେ, ଏହା ପ୍ରଥମ ଥର ହେବ ନାହିଁ | ଏହାପୂର୍ବରୁ ମଧ୍ୟ ଲୋକସଭା ଭଙ୍ଗ ହେବା ପରେ ଅନେକ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

    ୧୯୭୧ ର ଆରମ୍ଭରୁ, ଇନ୍ଦିରା ଗାନ୍ଧୀ ଲୋକସଭାକୁ ସମୟ ପୂର୍ବରୁ ଭଙ୍ଗ କରିବା ଏବଂ ନିର୍ବାଚନ କରିବା ପାଇଁ ସୁପାରିଶ କରିଥିଲେ। ସେତେବେଳେ ସେଠାରେ କଂଗ୍ରେସ ଏବଂ ବାମପନ୍ଥୀଙ୍କ ସଂଖ୍ୟାଲଘୁ ସରକାର ଥିଲା। ଅକାଳ ପଞ୍ଚମ ଲୋକସଭା ନିର୍ବାଚନରେ ​​ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୩୫୨ ଟି ଆସନ ସହ ବହୁମତ ହାସଲ ହୋଇଥିଲା ।

    ୩୧ ଅକ୍ଟୋବର ୧୯୮୪ ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରାଯାଇଥିଲା। ରାଜୀବ ଗାନ୍ଧୀ ସେହି ବର୍ଷ ନଭେମ୍ବରରେ ଲୋକସଭାକୁ ଭଙ୍ଗ କରିଦେଇଥିଲେ, ଯାହା ଫଳରେ ସମୟ ପୂର୍ବରୁ ନିର୍ବାଚନ କରାଯାଇଥିଲା । ଅଷ୍ଟମ ଲୋକସଭା ନିର୍ବାଚନରେ ​​ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ କାରଣରୁ ଲୋକମାନେ କଂଗ୍ରେସକୁ ବହୁଳ ଭୋଟ ଦେଇଥିଲେ। ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ପର୍ଯ୍ୟନ୍ତ ଦଳ ସର୍ବାଧିକ ୪୧୪ ଟି ସିଟ୍ ପାଇଥିଲା ।

    ୧୯୯୯ ରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଅଟଳ ବିହାରୀ ବାଜପେୟୀ ମଧ୍ୟ ୨୦୦୪ ରେ ପୂର୍ବରୁ ନିର୍ବାଚନ କରିଥିଲେ। କୁହାଯାଉଛି ଯେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାପରେ ପ୍ରଧାନମନ୍ତ୍ରୀ ବାଜପେୟୀ ନିର୍ବାଚନ ସମୟ ପୂର୍ବରୁ କରିଥିଲେ। ତେବେ ଏହି ନିର୍ବାଚନ ତାଙ୍କ ସପକ୍ଷରେ ନଥିଲା । ୧୪ ତମ ଲୋକସଭା ନିର୍ବାଚନରେ ​​ବିଜେପି ଅପେକ୍ଷା କଂଗ୍ରେସ ଅଧିକ ଆସନ ପାଇଥିଲା ।

    ଏବେ ଯାହା ଅନୁମାନ କରାଗଲାଣି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମୟ ପୂର୍ବରୁ ୨୦୨୪ ନିର୍ବାଚନ କରାଇପାରନ୍ତି | ଅନେକ ଲୋକଙ୍କ ଏହା ଦାବି ଯେ ଡିସେମ୍ବର ପର୍ଯ୍ୟନ୍ତ ବିଜେପି ସମସ୍ତ ରାଜ୍ୟରେ ହୋଟେଲ ଏବଂ ବହୁ ସଂଖ୍ୟକ ହେଲିକପ୍ଟର ବୁକ୍ କରିସାରିଛି। ଏହା ସହିତ ମିଳିତ ବିରୋଧୀଙ୍କ ସଂଖ୍ୟା ମଧ୍ୟ ଏନଡିଏ ଉପରେ ଚାପ ପକାଉଛି।

    ରାଷ୍ଟ୍ରପତି ଲୋକସଭାକୁ ଭଙ୍ଗ କରିବା ଏବଂ ନୂତନ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ଯଦି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସମୟ ପୂର୍ବରୁ ଲୋକସଭା ଭଙ୍ଗ କରିବାକୁ ଏବଂ ନିର୍ବାଚନ କରିବାକୁ ସୁପାରିଶ କରନ୍ତି। ଭାରତୀୟ ସମ୍ବିଧାନର ଧାରା ୮୫ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସଭାକୁ ଭଙ୍ଗ କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କର ଅଛି।

  • ଚଳିତ ୨୨ ରୁ ବିଧାନସଭା ଆରମ୍ଭ

    ଚଳିତ ୨୨ ରୁ ବିଧାନସଭା ଆରମ୍ଭ

    ଚଳିତ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ। ଏହା ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାର ସୂଚନା ମିଳିଛି ଅଧିବେଶନର ପ୍ରଥମ ଦିବସରେ ପ୍ରଥମ ଅତିରିକ୍ତ ବଜେଟ୍‌ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଆଗତ ହେବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ।

    ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଖାଲିି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ୧୮ ତାରିଖରେ ହେବ। କିଏ ବାଚସ୍ପତି ହେବେ ଓ କେବେ ନିର୍ବାଚନ ହେବ ତାକୁ ନେଇ ଗତ କିଛି ମାସ ଧରି କଳ୍ପନାଜଳ୍ପନା ଜାରି ରହିଥିଲା । ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏହାର ଅନ୍ତ ଘଟିଛି।

    ସୂଚନାନୁଯାୟୀ, ଗତ ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ସେ ଅର୍ଥ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଦାୟିତ୍ୱ ନେବା ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ୨୦୨୨ ଜୁନ୍‌ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବିକ୍ରମ କେଶରୀ ଆରୁଖ ବସିଥିଲେ। କଥା ଉଠୁଛି ବାଚସ୍ପତି ପଦବୀ ପାଇଁ ତାରିଖ ଘୋଷଣା ହେବା ପରେ ଏହି ପଦବୀରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୂଖ ବାଚସ୍ପତି ଦୌଡ଼ରେ ସାମିଲ ଅଛନ୍ତି ।

  • ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା

    ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲ୍ଲାର ଉତ୍କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ୯ ସିଟ୍ ବିଶିଷ୍ଟ ଏହି ବିମାନ M / s ଇଣ୍ଡିଆ ୱାନ ଏୟାର ଦ୍ୱାରା ଭୁବନେଶ୍ୱର-ଉତ୍କେଲା ମାର୍ଗକୁ ପରିଚାଳନା କରିବ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ଏସ୍.ଏସ୍.ପି.ପି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ.ଜେନା ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସି ଆଣ୍ଡ ଟି ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରୁବାର ଏହି ବିମାନ ଉଡ଼ାଣ କରିବ। ପରେ ସପ୍ତାହକୁ ସବୁଦିନ ଉଣାଣ କରିବ। ଏଥିସହ ଉତ୍‌କେଲା ବିମାନବନ୍ଦରକୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦ୍‌ଘାଟନ କରିଛନ୍ତି। ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଉଡ଼ିବ ବିମାନ ସେବା । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍‌କେଲାରେ ଏହି ବିମାନ ପହଞ୍ଚିବ। ସେହିପରି ଉତ୍‌କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ।

  • ରୋଭର୍ ପ୍ରଜ୍ଞାନର ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ ଜାରି, ଆଉ ମାତ୍ର ୭ ଦିନ

    ରୋଭର୍ ପ୍ରଜ୍ଞାନର ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ ଜାରି, ଆଉ ମାତ୍ର ୭ ଦିନ

    ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଦିନଠାରୁ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଦାର ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ISRO କୁ ପଠାଇଛନ୍ତି। ଏହି ଭିଡିଓରେ, ରୋଭର ଏକ ସୁରକ୍ଷିତ ମାର୍ଗ ସନ୍ଧାନରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଥିବା ଦେଖାଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ନାଚୁଥିବା ପରି ଦେଖାଯାଉଛି।

    ଏହି ଭିଡିଓ ସେୟାର କରିବାବେଳେ ISRO ଟୁଇଟ୍ କରି କହିଛନ୍ତି, ‘ଲ୍ୟାଣ୍ଡର୍ ବିକ୍ରମ ରୋଭର ପ୍ରଜ୍ଞାନଙ୍କ ସୁରକ୍ଷିତ ପଥ ଆଡକୁ ଘୂର୍ଣ୍ଣନ କରୁଥିବା ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓରେ ଲାଗୁଛି ଯେ ଜହ୍ନମାମୁଙ୍କ ପ୍ରାଙ୍ଗଣରେ ଜଣେ ପିଲା ଖେଳୁଛି ଏବଂ ତାଙ୍କ ମା ତାକୁ ସ୍ନେହରେ ଖେଳୁଥିବାର ଦେଖୁଛି ।

    ଇସ୍ରୋ କହିଛି ଯେ, ଏଯାବତ୍ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ତୃତୀୟ ମିଶନ, ଚନ୍ଦ୍ରରେ ଥିବା ବୈଜ୍ଞାନିକ ପରୀକ୍ଷଣ ବର୍ତ୍ତମାନ ଜାରିରହିଛି। ଅବତରଣ ସଫଳ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଆୟୁ ୧୪ ଦିନ ରହିଛି। ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ୍ ପୃଥିବୀରେ ୧୪ ଦିନ ହେଲେ ଚନ୍ଦ୍ରରେ ଗୋଟିଏ ଦିନ ହୋଇଥାଏ। ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଦିନ ସମୟ ସରି ସରି ଆସୁଛି। ଆଉ ସାତ ଦିନ ପରେ ସେଠାରେ ରାତି ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ୍ ସାତ ଦିନ ସମାପ୍ତ କରି ଥିବାବେଳେ ଆଉ ସାତ ଦିନ ବାକି ରହିଛି। ଏହାପରେ ଚନ୍ଦ୍ରରେ ରାତି ହୋଇଯିବା ପରେ ସମଗ୍ର ପୃଷ୍ଠ ଅନ୍ଧକାରମୟ ହୋଇଯିବ, ଫଳରେ ଇସ୍ରୋକୁ ତଥ୍ୟ ପଠାଇବାରେ ଅସଫଳ ହେବେ ଲ୍ୟାଣ୍ଡର ଓ ରୋଭର୍।

    ଉତକ୍ଷେପଣ ପରେ ପରେ ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ପେଲୋଡ ପ୍ରଥମ ପର୍ଯ୍ୟବେକ୍ଷଣ କରିଥିଲା। ଚାଷ୍ଟେ ହେଉଛି ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ପରୀକ୍ଷଣ। ଏହା ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାପିଥିଲା ଇସ୍ରୋ।  ଏହା ବ୍ୟତୀତ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଦକ୍ଷିଣ ମେରୁରେ ସଲଫରର ଅନୁସନ୍ଧାନ କରିଛି। ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି ରୋଭର୍। ରୋଭରରେ ଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ମାଧ୍ୟମରେ ଏହି ତଥ୍ୟ ହାସଲ କରିଛି ଇସ୍ରୋ। ଏହାପରେ ସପ୍ତମ ଦିନରେ ରୋଭର୍ ପ୍ରଜ୍ଞାନରେ ଥିବା ହାଇ କ୍ୱାଲିଟି କ୍ୟାମେରା ନାଭକ୍ୟାମ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି। ଏହି କ୍ୟାମେରା ଲ୍ୟାଣ୍ଡର ଚିତ୍ର କଏଦ କରିଛି। ଆଗକୁ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ କରିବ ବୋଲି ଆଶା ରଖିଛି ଇସ୍ରୋ।

  • ୭୧ତମ ମିସ୍‌ ୱାର୍ଲଡ ୨୦୨୩ କଶ୍ମୀରରେ,ଭାଗ ନେବେ ୧୪୦ ଦେଶ

    ୭୧ତମ ମିସ୍‌ ୱାର୍ଲଡ ୨୦୨୩ କଶ୍ମୀରରେ,ଭାଗ ନେବେ ୧୪୦ ଦେଶ

    ୭୧ତମ ମିସ୍‌ ୱାର୍ଲଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା ଜି୨୦ ବୈଠକ ପରେ ଏଭଳି ବଡ଼ ଆୟୋଜନ ଏଠାରେ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

  • ମଧ୍ୟପ୍ରଦେଶର ଏକ ଗାଁରେ ଅସୁସ୍ଥ କଲରାପତରିଆ ବାଘ ବୁଲୁଥିଲା, ଆଗକୁ ​​ହେଲା ଏମିତି

    ମଧ୍ୟପ୍ରଦେଶର ଏକ ଗାଁରେ ଅସୁସ୍ଥ କଲରାପତରିଆ ବାଘ ବୁଲୁଥିଲା, ଆଗକୁ ​​ହେଲା ଏମିତି

    ମଧ୍ୟପ୍ରଦେଶର ଇକଲେରା ଗ୍ରାମବାସୀ ସେତେବେଳେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ସେମାନେ ଜଙ୍ଗଲରେ ଅସୁସ୍ଥ ହୋଇ ଗୋଟେ କାଲରାପତ୍ରିଆ ବାଘ ବୁଲୁଥିବାର ଦେଖିଲେ । ଗ୍ରାମବାସୀଙ୍କ ଦ୍ୱାରା ବାଘକୁ ହଇରାଣ କରିବା ଏବଂ ତାକୁ ଗୃହପାଳିତ ପଶୁ ପରି ବ୍ୟବହାର କରୁଥିବା ଭିଡିଓ ସମ୍ନାକୁ ଆସିଛି ।

    କିଛି ଲୋକ ବାଘକୁ ଖେଳନା କରିଦେଇଥିଲେ | ସେମାନେ ଫଟୋ ଉଠାଇ ଭିଡିଓ କରିବା ଆରମ୍ଭ ମଧ୍ୟ କରିଦେଲେ | ଏତିକି ପର୍ଯ୍ୟନ୍ତ ଠିକ୍ ଥିଲା, କିନ୍ତୁ କିଛି ଲୋକ ତା ପିଠିରେ ବସି ସଵାରୀ ମଧ୍ୟ ଆରମ୍ଭ କରିଦେଲେ | ସନ୍ଧ୍ୟାସୁଦ୍ଧା ସୂଚନା ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଉଦ୍ଧାରକାରୀ ଦଳ ମଧ୍ୟ ଉଜୈନରୁ ଆସିସାରିଥିଲେ । ଉଜୈନର ଉଦ୍ଧାରକାରୀ ଦଳ ଏବଂ ଦେବାସ ବନ ବିଭାଗ ଦଳ କଲରାପତରିଆ ବାଘକୁ ଉଦ୍ଧାର କରିଥିଲେ।

    ବନ ବିଭାଗ ଏସଡିଓ ସନ୍ତୋଷ ଶୁକଲା କହିଛନ୍ତି ଯେ କଲରାପତରିଆ ବାଘର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। କଲରାପତରିଆ ବାଘ ହୁଏତ ଅଧିକ ଖାଦ୍ୟ ଖାଇଥାଇପାରେ କିମ୍ବା ଅସୁସ୍ଥ ହୋଇଥାଇପାରେ | କଲରାପତରିଆ ବାଘକୁ ସାରାରାତି ପ୍ରାଣୀ ଚିକିତ୍ସକଙ୍କ ତତ୍ବବିଧାନରେ ଦୌଲତପୁର ବିଶ୍ରାମ ଗୃହରେ ରଖାଯାଇଥିଲା। ବର୍ତ୍ତମାନ ସକାଳେ ତାକୁ ଚିକିତ୍ସା ପାଇଁ ଇନ୍ଦୋର ପ୍ରାଣୀ ଉଦ୍ୟାନକୁ ନିଆଯାଉଛି,ଯେଉଁଠାରେ ଡାକ୍ତର ତାକୁ ଚିକିତ୍ସା କରିବେ। ସୁସ୍ଥ ହେବା ପରେ ତାକୁ ପୁନର୍ବାର ଜଙ୍ଗଲକୁ ଛାଡି ଦିଆଯିବ।

  • ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓହ୍ଲାଇଛି ରାଜରାସ୍ତାକୁ । ସଭାପତି ଶରତ ଚନ୍ଦ୍ର ନାୟକ (ରାଜ୍ୟ ମହାସଂଘ) ଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି।

    ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି।

    ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।