Tag: #sports

  • ଅଲିମ୍ପିକ୍ସ ୨୦୨୮ରେ କେଉଁ ପ୍ରକାର ହେବ ୬ଟି ଦଳର ଚୟନ, ସାମ୍ନାକୁ ଆସିଥିବା ନିୟମ ରେ ବୋବାଲ ହେବା ସୁନିଶ୍ଚିତ

    ଅଲିମ୍ପିକ୍ସ ୨୦୨୮ରେ କେଉଁ ପ୍ରକାର ହେବ ୬ଟି ଦଳର ଚୟନ, ସାମ୍ନାକୁ ଆସିଥିବା ନିୟମ ରେ ବୋବାଲ ହେବା ସୁନିଶ୍ଚିତ

    ଆମେରିକାର ଲସ୍ ଆଞ୍ଜେଲସ୍ ୨୦୨୮ ମସିହାରେ ହେବାକୁ ଥିବା ସବୁଠାରୁ ବଡ଼ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସ ଆୟୋଜନ କରିବାର ଅଧିକାର ପାଇଛି, ଯାହା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଛି। ୧୨୮ ବର୍ଷ ପରେ ଏହି ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ପାଇଁ ସମସ୍ତ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଏବଂ ମହିଳା ପ୍ରତ୍ୟେକ ୬ଟି ଦଳ ଅଂଶଗ୍ରହଣ କରିବେ, କିନ୍ତୁ କେଉଁ ୬ଟି ଦଳ ଖେଳିବାର ସୁଯୋଗ ପାଇବେ ସେ ବିଷୟରେ ସିଙ୍ଗାପୁରରେ ଚାଲିଥିବା ICCର ବାର୍ଷିକ ବୈଠକରେ ଆଲୋଚନା ହୋଇଥିଲା, ଯାହା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।

    ଦଳ ଚୟନ ପାଇଁ ବହୁତ କଠୋର ନିୟମ କରାଯାଉଛି। ଫୋବର୍ସର ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲସ୍‌ରେ ହେବାକୁ ଥିବା ଅଲିମ୍ପିକ୍ ୨୦୨୮ ଗେମ୍ସରେ ୬ ପୁରୁଷ ଦଳ ପାଇଁ ଯେଉଁ ନିୟମ ତିଆରି ହେଉଛି ତାହା ଆଞ୍ଚଳିକ ରାଙ୍କିଂ ଆଧାରରେ ନିଷ୍ପତ୍ତି ନିଆଯିବ। ଏଥିରୁ ସ୍ପଷ୍ଟ ହେଉଛି ଯେ ଏସିଆ, ଓସେନିଆ, ୟୁରୋପ ଏବଂ ଆଫ୍ରିକା କ୍ଷେତ୍ରର ଶ୍ରେଷ୍ଠ ଦଳକୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସିଧାସଳଖ ଟିକେଟ୍ ମିଳିବ। ଆୟୋଜକ ଦେଶ ହେବା ହେତୁ, ଆମେରିକାକୁ ସିଧାସଳଖ ଖେଳିବାର ସୁଯୋଗ ମିଳିବ, ଯେତେବେଳେ ବାକି ଚାରୋଟି ଦଳ ଆଞ୍ଚଳିକ ରାଙ୍କିଂ ଅନୁଯାୟୀ ଯୋଗ୍ୟତା ଅର୍ଜନ କରିବେ, ଯେତେବେଳେ ଷଷ୍ଠ ଦଳ ନିର୍ଣ୍ଣୟ କରିବା ପାଇଁ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ଏବଂ ଏଥିରେ ଜିତିଥିବା ଦଳକୁ ଅଲିମ୍ପିକ୍ସରେ ଖେଳିବା ପାଇଁ ଟିକେଟ୍ ମିଳିବ।

    ଯଦି ICC ଆଞ୍ଚଳିକ ରାଙ୍କିଂ ଆଧାରରେ ଅଲିମ୍ପିକ୍ସ ପାଇଁ ଦଳଗୁଡ଼ିକର ଯୋଗ୍ୟତା ନିଷ୍ପତ୍ତି ନିଏ, ତେବେ ଏହି ପରିସ୍ଥିତିରେ, ଭାରତୀୟ ଦଳକୁ ଏସିଆ କ୍ଷେତ୍ରରୁ ସିଧାସଳଖ ସ୍ଥାନ ପାଇବା ପାଇଁ ବିଚାର କରାଯାଇପାରିବ। ବର୍ତ୍ତମାନ, ଟିମ୍ ଇଣ୍ଡିଆ ରାଙ୍କିଂ ପ୍ରଥମ ସ୍ଥାନରେ ଅଛି, ଯେତେବେଳେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦଳ ୭ ଏବଂ ୮ ନମ୍ବରରେ ଅଛନ୍ତି, ତେଣୁ ସେମାନଙ୍କୁ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପଡିବ, ଯାହା ଜିତିବା ଦ୍ୱାରା ଅଲିମ୍ପିକ୍ସରେ ସେମାନଙ୍କର ସ୍ଥାନ ସୁନିଶ୍ଚିତ ହେବ। ଆପଣଙ୍କୁ କହି ରଖୁଛୁ ଯେ ଅଲିମ୍ପିକ୍ସ ୨୦୨୮ ରେ କ୍ରିକେଟ ମ୍ୟାଚ୍ ୧୨ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ପୋମୋନାରେ ଖେଳାଯିବ।

  • ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କମ୍ୟୁନିଟି ଭଲି ବଲ ମ୍ୟାଚ୍

    ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କମ୍ୟୁନିଟି ଭଲି ବଲ ମ୍ୟାଚ୍

    ପୋଲିସ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ବିଶ୍ବାସ ଓ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ ଗତକାଲି ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଅଧିକାରୀ ବିମଲ କୁମାର ମଲ୍ଲିକଙ୍କ ନେତୃତ୍ଵରେ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କେରୁଆପାଳ ପଂଚାୟତ ଦେଉଳସାହି ଠାରେ ସ୍ଥାନୀୟ ଯୁବ ପିଢ଼ିଙ୍କ ମଧ୍ୟରେ ଏକ ଭଲି ବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭଲି ବଲ ମ୍ୟାଚ୍ କୁ ତାଳଚୁଆ ସାମୁଦ୍ରିକ ଥାନାର ଅଧିକାରୀ ବିମଲ କୁମାର ମଲ୍ଲିକ ଶୁଭାରମ୍ଭ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପରେସନ ସିନ୍ଦୂରରେ ଭାରତୀୟ ସୈନିକ ମାନଙ୍କ ପରାକ୍ରମ କୁ ସମ୍ମାନ ଜଣାଇ, ଭଲି ବଲ ମ୍ୟାଚ୍ ଆରମ୍ଭ କରାଯାଇଥିଲା। ଏହି ଭଲି ବଲ ମ୍ୟାଚ୍ ରେ ଗିରିଆପାହି, ଅହିରାଜପୁର, ଦେଉଳସାହି ଓ ପ୍ରଭାତୀ ଗାଁର ଯୁବ ପୀଢ଼ି ସାମିଲ ହୋଇଥିଲେ । ଶେଷରେ ଏହି ମ୍ୟାଚ୍ ରେ ଚାମ୍ପିଅନ ହୋଇଥିବା ପ୍ରଭାତୀ ଟିମ୍ କୁ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ବିମଲ କୁମାର ମଲ୍ଲିକ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକ କହିଛନ୍ତି ତାଳଚୁଆ ଅଞ୍ଚଳରେ ଅନେକ ବାଂଲାଦେଶୀ ଅନୁପ୍ରେଶକାରୀ ଲୁଚି ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଧାରଣ ଲୋକଙ୍କ ସାହଯ୍ୟ ନିହାତି ଆବଶ୍ୟକ ଯାହା ଏହି ଭଲି ବଲ ମ୍ୟାଚ୍ ଜରିଆରେ ସୁସମ୍ପର୍କ ଦ୍ଵାରା ସମ୍ଭବ ହୋଇପାରିବ।

  • ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

    ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

    ଯୁବ ସମାଜ ସେବି ବାବୁଲି ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଡେରାବିଶ ହରିଅଙ୍କ-ଭୋଳାହାଟ ଖେଳ ପଡିଆରେ ଜୟ ଦୁର୍ଗା ଆଥଲେଟିକ ଆସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ଏଠାରେ ଫୁଟବଲ ମ୍ୟାଚ ଜାରି ରହିଥିଲା । ଜଗତସିଂହପୁର, ବାଲେଶ୍ୱର, ଢେଙ୍କାନାଳ, କଟକ, ମୟୁରଭଞ୍ଜର ଅନେକ ପ୍ରତିଭାବାନ ଫୁଟବଲ ଟିମ ଆସି ଏଠାରେ ମ୍ୟାଚ ଖେଳିଥିଲେ । ଗୋଟିଏ ଦିନ ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ଓ ଢେଙ୍କାନାଳ ମହିଳା ଫୁଟବଲ ଟିମ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଆୟୋଜିତ ହୋଇଥିଲା। ଯେଉଁଥିରେ କି ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ବିଜୟ ହାସଲ କରିଥିଲେ.କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ବିଶାଳ ଫୁଟବଲ ମହାକୁମ୍ଭ କେବଳ ଡେରାବିଶ ଭୋଳାହାଟ ଖେଳ ପଡ଼ିଆରେ ହିଁ ପଚିଶ ବର୍ଷ ହେବ ଆୟୋଜିତ ହୋଇ ଆସୁଛି ଶେଷ ଫାଇନାଲ ମ୍ୟାଚରେ ପାରାଦ୍ୱୀପ-କୁଜଙ୍ଗ ଫୁଟବଲ ଟିମ ସହ ଜିଲ୍ଲା ଖ୍ରୀଷ୍ଟାନନ୍ଦ ପୁର ଫୁଟବଲ ଟିମର ମ୍ୟାଚ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ଶେଷରେ ଖ୍ରୀଷ୍ଟାନନ୍ଦପୁର ଫୁଟବଲ ଟିମ ୪-୦ ଗୋଲରେ ବିଜୟ ହାସଲ କରି ଚାମ୍ପିୟାନ ହୋଇଥଲେ। ଶେଷ ଦିନରେ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ନେତା ତଥା ଉଠା ଜଳ ସେଚନ ନିଗମ ଅଧକ୍ଷ ଅମରେସ ପତ୍ରି ଓ ବରିଷ୍ଟ ସମାଜ ସେବି ଅଜୟ ରାଉତ ଯୋଗ ଦେଇ ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିବା ସହ ଶ୍ରେଷ୍ଠ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ । ହଜାର ହାଜର ସଂଖ୍ୟକ ଦର୍ଶକ ଖେଳକୁ ଦେଖିଥିଲେ ।

  • ଏକଲ ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗୀତା

    ଏକଲ ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗୀତା

    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କେନ୍ଦୁଆପଡା ଏକଲ ବିଦ୍ୟାଳୟର ସ୍କୁଲ୍ ପଡିଆରେ ପୂର୍ବ ଭାଗ କେନ୍ଦୁଝର ଅଞ୍ଚଳ ପାଟଣା ସଞ୍ଚର ଅଭୁଦୟ ୟୁଥ କ୍ଲବ ଦ୍ବାରା ଆୟୋଜିତ ବାର୍ଷିକ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି। ପାଟଣା ସଞ୍ଚାର ୧୯ଟି ଏକଲ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଖେଳ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିତାମ୍ବର ମହାନ୍ତ, ଯୋଗ ଦେଇ ଥିଲେ। ଏଥିରେ ୧୫୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୪ଜଣ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନ୍ଦୁଝର ଜିଲ୍ଲାର ଗ୍ରାମ ସ୍ଵରାଜ ହେମଲତା ମହାନ୍ତଙ୍କ ସହିତ ପ୍ରମୁଖ ଉପସ୍ଥିତ ରହିବା ସହ ପ୍ରାଥମିକ ଶିକ୍ଷା ପ୍ରମୁଖ ଗୀତାଞ୍ଜଳି ମହାନ୍ତ ଖେଳ ପରିଚାଳନା କରିଥିଲେ। ଏବଂ ପାଟଣା ସଞ୍ଚର ସମ୍ପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