Tag: #suchana news

  • ତିରୁପତି ମନ୍ଦିରରେ ଦଳାଚକଟା, ଛଅ ମୃତ ଶତାଧିକ ଆହତ

    ତିରୁପତି ମନ୍ଦିରରେ ଦଳାଚକଟା, ଛଅ ମୃତ ଶତାଧିକ ଆହତ

    ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ହୋଇ ତାମିଲନାଡୁ ସାଲେମ ଜିଲ୍ଲାର ଜଣେ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଶତାଧିକ ଆହତ ହୋଇଛନ୍ତି I ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ୱାର ଦର୍ଶନ ଉପଲକ୍ଷେ ଶ୍ରୀନିବାସମ ବୈରାଗୀପେଟାଡା ରାମାନାଇଡ଼ୁ ସ୍କୁଲ ଓ ସତ୍ୟନାରାୟଣପୁରମ ନିକଟରେ ଆଗୁଆ ଟିକେଟ ବିକ୍ରି କରାଯିବାକୁ ଘୋଷଣା କରାଯାଇଥିଲା I ବୈରାଗୀପେଟାଡା ପାର୍କ ନିକଟ ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ କେନ୍ଦ୍ରରେ ଆଜି ପୁର୍ବାହ୍ନରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା I ରାତିରେ ଭିଡ଼ ଅସମ୍ଭ ଭାବେ ବୃଦ୍ଧି ପାଇବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା I

    ଏହି ଘଟଣାରେ ତିରୁମାଲା ତିରୁପତି ଡେଵସ୍ଥାନମ ବୋର୍ଡ ଅଧ୍ୟକ୍ଷ ବିଆର ନାଇଡୁଙ୍କ ଅଧକ୍ଷତାରେ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି I ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି I ଦଳାଚକଟା ସମ୍ପର୍କରେ ସେ ମନ୍ଦିର ପରିଚାଳନା କର୍ତ୍ତୁପକ୍ଷଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି I ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I

  • ଅଡୁଆରେ ଶେଖ୍ ହସିନା, ପାସପୋର୍ଟ ରଦ୍ଦ କଲେ ବାଂଲାଦେଶର ଅନ୍ତରୀଣ ସରକାର

    ଅଡୁଆରେ ଶେଖ୍ ହସିନା, ପାସପୋର୍ଟ ରଦ୍ଦ କଲେ ବାଂଲାଦେଶର ଅନ୍ତରୀଣ ସରକାର

    ଶେଖ୍ ହସିନାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ଅଡ଼ୁଆରେ ପଡିଛନ୍ତି । କାରଣ ଦେଶର ଅନ୍ତରୀଣ ସରକାର ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି । ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ ବି ରହିଛନ୍ତି । ଜୁଲାଇ ମାସରେ ବିକ୍ଷୋଭ ସମୟରେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି । ଏହା ପୂର୍ବରୁ ଗତ ମଙ୍ଗଳବାର ସକାଳେ ଶେଖ ହସିନା ଓ ଅନ୍ୟ ୧୫ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ଆଉ ଏକ ଅଭିଯୋଗ ଦାଖଲ କରାଯାଇଥିଲା।

    ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ସମୟରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ଏଥିରେ ଦର୍ଶାଯାଇଛି। ଶଫିକୁଲ ଇସଲାମ ମୁଫତିଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ୨୦୨୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ, ସେତେବେଳେ ସେଠାରେ ବିକ୍ଷୋଭ ଚାଲିଥିଲା। ସେହି ସମୟରେ ଶେଖ ହସିନାଙ୍କ ସରକାର ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଶଫିକୁଲ ଇସଲାମ ମୁଫତିଙ୍କ ୧୭ ବର୍ଷର ପୁଅ ନିହତ ହୋଇଥିଲେ। ଏହାସହ, ଆହୁରି ଅନେକ ଲୋକଙ୍କୁ ଶେଖ୍ ହସିନା ସରକାର ହତ୍ୟା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ।

  • ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକଟା ମୃତଦେହ ଉଦ୍ଧାର

    ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକଟା ମୃତଦେହ ଉଦ୍ଧାର

    ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ରାଜଧାନୀ। ହେଲେ ଆଜି ସକାଳେ ରାଜଧାନୀରୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଛି। ବିଚ୍ ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ। ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ।

    ସୂଚନା ଅନୁସାରେ, ଆଜି ସକାଳୁ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ଏକ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ କେହି ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଭୋର ସମୟରେ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି। ତେବେ ମୃତଦେହ ନିକଟରେ ଏକ ସ୍କୁଟି ବି ପଡିଛି। ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

  • ବ୍ୟାସକବିଙ୍କ ପ୍ରତିମୂତ୍ତିଙ୍କୁ ଅସମ୍ମାନ

    ବ୍ୟାସକବିଙ୍କ ପ୍ରତିମୂତ୍ତିଙ୍କୁ ଅସମ୍ମାନ

    ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଦ୍ୱାର ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଏମସି ପକ୍ଷରୁ ନିର୍ମାଣ ସରିଛିI ପୁସ୍ତକ ଆକୃତିର ଏହି ଭାସ୍କର୍ଯ୍ୟର ନିର୍ମାଣ ସ୍ଥାନ ,ଉଚ୍ଚତା ଓ ଶୈଳୀକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି I ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ ଅନ୍ୟପଟେ ଭାସ୍କର୍ଯ୍ୟ ପଛରେ ବରପୁତ୍ରଙ୍କ ପ୍ରତିମୂତ୍ତିକୁ ଲୁଚାଇବାକୁ ଷଡ଼ଯନ୍ତ୍ର କରିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଉଠିଛି ପ୍ରଶ୍ନ I

    ପୁରାତନ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣୀ ବ୍ୟାସକବି ଫକୀର ମୋହନ ସେନାପତି I ଯାହାଙ୍କୁ ନେଇ ଓଡ଼ିଶାବାସୀ ସବୁବେଳେ ଗର୍ବ କରିଛନ୍ତି I ତାଙ୍କୁ ସମ୍ମାନ ଜଣାଇ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ଵାରରେ ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତି ନିକଟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥାନ୍ତି I ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ଶ୍ରାଦ୍ଧହୋତ୍ସବରେ ବିଭିନ୍ନ ସାମାଜିକ ସଙ୍ଗଠନ,ବିଧାୟକ, ରାଜ୍ୟସରକାର ମନ୍ତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରନ୍ତି I ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା I

    ୨୪ ବର୍ଷର ବିଜେଡି ସରକାର ଯାହା ହୋଇ ନ ଥିଲା ବାର୍ତ୍ତମାନ ସରକାର ଓଡ଼ିଆ ଅସ୍ମିତାର ନାରା ଦେଇ ବରପୁତ୍ରଙ୍କୁ ଅପମାନ କରିଛନ୍ତି I ଏହାଦ୍ୱାରା କେବଳ ଯେ ବରପୁତ୍ରଙ୍କ ଅସମ୍ମାନ ହୋଇଛି ତାହା ନୁହେଁ ,ବରଂ ଉତ୍କଳର ମାନ ହାନି ହୋଇଛି I ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାରୁ କେହି କିଛି କହିବାକୁ ମନା କରିଦେଇଛନ୍ତି I

  • ଥରିଲା ନେପାଳ

    ଥରିଲା ନେପାଳ

    ମଙ୍ଗଳବାର ସକାଳୁ ଥରିଛି ଉତ୍ତର ଭାରତ । ଭାରତ ଏବଂ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଥିଲା ତିବ୍ଦତ । ରିକ୍ଟର ସ୍କେଲର ତିବ୍ରତା ୭.୧ ରହିଥିବା ଜଣାପଡ଼ିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତିବ୍ଦତ ଅଞ୍ଚଳରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ୩୨ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି । ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ୩୮ ଜଣ ଆହତ ହୋଇଛନ୍ତି ।

    ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ର ଖବର ଅନୁଯାୟୀ ୬.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ୱ ସର୍ବେକ୍ଷଣ (USGS) ଏବଂ ଭାରତୀୟ ଜାତୀୟ ଭୂକମ୍ପ କେନ୍ଦ୍ର ୭.୧ ଭୂକମ୍ପର ରିପୋର୍ଟ କରିଛି ଏବଂ ସୂଚନା ଦେଇଛି ଏହାର କେନ୍ଦ୍ର ଚୀନ୍‌ର ଟିଙ୍ଗ୍ରି ଜିଲ୍ଲାର ସିଜାଙ୍ଗରେ ଥିଲା , ଯାହା ଭୂକମ୍ପ ଉତ୍ତର-ପୂର୍ବ ନେପାଳର ଖୁମ୍ବୁ ହିମାଳୟ ପରିସରର ଲୋବେସରୁ ୯୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ବୋଲି କୁହାଯାଉଛି । ତେବେ ଚାଇନା ଭୂକମ୍ପର ମାତ୍ରା ୬.୮ ରେକର୍ଡ କରିଛି। ‘ସିନହୁଆ’ ଭୂକମ୍ପ ନେଟୱାର୍କ ଅନୁଯାୟୀ ଚାଇନା କେନ୍ଦ୍ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି।

    ଏହି ସମୟରେ ନେପାଳର କାଠମାଣ୍ଡୁରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ଏହି ଭୂକମ୍ପର ପ୍ରଭାବ କାବ୍ରେପାଲାନଚୋକ, ସିନ୍ଧୁପାଲାନଚୋକ, ଧାଡିଙ୍ଗ ଏବଂ ସୋଲୁଖମ୍ବୁ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। କାଠମାଣ୍ଡୁରେ ହୋଇଥିବା ଭୂକମ୍ପରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ଆସିଥିଲେ। କିଛି ସମୟ ପାଇଁ ଲୋକମାନେ ରାସ୍ତାରେ ଥିବା ଗଛ ଏବଂ ବୈଦ୍ୟୁତିକ ତାରଗୁଡ଼ିକ ଥରିଥିବାର ଦେଖିଲେ | USGS ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୭ ଟାରୁ ଏକ ଘଣ୍ଟା ମଧ୍ୟରେ ଛଅ ଥର ୪.୫ ପାଞ୍ଚଥର ତ୍ରିବତା ଭୂକମ୍ପ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ନେପାଳର ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହା ୨୦୧୫ ରେ ଆସିଥିବା ବଡ଼ ଧରଣର ଭୂକମ୍ପକୁ ମନେ ପକାଇ ଦେଇଥିଲା ଯେଉଁଥିରେ ୯୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

  • ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ନଷ୍ଟ ଫସଲ ଦେଖି ବିଲରେ ଟଳି ପଡିଛନ୍ତି କଟକ ସଦର ଥାନା ଉଷୁମା ପଂଚାୟତ ସୁମାଣ୍ଡି ଗ୍ରାମର ଚାଷୀ ଇନ୍ଦ୍ରଜିତ ଛାଟୋଇ I ବ୍ୟାଙ୍କ ଓ ହାତ ଉଧାରି ଆଣି ଇନ୍ଦ୍ରଜିତ ଧାନ ସହିତ ପରିବା ଚାଷ କରିଥିଲେ I ଅଦିନିଆ ବର୍ଷାରେ ଫସଲ ସବୁ ନଷ୍ଟ ହୋଇଯାଇଛି I ଇନ୍ଦ୍ରଜିତ ବିଲକୁ ଯାଇ ଧାନ ଗଜା ହେବା ସହ ପନିପରିବା ପୋକ ଲାଗି ନଷ୍ଟ ହୋଇଯାଇଥିବା ଦେଖି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ପଡିଯାଇଥିଲେ I ତାଙ୍କୁ ତୁରନ୍ତ କଟକ ଡାକ୍ତରଖାନା ନିଆଯାଇଥିଲା I ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

    ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ଅଂଚଳରୁ ହଜାର ହଜାର ଟଙ୍କା ଋଣ କରି ନିଜ ଫସଲରେ ବିନିଯୋଗ କରିଥିଲେ I ଫସଲ ଉଜୁଡିଯିବାରୁ ଋଣ ପରିଶୋଧ ଚିନ୍ତାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି I ପ୍ରଶାସନ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯାଇ ମୃତ ଇନ୍ଦ୍ରଜିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି I

