Tag: #Odisha

  • ‘ଆମ ଓଡିଶା ନଵୀନ ଓଡିଶା’ କାର୍ଯ୍ୟକ୍ରମ

    ‘ଆମ ଓଡିଶା ନଵୀନ ଓଡିଶା’ କାର୍ଯ୍ୟକ୍ରମ

    ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ଆମ ଓଡିଶା ନଵୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଶାର ଦ୍ବିତୀୟ ଜିଲ୍ଲା ଭାବରେ ଭଦ୍ରକରେଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରର ଗାନ୍ଧୀ ପଡିଆରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ସଦର ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏପରିକି ବାବା ଆଖଣ୍ଡଳମଣୀ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ୫ଟି ସଚିବ ନିଜ ବିବୃତିରେ କହିଥିଲେ। ତୁରନ୍ତ ପଞ୍ଚାୟତର ସମସ୍ତ ସମସ୍ୟା ଦୂର ହେବ ବୋଲି ମତ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ସମସ୍ତ ସମିତି ସଭ୍ୟ, ଜନ ପ୍ରତିନିଧି, ଵ୍ଲକର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏତଦ ଵ୍ୟତୀତ ୩୦ଗୋଟିଏ ଓ୍ବାର୍ଡ ଓ ୩୬ ଗୋଟିଏ ପଞ୍ଚାୟତ ଵାସିନ୍ଦା ମାନେ ମଧ୍ୟ ଉପସ୍ଥିତ ଥିଲେ।

  • ଓଡିଶା ବିକାଶରେ ବିଜେଡି ସାଜିଛି ବଡ ବାଧକ: ବିଜେପି

    ଓଡିଶା ବିକାଶରେ ବିଜେଡି ସାଜିଛି ବଡ ବାଧକ: ବିଜେପି

    ଅପାର ସମ୍ଭାବନା ଥିବା ଓଡିଶାରେ ଆଜି ବିକାଶ ବାଧାପ୍ରାପ୍ତ ହୋଇଛି । ଶିଳ୍ପ, କୃଷି, ଜଳସେଚନ କେଉଁଥିରେ ବି ବିକାଶ ହେଉନାହିଁ । ସ୍ୱାସ୍ଥ୍ୟ, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ପାଖାପାଖି ୧.୫ କୋଟି ଓଡିଆ ଆଜି ଅନ୍ୟତ୍ର ଦାଦନ ଖଟିବାକୁ ଯାଇଛନ୍ତି । ଦାଦନମାନଙ୍କ ପାଇଁ ଓଡିଶାରେ କଡା ଆଇନ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ଏବଂ ଦାଦନ ଶ୍ରମିକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । କରୋନା ସଂକଟ ସମୟରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କ ତଥ୍ୟ ଜାଣିଶୁଣି ରଖିଲେ ନାହିଁ ସରକାର । ୨୫ଲକ୍ଷ ଗଣତି ପରେ ତାଲିକା ପ୍ରସ୍ତୁତ ବନ୍ଦ ହୋଇଗଲା । ସାରା ରାଜ୍ୟରେ ଏହି ସମସ୍ୟା ଉତ୍କଟ ହୋଇପଡିଥିବାବେଳେ ବିଶେଷ ଭାବେ ବଲାଙ୍ଗୀର, ନୂଆପଡା, କଳାହ।।ଣ୍ଡି ଜିଲ୍ଲାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବାହାର ରାଜ୍ୟର ଦଲାଲ୍‌ମାନେ କଂଟାବାଞ୍ଜି, ଟିଟିଲାଗଡ, ବଲାଙ୍ଗୀର, ଭବାନୀପାଟଣା ଆଦି ଅଂଚଳରେ ମାସ ମାସ ଧରି ହୋଟେଲରେ ରହି ବେଆଇନ ଭାବେ ଦାଦନ ର‌୍ୟାକେଟକୁ ବାସ୍ତବ ରୂପ ଦେଉଛନ୍ତି । ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।


    ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବଲାଙ୍ଗୀରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ର ବିପଦରେ ପଡିଥିବାବେଳେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍‌ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ କରି ରଖାଯାଉଛି । ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ । ଗୃହବନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସିକ୍ୟୁରିଟି ଗାର୍ଡ ତାଗିଦ୍ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଓଡିଶାରେ ଏକ ରାଜନୈତିକ ସରକାର ସ୍ଥାପନ କରବାକୁ ଚାହୁଁଛି ବିଜେପି । ସେହି ପରିବର୍ତନର ଦାୟିତ୍ୱ ଏଥର ସାଧାରଣ ଲୋକେ ନେବେ ବୋଲି ଶ୍ରୀ ସାମଲ କହିଛନ୍ତି ।


    ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ଭବ ହୋଇଛି । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀଭାବରେ ଗର୍ବ ଅନୁଭବ କରୁଛେ । ମୋଦିଜୀ ୭୫ଲକ୍ଷ ଭଉଣୀ, ମାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ନିଷ୍ପତି ନେଇଛନ୍ତି । ଦେଶର ୧୦କୋଟି ୭୫ଲକ୍ଷ ଭଉଣୀମାନେ ବିନା ମୂଲ୍ୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ୫୩ ଲକ୍ଷ ହିତାଧିକାରୀ ଅଛନ୍ତି । କରୋନା ମହାମାରୀ ସଂକଟ ସମୟରେ ଦେଶରେ ୮୦କୋଟି ଲୋକ ଓ ଓଡିଶାରେ ୩କୋଟି ୨୫ଲକ୍ଷ ଲୋକଙ୍କୁ ୨୮ମାସ ଧରି ମାଗଣା ରାସନ ପ୍ରଦାନ କରିଛନ୍ତି ମୋଦିଜୀ । ମୋଦିଜୀଙ୍କ ପାଇଁ ଭାରତରେ ୫୨କୋଟି ବ୍ୟାଙ୍କ ଆକାଉଂଟ ଖୋଲିବାରେ ମହିଳାମାନେ ସକ୍ଷମ ହୋଇଛନ୍ତି । ପୂର୍ବଦ୍ୟୋୟର ବିକାଶକୁ ଗୁରୁତ୍ୱ ଦେଉଥିବା ମୋଦି ସରକାର ଗତ ୯ବର୍ଷ ଧରି ପୂର୍ବାଂଚଳ ଓ ବିଶେଷ ଭାବେ ଓଡିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାର ବିକାଶ, ଗରୀବ କଲ୍ୟାଣ ଏବଂ ଜଳସେଚନ, ପର୍ଯ୍ୟଟନ ବିକାଶ, ଜାତୀୟ ରାଜପଥର ଓ ରେଳପଥ ଉନ୍ନତୀକରଣ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କ୍ରିୟାନ୍ୱୟନ ପାଇଁ ଓଡ଼ିଶାକୁ ଦେଇଛନ୍ତି । ମୋଦିଜୀଙ୍କ ଐତିହାସିକ ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ବଲାଙ୍ଗୀର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବଲାଙ୍ଗୀର ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ସରକାର ସେହି ଟଙ୍କାରେ କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି । ବିନା ପିସିରେ କୈାଣସି କାର୍ଯ୍ୟ ହେଉନାହିଁ । ‘୫-ଟି ଦୁର୍ନୀତିର ଗନ୍ତାଘର ସାଜିଛି’ । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ଦୁର୍ନୀତି, ଭ୍ରଷ୍ଟାଚାର ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି । ଓଡିଶା ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।


    ରାଜ୍ୟରେ ଏକ ମହିଳା, ଯୁବ, ସୈନିକ, ଛାତ୍ର, କୃଷକ, ଶିଳ୍ପ ବିରୋଧୀ ଶାସନ ଚାଲିଛି । ଛାତ୍ରମାନଙ୍କୁ ଭୟ କରୁଥିବା ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ଭୟ କରୁଛି । ୨୩ ବର୍ଷ ଶାସନରେ ଗୋଟିଏ ଇଂଚ ଜମିକୁ ଜଳସେଚିତ କରିପାରିଲେ ନାହିଁ ଶାସକ ବିଜେଡି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ଅନେକ କୃଷକକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିଛନ୍ତି । ଧାନର ଏମ୍‌ଏସ୍‌ପି କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । ପିଏମକିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି ମୋଦି ସରକାର । ମାତ୍ର ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କୁ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର । ଏପରିକି କଟନୀ ଛଟନୀ, ଅବ୍ୟବସ୍ଥିତ ଧାନ ମଣ୍ଡି, ଅଭାବୀ ବିକ୍ରୀର ଶିକାର ହୋଇ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।


