Tag: #russia president

  • ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ଋଷରେ ପୁନଶ୍ଚ ୮୭.୯୭ ପ୍ରତିଶତ ଭୋଟ୍ ପାଇ ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର୍ ପୁତିନ୍ । ତେଣୁ ସେ ଏବେ ୨୦୩୦ ପର୍ଯ୍ୟନ୍ତ ରହିବେ ରୁଷର ରାଷ୍ଟ୍ରପତି । ଯାହାକୁ ନେଇ ମୁହଁ ଖୋଲିଛି ଆମେରିକା । ଆମେରିକା କହିଛି ରୁଷରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ, ତେଣୁ ଏହି ଫଳାଫଳ ସଠିକ୍ ନୁହେଁ । ହେଲେ ବିଶ୍ବର ଅନେକ ବଡ ନେତା ଅଛନ୍ତି ଯେଉଁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରୁଷ ସହିତ ସମ୍ପର୍କ ମଜବୁତ କରିବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି ।

    ତେବେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ `୧୭ ପର୍ଯ୍ୟନ୍ତ ୩ ଦିନ ଧରି ରୁଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୁତିନଙ୍କ ବିପୁଳ ବିଜୟ ପରେ ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧା ପାଇଁ ମାନବାଧିକାର ପାଇଁ ଅନେକ ଦେଶ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଅନେକ ଦେଶ ଋଷ ସହିତ କୁଟନୈତିକି ସମ୍ପର୍କ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି ।

    ପୁଟିନଙ୍କ ବିଜୟ ପରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପୁଟିନଙ୍କୁ ଡାକି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଭୟ ଦେଶର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସେହିପରି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ପୁତିନଙ୍କୁ ଅଭିନନ୍ଦନ ଜଣାଇ ମସ୍କୋ ଏବଂ ବେଜିଂ ମଧ୍ୟରେ ସମ୍ପର୍କର ବିକାଶ ଜାରି ରହିବ ବୋଲି କହିଥିଲେ ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଆଗାମୀ ଦିନରେ ରୁଷ ସହିତ ରଣନୀତିକ ଭାଗିଦାରୀକୁ ଆହୁରି ଆହୁରି ମଜବୁତ କରିବାକୁ ଭାରତ ଆଶା କରୁଛି ।

    ସେହିପରି ଫୋନ୍ ଯୋଗେ ତୁର୍କୀ ରାଷ୍ଟ୍ରପତି ଏରଦାନ୍ ମଧ୍ୟ ପୁଟିନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଇରାନ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଇରାନ ସର୍ବଦା ପୁତିନଙ୍କ ଏକ ଘନିଷ୍ଠ ବନ୍ଧୁ ହିସାବରେ କାର୍ଯ୍ୟ କରିଆସୁଛି ।

    ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ବେଲାରୁଷ, ମିଆଁମାର, ଅଜରବେଇଜାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଭଳି ଦେଶର ନେତାମାନେ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • ବେଲାରୁଷ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

    ବେଲାରୁଷ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

    ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ ଗୁରୁତର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ଲୁକାସେଙ୍କୋଙ୍କୁ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବେଲାରୁଷ୍‌ ବିରୋଧୀ ଦଳ ନେତା ଭାଲେରି ସେପ୍‌କାଲୋ ଟୁଇଟ କରି କହିଛନ୍ତି। ତେବେ ସୁକାସେଙ୍କୋଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି।  ସେପ୍‌କାଲୋଙ୍କ ତଥ୍ୟ ଆନୁଯାୟୀ , ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ତାଙ୍କୁ ତୁରନ୍ତ ମସ୍କୋର ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ଥିତି ସଙ୍କଟାପନ୍ନ  ରହିଛି।

    ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସମ୍ପ୍ରତି ସେ ଚିକିତ୍ସାଧୀନ ଅଛନ୍ତି। ବରିଷ୍ଠ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।  ସେଠାରେ ତାଙ୍କ ରକ୍ତ ପରିଷ୍କରଣ ପ୍ରକ୍ରିୟା ଜାରି ରହିଛି ଓ ବର୍ତ୍ତମାନ ସେ ହସ୍ପିଟାଲରୁ ମୁକୁଳିବା ଅବସ୍ଥାରେ ନ ଥିବା କହିଛନ୍ତି ସେପକାଲୋ।

    ସେ ଆଗକୁ ଆହୁରି କହିଛନ୍ତି କି, ବେଲାରୁଷ୍‌ର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଲୁକାସେଙ୍କୋଙ୍କ ଜୀବନ  ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେହି ତାଙ୍କୁ ବିଷ ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଏଥିରେ କ୍ରେମ୍‌ଲିନ୍‌ଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ତେବେ ଗତ କିଛି ଦିନ ହେବ ବେଲାରୁଷ ରାଷ୍ଟ୍ରପତି ଅସୁସ୍ଥ ଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେଠାକାର ଗଣମାଧ୍ୟମ ତଥ୍ୟ ମୁତାବକ, ମେ ୯ ତାରିଖରେ ଲୁକାସେଙ୍କୋ ରୁଷ୍‌ ବିଜୟ ଦିବଲ ପାରେଡରେ ଯୋଗ ଦେବାକୁ ଯାଇଥିଲେ। ପରେଡ୍‌ ଶେଷ ହେବା କ୍ଷଣି ସ୍ବଦେଶକୁ ଫେରିଆସିଥିଲେ। ସେ କ୍ଲାନ୍ତ ଓ ଅବସ ଦେଖାଯାଉଥିଲେ। ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ୍‌ ଗୁଡ଼ା ହୋଇଥିଲା।

    କିନ୍ତୁ, ସେଦିନ ମସ୍କୋରୁ ଫେରିବା ପରେ ନିଜ ଦେଶରେ ବିଜୟ ଦିବସ ପାଳନ ଅବସରରେ ଲୁକାସେଙ୍କୋ କହିଥିଲେ, ବନ୍ଧୁଗଣ, ମୁଁ ମରି ଯିବିନାହିଁ। ଆଗକୁ ମୋ ସହିତ ଆପଣମାନଙ୍କୁ ବହୁଦିନ ଧରି ସଂଗ୍ରାମ କରିବାକୁ ପଡ଼ିବ। ମତେ ସାମାନ୍ୟ ଥଣ୍ଡା ହୋଇଛି। ଭଲ ହେବା ପାଇଁ ୩ ଦିନ ଲାଗିବ।

    ସୂଚନା ଯୋଗ୍ୟ, ରୁଷ –ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ରୁଷକୁ ବିରୋଧ କରୁଥିବା ବେଳେ କିନ୍ତୁ ବେଲାରୁଷ ପୁଟିନଙ୍କୁ ସମର୍ଥନ କରୁ ଆସୁଥିଲେ। ଏମିତି କି, ୟୁକ୍ରେନ ସହ ଯୁଦ୍ଧ ପାଇଁ ଲୁକାସେଙ୍କୋ ବେଲାରୁଷକୁ ରୁଷର ଲଞ୍ଚ ପ୍ୟାଡ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ କୁହାଯାଉଛି କି, ରୁଷର ସିକ୍ରେଟ ସର୍ଭିସ ପକ୍ଷରୁ ତାଙ୍କୁ ବିଷ ଦିଆଯାଇଛି। ଏଥିରେ ଷଡଯନ୍ତ୍ର ଥିଓରି କାମ କରୁଥିବା କୁହାଯାଉଛି।

     ୧୯୯୪ରୁ ବେଲାରୁଷର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି।