Tag: #suchana news

  • ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଦୁଇ ମୃତ, ଜଣେ ଆହତ

    ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଦୁଇ ମୃତ, ଜଣେ ଆହତ

    କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଦୁରୁର୍ବା ଗ୍ରାମର ଆନ୍ଧାରି ଗାଡ଼ ବୁଲାଣିଆ ଠାରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ, ସେମିଳିଗୁଡା ବ୍ଲକ ସାଡ଼ାମ ପଂଚାୟତର କେନାଲଗୁଡ଼ା ଗ୍ରାମର ତିନି ଜଣ ଯୁବକ ପୁର୍ଣଚନ୍ଦ୍ର ଗେମେଲ, ଗଙ୍ଗାଧର ଖରା ଓ ତ୍ରିପତି ଖରା, ଗତକାଲି ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମରେ ଶିବରାତ୍ରି ଯାତ୍ରା ଦେଖି ଓଡି 10ଏମ 0967 ସ୍ପଲେଣ୍ଡାର ଦୁଇ ଚକିଆ ମଟର ସାଇକେଲରେ ଫେରୁଥିଲେ |

    ଏତିକିବେଳେ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ଭାରସାମ୍ୟ ହରାଇ ଦୁରୁବା ବ୍ରିଜ ତଳକୁ ଖସିପଡ଼ିଥିଲେ |

    ଏହି ଦୁର୍ଘଟଣାରେ ପୂର୍ଣ୍ଣଚନ୍ଦ୍ର ଗେମେଲ ଓ ଗଙ୍ଗାଧର ଖରାଙ୍କର ମୃତ୍ୟୁ ଘଟିଥିବାବେଳେ ତ୍ରିପତି ଖରାଙ୍କୁ ଆହତ ଅବସ୍ଥାରେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ଏହି ଘଟଣାରେ ପାଡୁଆ ପୋଲିସ 28/2025ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି |

  • ସ୍କୁଲ ପାଚେରି ଭାଙ୍ଗି ଟାଙ୍କର ଦୁର୍ଘଟଣା

    ସ୍କୁଲ ପାଚେରି ଭାଙ୍ଗି ଟାଙ୍କର ଦୁର୍ଘଟଣା

    ଆନ୍ଧ୍ରପ୍ରଦେଶର କାକିନଡା ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀର ଏକ ଟାଙ୍କର ଆଜି ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ଆଶ୍ରମ ସ୍କୁଲ ପାଚେରି ଭାଙ୍ଗି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

    ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ଡ୍ରାଇଭର ପବନ୍ ସିଙ୍ଗ୍ ଚାପିହୋଇ ରହିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍କର ଡ୍ରାଇଭରକୁ ଉଦ୍ଧାର କରି ବିଷମକଟକ ହସ୍ପିଟାଲକୁ ପଠେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଜଣଙ୍କ ସୁସ୍ଥ ଥିବା ବେଳେ ଭାରସାମ୍ୟ ହରାଇ ଟାଙ୍କରଟି ଏଭଳି ଦୁର୍ଘଟଣା ଘଟିଥିବା ବୋଲି ଡ୍ରାଇଭର ସୂଚନା ଦେଇଛନ୍ତି ।

  • ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଶେଷ ହୋଇଛି ମହାକୁମ୍ଭ ମେଳା |ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ମେଳା । ଦୀର୍ଘ ୪୫ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ପ୍ରାୟ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ମହାକୁମ୍ଭକୁ ୫୦ ରୁ ଅଧିକ ଦେଶରୁ ଆସିଥିଲେ ଭକ୍ତ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ ।

    ତ୍ରିବେଣୀ ସଙ୍ଗମର ସଫଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାକୁମ୍ଭ ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ଲଗାଇଛନ୍ତି । ଏହାସହିତ ଗଙ୍ଗା ନଦୀରୁ ଅଳିଆ ସଫା କରିଛନ୍ତି । ଯୋଗୀ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆଯିବ ବୋଲି କହିଛନ୍ତି । ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ ବୋଲି କହିଛନ୍ତି । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶ ସରକାର ୨୦୨୫ ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ସମନ୍ବିତ ସ୍ବଚ୍ଛତା ଅଭିଯାନ ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

  • ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ଫ୍ଲପ୍ ପରେ ସୁପରହିଟ୍ । ବକ୍ସ ଅଫିସରେ କମାଲ କରୁଛି ସନମ୍ ତେରୀ କସମ । ୯ ବର୍ଷ ପରେ ପୁଣି ସିନେମା ହଲ ରେ ରିଲିଜ ହୋଇଛି ସନମ୍ ତେରୀ କସମ । ଏମିତି ଅନେକ ସିନେମା ଅଛି ଯାହାକି ବକ୍ସ ଅଫିସରେ ହିଟ୍ ହୋଇନାହିଁ କି ଅଧିକ ଟଙ୍କା କଲେକ୍ଶନ କରିନାହିଁ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ହୃଦୟକୁ ଛୁଇଁଛି । ସେଥିମଧ୍ୟରୁ ସନମ ତେରି କସମ ଚଳଚିତ୍ରଟି ଅନ୍ୟତମ । ଏହି ଫିଲ୍ମ ୯ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ହେଲେ ସେ ସମୟରେ ଏତେ ହିଟ୍ ହୋଇପାରିନଥିଲା । ଯାହା ଏବେ ପୁଣିଥରେ ଫେବୃୟାରୀ ୭ ରେ ସିନେମା ହଲରେ ରିଲିଜ ହୋଇଥିଲା । ପୁଣିଥରେ ଏହା ରିଲିଜ୍ ପରେ ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

    ତେବେ ଏହି ଫିଲ୍ମଟି ୯ ବର୍ଷ ପୁର୍ବରୁ ବକ୍ସ ଅଫିସରେ ଫ୍ଲପ ହୋଇଥିବା ବେଳେ ଏବେ ଆୟରେ ରେକର୍ଡ ଭାଙ୍ଗିଛି । ହର୍ଷବର୍ଦ୍ଧନ ରଣା ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ସନମ ତେରି କସମକୁ ଫ୍ୟାନସ ମାନେ ଖୁବ ପ୍ରଶଂସା କରିଥିବା ବେଳେ ଏହାର ସିକ୍ୱେଲ ଅର୍ଥାତ ସନମ ତେରୀ କସମ ୨ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସନମ ତେରି କସମ୍-୨ ଘୋଷଣା ସହିତ ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ଚାଲିଛି | ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଚର୍ଚା ହେଉଛି । ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ । ଏହି ବୟାନ ପରେ ଏବେ ଲୋକଙ୍କର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି ।

    ଏହାକୁ ନେଇ ପ୍ରସଂଶକ ମାନେ ବେଶ ଖୁସି ଅଛନ୍ତି ।ଫ୍ୟାନସ ମାନେ ଶ୍ରଦ୍ଧା ଏବଂ ହର୍ଷବର୍ଦ୍ଧନଙ୍କୁ ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହି ଖବରରେ ବହୁତ ଖୁସି କିନ୍ତୁ ସେହି ସମୟରେ ଫିଲ୍ମର କିଛି ପ୍ରଶଂସକ ଏହି କାଷ୍ଟିଂରେ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ଜଣ ପଡୁଛି । ଶ୍ରଦ୍ଧା ପୂର୍ବରୁ ଆଶିକି ୨ ଏବଂ ଏକ ଭିଲେନ୍ ଭଳି ଭାବପ୍ରବଣ ପ୍ରେମ କାହାଣୀରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି । ତେଣୁ ସେ ସନମ୍ ତେରୀ କସମ୍ ୨ରେ ମଧ୍ୟ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବେ । ଏହାକୁ ନେଇ ପ୍ରଶଂସକ ମାନେ କହିଛନ୍ତି ଶ୍ରଦ୍ଧା ଏବଂ ହର୍ଷଙ୍କ ଯୋଡ଼ି ସୁପରହିଟ୍ ହେବ | କିଛି ଲୋକ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରି ଲେଖିଛନ୍ତି, ନା ଆମେ କେବଳ ମାୱରା ଏବଂ ହର୍ଷଙ୍କୁ ଚାହୁଁ ନଚେତ୍ ଫିଲ୍ମଟି ଫ୍ଲପ୍ ହୋଇଯିବ ।

