Tag: #Rayagada

  • ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓବାଦମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। କୁଖ୍ୟାତ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଏହି ସୂଚନା ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ବାସଧାରା–ଘୁମୁସର–ନାଗାବଳି ଡିଭିଜନର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ଅନ୍ୟ ୧୩ ମାଓବାଦୀ — ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ, ରାଜେ ଏବଂ ମାଳତି — ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଥିଲା। ଆତ୍ମସମର୍ପଣ କରିଥିବା ସମସ୍ତେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ଫେରିବାକୁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

    ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା , ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

  • “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକମୁଖୀ ଯୋଜନା ‘ପିଏମ ଜନମନ’ର ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟ ରେ ଆଜି ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି I

    ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ କରକମଳ ରେ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ଖେମୁଣ୍ଡୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ସଫଳତା ର ସହ ବିଷମକଟକ ବ୍ଲକ ନିୟମଗିରି ର କୁର୍ଲି ପଞ୍ଚାୟତ ଠାରେ ଉଦଘାଟନ ହୋଇଯାଇଛି I

    ବିଷମକଟକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମ ରେ ନିୟମଗିର ଖମ୍ବେସୀ ଗ୍ରାମ ଠାରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ପ୍ରୟୋଗ ଆଜି ଆରମ୍ଭ କରାଯାଇଛି I ଏହି ପ୍ରୟାସ ମାଧ୍ୟମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ପେନସନ ପହଞ୍ଚାଇବା ଯୋଜନା ର ପ୍ରୟାସ କରାଯାଇଛି I ଏହା ନିୟମଗିରି ର ଶତାଧିକ ଲାଭାନ୍ବିତଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ କୁ କେବଳ ଏକ ଦାୟିତ୍ୱ କିମ୍ବା ଦୃଷ୍ଟିକୋଣ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା କରିଥିବା ଦେଖିବାକୁ ମିଳିଛି। ପିଭିଟିଜି ଅଞ୍ଚଳ ର ହିତାଧିକାରୀଙ୍କ ନିମନ୍ତେ ପେନ୍ସନ ବିତରଣ ପାଇଁ ବିଶେଷ ଡିଜାଇନ୍ ଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନ୍ସନ ପହଞ୍ଚାଇବାର ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି।

    ପ୍ରକାଶ ଥାଉକି ଏନଏସଏପ ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ପେନ୍ସନ ରାଶି ଲାଭାନ୍ବିତଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନ୍ସନ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I ଭୌଗଳିକ ଦୃଷ୍ଟି ରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଳ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ ଏହି ପ୍ରୟୋଗ ଦ୍ୱାରା ନିୟମଗିରି ଅଞ୍ଚଳ ର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା” ର ବାଟ ଆପଣେଇଛି ବିଷମକଟକ ବ୍ଲକ ପ୍ରଶାସନ।

    “ଏହା କେବଳ ପେନ୍ସନ ବିତରଣ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ, ଓ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପାଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ”

    ଏହି ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତ ର ପାଖା ପାଖି ୫୨୦, କାଙ୍କୁବାଡି ର ୩୭୧, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏଭଳି ଚାରୋଟି ପିଭିଟିଜି ପଞ୍ଚାୟତ ର ପାଖାପାଖି ୧୪୫୫ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ ଆମ ଅଞ୍ଚଳର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଓ ଏହାକୁ ବାସ୍ତବତା ରେ ପରିଣତ କରିବା ପାଇଁ ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ତେବେ ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମ କୁ ବିଷମକଟକ ର ସଫଳ ସଂଯୋଜନା ବିଷମକଟକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି, ଡିଇଓ ସର୍ବଜିତ ପାଢ଼ୀ କରିଥିବା ବେଳେ ଏହାକୁ ସଫଳ ଆୟୋଜନ ପାଇଁ ସମସ୍ତ ବ୍ଲକ ପ୍ରଶାସନ ନିଜ ର ଯୋଗଦାନ ଦେଇଥିବା ବିଷମକଟକ ବିଡିଓ ପ୍ରକାଶ କରିଛନ୍ତି I

    ବିଷମକଟକରୁ ରବିନ୍ଦ୍ର କୁମାର ସାହୁ ସୂଚନା ଟିଭି

  • ଶ୍ରମିକ ଦିବସରେ ଗୁଣପୁର ଠାରେ ଶୋଭାଯାତ୍ରା

    ଶ୍ରମିକ ଦିବସରେ ଗୁଣପୁର ଠାରେ ଶୋଭାଯାତ୍ରା

    ଶ୍ରମିକ ଦିବସ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକଙ୍କୁ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ଓ ତ୍ରିପତି ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରାଯାଇଥିଲା । ମଇ ୧ ତାରିଖ ଦିନ ଆମେରିକାର ଚିକାଗୋ ସହରରେ ୧୮୮୬ ମସିହାରେ ୮ ଘଣ୍ଟା ଶ୍ରମ ଆଇନ ନେଇ ଲଢେଇରେ ଶ୍ରମିକ ମାନଙ୍କ ୮ ଘଣ୍ଟା ଶ୍ରମ ଆଇନ କରାଯାଇଛି । ତେଣୁ ସେହି ୪ ଟି ଶ୍ରମ ଆଇନ ବାତିଲ କରିବା ଓ ଘରୋଇ କରଣ ବନ୍ଦ କରିବା ସହ କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା ପାଇଁ ଦାବି ଜଣାଇଛନ୍ତି ।

    ସେହିପରି ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା ଭଳି ୩ ଟି ଅପରାଧୀକ କଳା ଆଇନ ବାତିଲ କରିବା ଓ କର୍ପୋରେଟ ଲୁଟ ବନ୍ଦ କରିବା ସହ ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଓ ପେନସନ ୧୫ ହଜାର ଟଙ୍କା ପ୍ରଦାନ କରିବା ନେଇ ଫଣୀଭୁଷଣ ପଟ୍ଟନାୟକ ଦାବି କରିଥିଲେ । ଏହି ରାଲି ଶୋଭାଯାତ୍ରା ରେ ସଭାପତି ଫଣୀଭୁଷଣ ପଟ୍ଟନାୟକ, କୋଷାଧ୍ୟକ୍ଷ କିଶୋର ମହାନ୍ତି, ପି ଭେଙ୍କଟ ରାଓ , ଦିଲ୍ଲୀପ କୁମାର ପଟ୍ଟନାୟକ, ସି ପି ଆଇ .ଏମଏଲ . ଲିବରେସନ ରାୟଗଡା ଓଡିଶା ସମ୍ପାଦକ ତ୍ରିପତି ଗମାଙ୍ଗ ଉପସ୍ଥିତ ରହି ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ପାଳନ କରି , ନିଜର ପାରିଶ୍ରମିକ ହକ ପାଇବା ପାଇଁ ଗୁଣପୁର ସହରରେ ଏକ ଶୋଭାଯାତ୍ରାରେ ବାହାରି ଦାବି ଜଣାଇବା ଥିବା ଦେଖିବାକୁ ମିଳିଥିଲା ।

  • ରାୟଗଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା

    ରାୟଗଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ଠାରେ ଆଜି ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ୍ ସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡାଙ୍ଗସୋରଡା ବନ ବିଭାଗର ବନ ଅଧିକାରୀ ସୁଜାତା ସୁନା ମୁଦିଙ୍କ ନେତୃତ୍ୱରେ ଡାଙ୍ଗସୋରଡା ଫରେଷ୍ଟ କାର୍ଯ୍ୟଳୟ ପରିସରରୁ ବାହାରି ଗଇଗୁଡା ରୁ ଡାଙ୍ଗସୋରଡା ଦେଇ ହନୁମନ୍ତପୁର ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଯୋଗେ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟ ଗାର୍ଡ କୁନି କୁସୁଲିଆ , ବିଶ୍ବଜିତ ମହାରାଣାଙ୍କ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ସ୍ଲୋଗାନ ଦେଇ ସଚେତନତା ରାଲି କରାଯାଇଥିବା ଦେଖିବାକୁ ମିଳିଛି। ସ୍ଲୋଗାନ ରେ ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ ଠାରୁ ଦୁରେଇ ରୁହ। ପଡୁଚାଷ ପାଇଁ ନିଆଁ ଲଗେଇବ ସେ ଅପରାଧୀ ହୋଇ ଦଣ୍ଡ ପାଇବ ।

    ଧରଣୀ ମାଁର ରୁଣ ସୁଝିବା ସେ କୋଳେ ଧରିଥିବା। ବନ ରଖିବା ଆମରି କର୍ତ୍ତବ୍ୟ। ଆମରିପଣ ଜଙ୍ଗଲ ସୁରକ୍ଷା କରିବା ଜାଣ । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ମାଟି ପାଣି ଯେ ପବନ ଦିଏ ସେହିତ ଜଙ୍ଗଲ ଜୀବନ ଦିଏ । ଅପରାଧୀ ଅଟଇ ସିଏ ପଡ଼ୁ ଚାଷ କରୁଛି ଯିଏ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା । ଭାଇ ଭଉଣୀ ଜାଗ୍ରତ ହୁଅ  ପଡ଼ୁ ଚାଷ କରୁଛି ଯିଏ ପଡୁ ଚାଷ ଠାରୁ ଦୁରେଇ ରୁହ।

    ଜଙ୍ଗଲ ଯୋଗାଏ ପାଣି ବନ ସେଇତ ଆମର ଜୀବନ। ଧନ ରହିଲେ ବଞ୍ଚିବେ ଜନ । ଗଜକୁ ନକରିବ ହିନ । ଗଜ ହେଉଛି ଲକ୍ଷ୍ମୀ ସମାନ । ବନ୍ୟପ୍ରାଣୀ ଯନ୍ତୁ କୁ ଆମେ ସୁରକ୍ଷା ଦେବା ଜଙ୍ଗଲ କୁ ଆମେ ଗଛ ତରୁଲତା ବଣ ପାହାଡ ସୁନ୍ଦର ପ୍ରାକୃତିକ ବେଳାଭୂମି କୁ ସବୁ ଦେଖିବା। ଏଭଳି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

    ଏହି ସଚେତନତା ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ରୁତୁ ରେ ନିଆଁ କୁ କିପରି ନିୟନ୍ତ୍ରଣ କରି ନିରାକରଣ କରିବା ଓ ଜଙ୍ଗଲ କିପରି ନିଆଁ ନ ଲାଗିବା ସେହି ଉପରେ ସଚେତନତା ର ପ୍ରୟାସ ରଖିବା ପାଇଁ ଏହି ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସେଥିରେ ଡାଙ୍ଗସୋରଡା ସେକ୍ସନ୍ ର ଭିନ୍ନ ଗାଁ ଗହଳିର ଲୋକେ ବନ ବିଭାଗ ଅଧିକାରୀ ମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ସହଯୋଗ ର ହାତ ବଢ଼େଇ ରାଲି କରାଯାଇଥିବା ଦେଖିବାକୁ ମିଳିଛି।

    ଏହି ଦିଗରେ ଜଙ୍ଗଲ ନିଆଁ ଲାଗିବା ଦ୍ବାରା ମାନବ ସମାଜ ଉପରେ କୁପ୍ରଭାବ ପଡ଼େ ସେହି ଉପରେ ଆଜି ଜଙ୍ଗଲ ସୁରକ୍ଷା ନିବାରଣ କାର୍ଯ୍ୟକ୍ରମ ସଚେତନତା ଡାଙ୍ଗସୋରଡା ଫରେଷ୍ଟ ଅଫିସ ଠାରେ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅଥିତି ସାମାଜିକ କର୍ମୀ ବିଜୟ ଉଲାକା ଓ ପ୍ରସାଦ ସାହୁକାର ସବୁଜ ପତକା ଦେଖାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପରି ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ହ୍ରାସ ପାଇଥିବାରୁ ବଞ୍ଚିତ ରହିବା ପାଇଁ ପ୍ରତିଟି ଗାଁ କୁ ବୁଲି ସଚେତନତା ବାର୍ତ୍ତା ପହଞ୍ଚାଇବା ଦିଗରେ ପ୍ରୟାସ ରଖିବା ପାଇଁ ସୂଚନା ଦେଇଛନ୍ତି।

  • ଚିନ୍ତା ବଢାଉଛି ଅନୁପ୍ରବେଶକାରୀ, ତାତିଲେ ବଜ୍ରଙ୍ଗ ଦଳ

    ଚିନ୍ତା ବଢାଉଛି ଅନୁପ୍ରବେଶକାରୀ, ତାତିଲେ ବଜ୍ରଙ୍ଗ ଦଳ

    ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଡ଼ି ଚାଲିଛି ବାଂଲାଦେଶୀଙ୍କ ଅନୁପ୍ରବେଶ । ଏନେଇ ଆଜି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବଜରଙ୍ଗ ଦଳ । ବାହାର ରାଜ୍ୟରୁ ଆମ ରାଜ୍ୟକୁ ବିଶେଷ କରି ରାୟଗଡ଼ା ଜିଲ୍ଲାରେ ବଢିବାରେ ଲାଗିଛି ବାଙ୍ଗାଳାଦେଶୀଙ୍କ ପ୍ରବେଶ । ଏହି ଦିଗରେ ଜାଣିଶୁଣି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ଯାହା ଫଳରେ ରାୟଗଡା ଜିଲ୍ଲାରେ ବାଙ୍ଗାଳାଦେଶୀ ମାନେ ବିଭିନ୍ନ ବ୍ଲକ ଏବଂ ଗାଁ ଗହଳିରେ ପ୍ରବେଶ କରି ଅସମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସାମ୍ନାକୁ ଆସୁଛି । ସେମାନଙ୍କ ନିକଟରେ କୌଣସି ସଠିକ୍ ପ୍ରମାଣ ପତ୍ର କିମ୍ବା ସ୍ଥାନୀୟ ବାସିନ୍ଦାର ପ୍ରମାଣ ପତ୍ର ନଥାଇ ସୁଦ୍ଧା ଜିଲ୍ଲାର ଜେକେପୁରୁ, ଗୁଣୁପୁର, କଲ୍ୟାଣସିଙ୍ଗିପୁରୁ, ରାମନା ଗୁଡା ଏବଂ ମୁନିଗୁଡା ସମେତ ବିଭିନ୍ନ ପଞ୍ଚାୟତରେ ୮ ହଜାରରୁ ଉର୍ଦ୍ଧ୍ବ ବାଙ୍ଗଳାଦେଶୀ ବର୍ତ୍ତମାନ ବାସ କରିସାରିଥିବା ଅଭିଯୋଗ ହୋଇଛି ।

    ଏସମସ୍ତ ଘଟଣା ସମ୍ପର୍କରେ ଆଗରୁ ବଜରଙ୍ଗ ଦଳ ପକ୍ଷରୁ ବାରମ୍ବାର ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ଆରଖି ଅଧିକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସେନେଇ ଆଜି ବଜରଙ୍ଗ ଦଳ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା ମିଳିତ ଭାବେ ଏକ ଅଭିଯୋଗ ପତ୍ର ନେଇ ରାୟଗଡା ଜେକେପୁରୁ ଚାନ୍ଦିଲି ଥାନାରେ ପ୍ରବେଶ କରି ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ଏବି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଚାନ୍ଦିଲି ଥାନା ଅଧିକାରୀ । ଏହି ଦିଗରେ କେବେ ପୋଲିସ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା ବାକି ।

  • ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଓ କାର୍ଯ୍ୟ ବନ୍ଦ ଡାକରା

    ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଓ କାର୍ଯ୍ୟ ବନ୍ଦ ଡାକରା

    ସରକାରଙ୍କ ବିଭିନ୍ନ ସମୟରେ ମହିଳାଙ୍କୁ ସମ୍ମାନ ଓ ଅଗ୍ରାଧିକାର ଦେଇ ଆସୁଥିବାବେଳେ ଚଳିତ ସରକାର ଓଡିଶା ଜୀବିକା ମିଶନଶକ୍ତି ମହିଳାଙ୍କ ପ୍ରତି ବୈମାତୃଭାବ ପୋଷଣ କରିଛି ଯାହା ସେମାନଙ୍କ ଦୀର୍ଘ ଦିନ ଧରି ମହିଳାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ କରି ମହିଳାଙ୍କୁ ସ୍ୱାଵିଲୋମ୍ବି କରିଆସୁଥିବା ବେଳେ ଚଳିତ ସରକାର ସେମାନଙ୍କୁ ଉପେକ୍ଷା କରି ତାଙ୍କ ୬ ମାସର ପାରିଶ୍ରମିକ ବକେୟା ପ୍ରଦାନ କରିନଥିବା ହେତୁ ସଂଘ ପକ୍ଷରୁ ସରକାରୀ ବିରୁଦ୍ଧ ବିକ୍ଷୋଭ ପ୍ରଦର୍ଶନ ସମଗ୍ର ରାଜ୍ୟ ବ୍ୟାପି କରାଯାଉଛି ବୋଲି ପ୍ରକଶ କରାଯାଇଛି।

    ୨୦୧୪ ମାର୍ଚ୍ଚ ମାସ ଠାରୁ ୨୦୨୪
    ମାର୍ଚ୍ଚ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସାରା ରାଜ୍ୟରେ କାର୍ଯ୍ୟରତ ଉକ୍ତ କର୍ମଚାରୀ ଙ୍କୁ ପାରିଶ୍ରମିକ ସହାୟତା କି ଅନ୍ୟ କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଉକ୍ତ ପାରିଶ୍ରମିକ ପ୍ରଦାନ ନିମନ୍ତେ ସଙ୍ଘ ପକ୍ଷରୁ ଏକାଧିକ ଥର ପ୍ରଶାସନ ର ଦ୍ୱାରାସ୍ତ ହେଇଥିବା ବେଳେ ଏଯାବତ କୌଣସି ସୁଫଳ ମିଳିପାରୁ ନାହିଁ । ଏସଂକ୍ରାନ୍ତ ରେ କାଶୀପୁର ବ୍ଲକ ସଦର ମହକୁମା ରେ ସଙ୍ଘ ସମୂହ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ବିଡ଼ିଓ ଡ଼ଃ ଅମୃତ ରାଉଳ ଙ୍କୁ ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। । ହେଲେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ସମସ୍ୟା ର ସମାଧାନ ହେତୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତ ରେ ସ୍ଥିତି ଭୟାବହ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିବା ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଏହିପରି ଓଏଲଏମ, ବିପିଏମ , ସିଡିପିଓ ଏବଂ ମିଶନଶକ୍ତି ବିପିସିଙ୍କୁ ମଧ୍ୟ ଦାବି ସମୂହ ପ୍ରଦାନ କରାଯାଇଥିଲା। କାଶୀପୁର ବ୍ଲକ ଓଡିଶା ଜୀବିକା ମିଶନ ଶକ୍ତି ସଙ୍ଘର ସପକ୍ଷରେ ଅନ୍ତର୍ଜାତୀକ ମାନବଧିକାର ରକ୍ଷକ ରାୟଗଡା ଜିଲ୍ଲା ଯଇଣ୍ଟ ସେକ୍ରେଟାରୀ ଶ୍ରୀ ସଦନ ମାଝୀ ସ୍ୱରୂଉତଳନ କରିଥିଲେ।

    କାଶୀପୁର ବ୍ଲକ ର ଓଡିଶା ଜୀବିକା ମିଶନଶକ୍ତି ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାପ ର ପ୍ରାୟ ୪ ସହ ୮୦ ଜଣ ମହିଳା କର୍ମଚାରୀ ବିକ୍ଷୋଭ ରେ ସାମିଲ ହେଇଥିଲେ।

  • ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଧାପୁର ପଞ୍ଚାୟତ ର ନଙ୍ଗଲବେଡା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ। ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଗରିବ ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ। ଶରଧାପୁର ପଞ୍ଚାୟତର ସାଧାରଣ ଗରିବ ନିରୀହ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତ ରୁ ବ୍ୟାଙ୍କ ଓ ବ୍ୟାଙ୍କ ରୁ ପଞ୍ଚାୟତ କୁ ବୁଲି ବୁଲି ଥକି ଯାଉଛୁ ବୋଲି ଅଭିଯୋଗ ହେଉଛି। ଅତି ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ନଙ୍ଗଲବେଡା ଗ୍ରାମର ଗରିବ ଆଦିବାସୀ ନନ୍ଦ ହାଜାଡି ଭତ୍ତା ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି।

    ଗ୍ରାମ ବାସୀ ଙ୍କ ଠାରୁ ଖବର ନେବାରୁ ଜଣା ପଡ଼ିଛି ଯେ ଗରିବ ଆଦିବାସୀ ବୃଦ୍ଧ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହି ଦିନ ଠାରୁ ନନ୍ଦ ହାଜାଡି ଆଉ ଟଙ୍କା ପାଇ ପାରୁ ନାହାଁନ୍ତି।

    ଏହି କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ବାରମ୍ବାର ପଞ୍ଚାୟତକୁ ଯାଇ ଶରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ମହାନନ୍ଦିଆ ଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟ ରେ ଟଙ୍କା ଯାଇଛି କହି ଫେରାଇ ଦେଇଛନ୍ତି। ଅନ୍ୟ ପକ୍ଷେ ବ୍ୟାଙ୍କକୁ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ଏଭଳି ହରଡ଼ ଘରଣା ପଡ଼ି ଛଟ ପଟ ହେଉଛନ୍ତି ବିଚରା ଗରିବ ନିରୀହ ଆଦିବାସି ବୃଦ୍ଧ ଜଣକ । ବାରମ୍ବାର ଧାଁ ଦୌଡ଼ କରି ନୟ ନୟାନ୍ତ ହେଲେଣି। ଆର୍ଥିକ କ୍ଷତି ହେବା ସହ ମାନସିକ ଓ ଶାରୀରିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁ ଅନାଇ ରହି ବଞ୍ଚିବାର ସାହାରା ଭାବୁ ଥିବା ବେଳେ ସେହି ମାସିକ ଭତ୍ତା ଟଙ୍କା ମିଳି ପାରୁନି।

    ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ଗରିବ ଆଦିବାସୀ ବୃଦ୍ଧ ବାପା ଜଣକ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି କରି ଗୁହାରୀ ଜଣାଇଛନ୍ତି କିନ୍ତୁ ବୃଦ୍ଧ ବାପା ଙ୍କ ଦୁଃଖ କିଏ ଗୁହାରୀ କରିବ । କେବଳ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କୁ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଦାବି କରୁଛନ୍ତି।

  • ଡିପଥେରିଆ ମୁକାବିଲା ପାଇଁ ସଂକ୍ରମିତ ଅଞ୍ଚଳରେ ଦିଆଯିବ ବୁଷ୍ଟର ଡୋଜ

    ଡିପଥେରିଆ ମୁକାବିଲା ପାଇଁ ସଂକ୍ରମିତ ଅଞ୍ଚଳରେ ଦିଆଯିବ ବୁଷ୍ଟର ଡୋଜ

    ଡିପଥେରିଆ ମୁକାବିଲା ପାଇଁ ହେବ ଟୀକାକରଣ। ଆସନ୍ତା କାଲିଠାରୁ ସଂକ୍ରମିତ ଅଞ୍ଚଳରେ ଦିଆଯିବ ବୁଷ୍ଟର ଡୋଜ। ସଂକ୍ରମଣ ରୋକିବାକୁ ମାସ୍କ ପରିଧାନ କରିବାକୁ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ପ୍ରାୟ ୧୫ ଦିନ ହେବ ରାୟଗଡା କାଶୀପୁରରେ ଆତଙ୍କ ଖେଳାଇଥିବା ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିଲାଣି। ଏହି ରୋଗରେ ତିନୋଟି ଜିଲ୍ଲାରେ ୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କ ସ୍ଥିତି ଗୁରୁତର ରହିଛି।

    ସେମାନଙ୍କ ମଧ୍ୟରୁ ଏକା ରାୟଗଡା ଜିଲ୍ଲାରୁ ୧୫ ଜଣ ଥିବା ବେଳେ କଳାହାଣ୍ଡିରୁ ୫ ଓ କୋରାପୁଟରେ ଜଣେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହଲାଣି। ସେପଟେ ଡାକ୍ତରୀ ଟିମ ସଂକ୍ରମିତଙ୍କ ନମୁନା ସଂଗ୍ରହ ପରେ ଜାଣିବାକୁ ପାଇଥିଲା କି, ଏହି ଅଜଣା ରୋଗ ହେଉଛି ଡିପଥେରିଆ ଜୀବାଣୁ ଦ୍ବାରା ସଂକ୍ରମିତ ରୋଗ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ସଂକ୍ରମିତ ସ୍ଥଳରେ ଜିଲ୍ଲା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥାର ଟିମ ମଧ୍ୟ ପହଞ୍ଚିଛନ୍ତି।

    ସଂକ୍ରମଣ ରୋକିବାକୁ ଆସନ୍ତା କାଲିଠାରୁ ସଂକ୍ରମିତ ଅଞ୍ଚଳରେ ପିଲାମାନଙ୍କ ଟୀକାକରଣ କରାଯିବ। ଏହି ରୋଗରେ ସାଧାରଣତଃ ଛୋଟ ପିଲାମାନେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳୁଥିବା ବେଳେ ଏଥିରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ହେବା ସମ୍ଭବନା ରହିଛି। ଅନ୍ୟପଟେ ସବୁ ଦଳର ନେତା ରାୟଗଡାର ସଂକ୍ରମିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି

    — ରାୟଗଡା ବିଷମ କଟକରୁ ରବିନ୍ଦ୍ର ସାହୁଙ୍କ ରିପୋର୍ଟ

  • ପ୍ରେମିକାକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

    ପ୍ରେମିକାକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

    ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁ ଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ। ଗତକାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ୍ କରି ଡାକିଥିଲ ଅଭିଯୁକ୍ତ ଜଣଙ୍କ । ପରେ ତାଙ୍କୁ ହତ୍ଯାକରି ବିଷମକଟ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ବିଷମକଟକ ଥାନା ବ୍ଲକ କୋଲନୀର ନିତୁ ନାଉରି ବଲି ଜଣାପଜିଛି । ଦିର୍ଘଦିନ ହେବ ଯୁବକଜଣକ ଯୁବତୀଙ୍କୁ ପ୍ରେମ କରୁଛି ଓ ବାହାହେବାକୁ ଚାହୁଛି କହି ଯୁବତୀଙ୍କ ଘରକୁ ଯିବା ଆଶିବା କରୁଥିଲେ। ପରେ ଯୁବତୀଙ୍କ ପରିବାର ମନା କରିଦେବାରୁ ଗତକାଲି ଯୁବତୀଙ୍କୁ ଫନ୍ ମାଧ୍ୟମରେ ଡାକି ଏଭଳି ଘୋଟଣା ଘଟେଇଥିବା ପରିବାର ଲୋକେ କହିଛନ୍ତି। ଯୁବକ ଜଣକ ଗୁଣୁପୁର ମରାଠିଗୁଡାର ମାନୁଆଲ ସବର ବଲି ଜଣାପଡିଛି। ଘୋଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ପକ୍ରିୟାକୁ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଘୋଟଣା ସତ୍ଯାସତ୍ଯ ପଦାକୁ ଆଶିବ ବଲି ପୋଲିସ କହିଛି। ସେପଟେ ତଦନ୍ତକରି ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।

  • ଅଚିହ୍ନା ରୋଗରେ ଆକ୍ରାନ୍ତ ଗ୍ରାମବାସୀ, ୩ ଦିନରେ ଗଲାଣି ୩ ଜୀବନ

    ଅଚିହ୍ନା ରୋଗରେ ଆକ୍ରାନ୍ତ ଗ୍ରାମବାସୀ, ୩ ଦିନରେ ଗଲାଣି ୩ ଜୀବନ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଅଜଣା ରୋଗ ଆତଙ୍କ। ଅଜଣା ରୋଗରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେଲେଣି। ସୂଚନା ଅନୁଯାୟୀ, କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ କେ. କରଳ ଗ୍ରାମରେ ସପ୍ତାହେ ହେବ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ୩ ଜଣଙ୍କର ୩ ଦିନରେ ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ଅନେକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଥିତି ଗୁରୁତର ରହିଥିବା ଗ୍ରାମବାସୀ କହୁଛନ୍ତି। ତେବେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ପେଟ ବ୍ୟଥା ହେବା ସହ ପେଟ ଫୁଲି ସେମାନଙ୍କ ମୃତ୍ୟୁ ହୋଇଯାଉଛି। ଏହିପରି ସେମାନଙ୍କ ମୃତ୍ୟୁ ହେଉଛି। ପ୍ରାୟ ୪ ଜଣ ଗୁରୁତର ହୋଇପଡିଥିବା ବେଳେ ମେଡିକାଲ ନେବାରେ ସମସ୍ୟା ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ।

    ଏନେଇ ବିଡିଓଙ୍କୁ ମଧ୍ୟ ଜଣାସରିଛି। ହେଲେ କିଛି ପଦକ୍ଷେପ ନିଆଯାଇନାହିଁ। ଏହି ରୋଗ ପାଣି ପାଇଁ ହୋଇଥାଇପାରେ ବୋଲି ସରପଞ୍ଚ କହୁଛନ୍ତି। ଗାଁରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ନାଳ ପାଣି ପିଉଛନ୍ତି ଗ୍ରାମବାସୀ।ସେପଟେ ଗ୍ରାମରେ ଆହୁରି ଅନେକ ସମସ୍ୟା ଥିବା ସତ୍ତ୍ବେ କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି ସରପଞ୍ଚ।

    ତେବେ କାଶୀପୁରର ଏହି ଗାଁଟି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଗାଁ ପାଇଁ ପାନୀୟ ଜଳ, ରାସ୍ତା ମୁଖ୍ୟ ସମସ୍ଯା ହୋଇଛି। କେହି ରୋଗରେ ପଡିଲେ, ସେମାନଙ୍କୁ ମେଡିକାଲ ନେବାକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ତେଣୁ ଅନେକ ସମୟରେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସେପଟେ, ୪ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ମେଡିକାଲ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।