    ଓଡ଼ିଶାରେ ନିର୍ବାଚିତ ସରକାର ଅଛି ବୋଲି ଲୋକେ ଅନୁଭବ କରୁନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ କରାଯିବ । ବିଶେଷ ଭାବେ ଶିକ୍ଷକ, ଡାକ୍ତର ଅଭାବକୁ ଦୁର କରାଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।


    ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳଜୀ ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
    ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ସ୍ୱାଗତ କରାଯିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଥିଲେ । ଏହା ପରେ ଶ୍ରୀ ସାମଲ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସମୀକ୍ଷା କରିଥିଲେ ।

  • ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ଶରତ ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶରତ ମିଶ୍ରଙ୍କ ମୃତ୍ୟୁ ହୋଇଛି ।

    ୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ IPS ଅଫିସର ଥିଲେ ଶରତ ମିଶ୍ର।ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଶରତ ମିଶ୍ର । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ଦୀର୍ଘ ଦିନ ଧରି Raw ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଶେଷ ଦର୍ଶନ କରିଛନ୍ତି

  • ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ପ୍ରଶାସନିକ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ। ପ୍ରଥମ ନିର୍ବାଚନରେ ମଧ୍ୟ ବିଜୟୀ ହେଲେ। ଲୋକଙ୍କ ଭରସା ସହ ବିରୋଧୀଙ୍କ ସମ୍ମାନ ତ ପାଇଲେ ହେଲେ ଦଳୀୟ କର୍ମୀଙ୍କ ଦ୍ବାରା ହୋଇପାରିଲେ ନାହିଁ ଗ୍ରହଣୀୟ। ଦଳରେ କଣଠେଁସ ହୋଇ ରହିଯାଇଛନ୍ତି। ତଥାପି ହରାଇ ନାହାନ୍ତି ଧୈର୍ଯ୍ୟ କି ସାହସ। ଏକଲା ଚଲୋ ନୀତିରେ ଲୋକଙ୍କ ସହ ମିଶୁଛନ୍ତି। ସେମାନଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି ଓ ଯଥା ସମ୍ଭବ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି, ଲୋକେ ସ୍ବତପ୍ରବୃତ୍ତ ଭାବେ ତାଙ୍କୁ ଭେଟିବାକୁ ଧାଉଁଛନ୍ତି। ବିଭିନ୍ନ ଜିଲ୍ଲାରେ ତାଙ୍କ ପାଇଁ ହେଉଥିବା ଜନସମାଗମ ଦେଖି ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବୋଲି ଲୋକେ ଚର୍ଚ୍ଚା କରୁଥିଲେ।

    ଆଉ ସବୁ ଚର୍ଚ୍ଚା ଏବେ ଚର୍ଚ୍ଚାରେ ରହିଯିବ ବୋଲି ନୂଆ ଚର୍ଚ୍ଚା ହେଲାଣି। ଏତେ ସବୁ କହିବା ପରେ ଆପଣମାନେ ନିଶ୍ଚିତ ଜାଣିସାରିଥିବେ ଆମେ କାହା ବିଷୟରେ କହୁଛୁ। ହଁ ଭୁବନେଶ୍ବର ସାଂସଦ ତଥା ଡେୟାରିଂ ଲେଡି ଅପରାଜିତା ଷଡଙ୍ଗୀ। ରାଜ୍ୟ ଦଳୀୟ କର୍ମୀଙ୍କ ସହ ତାଙ୍କର ଯତିପାତ ପଡେନି। ରାଜ୍ୟ ବିଜେପିର ସବୁ ବଡ ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକେ କୁହନ୍ତି। ତେଣୁ ରାଜ୍ୟ ବିଜେପି ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକେନି କି ସେ କୌଣସି କାର୍ଯ୍ୟକ୍ରମର ଆୟୋଜନ କଲେ ସେଠିକୁ ଦଳୀୟ କର୍ମୀ ଯାଆନ୍ତିନି। ୪ ବର୍ଷ ଧରି ସେ ଏକାକୀ ଜନସମର୍ଥନ ଜୁଟାଇଚାଲିଛନ୍ତି ନିଜ ପାଇଁ ତଥା ରାଜ୍ୟ ବିଜେପି ପାଇଁ।

    ତାଙ୍କ ବ୍ୟକ୍ତିତ୍ବ, ଦକ୍ଷତା, କାର୍ଯ୍ୟ ପାଇଁ ଲୋକେ ମଧ୍ୟ ତାଙ୍କୁ ଆଦର କରୁଛନ୍ତି। ଅନେକ କହୁଛନ୍ତି ଅପରାଜିତା ହିଁ ହେବେ ୫ ପାଳିର ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକଳ୍ପ। ହେଲେ ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବା ଘୋଷଣା କରିବା ପରେ ଏହି ଚର୍ଚ୍ଚାରେ ଭଟ୍ଟା ପଡିଗଲାଣି ଯେମିତି। ଏବେ ଜନରବ ଶୁଣିବାକୁ ମିଳୁଛି କି, ମାଡମ ଅପରାଜିତାଙ୍କ ପଥରେ କଣ୍ଟା ହୋଇ ଉଭା ହୋଇଛନ୍ତି ଧର୍ମେନ୍ଦ୍ର ସାର। ଅପରାଜିତାଙ୍କ ଜନପ୍ରିୟତାକୁ ଦେଖି କାଳେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଦେବ ସେଥିପାଇଁ ୧୫ ବର୍ଷର ପରାଜୟକୁ ପାସୋରି ଓଡିଶାରୁ ଲଢିବାକୁ ଚାହୁଁଛନ୍ତି। ହାରିଲେ ବି ପରବାୟ ନାହିଁ। ଅନ୍ୟ କୌଣସି ରାଜ୍ୟରୁ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ସଂସଦକୁ ନେବା ବ୍ୟବସ୍ଥା କରିବେ। କେନ୍ଦ୍ରୀୟ ନେତୃତ୍ବଙ୍କ ସୁନା ପୁଅ ତ ସେ।

    ତାଙ୍କ ମୁଣ୍ଡରେ ରହିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଭୟ ହାତ। ହେଲେ ବର୍ତ୍ତମାନ ମାଡମଙ୍କ ପ୍ରତି ଥିବା ଜନସମର୍ଥନକୁ ଦେଖି, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ହୁଏତ ଜିତି ଯାଇ ପାରନ୍ତି। ଏପରି ହେଲେ ତ କଥା ସରିଲା। ଧର୍ମେନ୍ଦ୍ରଙ୍କର ଦୀର୍ଘ ବର୍ଷରୁ ନବୀନଙ୍କ ସ୍ଥାନ ନେବାକୁ ଯେଉଁ ସ୍ବପ୍ନ ଅଛି ସେ ସବୁ ସ୍ବପ୍ନରେ ହିଁ ରହିଯିବ କାଳେ ବୋଲି କିଛି ଲୋକଙ୍କ ଭିତରେ ଚର୍ଚ୍ଚା। ଖାଲି ଅପରାଜିତାଙ୍କ ପତ୍ତା କାଟିବାକୁ ଏମନ୍ତ କାର୍ଯ୍ୟ। ଆହୁରି ଶୁଣିବାକୁ ମିଳୁଛି, ମୁକୁ ଭାଇଙ୍କର ଶଙ୍ଖ ମୁଖିଆଙ୍କ ସହ ରହିଛି ଭିତିରି ସମ୍ପର୍କ। ଉପରେ ସରକାରକୁ ଆକ୍ରମଣ କରୁଥିଲେ ମଧ୍ୟ ଭିତରେ ନବୀନଙ୍କ ବଡ ଫ୍ୟାନ। ଅପରାଜିତା ମୁଖ୍ୟମନ୍ତ୍ରୀ ଭାବେ ନ ଜିତିଲେ ବି ଶଙ୍ଖଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି।

    ସେମିତି ବି ରାଜ୍ୟରେ ବିଜେଡି ଓ ବିଜେଡି ମୁଖିଆଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଲାଣି। ବିଭିନ୍ନ ସ୍ଥାନରେ ଦଳରେ ଦେଖାଦେଲାଣି ଅନ୍ତର୍କନ୍ଦଳ। ଗୋଟିଏ ସ୍ଥାନରୁ ଶଙ୍ଖ ଦଳରେ ବହୁ ଆଶାୟୀ। ଯିଏ ଟିକେଟରୁ ବାଦ ପଡିବ ସେ ଗୃହଭେଦୀ ବିଭୀଷଣ ନ ହେଲେ ବି ଭୋଟ ଡାଇଭର୍ଟରେ ନ ଲାଗିବ ଏକଥାକୁ କିଏ ଏଡାଇବ । ଆଗାମୀ ନିର୍ବାଚନରେ କଣ ହେବ ତାକୁ ନେଇ ନିଜେ ଦଳ ମୁଖିଆ ମଧ୍ୟ ସନ୍ଦିହାନ। ଏପରି ସ୍ଥିତିରେ ଅପରାଜିତା ପ୍ରାର୍ଥୀ ହେଲେ ବିଜେଡି ହୋଇଯିବ ଘାଇଲା।

    ସେଥିପାଇଁ ମୁକୁ ଭାଇଙ୍କ ଏଣ୍ଟ୍ରୀ ଏକ ସିକ୍ରେଟ ଷ୍ଟ୍ରାଟେଜି ବୋଲି ଲୋକେ କୁହାକୁହି ହେଉଛନ୍ତି। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ଅଛି କିଏ ଜାଣେ? ହେଲେ ଯଦି ଏହି ଚର୍ଚ୍ଚା ସତ ହୋଇଥାଏ ଅପରାଜିତା କରିବେ କଣ?

  • ସୁଲତାଙ୍କୁ ପଦଚ୍ୟୁତ କରିବା ପରେ ବିଜେଡିର ମହିଳା ସଶକ୍ତିକରଣ ଉପରେ ଉଠିଲା ପ୍ରଶ୍ନ

    ସୁଲତାଙ୍କୁ ପଦଚ୍ୟୁତ କରିବା ପରେ ବିଜେଡିର ମହିଳା ସଶକ୍ତିକରଣ ଉପରେ ଉଠିଲା ପ୍ରଶ୍ନ

    ମହିଳା ସଶକ୍ତିକରଣ ଓ ନାରୀ ପ୍ରଗତିର ନାରା ଦେଇ ରାଜ୍ୟରେ ନବୀନ ପଟ୍ଟନାୟକ ଲଗାତର ପାଞ୍ଚ ପାଞ୍ଚ ଥର ଶାସନ ଗାଦିକୁ ଆସିଛନ୍ତି। ନିକଟରେ ରାଜ୍ୟ ବିଧାନସଭା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କୁ ଚୟନ କରି ସରକାର ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା କହି ପିଠି ଥାପୁଡାଉଛନ୍ତି। କିନ୍ତୁ ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ସୁଲତା ଦେଓଙ୍କୁ ବିଦା କରିବା ପରେ ବିଜେଡି ନାରୀ ବିରୋଧୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ଏହି ପଦକ୍ଷେପକୁ ଲୋକେ ନିକଟରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସହ ଯୋଡିଛନ୍ତି। ପଦଯାତ୍ରା କାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ସୁଲତା ବିଜେଡି ଉତ୍ତରୀୟ ପକାଇବାକୁ ନେଇ ନବୀନ ଓ ତୃତୀୟ ମହଲା ଖପ୍ପା ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେହି ଦାୟିତ୍ବ ଦିଆଯାଇଛି ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି, ସେଦିନ ନବୀନ ବସିଥିବା ମଞ୍ଚ ଉପରକୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରଥମେ ଆସି ଶଙ୍ଖ ବ୍ୟାଚ ପିନ୍ଧାଇବାକୁ ଚାହିଁ ଥିଲେ। କିନ୍ତୁ ନବୀନ ଏହାକୁ ବାରଣ କରିବା ସହ ବିରକ୍ତି ପ୍ରକାଶ କରିଥିଲେ। ହେଲେ ତାଙ୍କ ବିରକ୍ତିକୁ ବେଖାତିର କରି ଶ୍ରୀମୟୀ ନିଜ କାମ ଜାରି ରଖିଥିଲେ। ଏହା ପରେ ସୁଲତା ନିଜକୁ ଯେମିତି ସମ୍ଭାଳି ପାରି ନ ଥିଲେ। ହାତରେ ଶଙ୍ଖ ଉତ୍ତରୀୟ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଏଥିସହ ଉତ୍ତରୀୟ ନବୀନଙ୍କ ବେକରେ ପକାଇସାରି ସଗର୍ବରେ ଫଟୋ ପୋଜ ଦେଇଥିଲେ। ହେଲେ ସେତେବେଳକୁ ମୁଖ୍ୟମନ୍ତ୍ରୀଙ୍କ ମୁହଁର ଭାବରେ ଆସିଥିଲା ବ୍ୟାପକ ପରିବର୍ତ୍ତନ। ମୁହଁ ବିକୃତ କରିବା ସହ ଅଙ୍ଗରକ୍ଷୀଙ୍କୁ ସେସବୁ ବାହାର କରିବାକୁ ଠାରିଥିଲେ। ସେମାନେ ନିର୍ଦ୍ଦେଶ ପାଳନ କରିବା ପୂର୍ବରୁ ହିଁ ବିରକ୍ତିର ସହ ଉତ୍ତରୀୟକୁ ଟାଣି ଓଟାରି ବାହାର କରିଦେଲେ ବିଜେଡି ସୁପ୍ରିମୋ। ସବୁ କିଛି ଥିଲା ଅନ କ୍ୟାମେରା। ଆଉ ରାଜ୍ୟ ବ୍ୟାପୀ ଦେଖିଥିଲେ ଶଙ୍ଖପତିଙ୍କ ବ୍ୟବହାର ଓ ଦୁଇ ନେତ୍ରୀଙ୍କ ଆସ୍ପର୍ଦ୍ଧା । ଆହୁରି ଶୁଣିବାକୁ ମିଳିଛି କି, ୩ ତାରିଖରେ ଉଭୟଙ୍କୁ ଫୋନରେ ଅଧିକାରୀଙ୍କ ପକ୍ଷରୁ କରାଯାଇଥିଲା ବହେ ଟ୍ୟୁସନ। ଏଥିରେ ମନ ଭରିଲାନି ବୋଧେ ସଙ୍ଗେ ସଙ୍ଗେ ବିଜେଡି ରାଜ୍ୟ ସଭା ମୁଖ୍ୟ ସଚେତକ ପଦରୁ ସୁଲତାଙ୍କୁ କରାଗଲା ବିଦା। ତେବେ ଏପରି ପଦକ୍ଷେପକୁ ନେଇ ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିରୋଧୀଦଳିଆ ଏକ ପ୍ରତିକୂଳ ମାହୋଲ ସୃଷ୍ଟିକରିବାରେ ଲାଗିଛନ୍ତି। ମହିଳା ସଶକ୍ତିକରଣର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳ ଜଣେ ମହିଳା ପ୍ରତି ସାମାନ୍ୟତମ ବ୍ୟତିକ୍ରମରେ ପ୍ରତିଶୋଧପରାୟଣ ହୋଇପାରୁଛି ତାକୁ ଚାଲିଛି ଟିକ୍କା ଟିପ୍ଣୀ। ଏହି ଘଟଣା ସହ ମୟୂରଭଞ୍ଜର ଆଦିବାସୀ ମହିଳା ତଥା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଯୋଡୁଛନ୍ତି।

  • ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ: ମୁଖ୍ୟମନ୍ତ୍ରୀ

    ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ: ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବାପରେ ୫ଟି ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

    ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

    ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ -୨୦୨୩ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ମହା ଆଡମ୍ବରରେ ପାଳନ କରାଯିବ । ଏନେଇ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ପାରାଦୀପ ଅଫିସର୍ସ କ୍ଳବରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ବୈଠକରେ ଜିଲ୍ଲପାଳଙ୍କ ସହିତ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନାଙ୍କ ସହିତ ପ୍ରଶାସନିକ ଅଧିକାରୀ ଓ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

    ଚଳିତ ବର୍ଷର ବାଲିଯାତ୍ରା ମହୋତ୍ସବ କୁ କିଭଳି ସୁଚାରୁରୂପେ ସମ୍ପାଦନ କରାଯିବ ଏ ନେଇ ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ l ସାତଦିନ ଧରି ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ କିପରି ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ପ୍ରଦାନ କରାଯିବ, ପାରାଦୀପ ର ପ୍ରମୁଖ ସମସ୍ୟା ପାଲଟିଥିବା ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାକୁ କିପରି ବାଲିଯାତ୍ରା ପୂର୍ବରୁ ଏହାର ମରାମତି କରାଯିବ ଏ ନେଇ କମିଟି ର ସଦସ୍ୟ ମାନେ ଭିନ୍ନ ଭିନ୍ନ ମତ ରଖିଥିଲେ l

    କମିଟି ସଦସ୍ୟ ମାନଙ୍କ ମତକୁ ଜିଲ୍ଲପାଳ ଗ୍ରହଣ କରିବା ସହିତ ଏ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ସରସ ସୁନ୍ଦର କରାଯିବା ନେଇ ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ବାଲିଯାତ୍ରା କମିଟି ତରଫରୁ ପ୍ରୟାସ କରାଯିବା ନେଇ ଜିଲ୍ଲପାଳ ସୂଚନା ଦେଇଥିଲେ l

  • ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

    ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

    ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଦିଆଯାଇଛି। ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲ ସୂଚନା ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
    ସୂଚନାଯୋଗ୍ୟ, ଡ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ଏହା ପରେ ସେ କଟକସ୍ଥିତ ତତ୍‌କାଳୀନ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲ୍‌ବି ଓ ଏଲଏଲଏମ୍‌ ପାଠ ପଢ଼ିଥିଲେ। ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ୧୯୮୫ରେ ସେ ବାର୍‌ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ।

  • ସ୍ବାଭାବିକ ଭାବେ ଚାଲିପାରୁନି ମୌସମୀ ଅଧିବେଶନ

    ସ୍ବାଭାବିକ ଭାବେ ଚାଲିପାରୁନି ମୌସମୀ ଅଧିବେଶନ

    ଆଜି ବି ସ୍ବାଭାବିକ ହୋଇପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିଥିଲେ। ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଏହାଫଳରେ ଦିନ୧୨ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଣେ ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି।

    ସୂଚନାଯୋଗ୍ୟ, ବିଧାନସଭା ଗତକାଲି ହୁଲସ୍ତୁଲ ହୋଇଥିଲା। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁ ନଥିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ। ଦିନତମାମ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହର ପରିସ୍ଥିତି ସ୍ବାଭାବିକ ହୋଇପାରିନଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନକୁ ଦେଖାଇବା ସହ କାହିଁକି ତାହାକୁ ତାଲିକାଭୁକ୍ତ କରାଗଲା ନାହିଁ ବୋଲି ପଚାରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖି ଏକ ପ୍ରଶ୍ନର ଉତ୍ତର ରଖିବାକୁ ଅର୍ଥ ମନ୍ତ୍ରୀଙ୍କୁ ଡାକିଥିଲେ। ବିଜେପି ସଭ୍ୟମାନେ ଆରମ୍ଭ କରିଦେଇଥିଲେ ନାରାବାଜି… ‘ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କର’, ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼, ମୁଖ୍ୟମନ୍ତ୍ରୀ ତୁମେ ଜବାବ ଦିଅ’। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କେନ୍ଦ୍ରୀୟ ଅବହେଳା ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟମାନଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଇଥିଲେ। ଫଳରେ ଗୃହର ପରିବେଶ ଅଶାନ୍ତ ହୋଇପଡ଼ିଥିଲା। ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ। କିନ୍ତୁ ବିଜେପି ସଭ୍ୟମାନେ ହୋହଲ୍ଲା କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ।

    ମୁଖ୍ୟମନ୍ତ୍ରୀ କହିସାରିଲା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିବା ପାଇଁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଶ୍ରୀ ମିଶ୍ର କହିବା ଆରମ୍ଭ କଲା ବେଳେ ଶାସକ ଦଳ ସଭ୍ୟମାନେ ଠିଆ ହୋଇ ହୋହଲ୍ଲା କଲେ। ତାହାରି ଭିତରେ ଶ୍ରୀ ମିଶ୍ର କହିଥିଲେ, ଜଣେ ସଚିବ ସରକାରୀ ପଇସାରେ ଜିଲ୍ଲା ଗସ୍ତ କରୁଛନ୍ତି। ସେହି ଗସ୍ତ ଖର୍ଚ୍ଚ ସମ୍ପର୍କରେ ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି। କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନି। କାହିଁକି ଉତ୍ତର ଦିଆଯିବନି, ତାହା ବି ବିଧାୟକଙ୍କୁ ଜଣାଯାଉ ନାହିଁ। ତେବେ ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ସରି ନଥିଲା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଯିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଣତନ୍ତ୍ର ନାହିଁ। ବିଧି ବ୍ୟବସ୍ଥାରେ ଗୃହ ପରିଚାଳିତ ହେଉ ନାହିଁ। ଗୃହରେ ଅଚଳାବସ୍ଥା ଚାଲିଥିଲା ବେଳେ ଜବରଦସ୍ତି ଗୃହ ଚଳାଯାଉଛି। ମୁଖ୍ୟମନ୍ତ୍ରୀ କ’ଣ ପଢ଼ିଲେ ତାହା ଶୁଣାଗଲା ନାହିଁ। ଗୃହରେ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି। ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯାଉନି। ମୁଖ୍ୟମନ୍ତ୍ରୀ ଗୁମାସ୍ତାଙ୍କ ଦ୍ବାରା ଶାସନ କରାଉଛନ୍ତି। ଗୁମାସ୍ତାଙ୍କ ସଭାକୁ ଲୋକ ଆଣିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଟଙ୍କା ଦେଇ ଲୋକ ଆଣୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଘଟଣା।

  • ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ବରଗଡ ଟାଉନ ପୋଲିସକୁ ମିଳିଲା ବଡ ଧରଣର ସଫଳତା। ଏକ ଠକ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ମହେନ୍ଦ୍ରା କମ୍ପାନୀର କର୍ମଚାରୀ କହି ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୌଶଳ କ୍ରମେ ଲକ୍ଷାଧିକ ଟଙ୍କା ଠକିଥିବା ନେଇ ଅଭିଯୋଗ ପରେ ଏକ ରାକେଟକୁ କାବୁ କରିଛି ବରଗଡ ଟାଉନ ପୋଲିସ।

    ୧୩ ଜଣ ଅଭିଯୁକ୍ତଙ୍କୁ ବରଗଡ ଟାଉନ ପୋଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୩ ଗୋଟି ମୋବାଇଲ ଫୋନ , ନଗତ ୧ ଲକ୍ଷ ୯୫ ହଜାର ୬୪୦ ଟଙ୍କା , ୱେଷ୍ଟ ବେଙ୍ଗଲ ନମ୍ବର ରହିଥିବା ଏକ କାର , ୪ଟି ଲେପଟପ , ଦୁଇଟି ବ୍ଳାଙ୍କ ଚେକ ଓ ଅନେକ ନକଲି ପରିଚୟ ପତ୍ର ସହିତ ଠକାମିରେ ବ୍ୟବହୃତ ଅନେକ କାଗଜାତ ଜବତ କରିଛି ପୋଲିସ ।

    ୨ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପାଇବା ପରେ ଆକ୍ସନ୍ ମୋଡକୁ ଆସିଥିଲା ପୋଲିସ । ଏବଂ ଏହି ଠକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲେ । ଏନେଇ ଆଜି ବରଗଡ ଟାଉନ ଥାନାରେ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ ବରଗଡ ଉପଖଣ୍ଡ ଅଧିକାରୀ ଘଟଣାର ସୂଚନା ଦେଇଛନ୍ତି।