  • କଳିଙ୍ଗ ହର୍ବାଲ୍ ମେଳା, ସାଂସଦ ଅନନ୍ତ ନାୟକଙ୍କ ଦ୍ୱାରା ଉଦଘାଟନ

    କଳିଙ୍ଗ ହର୍ବାଲ୍ ମେଳା, ସାଂସଦ ଅନନ୍ତ ନାୟକଙ୍କ ଦ୍ୱାରା ଉଦଘାଟନ

    କେନ୍ଦୁଝର କାଳୀପଡ଼ିଆରେ ୫ଦିନ ଧରି ଚାଲିବାକୁ ଥିବା ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ଉଦଘାଟିତ ହୋଇଛି । କେନ୍ଦୁଝର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ବୋର୍ଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ମେଳାକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିଲେ । ଏଠାରେ ଲୋକମାନଙ୍କୁ ବୈଦ୍ୟମାନଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯିବ । ଏହି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ବୈଦ୍ୟମାନଙ୍କୁ ୭୫ଟି ଷ୍ଟଲ୍ ମାଧ୍ୟମରେ ସେମାନଙ୍କର ଜଡ଼ିବୁଟି ଓ ବନୌଷଧିର ପ୍ରଦର୍ଶନୀ ଓ ବିକ୍ରି ସୁବିଧା ଯୋଗାଇ ଦିଆଯାଇଛି । ୨୮ ତାରିଖରେ ଏହି ମେଳାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେବାକୁ ଥିବା ବେଳେ, ଆସନ୍ତା ୨ତାରିଖରେ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ସୂଚନା ମିଳିଛି । ଏହି ମେଳାରୁ ସହରବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକେ ଲାଭ ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଡ଼ିଏଫଓ।

  • ସ୍କାନ ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର

    ସ୍କାନ ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର

    ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ କାରଖାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ୍ତ୍ୱ ପୁର୍ଣ୍ଣ୍ୟ ସେହି ଉଦେଶ୍ୟରେ ପ୍ରତିବର୍ଷ ପରି ଏହିବର୍ଷ ସ୍କାନ ଷ୍ଟିଲ ପକ୍ଷରୁ କାରଖାନା ପରିସରରେ ଅନୁଷ୍ଠିତ କରାଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ କାରଖାନାର ପରିଚାଳନା ନିର୍ଦେଶକ ରାଜେଶ କୁମାର ଗଡ଼ୋଡ଼ିଆ ଫେକ୍ଟ୍ରି ପରିଚାଳକ ବିନୀତ କୁମାର ଗଡ଼ୋଡ଼ିଆଙ୍କ ଉପସ୍ଥିତିରେ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଟନିକ ଭାବେ ଉଦଘାଟନ କରିଥିଲେ।

    ଏହି ରକ୍ତଦାନ ଶିବିରକୁ ରାଉରକେଲା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏମ. ସୋରେନଙ୍କ ନେତୃତ୍ୱରେ ପବିତ୍ର କୁମାର ପଳାଇ, ସୂବେନ୍ଧୁ କୁମାର ସାହୁ, ଦିଲ୍ଲୀପ କୁମାର ପୁଥାଳ, ଓ ବିରେନ କୁମାର ସିଂଙ୍କ ସହଯୋଗରେ କାରଖାନା ର କାର୍ଯ୍ୟନିର୍ବାହୀ ଶ୍ରମିକ ମାନଙ୍କ ଠାରୁ ରିପୋର୍ଟ ଲେଖିବା ମଧ୍ୟରେ ୭୦ ୟୁନିଟ ସଂଗ୍ରହ କରିଥିବା ଜାଣିବାକୁ ମିଳିଥିଲା ଓ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରଶଂସା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିର ରେ କାରଖାନାର ଆର. ଆଇ. ସୁବ୍ରତ କୁମାର ନାୟକ, ହେଚଆର ମୂଖ୍ୟ ହରିଓମ ମିଶ୍ର, ଅତିରିକ୍ତ ହେଚ.ଆର ଶ୍ରୀବତ୍ସ ନାଥ ନାୟକ, ଶ୍ରୁତି ରଞ୍ଜନ ନାୟକ, ଯଜ୍ଞବ୍ରତ ଦାସ, ସରୋଜ କୁମାର ଗୋପ, ଭଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

  • ପ୍ରାଚୀନ କାଳରୁ ପ୍ରସିଦ୍ଧ ବାବା ବଳାନାଥଙ୍କ ଶୈବପୀଠ; ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଭକ୍ତ

    ପ୍ରାଚୀନ କାଳରୁ ପ୍ରସିଦ୍ଧ ବାବା ବଳାନାଥଙ୍କ ଶୈବପୀଠ; ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଭକ୍ତ

    ଯୁଗ ଯୁଗାନ୍ତର ଏହି ବାବା ବଳା ଶଙ୍କରଙ୍କ ଶୈବପୀଠ। ସ୍ରୋତସ୍ଵିନୀ ଧାରାରେ ବହି ଆସୁଛି ବଂଶଧାରା, ପଲପଲିଆ, ଚାଉଳଦୁଆଁ ଏହି ୩ ନଦୀ। ତେଣୁ ଏହାକୁ ତ୍ରିବେଣୀ ସଙ୍ଗମ ବାବା ବଲେନାଥଙ୍କ ପ୍ରସିଦ୍ଧ ଶୈବପୀଠ ବୋଲି ମଧ୍ୟ କୁହାଯାଏ। ଏହି ଭଳି ଏକ ଶୈବପୀଠ ରହିଛି ବହୁ ପରିଚିତ ଶ୍ରୀ ମିନାଝୋଲା ବାବା ମହାଦେବଙ୍କ ଶୈବପୀଠ।

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଶ୍ରୀ ମିନାଝୋଲା ଶୈବପୀଠ ହେଉଛି ବହୁ ପୂରାତନ ଶୈବପୀଠ। ଅନନ୍ତ କାଳରୁ ଦେବ ଦେବ ମହାଦେବ,ବାବା ବଲେନାଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଖରୁ ପୂଜା ପାଇଆସୁଛନ୍ତି। ଆମ ରାଜ୍ୟ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏଭଳି ବିଭିନ୍ନ ରାଜ୍ୟରୁ ଭକ୍ତଙ୍କ ଭିଡ଼ ସମାଗମ ମଧ୍ୟ ବେଶ୍ ଦେଖିବାକୁ ମିଳେ। ଏହି ପୂରାତନ ଶୈବପୀଠକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼େଇ ଆଗକୁ ଆଣିଛି ଚନ୍ଦ୍ରପୁର ପ୍ରେସ କ୍ଲବ୍। ସେନେଇ ଆଜି ତ୍ରିବେଣୀ ସଙ୍ଗମ ଶୈବପୀଠ ଠାରେ ମହା ଶିବରାତ୍ରି ଉପଲକ୍ଷେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ତୃତୀୟ ତ୍ରିବେଣୀ ମହୋତ୍ସବ।

    ଚନ୍ଦ୍ରପୁର ପ୍ରେସ କ୍ଲବ୍ ତରଫରୁ ଏକ ମହତ୍ୱ ଜନ କଲ୍ୟାଣ ପାଇଁ ସଚେତନ ଦେବା ସହ ଭକ୍ତଙ୍କ ପାଇଁ ଭଜନର ମଧ୍ୟ ଆୟୋଜନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆୟୋଜନ ବାବା ଜନକା ନନ୍ଦ ଜନ କଲ୍ଯାଣ ଆଶ୍ରମ ଠାରେ ଅନୁଷ୍ଠିତ କରାଯାଇଛି। ବାବା ବଲେନାଥଙ୍କ ଦର୍ଶନ ପାଇ ମଜା ନେଉଛନ୍ତି ଶହ ଶହ ଭକ୍ତ ତୃତୀୟ ତ୍ରିବେଣୀ ମହୋତ୍ସବ କାର୍ଯ୍ୟକ୍ରମ ଠାରେ। ଏହି ଅବସରରେ ଏଠାରେ ମହା ଶିବରାତ୍ରି ଠାରୁ ୭ ଦିନ ଧରି ଜାଗର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ଭଜନ ତର୍ପଣ ସନ୍ଧ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ସବୁଦିନ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଛି।

    ପୁରୀରୁ ଆସିଥିବା ଅବଢ଼ା ପ୍ରସାଦ ଭୋଗ ମଧ୍ୟ ଆସିଥିବା ଭକ୍ତ ମାନଙ୍କୁ ଦିଆଯାଉଛି। ଐତିହାସିକ ଶ୍ରୀ ମିନାଝୋଲା ତ୍ରିବେଣୀ ସଙ୍ଗମ ଶୈବପୀଠ ନୀଳକଣ୍ଠେଶ୍ଵର ନଦୀ ଭିତରେ ଭୋଳାବାବାଙ୍କୁ ଦର୍ଶନ କଲେ ମନ ପ୍ରସନ୍ନ ହୋଇଥାଏ ବୋଲି ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଠାରେ ଶୁଣିବାକୁ ମିଳୁଛି। ମହାଶିବରାତ୍ରି ନୁହେଁ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଦର୍ଶନ କରିବାକୁ ବହୁତ ଭଲଲାଗେ ବୋଲି ବହୁ ପରିଚିତ ଶ୍ରୀ ମିନାଝୋଲା ଶୈବପୀଠ।

  • ୫୨୦ ଲିଟର ଦେଶୀ ମଦ ସହ କାର ଜବତ ଓ ଦୁଇ ଗିରଫ

    ୫୨୦ ଲିଟର ଦେଶୀ ମଦ ସହ କାର ଜବତ ଓ ଦୁଇ ଗିରଫ

    ଗୋଟେ ପରେ ଗୋଟେ ସଫଳତା ସାଉଁଟୁଛନ୍ତି ଡୋଲୀପୁର ଅବକାରୀ ବିଭାଗ | ଦିନ ରାତି ପରିଶ୍ରମ କରି ଚୋରା ମଦ ବେପାରୀଙ୍କ ନିଦ ହଜାଇଦେଉଛନ୍ତି ଡୋଲୀପୁର ଅବକାରୀ ଅଧିକାରୀ | ଡୋଲୀପୁର ଅବକାରୀ ଅଫିସର ସମସ୍ତ କର୍ମଚାରୀ ଏବେ ଚୋରା ବେପାରୀଙ୍କ ଉପରେ କଡା ନଜର ରଖିଥିବା ଦେଖିବାକୁ ମିଳୁଛି | ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଦିବ୍ୟକିଶୋର ତଣ୍ଡେଲଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ସୁପେରିଟେଣ୍ଡେଣ୍ଟ ଅନିତା ଓଝାଙ୍କ ତତ୍ଵାବଧାନରେ ଡୋଲୀପୁର ଅବକାରୀ ଅଧିକାରୀ ଶ୍ରୀକାନ୍ତ କୁମାର ପଣ୍ଡା ଏବଂ ତାଙ୍କ ଟିମ ସହ ରଗଡି ଛକରେ ପାଟ୍ରୋଲିଂ କରୁଥିଲେ |

