Tag: #police

  • ସାହାଯ୍ୟ କରିବା ଆଳରେ ପ୍ରେମ ନିବେଦନ

    ସାହାଯ୍ୟ କରିବା ଆଳରେ ପ୍ରେମ ନିବେଦନ

    ରକ୍ଷକ ଯଦି ଭକ୍ଷକ ସାଜେ ତେବେ ନ୍ୟାୟ କାହାକୁ ମାଗିବା ଏଭଳି ଏକ ସଂଗୀନ ମାମଲା ଆସିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନାରୁ, ସୂଚନାନୁଯାୟୀ ବାମେବାରି ଥାନାରେ ଅଞ୍ଚଳରେ ବିବାହ କରିଥିବା ନୟାକୋଟ ଥାନା ଅଞ୍ଚଳର ଜଣେ ମହିଳା ସ୍ବାମୀଙ୍କ ସହ କଳହ ପରେ ବାପାଘରେ ଆସି ରହୁଥିଲେ। ନ୍ୟାୟ ପାଇଁ ସେ କିଛିମାସ ତଳେ ଥାନାକୁ ଆସି ଅଭିଯୋଗ କରିଥିଲେ। ପରେ ମହିଳାଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ମୋବାଇଲ ନମ୍ବର ନେଇ ଏସ୍‌ଆଇ ଶ୍ରୀ ମହାନ୍ତ ନିୟମିତ କଥା ହେଉଥିଲେ। ମହିଳାଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଇ ଥାନା ଏସ୍‌ଆଇ ଫଣିଭୂଷଣ ମହାନ୍ତ ନିଲମ୍ବିତ ହୋଇଛନ୍ତି।

    ପ୍ରେମ ନିବେଦନ କରିବା ସହ ହ୍ବାଟସଆପ୍‌ରେ ଅଶ୍ଳୀଳ ଭିଡିଓ ଓ ବାର୍ତ୍ତା ପଠାଉଥିଲେ। ଏନେଇ ମହିଳା ଜଣକ ପ୍ରଥମେ କେନ୍ଦୁଝର ଏସ୍‌ପିଙ୍କୁ ଭେଟିଥିଲେ। ଏସ୍‌ପି ଏହାର ତଦନ୍ତ ପାଇଁ ବଡ଼ବିଲ ଏସ୍‌ଡିପିଓଙ୍କୁ ନିର୍ଦେଶ ଦେଇଥିଲେ। ତଦନ୍ତ ପରେ ଏସ୍‌ଆଇ ଶ୍ରୀ ମହାନ୍ତଙ୍କୁ ଏସ୍‌ପି ନୀତିନ କୁଶଳକର ଡାଗୁଡ଼ ନିଲମ୍ବନ କରିବା ସହ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

  • ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବାପା ମାଆଙ୍କ ବୁକୁଫଟା ଚିତ୍କାର। ୩ ଲକ୍ଷ ଟଙ୍କାରୁ ୫୦ ହଜାର ଦେଇନଥିଲି ବୋଲି ବର୍ଷକରେ ଝିଅକୁ ମୋର ମାରିଦେଲେ। ବୁଢା ବୁଢୀଙ୍କ କାନ୍ଦରେ ଫାଟି ପଡୁଛି ଅଞ୍ଚଳ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ଥାନା କେରୁଣା ଅଂଚଳରେ । ଦଶରଥପୁର ବ୍ଲକ କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ବୋହୂ ତଥା କେନ୍ଦ୍ରାପଡା ଆଳି ଥାନା ଅଧୀନ ପାଲିମି ଗାଁର ମେଘନାଥ ସେଠୀଙ୍କ ଝିଅ ସାଗରିକା ସେଠୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଝିଅକୁ ଶ୍ବଶୁର ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ମେଘନାଥଙ୍କ ପରିବାର। ସେପଟେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା କହିଛନ୍ତି ଆଇଆଇସି।

    ସୂଚନାଯୋଗ୍ୟ, ବର୍ଷେ ତଳେ ସାଗରିକାଙ୍କର ବିବାହ ମନୋରଞ୍ଜନ ସେଠୀଙ୍କ ସହ ବୈଦିକରୀତିରେ ହୋଇଥିଲା। କିନ୍ତୁ ଝିଅ ବାପ ଘର ଲୋକଙ୍କୁ ଫୋନ କରି ତା ପ୍ରତି ଅତ୍ୟାଚାର ହେଉଥିବା କହୁଥିଲେ ବୋଲି ବାପ ଘର ପକ୍ଷରୁ ଅଭିଯୋଗ ହେଉଛି।

  • ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ

    ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ

    ଭୁବନେଶ୍ୱର ଗତକାଲି ବିଳମ୍ବତ ରାତି ନିଶା ମାଫିଆଙ୍କ ଘରେ ଚଢ଼ଉ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଧଉଳି ଥାନା ଏସଆଇ ସନ୍ତୋଷ ବଳ। ଏଥିରେ ତାଙ୍କର ମୁଣ୍ଡ ଫାଟିଯାଇଥିବା ବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେବେ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଧଉଳି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁରେ ନିୟମିତ ନିଶା କାରବାର ହେଉଥିବାର ସୂଚନା ପାଇ ବିଳମ୍ବିତ ରାତିରେ ଧଉଳି ଥାନା ଏସଆଇ ସନ୍ତୋଷ ବଳଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା। ସେହି ସମୟରେ କେତେକ ନିଶା ମାଫିଆ ଏସଆଇ ସନ୍ତୋଷ ବଳଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ବି ସେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେବେ ଆକ୍ରମଣ ସମୟରେ ୪ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଧଉଳି ଥାନା ପୁଲିସ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

  • ଏଣିକି ଖରାରେ ଟ୍ରାଫିକ ପୋଲିସ ପିନ୍ଧିବେ ଏସି ହେଲମେଟ

    ଏଣିକି ଖରାରେ ଟ୍ରାଫିକ ପୋଲିସ ପିନ୍ଧିବେ ଏସି ହେଲମେଟ

    ପ୍ରଚଣ୍ଡ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ AC ହେଲ୍‌ମେଟ୍‌ ପାଇଁ ଏକ ନୂତନ ପରୀକ୍ଷା ଆରମ୍ଭ ହୋଇଛି। ସୂଚନାନୁସାରେ, ହେଲମେଟକୁ ଶକ୍ତି ଦେବା ପାଇଁ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ପୋଲିସ୍ କର୍ମଚାରୀଙ୍କୁ ଉତ୍ତାପ ସହିତ ଧୂଳି, ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣରୁ ରକ୍ଷା କରିବ। ଏହି ପରୀକ୍ଷଣ ହେତୁ ନିକଟରେ ଅହମ୍ମଦାବାଦରେ ଡ୍ୟୁଟିରେ ଥିବାବେଳେ କିଛି ପୋଲିସ ଏସି ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ। ତେବେ ହେଲମେଟ୍‌କୁ ଏକ ତାର ଜରିଆରେ ବ୍ୟାଟେରି ସହ ସଂଯୋଗ କରାଯାଇଛି । ଏହି ବ୍ୟାଟେରି ପୁଲିସକର୍ମୀଙ୍କ ଅଣ୍ଟାରେ ରହିବ । ତେଣୁ ହେଲ୍‌ମେଟ ବେଶୀ ଓଜନଦାର ହେବ ନାହିଁ । ଏଥିରେ ଏକ ଛୋଟ ଫ୍ୟାନ୍‌ ରହିଛି । ଯାହା ଦ୍ୱାରା ହେଲ୍‌ମେଟରୁ ବାହାରୁଥିବା ଥଣ୍ଡା ପବନ ଦେହରେ ମଧ୍ୟ ବାଜିବ । ବ୍ୟାଟେରି ଫୁଲ୍‌ ଚାର୍ଜ ହେବା ପରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍‌ଅପ୍‌ ରଖିବ । ଫଳରେ ୮/୧୦ ଘଣ୍ଟା ପର୍ଯ୍ୟନ୍ତ ହେଲମେଟରେ ଏସି କାମ କରିବ । ହେଲମେଟ ଭିତରେ ତାପମାତ୍ରା ୨୪ରୁ ୨୫ ଡିଗ୍ରୀ ସେଲ୍‌ସିୟସ ରହିବ । ଆଗ ପାଖରେ ଏକ ଗ୍ଲାସ୍‌ ରହିଛି । ହେଲମେଟ ବ୍ୟବହାରର କିଛି ଦିନ ପରେ ଏହା କିପରି କାମ କରୁଛି ସେନେଇ ଟ୍ରାଫିକ୍‌ ପୋଲିସ କର୍ମଚାରୀ ଜଣାଇବା ପରେ ଅହମଦାବାଦ ପୋଲିସ ଏହାର ଅଧିକ ନିର୍ମାଣ ପାଇଁ ବ୍ୟବସ୍ଥା କରିବ ବୋଲି କୁହାଯାଇଛି । କର୍ମଚାରୀଙ୍କ ପାଇଁ ଏହା କେତେ ଉପଯୋଗୀ ହେବ, ଏହାର ସୂଚନା ଏହାର ଶେଷ ହେବା ପରେ ହିଁ ସାମ୍ନାକୁ ଆସିବ ।