Tag: #suchana news

  • ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ବରଗଡ଼ ଭଟଲି ରୋଡ ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବାର୍ଷିକ ପୁଷ୍ପ ହୋଲି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତପୋବନର ସଭାପତି ସ୍ବାମୀ ତେଯୋମୟାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଏହି ପୁଷ୍ପ ହୋଲିରେ ସ୍ବାମୀ ନିତ୍ୟବୋଧାନନ୍ଦ ସରସ୍ଵତୀଙ୍କ ସହିତ ବରଗଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

    ଏହି ପୁଷ୍ପ ହୋଲି ସମାରୋହକୁ ପ୍ରାଧ୍ୟାପକ ତିର୍ଥବାସୀ ଦେବତା ଓ ଗୌରାଙ୍ଗ ନାୟକ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ନାଗେନପାଲି ଓ ଯାମପାଲିର କୀର୍ତନମଣ୍ଡଳୀ ଯୋଗଦାନ କରି ଉପସ୍ଥିତ ସମସ୍ତଙ୍କୁ ବିହ୍ଵଳିତ ଭଜନ ପରିବେଷଣ କରିଥିଲେ। ତପୋବନର ଏହି ପୁଷ୍ପ ହୋଲି ପ୍ରୟାସ ଅନେକଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସିତ କରିଥିଲେ । ଏହାଦ୍ବାରା ପରିବେଶ ପବିତ୍ର ରହିବା ସଙ୍ଗେ ସଙ୍ଗେ ସଦ୍ଭାବପୂର୍ଣ୍ଣ ବାତାବରଣ ଓ ପାରସ୍ପରିକ ସ୍ନେହଶ୍ରଦ୍ଧା ପାଇଁ ଏହା ସହାୟକ ହେଉଅଛି । ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

  • କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ କେନ୍ଦ୍ରାପଡ଼ାରେ ହେଉଥିବା ଓଁକାର ପୀଠ ଓଳକଣା ମେଲଣ ଓଡ଼ିଶା ପ୍ରସିଦ୍ଧ । କାହିଁ କେଉଁ କାଳରୁ ଏଠାରେ ମେଳଣ ଯାତ୍ରା ହୋଇଆସୁଛି ।

    ଏହାର ବିଶେଷତ୍ବ ହେଉଛି ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ । ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର । ଅନ୍ୟ ପଟେ ଭଗବାନ ଶ୍ରୀକୃଷ୍ଣ ‘ହରି’ ଏବଂ ମହାଦେବ ‘ହର’ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ ‘ହରିହର’ ମେଳଣ ମଧ୍ୟ କୁହାଯାଇଥାଏ ।

    ପୁରାଣ ବର୍ଣ୍ଣିତ ବିଦୁର ଗାଦି ପୀଠରେ ଶ୍ରୀକୃଷ୍ଣ ଓ ବଡ଼ ଠାକୁର ବଳରାମ, ହରି ଓ ହର ଙ୍କ ବିମାନ ଏକତ୍ରିତ ହୋଇ ହରିହର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ି ମାନେ ଆପଣା ଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣି ଏବଂ ଆତସବାଜି ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନ ଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା । ୨୫୬ ବିମାନ ଓଳକଣା ମେଳଣରେ ଏକତ୍ରିତ ହୋଇଥାନ୍ତି ।

    ରଘୁଦେଇପୁର ରାଜନଗର ଗ୍ରାମରୁ ଓ ଡେରାବିଶରୁ ଆଳି ରାଜାଙ୍କ ଦୁଇଟି ବିମାନରେ ରାଧା କୃଷ୍ଣ ଓ ଲଷ୍ମୀ ପ୍ରଥମେ ମେଳଣ ପଡିଆକୁ ଆସିବା ପରେ ଅନ୍ୟ ସମସ୍ତ ବିମାନ ମେଳଣ ପଡିଆକୁ ଆସିଥାନ୍ତି । ଭଜନ କୀର୍ତ୍ତନ ସମାବେଶ ମଧ୍ୟ ରେ ମେଳଣ ଆରମ୍ଭ ହୋଇଥାଏ ।

    ପାଖାପାଖି ୨୦ ରୁ ୩୦ ହଜାର ଭକ୍ତଙ୍କ ସମାବେଶ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଶାଗ ଭଜା ସହ ମାନସିକ ଭୋଗ ଖାଇଥାନ୍ତି ବିମାନ ବିରାଜିତ ଠାକୁର ।

    ପରେ ବୀର ଭଦ୍ରେଶ୍ଵର ମହାଦେବଙ୍କ ଆଜ୍ଞାମାଳ ପାଇ ବଳଦେବ ଜୀଉ ହର ରୂପେ ମେଳଣ ପଡିଆକୁ ଆସିବା ପରେ ମେଳଣ ଶେଷ ହୋଇଥାଏ । ମେଳଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ ।

    ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଡେରାବିଶ ଓ ମାହାଙ୍ଗା ଥାନା ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରଯାଇଛି ।

  • ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ | ପାରାଦୀପ ଇଫକୋ ଛକରେ ଦୃର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ଗାଡ଼ିରୁ ଓହ୍ଲାଇ କାମ କରିବା ପାଇଁ ଯାଉଥିବା ବେଳେ ଚଢ଼ିଗଲା ହାଇୱା । ମୃତ ଯୁବକ ଜଣଙ୍କ ହେଲେ ଭୁତୁମୁଣ୍ଡାଇ ଗ୍ରାମର ପ୍ରଫୁଲ୍ଲ ବାରିକ| ପ୍ରଫୁଲ୍ଲ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି | ଆଜି ସକାଳୁ ଇଫକୋ କମ୍ପାନୀ ଢଳେଇ କାମ ପାଇଁ ଲାଗି ଘରୁ ବାହାରି ଆସୁଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ | ପଡିଯିବା ପରେ ଗାଡ଼ିର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା |

    ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରିଛନ୍ତି । ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ଇଫକୋ କମ୍ପାନୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

  • ଜିପସମ୍ ପରିବହନରେ ସାମିଲ ହେବ ତିନୋଟି ଟ୍ରକ୍ ମାଲିକ ସଂଘ

    ଜିପସମ୍ ପରିବହନରେ ସାମିଲ ହେବ ତିନୋଟି ଟ୍ରକ୍ ମାଲିକ ସଂଘ

    ଜିପସମ୍ ପରିବହନରେ ସାମିଲ ହେବ ପାରାଦ୍ଵୀପର ତିନୋଟି ଟ୍ରକ୍ ମାଲିକ ସଙ୍ଘ | ଗତ ୪ ବର୍ଷ ହେଲା ଏହି ଜିପସମ୍ ପରିବହନ ଭଡ଼ାକୁ ନେଇ ବିବାଦ ଲାଗିରହିଥିବା ବେଳେ ବାହାର ଗାଡ଼ି ଦ୍ବାରା ପରିବହନ ଚାଲିଥିଲା |

    ଗୁରୁବାର ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ବୈଠକରେ ପାରାଦ୍ଵୀପର ଲୋକାଲ ହାଇଓ୍ବା ସଙ୍ଘ, ମିଳିତ ଟ୍ରକ୍ ମାଲିକ ସଙ୍ଘ, ଇଫକୋ ସାର କାରଖାନାର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା |

    ଏଥିରେ ମିଳିତ ଟ୍ରକ୍ ସଂଘ (ଜେସିସି)ର ସହଯୋଗରେ ଜିପସମ୍ ପରିବହନ କରାଯିବ, ଏହି ପରିବହନରେ ଲୋକାଲ ହାଇଓ୍ବା, ତିନୋଟି ଟ୍ରକ୍ ସଂଘର ଗାଡ଼ି ଓ ପୂର୍ବରୁ ପରିବହନରେ ନିୟୋଜିତ ଥିବା ସଂଗଠନର ଗାଡ଼ି ଜିପସମ୍ ପରିବହନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି |

    ଫଳରେ ଦୀର୍ଘ ୪ ବର୍ଷ ହେଲା ଏହି ପରିବହନକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି | ଏହି ନିଷ୍ପତ୍ତି ଯୋଗୁଁ ଟ୍ରକ୍ ମାଲିକ ମାନେ ଖୁସି ବ୍ୟକ୍ତ କରିଛନ୍ତି |

  • ହତ୍ୟାକାରୀ ବୃଦ୍ଧାଙ୍କୁ ଆଜୀବନ କାରାଦଣ୍ଡ

    ହତ୍ୟାକାରୀ ବୃଦ୍ଧାଙ୍କୁ ଆଜୀବନ କାରାଦଣ୍ଡ

    ନିଜ ସାଙ୍ଗକୁ ପଥରେ ଛେଚି ହତ୍ଯା କରିଥିବା ଘଟଣାରେ ହତ୍ୟାକାରୀ ବୃଦ୍ଧା ସର ନାୟକଙ୍କୁ ଆଜୀବନ କାରାଦଣ୍ଡ | ରାୟ ସୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ କୋର୍ଟ | ଏଥିସହ ୧୦ ହଜାର ଟଙ୍କାର ଜୋରିମାନା ମଧ୍ଯ ହୋଇଛି | ଜୋରିମାନା ଅନାଦେୟ ଅତିରିକ୍ତ ୧ବର୍ଷ ର ସଜା ସୁଣାଇଛନ୍ତି ମାନ୍ଯାବର କୋର୍ଟ | ୨୦୨୨ ଜୁନ୍ ୨୫ ତାରିଖରେ ଘଟିଥିଲା ଘଟଣା |

    ନନ୍ଦିପଦା ଥାନା ମଠଡାହି ଗାଁର ଦୁଇ ସାଙ୍ଗ ସର ନାୟକ ଓ ଯସୋଦା ପାତ୍ର ସାଙ୍ଗ ହୋଇ ସୋସୋ ଥାନା ପୋଡାସିଙ୍ଗିଡି ଗାଁକୁ ଯାଇଥିଲେ | ଏହି ସମୟରେ ଉଭୟଙ୍କ ମଧ୍ଯରେ କୌଣସି କାରଣକୁ କେନ୍ଦ୍ରକରି ବଚସା ହେବାରୁ ସର ନାୟକ ଯସୋଦାଙ୍କୁ ଏକ ପଥରରେ ଛେଚି ପଳାଇଥିଲା | ପରଦିନ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଯସୋଦାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା |

  • କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କଳିଙ୍ଗାଘାଟିରେ ବସ ଦୁର୍ଘଟଣା | ଯାତ୍ରୀବାହୀ ବସ ଓଲଟି ଜଣେ ଗୁରୁତର,ତିନି ଆହତ | ସୂଚନା ଅନୁଯାୟୀ, ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା |

    ଯାତ୍ରୀମାନେ ବସର ସାମ୍ନା ଓ ପଛ କାଚ ଭାଙ୍ଗି ବାହାରି ପଡିଥିଲେ | ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଜଣେ ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିବା ବେଳେ ଅନ୍ୟ ତିନି ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

  • କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

    ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା।

    ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତିର ସମସ୍ତ ସଭ୍ୟ ଗୋପୀକା ସ୍ୱାଇଁ, ସ୍ନେହଲତା ବାରିକ, ଗଙ୍ଗାଧର ଦାସ, ଅଶ୍ଵିନୀ ପଧାନ, ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପାକ୍ସ ସଭାପତି ବିରୋସନ ସାହୁ, ବରପାଲି ପାକ୍ସ ସଭାପତି ଗୁରୁ ମେହେର, କୁମ୍ଭାରୀ ପାକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, କଁଟାପାଳି ସରପଞ୍ଚ ଗଙ୍ଗାଧର ଦାସ, ସମିତି ସଭ୍ୟ ଅରୁଣ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ ।

    ଶେଷରେ ବୋର୍ଡ ସଭ୍ୟ ତଥା କନ୍ତାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

  • ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଶା କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଇଏସଆଇରେ ଅନ୍ତର୍ଭୁକ୍ତ ସହ ସାମାଜିକ ସୁରକ୍ଷା ବାବଦରେ ପେନସନ୍, ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି ଆଦି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉଳ, ଜିଲ୍ଲା ପ୍ରଭାରୀ କୁମୁଦିନୀ ପ୍ରଧାନ, ରାଜ୍ୟ ବିଏମଏସ କାର୍ଯ୍ୟକାରୀ କମିଟି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସହ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ ।

  • ଧରା ପଡିଲେ ୧୦ ବାଂଲାଦେଶୀ, ଫରେନର୍ସ ଆକ୍ଟରେ ଗିରଫ

    ଧରା ପଡିଲେ ୧୦ ବାଂଲାଦେଶୀ, ଫରେନର୍ସ ଆକ୍ଟରେ ଗିରଫ

    ପୁଣି ସ୍ମାର୍ଟସିଟିରୁ ଧରାପଡିଲେ ବାଂଲାଦେଶୀ । ଭୁବନେଶ୍ବର ଦେଇ ଟ୍ରେନରେ ଯିବା ବେଳେ ମାଡିବସିଲା ଏସଟିଏଫ ଟିମ୍‌ । ଭୁବନେଶ୍ବର ଷ୍ଟେସନରୁ ୧୦ଜଣ ଠାବ ହୋଇଥିବାବେଳେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ୍ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରେ ବାଂଲାଦେଶୀ ଯୁବତୀକୁ ଆଣି ଦେହ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଥିବା ପରେ ଏବେ ପୁଣି ବାଂଲାଦେଶୀ ଶ୍ରମିକ ଭାବେ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଛି । ବିନା ପାସପୋର୍ଟରେ ଭାରତୀୟ ସୀମା ଅନୁପ୍ରବେଶ କରିବା ପରେ ଭୁବନେଶ୍ୱର ଦେଇ ଏମାନେ କର୍ଣ୍ଣାଟକ ଯାଉଥିଲେ ।

    ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ପୁରୁଷ ଓ ତିନି ଜଣ ମହିଳା ସହ ଜଣେ ନାବାଳକ । ନାବାଳକକୁ ସୁଧାର ଗୃହରେ ରଖାଯାଇଥିବା ବେଳେ ବାକି ୯ ଜଣଙ୍କୁ ଗିରଫ କରଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ହସିମ ,ସୋଜିବ ଖାନ,ଆଲାମ ସେକ, ମହମ୍ମଦ ଆଜିମ,ଦିଲ୍ଲାରା ସେଖ, ମହମ୍ମଦ ସୋହା, କରିମା ବେଗମ, ମୋନିରା ବେଗମ , ସାହାନା ବେଗମ ।

    ତେବେ ଏମାନଙ୍କୁ ଫରେନର୍ସ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏସଟିଏଫ ଏସପି ରବି ଶତପଥି କହିଛନ୍ତି ‘‘ବିଶେଷ ସୁତ୍ରରୁ ବାଂଲାଦେଶୀଙ୍କ ସୂଚନା ମିଳିଥିଲା। ଯା‌ହାକୁ ଆଧାର କରି ଅଫିସର ରଶ୍ମି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱର ଷ୍ଟେସନରେ ଛାନଭିନ ବେଳେ ଆମେ ସେମାନଙ୍କୁ ଠାବ କରିଥିଲୁ । ୬ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଜୁଭେନାଇଲକୁ ଆମେ ଧରିଥିଲୁ ।

    ୯ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନେ ବିଶେଷ କରି ଗରିବ ଖଟିକିଆ ବର୍ଗର । ଯେଉଁମାନେ କି ଦିନମଜୁ୍ରିଆ ଭାବେ କାମ କରନ୍ତି । ଏମାନଙ୍କ ମଧ୍ୟରେ ଗିରଫ ହୋଇଥିବା ଦଲାଲ ଯେ କି ଏଜେଣ୍ଟ ମହମ୍ମଦ ହସିମ ଆସାମ ବାଂଲାଦେଶ ସୀମା ପାର୍‌ କରାଇବା ପରେ ଅଟୋରେ ଆସାମର ଧୁବୁରି ପହଂଚିଥିଲେ । ସେଠାରୁ ବସ ଯୋଗେ ଗୌହାଟି ପହଁଚିବା ପରେ ସେଠାରୁ ଟ୍ରେନ ଯୋଗେ କର୍ଣ୍ଣାଟକ ଯିବା ପାଇଁ ବସିଥିଲେ। ହେଲେ ଭୁବନେଶ୍ୱର ଷ୍ଟେସନରେ ସେମାନଙ୍କର ସୂଚନା ପାଇଁ ଚଢାଉ କରାଯାଇଥିଲା ।

    ବିନା ପାସପୋର୍ଟରେ ଅନୁପ୍ରବେଶ କରିବା ନେଇ ସମସ୍ତଙ୍କୁ ଫରେନର୍ ଆକ୍ଟରେ ଗିରଫ କରଯାଇଛି। ଏବେ ଏଜେଣ୍ଟ ମହମ୍ମଦ ହସିମକୁ ରିମାଣ୍ଡରେ ନେବୁ । ଏମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ପୂର୍ବରୁ ଏପରି ଅନୁପ୍ରବେଶ କରି ଯିବା ଆସିବା କରିଛନ୍ତି । ତେବେ ଏବେ ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ। ଏନେଇ ଦୁଇ ଜଣ ଅଧିକାରୀ ସେଣ୍ଟ୍ରାଲ ଇଣ୍ଟେଲିଜେନସ ବ୍ୟୁରୋ ଟିମର ଅଫିସର ମଧ୍ୟ ଭେଟିଛନ୍ତି। ଏସଟିଏଫ ଏସ୍ପିଙ୍କୁ ଭେଟି ତଥ୍ୟ ନେଇଛନ୍ତି। ସେହି ହିସାବରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ’’।

    ଓଡ଼ିଶା ଉପକୂଳରେ ଢିଲା ସୁରକ୍ଷା ଓ ପଡୋଶୀ ରାଜ୍ୟର ବୈଦେଶିକ ସୀମାରେ ଗଳାବାଟ ଦେଇ ଏବେ ବାଟ ଆପଣାଇଛନ୍ତି ବାଂଲାଦେଶୀ । ଯା‌ହାକୁ ନେଇ ଆଖିରେ ‌ଆଙ୍ଗୁଠି ଗେଞ୍ଜି ଭାରତ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନୁପ୍ରବେଶ କରି ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ଏନେଇ ଅନେକ ଅପରାଧିକ ଗତିବିଧି ମଧ୍ୟ ବୃଦ୍ଧି ହେଉଛି । କାଁଭା କେଉଁଠି କେମିତି ଦିନ ମଜୁରିଆ ବା ଶ୍ରମିକ ଭାବେ କାମ କରୁଥିବା ବେଳେ କେଉଁଠି ଦେହବ୍ୟବସାୟ ଓ ସାଇବର ଠକେଇ ଓ ଡ୍ରଗସ କାରବାର ବା ଅନେକ ଅପରାଧିକ କାର୍ଯ୍ୟ କରି ଅନେକ ସମୟରେ ଧରାପଡିଛନ୍ତି।

  • ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧାଙ୍କୁ ପେଟ୍ରୋଲ ଜାଳି ମାରିବାକୁ ଉଦ୍ୟମ | ଘରେ ଏକାକି ଥିବା ବେଳେ ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ଯମ କରାଯାଇଛି | ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି | ଏଭଳି ଅମାନବୀୟ ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଗୋଡଭଙ୍ଗା ଗାଁରେ | ସୂଚନା ଅନୁଯାୟୀ ଗତ କାଲି ସଂନ୍ଧ୍ଯାରେ ୯୫ ବର୍ଷର ବୃଦ୍ଧା ସାଇବ ଦାସ ଘରେ ଏକା ଥିବା ବେଳେ ଜଣେ ଦୁର୍ବୁତ ଘରେ ପଶି ପେଟ୍ରୋଲ ଜାଳି ଏପରି କାଣ୍ଡ ଘଟାଇଛି |

    ଜମିବାଡି ବିବାଦକୁ କେନ୍ଦ୍ରକରି ପୂର୍ବରୁ ସାଇବଙ୍କ ପରିବାର ସହ ସମ୍ପକୀୟଙ୍କ ସହ ଝଗଡା ହୋଇଥିଲା | ସେହି କାରଣକୁ କେନ୍ଦ୍ରକରି ସମ୍ପକୀୟ କେହି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ପୁଅ ପରମାନନ୍ଦ |