Tag: #ship

  • ଇରାନ ଡ୍ରୋନ୍‌କୁ ଧ୍ୱଂସ କଲା ଆମେରିକା ଲଢୁଆ ବିମାନ, ଆରବ ସାଗରରେ ମୁତୟନ US ଯୁଦ୍ଧଜାହାଜ ଅଳ୍ପକେ ବର୍ତ୍ତିଲା

    ଇରାନ ଡ୍ରୋନ୍‌କୁ ଧ୍ୱଂସ କଲା ଆମେରିକା ଲଢୁଆ ବିମାନ, ଆରବ ସାଗରରେ ମୁତୟନ US ଯୁଦ୍ଧଜାହାଜ ଅଳ୍ପକେ ବର୍ତ୍ତିଲା

    ଆମେରିକା ଓ ଇରାନ ମଧ୍ୟରେ ଟଣାଟଣି ଦିନକୁ ଦିନ ବଢ଼ୁଥିବାବେଳେ ଆରବ ସାଗରରେ ଦୁଇ ଦେଶର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଆରବ ସାଗରରେ ମୁତୟନ ଥିବା ଆମେରିକୀୟ ଯୁଦ୍ଧଜାହାଜ ଦିଗକୁ ଆକ୍ରାମକ ଭାବେ ଆଗେଇ ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଆମେରିକାର ଫାଇଟର ଜେଟ୍‌ ଗୁଳି କରି ଧ୍ୱଂସ କରିଦେଇଛି ବୋଲି ଆମେରିକା ଦାବି କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅନୁସାରେ, ଆରବ ସାଗରରେ ମୁତୟନ ବିମାନ ବାହକ ୟୁଏସଏସ୍‌ ଆବ୍ରାହମ୍‌ ଲିଙ୍କନ ଦିଗକୁ ମାଡ଼ି ଆସୁଥିବା ଇରାନୀୟ ଡ୍ରୋନ୍‌କୁ ଆମେରିକୀୟ ଯୁଦ୍ଧବିମାନ ସଫଳ ଭାବେ ଗୁଳି କରି ଖସାଇ ଦେଇଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, ଏହି ଘଟଣା ସତ୍ତ୍ୱେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଚଳିତ ସପ୍ତାହର ଶେଷ ଭାଗରେ ଇରାନ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଆମେରିକା ସେନା ସୂଚନା ଅନୁଯାୟୀ, ଇରାନର ଶାହିଦ-୧୩୯ ଡ୍ରୋନ୍‌ ଆନ୍ତର୍ଜାତିକ ଜଳରାଶିରେ ମୁତୟନ ଆମେରିକା ଯୁଦ୍ଧଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିଲା ।

    ଆମେରିକା ସେନା ଦ୍ବାରା ଚେତାବନୀ ଦିଆଯିବା ସତ୍ତ୍ବେ ଏହାକୁ ପଛକୁ ହଟି ନଥିଲା । ଏହାପରେ ଯୁଦ୍ଧଜାହାଜରେ ନିୟୋଜିତ ଏକ ଏଫ୍- ୩୫ସି ଲଢ଼ୁଆ ବିମାନ ଦ୍ୱାରା ଡ୍ରୋନ୍‌କୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା । ରିପୋର୍ଟ ଅନୁସାରେ, ଘଟଣା ସମୟରେ ଆମେରିକାର ଯୁଦ୍ଧଜାହାଜଟି ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଥିଲା ।ଆମେରିକା ସେନା ଅନୁଯାୟୀ, ଏହାର କିଛି ଘଣ୍ଟା ପରେ ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଆମେରିକା ପତାକା ଥିବା ଟ୍ୟାଙ୍କର୍‌ ଷ୍ଟେନା ଇମ୍ପେରେଟିଭ୍‌କୁ ଅଟକ ରଖିବାକୁ ଚେଷ୍ଟା କରିଥିଲେ । ଇରାନୀ ସେନାର ଦୁଇଟି ଡଙ୍ଗା ଏବଂ ଏକ ଡ୍ରୋନ ଦ୍ରୁତ ଗତିରେ ଟ୍ୟାଙ୍କରର ପିଛା କରିଥିଲେ । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛି ଯେ, ଇରାନୀ ଡ୍ରୋନକୁ ଖସାଇ ଦେବାରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି କିମ୍ବା କୌଣସି ଉପକରଣ କ୍ଷତିଗ୍ରସ୍ତ ହୋଇନାହିଁ । ଏହି ଦୁଇଟି ଘଟଣା ଉପସାଗରୀୟ ଅଞ୍ଚଳରେ ଗମ୍ଭୀର ସୁରକ୍ଷା ଚିନ୍ତା ସୃଷ୍ଟି କରିଛି । ଆମେରିକା ଇରାନର ଏହି କାର୍ଯ୍ୟକୁ ଉସୁକାଇବା ପରି ବୋଲି କହିଛି ।

  • ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦ୍ଵୀପ ବନ୍ଦର। ୧୨୨ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ରେକର୍ଡ କରିଛି ବନ୍ଦର। ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପାରାଦ୍ଵୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ଏହି ବୃହତ ରେକର୍ଡ କରିବା ସହିତ ଅନ୍ୟ ବର୍ଷ ତୁଳନାରେ ୫.୧୬% ଅଭିବୃଦ୍ଧି ହାସଲ କରିଛି। ଏଥିରେ ୨୩:୧୧ ମିଲିୟନ ମେଟ୍ରିକ ଟନ କୋଇଲା ପରିବହନ କରିଥିବା ବେଳେ ଆଇନ ଓର ଓ ପେଲେଟ ଆଇରନ ୯ ମିଲିୟନ ମେଟ୍ରିକ ଟନ ପରିବହନ କରିଛି। ସେହିପରି ଗତବର୍ଷ ତୁଳନାରେ ପାରାଦ୍ଵୀପ ବନ୍ଦର ୮୫.୦୭ % ଅଧିକ କଣ୍ଟେନର କାର୍ଗୋ ପରିବହନ କରିଛି।

    ଏହି ରେକର୍ଡ କୁ ନେଇ ବନ୍ଦର ଅଧ୍ଯକ୍ଷ ପି ଏଲ ହରାନାଦ ବନ୍ଦରର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇଥିବା ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି। ଆଗକୁ ଏହିପରି ପଣ୍ୟ କାରବାର ଯାରିରହିବ ଏବଂ ଚଳିତ ବର୍ଷ ପାରାଦ୍ଵୀପ ବନ୍ଦର ୧୫୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ ର ଲକ୍ଷ ରହିଥିବା ସେ ପ୍ରକାଶ କରିଛନ୍ତି।

  • ଭାରତୀୟ ନୌସେନା ଆରବ ସାଗରରେ ଦେଖାଇଲା ସାହସିକତାର ପ୍ରଦର୍ଶନ, ୨୪ ଘଣ୍ଟାରେ ଉଦ୍ଧାର ହେଲା ୨ଟି ଜାହାଜ

    ଭାରତୀୟ ନୌସେନା ଆରବ ସାଗରରେ ଦେଖାଇଲା ସାହସିକତାର ପ୍ରଦର୍ଶନ, ୨୪ ଘଣ୍ଟାରେ ଉଦ୍ଧାର ହେଲା ୨ଟି ଜାହାଜ

    ଭାରତୀୟ ନୌସେନାର ବୀରତା ପୁଣି ଆରବ ସାଗରରେ ଦେଖାଗଲା। ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ଡକାୟତମାନଙ୍କଠାରୁ ଦୁଇଟି ଜାହାଜ ରକ୍ଷା କରିଥିଲା। କେବଳ ଏତିକି ନୁହେଁ ନୌସେନା ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟରୁ ୧୭ ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରିଛି।

    ଭାରତୀୟ ନୌସେନା ୨୮ ଏବଂ ୨୯ ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ଅପହରଣରୁ ରକ୍ଷା କରିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ପ୍ରଥମେ ଇରାନର ଜାହାଜ FB ଇରାନକୁ ଅପହରଣରୁ ରକ୍ଷା କରିଛି। ଏହା ପରେ ନିଜେ ଆରବ ସାଗରରେ ଏକ ସ୍ୱତନ୍ତ୍ର ଅପରେସନ କରି ଅଲ ନାଇମି ନାମକ ଏକ ଜାହାଜକୁ ସୋମାଲିଆର ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା | ଏହି ଅପରେସନରେ ଇଣ୍ଡିଆନ୍ ମେରାଇନ୍ କମାଣ୍ଡୋମାନେ ଅଂଶଗ୍ରହଣ କରିଥିଲେ।

    ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, INS ସୁମିତ୍ରା ଦ୍ୱିତୀୟ ସଫଳ ଡକାୟତି ବିରୋଧୀ ଅପରେସନ୍ କରିଥିଲେ। ଏହି ଅପରେସନରେ ୧୯ ଜଣ କ୍ରିୟୁ ମେମ୍ବର ଏବଂ ଜାହାଜକୁ ସଶସ୍ତ୍ର ସୋମାଲି ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା |

  • ଜାହାଜ ଭିତରୁ ମିଳିଲା ୨୨ଟି ପ୍ୟାକେଟ, ନିଶାଦ୍ରବ୍ୟ ସନ୍ଦେହ

    ଜାହାଜ ଭିତରୁ ମିଳିଲା ୨୨ଟି ପ୍ୟାକେଟ, ନିଶାଦ୍ରବ୍ୟ ସନ୍ଦେହ

    ପାରାଦ୍ଵୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ଯ। ବର୍ଥ ରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୨୨ଟି ସନ୍ଦେହଜନକ ପ୍ୟାକେଟ। ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଛି । ଏହି ଜବତ ୨୨ ଟି ପ୍ୟାକେଟ କଷ୍ଟମ୍ସ ବିଭାଗ କୁ ହସ୍ତାନ୍ତର କରାଯାଛି । ପିଆଇସିଟି ବର୍ଥ ରେ ଲାଗିଥିବା MV DEBI ନାମକ ଜାହାଜ ରୁ ମିଳିଛି ଏହି ପ୍ୟାକେଟ୍ । ସୁଚନା ଅନୁଯାୟୀ ଜାହାଜ ଟି ରାତିରେ ବର୍ଥରେ ଲାଗିବା ପରେ କଷ୍ଟମ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସମୟରେ ଏହି ୨୨ ଟି ପ୍ୟାକେଟ ମିଳିଥିଲା। ତେବେ ଜାହାଜର କର୍ମଚାରୀ ଉକ୍ତ ପ୍ୟାକେଟ ସମ୍ପର୍କରେ କିଛି କହିପାରିନଥିଲେ। ଫଳରେ ପାରାଦ୍ଵୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ କୁ ଖବର ଦିଆଯାଇଥିଲା। ଯାଞ୍ଚ ସମୟରେ ଏହି ପ୍ୟାକେଟ ର ଜରି କୁ ଖୋଲିବା ପରେ , ସେଥିରେ ଧଳା ରଙ୍ଗ ର କିଛି ଜିନିଷ ମିଳିଛି। ସମସ୍ତ ୨୨ଟି ପ୍ୟାକେଟ କୁ କଷ୍ଟମ୍ସ ବିଭାଗ କୁ ହସ୍ତାନ୍ତର କରା ଯାଇଥିବା ବେଳେ ଏହାର ଯାଞ୍ଚ ଜାରି ରହିଛି ।

  • ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।