Tag: #suchana news

  • ଦକ୍ଷିଣାଞ୍ଚଳରେ ୮ ଦିନରେ ପରିବେଷଣ ହେବ ୧୬ ନାଟକ

    ଦକ୍ଷିଣାଞ୍ଚଳରେ ୮ ଦିନରେ ପରିବେଷଣ ହେବ ୧୬ ନାଟକ

    ଦକ୍ଷିଣ ଓଡିଶା ନାଟ୍ୟ ମହୋତ୍ସବ ତରଫରୁ କୋରାପୁଟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି |

    ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭଙ୍କର ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହାଇଥିଲା, ପ୍ରଥମ ଥର ପାଇଁ ଦକ୍ଷିଣ ଓଡିଶାରେ ନାଟ୍ୟ ମହୋତ୍ସବ 2025 ଅନୁଷ୍ଠିତ ହେବ | ନାଟକ ଏପ୍ରିଲ ସାତରୁ ଆରମ୍ଭ ହୋଇ 14 ତାରିଖ ଯାଏ ଚାଲୁ ରହିବ |

    ଏହି ଆଠ ଦିନରେ 16ଟି ନାଟକ ସ୍ଥାନୀୟ କଳାକାରଙ୍କୁ ନେଇ ପରିବେଷଣ କରାଯିବ | ମହୋତ୍ସବ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ପରିବେଷଣ ହେବ | ଏହି ମହୋତ୍ସବରୁ କଳାକାର ଓ ନାଟକ ଟି ସର୍ବଶ୍ରେଷ୍ଠ ବିବେଚିତ ହେବ ତାହାକୁ ରାଜ୍ୟସ୍ତରରେ ପରିବେଷଣ କରାଯିବ |

    ଏଥିରେ କୋରାପୁଟ ସାଂସ୍କୃତିକ ପରିଷଦ, କୋରାପୁଟ ନନ୍ଦନିକା, ସୁନାବେଡା ଗୋଲଡେନ ମିଗ କଳା ପରିଷଦ, କୋଟପାଡ଼ ଦମୟନ୍ତୀ କଳାପରିଷଦ, ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ, ପ୍ରିୟା ଥିଏଟର ଏବଂ ଜୟପୁର କଲେଜ ଅଫ ଫାର୍ମାସୀ ଏବଂ ଦାମନଯୋଡି ପଞ୍ଚପଟ ମାଳି ନାଟ୍ୟ ମହୋତ୍ସବ ଭାଗ ନେବା ସହ ପରିଚାଳନା ନେଇ ନିଷ୍ପତି ହଇଛି |

    ବୈଠକରେ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବର ଉପସଭାପତି ମନୋଜ ଦଣ୍ତପାଟ, ରାଜ୍ୟ ଯୁଗ୍ମ ସମ୍ପାଦକ ସମୀର ମହାପାତ୍ର, କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବପ୍ରସାଦ ରଥ, ସୋମ୍ପାଦକ ଅତନୁ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ପରିଶେଷରେ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ |

  • ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ

    ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ନିଜ ଅଭିଭାଷଣରେ ଜଙ୍ଗଲକୁ ସୁରକ୍ଷା ଦିଆଯିବ, ତାହାର ସଚେତନତା ଆବଶ୍ୟକ ଥିବା ବେଳେ ବିଦେଶରେ କିଛି ଦିନ ତଳେ ଆମେରିକା ଲୋସ୍ ଏନଜେଲସରେ ଅଗ୍ନିକାଣ୍ଡ ଘଟି ଅନେକ କ୍ଷୟକ୍ଷତି ହୋଇଥିବାର ଉଦାହରଣ ଦେଇଥିଲେ। ବନାଞ୍ଚଳ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଥିଲେ।

    ମୁଖ୍ୟ ଭକ୍ତା ଭାବେ ଯୋଗଦେଇ ଥିବା ଅନ୍ୟତମ ଅତିଥି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଯୋଗ ଦେଇ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପରେ କହିବା ସହ ଜଙ୍ଗଲଜାତ ଦ୍ରବ୍ୟ ଆଦି ସୁରକ୍ଷା ଉପରେ ମତ ଦେଇଥିଲେ। ଉପସ୍ଥିତ ଅନ୍ୟତମ ଅତିଥି ମଧ୍ୟରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଏଫି ଇ ଏ ସ୍ ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, ଆୟୁର୍ବେଦିକ ଚିକିତ୍ସାକ ହରି ପାଙ୍ଗି, ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡା, ହାଲ ବିସ୍ଥାପିତ ସଙ୍ଘର ସଭାପତି ତ୍ରିଲୋଚନ ମୁଦୁଲି ସମ୍ମୁଖରେ ବସିଥିବା ଜନସାଧାରଣଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ସଚେତନ କରିଥିଲେ।

    ଅତିଥି ମାନଙ୍କ ଦ୍ବାରା କିଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେମିଳିଗୁଡା ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡାଙ୍କ ଦ୍ବାରା ଜଙ୍ଗଲ ସୁରକ୍ଷା ନିମନ୍ତେ ପାଞ୍ଚ ମିନିଟର ଶପଥ ପାଠ କରାଯାଇଥିଲା। ଲଷ୍ମୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନିରଞ୍ଜନ ଶତପଥୀ,ଗୋପୀନାଥ ପାଙ୍ଗି, ଏ ସ୍ କେ ସେଠୀ, ଏ ସ୍ କେ ବିଶ୍ୱାଳ, ଏ ସ୍ କେ ପାଣିଗ୍ରାହୀ, ଏବଂ ବନାଞ୍ଚଳ ଅଧିକାରୀ ବିଭାଗର କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହ ଯୋଗ ଦେଇଥିଲେ। ଏହି ଅବସରରେ ସେମିଳିଗୁଡା, ପଟାଙ୍ଗି ନନ୍ଦପୁର ବ୍ଲକର ଶତାଧିକ ଲୋକ ଯୋଗ ଦେଇଥିଲେ। ପରିଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

  • ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଚଟି ପୋଲ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା | ଯେଉଁଥିରେ ଶ୍ରଦ୍ଧାଞ୍ଜଳି ପୃଷ୍ଟି ନାମକ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ୮ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଛି |

    ସୂଚନା ମୁତାବକ, କେନ୍ଦ୍ରାପଡ଼ା ପୌରପାଳିକା 20 ନମ୍ବର ୱାର୍ଡ ମହୀପାଳର ଦୁର୍ବାସା ସାହୁଙ୍କ ବୋହୁ ଶ୍ରଦ୍ଧାଞ୍ଜଳି ପୃଷ୍ଟି ସକାଳୁ ନିଜ ପୁଅକୁ ଗୁରୁକୁଳକୁ ଛାଡିବା ପାଇଁ ସ୍କୁଟି ସାହାଯ୍ୟରେ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଦ୍ରୁତ ଗତିରେ କଟକ ଆଡୁ ଆସୁଥିବା ହାଇୱା ଶ୍ରଦ୍ଧାଞ୍ଜଳିଙ୍କ ଗାଡିକୁ ପଛଆଡୁ ପିଟିଥିଲା |

    ଶ୍ରଦ୍ଧାଞ୍ଜଳି ଗାଡି ଚକା ତଳେ ପଡ଼ିଯିବା ଫଳରେ ହାଇୱା ଚକ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇଥିଲା | ଯାହା ଫଳରେ ଶ୍ରଦ୍ଧାଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିଲା | ଭଗବାନଙ୍କ କରୁଣାରୁ ସ୍କୁଟିରେ ବସିଥିବା ପୁଅର ଜୀବନ ବଞ୍ଚିଯାଇଥିବା ବେଳେ ହାତ ଭାଙ୍ଗିଯାଇଛି |

    ଏହି ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ |

    ମୃତକ ପରିବାର କ୍ଷତିପୂରଣ ଦାବି କରିବା ସଙ୍ଗେ ସଙ୍ଗେ ହାଇବା ଡ୍ରାଇଭରକୁ କଠିନରୁ କଠିନ ଦଣ୍ଡ ଦିଆଯିବା ପାଇଁ ଦାବି କରିଛନ୍ତି | ଘଟଣା ସ୍ଥଳରେ ତହସିଲଦାର ଏବଂ ପୋଲିସ ପ୍ରଶାସନ ପହଞ୍ଚି ମୃତକ ପରିବାର ଲୋକଙ୍କୁ ବୁଝାବୁଝି କରିବା ସହ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବା ପାଇଁ ନିବେଦନ କରିଛନ୍ତି |

  • ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଚିତ୍ରୋତ୍ପଳା ନଦୀ କୂଳରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ ହୋଇଯାଇଛି | ସାତ ଦିନ ବ୍ୟାପି ଚାଲିଥିବା ଏହି ମହୋତ୍ସବରେ ଗରଦପୁର ଦ୍ବିପ ଅଞ୍ଚଳର କଳା ସଂସ୍କୃତି ଓ ଐତିହ୍ୟକୁ ମହୋତ୍ସବ ମଞ୍ଚରେ ମଞ୍ଚସ୍ଥ କରାଯାଇଥିଲା |

    ଓଡିଶାର ବିଭିନ୍ନ ଐତିହ୍ୟ ସମ୍ପନ୍ନ କଳାକୃତି ପାଇକ ଆଖଡ଼ା, ମାଲଖମ ଆଦି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଞ୍ଚରେ ପରିବେଷିତ ହୋଇଥିଲା | ଓଲିଉଡ଼ ଷ୍ଟାର ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଦର୍ଶକଙ୍କୁ ବିମୋହିତ କରିଥିଲେ |

    ବର୍ତ୍ତମାନର ଟ୍ରେଣ୍ଡରେ ଥିବା ଗୀତ ଛି ଛି ଛି ରେ ନନି ଛି ଓ ରଙ୍ଗବତୀ ଗୀତରେ ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚରେ ନୃତ୍ୟ କରି ମନୋରଞ୍ଜନ ଯୋଗାଇ ଥିଲେ | ସବ୍ୟସାଚୀ ନିଜ ଅପକମିଙ୍ଗ ଓଡ଼ିଆ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ପ୍ରମୋସନ କରିଥିଲେ |

    ଏଥିସହ ଅନେକ ଓଲିଉଡ ସିଙ୍ଗର ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ନିଜ ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗେଇଛନ୍ତି | ମହୋତ୍ସବରେ ଯୋଗ ଆୟୁରବିଜ୍ଞାନୀ କମଳ ଲୋଚନ ପାଣି ଓ ରଂଜିତା ତ୍ରିପାଠୀଙ୍କ ହାତ ତିଆରି ଆୟୁର୍ବେଦିକ ଔଷଧୀୟ ଉପକରଣର ବେଶ ଚାହିଦା ଦେଖିବାକୁ ମିଳିଛି |

  • ଛତ୍ରପୁର ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

    ଛତ୍ରପୁର ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

    ସୋମବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି । ପୂର୍ବରୁ ସେ କୋଦଳା ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଇଥିଲେ |

    ପରେ ପୁରୀରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଥାନା ଅଧିକାରୀଙ୍କ ପ୍ରଥମ ଲକ୍ଷ୍ୟ ରହିଛି ପ୍ରଥମେ ସହର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦୂର କରିବା ଏବଂ ଚୋରି ବା ଡକାୟତିକୁ ରୋକିବା ପାଇଁ ପ୍ରଥମ ଦାୟିତ୍ଵ ରହିବା ସହ ରୋଡ଼ ରୋମୀୟଙ୍କ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି ।

  • ପିଏମ କିଷାନରେ ଯୋଡ଼ି ହେଲେ ଆଉ ୨୦ ହଜାର ଚାଷୀ

    ପିଏମ କିଷାନରେ ଯୋଡ଼ି ହେଲେ ଆଉ ୨୦ ହଜାର ଚାଷୀ

    ଆଜି ବିହାରର ଭାଗଲପୁର ଠାରେ ପିଏମ କିଷାନ ସମ୍ମାନ ନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ ସମ୍ମାନ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ ମାରି ଅର୍ଥ ପ୍ରେରଣ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟଳୟ ପରିସରରେ ଥିବା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିବା ସହ ୧୯ ତମ କିସ୍ତି ନିଜ ଖାତାକୁ ଆସିବା ଦେଖି ଖୁସି ବ୍ୟକ୍ତ କରିଥିଲେ |

    ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁଜିତ୍ କୁମାର ନାଥ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) ମଞ୍ଚାସୀନ ଥିଲେ |

    ଋଷିକୂଲ୍ୟା ସମ୍ମିଳନୀ କକ୍ଷର ମଞ୍ଚ ସାମ୍ନାରେ ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ ବିଟିମ୍ ଓ ଏଟିମ୍ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଉପପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମାର ବସୁଦେବ ଶତପଥୀ ପରିଚାଳନା କରିଥିଲେ |

  • ବରଗଡ଼ ଇସ୍କନ ପକ୍ଷରୁ ପ୍ରେସ ମିଟ୍; ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

    ବରଗଡ଼ ଇସ୍କନ ପକ୍ଷରୁ ପ୍ରେସ ମିଟ୍; ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

    ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ | ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରୟାସରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନର ଲକ୍ଷ ଏବଂ ଏହା ସହିତ ବରଗଡ଼ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନର ଲକ୍ଷ୍ୟ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ | ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜୟ ମୁକୁନ୍ଦ ପ୍ରଭୁ, ଚନ୍ଦ୍ର ବଦନ ପ୍ରଭୁ, ଗୋପିନାଥ ପ୍ରଭୁ, ତପସ୍ଵିନୀ, ଶ୍ରୀନିବାସ,ରାଧା, ସୁସ୍ମିତା, ସୁରେଶ୍ଵରୀ, ବୃନ୍ଦାବତୀ, ଶ୍ରୀବତ୍ସ,ବିଜୟ, ତନୁଜା ପାତ୍ର ଆଦି ଯୋଗଦେଇଥିଲେ | ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବରଗଡ଼ ଇସ୍କନ ପକ୍ଷରୁ ପୁଷ୍ପ ହୋଲି ଖେଳାଯିବ ଏବଂ ଏଥିରେ ସମସ୍ତ ସାମ୍ବାଦିକ ବନ୍ଧୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ | ଏହା ସହିତ ବରଗଡ଼ର ସମସ୍ତ ଜନସାଧାରଣ ବିଷାକ୍ତ ରଙ୍ଗ ହୋଲି ନ ଖେଳି ଏହି ପୁଷ୍ପ ହୋଲିରେ ସାମିଲ ହେବାକୁ ଅନୁରୋଧ କରିଥିଲେ | ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ମଞ୍ଚ ସଂଚାଳନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ |

  • ଯାଜପୁରରେ ବଡି ବିଲଡିଂ ଓ ଫିଟନେସ ପ୍ରତିଯୋଗିତା ଅନୁଷ୍ଠିତ

    ଯାଜପୁରରେ ବଡି ବିଲଡିଂ ଓ ଫିଟନେସ ପ୍ରତିଯୋଗିତା ଅନୁଷ୍ଠିତ

    ଯାଜପୁର ରୋଡ ସଂସ୍କୃତି ଭବନ ପରିସରରେ ଓଡିଶା ବଡି ବିଲଡିଂ ଓ ଫିଟନେସ ପ୍ରତିଯୋଗିତା ତଥା ଲାଇଫ ଲୁମ କ୍ଲାସିକ 2025 ଅନୁଷ୍ଠିତ ହୋଇଯାଇଅଛି ।