    ଏତିକିବେଳେ ଆନନ୍ଦପୁର ଆଡୁ ଯାଜପୁର ଅଭିମୁଖେ ଆସୁଥିବା ଏକ ହ୍ୟୁଣ୍ଡାଇ କାର ଯାହାର ନମ୍ବର 0D16C9100 ରେ ଦେଶୀ ମଦ ଆସୁଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ | ଏହି ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରୁ 520ଲିଟର ଦେଶୀ ମଦ ଜବତ କରିଥିଲେ | ଏଥିସହିତ ଦୁଇ ଅଭିଯୁକ୍ତ ଗିରଫ କରି କେଶ ନମ୍ବର 270/24-25ରେ କୋର୍ଟ ଚାଲାଣ କରାଯାଇଅଛି | ଏହି ଚଢ଼ାଉରେ ଡୋଲୀପୁର ଅବକାରୀ ବିଭାଗର ଏ ଏସ ଆଇ ରଞ୍ଜନ ପାତ୍ର, ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ଚଗଲା ମଲିକ ପ୍ରମୁଖ ସାମିଲ ହୋଇଥିଲେ | ଏଭଳି ଚଢ଼ାଉ ଆଗକୁ ଆହୁରି ଜୋରଦାର ହେବ ବୋଲି ଶ୍ରୀକାନ୍ତ ପଣ୍ଡା କହିଛନ୍ତି |

  • ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ‌ ଘଟିଛି ଏକ ବଡ଼ ଅଘଟଣ। ଆଇନ ଓର୍ ନେବାପାଇଁ ଆସିଥିବା ବାରବାଦୋସର ଏକ ଜାହାଜ ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଚିଫ୍ ଅଫିସର ଜଣଙ୍କ ଶ୍ରୀଲଙ୍କା ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଆସେଲା ଆସଙ୍କା ମୋହନ (ASELA ASANKA MOHANA ) ।

    ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଜାହାଜଟି ଆଇରନ ଓର୍ ନେବାପାଇଁ MPB ବର୍ଥ ରେ ଲାଗିଛି । ଅଫିସର ଜଣଙ୍କ ଜାହାଜର ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିବା ବେଳେ ହଠାତ୍ ତଳକୁ ଖସିପଡିଥିଲେ ଏବଂ ଅନ୍ୟ ଷ୍ଟାଫଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବନ୍ଦର ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ତାଙ୍କର ଅଣ୍ଟାରେ ଗଭୀର ଆଘାତ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ସୂଚନା ମିଳିଛି।

  • ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ରି ଅବସରରେ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି | ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ଅନ୍ତର୍ଗତ ବଟେଶ୍ଵର ମନ୍ଦିରରେ ପ୍ରତିବର୍ଷର ରେକର୍ଡ ଭାଙ୍ଗିଛି | ପୂର୍ବ ବର୍ଷ ତୁଳନା ଅନୁଯାୟୀ ଚଳିତ ବର୍ଷ ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ହଜାର ହଜାର ଭକ୍ତ ପ୍ରଥମ ଥର ପାଇଁ ସମାଗମ ହୋଇଥିଲା | ଯେଉଁଥିପାଇଁ ଟ୍ରାଫିକ ବ୍ୟବସ୍ଥା ଏବଂ ଭକ୍ତଙ୍କୁ କୌଣସି ଅସୁବିଧା ହେବନାହିଁ ତାହା ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା |

    ସେହିପରି ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳରେ ବିଜେ କାଶୀ ବିଶ୍ୱନାଥ, ଖଣ୍ଡେଶ୍ଵର, ରାମେଶ୍ଵର, ଆଖଣ୍ଡଳମଣି ପ୍ରମୁଖ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା | ଶ୍ରଦ୍ଧାଳୁମାନେ ଅଷ୍ଟଶମ୍ଭୁ ଦର୍ଶନ କରିବା ପାଇଁ ବିଭିନ୍ନ ଶୈବପୀଠ ଭ୍ରମଣ କରିଥିଲେ | ଦେବଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଶେଖ କରି ପୂଣ୍ୟ ଅର୍ଜନ ପାଇଁ କାଉଡ଼ିଆମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଲକ୍ଷ୍ୟ କରାଯାଇଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଅଷ୍ଟ ପ୍ରହର ନାମଯଜ୍ଞ ଓ଼ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା | ମନ୍ଦିର ପୂଜକଙ୍କ ମୁଖ ନିଃସୃତ ଦେବମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |