Tag: #suchana news

  • ରାଜସ୍ଥାନରେ ଗୋରୁଙ୍କୁ କହିପାରିବେନି ‘ବେସହାରା’ ଏବଂ ‘ଆୱାରା’, ନୂତନ ଶବ୍ଦର ପରାମର୍ଶ ଦେଲେ ସରକାର

    ରାଜସ୍ଥାନରେ ଗୋରୁଙ୍କୁ କହିପାରିବେନି ‘ବେସହାରା’ ଏବଂ ‘ଆୱାରା’, ନୂତନ ଶବ୍ଦର ପରାମର୍ଶ ଦେଲେ ସରକାର

    ରାଜସ୍ଥାନ ସରକାର ଚଳିତ ଆର୍ଥିକ ବର୍ଷରେ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ଅନୁଦାନ ଅନୁମୋଦନ କରିଛନ୍ତି। ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ ….୨୦୨୪-୨୫ ଆର୍ଥିକ ବର୍ଷରେ ଜୁଲାଇ୨୨ ପର୍ଯ୍ୟନ୍ତ ୨,୮୪୩ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।

    ରାଜସ୍ଥାନ ସରକାର ଗୋରୁଙ୍କ ପାଇଁ ଏକ ଦୃଢ଼ ପକ୍ଷେପ ନେଇଛି I ଗୋରୁଙ୍କ ପାଇଁ ବ୍ୟବହୃତ ହେଉଥିବା ଶବ୍ଦ ଉପରେ ବ୍ୟାନ ଲଗାଯିବ ଏବଂ ନୂଆ ଶବ୍ଦର ବିଚାର କରାଯାଇଛି I ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ “ରାଜସ୍ଥାନରେ ଏବେ ଗୋରୁଙ୍କୁ “ଆଵାରା” ଶବ୍ଦ ବ୍ୟବହାର କରାଯିବ ନାହିଁ ” ରାଜସ୍ଥାନ ବିଧାନସଭାରେ ବୁଧବାର ପଶୁପାଳନ ଏବଂ ଡାଏରୀ ବିଭାଗର ଅନୁଦାନ ବିଷୟ ଯୁକ୍ତିରେ ଜୋରା ରାମ କୁମାୱତ ତାଙ୍କ ଉତ୍ତରରେ କହିଥିଲେ ଯେ ଏବେ ଠାରୁ ଆଵାରା ଗୋରୁଙ୍କ ପାଇଁ “ନିରାଶ୍ରିତ” ଶବ୍ଦର ବ୍ୟବହାର କରାଯିବ I

    ଖବର ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଯେ “ରାଜ୍ୟ ସରକାର ବହୁମୁଲ୍ୟ ପଶୁ ସମ୍ପଦ ଏବଂ ପଶୁପାଳନ ଉତ୍ପାଦନର ବିକାଶର ଅଗ୍ରଗତି କରି ପଶୁପାଳକଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିବଦ୍ଧ I ଗୋରୁ ଏବଂ ବଳଦମାନଙ୍କର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ମଧ୍ୟ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରୁଛନ୍ତି। “
    ଗୃହରେ ଆଲୋଚନା ପରେ ବିଧାନସଭା ବିଭାଗର ଅନୁଦାନ ଦାବିଗୁଡିକ ପାରିତ କରିଛି।

  • ରାତି ଅଧରେ କାମୁଡିଲା ସାପ, ଚାଲିଗଲା ପୁଅର ଜୀବନ

    ରାତି ଅଧରେ କାମୁଡିଲା ସାପ, ଚାଲିଗଲା ପୁଅର ଜୀବନ

    ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଅଡୁଆଁ ଗ୍ରାମରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ସେ ଘରେ ଖାଇ ଶୋଇଥିବା ସମୟରେ ଏପରି ଅଘଟଣ ଘଟିଛି । ସୂଚନା ମୁତାବକ, ବୃନ୍ଦାବନ ମଳିକଙ୍କ ୩ ପୁଅ ରାତିରେ ଖାଇସାରି ଗୋଟିଏ ଘରେ ଶୋଇଥିଲେ । ତେବେ ରାତିରେ ଯେତେବେଳେ ସାନ ଭାଇଙ୍କ ନିଦ ଭାଙ୍ଗିଥିଲା ସେ ଦେଖିବାକୁ ପାଇଥିଲେ ଯେ, ବଡଭାଇ ରଞ୍ଜନଙ୍କ ପାଟିରୁ ଗରଳ ବାହାରୁଛି ।

    ସେ ତୁରନ୍ତ ଯାଇ ତାଙ୍କ ମାଙ୍କୁ ଡାକିଥିଲେ । ମା ଆସି ପୁଅର ଏପରି ଅବସ୍ଥା ଦେଖି ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିଲେ । ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ ରଞ୍ଜନଙ୍କୁ ବଞ୍ଚାଇ ପାରିନଥିଲେ । ୨୨ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରେ ଲୁହ ଶୁଖୁନି । ଅନ୍ୟପଟେ ରଞ୍ଜନଙ୍କ ମୃତ ଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି ।

  • କଙ୍ଗନାଙ୍କୁ ହାଇକୋର୍ଟର ନୋଟିସ୍‌, ୨୧ ସୁଦ୍ଧା ଜବାର ରଖିବାକୁ ନିର୍ଦ୍ଦେଶ

    କଙ୍ଗନାଙ୍କୁ ହାଇକୋର୍ଟର ନୋଟିସ୍‌, ୨୧ ସୁଦ୍ଧା ଜବାର ରଖିବାକୁ ନିର୍ଦ୍ଦେଶ

    ଏବେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିବା ସାଂସଦ କଙ୍ଗନା ରାଣାଓ୍ୱତଙ୍କ ବଢିଛି ଅଡୁଆ । କେବେ ବି ସେ ହରାଇ ପାରନ୍ତି ସାଂସଦ ପଦ । କଙ୍ଗନାଙ୍କୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସାଂସଦ ପଦ ରଦ୍ଦ ଦାବିରେ ପିଟିସନ ଦାଖଲ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି ।

    ତେବେ ତାଙ୍କ ବିରୁଦ୍ଦରେ କିଏ ଆଉ କାହିଁକି ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ବାସ୍ତବରେ ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ କିନ୍ନଉର# ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ନିର୍ବାଚନକୁ ବାତିଲ କରିବାକୁ ଦାବି କରିଛନ୍ତି । ନେଗି, ମଣ୍ଡିରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ହେଲେ ନିର୍ବାଚନ ଅଧିକାରୀ ଭୁଲ୍‌ ଉପାୟରେ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ କରିଥିଲେ । ହେଲେ ସେ କହିଛିନ୍ତି, ଯଦି ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ । ତେଣୁ, ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି । ତେବେ ଚଳିତ ନିର୍ବାଚନରେ ଡେବ୍ୟୁ କରି ବିଜୟୀ ହୋଇଥିବା କଙ୍ଗନାଙ୍କୁ ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଜବାର ରଖିବାକୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି ।

  • ଘରେବି ସୁରକ୍ଷିତ ନୁହଁ ସାଧାରଣ ଜୀବନ,ଦୁର୍ବୁତ୍ତ ଘରେପଶି ଭୂଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

    ଘରେବି ସୁରକ୍ଷିତ ନୁହଁ ସାଧାରଣ ଜୀବନ,ଦୁର୍ବୁତ୍ତ ଘରେପଶି ଭୂଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

    ଘରେ ବସି ଦେଖୁଥିଲେ ଟିଭି, ହାଠାତ ଘରେ ପଶି ଭୂଜାଲିରେ ଆକ୍ରମଣ କରି ଲୁଟିଲେ ଦୁର୍ବୁତ୍ତ। ନଗଦ ୪୦ ହଜାର ଟଙ୍କା ଓ ଦୁଇଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଦୁଇ ଜଣ ଦୃବୃତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଓ ହାତରେ କଟୁରୀ , ଭୁଜାଲି ଧରି ହଠାତ ଘର ଭିତରେ ପଶି ଅଧ୍ୟାପକ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଏକ ରୁମ ଭିତରେ ଭର୍ତ୍ତି କରି ବାହାରପଟୁ କବାଟ ବନ୍ଦ କରିଦେଇଥଇଲେ । ପରେ ସମସ୍ତ ସୁନା ଅଳଙ୍କାର ଏବଂ ଘରେ ଥିବା ୪୦ ହଜାର ଟଙ୍କା ଲୁଟ ହୋଇଥିବା କହିଛନ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଶ୍ରୀ ମିଶ୍ର

    ଏଠାରେ ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୋଟର ସାଇକେଲ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟାପକ ଜଣଙ୍କ ପହଞ୍ଚି ଯିବାରୁ ସେ ଛାଡ଼ି ପଳାଇଥିଲେ । ଏ ସମ୍ପର୍କରେ ଅଧ୍ୟାପକ ମିଶ୍ର କୁଜଙ୍ଗ ପୋଲିସ କୁ ଜଣାଇବା ସହ ସି ସି ଟି ଭି ଫୁଟେଜ ଦେଇଥିଲେ । ସେହିପରି ଗତ ଶନିବାର ଦିନ ମଧ୍ଯ ଜଣେ ଯୁବକ ପାରାଦ୍ଵୀପ ରୁ ଘରକୁ ଫେରୁଥିବା ବେଳେ ବିଶ୍ବାଳି ଗ୍ରାମରେ ତାଙ୍କୁ କେହି ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ମୋଟରସାଇକେଲ ଛଡାଇ ନେଇଥିଲେ । ତେବେ ଦିନକୁ ଦିନ ଅଞ୍ଚଳରେ ଚୋରମାନଙ୍କ ପାଦ୍ରୁଭାବ ବଢୁଥିବାରୁ ସ୍ଥାନୀୟରେ ଚିନ୍ତାପ୍ରକଟ କରିଛନ୍ତି ଅଞ୍ଚଳବାସୀ…….

  • ହେଲମେଟ ନ ପିନ୍ଧ, ସିଗାରେଟ ପି ଚାଲ …ସଲମାନ ଖାନ ଫାୟାରିଂ ମାମଲାରେ ଚାର୍ଜସିଟରେ ବଡ ଖୁଲାସା

    ହେଲମେଟ ନ ପିନ୍ଧ, ସିଗାରେଟ ପି ଚାଲ …ସଲମାନ ଖାନ ଫାୟାରିଂ ମାମଲାରେ ଚାର୍ଜସିଟରେ ବଡ ଖୁଲାସା

    ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫାଇରିଙ୍ଗ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଅନମୋଲ ବିଷ୍ଣୋଇ ଏବଂ ତାଙ୍କ ସୁଟରଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓ କ୍ଲିପ୍ ମଧ୍ୟ ଅଛି | ଏହି ଅଡିଓ କ୍ଲିପ୍ ରେ ଲରେନ୍ସଙ୍କ ଭାଇ ଅନମୋଲ ତାଙ୍କ ସୁଟର ପାଲ ଏବଂ ଗୁପ୍ତାଙ୍କୁ ହେଲମେଟ ନ ପିନ୍ଧିବା ଏବଂ ସିଗାରେଟ ଟାଣିବା କଥା କହିଛନ୍ତି, ଯାହାଫଳରେ ଦୁହେଁ ନିର୍ଭୟରେ ଦେଖାଯିବେ | ଲରେନ୍ସଙ୍କ ଭାଇ ଅନମୋଲ ଗୋଟିଏ ଦିନ ପୂର୍ବରୁ ସୁଟରମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ହେଲମେଟ ନ ପିନ୍ଧିବା ପାଇଁ … ନିର୍ଭୟରେ ଦେଖାଯିବା ପାଇଁ ଗୁଳି ଚଳାଇବା ସମୟରେ ସିଗାରେଟ ଟାଣନ୍ତୁ … ତୁମେ ଇତିହାସ ରଚିବ । ଏହି ସୁଟରମାନେ ଏପ୍ରିଲ ୧୪ ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବଲିଉଡ ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ।

    “ଗୁଳି ଏମିତି ଚଳାଅ ଯେ ଯେମିତି ସଲମାନ ଡରିଯିବେ”
    ଲରେନ୍ସ ବିଷ୍ନୋଇଙ୍କ ଭାଇ ସୁଟରଙ୍କୁ କହିଛନ୍ତି ଯେ ଗୁଳି ଚଳାଇବା ସମୟରେ ଭାବି ଚିନ୍ତି ଏବଂ ତୁରନ୍ତ ସବୁ ସ୍ଥାନରେ ଚଳାଇବାକୁ ପଡ଼ିବ। ତାହା ପାଇଁ ଅଧା ମିନିଟ୍, ଏକ ମିନିଟ୍ କିମ୍ବା ଦେଢ ମିନିଟ୍ ସମୟ ଲାଗେ, କୌଣସି ଅସୁବିଧା ନାହିଁ, ଏବଂ ଆପଣଙ୍କୁ ଏହାକୁ ଏପରି ଭାବରେ ଚଳାଇବାକୁ ପଡିବ ଯେ ଭାଇ (ସଲମାନ) ଯେମିତି ଭୟଭୀତ ହୋଇଯିବେ |

    ମୋତେ ଏବଂ ମୋ ପରିବାର ପାଇଁ ଲରେନ୍ସ ବିଷ୍ଣୋଇଙ୍କ ବିପଦ
    ଏହି ବାର୍ତ୍ତାଳାପ ସେହି ଅଡିଓ କ୍ଲିପ୍ ର ଅଟେ, ଯାହା ଚାର୍ଜ ସିଟ୍ ରେ ଉଲ୍ଲେଖ କରାଯାଇଛି | ଏହି ଚାର୍ଜସିଟରେ ସଲମାନ ଖାନଙ୍କ ବିବୃତ୍ତି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସଲମାନ ଖାନଙ୍କ ତରଫରୁ କୁହାଯାଇଛି ଯେ ସେ ଅନୁଭବ କରୁଛନ୍ତି ଯେ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଗ୍ୟାଙ୍ଗ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି, ସେଥିପାଇଁ ଗୁଳି ଚଳାଇଥିଲେ। ପୋଲିସ୍ ଚାର୍ଜସିଟ୍ ରେ ଘଟଣା ଦିନ ବାଇକ୍ ଚଳାଉଥିବା ଅଭିଯୁକ୍ତ ଅନମୋଲ ଏବଂ ବିକି କୁମାର ଗୁପ୍ତାଙ୍କ ମଧ୍ୟରେ ସିଗନାଲ୍ ଆପରେ ବାର୍ତ୍ତାଳାପର ଅଡିଓ କ୍ଲିପ୍ ର ଏକ କପି ମଧ୍ୟ ରହିଛି।

  • ପ୍ରେମରେ ଅନ୍ଧ ହୋଇ ନେଇଗଲା ୩ଟି ଜୀବନ,ଛୋଟ ପିଲାଙ୍କୁ ବି ଛାଡିଲାନି

    ପ୍ରେମରେ ଅନ୍ଧ ହୋଇ ନେଇଗଲା ୩ଟି ଜୀବନ,ଛୋଟ ପିଲାଙ୍କୁ ବି ଛାଡିଲାନି

    ବିବାହିତା ମହିଳାଙ୍କୁ ପ୍ରେମ କଲା, ଆଉ ତାକୁ ପାଇବା ପାଇଁ ସବୁ ସୀମା ଡେଇଁଗଲା । ଶେଷରେ ମୃତ ପ୍ରେମିକାଙ୍କୁ ନଦୀକୁ ଫିଙ୍ଗିବା ସହିତ ତାଙ୍କର ଦୁଇ ପିଲାଙ୍କୁ ମଧ୍ୟ ଜୀବନ୍ତ ନଦୀକୁ ଫିଙ୍ଗି ଦେଇଛି । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଆସିଛି ମହାରାଷ୍ଟ୍ର ପୁନେରୁ । ତେବେ ପୁଲିସ ସୂତ୍ରରୁ ଜଣାପଡିଛି ଯ, ୩୭ ବର୍ଷିୟ ଗଜେନ୍ଦ୍ର ଜଗନ୍ନାଥ ଦଗଦଖୈରଙ୍କ ପ୍ରେମରେ ଅନ୍ଧ ହୋଇଯାଇଥିଲେ ୨୫ ବର୍ଷିୟା ସମରୀନ ନିଶାର ନେଭେରେକର । ସମରୀନ ବିବାହିତା ହୋଇଥିବା ବେଳେ ତାଙ୍କର ମଧ୍ୟ ୨ ଜଣ ଛୋଟ ପିଲା ରହିଥିଲେ । ଏଥିସହିସ ସେ ପୁଣି ଥରେ ମଧ୍ୟ ବର୍ଭବତୀ ହୋଇଥିଲେ । ତଥାପି ସମରୀନ ଗଜେନ୍ଦ୍ରଙ୍କ ପ୍ରେମକୁ ଗ୍ରହଣ କରିନେଇଥିଲେ । ତେବେ ସମରୀନ ପୁନଶ୍ଚ ଗର୍ଭବତୀ ହୋଇଥିବା ଜାଣି ଗଜେନ୍ଦ୍ର ଗର୍ଭ ନଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ । ‌ତେଣୁ, ‌ସେ ନିଜର ବିବାହିତା ଗର୍ଭବତୀ ପ୍ରେମିକାଙ୍କୁ ଧରି ମେଡିକାଲ ଯାଇଥିଲେ । ହେଲେ ଗର୍ଭନଷ୍ଟ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଗଜେନ୍ଦ୍ର ତାଙ୍କ ସାଙ୍ଗ ରବିକାନ୍ତଙ୍କ ସହ ପ୍ରେମିକାଙ୍କ ମୃତଦେହ ହସ୍ପିଟାଲରୁ ଆଣି ଇନ୍ଦ୍ରାୟନି ନଦୀରେ ଫିଙ୍ଗି ଦେଇଥି‌ଲେ । ସମରୀନଙ୍କ ମୃତଦେହ ନଦୀକୁ ଫିଙ୍ଗିବା ବେଳେ ଦେଖି ପାଖରେ ଥିବା ତାଙ୍କର ଦୁଇ ପିଲା କାନ୍ଦିବାକୁ ଆରମ୍ଭ କରିଥିଲେ । ଏହାପରେ ରାଗିଯାଇଥିଲା ପିଶାଚ ପ୍ରେମିକ ଗଜେନ୍ଦ୍ର । ପ୍ରେମିକାଙ୍କ ଦୁଇ ସନ୍ତାନଙ୍କୁ ମଧ୍ୟ ସେହି ନଦୀକୁ ଠେଲି ଦେଇଥିଲେ ।

    କିଛିଦନ ଧରି ମହିଳାଙ୍କୁ ତାଙ୍କ ପରିବାର ଲୋକେ ଯୋଗାଯୋଗ କରିବାରୁ ଚେଷ୍ଟା କରୁଥିଲେ ସୁଦ୍ଧା ଯୋଗାଯୋଗ ହୋଇପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ତଲେଗାଁ ଦଭାଡେ ଥାନାରେ ସମରୀନ ଓ ୨ ପିଲାଙ୍କ ନିଖୋଜ ନେଇ ଏଫଆଇଆର କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଚେର ଖୋଜି ପାଇବାରେ ସଫଳ ହୋଇଥିଲା । ଗଜେନ୍ଦ୍ରଙ୍କୁ କାବୁ କରି ସବୁ ସତ ତାଙ୍କ ପାଟିରୁ ବାହାର କରିଥିଲା । ଏହାପରେ ଘଟଣାର ସମସ୍ତ ବିବରଣୀ ଏକାଠି କରି ଅଭିଯୁକ୍ତ ଗଜେନ୍ଦ୍ର ଓ ତାଙ୍କ ବନ୍ଧୁ ରବିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

  • ଯାଜପୁର ଆରଟିଓ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥ ଯାଞ୍ଚ

    ଯାଜପୁର ଆରଟିଓ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥ ଯାଞ୍ଚ

    ଯାଜପୁର ଆରଟିଓ ପାଣିକୋଇଲି କେନ୍ଦୁଝର 20ନମ୍ବର ଜାତୀୟ ରାଜପଥ ଆଲିଆ ଛକ ଠାରେ ପରିବହନ ବିଭାଗ ତରଫରୁ ସମସ୍ତ ଯାତ୍ରୀ ବାହି ବସ ଗୁଡିକୁ କଡା କଡ଼ି ଯାଞ୍ଚ କରାଯାଇଛି l ଅନ୍ୟ ଜିଲ୍ଲାର ରୁଟ୍ର ପରମିଟରେ ଯାଜପୁର ଓ କେନ୍ଦୁଝରରୁ କଟକକୁ ବସ୍ ଚଳାଚଳ କରୁଛି। ମାଲିକ ନିଜର ଲାଭ ପାଇଁ ପରିବହନ ବିଭାଗକୁ ଭୁଆଁ ବୁଲାଇ ଚାଲିଛନ୍ତି । ଅନେକ ସମୟରେ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ ନେଉଥିବା ଅଭିଯୋଗ ହୋଇଥିଲା l ଏହାକୁ ଆଖି ଆଗରେ ରଖି ଗାଡ଼ିର ପରମିଟ, ଲାଇସେନ୍ସ,ଅନ୍ୟାନ୍ୟ କାଗଜପତ୍ର, ଭଡ଼ା ବୋର୍ଡ ପ୍ରଦର୍ଶନ କରିବା ଏବଂ ଯାତ୍ରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ତାଗିତ କରାଯାଇଥିଲା l ପରିବହନ ଅଧିକାରୀ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଦୀପକ କୁମାର ସେଠୀ, ରଜତ ଶତପଥୀ, ଜୁନିୟର ଏମ୍‌ଭିଆଲ ପ୍ରଦୀପ କିଶୋର ବେହେରା ଓ ଏନ୍‌ଫୋର୍ସମେଣ୍ଟ ସାମିଲ ହୋଇଥିଲେ। ଆଗାମୀ ଦିନରେ ପରିବହନ ନିୟମ ଉଲଂଘନ ଏବଂ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସତର୍କ କରାଇଛନ୍ତି l

  • କଣ ଟ୍ରମ୍ପଙ୍କଉପରେ ଭାରି ପଡ଼ିବେ କି କମଲା ହାରିସ୍, ନିର୍ବାଚନୀ ବିଶ୍ଳେଷକମାନେ ଦର୍ଶାଇଲେ ଦୁଇଟି କାରଣ,ହଟିଲେ ବାଇଡେନ

    କଣ ଟ୍ରମ୍ପଙ୍କଉପରେ ଭାରି ପଡ଼ିବେ କି କମଲା ହାରିସ୍, ନିର୍ବାଚନୀ ବିଶ୍ଳେଷକମାନେ ଦର୍ଶାଇଲେ ଦୁଇଟି କାରଣ,ହଟିଲେ ବାଇଡେନ

    ଆମେରିକାରେ ନଭେମ୍ବର ୫ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଏହି ସମୟରେ ରବିବାର ଦିନ ଗଣତାନ୍ତ୍ରିକ ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରାର୍ଥୀପତ୍ରରୁ ଓହରି ଯାଇଛନ୍ତି। ଏଥି ସହିତ ବାଇଡେନ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ଆଶା କରାଯାଉଛି ଯେ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ​​କମଲା ହାରିସ୍ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟକ୍କର ଦେଇପାରନ୍ତି।

    ବର୍ଷ ଆରମ୍ଭରେ ଅନୁଷ୍ଠିତ ଡେମୋକ୍ରାଟିକ୍ ପ୍ରାଥମିକ ସ୍ତରରେ, ଅଗଷ୍ଟ ୧୯-୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଡେମୋକ୍ରାଟିକ୍ ସମ୍ମିଳନୀ ପାଇଁ ବାଇଡେନ ସମସ୍ତ ପ୍ରତିନିଧୀଙ୍କଠାରୁ ପ୍ରାୟ ୯୫ ପ୍ରତିଶତ ଜିତିଥିଲେ। ଏଭଳି ପରିସ୍ଥିତିରେ ବାଇଡେନଙ୍କୁ ସମର୍ଥନ କରିବା ପରେ ଏହି ପ୍ରତିନିଧୀମାନେ କମଲା ହାରିସଙ୍କୁ ମଧ୍ୟ ସମର୍ଥନ କରିବେ ବୋଲି ବିଶ୍ୱାସ କରାଯାଏ। ବାଇଡେନଙ୍କ ପ୍ରାର୍ଥୀତ୍ୱରୁ ଓହରିଯିବା ପୂର୍ବରୁ ଆମେରିକାର ଏବିସି ନ୍ୟୁଜ୍ ଏକ ଇପ୍ସୋସ୍ ସର୍ଭେ କରିଥିଲା ​​ଯେଉଁଥିରେ ଡେମୋକ୍ରାଟିକ୍ ଭୋଟରମାନେ ବାଇଡେନଙ୍କ ପ୍ରତ୍ୟାହାରକୁ ୬୦-୩୯ ପର୍ଯ୍ୟନ୍ତ ସମର୍ଥନ କରିଥିଲେ।

    ଟ୍ରମ୍ପଙ୍କ ଆଗରେ ବାଇଡେନ ଫିକା
    ଏହା ବ୍ୟତୀତ, ଯଦି ଆମେ ଟ୍ରମ୍ପଙ୍କ ବିଷୟରେ ଆଲୋଚନା କରିବା, ଜୁଲାଇ ୧୫-୧୮ ମଧ୍ୟରେ ରିପବ୍ଲିକାନ୍ ସମ୍ମିଳନୀ ପରେ ଟ୍ରମ୍ପଙ୍କ ଭୋଟ୍ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜାତୀୟ ସର୍ବେକ୍ଷଣରୁ ଜଣାପଡିଛି ଯେ ଜୁଲାଇ ୧୩ ରେ ବାଇଡେନଙ୍କ ଉପରେ ଟ୍ରମ୍ପଙ୍କ ନେତୃତ୍ୱ ୧.୯ ପଏଣ୍ଟରୁ ୩.୨ ପଏଣ୍ଟକୁ ବୃଦ୍ଧି ପାଇଛି। ଭୋଟ୍ ଅଂଶ ଟ୍ରମ୍ପଙ୍କ ପାଇଁ ୪୩.୫ ପ୍ରତିଶତ ଏବଂ ବାଇଡେନଙ୍କ ପାଇଁ ୪୦.୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ବାସ୍ତବରେ, ଆମେରିକାର ରାଷ୍ଟ୍ରପତି ପଦ ଭୋଟ୍ ଦ୍ୱାରା ନୁହେଁ ବରଂ ଇଭି ଦ୍ୱାରା ନିଷ୍ପତ୍ତି ହୋଇଥାଏ | ଏଭଳି ପରିସ୍ଥିତିରେ ବାଇଡେନ ଇଭି ସିଷ୍ଟମରେ ବହୁତ ପଛରେ ଥିଲେ ବୋଲି ଆକଳନ କରାଯାଇଥିଲା।

    ଦୁଇଟି ଜିନିଷରୁ ଫାଇଦା ପାଇବେ ହାରିସ୍
    ମେଲବୋର୍ଣ୍ଣ ୟୁନିଭରସିଟିର ନିର୍ବାଚନ ବିଶ୍ଳେଷକ ଆଡ୍ରିଆନ୍ ବିମୋଣ୍ଟ କମଲା ହାରିସଙ୍କ ପ୍ରାର୍ଥୀତ୍ୱ ଉପରେ ନିଜର ବିଶ୍ଳେଷଣ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ହ୍ୟାରିସ୍ ବନାମ ଟ୍ରମ୍ପ ନିର୍ବାଚନକୁ ବିଶ୍ଳେଷଣ କରିବା ତରବରିଆ ହେବ, ହେଲେ ସେ ହ୍ୟାରିସଙ୍କ ପ୍ରାର୍ଥୀତ୍ୱକୁ ଉପଯୁକ୍ତ ବୋଲି ବର୍ଣ୍ଣନା କରିଛନ୍ତି। ନିର୍ବାଚନ ବିଶ୍ଳେଷକମାନେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଦୁଇଟି ଜିନିଷ ଅଛି ଯେଉଁଥିପାଇଁ ହାରିସ୍ ଙ୍କୁ ଫାଇଦା ମିଳିପାରିବ |

  • ପୁଲିସବାବୁ ନାକେଦମ,କଏଦୀ ଚମ୍ପଟ

    ପୁଲିସବାବୁ ନାକେଦମ,କଏଦୀ ଚମ୍ପଟ

    ଝାରପଡା ଜେଲରେ ବିଚାରାଧୀନ କଏଦୀ ଖୋର୍ଦ୍ଧା କୋର୍ଟରୁ ଫେରାର । ତା’କୁ ଧରିବା ଲାଗି ପୁଲିସ ନାକେଦମ ହୋଇଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଧରି ପାରିନଥିବା ଜଣାଯାଇଛି ।

    ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅଂଚଳର ସୁକାନ୍ତ ନାୟକ ଦୁଇ ବର୍ଷ ଧରି ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଂଚଳର ଏକ କେସରେ ଝାରପଡା ଜେଲରେ ସଜା କାଟୁଥିଲେ । ତେବେ ଶନିବାର ଦିନ ଆସାମୀକୁ ଆଇଓ ସାକ୍ଷୀ ନିମନ୍ତେ ଝାରପଡା ଜେଲରୁ ଖୋର୍ଦ୍ଧା କୋର୍ଟ ପୁଲିସ ଦ୍ୱାରା ଅଣାଯାଇଥିଲା ।କୋର୍ଟ ପରିସର ମଧ୍ୟରେ ଆସାମୀର ହାତରୁ ହାତକଡ଼ି ଖୋଲି ଦେବା ପରେ ଆସାମୀ ପୁଲିସକୁ ଚକ୍ମା ଦେଇ ଖସି ଯାଇଥିବା ଖବରକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ତେବେ, ଦୀର୍ଘ ସମୟ ଧରି, କଏଦୀ ଜଣକ ପୁଲିସ ହାତରୁ କୋର୍ଟ ଛାତ ଉପରେ ଖସିବା ପାଇଁ ଯୋଜନା କରୁଥିବା ବେଳେ ଶେଷରେ ସଫଳ ହୋଇଛି । କୋର୍ଟ ଛାତ ଉପରକୁ ପ୍ରଥମେ କଏଦୀ ଯାଇଥିଲା ଏବଂ ପରେ ସିଡିରେ ତଳକୁ ଆସି କୌଣସି ମତେ କୋର୍ଟ ପଛ ଭାଗର ପାଚେରୀ ଡେଇଁ ଖସିଯିବାରେ ସଫଳ ହୋଇଥିବା କୋର୍ଟ ସିସିଟିଭିରୁ ଜଣାଯାଉଛି । ତେବେ କଏଦୀ ଧରିବା ଲାଗି ସ୍ଥାନୀୟ ପୁଲିସ ଓ କମିଶନରେଟ ପୁଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଯାଂଚ କରୁଛନ୍ତି ।

  • ବାପା ମା’ ଙ୍କୁ ଦେଖିବା ଆଗରୁ ଲିଭିଗଲା ଅନିଲଙ୍କ ଜୀବନର ଦୀପ

    ବାପା ମା’ ଙ୍କୁ ଦେଖିବା ଆଗରୁ ଲିଭିଗଲା ଅନିଲଙ୍କ ଜୀବନର ଦୀପ

    ମୃତ୍ୟୁ କେତେବେଳେ ଆସେ କେମିତି ଆସେ ତାହା କେହି କହିପାରିବେନି। ବାପା ମା ଙ୍କୁ ଦେଖିବା ଆଗରୁ ଲିଭିଗଲା ଜୀବନ ଦୀପ । ଏଭଳି ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଅରୀଲୋ ଗ୍ରାମରେ । ସୂଚନା ମୁତାବକ ଗତ କାଲି ଅପରାହ୍ନରେ ପାଗା କୁଆଁପାଳ ପୁର୍ତ୍ତ ରାସ୍ତାର ଭେଡା ବାରାହିପୁର୍ ମଝିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଉଛନ୍ତି ସାହାପୁର୍ ପଞ୍ଚାୟତର ଆରୀଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନିଲ ରାଉତ । ପାଗା କୁଆଁପାଳ ରାସ୍ତା ଦେଇ ଅନିଲ ଏକ କାର୍ ରେ ଭୁବନେଶ୍ୱରରୁ ଅରୀଲୋ ଗ୍ରାମରେ ଥିବା ବାପା ମା ଙ୍କୁ ନେବା ପାଇଁ ଆସୁଥିଲେ ବାଟରେ ଭେଡା ବାରହିପୁର୍ ମଧ୍ୟସ୍ତଳୀରେ ଭାର ସାମ୍ୟ ହରାଇ କାର୍ ଟି ପଟା ମୁଣ୍ଡାଇ କେନାଲକୁ ଓଲଟି ପଡିଥିଲା । ନିକଟରେ କିଛିଚାଷୀ ଦୌଡି ଆସି କାରଟିକୁ ଦମକଳବାହୀନି ସହାୟତାରେ ଉଦ୍ଧାର କରିଥିଲେ କାରଭିତରୁ ଅନିଲଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇଥିଲା । ପରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା ସେତେବେଳକୁ ଅନିଲ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।