    ସେହିପରି ଜଗତସିଂହପୁର ନାଉଗାଁ ରେ ଧାନ ଫସଲ କ୍ଷତି ଅସହ୍ୟ ହେବାରୁ ଜଣେ ଭାଗଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି I ନାଉଗାଁ ବ୍ଲକ ରୋହିଆ ପଂଚାୟତ ଅରଖକୁଦ ଗ୍ରାମରେ ଏଭଳି ଘଟଣା ଘଟିଛି I ମୃତକ ହେଲେ ଉକ୍ତ ଗ୍ରାମର ଧର୍ମାନନ୍ଦ ନାୟକ ଭାଗଚାଷ କରି ସେ ପରିବାର ପ୍ରତିପୋଷଣ କରୁଥିଲେ I ତେବେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ପାଣି ଜମି ରହିଥିଲା I ଧାନ ଗଜା ହେବା ସହିତ ନଷ୍ଟ ହୋଇଯାଇଥିଲା I ଭାଗଚାଷ କରିଥିବା ଜମିକୁ ଯାଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖି ସେଠାରେ ହିଁ ଟଳିପଡିଥିଲେ I ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି I

    ଅନ୍ୟପଟେ ସମ୍ବଲପୁରର ଯୁଯୁମରା ଅଂଚଳର ରତ୍ନାକର ଭୋଇଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି I ଧାନଚାଷରେ ଝାଳବୁହା ପରିଶ୍ରମ କରିଥିଲେ ବାପା I ବିକ୍ରି ମୂଲ୍ୟ ତ ପାଇଲେନି, ଏପଟେ ଚାଷ ପାଇଁ କରିଥିବା ଋଣ ପରିଶୋଧ ଓ ପରିବାର ପୋଷଣ ଚିନ୍ତା ହିଁ ତାଙ୍କୁ ଘାରିଥିଲା I ଏଭଳି ଦୁଃସ୍ଥିତିରେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳକୁ ସେ ବିଷପିଇ ଦେଇଥିଲେ I ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ହୋଇଥିଲା I କ୍ଷୁଦ୍ରଚାଷୀ ରତ୍ନାକର ଭୋଇଙ୍କ ଝିଅ ଦେବକୀ ଭୋଇଙ୍କ ଏହା ହେଉଛି ବେଦନାଭରା ପ୍ରତିକ୍ରିୟା I

  • ପ୍ରେମୀଯୁଗଳଙ୍କୁ ‘ଓୟୋ’ ବାରଣ

    ପ୍ରେମୀଯୁଗଳଙ୍କୁ ‘ଓୟୋ’ ବାରଣ

    ଓୟୋ ଏହାର ଛେକ-ଇନ୍ ନୀତିରେ ବଡ଼ ପରିଵର୍ତନ ଆଣିଛି I କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି I କୌଣସି ଦମ୍ପତ୍ତି ଓୟୋ ହୋଟେଲ୍ ରେ ରହିବାକୁ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡିବ I ଉତ୍ତରପ୍ରଦେଶର ମିରଟ କମ୍ପାନି ଏହାର ପରୀକ୍ଷଣ ଆରମ୍ଭ କରିଛି I ପ୍ରତ୍ୟକ୍ଷ ଭାବେ ରହିବାକୁ ଆସୁଥିବା କିମ୍ବା ଅନ୍ଲାଇନ୍ ରେ ବୁକିଂ କରିଥିବା ଦମ୍ପତିମାନଙ୍କୁ ସମ୍ପର୍କର କାଗଜପତ୍ର ମଗାଯିବ I କମ୍ପାନି ଏହାର ସହଯୋଗୀ ହୋଟେଲମାନଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଛି I

