Tag: #pharmacist

  • ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତ ସହ ଜଡିତ ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍‌ ସିଜ୍ କରିଛି ଓ 4 ଜଣଙ୍କୁ ଗିରଫ କରାଯାଇଛି। ଏହି ଅବୈଧ ଅନଲାଇନ୍ ଫାର୍ମାସି ସହିତ ସଂପୃକ୍ତ ଟ୍ରାନ୍ସନ୍ୟାସନାଲ କ୍ରିମିନାଲ ଅର୍ଗାନାଇଜେସନ ଉପରେ 2022 ମସିହାରୁ ଆମେରିକାର ଡ୍ରଗ୍ ଏନ୍ଫୋର୍ସମେଣ୍ଟ ଆଡ୍ମିନିଷ୍ଟ୍ରେସନ ରକି ମାଉଣ୍ଟେନ୍ ଫିଲ୍ଡ ଡିଭିଜନ୍ ଦ୍ୱାରା ଅନୁସନ୍ଧାନ ଚାଲିଛି।

    ଡିଇଏ କହିଛି ଯେ, ଏହାର ବିଶ୍ୱସ୍ତରୀୟ ପହଂଚକୁ ବ୍ୟବହାର କରି ଏଜେନ୍ସି ଭାରତ ସରକାରଙ୍କ ଆଇନ ପ୍ରବର୍ତ୍ତନ ସହଭାଗୀମାନଙ୍କ ସହ ସକ୍ରିୟ ଭାବରେ ସହଯୋଗ କରି ଏହି ପ୍ରକାରର ବେଆଇନ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ବିପଜ୍ଜନକ ଆପରାଧିକ ସଂଗଠନଗୁଡ଼ିକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି ।
    ମିଳିତ ଅପରେସନ ମାଧ୍ୟମରେ ଡିଇଏ ବେଆଇନ ଫାର୍ମାସ୍ୟୁଟିକାଲ୍ ବିତରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଏବଂ ଆମେରିକୀୟ ନାଗରିକଙ୍କ ଜନସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ ଫାର୍ମାସ୍ୟୁଟିକାଲ୍ ପ୍ରବାହକୁ ବନ୍ଦ କରିବ ।

  • ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ସ୍ୱାଗତମ୍ ଠାରୁ ଆରମ୍ଭ କରି ବିଦାୟ ସବୁଠି ରାଷ୍ଟ୍ରପତିଙ୍କ ପ୍ରଶଂସା । କାରଣ ସେ ଓଡ଼ିଆ, ଓଡ଼ିଶାର ଗର୍ବ । ରାଷ୍ଟ୍ରପତିଙ୍କ ୩ ଦିନିଆ ଗସ୍ତ ବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ହେଲେ କିଛିଟା ତ୍ରୁଟିକୁ ଅସନ୍ତୋଷ ଦେଖାଦେଇଛି । ଶନିବାର ଅର୍ଥାତ ଗତକାଲି ରାଷ୍ଟ୍ରପତି ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ଲାଇଟ୍ କଟିଯାଇଥିଲା । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପୁଣି ଥରେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି ।

    ରାଷ୍ଟ୍ରପତିଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କିଛିଟା ତ୍ରୁଟି ହୋଇଥିବା ଜଣାପଡ଼ିଛି । ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହେଲିକପ୍ଟର ପାଖକୁ ଯାଇ ସେଲ୍‌ଫି ନେଇଥିଲେ । ଏଥିସହ ସେଥିରେ ବସି ଫଟୋ ବି ଉଠାଇଥିଲେ । ସେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ହେଲେ ଯେତେବେଳେ ବିବାଦୀୟ ସ୍ଥିତି ଉପୁଜିଲା ସେ ଫେସବୁକରୁ ଫଟୋଗୁଡ଼ିକୁ ଡିଲିଟ୍ କରି ଦେଇଛନ୍ତି । ଏହି ଫାର୍ମାସିଷ୍ଟଙ୍କ ନାଁ ଯଶବନ୍ତ ବେହେରା।

    ଗତକାଲି ଏହି ସେଲ୍‌ଫି ଓ ଫଟୋଗୁଡ଼ିକ ଉଠାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲିରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । ଛେଳିଗୁଦୁଲି ହେଲିପ୍ୟାଡରେ ଡ୍ୟୁଟିରେ ଥିଲେ ଫାର୍ମାସିଷ୍ଟ ଯଶବନ୍ତ । ତେବେ ସେ ଆଇନ୍ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିକରେ ସେଲ୍‌ଫି ନେବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ସେ ହେଲିକପ୍ଟର ସହିତ ଗୋଟିଏ ସେଲ୍‌ଫି ନେଇଥିଲେ ।

    ଆଉ ଦୁଇଟି ଫଟୋ ମଧ୍ୟ ଉଠାଇଛନ୍ତି ଯଶବନ୍ତ। ଦୁଇଟି ଫଟୋ ମଧ୍ୟରୁ ଗୋଟିକରେ ସେ ହେଲିକପ୍ଟର ଏକ ଅଂଶରେ ବସିଛନ୍ତି । ଅନ୍ୟଟିରେ ହେଲିକପ୍ଟରର ସମ୍ମୁଖ ଭାଗରେ ହାତରେ ଭରା ଦେଇ ଛିଡ଼ା ହୋଇଛନ୍ତି । ତେବେ, ଫଟୋ କିଏ ଉଠାଇଲେ,ତାହା ଏଯାଏ ଅସ୍ପଷ୍ଟ ରହିଛି । ତେବେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା କେବଳ ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ସାଇତି ରଖିବା ପାଇଁ ସେ ଏହି ସେଲଫି ନେଇଥିବା କହିଛନ୍ତି ଯଶବନ୍ତ । ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ସେମାନେ ଖାଇବାକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ହେଲିକପ୍ଟର ସହିତ ସେଲ୍‌ଫି ନେଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ମୟୂରଭଞ୍ଜ ଏସ୍‌ପି ।