Tag: #suchana news

  • ବେଆଇନ୍ କାଠ ଚାଲାଣ, ଦୁଇ ଗିରଫ, ପିକଅପ୍ ଭ୍ୟାନ୍ ଜବତ

    ବେଆଇନ୍ କାଠ ଚାଲାଣ, ଦୁଇ ଗିରଫ, ପିକଅପ୍ ଭ୍ୟାନ୍ ଜବତ

    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାରିଭଟା ନିକଟରେ କାଠ ବୋଝେଇ ପିକଅପ୍ ଭେନ୍ ଜବତ ହୋଇଛି । ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କିଚିଖାଲ ଗ୍ରାମରୁ ମାରିଭଟା ଗ୍ରାମକୁ ଯିବା ରାସ୍ତାରେ ଧରିଥିଲା ବନବିଭାଗ । ଆଜି ସକାଳେ ଏକ ପିକଅପରେ ସାଇଜ୍ କାଠ ବୋଝେଇ ହେଉଥିବା ସୂଚନା ପାଇଥିଲା ବନବିଭାଗ । ବେଆଇନ୍ ଭାବେ କାଠ ଚାଲାଣ ବେଳେ ଟିକିରି ରେଞ୍ଜର ଅନୀଲ ପାଣିଗ୍ରାହିଙ୍କ ନେତୃତ୍ଵରେ, ଲେଲିଗୁମା ଫରେଷ୍ଟର ୟେରକାନ ଶବର, ଶଙ୍କରଅଡା ଫରେଷ୍ଟର ଗୌତମ କୁମାର ପଣ୍ଡା ଓ ବନରକ୍ଷୀ ଖଗ ମାଝୀ, ଜଗତମହୋନ ସାହୁ ପ୍ରମୁଖ ଏକ ଟିମ୍ ଗଠନ କରି ଚୋରାଚାଲାଣ କରୁଥିବା ଭେନକୁ ଜବତ କରିଥିଲେ ।

    ରାତ୍ରି ପାଟ୍ରଲିଂ ସମୟରେ ପ୍ରାୟ ୨ଟା ବେଳେ କାଠ ସହ ପିକଅପ ଓ କାଠ ଚାଲାଣରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ହୋଇଥିବା ଯୁହକ ହେଉଛନ୍ତି ବଡ ମାରିଭଟା ଗ୍ରାମର ଗୋପାଳ ଚନ୍ଦ୍ର ନାଏକ ଅନ୍ୟ ଜଣ ପଞ୍ଚାଳି ଗ୍ରାମର ସୁଶାନ୍ତ ଟାକିରି । ତେବେ ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦.୦୦୦ ଟଙ୍କା ହେବ ବୋଲି ରେଞ୍ଜର କହିଛନ୍ତି ।

  • ଶହେ ଫୁଟ୍ ପାହାଡ଼ରୁ ଖସି ଜୀବନ ହାରିଲେ ଯୁବକ

    ଶହେ ଫୁଟ୍ ପାହାଡ଼ରୁ ଖସି ଜୀବନ ହାରିଲେ ଯୁବକ

    କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକୁଟି ପାହାଡ଼ ଉପରୁ ୧୦୦ ଫୁଟ ତଳକୁ ଖସି ବଡ଼ାପଟା ସାହିର ବନ୍ଦନ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସେ ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ମଣ୍ଡକୁଟି ପାହାଡ଼ ଉପରକୁ ଯାଇଥିଲେ। ସେଠାରେ ଥିବା ଏକ ବିରାଟ ପଥର ଉପରକୁ ଚଢ଼ିଥିବା ବେଳେ ଅସାବଧାନତା ବଶତଃ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲେ ଥିଲେ। ମୁଣ୍ଡ ଟି ପଥର ରେ ପିଟି ହୋଇ ଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ କିଛି ସମୟ ଖୋଜିବା ପରେ କୌଣସି ସନ୍ଧାନ ନମିଳିବାରୁ ଦମକଳ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ରାଇକିଆ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରାଇକିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଥାନା କେସ୍ ୬/୨୪ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ବୋଲି ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାଏ ସୂଚନା ଦେଇଛି।

  • ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର

    ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର

    ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ।ସେହିପରି ଆସନ୍ତା କାଲିପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅଧିକାଶଂ ସ୍ଥାନରେ ହାଲକାରୁ ମଧ୍ଯମ ଧରଣ ବର୍ଷାସହ କାଁ ଭାଁ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

    ସେପଟେ ୨ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ।

  • ନେମ ପ୍ଲେଟ’ ବିବାଦ ଉପରେ ଡିମ୍ପଲ୍ ଯାଦବ, ଇମ୍ରାନ ମାସୁଦ, ରୁଚି ଭେରା ଉଠାଇଲେ ପ୍ରଶ୍ନ,ଅରୁଣ ଗୋଭିଲ କହିଲେ-ଏଥିରେ କୌଣସି ଅସୁବିଧା ନାହିଁ

    ନେମ ପ୍ଲେଟ’ ବିବାଦ ଉପରେ ଡିମ୍ପଲ୍ ଯାଦବ, ଇମ୍ରାନ ମାସୁଦ, ରୁଚି ଭେରା ଉଠାଇଲେ ପ୍ରଶ୍ନ,ଅରୁଣ ଗୋଭିଲ କହିଲେ-ଏଥିରେ କୌଣସି ଅସୁବିଧା ନାହିଁ

    ଉତ୍ତରପ୍ରଦେଶର ସ୍ଥିତ ସାହାରନପୁରର ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ନେମ ପ୍ଲେଟ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଶ୍ନ ନାମର ନୁହେଁ ବରଂ ଘୃଣାର । ଦେଶରେ ଘୃଣାଭାବ ଜାରି ରହିପାରିବ ନାହିଁ | ୭୦ ପ୍ରତିଶତରୁ ଅଧିକ ଲୋକ ଆରଏସଏସର ବିଚାର ଧାରାରେ ସହମତ ନୁହଁନ୍ତି | ତାଙ୍କ କହିବା ଯେ ଆଜି ଆପଣ ଧର୍ମ ନାମରେ ପରିଚୟ ମାଗୁଛନ୍ତି, ଆସନ୍ତାକାଲି ଆପଣ ଜାତି ନାମରେ ପରିଚୟ ମାଗିବା ଆରମ୍ଭ କରିବେ। ଆପଣ ସମାଜକୁ କେଉଁଠାକୁ ନେବାକୁ ଚାହୁଁଛନ୍ତି?

    ଏଥି ସହିତ ମୁରାଦବାଦର ସାଂସଦ ରୁଚି ଭେରା କହିଛନ୍ତି ଯେ ଯୋଗୀ ସରକାର ଏବଂ ମୋଦୀ ସରକାର ନାମ ଲେଖାଇ ମୁସଲମାନମାନଙ୍କୁ ହଇରାଣ କରୁଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ ଯଦି ରାମ ଲେଖିବା ଠିକ୍ ତେବେ ରହୀମ ଲେଖିବା ଭୁଲ କାହିଁକି? ଏହା ଉପରେ ରୁଚି ଭେରା କହିଛନ୍ତି ଯେ ଆମେ କହୁଛୁ ଯେ ଉଭୟ ଭୁଲ୍, ଦୋକାନର ନାମ ଲେଖିବା ଯଥେଷ୍ଟ | ବାକି ସବୁ ଭୁଲ ଅଟେ |

    ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବ କହିଛନ୍ତି, “ସରକାର ଏହାର ବିଫଳତାକୁ ନେମ ପ୍ଲେଟ ମାଧ୍ୟମରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହା ବଦଳରେ ସେମାନେ ରୋଜଗାର, ମୁଦ୍ରାସ୍ଫୀତି, ଦାରିଦ୍ର ତଥା ଭିତ୍ତିଭୂମି ବୃଦ୍ଧି ବିଷୟରେ ଆଲୋଚନା କରିବା ଉଚିତ। ସେମାନେ ସେହି ନୀତି ବିଷୟରେ ଆଲୋଚନା କରିବା ଉଚିତ ଯାହା ଲୋକମାନଙ୍କ କଲ୍ୟାଣ ପାଇଁ ଆଣିପାରିବ। “

    ଅନ୍ୟପକ୍ଷରେ ଉତ୍ତରପ୍ରଦେଶର କାଉଡି ମାର୍ଗରେ ଖାଦ୍ୟ ଦୋକାନରେ ‘ନେମ ପ୍ଲେଟ୍’ ଲଗାଇବା ନିର୍ଦ୍ଦେଶ ଉପରେ ବିଜେପି ସାଂସଦ ଅରୁଣ ଗୋଭିଲ କହିଛନ୍ତି ଯେ ମୁଁ ଏଥିରେ କୌଣସି ଅସୁବିଧା ଦେଖୁ ନାହିଁ। ଯାହା ହୋଇଛି ଠିକ୍ ହୋଇଛି |

  • ତେଲ ମାଫିଆଙ୍କ ପାରାଦୀପ ବନ୍ଦରରରେ ଚୋରା ତେଲ କାରବାର, ଗାଡି ଓ ଜାହାଜର କିଛି କର୍ମଚାରୀ ଲିପ୍ତ!

    ତେଲ ମାଫିଆଙ୍କ ପାରାଦୀପ ବନ୍ଦରରରେ ଚୋରା ତେଲ କାରବାର, ଗାଡି ଓ ଜାହାଜର କିଛି କର୍ମଚାରୀ ଲିପ୍ତ!

    ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ପୋଲିସ ଓ ତେଲ ମାଫିଆଙ୍କ ମଧ୍ଯରେ ଗୋଡିଆ ଗୋଡି ରୋଚକ ସ୍ଥିତି ସୃଷ୍ଟି କରିଥିବା ବେଳେ ପୋଲିସ ୧୨ ଟି ବ୍ୟାରେଲରୁ ୪୦୦ ଲିଟର ଡିଜେଲ ଜବତ କରିଛି ।

    ବନ୍ଦର ନିଷିଦ୍ଧାଞ୍ଚଳରେ ଚାଲିଛି ଡିଜେଲ ଚୋରା କାରବାର। ବିଭିନ୍ନ ଗାଡି ଓ ଜାହାଜରୁ କିଛି କର୍ମଚାରୀ ଏହି ଚୋରା ତେଲ କାରବାରରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ୧୨ ଟି ବ୍ୟାରେଲ ରୁ ୪୦୦ ଲିଟର ଡିଜେଲ ଜବତ କରିଛି। ଆଇଓବି ବର୍ଥ ସମ୍ମୁଖ 5A ପ୍ଲଟ ନିକଟ ଏକ ପରିତ୍ୟକ୍ତ ଘର ନିକଟରୁ ଜବତ କରିଛି ପୋଲିସ। ତେବେ ଏହି ତେଲ ଜାହାଜରୁ ଚୋରି କରାଯାଇ ସେଠାରେ ଲୁଚାଯାଇଥିବା ସୂଚନା ମିଳିଛି।

    ନେହେରୁବଙ୍ଗଳା ମେରାଇନ ଥାନା ପୋଲିସ ପ୍ରଥମେ ଉକ୍ତ ତେଲକୁ ଯାଞ୍ଚ କରିଥିଲେ, ମାତ୍ର ସେଠାରେ କାହାରିକୁ ନ ପାଇବାରୁ ତେଲ ବିଷୟରେ କିଛି ଦୂରକୁ ଯାଇ ପଚରା ଉଚରା କରିବା ସମୟରେ ସମ୍ପୃକ୍ତ ଚୋରା ତେଲ ବ୍ୟବସାୟୀ ସଙ୍ଗେ ସଙ୍ଗେ ଏକ ଧଳା ରଙ୍ଗର ପିକଅପ ଗାଡିରେ ଲୋଡ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ। ବନ୍ଦର ନିଷିଦ୍ଧାଞ୍ଚଳରେ ପୋଲିସ ଓ ତେଲ ମାଫିଆଙ୍କ ମଧ୍ଯରେ ଗୋଡିଆ ଗୋଡି ରୋଚକ ସ୍ଥିତି ସୃଷ୍ଟି କରିଥିଲା। ଶେଷରେ ପୋଲିସ ଉକ୍ତ ଗାଡିକୁ ଧରି ଥାନାକୁ ନେଇଥିବା ବନ୍ଦରରେ କାର୍ଯ୍ୟରତ କିଛି ଶ୍ରମିକ ପ୍ରକାଶ କରିଛନ୍ତି।

    ତେବେ ଧରା ପଡିବା ପରେ ବନ୍ଦରରେ କାମ କରୁଥିବା ଏକ କମ୍ପାନୀ ଉକ୍ତ ତେଲକୁ ନିଜର ବୋଲି ଦାବି କରିଥିବା ସୂଚନା ମିଳିଛି। ଯଦି ଉକ୍ତ ତେଲ ସମ୍ପୃକ୍ତ କମ୍ପାନୀର, ତେବେ ପରିତ୍ୟକ୍ତ ସ୍ଥାନରେ କାହିଁକି ରଖାଯାଇଥିଲା ଏବଂ ପ୍ରଥମରୁ ପୋଲିସକୁ ସୂଚନା ନଦେଇ ତେଲ ନେଇ ଫେରାର ହେବାକୁ କାହିଁକି ଚେଷ୍ଟା କରୁଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ।

  • ମରଣଯନ୍ତା ପାଲଟିଛି ଅଡାମାହା ଗ୍ରାମ କଚ୍ଛା ରାସ୍ତା

    ମରଣଯନ୍ତା ପାଲଟିଛି ଅଡାମାହା ଗ୍ରାମ କଚ୍ଛା ରାସ୍ତା

    ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଅଡାମାହା ଗ୍ରାମ ର ଦୃଶ୍ୟ। ଅଡାମାହା ଗ୍ରାମ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ଭାରତ ସ୍ୱାଧୀନ ହୋଇ ୭୭ ବର୍ଷ ପରେ ମଧ୍ୟ ଏଭଳି ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଠାରୁ ପ୍ରାୟ ୮ କିମି ଦୁରରେ ଅବସ୍ଥିତ ଅଡାମାହା ଗ୍ରାମ। ଅଡାମାହା ଠାରୁ ବନ୍ଦାରି ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟି ଥିବା ଦେଖିବାକୁ ମିଳୁଛି। ବର୍ଷା ହେଲେ ଏହି ରାସ୍ତା ରେ ନଚାଲିବା ଭଲ । ଖାଲ ଢିପ ସହ କାଦୁଅ ଖସଡ଼ା କଚ୍ଛା ରାସ୍ତା ଦେଇ ଯିବା କୁ ପଡ଼ିଥାଏ ଏହି ଅଡାମାହା ଗ୍ରାମକୁ । ଏହି ଗ୍ରାମ ର ଲୋକ ଚନ୍ଦ୍ରପୁର ମୁଖ୍ୟ ଡାକ୍ତରଖାନାକୁ ଯିବା ପାଇଁ ହେଲେ ବହୁ ସତର୍କ ତା ସହ ଯିବା କୁ ପଡ଼ିଥାଏ।

    ଏହି କ୍ଷେତ୍ରରେ ଅନେକ ରୋଗୀ ମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହେବା ସହ ଅନେକ ଲୋକ ଖସଡ଼ା ରାସ୍ତା ଯୋଗୁଁ ବାଇକ୍ ରେ ଯିବାଆସିବା କରୁଥିବା ଲୋକେ ପଡି ଯିବାର ସମ୍ଭାବନା ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ଏବଂ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ପାଇଁ କାନ୍ଧରେ ବୋହି ନେବାକୁ ପଡ଼ିଥାଏ। ଏଠାକୁ ଆମ୍ବୁଲାନ୍ସ ସେବା ଆସିବା ପାଇଁ ସାତ ସପନ ହୋଇଯାଇଛି। ସେହିପରି ସ୍ବାସ୍ଥ୍ୟ ଓ ଶିକ୍ଷା ର ମଧ୍ୟ ବାଟବଣା ହୋଇ ଥିବା ଦେଖିବାକୁ ମିଳୁଛି। ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର କୁ ଯିବା ପାଇଁ ସୁବିଧା ନା ଅଛି ବିଦ୍ୟାଳୟ କୁ ଯିବା ପାଇଁ ସୁବିଧା । ଅଙ୍ଗନୱାଡ଼ି ର ସୁବିଧା ପାଇବା ପାଇଁ ହେଲେ ୩ କିଲୋମିଟର ଦୂର ରେ ଥିବା ବନ୍ଦାରି ଗ୍ରାମରେ ଅବସ୍ଥାପିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାକୁ ପଡିଥାଏ।

    ଏନେଇ ବହୁ ବାର ପଞ୍ଚାୟତ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓ ଓ ରାୟଗଡ଼ା RD ଜେଇ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମ ବାସି। ଏହି ଦିଗରେ ପ୍ରଶାସନିକ ଓ ପ୍ରଶାନ ଅଧିକାରୀ କିମ୍ବା ରାଜନୈତିକ ଗଣ ମଧ୍ୟ ଦୃଷ୍ଟି ଦେଇନଥିବା ଜଣାପଡିଛି। ଏହି ଲିଖିତ ଅଭିଯୋଗ ର କୈାଣସି ସୁଫଳ ମିଳିନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଏହି ଦିଗରେ ତୁରନ୍ତ ରାସ୍ତା ର ମରାମତି ପାଇଁ ଦାବି କରୁଛନ୍ତି ଗ୍ରାମବାସୀ।

  • ଗୁରୁପୂର୍ଣ୍ଣିମାରେ ଚଳ ଚଞ୍ଚଳ ବାଲିପଡା ଅଢଙ୍ଗ ମଠ

    ଗୁରୁପୂର୍ଣ୍ଣିମାରେ ଚଳ ଚଞ୍ଚଳ ବାଲିପଡା ଅଢଙ୍ଗ ମଠ

    ଗୁରୁଙ୍କ ପାଇଁ ଦିନ ଟିଏ ଗୁରୁଙ୍କୁ ସ୍ମରଣ କରିବା ସହ ପୂଜାଅର୍ଚ୍ଚନା କରାଜାଏ। ଗୁରୁପୂର୍ଣ୍ଣିମା ବା ବ୍ୟାସ ପୁର୍ଣିମା ଆଷାଢ଼ ପୁର୍ଣିମା ରେ ମହର୍ସିବ୍ୟସ ଦେବଙ୍କ ଜନ୍ମ ଦିନ ହୋଇଥିବା ବେଳେ ଆଜିକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ ହୋଇ ଆସୁଛି। ଏହି ବ୍ୟାସ ପୁର୍ଣିମା ଅବସର ରେ କଟକ ଜିଲ୍ଲା ମହାଙ୍ଗା ବ୍ଲକ ବାଲିପଡା ଠାରେ ଅବସ୍ତିତ ପୂରାଣ ପ୍ରସିଦ୍ଧ ମାଳିକା ବର୍ଣିତ ଅଢଙ୍ଗ ମଠ, ଚଳଚଞ୍ଚଳ ହୋଇ ଉଠିଛି ଏହି ପିଠ। ଏମିତି କି ଓଡିଶା ତଥା କଲିକତା ସମତେ ବହୁ ବାହାରୁ ଭକ୍ତ ଆସି ଏହି ଗୁରୁପୂର୍ଣ୍ଣିମା ଅବସର ର ବାବା ନିର୍ଭୟାନନ୍ଦ ମୋହାରାଜ୍ ଙ୍କୁ ପୂଜାଅର୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ। ବାବା ନିର୍ଭୟାନନ୍ଦ ମୋହାରାଜ୍ ଏହି ଗୁରୁପୂର୍ଣ୍ଣିମା ରେ ସାମ୍ବାଦିକ ଉତ୍ତମ ପ୍ରସାଦ ରାଉତ, ସାମ୍ବାଦିକ ସତ୍ୟବ୍ରତ ବାରିକ୍,ସାମ୍ବାଦିକ୍ ରମେଶ ମହାନ୍ତି,ସାମ୍ବାଦିକ ବିଜୟ କୁଅଁର ଆଦି ପ୍ରମୁଖ ସାମ୍ବାଦିକ ମାନକୁ ବିଶ୍ୱରୂପା ପୁସ୍ତକ ସହିତ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

    ଏହି ମଠ ଖାଲି ଗୁରୁପୂର୍ଣ୍ଣିମା ନୁଏ ଏମିତି କି ଦଶହରା ରେ ମା ଦୁର୍ଗା ଧରାପ୍ରୁଷ୍ଟ କୁ ଆସି ଏହି ମଠ ରେ ପୂଜା ପାଇବା ସହ ଭକ୍ତ ମାନକୁ ଦର୍ଶନ ଦେଇଥାନ୍ତି ସେଇ ଭଳି ପବିତ୍ର ଦୀପାବଳି ବା କାଳି ପୂଜା ରେ ମା କାଳୀ ଏହି ପିଠ ରେ ପୂଜାପାଇଥାନ୍ତି ଏହି ପୂଜା ରେ ବାବା ନିର୍ଭୟାନନ୍ଦ ମହାରାଜ୍ ଙ୍କ ଅବଦାନ ବି ଯଥେଷ୍ଟ ରହିଥାଏ ଯୋଉଥି ପାଇଁ ଚଳ ଚଞ୍ଚଳ ହୋଇ ଉଠେ ଏହି ପିଠ ।

  • ଶ୍ରାବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ପାଇଁ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ

    ଶ୍ରାବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ପାଇଁ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ

    ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହି ପରୀପ୍ରେକ୍ଷୀରେ ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାଠାରେ ଅବସ୍ଥିତ ରାଜ୍ୟ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

    ସେହିଭଳି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାବା ଆଖଣ୍ଡଳମଣି ପୀଠରେ ସବୁ ଥର ପରି ଚଳିତ ବର୍ଷ ମଧ୍ୟ ବୋଲ ବମ ଭକ୍ତ ମାନଙ୍କ ପାଇଁ ପ୍ରଶାସନ ତରଫରୁ ଲାଇଟ୍ ଓ ଟେଣ୍ଟ ର ବ୍ୟବସ୍ଥା ହୋଇଛି ହେଲେ ଅତି ନିମ୍ନମାନର ଟେଣ୍ଟ ଓ ଲାଇଟ୍ ହୋଇଛି ବୋଲି ସ୍ଥାନୀୟ ଯୁବକ ମାନେ ଅଭିଯୋଗ କରିଛନ୍ତି।ପ୍ରଶାସନ ତରଫରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଘାଟ ଖୋଲା ରହିଥିବା କଥା ଯଣାପଡିଛି। ଅବଶିଷ୍ଟ ଯାତ୍ରୀମାନେ କିପରି ସୁବିଧାରେ ରାତି ସମୟରେ କିପରି ବିଶ୍ରାମ ନେଇପାରିବେ ସେ ଦିଗରେ ନଜର ଦେବାକୁ ସାଧାରଣ ରେ ଦାବି ହୋଇଛି। ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଚାଲି ଚାଲି ଆସି ରାତିରେ ବିଶ୍ରାମ ନେବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ କୋମାରେ। ସ୍ଥାନୀୟ ଯୁବକ ମାନେ ଏ ବିଷୟରେ ଚାନ୍ଦବାଲି ବିଡ଼ିଓ ଓ ତହସିଲଦାର ଙ୍କୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ନଦୀ ପାର୍ଶ୍ବ ଓ ବର୍ଷା ଦିନ ଅନ୍ଧାର ଓ ତଳେ ଯାତ୍ରୀମାନେ ବିଶ୍ରାମ ନେଉଥିବା ର ନଜିର ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚାପାଗୁଞ୍ଜରଣ ସୃଷ୍ଟି ହେବାର ଦେଖିବାକୁ ମିଳିଛି।

    ତେବେ ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି

  • ବଡ଼ ମାଛ ଭାବି ଜାଲକୁ ଟାଣିବାବେଳେ ବାହାରିଲା ମଣିଷ ଶବ

    ବଡ଼ ମାଛ ଭାବି ଜାଲକୁ ଟାଣିବାବେଳେ ବାହାରିଲା ମଣିଷ ଶବ

    ସମୁଦ୍ରରେ ଜାଲ ପକାଉଥିବା ବେଳେ ଜାଲରେ ପଡିଲା ଅଜଣା ବ୍ୟକ୍ତିର ଶବ। ଜଟାଧାର ମୁହାଁଣ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ ସୂଚନା ଅନୁଯାଇ, କିଛି ମତ୍ସ୍ୟଜୀବୀ ଜଟାଧାର ମୁହାଁଣ ଭୋସକାଲିସ ପଏଣ୍ଟ ନିକଟରେ ଜାଲ ପକାଉଥିଲେ। ଜାଲଟି ଭାରି ଲାଗିବା ସହିତ, ଜାଲ କୂଳକୁ ଟାଣି ହୋଇନଥିଲା। ଫଳରେ ବଡ ମାଛ ପଡିଛି ଭାବି ତିନିଜଣ ମତ୍ସ୍ୟଜୀବୀ ଜାଲକୁ କୂଳକୁ ଟାଣିଥିଲେ। ବଡମାଛ କାଳେ ଜାଲରୁ ଖସିଯିବ ଭାବି ଦୁଇଜଣ ମତ୍ସ୍ୟଜୀବୀ ପାଣିରେ ପଶି ଜାଲକୁ ଟେକିଥିଲେ। ମାତ୍ର ମାଛ ବଦଳରେ ଶବକୁ ଦେଖି ଜାଲ ଛାଡି ମତ୍ସ୍ୟଜୀବୀମାନେ ଦୌଡିଥିଲେ। ପରେ ସ୍ଥାନୀୟ କିଛି ଯୁବକ ମତ୍ସ୍ୟଜୀବୀଙ୍କ ସହିତ ମିଶି ଜାଲକୁ ଶୁଖିଲାକୁ ଟାଣି ଆଣିଥିଲେ। ଶବଟି ପଚି ଯାଇଥିବା ବେଳେ ଶବର କିଛି ଅଂଶ ମାଛ ଖାଇଦେଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜଟାଧାର ମୁହାଁଣ ମେରାଇନ ଥାନାକୁ ଖବର ଦିଆଯାଇଛି, ପୋଲିସ ପହଞ୍ଚି ଏବେ ତଦନ୍ତ ଆରମ୍ଭ କରିଛି। ଶବଟି ପାଖାପାଖି ୮ ଦିନରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡୁଛି ।

  • ପ୍ରିୟଙ୍କା ଗାନ୍ଧୀଙ୍କ ପଦକ୍ଷେପ, ରାହୁଲ ଏବଂ ଅଖିଳେଶଙ୍କ ମଧ୍ୟରେ ହେଲା ବୈଠକ, ଡିମ୍ପଲ୍ ମଧ୍ୟ ଥିଲେ ଉପସ୍ଥିତ

    ପ୍ରିୟଙ୍କା ଗାନ୍ଧୀଙ୍କ ପଦକ୍ଷେପ, ରାହୁଲ ଏବଂ ଅଖିଳେଶଙ୍କ ମଧ୍ୟରେ ହେଲା ବୈଠକ, ଡିମ୍ପଲ୍ ମଧ୍ୟ ଥିଲେ ଉପସ୍ଥିତ

    ଉତ୍ତରପ୍ରଦେଶର ୧୦ଟି ଆସନରେ ପ୍ରସ୍ତାବିତ ଉପ-ନିର୍ବାଚନ ମଧ୍ୟରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ହାଇକମାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ଦ୍ୱାରା ଏହି ଖବର ସାମ୍ନାକୁ ଆସିଛି । ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ସପ୍ତାହରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ବାସଭବନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ରାଇବରେଲି ସାଂସଦ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିଥିଲେ।

    ସମ୍ପ୍ରତି ଲୋକସଭା ନିର୍ବାଚନରେ ​​ଏସପି ଏବଂ କଂଗ୍ରେସ ଉତ୍ତରପ୍ରଦେଶରେ ବିଜେପିକୁ ପରାସ୍ତ କରିଛନ୍ତି, କିନ୍ତୁ ରାହୁଲ ଏବଂ ଅଖିଳେଶଙ୍କର ଘନିଷ୍ଠ ସମ୍ପର୍କ ନାହିଁ ବୋଲି ବିଶ୍ୱାସ କରାଯାଉଛି। ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କର ଅଭାବରୁ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ। ସୂତ୍ରରୁ ପ୍ରକାଶ ଯେ ୟୁପିରେ ମିଳିତ ମେଣ୍ଟର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେୟ ନେବାକୁ କଂଗ୍ରେସ ଏବଂ ଏସପି ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଉଭୟ ଦଳ ଆଗାମୀ ବିଧାନସଭା ଉପ-ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏବଂ ୨୦୨୭ ବିଧାନସଭା ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

    ରାହୁଲ ଏବଂ ଅଖିଲେଶଙ୍କ ମଧ୍ୟରେ ହୋଇଥିଲା ଏହି କଥା!
    ସୂତ୍ରରୁ ପ୍ରକାଶ ଯେ ପ୍ରିୟଙ୍କା ଚାହାଁନ୍ତି ଯଦି ଏହି ମେଣ୍ଟ ଦୀର୍ଘ ସମୟ ଧରି ଚାଲିବ ତେବେ ଉଭୟଙ୍କ ମଧ୍ୟରେ ଥିବା ଫାଟକୁ ଦୂର କରିବାର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରିୟଙ୍କା ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଏବଂ ମେନପୁରି ସାଂସଦ ଡିମ୍ପଲ୍ ଯାଦବ ଏବଂ ପୂର୍ବତନ କଂଗ୍ରେସ ସଭାପତିଙ୍କୁ ତାଙ୍କ ବାସଭବନରେ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ସୂଚନାନୁସାରେ, ପ୍ରିୟଙ୍କା ଅଖିଳେଶଙ୍କୁ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ପ୍ରାକୃତିକ ସମନ୍ୱୟ ରହିଛି ଏବଂ ଉଭୟ ନେତାଙ୍କୁ ଅଧିକ ଆଲୋଚନା ଏବଂ ଉତ୍ତମ ବୁଝାମଣାର ଆବଶ୍ୟକ ଜରୁରୀ।