Tag: #pcc

  • ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି

    ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି

    ରାଜ୍ୟ କଂଗ୍ରେସର ନୂଆ ପ୍ଲାନ, ଘରେ ଘରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବା ସହ ନେଇଛି ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ୨୪ ନିର୍ବାଚନ ପରଠାରୁ ଯେବେଠୁ ନୂଆ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ଦଳ ଦାୟିତ୍ବ ଦେଇଛି ସେବେଠୁ ରାଜ୍ୟ କଂଗ୍ରେସ ପାଇଁ ଶୁଭ ସମୟ ଆରମ୍ଭ ହୋଇଛି, ଦର୍ଶକବନ୍ଧୁ ଆଗାମୀ ନିର୍ବାଚନ ନୂଆ ଢାଞ୍ଚାରେ ଲଢ଼ିବାକୁ ବଡ ପ୍ଲାନ କରିଛି କଂଗ୍ରେସ। ଏଥିପାଇଁ ରଣନୀତି ସହ ଅଙ୍କକସା ଆରମ୍ଭ କରିଦେଇଛି ଦଳ | ପଞ୍ଚାୟତ ନିର୍ବାଚନର ସଫଳତାକୁ ପ୍ରାର୍ଥୀତ୍ବର ମାନଦଣ୍ଡ କରାଯିବ। ସେଥିପାଇଁ ପୂର୍ବ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ସେମାନଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଟାସ୍କ। ସମୟ ଦିଆଯାଇଛି ୬ ମାସ। ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଇଛି ଟାର୍ଗେଟ ଓ ଗାଇଡ଼ଲାଇନ। ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ। ପ୍ରତି ମାସରେ ଦେବେ ରିପୋର୍ଟ। ୬ ମାସରେ ପିସିସି କରିବ ସମୀକ୍ଷା। ଏହି ଆଧାରରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କାମ ଦେଖିବା ପରେ ନିଷ୍ପତ୍ତି ନିଆଯିବ ସେମାନଙ୍କୁ ନେତୃତ୍ୱ ମିଳିବ ନା ନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଭାରୀ ଓ ପିସିସି ସଭାପତି ଏହି ଷ୍ଟ୍ରାଟେଜି କରିଛନ୍ତି।

    ନିର୍ବାଚନମଣ୍ଡଳୀ ସ୍ତରରେ ଭୋଟ ଚୋରି, ସମ୍ବିଧାନ ବଞ୍ଚାଅ ଓ ରାହୁଲ ଗାନ୍ଧିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ଏହି ନେତାମାନେ। ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିର୍ଦେଶ ରହିଛି। ଦଳର ଆଦେଶ-ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଜନମତ ସୃଷ୍ଟି କର। କଂଗ୍ରେସ ଯେଉଁ ଲଢେଇ କରୁଛି, ସେ କଥା ଲୋକଙ୍କ ପାଖରେ ପହଞ୍ଚାଅ। ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ। ଲୋକଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ। ଏଥିପାଇଁ ଖୁବ ଶୀଘ୍ର ଟିମ ଗଠନ ହେବ। ପୂର୍ବ ନିର୍ବାଚନରେ ୬୫ରୁ ଅଧିକ କଂଗ୍ରେସ ବିଧାୟକ ପ୍ରାର୍ଥୀ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ୧୦ ପ୍ରତିଶତରୁ କମ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଅଲଗା ଟାସ୍କ ଦେବ ଦଳ। ସେମାନଙ୍କର ସାମର୍ଥ୍ୟ ମଧ୍ୟ ପରଖାଯିବ।

  • କଂଗ୍ରେସର ନୂଆ ରଣନୀତି, ତୃଣମୂଳସ୍ତରରୁ ଦଳ ସଜଡା ଆରମ୍ଭ

    କଂଗ୍ରେସର ନୂଆ ରଣନୀତି, ତୃଣମୂଳସ୍ତରରୁ ଦଳ ସଜଡା ଆରମ୍ଭ

    ଗୁଜରାଟ କଂଗ୍ରେସ ଢାଞ୍ଚାରେ ଓଡ଼ିଶାରେ ସଙ୍ଗଠନ ଗଢିବ ରାଜ୍ୟ କଂଗ୍ରେସ । ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ବାହାର ରାଜ୍ୟର ନେତାଙ୍କ ସହ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ଉପସଭାପତି ଓ ବରିଷ୍ଠ ନେତାଙ୍କୁ ଦଳ ଦାୟିତ୍ୱ ଦେଇଛି । ସେମାନେ ଜିଲ୍ଲା ସଭାପତି ଚୟନ କରିବା ସହ ତୃଣମୂଳସ୍ତରରେ ନେତା ବାଛିବେ । ଯାହାକୁ ନେଇ ଦଳ ଭିତରେ ନୂଆ ଜୋସ ଦେଖିବାକୁ ମିଳିଛି ।

    ଦାୟିତ୍ୱ ନେବାର ୫ ମାସ ପରେ ବି ଜିଲ୍ଲା ସଭାପତି ବାଛିପାରୁନାହାନ୍ତି ପିସିସି ସଭାପତି । କିଏ ଜିଲ୍ଲା ସଙ୍ଗଠନର ମଙ୍ଗ ଧରିଲେ ତୃଣମୂଳ ସ୍ତରରେ କଂଗ୍ରେସ ସଶକ୍ତ ହେବ ସେ ନେଇ କସରତ ଆରମ୍ଭ କରିଛି ଦଳ । ଗୁଜରାଟ ଢାଞ୍ଚାରେ ଓଡିଶାର ତୃଣମୂଳ ସଙ୍ଗଠନ ସଜାଡିବାକୁ ପିସିସି ସଭାପତି ଅଣ୍ଟା ଭିଡିଛନ୍ତି । ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କ ସହ ପଡୋଶୀ ରାଜ୍ୟର ନେତାଙ୍କୁ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ ଦେଇଛନ୍ତି ପିସିସି ସଭାପତି । ଜିଲ୍ଲା ଦାୟିତ୍ୱରେ ଥିବା ନେତାମାନେ ଜିଲ୍ଲାସ୍ତରରେ ସଭା ସମିତି କରି ଜିଲ୍ଲା ସଭାପତି ବାଛିବେ ।

    ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ମଜଭୁତ କରିବା ପାଇଁ ନେତାଏ ଲାଗି ପଡିଛନ୍ତି । ରାଜ୍ୟବ୍ୟାପୀ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ଆରମ୍ଭ ହେବ ପ୍ରକ୍ରିୟା । ରଜ ଉତ୍ସବ ପରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ଦାୟିତ୍ୱରେ ଥିବା ନେତା । ଉପକୂଳ ଜିଲ୍ଲାରୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।

    ରାଜ୍ୟରେ ଅସଜଡା କଂଗ୍ରେସ ସଙ୍ଗଠନକୁ ସଜାଡିବା ପାଇଁ ପିସିସି ସଭାପତି ଏଆଇସିସି ପରି ବିଭିନ୍ନ ମଡେଲକୁ କାର୍ଯ୍ୟକାରୀ କରୁଛନ୍ତି । ତେବେ ଗୁଜୁରାଟ ମଡେଲ ଓଡ଼ିଶାରେ ନେତା ଚୟନରେ କେତେ ସହାୟକ ହେବ ତାକୁ ନେଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

  • ରାଜ୍ୟ କଂଗ୍ରେସକୁ ସମ୍ଭାଳିବାକୁ ଶରତଙ୍କ ସ୍ଥାନ ନେଇପାରନ୍ତି ଭକ୍ତ

    ରାଜ୍ୟ କଂଗ୍ରେସକୁ ସମ୍ଭାଳିବାକୁ ଶରତଙ୍କ ସ୍ଥାନ ନେଇପାରନ୍ତି ଭକ୍ତ

    ନିର୍ବାଚନ ପୂର୍ବରୁ ବଦଳିବେ ରାଜ୍ୟ କଂଗ୍ରେସ ସଭାପତି। ଆଉ ଦଳୀୟ କର୍ମକର୍ତ୍ତା ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ କରି ପାରୁନାହାନ୍ତି ହଜମ। ପଟ୍ଟନାୟକ ଆଜ୍ଞାଙ୍କ ନାହିଁ ନେତୃତ୍ବ ଦକ୍ଷତା। ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ମୈଦାନରେ ବିରୋଧୀ ଦଳଙ୍କୁ ଟକ୍କର ଦେଇ ପାରିବେ ନାହିଁ । ଏମିତି କିଛି ଚର୍ଚ୍ଚା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ହତୋତ୍ସାହ ବୃଦ୍ଧିପାଇବାରେ ଲାଗିଛି। ଯାହା ଆଧାରରେ ଦଳର ସଭାପତି ବଦଳିବାକୁ ଯାଉଛନ୍ତି। କଂଗ୍ରେସ କେନ୍ଦ୍ରୀୟ ନେତୃମଣ୍ଡଳୀ ଏହା ଉପରେ ନିଷ୍ପତ୍ତି ନେଇଥିବା ଦଳୀୟ ଶିବିରରେ ଟୁପୁରଟାପର ଚାଲିଛି। କଂଗ୍ରେସ ଭିତିରି ମହଲ ସୂଚନା ମୁତାବକ, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ରାଜ୍ୟର ସାଧାରଣ ନିର୍ବାଚନ ସହ ସବୁ ଉପନିର୍ବାଚନରେ ପରାଜୟ ବରଣ କରିଥିଲା। ଏହାକୁ ନେଇ କଂଗ୍ରେସ ଶିବିରରେ ନେତୃତ୍ବ ପ୍ରତି ଦେଖାଦେଇଥିଲା ଅନାସ୍ଥା ଭାବ। ନିରଞ୍ଜନ ତାଙ୍କ ଭାଇ ସୌମ୍ୟଙ୍କ ପାଇଁ ବିଜେଡିକୁ ଟକ୍କର ଦେବାକୁ ପଛଘୁଞ୍ଚା ଦେବା ସହ ଟିକେଟ ବଣ୍ଟନରେ ଟାଳଟୁଳ ନୀତି ଆପଣାଉଥିବା ହୋଇଥିଲା ଅଭିଯୋଗ। ଏନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ହୋଇଥିଲା ଅଭିଯୋଗ। କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ଦେଖି ମେ ୨୦୨୨ରେ ଶରତ ପଟ୍ଟନାୟକଙ୍କୁ ଦିଆଯାଇଥିଲା ରାଜ୍ୟ କଂଗ୍ରେସ କମାଣ । ଏହା ମଧ୍ୟରେ ଦେଢ ବର୍ଷ ବିତିଗଲାଣି। କିନ୍ତୁ କଂଗ୍ରେସ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ପାରିନି ରାଜ୍ୟ ସରକାର ବିରୋଧରେ। ଯାହାଦ୍ୱାରା କଂଗ୍ରେସ, ଲୋକଙ୍କ ଆସ୍ଥା ଭାଜନ ହୋଇପାରୁ ନାହିଁ। ଫଳରେ ହାତ ଦଳିଆଙ୍କ ଭିତରେ ମଧ୍ୟ ବୃଦ୍ଧିପାଉଛି ନିରାଶା। ସେପଟେ ଆଉ ମାସ କେଇଟାରେ ହେବ ସାଧାରଣ ନିର୍ବାଚନ। ଯଦି ସ୍ଥିତି ଏମିତି ରହିବ ତେବେ ଦଳ ଗୋଟିଏ ବି ଆସନ ହାତେଇବ ନାହିଁ ବୋଲି କଂଗ୍ରେସିଆଙ୍କ ମଧ୍ୟରେ ଚର୍ଚ୍ଚା ହେବାରେ ଲାଗିଛି। ତେଣୁ ଶରତଙ୍କୁ ସଭାପତି ପଦରୁ ହଟାଇବାକୁ ଜାତୀୟ କଂଗ୍ରେସ ସ୍ଥିର କରିଛି। ହେଲେ ଏହି ପଦରେ କାହାକୁ ବସାଯାଇ ପାରିବ? ଅନେକ ଆଲୋଚନା ପରେ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ଚୟନ କରିଛି ଏଆଇସିସି। ସମ୍ପ୍ରତି ଜାତୀୟ କଂଗ୍ରେସ ନେତୃତ୍ବ ଆଗରେ ଏମିତି କୌଣସି ଜଣେ ରାଜ୍ୟର ନେତା ଦେଖାଯାଉ ନାହାନ୍ତି, ଯାହାଙ୍କୁ ଏହି ଦାୟିତ୍ବ ଦିଆଯାଇପାରିବ। ଯେଉଁ ନେତା ଅଛନ୍ତି, ସେମାନଙ୍କ ଭିତରେ ଚାଲିଛି ଟଣାଓଟରା। ଯାହା ଦଳକୁ ନିର୍ବାଚନ ବର୍ଷରେ ଆହୁରି ବିପର୍ଯ୍ୟୟ ଆଡକୁ ଠେଲିଦେବ। ଯଦି ପ୍ରଦୀପ ମାଝୀ ବିଜେଡିକୁ ଡେଇଁ ନ ଥାନ୍ତେ, ତେବେ ହୁଏତ କେନ୍ଦ୍ର ନେତୃତ୍ବ ତାଙ୍କୁ ଏହି ପଦରେ ଅବସ୍ଥାନ କରିଥାନ୍ତେ। ତେଣୁ ଭକ୍ତଙ୍କୁ ଭରସାକରିଛି କେନ୍ଦ୍ର ନେତୃତ୍ବ। କାରଣ ଦାସଙ୍କର ଜାତୀୟସ୍ତରରେ ରହିଛି ଭଲ ଦବଦବା। ସେ ଛତିଶଡ, ବିହାର, ମଣିପୁର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇଛନ୍ତି। ଭକ୍ତଙ୍କର ଏଆଇସିସି ସହ ରହିଛି ସୁସମ୍ପର୍କ। ତେଣୁ ଓଡିଶାରେ କଂଗ୍ରେସକୁ ସୁଦୃଢ କରିବାକୁ ଭକ୍ତଙ୍କୁ ଆଶ୍ରା କରିଛି ଏଆଇସିସି ବୋଲି ଭିତିରି ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଦେଖିବାକୁ ବାକି ରହିଲା।

    ନିର୍ବାଚନ ପୂର୍ବରୁ ବଦଳିବେ ରାଜ୍ୟ କଂଗ୍ରେସ ସଭାପତି!

    ଦଳୀୟ କର୍ମକର୍ତ୍ତା ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ କରି ପାରୁନାହାନ୍ତି ହଜମ

    ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସର ସାଧାରଣ ନିର୍ବାଚନ ସହ ସବୁ ଉପନିର୍ବାଚନରେ ପରାଜୟ

    ଭାଇ ସୌମ୍ୟଙ୍କ ପାଇଁ ବିଜେଡିକୁ ଟକ୍କର ଦେବାକୁ ଦେଲେ ପଛଘୁଞ୍ଚା

    ମେ ୨୦୨୨ରେ ଶରତ ପଟ୍ଟନାୟକଙ୍କୁ ଦିଆଗଲା ରାଜ୍ୟ କଂଗ୍ରେସ କମାଣ

    ସ୍ଥିତି ଏମିତି ରହିଲେ ଦଳ ଗୋଟିଏ ବି ଆସନ ହାତେଇବ ନାହିଁ

    ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ଚୟନ କରିଛି ଏଆଇସିସି

    ଏମିତି ଜଣେ ରାଜ୍ୟର ନେତା ନାହାନ୍ତି, ଯାହାଙ୍କୁ ଦାୟିତ୍ବ ଦିଆଯାଇପାରିବ

    ଦଳକୁ ନିର୍ବାଚନ ବର୍ଷରେ ଆହୁରି ବିପର୍ଯ୍ୟୟ ଆଡକୁ ଠେଲିଦେବ

    ଦାସଙ୍କର ଜାତୀୟସ୍ତରରେ ରହିଛି ଭଲ ଦବଦବା

    ଭକ୍ତଙ୍କର ଏଆଇସିସି ସହ ରହିଛି ସୁସମ୍ପର୍କ

    କଂଗ୍ରେସକୁ ସୁଦୃଢ କରିବାକୁ ଭକ୍ତଙ୍କୁ ଆଶ୍ରା କରିଛି ଏଆଇସିସି

  • ବେଙ୍ଗାଲୁରୁ ପରେ ଭୁବନେଶ୍ବରରେ ମେଳି ବାନ୍ଧିଲେ INDIA, ବିଜେପି ସିବିରରେ ଥରହର

    ବେଙ୍ଗାଲୁରୁ ପରେ ଭୁବନେଶ୍ବରରେ ମେଳି ବାନ୍ଧିଲେ INDIA, ବିଜେପି ସିବିରରେ ଥରହର

    କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଦେଶକୁ ଆଉ ଏକ ଇଣ୍ଡିଆ ଦେଇଛି । ବର୍ତ୍ତମାନ ଦେଶସାରା ଇଣ୍ଡିଆର ଚର୍ଟ୍ଟା । 2024 ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେଉଥିବା ବେଳେ ଦେଶର ତମାମ ପ୍ରମୁଖ ବିରୋଧି ଦଳ ସରକାରଙ୍କୁ ଘେରିବା ପାଇଁ ଅଣ୍ଟା କସୁଛନ୍ତି । ପ୍ରଥମେ ବିହାରର ରାଜଧାନୀ ପାଟନା ଏବଂ ପରେ ବେଙ୍ଗାଲୁରୁ । ସବୁ ବୈଠକ ଆଉ ସବୁ ପ୍ଲାନ ମୋଦି ସରକରାଙ୍କୁ ହରାଇବା ପାଇଁ । କେନ୍ଦ୍ର ସରକାରଙ୍କ ଦେଶ ବିରୋଧି ନୀତିକୁ ଏଥର ପ୍ରମୁଖ ଅସ୍ତ୍ର କରିଛନ୍ତି ରାଜନୈତିକ ଦଳ ଗୁଡିକ । ତେଣୁ ପ୍ରମୁଖ ବିରୋଧି ଦଳ କଂଗ୍ରେସ ଏବଂ ସବୁ କେନ୍ଦ୍ର ବିରୋଧି ଦଳ ମିଶି ବେଙ୍ଗାଲୁରୁରେ ଏକ ନୂଆ ଇଣ୍ଡିଆର ଘୋଷଣା କରିଛନ୍ତି । ଆଉ ଏହି ନୂଆ ଇଣ୍ଡିଆକୁ ନେଇ ଆଜି ଭୁବନେଶ୍ବରରେ ମଧ୍ୟ ଏକତ୍ରୀତ ହୋଇଥିଲେ ସମସ୍ତ ବିଜେଡି ଏବଂ ବିଜେପି ବିରୋଧି ଦଳ । ହୋଟେଲ କେଶରୀରେ ଆୟୋଜିତ ଇଣ୍ଡିଆର ବୈଠକରେ 9ଟି ବିରୋଧୀ ଦଳ ସାମିଲ ହୋଇଥିବା ବେଳେ ପିସିସି ସଭାପତି ସରତ ପଟ୍ଟନାୟକ, ରାଜ୍ୟ ଏବଂ କେନ୍ଦ୍ରର ବିଜେପି ସରକାର ବିରୋଧରେ ବର୍ଷିଥିଲେ ।

    ଅଗଷ୍ଟ ପ୍ରଥମ ସପ୍ତାହରେ ଅଣ ବିଜେପି ଓ ବିଜେଡ଼ି ବିରୋଧରେ ରାଜ୍ଯସ୍ତରୀୟ ସମ୍ମିଳନୀ ହେବ । ଏହି ବୈଠକରେ ଗତ 9 ବର୍ଷରେ ଦେଶରେ ହୋଇଥିବା ଜନବିରୋଧୀ ନୀତି ଓ ରାଜ୍ୟରେ 25 ବର୍ଷରେ ରାଜ୍ୟ କଣ ହରାଇଛି, ଏସମ୍ପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀରେ ବିଜେପି, କର୍ପୋରେଟ ଏବଂ ଘରୋଇକରଣକୁ ବିରୋଧ କରାଯିବ । ଓଡିଶାରେ ବିଜେଡି ଆଉ ବିଜେପିର ସମ୍ପର୍କ କାହାକୁ ଅଛପା ନାହିଁ ବୋଲି ବିରେଧି ଦଳ ମାନେ ସମାଲୋଚନା କରିଥିଲେ । ବିଜେଡି ଓଡ଼ିଶାରେ ବିଜେପି ସହିତ ଅଘୋଷିତ ମିତ୍ର ଭାବେ କାମ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଦେଶକର ଯେତିକି କ୍ଷତି ବିଜେପି କରୁଛି ସମପରିମାଣରେ ରାଜ୍ୟରେ ମଧ୍ୟ ବିଜେଡି କ୍ଷତି କରୁଛି ବୋଲି ଇଣ୍ଡିଆ ସମ୍ମିଳିତ ଦଳ ଗୁଡିକ କହିଥିଲେ ।