Tag: #suchana news

  • ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ବିଜେଡିର ଦାବି

    ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ବିଜେଡିର ଦାବି

    ଗତ ନିର୍ବାଚନରେ ବିଜେପି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅନେକ ଭତ୍ତାଧୀକାରୀଙ୍କ ମାସିକ ଭତ୍ତା ଏବେବି ଅପରିବର୍ତ୍ତିତ ରହିଛି।

    ଏହା ଦ୍ବାରା ରାଜ୍ୟର ୫୭ଲକ୍ଷ ଭତ୍ତାଧୀକାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତାଧୀକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରେ ଆଜି ତାଳଚେର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ତାଳଚେର ବ୍ଲକ ଓ ତାଳଚେର ପୌରପରିଷଦର ସମସ୍ତ ଜନ ପ୍ରତିନିଧି, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

    ତେବେ କେବେ ମିଳୁଛି ବଦ୍ଧିତ ଭତ୍ତା ତାହା ଦେଖିବାକୁ ବାକି ରହିଲା

  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ବିନା ପଦକରେ ଭାରତୀୟଙ୍କ ହୃଦୟ ଜିଣିଲେ ଭିନେଶ

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ବିନା ପଦକରେ ଭାରତୀୟଙ୍କ ହୃଦୟ ଜିଣିଲେ ଭିନେଶ

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଅଂଶଗ୍ରହଣ କରି ପ୍ୟାରିସରୁ ଦିଲ୍ଲୀର ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ରେସଲର ଭିନେଶ ଫୋଗାଟ କାନ୍ଦିବାର ଦୃଶ୍ୟ ଯେକୌଣସି ଭାରତୀୟଙ୍କୁ ବ୍ୟଥିତ କରିବ । ଆଜି ସାରା ଭାରତ ତାଙ୍କୁ ଏକ ଐତିହାସିକ ସ୍ୱାଗତ କରିଥିଲା |ସେ ଅଲମ୍ପିକରେ ବିଶ୍ବ ବିଜେତା ସୁସାକି ଯୁଇଙ୍କୁ ହରାଇ ତାଙ୍କ ପାରିଦର୍ଶିତା ଦେଖାଇଥିଲେ, ପରେ ସେମି ଫାଇନାଲରେ ତାଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତ ବିଶ୍ୱକୁ ସ୍ତବ୍ଧ କରିଥିଲା କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଥିବା ହେତୁ ଫାଇନାଲ ପୂର୍ବରୁ ଡ଼ିସକ୍ୱାଲିଫାଂଏ କରାଯାଇଥିଲା ସେଥିପାଇଁ ସେ କୌଣସି ପଦକ ହାସଲ କରିପାରିନଥିଲେ ।

    ଏହା ପରେ ଦୁଃଖର ସହ କୁସ୍ତିରୁ ମଧ୍ୟ ସନ୍ୟାସ ନେଇଥିଲେ । ଆଜି ପ୍ୟାରିସରୁ ଫେରି ପରିବାରବର୍ଗ ଓ ସାଥି ଖେଳାଳିଙ୍କୁ ଦେଖି ସେ ତାଙ୍କ କାନ୍ଦ ରୋକି ପାରିନଥିଲେ । ତେବେ, ସୂଚନା ଅନୁଯାୟୀ, ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡା, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

  • ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ୮-୯ ଅଗଷ୍ଟ ରାତିରେ କୋଲକାତାରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସମଗ୍ର ଦେଶ କ୍ରୋଧିତ ହୋଇଉଠିଛି। ଡାକ୍ତରମାନେ ନିରନ୍ତର ବିରୋଧ କରିଚାଲିଛନ୍ତି। ଆଜି ବି ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ ଏହି ଧର୍ମଘଟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱାସ କରାଯାଏ। ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ କେବଳ ଓପିଡି ବନ୍ଦ ରହିବ, ଜରୁରୀକାଳୀନ ସେବା ଜାରି ରହିବ।

    ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ୨୪ ଘଣ୍ଟା ପାଇଁ ଡାକ୍ତରଖାନା ବନ୍ଦ ରଖିବାକୁ ଆହ୍ୱାନ ଦେଇଛି । ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆକ୍ସନ୍ କମିଟି ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ସରକାରଙ୍କୁ ଦାବି କରିଛନ୍ତି। ଦେଶର ସମସ୍ତ ଛୋଟ ଏବଂ ବଡ ଡାକ୍ତରଖାନାରେ ଆଜି ସକାଳ ୬ ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇଛି, ଯାହା ପରଦିନ ରବିବାର ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ। ଆକ୍ସନ୍ କମିଟିର ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

    ସେ କହିଛନ୍ତି ଯେ ଅଗଷ୍ଟ ୧୭ ରେ ରୁଟିନ୍ ଓପିଡି, ରୁଟିନ୍ ସର୍ଜରୀ, ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଅନୁସନ୍ଧାନ ଡାଇଗ୍ନୋଷ୍ଟିକ୍ ରୁଟିନ୍ ସେବା ବନ୍ଦ ରହିବ। ଜନସାଧାରଣ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ନିଶ୍ଚିତ କରିବାକୁ, ସେମାନେ ଜରୁରୀକାଳୀନ ସେବା ପାଇବାକୁ ଜାରି ରଖିବେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଡାକ୍ତରମାନେ ସେମାନଙ୍କୁ ଜରୁରୀକାଳୀନ ୱାର୍ଡରେ ସେବା ଯୋଗାଇବା ଜାରି ରଖିବେ। ଏହା ବ୍ୟତୀତ ଡାକ୍ତରଖାନାରେ ଥିବା ରୋଗୀମାନେ ମଧ୍ୟ ସେମାନଙ୍କର ଚିକିତ୍ସା ଜାରି ରଖିବେ।

  • ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଆଉ କିଛି ଦିନ ପରେ ସୁଜିତ ସାର ବିଦ୍ୟାଳୟ ଛାଡି ଅନ୍ୟତ୍ର ଚାଲିଯିବେ । ଆଉ ଛାତ୍ରଛାତ୍ରୀ ମାନେ ଦେଖିପାରିବେନି ସୁଜିତ ସାରଙ୍କ ପାଠ ପଢାଇବାର ଶୈଳୀ । ଯାହାକୁ ନେଇ ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି । ତେଣୁ ସେମନା ସାରଙ୍କୁ ବଦଳି ନକରି ସେହିଠାରେ ରହି ପାଠ ପଢାଇବାକୁ ନିବେଦନ କରିଛନ୍ତି । ଅଭଳି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ମୁଥାପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ । ସାରଙ୍କୁ ବଦଳି ନକରିବାକୁ ନିବେଦନ କରି ଛାତ୍ରଛାତ୍ରୀ ମାନେ କ୍ଲାସରୁମ୍ ଛାଡି ବିଦ୍ୟାଳୟ ବାହାରେ ବସି ନାରାବାଜି କରୁଛନ୍ତି ।

    ତେବେ ସୂଚନା ଅନୁଯାୟୀ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ ବିଶିଙ୍କ ବଦଳିକୁ ନେଇ ପିଲାମାନେ ଦୁଖରେ ଭାଙ୍ଗି ପଡ଼ିଥିଲେ । ପ୍ରିୟ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରିବାକୁ ପାଠ ପଢା ଛାଡି ସମସ୍ତ ଛାତ୍ର ଛାତ୍ରୀ ଧାରଣାରେ ବସି ରହିଥିଲେ । ଘଟଣାକୁ ନେଇ ଆମ ପ୍ରତିନିଧି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିବା ବେଳେ ସେ ଆଜିର ଘଟଣା ବିଷୟରେ ଅବଗତ ନଥିବା ବେଳେ ଯେଉଁ ଶିକ୍ଷକଙ୍କ ବଦଳି କଥା କୁହାଯାଉଛି ତାହା ମ୍ୟୁଚୁଆଲ ଟ୍ରାନ୍ସଫର ବେସିସରେ ଅର୍ଡର ହୋଇଛି । ଆମେ କିଛି କରିପାରିବୁନି । ତେବେ ବିଦ୍ୟାଳୟର ଅନ୍ୟ ଷ୍ଟାଫ୍ ମାନେ ମଧ୍ୟ ସୁଜିତି ବିଶିଙ୍କ ବଦଳିକୁ ନେଇ ପିଲାମାନେ ଭାଙ୍ଗିପଡିଥିବା କହିଛନ୍ତି । ତେବେ ଶିକ୍ଷକ ସୁଜିତ ବିଶି ପିଲାଙ୍କ ଏପରି ଅବସ୍ଥା ଦେଖି କଣ କରିବେ ସ୍ଥିର କରିପାରୁ ନାହାନ୍ତି ।

    ଛାତ୍ରଛାତ୍ରୀ ମାନେ ପ୍ରିୟ ଶିକ୍ଷକଙ୍କୁ ଛାଡିବାକୁ ନାରାଜ । ଏଭଳି ସ୍ଥିତିରେ ପିଲାଙ୍କ ପାଠ ପଢ ରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କେତେ ଦିନ ଛାତ୍ରଛାତ୍ରୀ ଧାରଣାରେ ବସୁଛନ୍ତି ଏବଂ ଏହାର ଆସୁ ସମାଧାନ କଣ ହେଉଛି ତାହା ଦେଖିବାକୁ ବାକି ।

  • ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ଉତ୍ସବର ମାହୋଲ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

    ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ଉତ୍ସବର ମାହୋଲ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

    ଦେଶବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଅନୁଗୋଳ ଆଠମଲ୍ଲିକ ବିଜେପି ପକ୍ଷରୁ ଏହା ପାଳନ କରାଯାଇଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ । ଆଠମଲ୍ଲିକ ଅଞ୍ଚଳର ଆରାଧ୍ୟା ଦେବୀ ମା ମାହେଶ୍ୱରୀ ମନ୍ଦିର ସମ୍ମୁଖରୁ ହାତରେ ତ୍ରିରଙ୍ଗା ଧରି ଏକ ବିରାଟ ପଦଯାତ୍ରାରେ ବାହାରିଥିଲା । ସେହିପରି ଅନୁଗୁଳରେ ବିଜେପି ପକ୍ଷରୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ୪୦୦ ମିଟରରୁ ଅଧିକା ଲମ୍ବର ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ଅନୁଗୁଳ ବଜାର ପୁରୁଣା ବସଷ୍ଟାଣ୍ଡ ବାଟେ ହୋଇ ପୁନଃ ଜଗନ୍ନାଥ ମନ୍ଦିରରେ ସମାପ୍ତ ହୋଇଥିଲା ।

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଳକ ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଓ ତହସିଲର ସମସ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ନିକଟସ୍ଥ ବିଦ୍ୟାଳୟର ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚାନ୍ଦବାଲି ବ୍ଲକ ପରିସରରୁ ଏକ ବିଶାଳ ରାଲି ବାହାରି ଚାନ୍ଦବାଲି ସହର ପରିକ୍ରମା କରିବା ସହ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

    ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ତ୍ରିରଙ୍ଗା ଶୋଭାଯାତ୍ରା । ଅଭିଯାନରେ ସାମିଲ ହେଲେ ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟାଳୟ ସ୍ଥିତ କୋଶଳ କଳା ମଣ୍ଡଳ ପଡିଆ ଠାରୁ ପାଟଣା ଛକ ଦେଇ ପିପି ଏକାଡେମୀ ହାଇସ୍କୁଲ ଛକଠୁ କୋଶଳ କଳା ମଣ୍ଡଳ ପଡିଆ ଯାଏଁ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା । ଏଥିରେ କେତେକ ଅଧିକାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

    ଯାଜପୁର ରୋଡ ଆଦର୍ଶ ଯୋଗ କେନ୍ଦ୍ର ଓ ସିଭିଲ ସୋସାଇଟି ତରଫରୁ ୭୮ ତମ ସ୍ୱାଧୀନତା ଦିବସ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ର ସମସ୍ତ କର୍ମ କର୍ତା ଆଦର୍ଶ ଯୋଗ କେନ୍ଦ୍ର ରୁ ଜାତୀୟ ପତାକା ଧରି ସ୍ଲୋଗାନ ଦେବା ସହିତ ଚୋର୍ଦା ଛକ କାଳୀ ମେଳଣ ପଡିଆ ଦେଇ ହରେକୃଷ୍ଣ ଭବନରେ ପହଞ୍ଚିଥିଲେ ।

    ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଅଞ୍ଚଳରେ ବହୁ ଆଡମ୍ବରରେ ଆୟଜିତ ହୋଇଯାଇଛି ହର ଘର ତ୍ରିରଙ୍ଗା ପଦଯାତ୍ରା । ଏଥିରେ ଦେଶର ଏକତା ଓ ଶକ୍ତି ପ୍ରଦର୍ଶନ କରିଥିଲେ ଯୋଡା ପୌରାଞ୍ଚଳର କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିବା ସହ କଲ୍ୟାଣି ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ସମ୍ମାନ ଜଣାଇଥିଲେ ।

  • ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ

    ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ

    ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। କୋଉଠି କାନ୍ଥରେ ବନ୍ଧୁକ ଟଙ୍ଗା ହୋଇଛିତ ଆଉ କେଉଁଠୁ ମିଳିଛି ବ୍ରାଣ୍ଡେଡ଼ ଘଣ୍ଟା ଓ ବ୍ରାଣ୍ଡେଡ଼ ଚଷମା ଏବଂ ବିଦେଶୀ ମୁଦ୍ରା । ଘର ନୁହେଁତ ପୁରା ମିନି ଯୁଏଲାରୀ ସପ୍ । ଘରେ ରହିଛି ଅଳଙ୍କାର ଦୋକାନ ଭଳି ପୁଳା ପୁଳା ସୁନା ଓ ଦାମୀ ଗହଣା ।

    ସରକାରୀ ଟଙ୍କାରେ ବାବୁ ଜଣକ ଚାକଚକ୍ୟ ଜୀବନ ବିତାଉଥିଲେ । ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। । ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍‌‌ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ ।ସୂଚନା ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

  • ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଯୋଡା ବ୍ଲକ ସର୍ବ ପୁରାତନ ମୁର୍ଗା ମହାଦେବ ମନ୍ଦିର ରେ ଆଜି ଶେଷ ସୋମବାର ରେ ଭକ୍ତ ଙ୍କ ପ୍ରହଳ ଭିଡ଼ । ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନେ ନିଜର ମାନସିକ ରକ୍ଷୀ ପ୍ରସିଦ୍ଧ ମୂର୍ଗା ମହାଦେବ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

    ଓଡିଶା ସହିତ ବାହାର ରାଜ୍ୟ ଝାଡଖଣ୍ଡ ପ୍ରମୁଖ ଅଞ୍ଚଳର ଅଧିକାଂଶ କାଉଡିଆ ବୈତରଣୀ ଓ ଅନ୍ୟ ନଦୀ ରୁ ଜଳ ଉତ୍ତୋଳନ କରିଥିବା ସମୟରେ ଜିଲ୍ଲା ର ଅଧିକାଂଶ ଶୈବ ଉପାସକ ପୂଣ୍ୟତୟା ବୈତରଣୀ ନଦୀର ଘାଟରୁ ଜଳ ଉତ୍ତୋଳନ କରି ମୂର୍ଗା ମହାଦେବ ପୀଠରେ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଛି।ପ୍ରଶାସନିକ ଅବହେଳା କାରଣରୁ ବିଲେଇପଦାରୁ ଦେଓଝର ରାସ୍ତା ଖଣିଜ ସମ୍ପଦ ବୋଝେଇ ଭାରୀଯାନଙ୍କ କବଜାରେ ଥିବାରୁ ସମ୍ପୃକ୍ତ ରାସ୍ତାରେ ସ୍ୱଚ୍ଛନ୍ଦ ଯାତାୟତ ପ୍ରତିହତ ହୋଇଥିବା ସମ୍ବନ୍ଧେ ଅନେକ ଶୈବା ଭକ୍ତ ସେମାନଙ୍କ ବିରକ୍ତି ଜାହିର କରିଥିବାର ଜଣାପଡିଛି ।

    ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂର୍ଗା ଧବଳେଶ୍ୱର ଶୈବପୀଠରେ ଶେଷ ସୋମବାରରେ ବୋଲବୋମ ଭକ୍ତଙ୍କ ନିମନ୍ତେ ଜଳାଭିଷେକ ଭଳି ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିବା ବେଳେ କାଉଡିଆ ଓ ସାଧାରଣ ଭକ୍ତଙ୍କ ନିମନ୍ତେ ଧାଡିରେ ଜଳାଭିଷେକ ଓ ଦର୍ଶନ ସୁବିଧା କରାଯାଇଥିବାର ଦେଖି ବାକୁ ମିଳିଛି ।

  • ସ୍ୱଧୀନତା ଦିବସ ପାଇଁ ଘରେ ଘରେ ତ୍ରିରଙ୍ଗା, ଚଳଚଞ୍ଚଳ ରାଜଧାନୀ

    ସ୍ୱଧୀନତା ଦିବସ ପାଇଁ ଘରେ ଘରେ ତ୍ରିରଙ୍ଗା, ଚଳଚଞ୍ଚଳ ରାଜଧାନୀ

    ଅପେକ୍ଷା ମାତ୍ର ୪ ଦିନକୁ । ଆଉ ମାତ୍ର ୪ ଦିନ ପରେ ଦେଶ ପାଳିବ ତାର ୭୮ ତମ ସ୍ୱାଧୀନତା ଦିବସ।ଭାରତ ଛାତିରେ ଉଡିବ ତ୍ରିରଙ୍ଗା ପତାକା । ହାତରେ ତ୍ରିରଙ୍ଗା ମନରେ ଦେଶପ୍ରୀତି ନେଇ ସ୍ୱାଧୀନତା ଦିବସ ପାଳନ କରିବ ସାରା ଭାରତ।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନତରଫରୁ ବୀର ସୁରେନ୍ଦ୍ରସାଏ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଏବଂଶିକ୍ଷକ ଶିକ୍ଷୟତ୍ରୀ ହର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି

    ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନତରଫରୁ ସ୍ଥାନୀୟ କର୍ପୋରେଟର ପ୍ରଭାସିନୀ ମହାନ୍ତି, ଯୁବ ସମାଜସେବୀ ପୁରଞ୍ଜନ ପାଢ଼ୀ, ବିଏମସି ଏସଆଇ ପୌମେନ୍ଦ୍ର ପ୍ରଧାନ, ସ୍ୱଛ ସାଥି ଗଣ, ମାତୃଶକ୍ତି ଟ୍ରଷ୍ଟର ସଦସ୍ୟଗଣ ଉପସ୍ଛିତ ଥାଲେ

  • ଦିଲ୍ଲୀ ମଦ ନୀତି ମାମଲା: ୧୭ ମାସ ପରେ ଜେଲରୁ ମୁକୁଳିବେ ଆପ ନେତା ମନୀଷ ସିସୋଦିଆ

    ଦିଲ୍ଲୀ ମଦ ନୀତି ମାମଲା: ୧୭ ମାସ ପରେ ଜେଲରୁ ମୁକୁଳିବେ ଆପ ନେତା ମନୀଷ ସିସୋଦିଆ

    ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହିତ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର (୯ ଅଗଷ୍ଟ ୨୦୨୪) ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବି.ଆର. ଗଭଇ ଏବଂ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ପୀଠ ଏହି ମାମଲାର ରାୟ ଦେଇଛନ୍ତି।

    ଏହାପୂର୍ବରୁ ଅଗଷ୍ଟ ୬ ରେ ସିସୋଡିଆଙ୍କ ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ବାତିଲ ହୋଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ର ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ଫେବୃଆରୀ ୨୬,୨୦୨୩ ରେ ଗିରଫ କରାଯାଇଥିଲା।

  • ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

    ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

    ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଠାରେ ଥିବା ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ର ଜଣେ ଛାତ୍ରଙ୍କ ର ଏକ ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହୋଇଛି |ମୃତକ ଛାତ୍ର ଜଣକ ହେଲେ ଦେବଗଡ ଜିଲ୍ଲା ଛେପିଲିପାଲି ଗ୍ରାମ ର ହରି ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ରୁପେଶ ସ୍ୱାଇଁ | ରୁପେଶ ଗତ ଏକ ବର୍ଷ ହେବ ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ରେ ରହି ପାଠ ପଢୁଥିଲେ , ଚଳିତ ବର୍ଷ ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ ।ଯେହେତୁ କଲେଜ ଟି ସମ୍ପୂର୍ଣ ଆବାସିକ ଥିଲା ତେଣୁ ଏହି କଲେଜ ର ହଷ୍ଟେଲ ରେ ହିଁ ରୁପେଶ ରହି ଆସୁଥିଲେ ।

    ଆଜି ସକାଳେ ରୁପେଶ ଙ୍କ ବାପା ହରି ଚନ୍ଦ୍ର ସ୍ୱାଇଁ ଙ୍କ ନିକଟକୁ ହଷ୍ଟେଲ ର ୱୟଡେନ ଫୋନ କରି ଜଣାଇଥିଲେ କି ଆପଣଙ୍କ ପୁଅ ର ଏକ ଦୁର୍ଘଟଣା ହୋଇଛି , ସେ ହସିପିଟାଲ ରେ ଅଛି, ଆପଣ ଶୀଘ୍ର ଆସନ୍ତୁ । ହରିଚନ୍ଦ୍ର ଦେବଗଡ ରୁ ଅନୁଗୋଳ ହସ୍ପିଟାଲ କୁ ଆସିଲା ବେଳକୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ର ମୃତ୍ୟୁ ହୋଇ ସାରିଛି । ତେବେ କଲେଜ କର୍ତ୍ୟୁପକ୍ଷ ଙ୍କୁ ପଚାରିବାରୁ ସେ କହିଥିଲେ କି ଆପଣଙ୍କ ପୁଅ ରାତି ପ୍ରାୟ ୧.୧୫ ସମୟରେ ହଷ୍ଟେଲ ରୁ ସାର ଙ୍କ ଗାଡି ଧରି ପଳାଇଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ର ଟାଟା ସୋରୁମ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଯାହା ଫଳରେ ଆମେ ତାକୁ ସେଠାରୁ ଆଣି ହସ୍ପିଟାଲ ଭର୍ତି କରିଥିଲୁ ଓ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ |

    ତେବେ ଘଟଣା ଟିକୁ ନେଇ ପରିବାର ପକ୍ଷରୁ କଲେଜ କର୍ତ୍ୟୁପକ୍ଷ ଙ୍କ ଅବହେଳା ଦର୍ଶାଇ ନାଲକୋ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି , ରୁପେଶ ଙ୍କ ବାପା ଙ୍କ ଅଭିଯୋଗ କି କଲେଜ ର ଦାୟିତ୍ୱ ହୀନ ପାଇଁ ତାଙ୍କ ପୁଅ ର ମୃତ୍ୟୁ ଘଟିଛି |ରାତି ସମୟରେ ସେ କାହିଁକି ହଷ୍ଟେଲ ରୁ ବାହାରକୁ ଗଲା ?ଯଦି ଯିବାର ଥିଲା ତେବେ ଗାଡି କେଉଁଠୁ ପାଇଲା ଓ ଗାଡି ର ଚାବି ତାକୁ କିଏ ଦେଇଥିଲା ?ହଷ୍ଟେଲ ରୁ ତାଙ୍କ ପୁଅ ଗଲା ସମୟରେ ୱୟଡେନ କଣ କରୁଥିଲେ ? ରୁପେଶ ଏକା ଯାଇଥିଲା କି ତାଙ୍କ ସହ ଆଉ କିଏ ଥିଲା।ଏଭଳି ଅନେକ ଅଭିଯୋଗ କରିଛନ୍ତି | ଏ ଘଟଣାକୁ ଚପାଇ ଦେବାକୁ ବହୁ ଦଲାଲ ମଧ୍ୟ ଲାଗି ପଡିଛନ୍ତି।