Tag: #suchana news

  • ବିଜୁ ବାବୁଙ୍କ ଭୁତ ଆମକୁ ଡ଼ରାଇଥିଲା… ବିଜୟ ମହାପାତ୍ର

    ବିଜୁ ବାବୁଙ୍କ ଭୁତ ଆମକୁ ଡ଼ରାଇଥିଲା… ବିଜୟ ମହାପାତ୍ର

    ବରିଷ୍ଠ ନେତା ବିଜୟ ମହାପାତ୍ର ବିଜୁବାବୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ବିଶେଷକରି ବିଜୁବାବୁଙ୍କ ଅସ୍ଥିକୁ ନେଇ ବିଜୟ କିଛି ବିସ୍ମୟକର କଥା କହିଛନ୍ତି । ଯାହା କେବେ ବି ଶୁଣି ନ ଥିବେ ।

    ବିଜୟ କହିଛନ୍ତି, ବିଜୁବାବୁଙ୍କ ଅସ୍ଥି ଆମ ଘରେ ୩/୪ ବର୍ଷ ରହିଥିଲା । ଥରେ ଏମିତି ଉତପାତ କଲା ଯେ ଆମେ ଭୟଭୀତ ହୋଇପଡ଼ିଥିଲୁ ।

    କିଛି ନ ଥିବ କବାଟ-ଝରକା ଜୋରରେ ଖାଲି ବାଡ଼େଇ ହେବ । ଦୁଆରେ ପବନ ବହିବ । ଏହା ପରେ ପଣ୍ଡିତଙ୍କ ସହ କଥା ହୋଇ ଅସ୍ଥି ବିସର୍ଜନ ପାଇଁ ନିଷ୍ପତ୍ତି ନେଇଥିଲି । ପ୍ରୟାଗରାଜ ଯାଇଥିଲି । ନବୀନ ଯାଇ ନ ଥିଲେ । ପ୍ରୟାଗରାଜରେ ଏକ ଅଦ୍ଭୁତ ଘଟଣା ଘଟିଥିଲା । ତମ୍ବା ପାତ୍ରଟି ବୁଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଏହା ମୋ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିଛି ବୋଲି ବିଜୟ କହିଛନ୍ତି ।

    ଅନ୍ୟପକ୍ଷରେ ବିଜୁବାବୁଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ଭାଜପା ବିଧାୟକ ବାବୁ ସିଂ । ସେ କହିଛନ୍ତି, ବିଜୁବାବୁଙ୍କ ଦେହାନ୍ତ ସମୟରେ ହସ୍ପିଟାଲ ଯାଇ ନ ଥିଲେ ନବୀନ ପଟ୍ଟନାୟକ । ସେତେବେଳେ ଦିଲ୍ଲୀପ ରାୟ ଟଙ୍କା ପୈଠ କରିବାରୁ ବିଜୁବାବୁଙ୍କ ମୃତଦେହ ହସ୍ପିଟାଲରୁ ବାହାରିଥିଲା । ଖାଲି ଏତିକି ନୁହେଁ, ବିଜୁବାବୁଙ୍କ ଅସ୍ଥି ମଧ୍ୟ ନେଇ ନ ଥିଲେ ନବୀନ । ବିଜୁଙ୍କ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଏହି ଅସ୍ଥିକୁ ନେଇ ନିଜ ଘରେ ରଖିଥିଲେ । ବାବୁ ସିଂ ଏହା କହିବା ପରେ ରାଜ୍ୟ ରାଜନୀତି ଖୁବ୍ ସରଗରମ ହୋଇଉଠିଛି ।

  • ବାଲି ମାଫିଆଙ୍କ ଉପରେ ଚଢଉ; ୯ ଟ୍ରାକ୍ଟର, ୨ ହାଇୱା ଜବତ

    ବାଲି ମାଫିଆଙ୍କ ଉପରେ ଚଢଉ; ୯ ଟ୍ରାକ୍ଟର, ୨ ହାଇୱା ଜବତ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ଓ କୂଶେଇ ନଦୀର ବିଭନ୍ନ ବାଲି ଘାଟରୁ ବାଲି ଚୋଲା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା|

    ଅଭିଯୋଗକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ଖଣି ଓ ପୋଲିସର ସ୍ବତନ୍ତ୍ର ସ୍ୱାର୍ଡ ବୈତରଣୀ ନଦୀର ବୀରଗୋବିନ୍ଦପୁର ଓ ଦେଓଗାଁ କୁସେଇ ନଦୀ ଘାଟରୁ ଚୋରା ବାଲି ପରିବହନ କରୁଥିବା ନଅଟି ଟ୍ରାକ୍ଟର, ଦୁଇଟି ହାଇୱା ଓ ଗୋଟିଏ ଜେସିବି ଜବତ କରିଛି | ଆଗକୁ ଚଢାଉକୁ ବ୍ୟାପକ କରାଯିବ ବୋଲି ଖଣି ବିଭାଗ ସୂତ୍ରରୁ ସୂଚନା ମିଳିଛି |

  • ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଗଛରେ ଝୁଲିଛି ଅଜଣା ମୃତଦେହ | ରାୟଗଡା ଜିଲ୍ଲା କାଶିପୁର ବ୍ଲକ ନିକଟ ଏକ ନିର୍ଜନ ବିଲ ଜମିରେ ଥିବା ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି |

    ଥାନାର ଦୁଇଜଣ କନେଷ୍ଟ ବଳ, ଗାଁର ସରପଞ୍ଚ ମସ୍ତରାମ ମାଝୀ ଉପସ୍ଥିତ ରହି ଝୁଲିଥିବା ଶବକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକଙ୍କର କୌଣସି ପରିଚୟ ମିଳି ପାରିନାହିଁ | ମୁତଦେହ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଛି |

    ଉକ୍ତ ବିଲକୁ ଆମ୍ବୁଲାନ୍ସ ସେବା ପହଞ୍ଚି ନ ପାରିବାରୁ ପୋଲିସଙ୍କ ଦ୍ବାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମର ଶରୀରକୁ ଅଣାଯାଇଥିଲା | ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି |

  • ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ | ସୂଚନା ଅନୁସାରେ, ରାମପୁର ପଟରୁ ବୃଦ୍ଧା ଜଣକ ସାଇକଲରେ ଆସୁଥିବା ସମୟରେ ପଛପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା | ଧକ୍କା ଦେବା ଫଳରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ | ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ |

    ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହଇୱାକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି |

  • ଆନନ୍ଦପୁର କଲେଜକୁ ‘Autonomous College’ ଘୋଷଣା

    ଆନନ୍ଦପୁର କଲେଜକୁ ‘Autonomous College’ ଘୋଷଣା

    ଆନନ୍ଦପୁର କଲେଜର ୬୧ ତମ ବାର୍ଷିକ ଅଧିବେସନ ରେ ଯୋଗ ଦେଇ ଆନନ୍ଦପୁର କଲେଜକୁ Autonomous College ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ, ଏହି କଲେଜ ପାଇଁ ସମୁଦାୟ ୭ କୋଟି ଟଙ୍କା ଅନୁଦାନ ଘୋଷଣା କଲେ। ଆନନ୍ଦପୁର ଡାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ । ଏହି ସଭାରେ ଆନନ୍ଦପୁର ଉପଖଣ୍ଡ ପାଇଁ ୧୧୮.୨ କୋଟି ଟଙ୍କା ରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ, ୪୧.୪ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୁ ମୁଖ୍ୟମନ୍ତ୍ରୀଙ୍କର ଏହାଥିଲା ପ୍ରଥମ ଗସ୍ତ ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ କଲେଜରୁ ଯୁକ୍ତ ୨ ପଢି ପାସ୍ କରିଥିଲେ, ସେହି ଆନନ୍ଦପୁର କଲେଜକୁ ସେ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟଅତିଥି ହୋଇ ଆସିଥିଲେ । ଏହି ପରିପ୍ରେକ୍ଷିରେ କଲେଜର ଛାତ୍ରଛାତ୍ରୀ ଅତି ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ଆଗମନ କୁ ଅପେକ୍ଷା କରି ରହିଥିଲେ । ଏଥି ସହ , ମୁଖ୍ୟମନ୍ତ୍ରୀ ଏହି କଲେଜରେ ପାଠ ପଢୁଥିବା ବେଳେ, ତାଙ୍କ ସହପାଠୀ ଓ ଅଧ୍ୟାପକମାନେ ମଧ୍ୟ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଷ୍ଟାଡିୟମ୍ ପଡ଼ିଆରେ ହେଲିକ୍ୟାପ୍ଟର୍ ରେ ଅବତରଣ କରିବା ପରେ ଏକ ବିରାଟ ପଟୁଆରରେ ଯାଇ ଆନନ୍ଦପୁର କଲେଜରେ ପହଞ୍ଚିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ । ଏଥି ସହ , ଆନନ୍ଦପୁର ବିଧାୟକ, ଘସିପୁରା ବିଧାୟକ ଓ କେନ୍ଦୁଝର ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

