Tag: stengineering

  • ସିଂଗାପୁରର ୭ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଇସ୍ରୋ ରଚିଲା ଇତିହାସ

    ସିଂଗାପୁରର ୭ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଇସ୍ରୋ ରଚିଲା ଇତିହାସ

    ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ଆଜି ସକାଳେ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ପିଏସ୍‌ଏଲ୍‌ଭି-ସି୫୬’ ରକେଟ୍‌ ଯୋଗେ ଗୋଟିଏ ‘ଡିଏସ୍‌-ଏସ୍‌ଏଆର୍‌’ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍‌ ମହାକାଶକୁ ଉତ୍‌କ୍ଷେପଣ କରିଛି । ସକାଳ ୬.୩୦ରେ କରାଯାଇଥିବା ଏହି ଉତ୍‌କ୍ଷେପଣ ସଫଳ ହେବା ସହିତ ସାଟେଲାଇଟ୍‌ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିବା କଥା ‘ଇସ୍ରୋ’ କହିଛି।

    ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ ବା ‘ପିଏସ୍‌ଏଲ୍‌ଭି-ସି୫୬’ ରକେଟ୍‌ ଉକ୍ତ ସାଟେଲାଇଟ୍‌ଗୁଡ଼ିକୁ ୫୩୫ କିଲୋମିଟର୍‌ବିଶିଷ୍ଟ ବୃତ୍ତାକାର କକ୍ଷପଥରେ ସ୍ଥାପନ କରିଛି । ଲଞ୍ଚ୍‌ ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହେବାର ପ୍ରାୟ ୨୧ ମିନିଟ୍‌ ପରେ ରକେଟ୍‌ ତା’ର ପ୍ରାରମ୍ଭିକ ପ୍ଲେଲୋଡ୍‌ ‘ଡିଏସ୍‌-ଏସ୍‌ଏଆର୍‌’କୁ ସ୍ଥାନିତ କରିଛି । ୩ ମିନିଟ୍‌ ପରେ ଭେଲୋକ୍ସ୍‌-ଏଏମ୍‌, ଆର୍କେଡ୍‌, ସ୍କୁବ୍‌-୨, ନୁଲ୍‌ଆଇଅନ୍‌, ଗାଲାସିଆ-୨ ଏବଂ ଅର୍ବ-୧୨ ଷ୍ଟ୍ରାଇଡର୍‌ ଆଦି ଆଉ ୬ଟି ସାଟେଲାଇଟ୍‌କୁ କକ୍ଷପଥକୁ ଛଡ଼ାଯାଇଥିଲା।

    ସମସ୍ତ ସାଟେଲାଇଟ୍‌ କକ୍ଷପଥକୁ ଛାଡ଼ିବା ପରେ ରକେଟ୍‌ର ଚତୁର୍ଥ ଭାଗରେ ଥିବା ବଳକା ଇନ୍ଧନ ଶେଷ କରିବା ଲାଗି ୩୦୦ କିଲୋମିଟର୍‌ ତଳକୁ ଖସି ଆସି ନିଜ କକ୍ଷରେ ଘୂରିବା ଆରମ୍ଭ କରିଥିଲା । ଏହା ହେଉଛି ‘ପିଏସ୍‌ଏଲ୍‌ଭି’ର ୫୮ତମ ମହାକାଶ ଯାତ୍ରା ।

    ୬ଟି ସାଟେଲାଇଟ୍‌ ବ୍ୟତୀତ ଏଥିରେ ପଠାଯାଇଥିବା ‘ରାଡାର୍‌ ଇମେଜିଙ୍ଗ୍ ଆର୍ଥ ଅବ୍‌ଜରଭେସନ୍‌ ସାଟେଲାଇଟ୍‌’କୁ (ଡିଏସ୍‌-ଏସ୍‌ଏଆର୍‌) ସିଙ୍ଗାପୁର ସରକାରଙ୍କ ପକ୍ଷରୁ ‘ଡିଏସ୍‌ଟିଏ’ ଏବଂ ‘ଏସ୍‌ଟି ଇଞ୍ଜିନିୟରିଙ୍ଗ୍’ ମିଳିତ ଭାବେ ନିର୍ମାଣ କରିଛନ୍ତି । ଏଥିରେ ଲାଗିଥିବା ‘ସିନ୍ଥେଟିକ୍‌ ଆପେର୍‌ଚର୍‌ ରାଡାର୍‌’ (ଏସ୍‌ଏଆର୍‌) ‘ପ୍ଲେଲୋଡ୍‌’ ‘ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌’ଦ୍ବାରା ନିର୍ମିତ ।

    ଉପରୋକ୍ତ ସାଟେଲାଇଟ୍‌ଗୁଡ଼ିକୁ ସିଙ୍ଗାପୁର ସରକାରଙ୍କର ବିଭିନ୍ନ ଏଜେନ୍‌ସିମାନଙ୍କର ଆବଶ୍ୟକତା ପୂରଣ କରିପ।ରିବ ।