Tag: #Paradeep

  • ପାରାଦୀପରେ  ସଲଫ୍ୟୁରିକ୍ ଏସିଡ ପ୍ଲାଣ୍ଟ -୩ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

    ପାରାଦୀପରେ ସଲଫ୍ୟୁରିକ୍ ଏସିଡ ପ୍ଲାଣ୍ଟ -୩ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

    ପାରାଦ୍ଵୀପ ଇଫକୋ କାରଖାନା ପରିସରରେ ତିଆରି ହୋଇଥିବା ସଲଫ୍ୟୁରିକ୍ ଏସିଡ ପ୍ଲାଣ୍ଟ -୩ କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ୭୫୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ଲାଣ୍ଟ ଦୈନିକ ୨ ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ରଖିଛି। ଏହି ପ୍ଲାଣ୍ଟ ଯୋଗୁଁ ଇଫକୋ କାରଖାନା ଅନ୍ୟ ଦେଶରୁ ସଲଫ୍ୟୁରିକ୍ ଏସିଡ ଆମଦାନୀ ବନ୍ଦ କରିବ ବୋଲି କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ପ୍ଲାଣ୍ଟ ଦ୍ବାରା ପ୍ରଦୁଃଷଣ ର ମାତ୍ରା ମଧ୍ୟ କମ ହେବ। କିନ୍ତୁ ଏହି ପ୍ଲାଣ୍ଟ କେବଳ ଇଫକୋ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ନୁହେଁ, ଦେଶର ଅନ୍ୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକ ହେଉଥିବା ସଲଫ୍ୟୁରିକ୍ ଏସିଡକୁ ଇଫକୋ ଯୋଗାଇବାର ସଙ୍କଳ୍ପ ନେବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ପାରାଦ୍ଵୀପ ହେଉଛି ଓଡ଼ିଶା ବିକାଶ ର ଏକ ମୁଖ୍ୟ ଆଧାର। ଏବେ ଏହାର ଉନ୍ନତିକରଣର ଆରମ୍ଭ ହୋଇଛି, ଆଗକୁ ଅଧିକ କାରଖାନା ସହିତ ସ୍ବତନ୍ତ୍ର ଆର୍ଥିକ କରିଡ଼ର ଦ୍ବାରା ପରିବହନ, ପର୍ଯ୍ୟଟନ କୁ କ୍ରୀୟାଶୀଳ କରିବାର ବ୍ୟବସ୍ଥା ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଇଫକୋ ଅଧ୍ୟକ୍ଷ ଦିଲ୍ଲୀପ ସିଙ୍ଘାଣିଆ, ଇଫକୋ ପ୍ରବନ୍ଧ ନିର୍ଦେଶକ କେ ଜେ ପଟେଲ୍ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

  • ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଚିନ୍ତାରେ ମତ୍ସ୍ୟଜୀବୀ

    ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଚିନ୍ତାରେ ମତ୍ସ୍ୟଜୀବୀ

    ସରକାର ମତ୍ସ୍ୟଜିବୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି, ମାତ୍ର କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ଅଧିକାରୀ ମାନଙ୍କ ପାଇଁ ଏହି ଯୋଜନା ହେଉଛି ବାଟବଣା,ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ମାନେ ଡଙ୍ଗା ତିଆରି ସହାୟତା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ ନପାରି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବାଲେଶ୍ବର ବାଲିଆପାଳ ରୁ ଦେଖନ୍ତୁ ଏହି ରିପୋର୍ଟ।


    ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରୃଣ ଭାରରେ ବୁଡ଼ିଲେ ମତ୍ସ୍ୟଜୀବୀ, ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ପାଇଲେ,ମାତ୍ର ହାତଗୁଞ୍ଜା ଦେଇ ନପାରିବାରୁ ଟଙ୍କା ପାଇଲେନି, ଯାହା ଫଳରେ ଡଙ୍ଗା ତିଆରି ପାଇଁ କରିଥିବା ଋଣ ପରିଶୋଧ କରି ନପାରି ୠଣ ଭରରେ ବୁଡ଼ି ରହିଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଚୈମୁଖ ଏବଂ ଡଗରା ଅଞ୍ଚଳରେ,୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଅଞ୍ଚଳରେ ୬ ଜଣ ମତ୍ସ୍ୟଜୀବୀଙ୍କୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଯନ୍ତ୍ରଚାଳିତ ଡଙ୍ଗା ତିଆରି ପାଇଁ ବିଭାଗୀୟ ଅଧିକାରୀ କାର୍ଯ୍ୟାଦେଶ ଦେଇଥିଲେ, ହିତାଧିକାରୀ ମାନେ ବ୍ୟାଙ୍କ ଋଣ ଏବଂ ଧାର ଉଧାରି କରି ଡଙ୍ଗା ତିଆରି କରି ବିଭାଗୀୟ ଅଧିକାରୀ ଙ୍କ ନିକଟକୁ ଦୈଡି ଦୈଡି ନୟାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି କି ଜିଓ ଟ୍ୟାଗ କରୁ ନାହାନ୍ତି,ଯାହା ଫଳରେ ଉଧାର ଟଙ୍କା ଫେରସ୍ତ କରି ନପାରି ଚିନ୍ତାରେ ପଡ଼ିଛନ୍ତି ।

    ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଡଗରା ଏବଂ ଚୈମୁଖ ଅଞ୍ଚଳରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଯନ୍ତ୍ରଚାଳିତ ଡଙ୍ଗା ତିଆରି କରି କାର୍ଯ୍ୟାଦେଶ ମିଳିଥିଲା, ବାଲିଆପାଳ ରେ ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଥାଇ ମଧ୍ୟ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ୧୪ ଜଣକ ଭେରିଫିକେସନ ହୋଇ ଟଙ୍କା ମିଳିଲା ମାତ୍ର ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ଭେରିଫିକେସନ ହେଲା ନାହିଁ କି ଟଙ୍କା ମିଳିଲା ନାହିଁ, ସୁଚନା ଅନୁସାରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଅଧିନରେ ଥିବା ବିଲ୍ଡର ମଧ୍ୟରେ ୩୦ ପ୍ରତିଶତ ହାତଗୁଞ୍ଜା ଯେଉଁ ମାନେ ଦେଉଛନ୍ତି ସେମାନଙ୍କୁ ଡଙ୍ଗା ତିଆରି ବାବଦରେ ଟଙ୍କା ମିଳୁଛି ଯେଉଁ ମାନେ ହାତଗୁଞ୍ଜା ଦେବାକୁ ବାରଣ କରିଛନ୍ତି ସେମାନଙ୍କୁ ଟଙ୍କା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି, ଯାହାଫଳରେ ବାଲିଆପାଳ ୬ ଜଣ ମତ୍ସ୍ୟଜୀବୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଟଙ୍କା ମିଳୁନାହିଁ,ପୁଣି ୨୦୨୩ -୨୪ ଆର୍ଥିକ ବର୍ଷରେ ବାଲିଆପାଳ ର ୨୭ ଜଣ ଏବଂ ଚନ୍ଦନେଶ୍ୱର ର ୨୧ ଜଣ ଡଙ୍ଗା ତିଆରି କରିବା ପାଇଁ ଆବେଦନ କରିଥିଲେ ମାତ୍ର ଚନ୍ଦନେଶ୍ୱର ର ୧୪ ଜଣକୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ମିଳିଥିଲା ବେଳେ ବାଲିଆପାଳ ର କାହାକୁ ବି କାର୍ଯ୍ୟାଦେଶ ମିଳି ନଥିଲା,ଯାହାକୁ ନେଇ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ଙ୍କ ନିକଟରେ ଅଭିଯୋଗ ହୋଇଥିଲା,ଗତ ୨୦୨୫ ସେପ୍ଟେମ୍ବର ମାସରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ଏବଂ ବାଲେଶ୍ବର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ମତ୍ସ୍ୟ ନିର୍ଦ୍ଦେଶାଳୟ, ମାତ୍ର ତାର କୈଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି, ତେବେ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଏବଂ ଡଗରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ନାରାୟଣ ବେହେରା ଙ୍କ ମଧ୍ୟରେ ଫୋନ୍ ଯୋଗେ ହୋଇଥିବା କଥାବାର୍ତ୍ତା ରୁ ଜଣା ପଡୁଛି ଅଧିକାରିଣୀ ଶ୍ରୀମତୀ ପଲ୍ଲବୀ ବୁଲେଇ ବଙ୍କେଇ କହୁଥିବା କଥାରୁ ପିସି କଥାକୁ ସ୍ବୀକାର କରୁଛନ୍ତି ବୋଲି ଜଣାପଡ଼ୁଛି । ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।

  • ପାଠ ସହ ସଂସ୍କୃତି ଓ କ୍ରୀଡାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା: ପାରାଦୀପ କଲେଜ ବାର୍ଷିକ ଉତ୍ସବ

    ପାଠ ସହ ସଂସ୍କୃତି ଓ କ୍ରୀଡାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା: ପାରାଦୀପ କଲେଜ ବାର୍ଷିକ ଉତ୍ସବ

    ଆଜିର ଛାତ୍ର ଆସନ୍ତାକାଲି ର ଭବିଷ୍ୟତ l କଲେଜ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେକେବଳ ପାଠପଢ଼ା ନୁହେଁ, ବରଂ କ୍ରୀଡା, ନୃତ୍ୟ, ଗୀତ ଓ ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କିପରି ନିଜ ପ୍ରତିଭାକୁ ମେଲାଇପାରିବେ, ସେନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସଦା ପ୍ରୟାସରତ ରହିଥିବା କଥା କଲେଜର ପ୍ରିନ୍ସିପାଲ ଡ଼ା. ସସ୍ମିତା ଶତପଥି ତାଙ୍କ ଭାଷଣରେ କହିଥିଲେ। ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ରହିଥାଏ ବୋଲି ସେ ଉଲ୍ଲେଖ କରିଥିଲେ l ପାରାଦୀପ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପ୍ରତିଫଳନ ହୋଇଛି ଏହି ଦୃଶ୍ୟ l

    କିପରି ଛାତ୍ରଛାତ୍ରୀ ମାନେ ପାଠ ସହିତ ବିଭିନ୍ନ କ୍ଷେତ୍ରରେ ପରିପକ୍ୱ ହୋଇପାରିବେ ଏ ନେଇ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ମାନେ ସର୍ବଦା ପ୍ରଚେଷ୍ଟାରତ ରହିଥିବା ନେଇ କଲେଜ ର ବାର୍ଷିକ ଉତ୍ସବ ରେ କହିଛନ୍ତି ପ୍ରିନ୍ସପାଲ ସସ୍ମିତା ଶତପଥି l ସେହିପରି ପାରାଦୀପ ଆଜି ଶିଳ୍ପର କରିଡର ପାଲଟିଛି l ଯାହାକୁ ନେଇ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଙ୍କ ଦ୍ୱାରା ଜିଲ୍ଲାରେ ପ୍ରଥମ ବୈଷୟିକ ଶିକ୍ଷା କେନ୍ଦ୍ର ଖୋଲିବା ସହିତ ପାରାଦୀପ ର ଛାତ୍ରଛାତ୍ରୀ ମାନେ ଏହାର ଭରପୁର ସୁବିଧା ପାଇଵା ସହିତ ସ୍ଥାନୀୟ ଶିଳ୍ପସଂସ୍ଥା ମାନଙ୍କରେ ପାରାଦୀପ ର ପିଲା ମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦେବାକୁ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି l ସର୍ବଶେଷରେ ବାର୍ଷିକ ଉତ୍ସବ ଅବସରରେ କୃତି ଛାତ୍ରଛାତ୍ରୀ ଓ ନୃତ୍ୟ, ଗୀତ ରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

    ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ସଦର ବିଧାୟକ ତଥା ପ୍ରକାଶ ଚନ୍ଦ୍ର ସେଠି କହିଥିଲେ ଯେ, ପାରାଦୀପ ଆଜି ଏକ ଶିଳ୍ପ କରିଡର ଭାବେ ଦ୍ରୁତ ଗତିରେ ଉଭା ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରଥମ ବୈଷୟିକ ଶିକ୍ଷା କେନ୍ଦ୍ର ଖୋଲାଯାଇଥିବା ସହ ପାରାଦୀପର ଛାତ୍ରଛାତ୍ରୀମାନେ ଏହାର ସର୍ବାଧିକ ସୁବିଧା ନେବାକୁ ଆହ୍ୱାନ କରିଥିଲେ। ସ୍ଥାନୀୟ ଶିଳ୍ପ ସଂସ୍ଥାଗୁଡ଼ିକରେ ପାରାଦୀପର ପିଲାମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ସେ ମତ ପ୍ରକାଶ କରିଥିଲେ।

  • ଘରେ ପଶୁଛି ନାଳାପାଣି, ନ୍ୟାୟ ପାଇଁ ରାସ୍ତାରେ ଆଦିବାସୀ

    ଘରେ ପଶୁଛି ନାଳାପାଣି, ନ୍ୟାୟ ପାଇଁ ରାସ୍ତାରେ ଆଦିବାସୀ

    ପାରାଦୀପ ବନ୍ଦର ର ୱାଟର ରିଜର୍ଭର କାମକୁ ବିରୋଧ କରି ଧାରଣା ରେ ବସିଛନ୍ତି ଆଦିବାସୀ ସମ୍ପ୍ରଦାୟ | ଘରେ ପଶୁଛି ଡ୍ରେନପାଣି,ଦୁର୍ଗନ୍ଧ ରେ ଫାଟି ପଡୁଛି ସମ୍ପୂର୍ଣ ବସ୍ତି,ଏହି ବସ୍ତିରେ ବସବାସ କରୁଥିବା ଦିନମଜୁରିଆ ଶ୍ରେଣୀର ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଏହି ଦୃଶ୍ୟ ହେଉଛି ପାରାଦୀପ ପୌରପାଳିକା ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ମଧୁବନ ମୁଣ୍ଡାପଡ଼ା ବସ୍ତିର ଦୃଶ୍ୟ, ପାରାଦୀପ ବନ୍ଦର ର ନୂଆ ୱାଟର ରିଜର୍ଭର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଜଳ ନିଷ୍କାସନ ପାଇଁ ବସ୍ତିରୁ ବାହାର କୁ ଯାଉଥିବା ଡ୍ରେନକୁ ସମ୍ପୂର୍ଣ ପୋତିଦିଆଯାଇଛି |

    କେବଳ ଏତିକି ନୁହେଁ ଯେଉଁ ରାସ୍ତାରେ ଜା ଆସ କରୁଥିଲେ ଏହି ରାସ୍ତା ମଧ୍ୟ କାର୍ଯ୍ୟ ପାଇଁ ଖୋଳାଯାଇଛି | ଗୋଟିଏ ପଟେ ଘରୁ ବାହାରକୁ ବାହାରିଲେ ଆଣ୍ଠୁଏ ଡ୍ରେନ ପାଣିରେ ଯିବାକୁ ପଡୁଛି | ଯାହାକୁ ନେଇ ଆଜି ସମସ୍ତ ବସ୍ତି ବାସିନ୍ଦା କାମକୁ ନ ଯାଇ ନିଜର ମୌଳିକ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇବା ସହିତ ୱାଟର ରିଜର୍ଭର କାମ କୁ ବନ୍ଦ କରି ଧାରଣାରେ ବସି ରହିଛନ୍ତି | ଖବର ପାଇ ବନ୍ଦର ଅଧିକାରୀ ଆସି ବସ୍ତି ବାସିନ୍ଦା ଙ୍କୁ ତିନିଦିନ ସମୟ ମାଗିଥିଲେ ମଧ୍ୟ ଏହାକୁ ଗ୍ରହଣ ନ କରି ଯେ ପର୍ଯ୍ୟନ୍ତ ଆମର ସମସ୍ୟା ର ସମାଧାନ ଜଳ ନିଷ୍କାସନ ସମସ୍ୟା ଓ ରାସ୍ତା ନିର୍ମାଣ କରାଯାଇନାହିଁ ସେ ପର୍ଯ୍ୟନ୍ତ କାମ ବନ୍ଦକରି ଧାରଣା ରେ ବସି ରହିବାକୁ ଚେତାବନୀ ଦେଇଛନ୍ତି |

  • ଓଡ଼ିଶାର ଉନ୍ନତିକୁ ନୂଆ ଗତି: କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ

    ଓଡ଼ିଶାର ଉନ୍ନତିକୁ ନୂଆ ଗତି: କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ

    କଟକ, ପୁରୀ ଓ ପାରାଦ୍ୱୀପକୁ ନେଇ ଗଢିଉଠିବ ଅର୍ଥନୈତିକ କରିଡର, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ହଲ୍‌ରେ ଆୟୋଜିତ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ କରିଡରର ଆରମ୍ଭ ହେବ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

    ଏହି କରିଡର ଅଧୀନରେ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପର ସମନ୍ୱିତ ଉନ୍ନୟନ ପାଇଁ ଅନେକ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ମଧ୍ୟ ଶୁଭାରମ୍ଭ କରାଯିବ। ଭିସିପିପିଇଆର (VCPPEIR) ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ, ପରିବହନ, ବାଣିଜ୍ୟ ଓ ନଗରୀୟ ଢାଞ୍ଚା ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ରାଜ୍ୟର ଅର୍ଥନୈତିକ ବିକାଶ, ନିବେଶ ଆକର୍ଷଣ ଓ ନୂଆ ରୋଜଗାର ସୃଷ୍ଟି ଦିଗରେ ଏହି ଅର୍ଥନୈତିକ କରିଡରକୁ ଏକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।

  • ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପରାଶର କ୍ଷେତ୍ର ପାରାଦ୍ୱୀପର ପବିତ୍ର ବେଳାଭୂମିରେ ଆସନ୍ତା ଦିନରେ ଭବ୍ୟ ଓ ଦିବ୍ୟ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ” ଆୟୋଜିତ ହେବାକୁ ଯାଉଛି। ନବଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଓ ଅଲୌକିକ ଲୀଳାକୁ ଉଦ୍‌ଘାଟିତ କରାଯିବ।

    ଏହି ମହୋତ୍ସବ ଅବସରରେ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ଶ୍ରୀବିଷ୍ଣୁ ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ଚରିତ୍ରାମୃତ ପାଠ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ, ଧାର୍ମିକ ବିଦ୍ୱାନ ଓ ଜଗନ୍ନାଥ ଭକ୍ତମାନେ ଏହି ମହୋତ୍ସବରେ ଯୋଗ ଦେବେ। ମହୋତ୍ସବ ସମୟରେ ପ୍ରତିଦିନ ଆନନ୍ଦ ବଜାରରେ ମହାପ୍ରସାଦ ମିଳିବା ସହ ପାରାଦ୍ୱୀପ ବେଳାଭୂମି ନବଦିନ ପାଇଁ ଶ୍ରୀକ୍ଷେତ୍ର ପୁରୀର ଅନୁଭୂତି ଦେବ ବୋଲି ଆୟୋଜକମାନେ କହିଛନ୍ତି।

    ଶ୍ରୀକ୍ଷେତ୍ରର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମେ ୨୭ ତାରିଖରୁ ଏହି ଦିବ୍ୟ ଓ ଭବ୍ୟ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବକୁ ନେଇ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ ଏକ ବୃହତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

  • ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ

    ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ

    ପାରାଦ୍ଵୀପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରିକ୍ଷଣ କରାଯିବ। ତେଣୁ ଏହି ଅଞ୍ଚଳର ଆଖପାଖରେ କୈାଣସି ମତ୍ସ୍ୟଜୀବୀ ମାଛ ମାରିବାକୁ ନଯିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ନେହେରୁବଙ୍ଗଳା ମାଛଧରା ଜେଟ୍ଟି , ଅଠରବାଙ୍କି ବାଲିପ୍ଲଟ, ନୂଆବଜାର, ଷଣ୍ଢକୁଦ ବସ୍ତି ଓ ଚ‌ଉମୁହାଣୀ ପ୍ରଭୃତି ବସ୍ତି ଅଞ୍ଚଳ ଓ ମାଛଧରା ସ୍ଥାନ ଗୁଡିକ ରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଚାନ୍ଦିପୁର ନିକଟ ସମୁଦ୍ର ଭିତରେ ମତ୍ସ୍ୟଜୀବୀ ନରହିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି।

  • ମକଡ୍ରିଲ ପାଇଁ ଜନସାଧାରଣଙ୍କୁ ସଚେତନତା

    ମକଡ୍ରିଲ ପାଇଁ ଜନସାଧାରଣଙ୍କୁ ସଚେତନତା

    ଯୁଦ୍ଧ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଆଜି ଅପରାହ୍ନ ୪ ଟାରେ ହେବ ମକଡ୍ରିଲ । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ କିଭଳି ସଚେତନ କରାଯିବ ଏବଂ ସେମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ପାରାଦ୍ବୀପରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରାଦ୍ଵୀପ ସର୍କିଟ ହାଉସରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ ପ୍ରତିନିଧିଙ୍କୁ ନେଇ ଆଲୋଚନା ହୋଇଛି । ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପରେ ରହିଛି ୧୫ ରୁ ଉର୍ଦ୍ଧ୍ୱ ଛୋଟ ବଡ କମ୍ପାନୀ । ଯଦି ଯୁଦ୍ଧ ହୁଏ ତେବେ କମ୍ପାନୀର ଅନେକ କ୍ଷତି ହେବ ତେବେ ବହୁ ଲୋକ ଏଥିରେ ପ୍ରଭାବିତ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅପରାହ୍ନ ୪ ଟା ବେଳେ ଷଣ୍ଢକୁଦ ବସ୍ତିରେ ମକ୍ ଡ୍ରିଲ ହେବ ଏଥିପାଇଁ ପ୍ରଥମେ ସାଇରନ ବାଜିବ ବୋଲି ଜିଲ୍ଲାପାଳ କହିଛନ୍ତି ।

    ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ଚନ୍ଦୀନ ପାଳରେ ଆଜି ଅପରାହ୍ନରେ ହେବାକୁ ଥିବା ମାକଡିଲ ପାଇଁ ଜନସାଧାରଣ ମାନଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଉଛି ଭଦ୍ରକ ଜିଲ୍ଲା ପ୍ରଶାସନ। ମକଡିଲ ସମୟରେ କେହି ଜନସାଧାରଣ ଭୟଭୀତ ହେବା ଆବଶ୍ୟକ ନାହିଁ। ପ୍ରଥମ ସାଇରନ ବାଜିବା ସମୟରେ ଲୋକମାନେ କଚ୍ଚା ଘର, ଆଜବେଷ୍ଟସ,ଟିଣ ଛପର ତଳେ ନରହରି ପକ୍କାଘର ଓ ଛାତ ଘରେ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

  • ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

    ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

    ପାରାଦ୍ଵୀପ ବନ୍ଦର ଲେଡିଜ କ୍ଲବ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ଶ୍ରୀ ସାଇ ହସ୍ପିଟାଲ ସହଯୋଗରେ ମାଗଣା ସ୍ବାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି। ପାରାଦ୍ଵୀପ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଚିକିତ୍ସା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିରରେ ମେଡିସିନ ବିଶେଷଜ୍ଞ, ଦନ୍ତ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇ ପାରାଦ୍ଵୀପ ର ବିଭିନ୍ନ ବସ୍ତି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିସହିତ ବ୍ଲଡ଼ ପ୍ରେସର ଓ ସୁଗାର ରୋଗର ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ଲେଡିଜ କ୍ଲବର ସମ୍ପାଦିକା ଦୀପିକା ବସନ୍ତିଆ ପରିଚାଳନା କରିଥିଲେ।

  • ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ | ପାରାଦୀପ ଇଫକୋ ଛକରେ ଦୃର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ଗାଡ଼ିରୁ ଓହ୍ଲାଇ କାମ କରିବା ପାଇଁ ଯାଉଥିବା ବେଳେ ଚଢ଼ିଗଲା ହାଇୱା । ମୃତ ଯୁବକ ଜଣଙ୍କ ହେଲେ ଭୁତୁମୁଣ୍ଡାଇ ଗ୍ରାମର ପ୍ରଫୁଲ୍ଲ ବାରିକ| ପ୍ରଫୁଲ୍ଲ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି | ଆଜି ସକାଳୁ ଇଫକୋ କମ୍ପାନୀ ଢଳେଇ କାମ ପାଇଁ ଲାଗି ଘରୁ ବାହାରି ଆସୁଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ | ପଡିଯିବା ପରେ ଗାଡ଼ିର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା |

    ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରିଛନ୍ତି । ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ଇଫକୋ କମ୍ପାନୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।