    ଏହି ନୀତିକୁ ମିରଟରେ ତତ୍କାଳ ଲାଗୁ କରାଯାଇଛି I ସେଥିରୁ ଯେଉଁ ପତିକ୍ରିୟା ମିଳିବ ସେହି ଆଧାରରେ ଏହି ନିଷ୍ପତିକୁ ଅନ୍ୟ ସହରଗୁଡିକରେ କମ୍ପାନି ଲାଗୁ କରିପାରେ ବୋଲି କୁହାଯାଉଛି I ଅବିବାହିତ ଯୋଡ଼ିଙ୍କୁ ଓୟୋରେ ରହିବା ଅନୁମତି ନେଇ ମିରଟରେ ନାଗରିକ ସମାଜ ପ୍ରତିବାଦ କରୁଥିଲା I ଏହି ଅଭ୍ୟାସ ବିରୋଧରେ ଗ୍ରହଣ କରିବାକୁ ଦାବି କରାଯାଉଥିଲା I ଅନ୍ୟାନ୍ୟ ସହରର ବାସିନ୍ଦାମାନେ ମଧ୍ୟ ସମାନ ଦାବି କରୁଛନ୍ତି I

    ଓୟୋକୁ ନେଇ ଲୋକମାନଙ୍କ ମନରେ ଥିବା ଧାରଣାକୁ ବଦଳାଇବା ଏବଂ ତାହାକୁ ପରିବାର, ଛାତ୍ର-ଛାତ୍ରୀ,ବ୍ୟବସାୟ, ଧର୍ମ ଓ ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ରହଣି ସ୍ଥଳରେ ପରିଣତ କରିବା ଲାଗି କମ୍ପାନି ଏହି ପଦକ୍ଷେପ ନେଇଛି I ଓୟୋ ବ୍ରାଣ୍ଡକୁ ବ୍ୟବହାର କରି ବେଆଇନ କାର୍ଯ୍ୟ କରୁଥିବା ହୋଟେଲଗୁଡିକ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉଛି I

  • ବୋଲ ମାନିଲା ନାହିଁ ପାଟ୍ରୋଲିଂ ବୋଟ!, ନାକେଦମ ପୁଲିସ

    ବୋଲ ମାନିଲା ନାହିଁ ପାଟ୍ରୋଲିଂ ବୋଟ!, ନାକେଦମ ପୁଲିସ

    ଦୀଘାରେ ବଡ଼ ଅଘଟଣ । ସମୁଦ୍ରରେ ପୋଲିସ ବୋଟିଂ କରୁଥିବା ବେଳେ ବୋଟରୁ ପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ । ଆୟତ୍ତ କରିବାକୁ ନାକେଦମ ହେଲା ପୋଲିସ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପ୍ରେଟ୍ରୋଲିଂ ବୋଟ କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ପୋଲିସ ପ୍ରେଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟରୁ ତଳେ ପଡିଯାଇଥିଲେ କିନ୍ତୁ ବୋଟ ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ ଗୁଡିକୁ ନାକେଦାମ ହେବାକୁ ପଡିଥିଲା । ବୋଟରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତି ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • ଥରହର ମଥୁରାନଗରୀ କମ୍ପୁଛି ମେଦିନୀ, କଂସ ମହାରାଜଙ୍କ ଆଦେଶରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ

    ଥରହର ମଥୁରାନଗରୀ କମ୍ପୁଛି ମେଦିନୀ, କଂସ ମହାରାଜଙ୍କ ଆଦେଶରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ

    ଧନୁଯାତ୍ରା ମହୋତ୍ସବ ପାଇଁ ଉତ୍ସବ ମୁଖର ବରଗଡ଼ ସହର । ଧନୁଯାତ୍ରା ମହୋତ୍ସବରେ ଦୈବବାଣୀ ଶୁଣି ମହାରାଜା କଂସ ଭୟଭୀତ । ପିତା ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରିବା ପରେ କଂସ ମହାରାଜାଙ୍କୁ କରାଯାଇଛି ରାଜଭିଷେକ । ଏହାପରେ ଭଉଣୀ ଦେବକୀ ଓ ରାଜା ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଛନ୍ତି । କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଛନ୍ତି ଗୋଲକ ବିହାରୀ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ରାଜା ବସୁଦେବ ଗୋପପୁର ଯାତ୍ରା କରିଛନ୍ତି ଓ ସେଠାରୁ ବିଜୁଳି କନ୍ୟାକୁ ନେଇ ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜା ବସୁଦେବ । ବିଜୁଳି କନ୍ୟାର ଦୈବବାଣୀକୁ ନେଇ ଭୟଭୀତ ହୋଇଛନ୍ତି ମହାରାଜା କଂସ । ଦୁର୍ମିଳାସୁରକୁ ବଧ କରିଛନ୍ତି ମହାରାଜା କଂସ ।

