Tag: #Paradeep

  • ଆନ୍ଧ୍ର ଗାଡିକୁ ଅଟକାଇଲେ ଟ୍ରକ ମାଲିକ ସଙ୍ଘ

    ଆନ୍ଧ୍ର ଗାଡିକୁ ଅଟକାଇଲେ ଟ୍ରକ ମାଲିକ ସଙ୍ଘ

    ସ୍ଥାନୀୟ ଗୁଡିକୁ ଅଣଦେଖା କରି ବାହାର ଗାଡି କରୁଛି ମାଲ ପରିବହନ l ପ୍ରବଳ ବର୍ଷା କୁ ଖାତିର ନ କରି ପାରାଦୀପ ତୈଳ ବିଶୋଧନାଗାର ରୁ କାଟାଲିଷ୍ଟ ପାଉଡ଼ର ଲୋଡ଼ କରି ଯାଉଥିବା ଆନ୍ଧ୍ର ପ୍ରଦେଶ ଗାଡି କୁ ଅଟକାଇଛି ତିନିଗୋଟି ଟ୍ରକ ମାଲିକ ସଙ୍ଘ ର ମିଳିତ ସମନ୍ୱୟ କମିଟି ଜେସିସି l ବିଳମ୍ବିତ ରାତ୍ରି ରେ ଖବର ପାଇବା ପରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଗାଡିଟିକୁ ଥାନା କୁ ନେବା ସହିତ ଜେସିସି ସଦସ୍ୟ ମାନଙ୍କ ସହିତ ଆଲୋଚନା ଜାରି ରହିଛି l ତେବେ ଜେସିସି ସଦସ୍ୟ ମାନଙ୍କ ଅଭିଯୋଗ ଅନୁଯାଇ ସ୍ଥାନୀୟ ଅଞ୍ଚଳ ବାସି ନିଜର ଜମି ଦେବା ପରେ ରୋଜଗାର ହରାଇଛନ୍ତି, କମ୍ପାନୀ ର ପ୍ରଦୂଷଣ ରେ ରୋଗ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି, କିନ୍ତୁ ନିଜର କୁଟୁମ୍ବ ପ୍ରତିପୋଷଣ ପାଇଁ କାଢିଥିବା ଖଣ୍ଡିଏ ଖଣ୍ଡିଏ ଟ୍ରକ ରେ ମାଲ ପରିବହନ କରିବାକୁ ସ୍ଥାନୀୟ କମ୍ପାନୀ ମାନେ ସେମାନଙ୍କ ସହିତ ଖେଳ ଖେଳୁଛନ୍ତି l

    ଯାହାର ସଦ୍ୟତମ ଉଦାହରଣ ପାରାଦୀପ ତୈଳ ବିଶୋଧନାଗାର ତରଫରୁ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ଉପେକ୍ଷା କରି ବାହାର ରାଜ୍ୟ ର ଗାଡି ଗୁଡିକୁ ମାଲ ପାରିବହନ କରିବାକୁ ଅନୁମତି ଦେଉଛନ୍ତି l ବିଗତ ଦିନରେ ବିଭିନ୍ନ କମ୍ପାନୀ ରେ ଜେସିସି ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ କମ୍ପାନୀ ଗୁଡିକ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି l କମ୍ପାନୀ ମାନେ ବାହାର ଗାଡିକୁ ମାଲ ପରିବହନ ପାଇଁ ଯେତିକି ଅର୍ଥ ପ୍ରଦାନ କରୁଛନ୍ତି, ଜେସିସି ସହିତ ଆଲୋଚନା କରି ସେତିକି ଅର୍ଥ ପ୍ରଦାନ କରିବା ସହିତ ସ୍ଥାନୀୟ ଗାଡି ଗୁଡିକୁ ମାଲ ପରିବହନ ରେ ନିୟୋଜିତ କରିଲେ ସ୍ଥାନୀୟ ଲୋକ ଉପକୃତ ହୋଇ ପାରନ୍ତେ l କିନ୍ତୁ କମ୍ପାନୀ ଗୁଡିକ କିଛି ନିର୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ଜରିଆରେ ବାହାର ଗାଡି ଗୁଡିକୁ ମାଲ ପରିବହନ କରିବାକୁ ଅନୁମତି ଦେଉଛନ୍ତି l ଯାହାକୁ ବିରୋଧ କରିଛି ଜେସିସି l ଯଦି କମ୍ପାନୀ ଏହି ଘଟଣା ର ସମାଧାନ ନ କରେ ତେବେ ଟ୍ରକ ମାଲିକ ମାନଙ୍କ ପେଟ ପାଟଣା ପାଇଁ ଆଗାମୀ ଦିନରେ ଏହିଭଳି ବିରୋଧ ପ୍ରଦର୍ଶନ କରିବାକୁ ଜେସିସି ର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି l

  • କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ -୨୦୨୩ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ମହା ଆଡମ୍ବରରେ ପାଳନ କରାଯିବ । ଏନେଇ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ପାରାଦୀପ ଅଫିସର୍ସ କ୍ଳବରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ବୈଠକରେ ଜିଲ୍ଲପାଳଙ୍କ ସହିତ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନାଙ୍କ ସହିତ ପ୍ରଶାସନିକ ଅଧିକାରୀ ଓ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

    ଚଳିତ ବର୍ଷର ବାଲିଯାତ୍ରା ମହୋତ୍ସବ କୁ କିଭଳି ସୁଚାରୁରୂପେ ସମ୍ପାଦନ କରାଯିବ ଏ ନେଇ ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ l ସାତଦିନ ଧରି ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ କିପରି ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ପ୍ରଦାନ କରାଯିବ, ପାରାଦୀପ ର ପ୍ରମୁଖ ସମସ୍ୟା ପାଲଟିଥିବା ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାକୁ କିପରି ବାଲିଯାତ୍ରା ପୂର୍ବରୁ ଏହାର ମରାମତି କରାଯିବ ଏ ନେଇ କମିଟି ର ସଦସ୍ୟ ମାନେ ଭିନ୍ନ ଭିନ୍ନ ମତ ରଖିଥିଲେ l

    କମିଟି ସଦସ୍ୟ ମାନଙ୍କ ମତକୁ ଜିଲ୍ଲପାଳ ଗ୍ରହଣ କରିବା ସହିତ ଏ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ସରସ ସୁନ୍ଦର କରାଯିବା ନେଇ ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ବାଲିଯାତ୍ରା କମିଟି ତରଫରୁ ପ୍ରୟାସ କରାଯିବା ନେଇ ଜିଲ୍ଲପାଳ ସୂଚନା ଦେଇଥିଲେ l

  • ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ଚାହୁଁ ଚାହୁଁ ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ । ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ପାରାଦୀପର ନେହେରୁବଙ୍ଗଳା ମହାନଦୀ ମୁହାଣ ମୁହଁରେ ଘଟିଛି ଏପରି ଦୁଃଖଦାୟକ ଘଟଣା । ବୁଡିଯାଇଥିବା ‘ମା’ ବାସୁଳେଇ ଭରଷା-୨’ ନାମକ ବୋଟରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ଜୀବନ ବଞ୍ଚାଇବା ପାଇଁ ବୋଟରେ ଥିବା ପ୍ଲାଷ୍ଟିକ ଜାର ଧରି ମୁହାଁଣରେ ମମତ୍ସ୍ୟଜୀବୀ ମାନେ ପହଁରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ତରଫରୁ ଏକ ବୋଟ ପଠାଯାଇଥିଲା । ଯେଉଁଥିରେ ସମୁଦ୍ର ମଧ୍ୟରୁ ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ।

    ସେପଟେ ଏହି ଅଘଟଣ ସମୟରେ ଫେଲ୍ ମାରିଲା କୋଷ୍ଟଗାର୍ଡର ରେସ୍କ୍ବ ହେଲିକପ୍ଟର । ଅନ୍ଧାର ଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । ଶେଷ ସୂଚନା ମୁତାବକ ମୋଟ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏହି ଘଟଣାରେ ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, ମତ୍ସ୍ୟଜୀବୀ ଓ କୋଷ୍ଟଗାର୍ଡର ମିଳିତ ଅପରେସନ ଚଳାଇଥିଲା । ମତ୍ସ୍ୟଜୀବୀ ମାନେ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପାରାଦ୍ଵୀପ ବନ୍ଦରର ଡକ୍ ବୋଟ ଦ୍ବାରା ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

    ଲଘୁଚାପ ଯୋଗୁଁ ମୁହାଣରେ ପ୍ରଖର ସ୍ରୋତ କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ । ତେବେ ମୁହାଣ ମୁହଁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଥିବା ବେଳେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ ସତ୍ୱେ ଓମ୍ଫା ତରଫରୁ ସମୁଦ୍ର ମୁହାଣ ମୁହଁରେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏ ନେଇ ପ୍ରଚେଷ୍ଟା ଜାରି ରହିଛି ।

  • ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ ଘଟିଛି ଘଟଣା। କିଛି ଯାତ୍ରୀ ଆହାତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।