Tag: #suchana news

  • ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦ୍ଵୀପ ବନ୍ଦର। ୧୨୨ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ରେକର୍ଡ କରିଛି ବନ୍ଦର। ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପାରାଦ୍ଵୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ଏହି ବୃହତ ରେକର୍ଡ କରିବା ସହିତ ଅନ୍ୟ ବର୍ଷ ତୁଳନାରେ ୫.୧୬% ଅଭିବୃଦ୍ଧି ହାସଲ କରିଛି। ଏଥିରେ ୨୩:୧୧ ମିଲିୟନ ମେଟ୍ରିକ ଟନ କୋଇଲା ପରିବହନ କରିଥିବା ବେଳେ ଆଇନ ଓର ଓ ପେଲେଟ ଆଇରନ ୯ ମିଲିୟନ ମେଟ୍ରିକ ଟନ ପରିବହନ କରିଛି। ସେହିପରି ଗତବର୍ଷ ତୁଳନାରେ ପାରାଦ୍ଵୀପ ବନ୍ଦର ୮୫.୦୭ % ଅଧିକ କଣ୍ଟେନର କାର୍ଗୋ ପରିବହନ କରିଛି।

    ଏହି ରେକର୍ଡ କୁ ନେଇ ବନ୍ଦର ଅଧ୍ଯକ୍ଷ ପି ଏଲ ହରାନାଦ ବନ୍ଦରର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇଥିବା ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି। ଆଗକୁ ଏହିପରି ପଣ୍ୟ କାରବାର ଯାରିରହିବ ଏବଂ ଚଳିତ ବର୍ଷ ପାରାଦ୍ଵୀପ ବନ୍ଦର ୧୫୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ ର ଲକ୍ଷ ରହିଥିବା ସେ ପ୍ରକାଶ କରିଛନ୍ତି।

  • ବାଇକ ଚୋରି ରାକେଟ କୁ ଧରିଲା ଚମ୍ପୁଆ ପୋଲିସ, ଦୁଇ ନାବାଳକ ସମେତ ୫ ଗିରଫ

    ବାଇକ ଚୋରି ରାକେଟ କୁ ଧରିଲା ଚମ୍ପୁଆ ପୋଲିସ, ଦୁଇ ନାବାଳକ ସମେତ ୫ ଗିରଫ

    କେନ୍ଦୁଝର ଚମ୍ପୁଆ ପୋଲିସକୁ ବଡ ସଫଳତା । ପୋଲିସ ଯୋଡ଼ା ଚମ୍ପୁଆ ଅଞ୍ଚଳରେ ଚଢାଉ କରି ଏକ ବାଇକ୍ ଚୋରି ରାକେଟ କୁ ଗିରଫ କରିଥିବା ବେଳେ ଏହି ରାକେଟ ରେ ୨ଜଣ ନାବାଳକ ସମେତ ୫ ଜଣକୁ ଗିରଫ କରାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ଏସଡିପିଓ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞ୍ଜିଆ ଗ୍ରାମ ର ଅନିଲ ଚୈଧୁରୀ୍, ଲକ୍ଷ୍ମଣ ଜିତ ଓ ଧନେଶ୍ଵର ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ଦୁଇ ନାବାଳକ ଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଏମାନଙ୍କ ନିକଟରୁ ୧୦ଟି ବାଇକ୍ ଜବତ କରାଯାଇଛିା।

  • କେଉଁ ଯାଏଁ ଲମ୍ବିଛି ମାଫିଆଙ୍କ ଚେର ,ତଦନ୍ତ କରୁଛି ବନବିଭାଗ

    କେଉଁ ଯାଏଁ ଲମ୍ବିଛି ମାଫିଆଙ୍କ ଚେର ,ତଦନ୍ତ କରୁଛି ବନବିଭାଗ

    ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳର ବନଖଣ୍ତ ଅଧିକାରୀଙ୍କୁ ବଡ ସଫଳତା, ଦକ୍ଷିଣ ଘୁମୁସର ବନଖଣ୍ତ ଅଧିକାରି ବିନୋଦ ଆଚାର୍ଯ୍ଯଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରି ଙ୍କ ସମେତ ସମସ୍ତ ବନ କର୍ମଚାରିଙ୍କୁ ନେଇ ଦିନ ରାତି ପାଟ୍ରୋଲିଙ୍ଗ୍ ଚାଲିଥିଲା । ଏହା ପୂର୍ବରୁ ବୁଗୁଡା ବନାଞ୍ଚଳ ଇଲାକାରେ କାଠ ମାଫିଆ ମାନେ ସକ୍ରିୟ ରହିଥିବା ବେଳେ ଦିନକୁ ଦିନ ଜଙ୍ଗଲର ମଧ୍ୟ କ୍ଷୟ କ୍ଷତି ହେଉଥିଲା ।

    ଏନେଇ ବୁଗୁଡା ବନବିଭାଗ ହାତରେ କାଠ ମାଫିଆ ମାନେ ଧରା ପଡୁନଥିବା ବଳେ ଚିନ୍ତାରେ ପଡିଥିଲା ବନବିଭାଗ । ସୂଚନା ଅନୁଯାୟୀ ଆଜି ବୁଗୁଡା ବନାଞ୍ଚଳ ଇଲାକାର ମୋଟାବାଡି ହାଇସ୍କୁଲ ଛକ ଠାରେ ଏକ ଛ ଚକିଆ ଟ୍ରକରେ ଜରିପାଲ ବାନ୍ଧି କାଠ ବୋଝେଇ ହୋଇ ଓଡିଶାରୁ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ କରାଯାଉଥିଲା, ଉକ୍ତ ଗାଡିକୁ ଜବତ କରିବା ସହ ପ୍ରାୟ ଅନୁମାନିକ ୪ ଲକ୍ଷ ଟଙ୍କା ପାଖାପାଖି କାଠ ଜବତ କରିବା ସହ ଇଛାପୁର ଗ୍ରାମର ଦୁଇ ଜଣ କାଠମାଫିଆ ଙ୍କୁ ବନବିଭାଗ ନିଜ ହେପାଜତରେ ରଖି ଜେରା କରୁଛି।

  • ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଭିଯୋଗ । ଯାହା RTI ସୂଚନା ଆଧାରରେ ଜଣାପଡିଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ତେବେ ସୂଚନା ମୁତାବକ, ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗ୍ରାମରେ ସିଆରପି ଭାବେ ଚାକିରୀ କରିଛନ୍ତି ରାଜଶ୍ରୀ ପରିଜା । ସେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବା ବେଳେ ସାର୍ଟିଫିକେଟ ଭେରିଫିକେସନ ସମୟରେ ବିଏଲଏଫଙ୍କୁ ଭୁଆଁ ବୁଲାଇ ନକଲି ସ୍କୁଲ ସାଠିପିକେର୍ଟ ଦେଇ ଚାକିରୀ ପାଇଥିବା ଅଭିଯୋଗ ହୋଇଥିଲା ।

    ସିଆରପି ପଦ ପାଇଁ ଦଶମ ପାସ ଯୋଗ୍ୟତା ଥିବା ବେଳେ ରାଜଶ୍ରୀ ଏକ ଜାଲ ସାର୍ଟଫିକେଟ ଦେଇ ନିଯୁକ୍ତି ପାଇଥିଲେ । ରାଜଶ୍ରୀଙ୍କ ସାର୍ଟଫିକେଟରେ ଶକୁନ୍ତଳା ବିଦ୍ୟାନିକେତନରୁ ଦଶମ ପାସ କରିଥିବା ଦର୍ଶା ଯାଇଛି । ଯାହାକୁ ନେଇ ସନ୍ଦହ ସୃଷ୍ଟି ହୋଇଥିଲା । ଘଟଣାର ସତ୍ୟତା ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାରା ନିଆଯାଇଥିଲା । ସେତିରୁ ମିଳିଥିବା ତଥ୍ୟରୁ ଜଣାପଡୁଛି ରାଜଶ୍ରୀଙ୍କ ପ୍ରମାଣପତ୍ର ମିଛ । ଏହାପରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ଡେରାବିଶ ବିଡ଼ିଓଙ୍କୁ ସଂଗୀନ ଅଭିଯୋଗ ହୋଇଛି ।

    ଆର୍ଟିଆଇ ତଥ୍ୟରେ ବୋଧଙ୍ଗ ସ୍ଥିତ ସକୁନ୍ତଳା ବିଦ୍ୟାନିକେତନ ପକ୍ଷରୁ ଲିଖିତ ଭାବେ ଦର୍ଶା ଯାଇଛି ଯେ, ୨୦୧୦ ମସିହା ଦଶମ ଶ୍ରେଣୀ ଆନୁଆଲ ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ରାଜଶ୍ରୀ ପରିଜା (ପିତା ରାଜକିସୋର ପରିଜା) ନାମକ କେହି ଛାତ୍ରୀ ତାଙ୍କ ବିଦ୍ୟାଳୟରୁ ପାସ କରିନାହାନ୍ତି । ଏହି ରିପୋର୍ଟ ଆଧାରରେ ଡେରାବିଶ ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରୀ ପାଇଥିବା ରାଜଶ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ ଦାଶରଥି ଜେନା ସୂଚନା ଦେଇଛନ୍ତି ।

    ବର୍ତମାନ ଅନ୍ତିମ ତଦନ୍ତ ରିପୋର୍ଟ ଆସିବା ପରେ ରାଜଶ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ସେ ନେଇଥିବା ଦରମା ଟଙ୍କା ତାଙ୍କଠୁ ରିକଭରି କରାଯାଇପାରେ ବୋଲି କହିଛନ୍ତି ବିଡିଓ ।

  • ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ଭେଳିକି: ଚାଷୀ ଅସନ୍ତୋଷ

    ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ଭେଳିକି: ଚାଷୀ ଅସନ୍ତୋଷ

    ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ପାଇଁ ଏହି ଯୋଜନାର ପ୍ରକୃତ ଲାଭ ଚାଷୀ ପାଇ ପାରୁନାହାନ୍ତି । ତେଣୁ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଷଡିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଡି ଗ୍ରାମରେ ଏପରି ଏକ କାର୍ଯ୍ୟକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପୁଞ୍ଜିଭୁତ ହେଉଛି । ବର୍ଷେ ତଳୁ ଏହି ଗ୍ରାମକୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚମ୍ପୁଆ ଆଦିବାସୀ ଉନ୍ନୟନ ସଂସ୍ଥା ସହଭାଗିତାରେ ଆଗ୍ରୋ ଓଡ଼ିଶା ତରଫରୁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

    ଗ୍ରାମର ଚାଷ ଜମିକୁ ଜଳସେଚିତ କରାଯିବା ଲକ୍ଷରେ ଗ୍ରାମର ଜହ୍ନେଇ ନାଳରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିଦ୍ୟୁତ ଟ୍ରାନ୍ସଫରମର ବସାଯାଇଥିଲା । ଏଥିସହ ପାଇପ ଓ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ ଅଣାଯାଇ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଦାୟିତ୍ବରେ ରଖାଯାଇଛି । ମାତ୍ର ଏଯାଏଁ ପ୍ରକଳ୍ପ ନିର୍ମାଣ କରିବାକୁ ବିଭାଗ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି ।

    ତେବେ ଚଳିତ ଖରିଫ ଋତୁରେ ବର୍ଷା ନହେବା ଯୋଗୁଁ ମରୁଡି ପରିସ୍ଥିତି ଉପୁଜି ସାରିଥିବା ବେଳେ ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପୁଞ୍ଜିଭୁତ ହୋଇଛି।

  • ମୁରାନ ନଦୀର ବିପଦଶଙ୍କୁଳ ପୋଲ, କେତେବେଳେ ବି ଯାଇପାରେ ଜୀବନ

    ମୁରାନ ନଦୀର ବିପଦଶଙ୍କୁଳ ପୋଲ, କେତେବେଳେ ବି ଯାଇପାରେ ଜୀବନ

    କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ମୁରାନ ନଦୀ ଉପରେ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏହି ନଦୀ ଉପରେ ହାଇଲେବେଲ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଛି । ତେଣୁ, ପୋଲ ନିର୍ମାଣ ବିଳମ୍ୱ ଏବଂ ମୋଟର ବୋଟ ଅଚଳ ଯୋଗୁଁ ଠିକା ସଂସ୍ଥା ଦ୍ଵାରା ପ୍ଲାଷ୍ଟିକ ଡ୍ରମ ଓ କାଠ ସାହାଯ୍ୟରେ ନିର୍ମାଣ ହୋଇଛି ଅସ୍ଥାୟୀ ପୋଲ । ଯାହା କି ଏବେ ବିପଦପୂର୍ଣ୍ଣ ପାଲଟିଯାଇଛି । ହୋଇପଡିଛି ଯାହା ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋରିଗୁମ୍ମା ଏବଂ ଦଶମନ୍ତପୁର ବ୍ଲକର ସହ ସହ ଲୋକେ । ମୁରାନ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ ଯୋଗୁଁ ବାଜିରେ ଲାଗିଛି ଜୀବନ । ଏପଟେ ମୋଟର ବୋଟ ମଧ୍ୟ ଅଚଳ ହୋଇପଡିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ପୋଲ । ତେଣୁ, ବାଧ୍ୟ ହୋଇ ଲୋକେ କାଠ ପୋଲ ଉପରେ ଯାତାୟତ କିରବାକୁ ବାଧ୍ୟ ହେଉଛନ୍ତି ।

    ଏହି ନଦୀ ଉପରେ ପ୍ରତିବର୍ଷ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟର ବୋଟ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ଯାହାଫଳରେ ସୁବିଧାରେ ଯାତାୟାତ କରୁଥିଲେ ଲୋକେ । ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଞ୍ଚାୟତର କିଛି ଗାଁ ନଦୀ ସେପଟେ ଥିବାରୁ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ନଦୀ ପାର ହୋଇ ଲୋକେ ଆସୁଛନ୍ତି । ତେବେ ସେହି ପୋଲ ବାଟେ ବାଇକ କିମ୍ବା ଭାରିଯାନ ଚଳାଚଳ କରୁପାରୁ ନାହିଁ । ଯାହାକୁ ନେଇ ଲୋକେ ହଇରାଣ ହେଉଛନ୍ତି।

  • ଚୀନ୍ ଜାହାଜ ପାରାଦୀପ ପୋର୍ଟରେ ଅଟକ

    ଚୀନ୍ ଜାହାଜ ପାରାଦୀପ ପୋର୍ଟରେ ଅଟକ

    ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ।ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ ଟଙ୍କା ବକେୟା ଦେଇ ନଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କମ୍ପାନୀ। ଗତକାଲି ଏହି ଜାହାଜଟି ପାରାଦୀପ ବନ୍ଦରର NOJ ବର୍ଥରେ ଲାଗିବା ପରେ ଅଟକ ରଖିଥିଲେ କୁଜଙ୍ଗ ସବଜଜ୍। କୋର୍ଟଙ୍କ ଆଦେଶ ନ ଆସିବା ଯାଏ ପାରାଦୀପ ବନ୍ଦରରେ ଜାହାଜ ଅଟକି ରହିବ ବୋଲି ସୂଚନା ରହିଛି।

  • ଡ୍ରାଗନ ଫ୍ରୁଟ ଭଳି ଫଳ ଚାଷ କରି ଚର୍ଚ୍ଚାରେ ଚନ୍ଦ୍ରଶେଖର

    ଡ୍ରାଗନ ଫ୍ରୁଟ ଭଳି ଫଳ ଚାଷ କରି ଚର୍ଚ୍ଚାରେ ଚନ୍ଦ୍ରଶେଖର

    ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ଵରପୁର ପଞ୍ଚାୟତ ଜୁନୁସନଗର ଗାଁର ଏକ ଉପାନ୍ତ ଅଞ୍ଚଳରେ ଚନ୍ଦ୍ରଶେଖର ମାନ୍ନା ନିଜର ତିନି ଏକର ଚାଷ ଜମିରେ ଜୈବିକ ସାରରେ ବିଭିନ୍ନ ପରିବା ଓ ଫଳ ଚାଷ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ,ଏହି ପରିବା ଓ ଫଳ ଚାଷ କରି ସେ ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଚନ୍ଦ୍ର ଶେଖର ୨୦୧୨ ମସିହାରୁ ନିଜ କଷ୍ଟଅର୍ଜିତ ଧନରୁ ଚାଷ କରି ଆସୁଛନ୍ତି। ଚାଷ ମଧ୍ୟରେ ବାଇଗଣ,କାକୁଡି,ଝୁଡ଼ଙ୍ଗ ଠାରୁ ଆରମ୍ବ କରି ସଫେଇତା, ସେଓ ବେରୀ ଓ ଆଖୁ ଚାଷ କରିଛନ୍ତି ,ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ଡ୍ରାଗନ ଫ୍ରୁଟ କେବଳ ବୈଜ୍ଞାନିକ ଗବେଷଣା କେନ୍ଦ୍ରରେ ଦେଖିବାକୁ ମିଳିଥାଏ ଏବଂ କଦା କୋଚିତ ଓଡ଼ିଶାରେ ଏହାର ଉତ୍ପାଦନ ହୁଏ ତାହା ପୁଣି ଲୁଣି ଉପାନ୍ତ ଅଞ୍ଚଳରେ ଚାଷ ହେଉଛି। ଏହି ଚାଷରେ କୌଣସି ରାସାୟନିକ ସାର ବ୍ୟବହାର କରାନଯାଇ ସମ୍ପୂର୍ଣ୍ଣ ଭାବେ ଜୈବିକ ସାର ବ୍ୟବହାର କରାଯାଉଛି । ଚନ୍ଦ୍ରଶେଖର ଯେ କେବଳ ପରିବା ଓ ଫଳ ଚାଷ କରୁଛନ୍ତି ତାହା ନୁହେଁ ବରଂ ମହୁ ଚାଷ ଓ ଗୃହ ପାଳିତ ପଶୁପକ୍ଷୀ ଚାଷ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଚାଷୀ ଓ ଚାଷର ସଂଖ୍ୟା କମୁଥିବାବେଳେ ଚନ୍ଦ୍ରଶେଖର ମାନ୍ନା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

    କିନ୍ତୁ ଦୁଃଖର କଥା ଯେମିତି ବଣ ମଲ୍ଲୀ ବଣରେ ଫୁଟି ଝାଉଁଳି ପଡେ ଠିକ ସେହିପରି ଚନ୍ଦ୍ରଶେଖର ମାନ୍ନାଙ୍କ ଏହି ଦକ୍ଷତା ସେହି ଅଞ୍ଚଳରେ ସୀମିତି ହୋଇଯାଇଛି, ନା ତାଙ୍କ ପାଖରେ ବ୍ଲକ ପ୍ରଶାସନ ପହଁଚିଛି ନା ଜିଲ୍ଲା ପ୍ରଶାସନ। ଯଦି ତାଙ୍କୁକିଛି ସରକାରୀ ସହାୟତା ମିଳନ୍ତା ତେବେ ଚନ୍ଦ୍ରଶେଖର ଆହୁରି ଆଗକୁ ଯାଇପାରନ୍ତେ ଓ ଆହୁରି ବିଭିନ୍ନ ଚାଷ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ରାଜନଗରକୁ ପରିଚିତ କରିପାରନ୍ତେ।

  • ପୋଖରୀରେ ବୁଡ଼ି ୩ଶିଶୁ ମୃତ

    ପୋଖରୀରେ ବୁଡ଼ି ୩ଶିଶୁ ମୃତ

    ପୋଖରୀରେ ବୁଡ଼ି ୩ଶିଶୁଙ୍କ ଶୋଚନୀୟ ମୃତ୍ୟୁ I କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ୩ଶିଶୁଙ୍କର ମୃତ୍ୟୁ ହୋଇଛି l ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହି ସାହି ଅଙ୍ଗନୱାଡ଼ିଂ କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ୩ଜଣ ଶିଶୁ ଆସି ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ l ସ୍ଥାନୀୟ ଲୋକ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଶିଶୁ ସାଢେ଼ ତିନି ବର୍ଷୀୟ ଲିପ୍ସା ପାତ୍ର, ପାୟଲ ପାତ୍ର (୪),ଭାରତୀ ପାତ୍ର ୪ ହୋଇଥିବା ଜଣା ପଡ଼ିଛି l

  • ବିଭିନ୍ନ ଉପକରଣ, ଭତ୍ତା ବାଣ୍ଟିବା ସହ ମୋଟ ୮୮ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

    ବିଭିନ୍ନ ଉପକରଣ, ଭତ୍ତା ବାଣ୍ଟିବା ସହ ମୋଟ ୮୮ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣୀରେ ମୋଟ ୮୮ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ। ଚାନ୍ଦବାଲି ବ୍ଲକ କନଫରେନ୍ସ ହଲରେ ଜିଲ୍ଲା ପାଳ ଓ ଏସ.ପି.ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଚଳିତ ମାସ ଶେଷ ସୋମବାର ରେ ଅନୁଷ୍ଠିତ ହୋଇଯାଇଛି। ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୭୩ଟି ଓ ସାମୁହିକ ସମସ୍ୟା ଭିତ୍ତିକ ୧୫ଟି ଅଭିଯୋଗ ଥିଲା। ସେଥିମଧ୍ୟରୁ ରେଡକ୍ରସ ସମ୍ବନ୍ଧୀୟ ଥିବା ୧ଟି ଆବେଦନର ଶୁଣାଣୀ କରି ଜିଲ୍ଲାପାଳ ଆବେଦନକାରୀ ପ୍ରୀୟମ୍ବଦା ପୋଥାଳ ତାଙ୍କ ସ୍ବାମୀଙ୍କର ଅଧିକ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠି ରୁ ୧୫ହଜାର ଟଙ୍କା ର ଆର୍ଥିକ ସହାୟତାରେ ରାଶି ପ୍ରଦାନ କରିଛନ୍ତି। ସବୁ ଠାରୁ ବଡ଼କଥା ଗୋପିନାଥ ପୁର ପଞ୍ଚାୟତର ତିନିଶହ ପଚାଶ ଜଣଙ୍କ ରାସନ୍ ସାମଗ୍ରୀ ତିନି ମାସରୁ ଉର୍ଦ୍ଧ୍ବ ହେଲାଣି କାର୍ଡ ଧାରୀ ମାନେ ପାଇ ନାହାଁନ୍ତି, ତିନି ସହ ପଚାଶ ଜଣ ମହିଳା,ପୁରୁଷ ଏକାଠି ହୋଇ ବ୍ଲକ ପରିସରରେ ହୋହାଲ୍ଲା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ହିତାଧିକାରୀ ମାନେ କହିଛନ୍ତି।

    ତେବେ ଏହି ଅଭିଯୋଗ ଶୁଣାଣି ସିବିରରେ ସାମାଜିକ ସୁରକ୍ଷା ଯୋଜନା ରେ ୧୫ଜଣ ଙ୍କୁ ଦିବ୍ଯାଙ୍ଗ ଓ ବିଧବା ଭତ୍ତା ,୫ଜଣଙ୍କୁ ତିନି ଚକିଆ ସାଇକେଲ, ତିନିଜଣଙ୍କୁ ବସ୍ ପାସ୍, ଦୁଇଜଣଙ୍କୁ କ୍ରଚେସ ଏବଂ ଜଣକୁ ୱକିଂ ଷ୍ଟିକ୍ ଜିଲ୍ଲାପାଳ ବଣ୍ଟନ କରିଥିଲେ।