    କମ୍ପୁଛି ମେଦିନୀ, ଥରହର ମଥୁରାନଗରୀ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବରେ ଦ୍ବିତୀୟ ରଜନୀରେ ଉଦଘାଟିତ ହୋଇଛି ରଙ୍ଗମହଲ । ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ରଙ୍ଗମହଲକୁ ଉଦଘାଟନ କରିଛନ୍ତି । ସେପଟେ ମହାରାଜା କଂସ ଦିଗବିଜୟରେ ବାହାରି ଟ୍ରାଫିକ ନିୟମ ଅବମାନନା କରିଥିବା ପ୍ରଜାଙ୍କୁ ଦେଇଛନ୍ତି ଦଣ୍ଡ । ରାଜଦରବାର ଓ ରଙ୍ଗମହଲରେ ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ, ରସର କେଲି, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ଦର୍ଶକ ଓ କଳାକାର । ସେପଟେ ରାଜଦରବାରରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ରଜନୀରେ ମହାରାଜା କଂସ ହାତୀ ପିଠିରେ ବସି ପାତ୍ର ମନ୍ତ୍ରୀଙ୍କ ସହ ମଥୁରା ନଗର ପରିଭ୍ରମଣ କରିଥିଲେ । ମହାରାଜା କଂସ ବିନା ହେଲିମେଟ ରେ ବାଇକ୍ ଚଳାଚଳ କରୁଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରି ଫାଇନ କାଟିବା ସହ ଦିଗବିଜୟ ସମୟରେ ମହାରାଜା କଂସ ପ୍ରଜାଙ୍କୁ ଦଣ୍ଡଦେବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ସେପଟେ ମଥୁରାନଗରୀରେ ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟନ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ରାଜଦରବାରରେ କଂସ ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍,ମନ୍ତ୍ରୀ ରବି ନାରାୟଣ ନାୟକ,ବିଧାୟକ ଇରାସିସ ଆଚାର୍ଯ୍ୟ, ଅଶ୍ଵିନୀ ଷଡଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ । ଉଦଘାଟନ ପରେ ମହାରାଜା କଂସ ରଙ୍ଗମହଲ ପରିଚାଳନା କରିବା ପାଇଁ ମହାମନ୍ତ୍ରୀ ସାର୍ତ୍ତକିଙ୍କୁ ଦେଇଛନ୍ତି ଦାୟିତ୍ବ । ରାଜଦରବାରରେ ଜମିଥିଲା ନୃତ୍ୟ ଗୀତର ଆସର ।

    ଆଜି ମଥୁରା ନଗରୀରେ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ କଂସ ମହାରାଜାଙ୍କ ଶ୍ୟାମେଶ୍ବର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜଦରବାରରେ କଂସଙ୍କ ମନ୍ତ୍ରଣା ଓ ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଲା , ରାସନୃତ୍ୟ, ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଦି ନାଟ୍ୟାଭିନୟ ଅନୁଷ୍ଠିତ ହେବ ।

  • ସିଡନୀରେ ଭାରତର ପରାଜୟର ୩ଟି ବଡ଼ କାରଣ, ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ କେଉଁ-କେଉଁଠାରେ କରିଥିଲା ଭୁଲ

    ସିଡନୀରେ ଭାରତର ପରାଜୟର ୩ଟି ବଡ଼ କାରଣ, ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ କେଉଁ-କେଉଁଠାରେ କରିଥିଲା ଭୁଲ

    ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର-ଗାଭାସ୍କର ଟ୍ରଫି ୨୦୨୪-୨୫ ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା | ଏହି ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟୋଜକ ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟ୍ରଫିକୁ ୩-୧ ରେ କବଜା କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ୨୦୨୫ ରେ ସ୍ଥାନ ବଜାୟ ରଖିଛି | ତେବେ ଆସନ୍ତୁ ଜାଣିବା ସିଡନୀରେ ଟିମ୍ ଇଣ୍ଡିଆର ପରାଜୟର ତିନୋଟି ବଡ଼ କାରଣ କ’ଣ ଥିଲା ?

