Tag: #RoadSafety

  • ଜୀବନ ନେଲା Google Maps: ଅଧାଗଢା ବ୍ରିଜରୁ ଖସି ୩ ମୃତ; ତଦନ୍ତର ସାମନା କଲା…

    ଜୀବନ ନେଲା Google Maps: ଅଧାଗଢା ବ୍ରିଜରୁ ଖସି ୩ ମୃତ; ତଦନ୍ତର ସାମନା କଲା…

    ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ଏହି ଦୁଃଖଦାୟକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ରକ୍ଷାକାରୀ ବା ସହାୟକ କୁହାଯାଉଥିବା ଟେକ୍ନୋଲୋଜି କେମିତି କେତେବେଳେ କାଳ ସାଜିପାରେ, ଏହା ତାହାର ଏକ ବଡ଼ ଉଦାହରଣ। ବାଟ ଖୋଜିବା ସମୟରେ Google Maps ଉପରେ ଭରସା କରିଥିବା ୩ ଜଣ ଯାତ୍ରୀ ଅଧାଗଢା ବ୍ରିଜରୁ କାର ସହିତ ତଳକୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି।

    କେମିତି ଘଟିଲା ଦୁର୍ଘଟଣା?

    ଗୁରୁଗ୍ରାମର ବିବେକ ଓ ଅମିତ ଜଣେ ଡ୍ରାଇଭର ସହ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବାହାରିଥିଲେ। ସେମାନେ ଦତ୍ତାଗଞ୍ଜରୁ ଫରିଦପୁର ଯାଉଥିବା ବେଳେ ରାସ୍ତା ଭୁଲିଯାଇଥିଲେ। ରାତି ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ପଚାରିବା ସମ୍ଭବ ହୋଇନଥିଲା।

    ଶେଷରେ ସେମାନେ Google Maps ଉପରେ ନିର୍ଭର କରିଥିଲେ। ଜିପିଏସ୍ ଦେଖାଇଥିବା ରାସ୍ତା ଅନୁସରଣ କରି ଆଗକୁ ବଢିଥିଲେ, କିନ୍ତୁ ଆଗରେ ଥିବା ଅଧାଗଢା ଫ୍ଲାଏଓଭର ବିଷୟରେ ସେମାନେ ଅଜଣା ଥିଲେ। କାରଟି ବ୍ରିଜ ଉପରେ ଯାଇଥିବା ବେଳେ ହଠାତ୍ ପ୍ରାୟ ୫୦ ଫୁଟ ତଳକୁ ଖସି Ramganga River ଭିତରେ ପଡିଯାଇଥିଲା। ଏଥିରେ ଡ୍ରାଇଭର ସହିତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

    ଗୁଗୁଲ୍‌ର ପ୍ରତିକ୍ରିୟା ଓ ତଦନ୍ତ

    ଏହି ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଗୁଗୁଲ୍‌ର ଅଧିକାରୀ ଏବଂ ପୂର୍ତ୍ତ ବିଭାଗ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଗୁଗୁଲ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ସେମାନେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ନିଜର ବୈଷୟିକ ତ୍ରୁଟିର ଯାଞ୍ଚ କରିବେ।

  • ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ପୁରୀର ସର୍ବସାଧାରଣ ରାସ୍ତାଗୁଡ଼ିକୁ ବ୍ୟବସ୍ଥିତ କରି ଯାତାୟାତ ଜାମ ହ୍ରାସ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି | ଏହି ଅଭିଯାନରେ ସହରର ବିଭିନ୍ନ ଛକ, ବଜାର ଓ ବ୍ୟସ୍ତ ରାସ୍ତାରୁ ଦୀର୍ଘ ସମୟ ଧରି ପାର୍କ କରି ରଖାଯାଇଥିବା ୨୬ଟି ପୁରୁଣା ଓ ଅବ୍ୟବହୃତ ଯାନବାହନକୁ ହଟାଯାଇଛି। ସବୁ ଯାନଗୁଡ଼ିକ ମଧ୍ୟରୁ ଅନେକ ଯାନ ଅଚଳ ଅବସ୍ଥାରେ ଥିଲେ, ଯାହା ଯାତାୟାତରେ ବିକଳ୍ପହୀନ ବାଧା ସୃଷ୍ଟି କରୁଥିଲା। ବିଶେଷତଃ ଧାର୍ମିକ ଓ ପର୍ଯ୍ୟଟନ ସହର ପୁରୀ ଦିନକୁ ଦିନ ଭିଡ଼ ବୃଦ୍ଧି ପାଉଥିବାରୁ ଏହି ଅବ୍ୟବସ୍ଥିତ ଯାନପାର୍କିଂ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ପରି ଆପତ୍କାଳୀନ ସେବାକୁ ମଧ୍ୟ ବାଧା ସୃଷ୍ଟି କରୁଥିଲା |

    ଏସ୍‌ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଟ୍ରାଫିକ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ସେ ଜଣାଇଛନ୍ତି ଯେ, ସହରର ଯାତାୟାତ ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ ଏପରି ଅଭିଯାନ ନିୟମିତ ଭାବରେ ଜାରି ରହିବ।

    ପୁରୀ ପୋଲିସ ନାଗରିକଙ୍କୁ ଅନୁରୋଧ କରିଛି ଯେ , ଦୀର୍ଘ ସମୟ ପର୍ଯ୍ୟନ୍ତ ସାର୍ବଜନିକ ରାସ୍ତାରେ ଯାନବାହନ ପାର୍କ କରି ରଖିବେ ନାହିଁ। କୌଣସି ଯାନ ଦୀର୍ଘ ସମୟ ଧରି ରାସ୍ତାରେ ରହିଥିଲେ, ସେଥିପାଇଁ ସହରବାସୀ 9438916388 ନମ୍ବରରେ ଟ୍ରାଫିକ ଥାନାକୁ ସୂଚନା ଦେଇପାରିବେ। ପୋଲିସର ମତାନୁସାରେ, ସମସ୍ତଙ୍କ ସହଯୋଗ ଦ୍ୱାରା ପୁରୀକୁ ଆହୁରି ସୁଚାରୁ, ସୁରକ୍ଷିତ ଓ ଯାତାୟାତମୁକ୍ତ ସହର ରୂପେ ଗଢ଼ି ତୋଳାଯାଇପାରିବ।

  • ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଶୀତର ବଦଳ ବଢ଼ିବା ସହ ଘନ କୁହୁଡିର ପ୍ରଭାବ ବଢ଼ୁଛି | ରାତିରୁ ପାହାନ୍ତିଆ ପର୍ଯ୍ୟନ୍ତ ତିବ୍ର କୁହୁଡି ଛାଇ ରହିବାରୁ ସାଧାରଣ ଜୀବନ ସହ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି | କୋରାପୁଟରେ ଶୀତ ସ୍ପଷ୍ଟ ଭାବରେ ଅନୁଭବ ହେବାରୁ ସକାଳେ ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନଥିବା ପରିସ୍ଥିତି ସୃଷ୍ଟି ହେଉଛି |

    କୋରାପୁଟ ରୁ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଘନ କୁହୁଡିର ଏତେ ଅଧିକ ଯେ ବହୁତ ଗାଡିକୁ ରାସ୍ତା କଡରେ ରହିବାକୁ ପଡ଼ୁଛି | ପରିବହନ ଗାଡିଗୁଡିକ ଧୀରେଚାଲିଥିବାରୁ ଯାତାୟାତ ସମୟରେ ବହୁତ ବିଳମ୍ବ ମଧ୍ୟ ହେଉଛି | ଲକ୍ଷ୍ମୀପୁର ସହ ଜିଲ୍ଲାର ବହୁ ସ୍ଥାନରେ କୁହୁଡି ଏତେ ଘନ ଯେ ସୂର୍ଯ୍ୟୋଦୟ ସମୟରେ ମଧ୍ୟ ଆଲୋକ ଠିକ ଭାବରେ ପଡ଼ୁନାହିଁ | ଗାଁ ମଝିଆଁରେ କୁହୁଡିର ଚାଦର ଛାଇ ରହିଥିବାରୁ ଲୋକମାନେ ଥାଣ୍ଡା ସହ ପ୍ରତିଦିନ ନିଜ କାମକରୁଥିବା ବା କାମକୁ ଯାଉଥିବା ଲୋକ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି |

    ଖୋର୍ଦ୍ଧାରେ ମଧ୍ୟ ଘନ କୁହୁଡି ଦେଖାଦେଇଛି | ସକାଳୁ ଘନ କୁହୁଡି ଛାଇ ରହିବାରୁ ରାସ୍ତା ପରି ହେବା ବହୁତ କଷ୍ଟକର ହେଉଛି | ଯାତାୟାତ ବ୍ୟବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି ବେଳେବେଳେ ଦୁର୍ଘଟଣା ସଂଭାବନା ମଧ୍ୟ ବଢ଼ିବାକୁ ଲାଗିଛି | ମୌସମ ବିଭାଗ ପକ୍ଷରୁ ଆଗମନ ଅଛି ଯେ ଆଗାମୀ କିଛି ଦିନ ଏହି ପରିସ୍ଥିତି ଚାଲିଥିବାର ସମ୍ଭାବନା ରହିଛି |ସତର୍କ ରହିବା ଓ ଧୀରେ ଗାଡି ଚାଳନା କରିବାକୁ ଯାତ୍ରୀ ଓ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି |

  • ହେଲମେଟ ସଚେତନତାର ନିଆରା ପ୍ରୟାସ: ଦାନଗଦୀରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଅଭିଯାନ

    ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳ ଅନ୍ତର୍ଗତ ସୀଙ୍ଗାଡ଼ିଆ ଛକ ନିକଟରେ ୟୁନିକୋ ଏଣ୍ଟ୍ରପ୍ରାଇଜେସ (ନୀଳାଞ୍ଚଳ କମ୍ପାନୀ) ତରଫରୁ ଦାନଗଦୀ ପୋଲିସର ସହଯୋଗରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟରସାଇକେଲ ଆରୋହୀମାନେ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ, ସେନେଇ ସଚେତନ କରାଯାଇଥିଲା। ଡବଲ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

    ରାତ୍ରି ସମୟରେ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ବୁଲା ଗାଈ, ଗୋରୁ ଓ ଷଣ୍ଢମାନଙ୍କ ବେକରେ ରେଡିଅମ୍ ବେଲ୍ଟ ପିନ୍ଧାଯାଉଥିବାର ଦୃଶ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ର ବନିଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା, ଯାହାକୁ ୟୁନିକୋ ଏଣ୍ଟ୍ରପ୍ରାଇଜେସର ଏକ ନିଆରା ପ୍ରୟାସ ଭାବେ ଦେଖାଯାଉଛି। ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ କହିଥିଲେ, “ସମସ୍ତ ଜନସାଧାରଣ ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜ ସୁରକ୍ଷା ସହ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ।”

    ଏହି ସଚେତନତା ଅଭିଯାନରେ ନୀଳାଞ୍ଚଳ ଇସ୍ପାତ ନିଗମର RMHS & Logistic Operation ବିଭାଗର ରାକେଶ ମହାନ୍ତି, ଶୁଭେନ୍ଦୁ ଚନ୍ଦା ଓ କୁନାଲ ବିଶ୍ୱାସ ସାମିଲ ହୋଇଥିଲେ।

  • ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ଗତ କଲି ସକାଳ ପ୍ରାୟ ୧୧ଟା ସମୟରେ ରାଜଧାନୀର ରୁପାଲି ଛକ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରାଫିକ୍ ରେଡ୍ ସିଗ୍ନାଲ୍‌ରେ ଅଟକି ରହିଥିବା ଏକ ଅଟୋକୁ ପଛପଟୁ ଆସି ଧକ୍କା ଦେଇଛି ‘ଆମ ବସ’। ଧକ୍କା ଏତେ ଭୟଙ୍କର ଥିଲା ଯେ ଅଟୋଟି ଛିନ୍‌ଛତ୍ର ହୋଇଯାଇଥିଲା।

    ଏହି ଦୁର୍ଘଟଣାରେ ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅଟୋରେ ବସିଥିବା ୩ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଟୋଟି ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା। ଛକରେ ରେଡ୍ ସିଗ୍ନାଲ୍ ଥିବାରୁ ଅଟୋ ଅଟକିଥିଲା। ସାମ୍ନାରେ ଏକ ସ୍କୁଲ ବସ ଥିବାବେଳେ ପଛପଟୁ ତୀବ୍ର ଗତିରେ ଆସିଥିଲା ‘ଆମ ବସ’ ଏବଂ ଅଟୋକୁ ଚାପି ଦେଇଥିଲା।

    ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମ ବସ୍ ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବସ୍‌ଟିକୁ ଭଙ୍ଗାରୁଜା କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଜନପଥରେ ଟ୍ରାଫିକ୍ ଯାମ ହୋଇଥିଲା।

    ଘଟଣାସ୍ଥଳରେ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ‘ଆମ ବସ’ ଦୁର୍ଘଟଣା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।

    ସୂଚନା ଅନୁଯାୟୀ, ଗତ ଜୁନ୍ ୨୦୨୪ ପରଠାରୁ ଟ୍ବିନ୍‌ସିଟିରେ ‘ଆମ ବସ’ ଦ୍ୱାରା ୨୫ରୁ ଅଧିକ ଦୁର୍ଘଟଣା ଘଟିଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର କାର୍ଯ୍ୟକାରୀ ପଦକ୍ଷେପ ନ ନେଉଥିବାରୁ ଦୁର୍ଘଟଣାରେ ବ୍ରେକ୍ ଲାଗୁନି ।

  • ନୂଆବର୍ଷ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ବଳୟରେ

    ନୂଆବର୍ଷ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ବଳୟରେ

    ନୂଆବର୍ଷ ସେଲିବ୍ରେସନ୍‌କୁ ନେଇ ରାଜଧାନୀ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ଆଣିଛି କମିଶନରେଟ ପୋଲିସ। ସହରର ପ୍ରତ୍ୟେକ କୋଣକୁ ସିସିଟିଭି ନଜରରେ ରଖାଯିବା ସହ ଜିରୋ ନାଇଟ୍ ସେଲିବ୍ରେସନ୍‌ ନାଁରେ କୌଣସି ନିୟମ ଉଲ୍ଲଂଘନକୁ ପୋଲିସ କେବେବି ବରଦାସ୍ତ କରିବ ନାହିଁ। ଏଥିପାଇଁ ‘ଜିରୋ ଟଲେରାନ୍ସ’ ନୀତି ଅନୁସରଣ କରାଯିବ ବୋଲି ସପଷ୍ଟ କରିଛି କମିଶନରେଟ ପୋଲିସ।

    ଏହାପୂର୍ବରୁ ସହରବାସୀଙ୍କୁ ସତର୍କ କରାଯାଇଛି। “ମତୁଆଲା ହୁଅନ୍ତୁ, କିନ୍ତୁ କ୍ରାଇମ କରନ୍ତୁ ନାହିଁ” ବୋଲି ସପଷ୍ଟ ବାର୍ତ୍ତା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ।

    କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜଧାନୀର ୧୮ଟି ସ୍ଥାନରେ ନାକାବନ୍ଦୀ ବ୍ୟବସ୍ଥା କରାଯିବ। ସୁରକ୍ଷା ପାଇଁ ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱରରେ ମୁତୟନ ରହିବେ। ସେହିପରି ୨୯ଟି ଗୁରୁତ୍ୱପୂର୍ଣ୍ଣ ଛକରେ ୱାଚ୍ ଟିମ୍‌ ଦ୍ୱାରା କଡ଼ା ଯାଞ୍ଚ କରାଯିବ। ଜିରୋ ନାଇଟ୍‌ରେ ରାତି ୧୨ଟା ପରେ ସହରର ସଂବେଦନଶୀଳ ଅଞ୍ଚଳ ଉପରେ କ୍ୱିକ୍ ରିଏକ୍ସନ୍ ଟିମ୍‌ ବିଶେଷ ନଜର ରଖିବ।

    ହୋଟେଲ, ବାର ଓ ପବ୍‌ଗୁଡ଼ିକୁ ରାତି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିଛି। ତେବେ ଆପାର୍ଟମେଣ୍ଟ କିମ୍ବା କଲୋନୀ ଭିତରେ ସେଲିବ୍ରେସନ୍ କରୁଥିବା ଲୋକମାନେ ନିୟମାବଳୀକୁ କଢ଼ାକଢ଼ି ଭାବେ ମାନିବାକୁ ପଡ଼ିବ। ଡିଜେ ବଜାଇବାକୁ କାହାକୁ ମଧ୍ୟ ଅନୁମତି ନଥିବା କଥା ପୋଲିସ କମିଶନର ସପଷ୍ଟ କରିଛନ୍ତି।

    ନୂଆବର୍ଷ ଅବସରରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୪ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ—ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ମହିଳାଙ୍କ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଇଥିବାବେଳେ, ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପୋଲିସ ପରାମର୍ଶ ଦେଇଛି।

    ପୋଲିସ ସପଷ୍ଟ କରିଛି ଯେ, ମଦ ପିଇ ଡ୍ରାଇଭିଂ କଲେ ଗାଡ଼ି ସିଜ୍‌ କରାଯିବ ଏବଂ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଜିରୋ ନାଇଟ୍‌ରେ ଶାନ୍ତି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।

  • ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ରାତି ପ୍ରାୟ ୮ଟା ସମୟରେ ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରଦାର ଧକ୍କା ହୋଇଥିଲା।

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ଛକ ନିକଟରେ ଗତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ଶୋକସନ୍ତପ୍ତ କରିଦେଇଛି। ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ପିଟିହେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଯୁବକଙ୍କୁ କୋମନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

    ମୃତ ଯୁବକମାନେ ହେଲେ କୋମନା ଗାଁର ଅବରାର ଓରଫ ବିଟୁ ଖାନ (୨୪), ଅଜନାନ ମହମ୍ମଦ (୨୫) ଓ ମେହଫୁଜ ମହମ୍ମଦ (୨୩) ବୋଲି ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ମିଶି ଉଦ୍ଧାର କରି ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

    ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮ଟା ସମୟରେ କୋମନା ଗାଁର ୭ ଜଣ ଯୁବକ ଏକ କାରରେ ଖଡ଼ିଆଳ ଅଭିମୁଖେ ଯାଉଥିଲେ। ତିଖାଲି ଛକ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଏକ ଗଛରେ ପିଟିହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା।

    ଦୁର୍ଘଟଣା ଖବର ପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଦ୍ରୁତ ଗତି ନା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ କୋମନା ଗାଁରେ ଶୋକର ଛାୟା ଖେଳିଯାଇଛି।