Tag: #smartcity

  • ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଏବେ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ କାରବାର ମଧ୍ୟ ବଢ଼ିଲାଣି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଡିଏସପିଙ୍କ ନିର୍ଦ୍ଦେଶରେ ଏସ ଆଇ ରବିନ୍ଦ୍ର ଭୁଏ ଏକ ଟିମ ସହିତ ସେକ୍ଟର – ୪ ସ୍ଥିତ ହନୁମାନ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଭିତରୁ ମିଳିଥିବା ଗୁଳି ଭର୍ତ୍ତି ପିସ୍ତଲ ସହ ଦୁଇ ଯୁବକଙ୍କୁ ଗିରଫ କରିବା ସହ କାରକୁ ମଧ୍ୟ ଜବତ କରିଥିଲେ ଭୁଏ । ଗିରଫ ଅଭିଯୁକ୍ତମାନେ ବିକି ଚୌଧୁରୀ ଏବଂ ସୁମିତ ରଞ୍ଜନ ରାଉତ ବୋଲି ଜଣାପଡିଛି । ଏ ନେଇ ସେକ୍ଟର-୩ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି। ପୋଲିଶ ସେମାନଙ୍କୁ ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କ ପ୍ରାଥମିକ ଯାଞ୍ଚ ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି | ଏହି ଘଟଣାକୁ ନେଇ ସହରରେ କଡାକଡି ଯାଞ୍ଚ ଚାଲିଛି । କେହି ବି ସନ୍ଦିଗ୍ଧ ଧରାପଡିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି ।

  • ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ଓଡିଶା ରାଜ୍ୟର ଦୁଇଟି ସହର ସ୍ମାର୍ଟସିଟିରେ ଯାଉଥିବ।ବେଳେ, ରାଉରକେଲା ସହର ଅନ୍ୟତମ । ସହରର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆସୁଛି ହେଲେ ଏଚିତ୍ର ଦେଖିଲେ ଲାଗୁଛି ବୋଧହୁଏ ଆସୁଥିବା ଅର୍ଥ ସଠିକ ବାଟରେ ଖର୍ଚ୍ଚ ହେଉନି । ଏଭଳି କହିବାର ତାପର୍ଯ୍ୟ, ରାଉଲକେଲା ସହର, ଯାହା ଇଷ୍ପାତ ନଗରୀ ନାମରେ ପରିଚିତ । ପ୍ରତ୍ୟକ ଦିନ ଦିନ ଦୁରଦୁରାନ୍ତରୁ କାହିଁ କେତେ ଲୋକ ଯିବା ଆସିବା କରନ୍ତି ମାତ୍ର ଏଠି ଦୁର୍ଭାଗ୍ୟର ବିଷୟ ରାଉରକେଲା ଆର.ଏମ.ସି ଅଫିସ ଆଗରେ ପିଇବା ପାଣି ପାଇଁ ମେସିନଟି ଲାଗିଛି ସତ, ଜଳ ହିଁ ଜୀବନ ବୋଲି ମଧ୍ଯ ଲେଖାଯାଇଛି , ହେଲେ ଯେତେ ଟ୍ଯାପ ଖୋଲିଲେ କଣ ହେବ ପାଣି କିନ୍ତୁ ଆସୁନି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଥିକ । ଜନ ସାଧାରଣଙ୍କ କହିବା କଥା ଜଳ ହିଁ ଜୀବନ ଲେଖିଦେଲେ ହେବନି ଲୋକଙ୍କୁ ଜଳ ବି ମିଳିବା ଦରକାର। ଦୀପ ତଳ ଅନ୍ଧାର ଭଳି ଏଠାକାର ଅବସ୍ତା । ତେଣୁ ଶୀଘ୍ର ଏହାପ୍ରତି କର୍ତ୍ତୃପକ୍ଷ ଧ୍ଯାନଦେଲେ ସମସ୍ତଙ୍କ ପାଇଁ ସୁବିଧା ହୁଅନ୍ତା ବୋଲି ସାଧାରଣରେ ଦାବି ହୋଇଛି ।

  • ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ପୁଣି ରାଜଧାନୀ ରାସ୍ତାରେ ରକ୍ତର ହୋରି। କିଛିଦିନର ବ୍ୟବଧାନ ପରେ ପୁଣି  ଭୁବନେଶ୍ୱରରେ ବୁଲିଲା ଖଣ୍ଡା।  ପୂର୍ବ ବିବାଦକୁ ନେଇ ପଡୋଶୀ ହାଣିଦେଲା ପଡୋଶୀଙ୍କୁ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ଏହି ବିଭତ୍ସ ହତ୍ୟା କରାଯାଇଛି। ରାଜଧାନୀର ୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବାକୁ ଖାନତଲାସ ଜାରି ରଖିଛି।

    ସୂଚନା ଅନୁସାରେ, ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହିଆସୁଥିଲେ । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ଗତମାସରେ ସୁଶାନ୍ତଙ୍କ ଝିଆରୀଙ୍କୁ ସୁଜିତ ଓ ତାର ସହଯୋଗୀମାନେ ରାସ୍ତାରେ ଟଣାଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଥାନାରେ ଅଭିଯୋଗ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ସୁଜିତ। ସୁଶାନ୍ତଙ୍କୁ ହତ୍ୟାକରିବାକୁ ଯୋଜନା କରିଥିଲା।

    ସୁଶାନ୍ତଙ୍କ ପତ୍ନୀ ବିଏମସିରେ କାମ କରନ୍ତି ଓ ପ୍ରତିଦିନ ସକାଳୁ ସୁଶାନ୍ତ ତାଙ୍କୁ ନେଇ ଛାଡିବାକୁ ଯାଇଥାନ୍ତି। ଏସମ୍ପର୍କରେ ଅଭିଯୁକ୍ତ ଜାଣିଥିଲା। ଆଜି ଭୋର ୪ଟାରେ ସୁଶାନ୍ତ ସବୁ ଦିନ ପରି  ୪ନମ୍ବରରେ ପତ୍ନୀଙ୍କୁ ଛାଡିବାକୁ ଯାଇଥିଲେ। ୪ ନମ୍ବରରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ସୁଜିତ, ସୁବାଶ, ଟିକିଲି, ବିଶାଲ, ସାନୁ ତାଙ୍କୁ ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ ଖଣ୍ଡା, ଭୂଜାଲି ପରି ବିଭିନ୍ନ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

     ସେପଟେ ଉଭୟ ମୃତକ ଓ ଅଭିଯୁକ୍ତଙ୍କ ଘର ନୟାଗଡରେ। ସେମାନେ ଭୁବନେଶ୍ୱରର ଏହି ପୁରୁଣା ବସ୍ତିରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ।