Tag: #Rourkela

  • ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ଭାଇର ତୀର ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ତୀର ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଲୁଙ୍ଗା ଗ୍ରାମର ବଡଭାଇ ଗମିହା ମୁଣ୍ଡା ଓ ତାର ସାନଭାଇ ସାନ୍ତନୁ ମୁଣ୍ଡା ପାରିବାରିକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାନଭାଇ ରାଗି ଯାଇ ଘରେ ରଖିଥିବା ତୀରରେ ବଡଭାଇକୁ ଆକ୍ରମଣ କରି ହତ୍ୟା କରିଥିଲା । ବଡଭାଇର ମୃତ୍ୟୁ ହୋଇଥିବା ଦେଖି ସାନ ଭାଇ ସାନ୍ତନୁ ଘରେ ଥିବା କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମହୁଲଡିହା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବଡଭାଇର ଶବକୁ ଜବତ କରିବା ସହ ବିଷପାନ କରି ଗୁରୁତର ଥିବା ସାନଭାଇକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

  • ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଏବେ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ କାରବାର ମଧ୍ୟ ବଢ଼ିଲାଣି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଡିଏସପିଙ୍କ ନିର୍ଦ୍ଦେଶରେ ଏସ ଆଇ ରବିନ୍ଦ୍ର ଭୁଏ ଏକ ଟିମ ସହିତ ସେକ୍ଟର – ୪ ସ୍ଥିତ ହନୁମାନ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଭିତରୁ ମିଳିଥିବା ଗୁଳି ଭର୍ତ୍ତି ପିସ୍ତଲ ସହ ଦୁଇ ଯୁବକଙ୍କୁ ଗିରଫ କରିବା ସହ କାରକୁ ମଧ୍ୟ ଜବତ କରିଥିଲେ ଭୁଏ । ଗିରଫ ଅଭିଯୁକ୍ତମାନେ ବିକି ଚୌଧୁରୀ ଏବଂ ସୁମିତ ରଞ୍ଜନ ରାଉତ ବୋଲି ଜଣାପଡିଛି । ଏ ନେଇ ସେକ୍ଟର-୩ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି। ପୋଲିଶ ସେମାନଙ୍କୁ ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କ ପ୍ରାଥମିକ ଯାଞ୍ଚ ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି | ଏହି ଘଟଣାକୁ ନେଇ ସହରରେ କଡାକଡି ଯାଞ୍ଚ ଚାଲିଛି । କେହି ବି ସନ୍ଦିଗ୍ଧ ଧରାପଡିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି ।

  • ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ନାମରେ ସ୍ମାର୍ଟସିଟି ସହର, ବ୍ୟବସ୍ଥାରେ ପୁରା ଫେଲ

    ଓଡିଶା ରାଜ୍ୟର ଦୁଇଟି ସହର ସ୍ମାର୍ଟସିଟିରେ ଯାଉଥିବ।ବେଳେ, ରାଉରକେଲା ସହର ଅନ୍ୟତମ । ସହରର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆସୁଛି ହେଲେ ଏଚିତ୍ର ଦେଖିଲେ ଲାଗୁଛି ବୋଧହୁଏ ଆସୁଥିବା ଅର୍ଥ ସଠିକ ବାଟରେ ଖର୍ଚ୍ଚ ହେଉନି । ଏଭଳି କହିବାର ତାପର୍ଯ୍ୟ, ରାଉଲକେଲା ସହର, ଯାହା ଇଷ୍ପାତ ନଗରୀ ନାମରେ ପରିଚିତ । ପ୍ରତ୍ୟକ ଦିନ ଦିନ ଦୁରଦୁରାନ୍ତରୁ କାହିଁ କେତେ ଲୋକ ଯିବା ଆସିବା କରନ୍ତି ମାତ୍ର ଏଠି ଦୁର୍ଭାଗ୍ୟର ବିଷୟ ରାଉରକେଲା ଆର.ଏମ.ସି ଅଫିସ ଆଗରେ ପିଇବା ପାଣି ପାଇଁ ମେସିନଟି ଲାଗିଛି ସତ, ଜଳ ହିଁ ଜୀବନ ବୋଲି ମଧ୍ଯ ଲେଖାଯାଇଛି , ହେଲେ ଯେତେ ଟ୍ଯାପ ଖୋଲିଲେ କଣ ହେବ ପାଣି କିନ୍ତୁ ଆସୁନି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଥିକ । ଜନ ସାଧାରଣଙ୍କ କହିବା କଥା ଜଳ ହିଁ ଜୀବନ ଲେଖିଦେଲେ ହେବନି ଲୋକଙ୍କୁ ଜଳ ବି ମିଳିବା ଦରକାର। ଦୀପ ତଳ ଅନ୍ଧାର ଭଳି ଏଠାକାର ଅବସ୍ତା । ତେଣୁ ଶୀଘ୍ର ଏହାପ୍ରତି କର୍ତ୍ତୃପକ୍ଷ ଧ୍ଯାନଦେଲେ ସମସ୍ତଙ୍କ ପାଇଁ ସୁବିଧା ହୁଅନ୍ତା ବୋଲି ସାଧାରଣରେ ଦାବି ହୋଇଛି ।

  • ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟ ସାଇଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ବାଣ ଚାହିଦା ମଧ୍ୟ ଆକାଶ ଛୂଆଁ ହୋଇଛି । ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗ ଉଠାଇ ମାଲେମାଲ୍ ହେବାକୁ ଚାହୁଁଥିବା ବେଳେ ବିଭିନ୍ନ ସ୍ଥାନରେ ବେଧଡକ ବେପାର ଜାରି ରଖିଛନ୍ତି । ଏପରି ଏକ ବେଆଇନ୍ ବାଣ ଗୋଦାମ୍ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ୍ ପୋଲିଶ ସେହି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଏକ ପୋଲିସ ଦଳ ପ୍ଲାଣ୍ଟ ସାଇଟ୍ ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ସଂଗ୍ରାମ କିଶୋର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ସୀତାକାନ୍ତ ଭଞ୍ଜ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ରାଉରକେଲା ଡି.ଏସ୍.ପି ନିର୍ମଳ ମହାପାତ୍ର କହିଛନ୍ତି ।

  • ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ସ୍ବାମାଙ୍କ ଦୀର୍ଘ ଆୟୁଷ କାମନା କରି ପାଳନ କରାଯାଏ କରୱାଚୌଥ୍ ।ତେବେ ଏହି ବ୍ରତ କାର୍ତ୍ତିକ ମାସ କୃଷ୍ଣ ଚତୁର୍ଥି ତିଥିରେ ପାଳନ କରାଯାଏ । ଏହି ଦିନ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟ ଉଦୟ ପୂର୍ବରୁ ନିର୍ଜଳା ଉପବାସ କରି ବ୍ରତ ଆରମ୍ଭ କରିଥାନ୍ତି ଏବଂ ରାତିରେ ଉଦିତ ଚନ୍ଦ୍ରକୁ ଦର୍ଶନ କରିବା ପରେ ବ୍ରତ ବା ଉପବାସ ଶେଷ କରିଥାନ୍ତି । ଏଥିରେ ବିବାହିତ ମହିଳା ମାନେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି ।

    ତେବେ ଏହି କରୱାଚୌଥକୁ ନେଇ ରାଉରକେଲାରେ ଅନୁଷ୍ଠିତ ହୋଇଛି ଏକ ଭବ୍ୟ ପ୍ରତିଯୋଗିତା । ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ପକ୍ଷରୁ “କରୱାଚୌଥ୍ – ୨୦୨୩” କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହୋଇଛି । ରାଉରକେଲା ହୋଟେଲ ରିଜେନ୍ସି ଇନ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେବା ସହିତ ନୃତ୍ୟ,ଗୀତ, ରାମ୍ପ ୱାକ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ସେଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗିତାଙ୍କୁ ପୁରଷ୍କାର ମଧ୍ୟ ଦିଆଯାଇଥିଲା ।

    ପ୍ରଦୀପ ପ୍ରଜ୍ଜ୍ୱଳନ କରି କରୱାଚୌଥ୍ – ୨୦୨୩ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହିତ ସିଦ୍ଧି ବିନାୟକ ଗ୍ରୁପ ଦ୍ୱାରା ଗଣେଶ ବନ୍ଦନା କରାଯାଇଥିଲା । ଏହାପରେ ସଭାପତି ରୋଟାରୀଆନ କିରଣ ଅରୋରା ଉପସ୍ଥିତ ପ୍ରତିଯୋଗୀ, ସଂଗଠକ ଏବଂ ଗଣମାଧ୍ୟମ ଉଦ୍ଧେଶ୍ୟରେ ଉଦ୍ବୋଧନ ଦେଇଥିଲେ ।

    “କରୱାଚୌଥ୍ – ୨୦୨୩” ର ମୁଖ୍ୟ ବିଚାରକ ଭାବରେ ରୋଟାରୀଆନ ହରପାଳ ରୂପରା, ରୋଟାରୀଆନ ଆଭା ମୋହୁନ୍ତ, ରୋଟାରୀଆନ ରଶ୍ମି ଅଗ୍ରୱାଲ, ରୋଟାରୀଆନ ଶ୍ଵେତା ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ । ଏହାପରେ, ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମନୀଷା ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    “କରୱାଚୌଥ୍ – ୨୦୨୩” ରେ ଅନୁଷ୍ଠିତ ହୋଇଥିବା Ramp Walk ର ପ୍ରଥମ ରାଉଣ୍ଡ Sparkling Diva ୨୦୧୯ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଥମ ରାଉଣ୍ଡର ପରିସମାପ୍ତି ପରେ ଝଟକା ରାଉଣ୍ଡ -୧ ରେ ରୋଟାରୀଆନ କାଞ୍ଚନ ଅଗ୍ରୱାଲ ଏବଂ ରୋଟାରୀଆନ ଋତୁ ଜୈନ ପୁରସ୍କାର ପ୍ରଦାନ କରିଥିଲେ ।

    ସେହିପରି, Ramp Walk ର ଦ୍ଵିତୀୟ ରାଉଣ୍ଡ Ravishing Diva ୨୦୧୨ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିବାବେଳେ, ଝଟକା ରାଉଣ୍ଡ -୨ ରେ ରୋଟାରୀଆନ ସଂଗୀତ ଏବଂ ରୋଟାରୀଆନ ରଶ୍ମି ମହାଜନ ପୁରସ୍କାର ପ୍ରଦାନ କରିଥିଲେ

    ସୂଚନା ଅନୁସାରେ, Ramp Walk ର ତୃତୀୟ ରାଉଣ୍ଡ Forever Young ୨୦୧୮ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଯେତେବେଳେକି, ଝଟକା ରାଉଣ୍ଡ -୩ ରେ ରୋଟାରୀଆନ ମନୀଷା ଏବଂ ରୋଟାରୀଆନ ରଶ୍ମି ଖେମାନି ପୁରସ୍କାର ବିତରଣ କରିଥିଲେ ।

    ସେହିପରି, ଝଟକା ରାଉଣ୍ଡ – ୪ ରେ ରୋଟାରୀଆନ ପ୍ରତିମା ଗର୍ଗ ଏବଂ ରୋଟାରୀଆନ ଶ୍ଵେତା ଜୈନ ପୁରସ୍କାର ବିତରଣ କରିଥିଲେ । ଝଟକା ରାଉଣ୍ଡ – ୪ ଶେଷ ହେବା ପରେ , Bollywood Divas ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    ଉପସ୍ଥିତ ଦର୍ଶକ ମଣ୍ଡଳୀ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ କରତାଳି ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

  • ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ ଟଙ୍କା, ସାଙ୍ଗ ନ ଦେବାରୁ…

    ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ ଟଙ୍କା, ସାଙ୍ଗ ନ ଦେବାରୁ…

    ପଥରରେ ଛେଚି ଜଣେ ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ହତ୍ୟା । ରାଉରକେଲା ସହରର ହେକେଟ ରୋଡର ‌କଚରା ପୁଲିଆ ନିକଟରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଗଣେଶ ପୂଜା ଭସାଣି କୁ ଯାଇଥିଲା ଛାତ୍ର ଜଣକ କିନ୍ତୁ ଘରକୁ ନ ଫେରିବାରୁ ରଘୁନାଥପାଲି ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ମୃତ ଛାତ୍ର ଵାଲୁଘାଟ ବସ୍ତିର ରୁଦ୍ର ପାଢୀ ବୋଲି ଜଣାପଡିଛି । ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଥିଲେ। ତିନି ଜଣ ସାଙ୍ଗ ମିଶି ରୁଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ତିନି ନାଵାଳକ ସାଙ୍ଗଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ବୋତଲରେ ଭୁଷି ଓ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି ।

    ସୂଚନା ଅନୁସାରେ ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ। ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ରୁଦ୍ର ପାଖରେ ଟଙ୍କା ନ ଥିବାରୁ ଅରାଜି ହୋଇଥିଲା। ରୁଦ୍ରଙ୍କୁ ତିନି ଅଭିଯୁକ୍ତ ଛାତ୍ର କଲକରି ଉଦିତନଗର ଡାକିଥିଲେ। ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।