    ଏହି କଲେଜରୁ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ପଢୁଥିବା ବେଳେ, ନିଜ ସ୍ମୃତି ବଖାଣିଥିଲେ । ବହୁ ଅବ୍ୟବସ୍ଥା ମଧ୍ୟରେ ଥିବା ଆନନ୍ଦପୁର କଲେଜକୁ Autonomous College କଲେଜ କରିବା ସହିତ, କଲେଜର ସର୍ବାଙ୍ଗାନ ଉନ୍ନତି ପାଇଁ ୭ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏଥିସହ , ଆନନ୍ଦପୁର ଉପଖଣ୍ଡ ପାଇଁ ୪୧.୪ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୧୮.୨ କୋଟି ଟଙ୍କା ବ୍ୟୟରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ଆଗାମୀ ଦିନରେ ଆନନ୍ଦପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ, ଯାହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଗସ୍ତରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

  • ନିଷ୍ଠା ପାଳିଲା ଆନ୍ତର୍ଜାତୀୟ ମହିଳା ଦିବସ

    ନିଷ୍ଠା ପାଳିଲା ଆନ୍ତର୍ଜାତୀୟ ମହିଳା ଦିବସ

    କୋରାପୁଟ ଜିଲ୍ଲା ସେମିଳିଗୁଡା ପ୍ରେସ କ୍ଲବ ଠାରେ ନିଷ୍ଠା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନିଷ୍ଠାକୁ ଏଗାର
    ବର୍ଷ ପୂର୍ତ୍ତି ଅବସରରେ ନିମନ୍ତ୍ରତି ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ମୁଖ୍ୟ ବକ୍ତା, ଉଷାରଣୀ ଦାସ ଅଧ୍ୟକ୍ଷା ମହିଳା ମହା ବିଦ୍ୟାଳୟ, ସ୍ବତନ୍ତ୍ର ଅତିଥି ଓମ ଶାନ୍ତି ତରଫରୁ ବି.କେ.ନମିତା, ସମ୍ମାନିତ ଅତିଥି ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, ସମ୍ମାନିତ ଅତିଥି ଆଚାର୍ଯ୍ୟ ମନୁଦେବ, ନିଷ୍ଠାର ଅଧ୍ୟକ୍ଷା ମମତା ରାଇ ବରିଷ୍ଟ ସାମ୍ବାଦିକ ଅଜେୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ଏବଂ ପୁରଷ ମଧ୍ୟରେ କୌଣସି ପାତର ଅନ୍ତର ନଥିବା ଉଭୟଙ୍କ ସମନ୍ତର ଆଧିକାର ଉପରେ ମତରଖି ଥିଲେ।

    ନିଷ୍ଠା ଅଧ୍ୟକ୍ଷା ସୁଶ୍ରୀ ମମତା ରାୟଙ୍କ ନେତୃତ୍ବରେ ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ଭାଷଣ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ପରିଚୟ ପ୍ରଦାନପୂର୍ବକ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ଆନ୍ତର୍ଜାତିକ ମହିଳା ଦିବସର ଶୁଭ ଉଦଘାଟନ, ଅତିଥି ମାନଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

    ନିଷ୍ଠା ତରଫରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନାରେ ସସ୍ମିତା ପଟନାୟକ, ରଶ୍ମିତା ପତି, ଆଶାକର୍ମୀ ଭାବେ ହୋନିସ ସଉତା, ସ୍ୱଛା କର୍ମୀ ଭାବେ ଯଶୋଧା କିର୍ଶନୀ, ଗଣମାଧ୍ୟମ ପ୍ରତିନିଧି ସି ହେଚ କୁର୍ମା ରାଓ, ସାମାଜିକ ସଚେତକ ବୁଲ୍ଲୁ ମହାରଣା, ବରିଷ୍ଟ ନାଗରିକ, ଏବଂ ଅଞ୍ଚଳ ଉତ୍ତମ ସାମାଜିକ ଆଧ୍ୟାତ୍ମିକ ସଙ୍ଗ ମଧ୍ୟରେ କୁନ୍ଦୁଲି ଗୁରୁକୁଳ ଆଶ୍ରମ, ଓମ ଶାନ୍ତି, ଏବଂ ଗାୟତ୍ରୀ ପରିବାର, ସମାଜସେବି ଅଗ୍ନି ଗଙ୍ଗାମ୍ମା ଟିମକୁ ଉଚ୍ଚ ମାନର ସମ୍ଭର୍ଦ୍ଧନାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।

    ପରିଶେଷରେ ମଞ୍ଚ ପରିଚାଳନା କରିଥିବା ମୋନାଲିସା ରାଇ, ଏବଂ ସରଜକୁ ବିବାହ ବାର୍ଷିକୀରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମରେ ନିଷ୍ଠାର କର୍ମକର୍ତ୍ତା ସହଯୋଗ କରିଥିଲେ।

    ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସି ଆନ୍ତର୍ଜାତିୟ ମହିଳା ଦିବସରେ ଯୋଗ ଦେଇଥିଲେ ।

  • ଆନ୍ତର୍ଜାତୀୟ ମହିଳା ଦିବସରେ ନ୍ୟାୟ, ସ୍ଵାଧୀନତା ଓ ଅଧିକାର ଦାବି କଲେ ମହିଳା

    ଆନ୍ତର୍ଜାତୀୟ ମହିଳା ଦିବସରେ ନ୍ୟାୟ, ସ୍ଵାଧୀନତା ଓ ଅଧିକାର ଦାବି କଲେ ମହିଳା

    ରାୟଗଡ଼ା ଜିଲ୍ଲା ଗୁଣପୁରର ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ (AIPWA) ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦର ପଞ୍ଚାୟତର କୁକୁରୁଗୁଡା ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି | ସମଗ୍ର ଦେଶରେ ମହିଳା ଆନ୍ତର୍ଜାତୀୟ ଦିବସ କରୁଥିବା ବେଳେ ଗୁଣପୁର ଅଞ୍ଚଳର କୁକୁରୁଗୁଡା ଠାରେ ମହିଳାମାନେ ଏକତ୍ରିତ ହୋଇ ସରକାରଙ୍କୁ ଦାବି ଜଣାଇଛନ୍ତି |

    ମହିଳା ଆନ୍ଦୋଳନର ଆରମ୍ଭ ( ୧୯୦୮ – ୧୯୧୦ ) ଅନ୍ତର୍ଜାତୀୟ ନାରୀ ଦିବସର ପ୍ରଥମ ଚିହ୍ନ ୧୯୦୮ ମସିହାରେ ନ୍ୟୁୟର୍କରେ ଦେଖାଯାଇଥିଲା | ୧୫,୦୦୦ ନାରୀ କାର୍ଯ୍ୟକର୍ତ୍ତା ଏକ ବିଶାଳ ଶୋଭାଯାତ୍ରା କରିଥିଲେ, ଯେଉଁଥିରେ ସେମାନେ ସୁସ୍ଥ ଶ୍ରମ ଅବସ୍ଥା, କମ୍ କାମ ଘଣ୍ଟା, ଏବଂ ମହିଳାମାନଙ୍କ ପାଇଁ ଭୋଟ ଅଧିକାର ଦାବି କରିଥିଲେ | ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୯୧୦ ମସିହାରେ ଡେନମାର୍କର କୋପେନହେଗେନ ସହରରେ ଏକ ବିଶ୍ୱ ନାରୀ ସମ୍ମିଳନ ଅନୁଷ୍ଠିତ ହୋଇଥିଲା |

    ଜର୍ମାନୀର ନାରୀ ଅଧିକାର କାର୍ଯ୍ୟକର୍ତ୍ତା କ୍ଲାରା ଜେଟ୍କିନ୍ (Clara Zetkin) ପ୍ରଥମ ଥର ପାଇଁ “ଅନ୍ତର୍ଜାତୀୟ ନାରୀ ଦିବସ” ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଏହି ପ୍ରସ୍ତାବକୁ ୧୭ ଟି ଦେଶର ପ୍ରତିନିଧିମାନେ ସମର୍ଥନ କରିଥିଲେ | ମାର୍ଚ୍ଚ ୮ ଏକ ଆନ୍ତର୍ଜାତୀୟ ଦିବସ ୧୯୧୧-୧୯୧୭ ପ୍ରଥମ ଥର ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ, ଏବଂ ସ୍ଵିଟ୍‌ଜରଲ୍ୟାଣ୍ଡ ଦେଶରେ ଅନ୍ତର୍ଜାତୀୟ ନାରୀ ଦିବସ ପାଳନ କରାଯାଇଥିଲା | ୧୯୧୭ ମସିହାରେ ରୁଷି ନାରୀମାନେ ଚାର୍ଯ୍ୟ ଏବଂ ଖାଦ୍ୟ ସଂକଟ ବିରୋଧରେ ବିଶାଳ ନାରୀ ଆନ୍ଦୋଳନ କଲେ | ଏହାର ଫଳସ୍ୱରୂପ ରୁଷ୍ ସରକାର ମହିଳାମାନଙ୍କୁ ଭୋଟ ଅଧିକାର ପ୍ରଦାନ କଲା | ଏହି ଆନ୍ଦୋଳନ ମାର୍ଚ୍ଚ ୮ ରେ ହୋଇଥିବାରୁ, ଏହି ଦିନକୁ ଅନ୍ତର୍ଜାତୀୟ ନାରୀ ଦିବସ ଭାବେ ପାଳନ କରାଯାଉଛି | ସଂଯୁକ୍ତ ରାଷ୍ଟ୍ର ସଂଘର ପ୍ରମାଣୀକରଣ ୧୯୭୫ ଏପର୍ଯ୍ୟନ୍ତ ୧୯୭୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘ (UN) ଅନ୍ତର୍ଜାତୀୟ ନାରୀ ଦିବସକୁ ଆଧିକାରିକ ଭାବରେ ପ୍ରମାଣ କଲା | ସେହି ଦିନଠାରୁ ଆଜିପର୍ଯ୍ୟନ୍ତ ପ୍ରତିବଛର ଏହି ଦିନକୁ ନାରୀମାନଙ୍କ ସମାନତା ଏବଂ ଅଧିକାର ପାଇଁ ପାଳନ କରାଯାଏ | ଅନ୍ତର୍ଜାତୀୟ ନାରୀ ଦିବସ ମହିଳାମାନଙ୍କ ଅଧିକାର, ସ୍ୱାଧୀନତା, ଏବଂ ସମାନତା ପାଇଁ ଏକ ଐତିହାସିକ ଦିବସ |

    ଏହା ଏକ ଦୀର୍ଘ ସଂଘର୍ଷର ପରିଣାମ ଯେଉଁଥିରେ ମହିଳାମାନେ ତାଙ୍କର ସ୍ୱାଧୀନତା, ଶିକ୍ଷା, ଭୋଟ ଅଧିକାର ଏବଂ ଅର୍ଥନୀତିକ ସ୍ୱାଧୀନତା ପାଇଁ ଲଢ଼ି ଆସିଛନ୍ତି | ଏହି ଦିନ ଆମକୁ ଉପଦେଶ ଦେଇଥାଏ ଯେ ନାରୀମାନେ କେବଳ ଘର ତଥା ପରିବାର ନୁହେଁ, ସମାଜ ଏବଂ ଜଗତର ଏକ ଅପରିହାର୍ଯ୍ୟ ଅଂଶ | ନାରୀମାନଙ୍କ ସମ୍ମାନ, ଅଧିକାର, ସ୍ଵାଧୀନତା, ସମାନ କାମକୁ ସମାନ ମଜୁରୀ, ମହିଳା ମାନଙ୍କୁ ଘରଡିହ ସହ ଜଙ୍ଗଲ ଜମିର ଅଧିକାର, ମହିଳା ମାନଙ୍କ ନିର୍ଯାତନା ବନ୍ଦ କରିବା ସହ ଏକତ୍ର ହୋଇ ଫାଶୀବାଦ ବିରୁଦ୍ଧରେ ଲଢେଇ କରିବା ପାଇଁ ସିପିଆଇ (ଏମଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଥିଲେ | ଆଗାମୀ ଦିନରେ ଏହାକୁ ଦୃଢ଼ତାର ସହିତ ସରକାରଙ୍କୁ ଦାବି ଜଣାଇବା ପାଇଁ ଦାବି କରିଛନ୍ତି |

  • କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ରୀକ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

    କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ରୀକ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

    କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଦରିଆପାରି ରାମଚଣ୍ଡୀ ମହାକାଳପଡ଼ା ଠାରେ ଭାରତ ସରକାରଙ୍କ ଏକ୍ରୀକ ପ୍ରକଳ୍ପ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି |

    ଏହି ସଭାରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବ ଜଗତ ଉପରେ ପ୍ରଭାବ ପଡୁଛି କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବ ଯୋଗୁ ଚାଷ ଜମିର ଉର୍ବରତା କମୁଛି, ଗଛରେ ରୋଗ ପୋକ ଦାଉରୁ ଅମଳ କମୁଛି, ଜଳବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା | ମହିଳା ମାନେ ସଶକ୍ତିକରଣ ହୋଇଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି |

    ଅଦରକାରୀ ପ୍ଲାଷ୍ଟିକରେ ଘର କରଣା ବ୍ୟବହାର ବସ୍ତୁ ତିଆରି କରିବା, ଜୈବିକ କୀଟନାଶକ, ଜୈବିକ ଖତ ପ୍ରୟୋଗ କରି ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଇଥିଲେ | ଉପସ୍ଥିତି ଥିବା ଅତିଥି ମାନେ ଏହି ଅବସରରେ ମହାକାଳପଡ଼ା ଅଂଚଳରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା |

    ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ କୁଦ ପ୍ରତିଯୋଗିତା କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ସ୍ବେଛାସେବୀ, ଏସଏଚଜି ମହିଳା, ଅଗ୍ରଣୀ ମହିଳା କୃଷକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ |

    ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରାଯିବ, ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି ନିରୋଗ ସୁସ୍ଥ ସମାଜ ଗଠନ କରାଯିବ| ଏହି କାର୍ଯ୍ୟକ୍ରମରେ ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ |

  • ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ

    ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ

    ରୋଷେଇ ଘରର ଘରଣୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କଲେ, ଏବେ ପୁନର୍ଗଠନ କରିବା ପାଇଁ ସରକାର ଘୋଷଣା କରିବା ପରେ କାର୍ଯ୍ୟରତ ମହିଳାମାନେ ପ୍ରତିବାଦ କରିଛନ୍ତି |

    ଆନ୍ତର୍ଜାତୀୟ ମହିଳା ଦିବସରେ ଶତାଧିକ ମହିଳା ଆଜି ପ୍ରତିବାଦ କରିଛନ୍ତି |

    ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର ଦାବି କରିଛି ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ |

    ସେ ନେଇ ଆଜି ରାଜ୍ୟବ୍ଯାପୀ ପ୍ରତିବାଦ କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପକ୍ଷରୁ ଗଡ଼ବାନ୍ଧଗୋଡ଼ା ଠାରେ ଇସି ମାନଙ୍କର ପୁନର୍ଗଠନ ଗଠନ କରାନଯାଇ କାର୍ଯ୍ୟରତ ଇସିମାନଙ୍କୁ କାର୍ଯ୍ୟରେ ରଖିବା ପାଇଁ ମହିଳା ମାନେ ଦାବି କରି ପ୍ରତିବାଦ କରିଥିଲେ |

  • ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କୁ ଅସମାନ କରିଥିବାରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପ୍ରତିବାଦ କରାଯାଇଛି |

    ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକ ଠାରୁ ରାଲି କରି ସହ ସହ ବିଜେଡି ନେତା ଓ କର୍ମୀ ମାନେ ଚାଲି ଚାଲି ଉପଜିଲ୍ଲାପାଳ କାର୍ଯାଳୟ ସମ୍ମୁଖ ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ବିଜେଡି ନେତା ମାନେ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ |

    ଏହି ପ୍ରତିବାଦ ରାଲିରେ ବିଜେଡିର ବରିଷ୍ଠ ନେତା ଈଶାନ ମିଶ୍ର, ମନୁ ଚୌଧୁରୀ, ସୁବାଷ ମଣ୍ଡଳ, ରାଇସେନ ମୁର୍ମୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟନାୟକ, ଉପାଧ୍ୟାକ୍ଷା ମମିତା ଚୌଧୁରୀ, ବିଜେଡି ନାରୀ ନେତ୍ରୀ ତନୁଜ ମହାନ୍ତ ଏବଂ ଶତାଧିକ ବିଜେଡି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ |