Tag: #suchana news

  • ବଢୁଛି ହାତୀ ପାଇଁ ତାତି,ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

    ବଢୁଛି ହାତୀ ପାଇଁ ତାତି,ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

    ଦୀର୍ଘ ଦିନ ହେବ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ। ହାତୀ ପାଇଁ ବଢୁଛି ତାତି।ବନ ବିଭାଗ ହାତୀ ନିୟନ୍ତ୍ରଣରେ ବିଫଳ ହୋଇଥିବା ଯୋଗୁଁ ଗ୍ରାମବାସୀ ବନବିଭାଗକୁ ଘେରାଉ କରିବା ସହ ହୋହାଲ୍ଲା କରିବା ଘଟଣା ଚମ୍ପୁଆ ବ୍ଲକ ଜାଲି ଗ୍ରାମରେ ଦେଖିବାକୁ ମିଳିଛି। ଦୈନିକ ହାତୀ ପାଦତଳେ ଏକର ଏକର ଫଳନ୍ତି ଧାନ ଫସଲ ନଷ୍ଟ ହେଉଥିବାବେଳେ ହାତୀ ଘର ଭାଙ୍ଗି ବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କିଛି ଦିନ ତଳେ ଚମ୍ପୁଆ ରେଞ୍ଜ ଛାଡି ପାଟଣା ରେଞ୍ଜ କୁ ଚାଲିଯାଇ ଥିବା ୨୮ ଦଳିଆ ହାତୀ ପଲ ଗତକାଲି ପୁନର୍ବାର ଲେଉଟି ଆସି ଜାଲି,ରାଉତରାପୁର,ଝାଲିଆବେଡା, ବର୍ଧନା ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ତେବେ ହାତୀ ପଲ ଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ହିତୀ କ୍ଷୟ କ୍ଷତିକୁ ନେଇ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି , ଏହାକୁ ନେଇ ଜାଲି ଗ୍ରାମବାସୀ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି।

  • ସରକାରଙ୍କ ନୂତନ ନିୟମକୁ ଟିପ୍ପର ମାଲିକ ସଙ୍ଘର ବିରୋଧ

    ସରକାରଙ୍କ ନୂତନ ନିୟମକୁ ଟିପ୍ପର ମାଲିକ ସଙ୍ଘର ବିରୋଧ

    ରାଜ୍ୟ ସରକାରଙ୍କ ଲଘୁ ଖଣିଜ ସଂପଦ ପରିବହନକୁ ନେଇ ଅଣାଯାଇଥିବା ନୂତନ ନିୟମକୁ ବିରୋଧ କରିଛି ଟିପ୍ପର ମାଲିକ ସଙ୍ଘ। ଏହି ନୂଆ ନିୟମରେ ବାଲି ଓ ମାଟିକୁ ସାମିଲ କରିବା ସହିତ ସାମାନ୍ୟ ଭୁଲ ପାଇଁ ଲକ୍ଷାଧିକ ଟଙ୍କାର ଫାଇନ ଦେବାକୁ ପଡ଼ୁଛି ଗାଡ଼ି ମାଲିକ ମାନଙ୍କୁ। ପୂର୍ବରୁ ବାଲି ଓ ମାଟି ତହସିଲଦାରଙ୍କ ଅଧିନରେ‌ ‌ଥିବା ବେଳେ ଏବେ ଏହା ଲଘୁ ଖଣିଜ ସଂପଦ ବିଭାଗ ଅଧିନରେ ସାମିଲ କରାଯାଇଛି। ଏହି ନିୟମ ଖଣି ଅଞ୍ଚଳ ଗୁଡିକରେ ଲାଗୁ କରିବା ବଦଳରେ ସମଗ୍ର ଓଡିଶାରେ ଏହାକୁ ଲାଗୁ କରିଛନ୍ତି ରାଜ୍ୟ ସରକାର।

    ଫଳରେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଟିପ୍ପର ମାଲିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଟିପ୍ପର ଚଲଉଥିବା ଡ୍ରାଇଭର ମାନେ ଅଧିକ ପାଠ ପଢ଼ି ନଥିବାରୁ ନିୟମ କାନୁନ ସମ୍ପର୍କରେ ଜାଣି ପାରୁ ନାହାନ୍ତି। ଫଳରେ ଗାଡ଼ି ଗୁଡ଼ିକୁ ଲକ୍ଷାଧିକ ଟଙ୍କାର ଫାଇନ ଦେବାକୁ ପଡ଼ୁଛି। ଯାହାକୁ ବିରୋଧ କରି ଇଷ୍ଟର୍ନ ଜୋନ ର ସମସ୍ତ ଟିପ୍ପର ସଂଘ ଆନ୍ଦୋଳନ କୁ ଓହ୍ଲାଇଛି।

    ରାଜ୍ୟ ସରକାର ତୁରନ୍ତ ଏହି ଆଇନ୍ ପ୍ରତ୍ୟାହାର କରିବା ସହିତ ଟିପ୍ପର ସଂଘ ର ୧୧ ଦଫା ଦାବୀ ପୂରଣ କରିବାକୁ ପାରାଦ୍ଵୀପ ରିଜ୍ବନାଲ ଟିପ୍ପର ଓ୍ବଣ୍ଣର୍ସ ଆସୋସିଏସନ୍ ଏକ ସାମ୍ବାଦିକ ସମ୍ମିଳନୀ ରେ ଦାବୀ କରିଛି।

  • ଅଶାନ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଗେଟ୍‌ରେ ଝୁଲିଲା ତାଲା ରାସ୍ତାରେ ବିଦ୍ୟାର୍ଥୀ

    ଅଶାନ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଗେଟ୍‌ରେ ଝୁଲିଲା ତାଲା ରାସ୍ତାରେ ବିଦ୍ୟାର୍ଥୀ

    ହଷ୍ଟେଲ ମ୍ୟାନେଜମେଣ୍ଟ, ପାନୀୟ ଜଳ ଏବଂ ଖାଦ୍ୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଅବହେଳାକୁ ନେଇ ଅଭିଯୋଗ କରିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ।

    କୋରାପୁଟ ଜିଲ୍ଲା, ସୁନାବେଡ଼ା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ଗେଟ୍‌ରେ ଝୁଲିଲା ତାଲା । ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବିକରି ଗେଟ୍‌ରେ ତାଲା ପକାଇବା ସହ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲ ମ୍ୟାନେଜମେଣ୍ଟ, ପାନୀୟ ଜଳ ଏବଂ ଖାଦ୍ୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଅବହେଳାକୁ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

    ଏ ନେଇ, ବାରମ୍ବାର ପ୍ରତିଶ୍ରୁତି ଦେବାପରେ ମଧ୍ୟ କର୍ତୃପକ୍ଷ ସମସ୍ୟା ଉପରେ ଗୁରୁତ୍ବ ନ ଦେବାରୁ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଏସବୁ ସମସ୍ୟାନେଇ, କୁଳପତିଙ୍କ ନିକଟରେ ବାରମ୍ବାର ଅଭିଯାଗ କରିବା ସହ ଧାରଣା ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳି ନ ଥିଲା । ଛାତ୍ରଛାତ୍ରୀ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ବିଷୟରେ ଅବଗତ ହେବାପରେ, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

  • କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁରେ ପିଲା ଚୋରି ଅଭିଯୋଗରେ ବୁଲା ବେପାରୀ କୁ କାବୁ କଲେ ଗ୍ରାମବାସୀ ।ଏକ ପ୍ଲାଷ୍ଟିକ ଡବା ରେ ଛୋଟ ଶିଶୁକୁ ପୁରାଇ ନେଉଥିବା ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଅଟକ ଅଛି ବୁଲା ବେପାରୀ ।ପଟ୍ଟାମୁଣ୍ଡାଇ ବ୍ଳକ ରାଜନଗର ଶାସନ ଛକରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ମୋଟରସାଇକେଲରେ ଗାଁ କୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସି ନିମପୁର ଶାସନ ଗ୍ରାମର ଅରୁଣ ମଳିକ ଙ୍କ ୭ ବର୍ଷ ର ପୁଅଙ୍କୁ ଡବ ରେ ପୁରାଇ ନେଉଥିବାର ଅନ୍ୟ ଏକ ପିଲା ଦେଖି ପାଟିକରିବାରୁ ଗ୍ରାମବାସୀ ମାନେ ଦୁଇଜଣ ଙ୍କୁ ଅଟକାଇ ନିର୍ଧୁମ ପିଟି ପଂଚାୟତ ଗୃହରେ ଅଟକ ରଖିଥିଲେ । ଘଟଣା ସ୍ଥଳରୁ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ ।

    ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପହଂଚି ଦୋଷୀକୁ ପୋଲିସ ଗାଡ଼ିରେ ନେବାବେଳେ ଗ୍ରାମବାସୀ ମାନେ ପୋଲିସ ଗାଡିକୁ ଅଟକାଇ ଗାଡିକୁ ଯିବାକୁ ବିରୋଧ କରିଥିଲେ ଓ ଅଭିଯୁକ୍ତ କୁ ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତ ଙ୍କୁ ନିଜ ହେପାଜତ ରେ ରଖି ତଦନ୍ତ ଜାରି ରଖିଛି

  • ପ୍ରୟାଗରାଜରେ UPPSC ପରୀକ୍ଷାର୍ଥୀଙ୍କ ଦ୍ୱାରା ତୀବ୍ର ବିରୋଧ, ବ୍ୟାରିକେଡ୍ ଭାଙ୍ଗିଲେ, ପୋଲିସ ସହିତ ହାତାହାତି

    ପ୍ରୟାଗରାଜରେ UPPSC ପରୀକ୍ଷାର୍ଥୀଙ୍କ ଦ୍ୱାରା ତୀବ୍ର ବିରୋଧ, ବ୍ୟାରିକେଡ୍ ଭାଙ୍ଗିଲେ, ପୋଲିସ ସହିତ ହାତାହାତି

    ଉତ୍ତରପ୍ରଦେଶ ଜନସେବା ଆୟୋଗର PCS Pre 2024 ଏବଂ RO / ARO ପ୍ରାଥମିକ ପରୀକ୍ଷା 2023 ରେ ସ୍ୱାଭାବିକତା ବିରୋଧରେ ପ୍ରତିଯୋଗୀ ପ୍ରାର୍ଥୀଙ୍କ ଦ୍ୱାରା ଏକ ବିରାଟ ବିରୋଧ ଆରମ୍ଭ ହୋଇଛି | ଜନସେବା ଆୟୋଗ ଛକରେ ହଜାର ହଜାର ପ୍ରାର୍ଥୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ପ୍ରତିଯୋଗୀ ଛାତ୍ରମାନେ ଲଗାତାର ହାତରେ ପୋଷ୍ଟର ଏବଂ ବ୍ୟାନର ଧରି ସ୍ଲୋଗାନ ଦେଉଛନ୍ତି। କ୍ରୋଧିତ ଛାତ୍ରମାନେ ପୋଲିସର ବ୍ୟାରିକେଡ୍ ମଧ୍ୟ ଭାଙ୍ଗିଥିଲେ, ଯାହା ପରେ ସେମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

    ପ୍ରତିଯୋଗୀ ଛାତ୍ରମାନେ ସ୍ୱାଭାବିକ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ସେମାନଙ୍କର ଚାହିଦା ହେଉଛି PCS Pre 2024 ଏବଂ RO ଏବଂ ARO Pre 2023 ର ପରୀକ୍ଷା ଗୋଟିଏ ଦିନରେ ଗୋଟିଏ ସିଫ୍ଟରେ କରାଯିବା ଉଚିତ | ପ୍ରତିଯୋଗୀ ଛାତ୍ରମାନେ ଦୁଇ ଦିନ ପୂର୍ବେ ଜନସେବା ଆୟୋଗଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ଘୋଷଣା କରିଥିଲେ। ସେମାନେ ଗୋଟିଏ ଦିନରେ ପରୀକ୍ଷା କରିବେ ଏବଂ କେବଳ ଗୋଟିଏ ସିଫ୍ଟରେ ଆୟୋଗଙ୍କଠାରୁ ନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ।

  • ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ରବିବାର ଦିନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡକ୍ତର ପ୍ରଦୀପ ବଳ ସାମନ୍ତଙ୍କ ଦ୍ୱାରା ଦାନଗଦି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ କୋଟିଏ ରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ବିଭିନ୍ନ ନୂତନ ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସାମନ୍ତଙ୍କ ଦ୍ୱାରା ମଙ୍ଗଳପୁର ପଂଚାୟତର ନୁଆଁଗା, ଖରଡ଼ି, ମଙ୍ଗଳପୁର, ବାଳୁଙ୍ଗାବନ୍ଦୀ, ଓ ତେଲିବାହାଳୀ ଗ୍ରାମରେ ବିଭିନ୍ନ ସ୍କୁଲର ନୂତନ ଶ୍ରେଣୀ ଗୃହ, ମିଶନଶକ୍ତି ଗୃହର ଶୁଭ ଉଦଘାଟନ କରାଯାଇଥିଲା ।

    ମଙ୍ଗଳପୁର ସରପଞ୍ଚ ବାବୁଲି ନଟିଆଙ୍କ ନେତୃତ୍ୟରେ ଶତାଧିକ ବିଜେପି କର୍ମୀ ସାମନ୍ତଙ୍କୁ ମିଲିଟାରୀ ଛକଠାରୁ ପାଛୋଟି ନେଇ ମଙ୍ଗଳ ପୁର ପଂଚାୟତ ପରିବ୍ରହ୍ମଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦାନଗଦି ବ୍ଲକ ପ୍ରତିନିଧି ପ୍ରଶାନ୍ତ ରାୟ, ସୁଧାଂଶୁ ଭଞ୍ଜ, ଦିଲୀପ ନାୟକ, ଧୂଳିଗଡ଼ ସରପଞ୍ଚ ମାନସ ରଣା, ମଙ୍ଗଳପୁର ସମିତିସଭ୍ୟ ବଇନ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ବିଗତ ଦିନରୁ ପଂଚାୟତ ରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର ସମାଧାନ ହେବ ବୋଲି ମନ୍ତ୍ରୀ ମଙ୍ଗଳପୁର ବାସିଙ୍କୁ ପ୍ରତିଶୃତି ଦେଇଥିଲେ ।

  • ଝରକା ତାଡି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଲୁଟ୍

    ଝରକା ତାଡି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଲୁଟ୍

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ଯ ବ୍ଯାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ବ୍ଯାଙ୍କର ଉପର ମହଲାରେ ଥିବା ଝରକାର ଲୂହା ଗ୍ରିଲକୁ ଗ୍ଯାସ କଟରରେ କାଟି ବ୍ଯାଙ୍କ ଭିତରକୁ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି, ଆଜି ସକାଳେ ସ୍ଥାନୀୟ ଲୋକେ ବ୍ଯାଙ୍କର ଝରକା ଭଙ୍ଗା ଯାଇ ଥିବା ଦେଖି ବ୍ଯାଙ୍କର ମ୍ଯାନେଜର ଏବଂ ବାଲିଆପାଳ ପୋଲିସକୁ ଖବର ଦେଇ ଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ୫ ବର୍ଷ ପୂର୍ବରୁ ମଧ୍ଯ ଏହି ବ୍ଯାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ଯୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୁର୍ତ୍ତ, ତେବେ ଏହି ଅଞ୍ଚଳ ରେ ବାରମ୍ବାର ଚୋରି ହେଉଥିବା ରୁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

  • ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ଓଡିଶା ରାଜ୍ୟର ଦୁଇଟି ସହର ସ୍ମାର୍ଟସିଟିରେ ଯାଉଥିବ।ବେଳେ, ରାଉରକେଲା ସହର ଅନ୍ୟତମ । ସହରର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆସୁଛି ହେଲେ ଏଚିତ୍ର ଦେଖିଲେ ଲାଗୁଛି ବୋଧହୁଏ ଆସୁଥିବା ଅର୍ଥ ସଠିକ ବାଟରେ ଖର୍ଚ୍ଚ ହେଉନି । ଏଭଳି କହିବାର ତାପର୍ଯ୍ୟ, ରାଉଲକେଲା ସହର, ଯାହା ଇଷ୍ପାତ ନଗରୀ ନାମରେ ପରିଚିତ । ପ୍ରତ୍ୟକ ଦିନ ଦିନ ଦୁରଦୁରାନ୍ତରୁ କାହିଁ କେତେ ଲୋକ ଯିବା ଆସିବା କରନ୍ତି ମାତ୍ର ଏଠି ଦୁର୍ଭାଗ୍ୟର ବିଷୟ ରାଉରକେଲା ଆର.ଏମ.ସି ଅଫିସ ଆଗରେ ପିଇବା ପାଣି ପାଇଁ ମେସିନଟି ଲାଗିଛି ସତ, ଜଳ ହିଁ ଜୀବନ ବୋଲି ମଧ୍ଯ ଲେଖାଯାଇଛି , ହେଲେ ଯେତେ ଟ୍ଯାପ ଖୋଲିଲେ କଣ ହେବ ପାଣି କିନ୍ତୁ ଆସୁନି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଥିକ । ଜନ ସାଧାରଣଙ୍କ କହିବା କଥା ଜଳ ହିଁ ଜୀବନ ଲେଖିଦେଲେ ହେବନି ଲୋକଙ୍କୁ ଜଳ ବି ମିଳିବା ଦରକାର। ଦୀପ ତଳ ଅନ୍ଧାର ଭଳି ଏଠାକାର ଅବସ୍ତା । ତେଣୁ ଶୀଘ୍ର ଏହାପ୍ରତି କର୍ତ୍ତୃପକ୍ଷ ଧ୍ଯାନଦେଲେ ସମସ୍ତଙ୍କ ପାଇଁ ସୁବିଧା ହୁଅନ୍ତା ବୋଲି ସାଧାରଣରେ ଦାବି ହୋଇଛି ।

  • ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ଏକ ତରଫା ପ୍ରେମର କରୁଣ ପରିଣତି । ମହିଳା ୟୁଟୁବରଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିଶୋଧ ପାରାୟଣ ଯୁବକଙ୍କ ଭୟଙ୍କର କାରନାମା । ମହିଳାଙ୍କୁ ବ୍ଲାକମେଲିଂ କରିବା ସହ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ମହିଳାଙ୍କ ଫଟକୁ ଅଶ୍ଳିଳ ଭାବେ ଏଡିଟିଂ କରି ଫଟୋ ଅପଲୋଡ଼ କରି ବଦନାମ କରିବାକୁ ଅପଚେଷ୍ଟା କରୁଛି ହତାସ ପ୍ରେମିକ ।

    ବାସ୍ତବରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଗାଁର ଜଣେ ମହିଳା ୟୁଟୁବର ଏକ ବର୍ଷ ତଳେ ରାହାମା ସ୍ପନ୍ଦନା ଫାଇନାନ୍ସ ଶାଖାରୁ ଋଣ ଆଣିଥିଲେ । ତେବେ ମାସିକ କିସ୍ତି ଆଦାୟ ପାଇଁ ସେହି ସ୍ପନ୍ଦନା ଫାଇନାସନ୍ସ ଶାଖାର ଜଣେ କର୍ମଚାରୀ ମହିଳାଙ୍କ ଘରକୁ ଆସୁଥିଲେ ଓ ତାଙ୍କର ଜଣେ ପ୍ରଶଂସକ ବୋଲି କହି ବନ୍ଧୁତ୍ୱ ସ୍ଥାପନ କରିଥିଲେ । ମହିଳାଙ୍କ ଋଣ ପରିଶୋଧ ହେବା ପରେ ସେ ପୁନଶ୍ଚ ବାରମ୍ବାର ମହିଳାଙ୍କ ଘରକୁ ଆସି ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲେ ।

    ମହିଳା ଜଣଙ୍କ ବିବାହିତା ହୋଇଥିବାରୁ ତାଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିବା ପରେ ସେ ପ୍ରତିଶୋଧ ପାରାୟଣ ହୋଇ ମହିଳାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ତାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ କରି ଅପଲୋଡ଼ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମହିଳାଙ୍କ ନାବାଳିକା ଝିଅକୁ ହତ୍ୟା କରିବ ବୋଲି ଧମକ ଦେଉଥିବା ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଫାଇନାସନ୍ସ କର୍ମଚାରୀ ଜଣଙ୍କ ମହିଳାଙ୍କୁ ବାରମ୍ବାର ଫୋନ ରେ କଥା ହେବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅଶ୍ଳୀଳ ମେସେଜ ଓ ଅଶ୍ଳୀଳ ଭଏସ ମେସେଜ କରୁଥିବାର ସେ ତଥ୍ୟ ଦେଇଛନ୍ତି । ଏନେଇ ସେ ସାଇବର ସେଲରେ ମଧ୍ୟ ଏକ ଅଭିଯୋଗ କରିଥିବା ସୂଚନା ମିଳିଛି ।

  • ପାକିସ୍ତାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ବଡ ଘୋଷଣା- ଆମ ଦେଶତ ଛାଡ଼ନ୍ତୁ, ଭାରତ ଏହି କ୍ଷେପଣାସ୍ତ୍ର ରେ ଆମେରିକାରୁ ୟୁରୋପ ପର୍ଯ୍ୟନ୍ତ କରିପାରେ ଟାର୍ଗେଟ

    ପାକିସ୍ତାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ବଡ ଘୋଷଣା- ଆମ ଦେଶତ ଛାଡ଼ନ୍ତୁ, ଭାରତ ଏହି କ୍ଷେପଣାସ୍ତ୍ର ରେ ଆମେରିକାରୁ ୟୁରୋପ ପର୍ଯ୍ୟନ୍ତ କରିପାରେ ଟାର୍ଗେଟ

    ଭାରତର ଦିନକୁ ଦିନ ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଉଥିବା ବିକାଶ ହୋଇଛି । ଭାରତ ନିଜର ସ୍ୱଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ସହିତ ବିଶ୍ୱରେ ନିଜର ମେଣ୍ଟ ପ୍ରମାଣିତ କରିଛି | ଭାରତରେ ନିର୍ମିତ କ୍ଷେପଣାସ୍ତ୍ରକୁ ମଧ୍ୟ ବିଶ୍ୱରେ ଗୁରୁତ୍ୱ ଦିଆଯାଏ | ସମ୍ପ୍ରତି, ଭାରତ ଅନେକ ସ୍ୱଦେଶୀ ଭାବରେ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ତିଆରି କରିଛି, ଯାହା ଏସିଆ ଏବଂ ୟୁରୋପର ଅନେକ ଅଂଶକୁ ଟାର୍ଗେଟ କରିପାରିବ |

    ନିକଟରେ ପାକିସ୍ତାନର ଇସଲାମାବାଦ, କାୟଦ-ଏ-ଆଜମ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ପଲିଟିକ୍ସ ଆଣ୍ଡ ଇଣ୍ଟରନେଶନାଲ ରିଲେସନ୍ସ ର ପ୍ରତିରକ୍ଷା ବିଶେଷଜ୍ଞ ପ୍ରଫେସର ଜାଫର ନୱାଜ ଜସପାଲ ଏହି ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ନୂତନ କ୍ଷେପଣାସ୍ତ୍ର ପ୍ରଣାଳୀ ‘ସୂର୍ଯ୍ୟ’ର ଆଇସିବିଏମ୍ ବିକାଶ ପାଇଁ କାର୍ଯ୍ୟ କରୁଛି, ଯାହା ଆମେରିକା ଏବଂ ବ୍ରିଟେନ ପରି ଅନେକ ପାଶ୍ଚାତ୍ୟ ଦେଶକୁ ମଧ୍ୟ ଟାର୍ଗେଟ କରିପାରିବ।

    ପ୍ରଫେସର ଜସପାଲ ୱାର୍ଲ୍ଡ ଇକୋ ନ୍ୟୁଜକୁ କହିଛନ୍ତି ଯେ ଏହି ସୂର୍ଯ୍ୟ ଆଇସିବିଏମ୍ ର ରେଞ୍ଜ ୧୦,୦୦୦ ରୁ ୧୨,୦୦୦ କିଲୋମିଟର ହୋଇପାରେ, ଯାହାର ଅର୍ଥ ହେଉଛି ଭାରତର କ୍ଷେପଣାସ୍ତ୍ର କ୍ଷମତା ବର୍ତ୍ତମାନ ଆମେରିକାରେ ପହଞ୍ଚିପାରିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏଭଳି କ୍ଷେପଣାସ୍ତ୍ରର ବିକାଶ ପାକିସ୍ତାନ ପାଇଁ ନୁହେଁ, ଆମେରିକା, ୟୁରୋପ ଏବଂ ଋଷ ପାଇଁ ଚିନ୍ତାର କାରଣ ହେବା ଉଚିତ। କାରଣ ଭାରତରେ ପୂର୍ବରୁ ଅନେକ କ୍ଷେପଣାସ୍ତ୍ର ଉପଲବ୍ଧ ଅଛି ଯାହା ପାକିସ୍ତାନର ଯେକୌଣସି ଅଂଶକୁ ଟାର୍ଗେଟ କରିପାରିବ।