Tag: #SCBMedicalFire

  • କଟକ ହସ୍ପିଟାଲ ଅଗ୍ନିକାଣ୍ଡ: ମୃତ୍ୟୁରେ ଗଭୀର ଶୋକ,ସମବେଦନା ଜଣାଇଲେ ନବୀନ

    କଟକ ହସ୍ପିଟାଲ ଅଗ୍ନିକାଣ୍ଡ: ମୃତ୍ୟୁରେ ଗଭୀର ଶୋକ,ସମବେଦନା ଜଣାଇଲେ ନବୀନ

    କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।

    ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ସେହିପରି ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ ହୋଇଥିବା ଲୋକମାନଙ୍କ ଆଶୁ ଆରୋଗ୍ୟ ପାଇଁ ମଧ୍ୟ ସେ କାମନା କରିଛନ୍ତି।

    ଏଥିସହ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ଘଟଣା ପରେ ତତ୍କ୍ଷଣାତ୍ ସହାୟତା ଯୋଗାଇଦେବା ପାଇଁ କଟକର ମେୟର ଓ ଟାଙ୍ଗୀ–ଚୌଦ୍ୱାର ବିଧାୟକଙ୍କୁ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସହାୟତା କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

    ସୂଚନା ଅନୁଯାୟୀ, କଟକ ଏସସିବି ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ ଏବଂ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

  • ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା, ମୃତକଙ୍କୁ ୨ ଲକ୍ଷ ସହାୟତା

    ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା, ମୃତକଙ୍କୁ ୨ ଲକ୍ଷ ସହାୟତା

    କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଘଟଣାରେ ପ୍ରାଣହାନି ଘଟିଥିବାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି।

    ପ୍ରଧାନମନ୍ତ୍ରୀ ନିଜ X ଆକାଉଣ୍ଟ ଜରିଆରେ ପୋଷ୍ଟ କରି ଏହି ସମବେଦନା ଜଣାଇଥିବା ସହ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ସହାୟତା ଘୋଷଣା କରିଛନ୍ତି।

    ଘୋଷଣା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ସେହିପରି ଘଟଣାରେ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ହାରେ ସହାୟତା ରାଶି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

    ଏହି ଅଗ୍ନିକାଣ୍ଡ ଘଟଣା ପରେ ହସ୍ପିଟାଲ ପରିସରରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ମଚାରୀଙ୍କ ତତ୍ପରତାରେ ଆଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଥିଲା ଏବଂ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

    ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।