Tag: #ODISHAFESTIVAL

  • ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

    ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

    ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଏବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗୁଛି। ପାଞ୍ଜି ଅନୁଯାୟୀ ଅପରାହ୍ଣ ୩ଟା ୨୦ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣର ୯ ଘଣ୍ଟା ପୂର୍ବରୁ, ଅର୍ଥାତ ସକାଳ ୬ଟା ୨୦ ମିନିଟ୍‌ରୁ ପାକ ତ୍ୟାଗ (ହାଣ୍ଡିଛାଡ଼) ଆରମ୍ଭ ହୋଇଛି।

    ସନ୍ଧ୍ୟା ୬ଟା ୪୭ ମିନିଟ୍‌ରେ ସର୍ବମୋକ୍ଷ ହେବ। ସୂର୍ଯ୍ୟୋଦୟରୁ ଗ୍ରହଣ ଶେଷ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ କରାଯାଇଛି। ପାଞ୍ଜିରେ ଏହି ସମୟରେ ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରହଣ ସମୟରେ ଖାଦ୍ୟ ରନ୍ଧା ନକରିବା, ପାକା ଖାଦ୍ୟ ଖାଇବା ନିଷେଧ ମନାଯାଏ। ବୃଦ୍ଧ, ରୋଗୀ ଓ ଶିଶୁମାନଙ୍କ ପାଇଁ କିଛି ଛାଡ଼ ରହିଥାଏ।

    ଦୋଳପୂର୍ଣ୍ଣିମା ଦିନ ରାଧା-କୃଷ୍ଣଙ୍କ ଦୋଳଯାତ୍ରା, ଅବୀର ଖେଳ, ଭଜନ-କୀର୍ତ୍ତନ ଓ ପୂଜାରେ ପରିବେଶ ଭକ୍ତିମୟ ହୋଇଯାଏ। ଏହି ଦିନ ଗ୍ରହଣ ଲାଗିଥିବାରୁ ଉତ୍ସବରେ କିଛି ପରିବର୍ତ୍ତନ ହୋଇପାରେ। ଧାର୍ମିକ ଆସ୍ଥା ଅନୁଯାୟୀ ଗ୍ରହଣ ସମୟରେ ଜପ, ତପ ଓ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଗ୍ରହଣ ଶେଷରେ ସ୍ନାନ କରି ପୂଜା ଓ ଦାନ କରିବା ପାଇଁ ମଧ୍ୟ ପାଞ୍ଜିରେ ଉଲ୍ଲେଖ ରହିଛି।

  • ପାରାଦ୍ୱୀପରେ ଆରମ୍ଭ ହେଲା ୭ ଦିନିଆ ପାରାଦ୍ୱୀପ ମହୋତ୍ସବ

    ପାରାଦ୍ୱୀପରେ ଆରମ୍ଭ ହେଲା ୭ ଦିନିଆ ପାରାଦ୍ୱୀପ ମହୋତ୍ସବ

    ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ପାରାଦ୍ୱୀପର ଜୟଦେବ ସଦନ ପଡ଼ିଆରେ ଉଦଘାଟିତ ହୋଇଛି ପାରାଦ୍ୱୀପ ମହୋତ୍ସବ। ଦୀର୍ଘ ୭ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ଉତ୍ସବ ଉତ୍ସାହ ଓ ଉଲ୍ଲାସରେ ପରିପୂର୍ଣ୍ଣ ଥିଲା।

    ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହାରାନାଦ ଉପସ୍ଥିତ ରହି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଦର୍ଶନ, ରାଷ୍ଟ୍ରନିର୍ମାଣରେ ତାଙ୍କ ଅବଦାନ ଓ ପ୍ରଧାନମନ୍ତ୍ରୀତ୍ୱ କାଳରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

    ଏହି ଅବସରରେ ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ସହ ବିଭିନ୍ନ ଓ୍ୱାର୍ଡର ପାରିଷଦମାନେ ଉପସ୍ଥିତ ରହିଥିଲେ।

    ଆସନ୍ତା ୭ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ବହୁ ବୁଦ୍ଧିଜୀବୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି। ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବ୍ୟବସାୟୀମାନେ ଘରକରଣା ସାମଗ୍ରୀ ଓ ମନୋରଞ୍ଜନ ସାମଗ୍ରୀର ଷ୍ଟଲ୍ ଖୋଲିଛନ୍ତି।

    ଶୀତୁଆ ସନ୍ଧ୍ୟାରେ ପାରାଦ୍ୱୀପବାସୀ ଚଟପଟି ଖାଦ୍ୟର ସ୍ୱାଦ, ଘରକରଣା ସାମଗ୍ରୀର କିଣାକିଣି ଓ ରଙ୍ଗିନ ଆଲୋକରେ ମଞ୍ଚସ୍ଥ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବା ପାଇଁ ମହୋତ୍ସବ ପଡ଼ିଆକୁ ଭିଡ଼ କରୁଥିବା ଦେଖିବାକୁ ମିଳିଛି। ପରିବାର ସହିତ ଶିଶୁ, ଯୁବ ଓ ବୃଦ୍ଧମାନେ ମହୋତ୍ସବର ମନୋରଞ୍ଜନାତ୍ମକ ପରିବେଶରେ ଖୁସି ମନାଉଥିବା ଦୃଶ୍ୟ ପାରାଦ୍ୱୀପକୁ ଏକ ଉତ୍ସବମୟ ରୂପ ଦେଇଛି।

  • ସରିଲା ଖୁଦୁରୁକୁଣୀ ଓଷା…

    ସରିଲା ଖୁଦୁରୁକୁଣୀ ଓଷା…

    ଭାଦ୍ରବ ମାସର ପ୍ରତି ରବିବାରରେ ପାଳନ କରାଯାଇଥାଏ ଖୁଦୁରୁକୁଣୀଓଷା। ଏହି ଦିନ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ ପୁରପଲ୍ଲୀ। କୁମାରୀମାନେ ଖୁଦୁରୁକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ। ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଖୁଦୁରୁକୁଣୀ ଓଷା ନେଇ କିମ୍ବଦନ୍ତୀ କ’ଣ କୁହେ।

    ଖୁଦରକୁଣୀ ଓଷା ନେଇ କିମ୍ବଦନ୍ତୀ କ’ଣ କୁହେ–
    କିମ୍ବଦନ୍ତୀ ଅନୁସାରେ, ୭ ଭାଇର ଗୋଟିଏ ଭଉଣୀ ଥିଲେ ତଅପୋଇ। ବାପା ମା’ ମରିଯିବା ବହୁତ ଗେଲ ବସରରେ ସାନ ଭଉଣୀ ତଅପୋଇକୁ ବଢାଥିଲେ ଭାଇମାନେ। ସାତଭାଇର ସାତ ଭାଉଜ ମଧ୍ୟ ତଅପୋଇକୁ ବହୁତ ଭଲ ପାଉଥିଲେ। ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ। ଦିନେ ତଅପୋଇଙ୍କ ୭ ଭାଇ ବଣିଜ କରିବାକୁ ବିଦେଶକୁ ବାହାରିଥିଲେ। ସାତ ଭାଉଜଙ୍କ ପାଖରେ ଗେହ୍ଲା ଭଉଣୀ ତଅପୋଇକୁ ଛାଡ଼ି ଯାଇଥିଲେ। ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ। ହେଲେ ତାହା ଥିଲା କିଛି ଦିନ ପାଇଁ ।


    ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ। ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା। ଭାଉଜମାନେ ରାଣ୍ଡି ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ। ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ। ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା। ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ। ୬ ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା। ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ। ସ୍ନେହ ଆଦର କରୁଥିଲା।


    ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମଙ୍ଗଳା ମା’ଙ୍କ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲେ । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ। ତଅପୋଇ ଡାକ ଶୁଣି ମା’ ମଙ୍ଗଳାଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ ।