Tag: #suchana news

  • ଗୋଟିଏ ଅଲମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ

    ଗୋଟିଏ ଅଲମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ

    ଅଲିମ୍ପିକ୍ସରେ ହରିୟାଣାର ସୁଟର ମନୁ ଭାକର ଇତିହାସ ସୃଷ୍ଟି କରିଛନ୍ତି। ୧୨ ବର୍ଷ ପରେ ଭାରତକୁ ସୁଟିଂରେ ମିଳିଛି ଅଲିମ୍ପିକ୍ସ ପଦକ । ଗତ କାଲି ମନୁ ଭାକର ୧୦ ମିଟର ସୁଟିଂରେ ବ୍ରୋଞ୍ଜ ମେଡାଲ ଜିତି ଅଲିମ୍ପିକ୍ସରେ ଭାରତର ପ୍ରଥମ ମହିଳା ସୁଟର ଭାବେ ଏକ ଐତିହାସିକ ରେକର୍ଡ କରିଥିଲେ ଏବଂ ଏବେ ପୁଣି ଭାକର ମଙ୍ଗଳବାର ଅମ୍ବାଲାର ସରବଜୋତ ସିଂଙ୍କ ସହ ମିଶ୍ରିତ ଦଳ 10 ମିଟର ଏୟାର ପିସ୍ତଲ ଫାଇନାଲରେ ବ୍ରୋଞ୍ଜ ପଦକ ପ୍ରଦାନ କରିଛନ୍ତି। ଏହି ମେଡ଼ାଲ ପରେ ସେ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲମ୍ପିକ୍ସରେ ୨ପଦକ ବିଜେତାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଏହାକୁ ନେଇ ତାଙ୍କୁ ସାରା ଭାରତରୁ ଛୁଟିଛି ପ୍ରସଂଶାର ଲହରୀ।

  • ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

    ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

    ଧର୍ମଶାଳାରେ ‘ମିଶ୍ରଣ ପର୍ବ’ ପରେ ଆରମ୍ଭ ହୋଇଛି ୨୪ ବର୍ଷ ଧରି ନିରବଛିନ୍ନ ଭାବେ କ୍ଷମତାରେ ରହିଥିବା ବିଜେଡିର ‘ପତନ ପର୍ବ’ । ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଧର୍ମଶାଳାରେ ଭୁଶୁଡ଼ିଛି ବିଜେଡି ଗଡ଼। ଧର୍ମଶାଳାରେ ବିଜେପି ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରିବାର ଠିକ ଦିନକ ପରେ ଅର୍ଥାତ ରବିବାର ଦିନ, ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ବରେ, ବିଜେପିରେ ଯୋଗ ଦେଇଛନ୍ତି ରସୁଲପୁର ଓ ଧର୍ମଶାଳା ପଞ୍ଚାୟତ ସମିତିର ବିଜେଡି ସମର୍ଥିତ ୧୩ ସମିତିସଭ୍ୟ ଓ ୮ ସରପଞ୍ଚ ।

    ହିମାଂଶୁଙ୍କ ଦୃଢ଼ ନେତୃତ୍ୱ ଓ ସାଙ୍ଗଠନିକ ଶକ୍ତି ଆଗରେ ଫିକା ପଡିଯାଇଛି ବିଜେଡିର ସାଙ୍ଗଠନିକ ଶକ୍ତି, ଦେଖାଯାଉନାହାନ୍ତି ଏକଦା ପ୍ରଭାବଶାଳୀ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ‘ବବି ଭାଇ’ ଓ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ତେବେ, ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ସଂଖ୍ୟାଧିକ ସମିତିସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ କମୁଛି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପତିଆରା । ଶୁଣିବାକୁ ମିଳୁଛି, ବର୍ତ୍ତମାନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ପ୍ରଣବଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବ ଏକ ପ୍ରକାର ନିଶ୍ଚିତ।

    ଆସନ୍ତୁ ଦେଖିବା ରସୁଲପୁର ଓ ଧର୍ମଶାଳାର କେଉଁ ନେତା ଧରିଲେ ପଦ୍ମ —

    ଜାରକା(କୁମାରୀ)ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ‘ମିଶ୍ରଣ ପର୍ବ’ ରେ ରସୁଲପୁର ବ୍ଲକ୍ ନଠୁଆବର ପଞ୍ଚାୟତ ସମିତିସଭ୍ୟ କୁଞ୍ଜଲତା ପଣ୍ତା, ସିଂହାପୁର ପଞ୍ଚାୟତ ସରପଞ୍ଚ ହୃଦାନନ୍ଦ ସାହୁ, ଧର୍ମଶାଳା ବ୍ଲକ୍ ଦେଓଦା ପଞ୍ଚାୟତ ସମିତିସଭ୍ୟ ଅନନ୍ତ ତରାଇ, ଆରୁହାଁ ସମିତି ସଭ୍ୟା ମମତା ମାଝୀ, ପୂର୍ବତନ ସରପଞ୍ଚ ପିତାମ୍ବର ନାୟକ, ମଙ୍ଗଳପୁର ସରପଞ୍ଚ ପ୍ରମୋଦ କୁମାର ଜେନା, ଚହଟା ସରପଞ୍ଚ ସୁମିତ୍ରା ସ୍ବାଇଁ, ସମିତିସଭ୍ୟା ସସ୍ମିତା ନାୟକ, ମିର୍ଜାପୁର ସମିତିସଭ୍ୟଙ୍କ ସ୍ବାମୀ ବୃନ୍ଦାବନ ବେହେରା, ଭବାନୀପୁର ସମିତିସଭ୍ୟା ସରୋଜିନୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

    ଏହାସହ, ସୁନ୍ଦୁରିଆ ସରପଞ୍ଚ ନିର୍ମଳ କୁମାର ଦାସ, ବିଜେଡି ପଞ୍ଚାୟତ ସଭାପତି ହେମନ୍ତ ଜେନା, ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ବାଳ,, ମହିସରା ସରପଞ୍ଚ ସଫଳା ବେହେରା, ସମିତିସଭ୍ୟ ପବିତ୍ର ବେହେରା, ମଧୁସୂଦନପୁର ସମିତିସଭ୍ୟ ବିଦ୍ୟାଧର ମଲିକ, ହରିଦାସପୁର ସରପଞ୍ଚ ବିକ୍ରମ ବିଶ୍ବାଳ, ସମିତିସଭ୍ୟା ସବିତା ସାମଲ, ଗଙ୍ଗାଧରପୁର ସମିତିସଭ୍ୟା ତିଳୋତ୍ତମା ବରାଳ, ବିଜେଡି ପଞ୍ଚାୟତ ସଭାପତି ଡ. ସିତାଂଶୁ ଶେଖର କର, , କ୍ଷେତ୍ରପାଳ ନାଏବ ସରପଞ୍ଚ ସୁବାସ ଚନ୍ଦ୍ର ଜେନା, ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତିରଂଜନ ବେହେରା, ଜିଲ୍ଲା ଛାତ୍ର ସମ୍ପାଦକ ସପ୍ତସାଗର ଦାସ, ଦେବବ୍ରତ ରାଉତ, ସ୍ବାଗତ ଦାସ, ପ୍ରତାପ ଦାସ,, ଶୈଳେନ୍ଦ୍ର ସାହୁ, ସରୋଜ ସାହୁ, ଅଭିଜିତ ଭୂୟାଁ,, ବିଜେଡି ନେତା କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

    ନବାଗତମାନଙ୍କୁ ବିଧାୟକ ହିମାଂଶୁ ସାହୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ବିଜେପି ଯୁବନେତା ସବ୍ୟସାଚୀ ସୁନ୍ଦରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜେପି ନେତା ସର୍ବେଶ୍ବର ବେହୁରା, ଶ୍ରୀକାନ୍ତ ସାହୁ, ଉପେନ୍ଦ୍ର କର, ପ୍ରକାଶ ସାମଲ, ଅଧରକାନ୍ତ ଜେନା ଓ ଆଲୋକ ଲେଙ୍କା ସଂଚାଳନ କରିଥିଲେ। ଯୁବନେତା ସିବୁଲି ଧୀର, ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ରାଜେଶ କୁମାର ପାଳ, ଗୌତମ କୁମାର ସାହୁ, ବିଶ୍ବଜିତ ପୃଷ୍ଟି, ସୁଧୀର ବେହେରା, ଅଂଶୁମାନ ରଥ, ରାଜକିଶୋର ସ୍ବାଇଁ, ଲୋକନାଥ ମହାନ୍ତି, ବିଭୁରଂଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

  • ଠକ ଶିଷ୍ୟଙ୍କ ପାଇଁ ବାବାଙ୍କୁ ପଡିଲା ମହଙ୍ଗା,କାଟୁ କଲାନି ପ୍ରେମ ପାଇଁ ଗୁଣି-ଗାରେଡି,ପରେ ଖାଇଲେ ନିର୍ଧୁମ ଛେଚା

    ଠକ ଶିଷ୍ୟଙ୍କ ପାଇଁ ବାବାଙ୍କୁ ପଡିଲା ମହଙ୍ଗା,କାଟୁ କଲାନି ପ୍ରେମ ପାଇଁ ଗୁଣି-ଗାରେଡି,ପରେ ଖାଇଲେ ନିର୍ଧୁମ ଛେଚା

    ଏକ ପ୍ରେମ ପ୍ରତାରଣା ବ୍ୟାପାର ରେ ପ୍ରେମିକା କୁ ଗୁଣି ଗାରେଡି ମlଧ୍ୟମ ରେ ହତାଶ ପ୍ରେମିକ ପାଖକୁ ତା ପ୍ରେମିକା କୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇ ବିଫଳ ହୋଇଥିଲେ ଗୁଣିଆ ଶିଷ୍ୟ ଓ ତାଙ୍କ ଗୁରୁ ତଥା ଜଣେ ବାବା. ଏ ନେଇ ବାବା ଙ୍କ ଶିଷ୍ୟ ଗୁଣି ଗାରେଡି ପୂଜା ଓ ସାମଗ୍ରୀ ପାଈଁ ଲକ୍ଷାଧିକ ଟଙ୍କା ନେଇଥିଲେ.. କିନ୍ତୁ ଗୁଣି ଗାରେଡି କାଟୁ କଲାନି.ତେଣୁ ହତାଶ ପ୍ରେମିକ ବଳଭଦ୍ର ସିଂ ଓ ତା ସାଥି ମାନେ ରାଗି ଯାଇ ବାବା ଓ ତାଙ୍କ ଶିଷ୍ୟ ଙ୍କୁ ଆଶ୍ରମରୁ ଟେକି ନେଇ ନିର୍ଧୁମ ଛେଚିଲେ.

    ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗାଁ ର ହରିଆ ମିଶ୍ର(ଗଣେଶ) ନାମକ ଯୁବକ ନିଶ୍ଚିନ୍ତ କୋଇଲି ଥାନା ଅସୁରେଶ୍ୱର ଅଞ୍ଚଳ ର ବଳଭଦ୍ର ସିଂ ଙ୍କ ଏକ ପ୍ରେମ ଜନିତ ସମସ୍ୟା ର ଗୁଣି ଗାରେଡି ମାଧ୍ୟମ ସମାଧାନ କରିବେ ବୋଲି କହି ତାଙ୍କ ଗୁରୁ ତଥା ହରିଅଙ୍କ ଅଞ୍ଚଳ ର ଜଣେ ବାବା କୈଳାସ ଦାସ ଙ୍କ ସହ ଯୋଗାଯୋଗ କରାଇଥିଲା. କୈଳାସ ମଧ୍ୟ ପୂର୍ବରୁ ଝଡା ଫୁଙ୍କା ମାଧ୍ୟମ ରେ ନିଜ ଗୁଜୁରାଣ ମେଣ୍ଟାନ୍ତି.ଗୁଣି ଗାରେଡି ପାଈଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ କହି ଶିଷ୍ୟ ହରିଆ ମିଶ୍ର(ଗଣେଶ) ବଳଭଦ୍ର ସିଂ ଙ୍କ ଠାରୁ ଅନେକ ସମୟରେ ଟଙ୍କା ନେଇଥିଲେ. ଲକ୍ଷେ ରୁ ଅଧିକ ଟଙ୍କା ନେଵା ପରେ ଗୁଣି ଗାରେଡି କାର୍ଯ୍ୟ ବିଫଳ ହେବାରୁ ବଳଭଦ୍ର ସିଂ ଓ ତା ସାଥି ମାନେ ରାଗିଯାଇ ହରିଅଙ୍କ ସ୍ଥିତ ଆଶ୍ରମ ରୁ ବାବା କୈଳାସ ଦାସ ଙ୍କୁ ଅପହରଣ କରି ନେଇଥିଲେ ଓ ଶିଷ୍ୟ ହରିଆ ମିଶ୍ର(ଗଣେଶ) କୁ ମଧ୍ୟ ଅଢ଼ଙ୍ଗା ହନୁମାନ ପଡା ସ୍ଥିତ ନିଜ ଘରୁ ଗତ ମଙ୍ଗଳ ବାର ଦିନ ଉଠାଇ ନେଇ ଥିଲେ. ବାବା ଓ ଶିଷ୍ୟ ଙ୍କୁ ଅସୁରେଶ୍ୱର କୁଳଗାଁଈଶାଳ କୁ ନେଇ ବଳଭଦ୍ର ସିଂ ଓ ତା ସାଥି ମାନେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଲେ. ପ୍ରାଣାନ୍ତକ ଆକ୍ରମଣ କରି ବାବା ଶିଷ୍ୟ ଦୁହିଁଙ୍କୁ ବେହୋସ କରିଦେଲେ.ନିକଟସ୍ତ କେନ୍ଦ୍ରାପଡ଼ା କେନାଲ ରେ ଦୁଇ ବାବା ଓ ଶିଷ୍ୟ ଙ୍କୁ ଅଚେତ ଅବସ୍ଥା ରେ ଫୋପାଡ଼ି ଦେଲେ. କିଛି ସମୟ ପରେ ସ୍ଥାନୀୟ ଲୋକ କେନାଲ କୂଳ ରୁ ବାବା କୈଳାସ ଦାସ ଓ ଶିଷ୍ୟ ହରିଆ ମିଶ୍ର(ଗଣେଶ) କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିବା ପରେ ନିଶ୍ଚିନ୍ତ କୋଇଲି ପୋଲିସ ତଦନ୍ତ ଆରମ୍ବ କରିଥିଲେ. ଆହତ ଶିଷ୍ୟ ହରିଆ ମିଶ୍ର(ଗଣେଶ)ଙ୍କ ଅଭିଯୋଗ କ୍ରମେ ଆକ୍ରମଣକାରି ବଳଭଦ୍ର ସିଂ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି. ତେବେ ବିଫଳ ପ୍ରେମିକ ର ଆକ୍ରୋଶ ର ଶିକାର ହୋଇଛନ୍ତି ଗୁଣି ଗାରେଡି ନା ରେ ଭାଣ୍ଡାମି କରୁଥିବା ଶିଷ୍ୟ. ହେଲେ ଆହତ ବାବା କୈଳାସ ଦାସ ଶିଷ୍ୟ ହରିଆ ମିଶ୍ର ର ଠକାମୀ କୁ ସ୍ୱୀକାର କରିଵା ସହ ଶିଷ୍ୟ ପାଈଁ ସେ ଫସିଯାଇଥିବା କହଛନ୍ତି. କୈଳାସ ଦାସ ଙ୍କ ପରିବାର ଲୋକେ ମଧ୍ୟ ଠକ ଶିଷ୍ୟ ହରିଆ ମିଶ୍ର ବାବା ଙ୍କୁ ଫସେଇ ଦେଇଥିବା କହିଛନ୍ତି

  • ନଡ୍ଡାଙ୍କୁ ରକ୍ତରେ ଚିଠି ଲେଖିଲେ ଯୋଗୀଙ୍କ ସମର୍ଥକ, ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କରିବାକୁ ଚେତାବନୀ ଦେଲେ…

    ନଡ୍ଡାଙ୍କୁ ରକ୍ତରେ ଚିଠି ଲେଖିଲେ ଯୋଗୀଙ୍କ ସମର୍ଥକ, ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କରିବାକୁ ଚେତାବନୀ ଦେଲେ…

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ନିଜ ଜୀବନ ଦେବାକୁ ଧମକ ଦେଇଛନ୍ତି ଯୋଗୀଙ୍କ ସମର୍ଥକ ସୋନୁ ଠାକୁର । ନିଜ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ଚେତାବନୀ ଦେଇଛନ୍ତି ସୋନୁ।

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜଣେ ବଡ଼ ସମର୍ଥକ ଏବେ ଖବର ଶିରୋନାମାରେ ରହିଛନ୍ତି। ଗତ କିଛି ଦିନ ଧରି ଉତ୍ତରପ୍ରଦେଶରେ ରାଜନୈତିକ ସ୍ଥିତିକୁ ନେଇ ଦେଶରେ ଚର୍ଚ୍ଚା ହେଉଛି। କେତେକ ରାଜନୈତିକ ସମୀକ୍ଷକ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟା ଯିବା ନେଇ ମଧ୍ୟ କହୁଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୂର୍ବାନୁମାନ କରିଥିଲେ।

    ତେବେ ଯୋଗୀଙ୍କୁ ପଦରୁ ହଟାଇଲେ ସୋନୁ ଠାକୁର ନାମକ ଜଣେ ସମର୍ଥକ କହିଛନ୍ତି ସେ ନିଜ ଜୀବନ ଦେବେ। ସେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି।

    ସୋନୁ ଠାକୁର କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଏ, ତେବେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ମୁଁ ନିଜ ଜୀବନ ଦେବି। ସୋନୁଙ୍କୁ ଏଭଳି ରକ୍ତ ଚିଠି ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

  • କାଉଡିଆଙ୍କ ଉପରେ ମାଡ଼ିଗଲା କାର, ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ

    କାଉଡିଆଙ୍କ ଉପରେ ମାଡ଼ିଗଲା କାର, ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ

    ଶ୍ରାବଣ ସୋମବାର ପାଇଁ ରାସ୍ତାରେ କାଉଡିଆଙ୍କ ଭିଡ ଲାଗିଥିବା ବେଳେ ଏକ ଅଭାବନିଅ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ ରେ ଏକ କାର୍ ଧକାରେ ଦୁଇଜଣ କାଉଡିଆ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୩ ଜଣ କାର ଆରୋହୀ ମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଯେ ନିଶ୍ଚିନ୍ତକୋଇଲି ବ୍ଲକ ବଶପଦା ଗ୍ରାମର ଚିନ୍ମୟୀ ବେହେରା ଓ ଝାରପଡା ଗ୍ରାମର ଜ୍ୟୋତିରଞ୍ଜନ ରାଉତ ବଡ଼ପଡାରୁ ପାଣିଭାର ନେଇ ଜିଗ୍ନିପୁରସ୍ଥିତ ଏକ ଶୈବପୀଠକୁ ଯାଉଥିଲେ। ଗୁରୁତର ଅବସ୍ଥାରେ ସେମାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀସ୍ଵାସ୍ତ୍ୟକେନ୍ଦ୍ର କୁ ନିଆ ଯାଇଥିଲା ସେଠାରେ ଡାକ୍ତର ଚିନ୍ମୟୀ ଙ୍କୁ ମୃତ୍ଯୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲ କୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୟୋତିରଞ୍ଜନ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।

  • ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛି ବିଜେପି

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛି ବିଜେପି

    ଜଣେ ଆଦିବାସୀ ଭାବରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଅନେକଙ୍କୁ ଇର୍ଷା ଏବଂ ଆକ୍ରୋଶର ବଶବର୍ତ୍ତୀ କରୁଅଛି। ତେଣୁ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିକୁ କ୍ଷୁଣ୍ଣ କରିବା ପରି ମନ୍ତବ୍ୟ ଦେବା ସହିତ ଅଶାଳୀନ ଭାଷା ପ୍ରୟୋଗ କରି ମାରିଦେବାକୁ ଧମକ ଦେଉଛନ୍ତି | mr.bewafal ନାମରେ instagram I’d ଖୋଲିଥିବା ଜଣେ ଯୁବକ ସିଧା ସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣର ଧମକ ଦେଇଛି I ଆଦିବାସୀ ହୋଇଥିବା ସତ୍ତ୍ୱେ ତାଙ୍କୁ ତାଙ୍କ ଜାତି ନେଇ ସେଇ ଯୁବକ ଜଣକ ଦେଇଥିବା ମନ୍ତବ୍ୟରେ ସମଗ୍ର ଆଦିବାସୀ ସମାଜ ବ୍ୟଥ୍‌ତ ହୋଇଛି। ସେ ଯୁବକର instagram ରେ ପୋଷ୍ଟ ହୋଇଥିବା ଭିଡ଼ିଓ ସହିତ ସମସ୍ତ ପ୍ରମାଣପତ୍ର ଗୋଟିଏ ପେନ୍ ଡ୍ରାଇଭ୍ ରେ ଆଜି କେନ୍ଦୁଝର ପୋଲିସ ନିକଟରେ ବିଜେପି ହସ୍ତାନ୍ତର କରିଛି ଓ ଦୋଷୀ ବିପକ୍ଷରେ ତୁରନ୍ତ ଗିରଫ କରି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ବିଜେପି ଯୁବମୋର୍ଚ୍ଚା।

  • ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହ ସ୍ଥିତ ମିନି ସମ୍ମିଳନୀ କକ୍ଷରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଏବଂ ଇକ୍ରିସେଟ (ଆଇ କେ ଆର୍ ଆଇ ଏସ ଏ ଟି) ର ମିଳିତ ଆନୁକୁଲ୍ୟରେ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ସ୍ଥାପନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା ଅଧ୍ୟକ୍ଷତା କରି ଶିବିରରେ ଯୋଗଦେଇଥିବା ସମସ୍ତ ଚାଷୀ ମାନଙ୍କୁ ସ୍ଵାଗତ କରିବା ସହ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହରେ ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ ସଂରକ୍ଷଣ କରି କିଭଳି ଅଭାବି ବିକ୍ରୀର ଶିକାର ନହୋଇ ଉପଯୁକ୍ତ ଦର ପାଇ ବିକ୍ରି କରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଚାଷୀ

    ମାନଙ୍କୁ ସଚେତନ କରିଥିଲେ। ଓଡ଼ିଶା କୃଷି ବିପଣନ ପରିଷଦ ଭୁବନେଶ୍ୱର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ କଣ ସବୁ ପଦକ୍ଷେପ ନେଉଛି ସେ ସମ୍ପର୍କରେ ଆଇ କେ ଆର୍ ଆଇ ଏସ ଏ ଟିର ବୈଜ୍ଞାନିକ ଡ଼, ଶାଶ୍ଵତ କୁମାର ପାଣି ଓ ଲକ୍ଷ୍ମୀକାନ୍ତ ଜି ଚାଷୀ ମାନଙ୍କୁ ଅବଗତ କରିଥିଲେ। କୋରାପୁଟ ଜିଲ୍ଲାର ବୃହତ୍ତମ ପରିବା ହାଟ କୁନ୍ଦୁଲି ଠାରେ ଏକ ପେକିଂ ଗୃହ ସ୍ଥାପନା କରାଯିବ ବୋଲି ସୂଚନା ଦିଆ ଯାଇଥିଲା । ସଚେତନତା ଶିବିରରେ କୋରାପୁଟ ଉପଖଣ୍ଡର ୭ ଗୋଟି ଏ ଫ୍ ଓ ର ସିଇଓ ଏବଂ ଚାଷୀ ମାନେ ବୈଠକରେ ଯୋଗ ଦେଇ ଆର୍ ଏମ ସି ଗ୍ରହଣ କରୁଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ସଚେତନତା ଶିବିର ପରିଚାଳନା କରିଥିବାବେଳେ ଶେଷରେ ମଣ୍ଡି ଆନାଲିଶିଷ୍ଟ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ ଏମ ସି କର୍ମଚାରୀ ଉପେନ୍ଦ୍ର ମହାନ୍ତି, ଅଜୟ ସେଠୀ, ପ୍ରଫୁଲ୍ଲ ଦେବତା, ବିନୋଦ ପଟ୍ଟନାୟକ, ଭରତ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲ.