    ଲାଇଫ ଲୁମ ଫିଟନେସ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପକ ବାରିକ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ, ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ ମନ୍ତ୍ରୀ, ଅନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

    ଏଥି ସହିତ ଜୀବନରେ ନିରୋଗ ଓ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ କିଛିଟା ଶାରୀରିକ ପରିଶ୍ରମ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ । ଏଭଳି ଏକ ସ୍ୱାସ୍ଥ୍ୟ-ଭିତ୍ତିକ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଲାଇଫ ଲୁମ ଜିମ ସେଣ୍ଟରର ମାଲିକ ଦୀପକ ବାରିକ ଆୟୋଜନ କରିଥିବାରୁ ଅତିଥିମାନେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରଶଂସା କରିଥିଲେ ।

    ବଡି ବିଲଡରମାନେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ସୁଗଠିତ ଶରୀର ଓ ବ୍ୟାୟାମ କୌଶଳ ପ୍ରଦର୍ଶିତ କରିବାପରେ, କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବଡି ବିଲଡରମାନେ ମାନେ ଯୋଗଦେଇଥିଲେ ।

  • ମ୍ୟାଟ୍ରିକ ପରୀକ୍ଷାର୍ଥୀ ୩ ଛାତ୍ରୀଙ୍କୁ ପିଟିଲା ବାଇକ, ଦୁଇ ଗୁରୁତର

    ମ୍ୟାଟ୍ରିକ ପରୀକ୍ଷାର୍ଥୀ ୩ ଛାତ୍ରୀଙ୍କୁ ପିଟିଲା ବାଇକ, ଦୁଇ ଗୁରୁତର

    ଚାନ୍ଦବାଲି ବାଳିକା ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ଯାଉଥିବାବେଳେ ଚାନ୍ଦବାଲି ବଡ଼ ବଜାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତିନି ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

    ଫଳରେ ଜଣେ ଛାତ୍ରୀ ସୀମା ମହାନ୍ତି ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ, ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ବେଳେ ସେଥିମଧ୍ୟରୁ ବିନୋଦିନି ଦାସ ପରୀକ୍ଷା କେନ୍ଦ୍ରରେ ଅସୁସ୍ଥତା ଅନୁଭଵ କରିବାରୁ ପୁଣି ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

  • ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ

    ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ

    କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବାଇକ ଚୋରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ବାଇକ ଜବତ କରିଛି ପୋଲିସ | ଗତ ୧୪ ତାରିଖ ଦିନ ଶୈଲଙ୍କରୁ ଏକ ବାଇକ ଚୋରି ଅଭିଯୋଗ ହୋଇଥିଲା | ଓଡି ୦୯ ୟୁ୦୨୪୪ ନମ୍ବର ଯୁକ୍ତ ହିରୋ ସିଡି ଡିଲକ୍ସ ବାଇକ ଚୋରି ହୋଇଥିବା ନେଇ ରାଜେନ୍ଦ୍ର କୁମାର ଦେହୁରୀ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ |

    ପୋଲିସ ତଦନ୍ତରେ ଉକ୍ତ ଦୁଇ ବାଇକ ଚୋର ଧରପଡ଼ିଛନ୍ତି | ପୁରୁଣା ବାନ୍ଦଗୋଡା ଗ୍ରାମର ଆନନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା କାହ୍ନୁଚରଣ ଜେନା, ଆଉ ଜଣେ ନନ୍ଦିପଦା ଥାନା ଅଞ୍ଚଳର ରମ୍ପାସ ଗ୍ରାମର ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କ ଠାରୁ ବାଇକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ପୋଲିସ |