    ୧- ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳତା

    ଟିମ୍ ଇଣ୍ଡିଆ କେବଳ ସିଡନୀ ଟେଷ୍ଟରେ ନୁହେଁ ବରଂ ବର୍ଡ଼ର-ଗାଭାସ୍କର ଟ୍ରଫିର ସମସ୍ତ ପାଞ୍ଚଟି ଟେଷ୍ଟରେ ମଧ୍ୟ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଛି। ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ୨୦୦ ରନ୍ ମାର୍କ ଅତିକ୍ରମ କରିପାରି ନାହିଁ। ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ବୋର୍ଡରେ ୧୮୫/୧୦ ରନ୍ ରଖିଥିଲେ। ତା’ପରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୫୭/୧୦ ରନ୍କୁ ହ୍ରାସ ପାଇଥିଲା। ଖରାପ ବ୍ୟାଟିଂ ହେତୁ ଭାରତ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୬୨ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା କଙ୍ଗାରୁ ଦଳ ମାତ୍ର ୪ ୱିକେଟ୍ ହରାଇ ହାସଲ କରିଥିଲେ।

    ୨- ଜସପ୍ରୀତ ବୁମ୍ରାଙ୍କ ଆଘାତ

    ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କୁ ଛାଡି ଜସପ୍ରୀତ ବୁମ୍ରାଙ୍କୁ ଅଧିନାୟକ କରାଯାଇଥିଲା। ସିଡନୀ ଟେଷ୍ଟ ସମୟରେ ବୁମରା ଆହତ ହୋଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ବୁମରା ବ୍ୟାକ ସ୍ପାମ୍ କାରଣରୁ ପଡ଼ିଆରୁ ବାହାରି ଯାଇଥିଲେ। ସେ ପ୍ରଥମ ଇନିଂସରେ ମାତ୍ର ୧୦ ଓଭର ବୋଲିଂ କରିଥିଲେ। ଏହା ପରେ ବୁମରା ବୋଲିଂ ପାଇଁ ପଡ଼ିଆକୁ ଫେରିପାରିନଥିଲେ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ରନ୍ ସାଉଣ୍ଟିବା ଓ ବୁମରାଙ୍କଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ବହୁ କ୍ଷତି ହୋଇଥିଲା ।

    ୩- ଦଳରେ ଭୁଲ ଚୟନ

    ସିଡନୀ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଭୁଲ ଦଳ ଚୟନ କରିଛି। ଯେଉଁଠାରେ ଅଷ୍ଟ୍ରେଲିଆରେ କେବଳ ଗୋଟିଏ ସ୍ପିନର ଖେଳିଥିଲା, ସେଠାରେ ଦୁଇ ସ୍ପିନରଙ୍କୁ ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ ଖେଳିବାରେ ସୁଯୋଗ ଦେଇଥିଲା | ପିଚ୍ ଅନୁଯାୟୀ ଦଳରେ ଚାରିଜଣ ଦ୍ରୁତ ବୋଲରଙ୍କ ପାଇଁ ଉପଯୁକ୍ତ ସ୍ଥାନ ଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ତିନୋଟି ମୁଖ୍ୟ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଆସିଥିଲା। ସିଡନୀ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କୁ ସ୍ପିନ୍ କରିବାକୁ ଭାରତ ସୁଯୋଗ ଦେଇଥିଲା। ଯଦି ମ୍ୟାଚରେ ଚାରିଜଣ ଦ୍ରୁତ ବୋଲର ଥାଆନ୍ତେ, ତେବେ ବୁମ୍ରା ଉପରେ ଅଧିକ ଭାର ପଡି ନଥାନ୍ତା ଏବଂ ସେ ଆହତରୁ ବଂଚିତ ଥାନ୍ତେ |