  • ନୀତି ଆୟୋଗ ବୈଠକରେ ଅଧାରୁ ଉଠିଲେ ମମତା, କହିଲେ ‘ମୋ ପ୍ରତି ହୋଇଛି ଅନ୍ୟାୟ’

    ନୀତି ଆୟୋଗ ବୈଠକରେ ଅଧାରୁ ଉଠିଲେ ମମତା, କହିଲେ ‘ମୋ ପ୍ରତି ହୋଇଛି ଅନ୍ୟାୟ’

    ମୁଁ କହୁଥିବା ବେଳେ ମୋ ମାଇକ୍ ବନ୍ଦ କରିଦେଲେ । ମତେ କହିବାକୁ କିଛି ବି ଦିଆଗଲା ନାହିଁ । ତେଣୁ, ମୁଁ ଅଧା ବୈଠକରୁ ଉଠି ଚାଲିଆସିଲି । ଏମିତି କିଛି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇଥିଲେ । ତେବେ ବୈଠକ ଅଧାରୁ ସେ ଉଠି ଚାଲିଆସିଥିଲେ । ଏହାପରେ ସେ କହିଥିଲେ, ମତେ କହିବାକୁ ସୁଯୋଗ ମିଳିଲାନି । ଏମିତି କଲେ କେମିତି ଚାଲିବ ।

    ମମତା ବାନାର୍ଜୀ କହିଛନ୍ତି ଯେ, କେନ୍ଦ୍ର ସରକାର ମନମାନି କରୁଛନ୍ତି । ମୁଁ କହିଲି କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହିତ ଭେଦଭାବ କରିବା ଉଚିତ୍ ନୁହେଁ । ମୁଁ କହିବାକୁ ଚାହୁଁଥିଲି କିନ୍ତୁ, ମତେ ମାତ୍ର ୫ ମିନିଟ୍ କଥା ହେବାକୁ ଅନୁମତି ଦିଆଗଲା । ମୋ ପୂର୍ବରୁ ଅନ୍ୟମାନେ ୧୦-୨୦ ମିନିଟ୍ କଥା ହୋଇଥିଲେ । ବିରୋଧୀ ଦଳରୁ ମୁଁ ହିଁ ଏହି ସଭାରେ ଭାଗ ନେଇଥିଲି । ତଥାପି ମତେ କହିବାକୁ ଅନୁମତି ଦିଆଗଲା ନାହିଁ । ଏହା ଅତ୍ୟନ୍ତ ଅପମାନଜନକ । ଏହା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଅପମାନଜନକ । ତେବେ ଏହି ବୈଠକକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, କର୍ଣ୍ଣାଟକ ସିଏମ ସିଦ୍ଧା ରମେୟା, ତେଲେଙ୍ଗାନା ସିଏମ ରେଓ୍ବନ୍ତ ରେଡୀ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରମୁଖ ମନା କରିଦେଇଥିଲେ ।

  • ଡେମୋକ୍ରାଟିକ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି, କମଲାଙ୍କୁ ବାରାକ ଓବାମା ମଧ୍ୟ ଜଣାଇଛନ୍ତି ସମର୍ଥନ

    ଡେମୋକ୍ରାଟିକ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି, କମଲାଙ୍କୁ ବାରାକ ଓବାମା ମଧ୍ୟ ଜଣାଇଛନ୍ତି ସମର୍ଥନ

    ଆମେରିକାରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଦିନକୁ ଦିନ ଏହା ରୋଚକ ମୋଡ ନେଉଛି । କିଛିଦିନ ତଳେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଟ ଟ୍ରମ୍ପଙ୍କ ଉପରକୁ ଗୁଳି ମାଡ ହୋଇଥିବା ବେଳେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଥିଲା । ଆଉ ଏବେ ଡେମୋକ୍ରାଟିକ ପାର୍ଟି ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଧନ୍ୟବାଦ ଜଣାଇଛନ୍ତି । ଏବେ ଆମେରିକାରେ ଉପ-ରାଷ୍ଟ୍ରପତି ଥିବା କମଲା ଏନେଇ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ତେବେ ଡେମୋକ୍ରାଟିକ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଟ୍ରମ୍ପ- ହ୍ୟାରିସ ଲଢେଇ ଦେଖିବାକୁ ମିଳିବ। ତେବେ ଅଚାନକ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ରେସରୁ ବାଦ ପଡିବା ପରେ କାହାକୁ ଦଳ ଭରସା କରିବ ତାକୁ ନେଇ ମନ୍ଥନ ଚାଲିଥିବା ବେଳେ କମଲାଙ୍କ ଦମଦାର ପ୍ରଚାର ଯୋଗୁଁ ତାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ କମଲାଙ୍କୁ ମଧ୍ୟ ଗାନ୍ଧୀବାଦି ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ସମର୍ଥନ ଜଣାଇଛନ୍ତି । ତେବେ ଏଥର ନିର୍ବାଚନରେ କଡା ଟକ୍କର ହେବା ନେଇ ଅନୁମାନ କରାଯାଉଛି । କାରଣ, ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗିମାଡ ହେବା ପରେ ସେ ଲୋକଙ୍କ ସିମ୍ପାଥି ପାଇଥିବା ବେଳେ କମଲା ହ୍ୟାରିସ ମଧ୍ୟ ଜଣେ ପୋଖତ ରାଜନେତା । ଅନ୍ୟପଟେ ସେ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିଜ କାର୍ଯ୍ଯ ସୂଚାରୁ ରୂପେ ତୁଲାଇଛନ୍ତି ।

  • ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ମଧ୍ୟପ୍ରଦେଶରୁ ଗିରଫ

    ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ମଧ୍ୟପ୍ରଦେଶରୁ ଗିରଫ

    ବେଙ୍ଗାଲୁରୁର ଏକ ହଷ୍ଟେଲରେ ୨୪ ବର୍ଷର ବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଏହି ଖବର ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । ସୂଚନାନୁସାରେ, ମାମଲାର ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ସହରକୁ ଅଣାଯାଉଛି। ନିକଟରେ ବେଙ୍ଗାଲୁରୁର କୋରମଙ୍ଗାଲାସ୍ଥିତ ଏକ ‘ପେଇଙ୍ଗ ଗେଷ୍ଟ୍’ ଘରେ ରହୁଥିବା କ୍ରିତି କୁମାରୀଙ୍କୁ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ମହିଳାଙ୍କୁ୨୩ ଜୁଲାଇ ରାତିରେ ହତ୍ୟା କରାଯାଇଥିଲା। ଆକ୍ରମଣକାରୀ କୋଠରୀ ଭିତରକୁ ଯାଇ କ୍ରିତି କୁମାରୀଙ୍କୁ ହତ୍ୟା କରିଥିଲା । କ୍ରିତି କୁମାରୀ ବିହାରର ବାସିନ୍ଦା ଏବଂ ସେ ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ |

    ହତ୍ୟା ସହ ଜଡିତ ଏକ ସିସିଟିଭି ଫୁଟେଜରେ ମଧ୍ୟ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଭିଡିଓରେ, ଜଣେ ବ୍ୟକ୍ତି ପଲିଥିନ ବ୍ୟାଗ ଧରି ‘ପେଇଙ୍ଗ ଗେଷ୍ଟ୍’ ରୁମରେ ପଶି ଥିଲା | ସେ କବାଟ ବାଡେଇଥିଲା ତଥା କିଛି ସମୟ ପରେ ସେ ମହିଳାଙ୍କୁ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା | ପୀଡିତା ଏହି ଆକ୍ରମଣକୁ ବିରୋଧ କରିଥିଲେ, କିନ୍ତୁ ହତ୍ୟାକାରୀ ତାଙ୍କୁ ଧରି ଗଳା କାଟି ପଳାଇ ଯାଇଥିଲା। ପାଟି ଶବ୍ଦ ଶୁଣି ବିଲ୍ଡିଂରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ। ପରେ ବିଲ୍ଡିଂଗର ଲୋକମାନେ ଏହି ଆକ୍ରମଣ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।