ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
Tag: #Odisha
-

ନୂଆଗାଁରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ନୟାଗଡ ବନଖଣ୍ତ ମହିପୁର ବନାଂଚଳ ଅଧିନସ୍ଥ ନୂଆଗାଁ ବ୍ଲକରେ ଆଜି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମ ପାଇଁ ଚଳିତବର୍ଷ ବିଷୟବସ୍ତୁ ରହିଛି “ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ସହଭାଗିତା”। ବନ୍ୟପ୍ରାଣୀଙ୍କ ସରଂକ୍ଷଣ ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ଆଜି ସଂପଡା ଚିନ୍ତାମଣି ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୂଆଗାଁ ବ୍ଲକ ସଦର ମହକୁମାରେ ଏକ ରାଲି କରାଯାଇଥିଲା। ଏଥିସହିତ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ଏବଂ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ସୋମବାର ଦିନ ପୁରସ୍କୃତ କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଏସିଏଫ ଅମ୍ରିତ କୁମାର ସାହୁ, ବନପାଳ ସୂର୍ଯ୍ୟକାନ୍ତ ମହାରଣା, ମୀନକେତନ ନାୟଙ୍କ ସମେତ ବନରକ୍ଷୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଭିଏସଏସ ମେମ୍ବର ମାନେ ଉପସ୍ଥିତ ରହିଥିଲେ।
-

ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର
ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲି ବୋଝେଇ ଡମ୍ଫର ଧକ୍କାରେ ଯୁବକଙ୍କ ମୃତ।ମୃତକ ହେଲେ ଭାଲିଆ ପଦର ଗ୍ରାମର ରବି ନାୟକ । ସୁଚନା ଅନୁୟାୟୀ ଆଜି ସକାଳେ ରବି ନାୟକ କାମ କରିବା ପାଇଁ ଘରୁ ବାହାରି ଗାତେରୀ ଛକକୁ ଯାଉଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଗାଡି ଧକ୍କା ଦେଇଥିଲା ।ଫଲରେ ଘଟଣା ସ୍ଥଳରେ ରହିଙ୍କର ମୃତ୍ୟୁ ହୋଇଥିଲା । ତେବ ଡମ୍ଫର ଡ୍ରାଇଭର ଗାଡ଼ି ଧରି ଚାଲି ଯାଇଥବା ବେଳେ ବାହାଡ଼ା ଝୋଲା ପଞ୍ଚାୟତର ଦଳେଇଭାଗ ଛକଠାରେ ସ୍ଥାନୀୟ ଲୋକ ଅଟକାଇଥିବା ବେଳେ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା କିନ୍ତୁ ହେଲପରକୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ନୂଆଗାଁ ଥାନା କୁ ହସ୍ତାନ୍ତର କରିଛନ୍ତି।ରାସ୍ତା ଉପରେ ଦୀର୍ଘ ଚାରିଘଣ୍ଟା ରବିଙ୍କ ମୃତ୍ୟୁ ଦେହ ପଡିରହିବା ସହିତ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବନ୍ଦ ରଖିଥିଲେ ଗ୍ରାମବାସୀ। ସ୍ଥାନୀୟ ରେଭିନୁ ଓ ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହିତ ଆର୍ଥିକ ସହାୟତା (୧୦୦୦୦) ଦଶହଜାର ସହାୟତା ଯୋଗାଇ ଦେଇଥିଲେ ଓ ଆଗାମୀ ଦିନରେ ପ୍ରଶାସନ ତରଫରୁ ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦିଆଯିବ ପାଇଁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲେ ଲୋକେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେଇଥିବା ଜଣାପଡିଛି ।
-

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ

ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି। ସେପଟେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବାଇଶି ପାହାଚରେ ପିଣ୍ଡଦାନ କରିବା ପାଇଁ ବାରଣ ଥିବାରୁ ଫଳରେ ବାଇଶିପାହାଚରେ ପିଣ୍ଡଦାନ କରିନପାରି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା। ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ବିଶେଷକରି ଆଜିର ଦିନରେ ପିଣ୍ଡଦାନ କାଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେବେ ଆଜି ପିତୃପକ୍ଷର ଶେଷ ଦିନ ତଥା ମହାଳୟା ଅବସରରେ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ଦେବୀପୀଠ ମାନଙ୍କୁ ଆସିବାର ଲକ୍ଷ୍ୟ ରଖାଯାଇଛି।
-

ଆଜିଠୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍

ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ, ଗୁରୁବାର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରୁ (ଲୋକେସନ୍ ଏକ୍ସସିବୁଲ ମଲ୍ଟିମୋଡାଲ ଇନିସେଟିଭ୍) LAccMI ‘ଲକ୍ଷ୍ମୀ’ ଯୋଜନାରେ ବସ୍ ଚଳାଚଳ ସେବାର ଶୁଭାରମ୍ଭ କରିବେ। ଏହି ବସ୍ଗୁଡ଼ିକ ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ କରିବାର ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍ ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ୍ ନିକଟ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବେ। ପରେ ସେଠାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସ୍ ସେବାକୁ ଶୁଭାରମ୍ଭ କରିବେ। ଏହାସହ ବସ୍ଯୋଗେ ଏମ୍ଭି ୩କୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଯୋଜନାର ଶୁଭାରମ୍ଭ ହେଲେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍ ସେବାର ସୁଯୋଗ ମିଳିବ।
ଏହି ଯୋଜନା ପାଇଁ ବଜେଟ୍ରେ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ଗତ ମାସ ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର,କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ବସ୍ ଚଳାଚଳ କରିବ। ଏହି ବସ୍ ଯୋଜନାରେ ଛୋଟ ପିଲାଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ୍ ଶକ୍ତି ମା’ମାନେ ଉପକୃତ ହେବେ। ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ।
-

ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ସାମିଲ

ଯାଜପୁର ନିର୍ବାଚନମଣ୍ଡଳୀ ୪ ନମ୍ବର ଜୋନ ଅନ୍ତର୍ଗତ ଦଶରଥପୁର ବ୍ଳକ ଅକରପଡା ପଂଚାୟତର ଶ୍ରୀଧରପୁର ଗାଁରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ଯାତ୍ରାରେ ଶତାଧିକ ବିଜୁ ଜନତା ଦଳର କର୍ମି ସାମିଲ ହୋଇ ରାଜ୍ୟ ସରକାରଙ୍କ ସପଂଳତା ସଂପର୍କରେ ଅବଗତ କରିଥିଲେ ।
ଏହି ଜନସଂପର୍କ ଯାତ୍ରାରେ ଯାଜପୁର ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଜିଲା ପରିଷଦ ସଦସ୍ୟା ମାମିନା ମଲ୍ଳିକ, ପାର୍ଥ ସାରଥୀ ମହାପାତ୍ର, ବିରଜାପୁର ପଂଚାୟତର ସରପଂଚ ନିରାକାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ । ଏହି ପଦଯାତ୍ରା ଚିତାଳ ପଂଚାୟତ ଦେଇ ଖଣ୍ଡରା ପଂଚାୟତରେ ଶେଷ ହୋଇଥିଲା ।
-

‘ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ

ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ସବୁଦଳ ଭଳି କଂଗ୍ରେସ ମଧ୍ୟ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ବୃଦ୍ଧି କରିବାକୁ ଏବଂ ସଜାଡିବାକୁ ଚେଷ୍ଟା ଜାରି ରଖିଛନ୍ତି । ଦଳକୁ ସଜାଡ଼ିବା ନିମନ୍ତେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶନାରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ‘ଘରେ ଘରେ କଂଗ୍ରେସ ‘ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତିରିଂ ବ୍ଳକର ନୂଆଗାଁରୁ ତିରିଂ ଵଜାର ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଦସ୍ୟ/ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ ବିଜେପି ଓ ବିଜେଡ଼ିର ଜନମାରଣ ନୀତି ଉପରେ ଆଲୋଚନା କରିଥିଲେ । ଦରଦାମ ବୃଦ୍ଧି,ତୈଳଦର ବୃଦ୍ଧି ,ଗ୍ୟାସ ଦର ବୃଦ୍ଧି, ଶ୍ରମିକ ମାରଣ ନୀତି, ପରି ବହୁ ପ୍ରସଙ୍ଗରେ ଭର୍ତ୍ସନା କରିଥିଲେ । କଂଗ୍ରେସ ସମୟର ଯୋଜନାକୁ ଏବେକାର ସରକାର ନାମ ବଦଳାଇ ବାହା ବାହା ନେଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ହରି ସାହୁ, ଜିଲ୍ଲା ଏସ ସି ସେଲର ସଭାପତି ଭାଗିରଥି ପାତ୍ର, ରମେଶ ହାଁସଦା, ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
-

ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ସ୍ବିକାର କଲା ନିଜ ଦୋଷ

ଅନେକ ସମୟରେ ଘରୋଇ କଳି କିଭଳି ଅପରାଧ ଘଟାଏ ତାହାର ଅନେକ ନଜିର ରହିଛି ।କେଉଁଛି ସ୍ବାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ପୁଣି କେତେବେଳେ ସ୍ତ୍ରୀ ସ୍ବାମୀକୁ ହତ୍ୟା କରୁଛି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମରେ। ସୁଚନା ଅନୁଯାୟୀ କୋଡିପସା ଗ୍ରାମର ସୁନୀତା ଜୁଆଙ୍ଗ , ସ୍ୱାମୀ ଟୁରା କୁ ଶାବଳରେ ପିଟି ହତ୍ୟା କରିଥିବା ନିଜେ ସ୍ବୀକାର କରିଛି। ଏହି ଘଟଣା ଗତ ରବିବାର ରାତିରୁ ଘଟିଥିବା ବେଳେ ଆଜି ଖବର ପାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘ ତିନି ଦିନ ଧରି ଟୁରାର ଶବ ଘରେ ପଡିରହିଥିବା ବେଳେ ଚାରି ଛୁଆ ଙ୍କୁ ଧରି ସୁନୀତା ସେହି ଘରେ ରହି ଆସୁଥିଲେ। ନିଜ ସ୍ଵାମୀ ମଦ ପିଇ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମଧ୍ୟ ମାରୁଥିଲା। ତେବେ ହତ୍ୟା ଘଟଣା ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମଧ୍ୟ ଝଗଡା ହୋଇଥିଲା ଆଉ ଏହି ଝଗଡା ନେଇଥିଲା ଉଗ୍ରରୁପ । ଫଳରେ ଶାବଳରେ ପଟି ପଟି ସୁନୀତା ସ୍ବାମୀ ଟୁରାଙ୍କୁ ହତ୍ୟା କରିଥିବା ଜଣା ପଡିଛି । ତେବେ ଆଜି ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ଟାଉନ ଆଇଆଇସି, ସଦର ଏସଡିପିଓ ପହଞ୍ଚି ଶବକୁ ଜବତ କରି ସୁନୀତା କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।
-

ବିକାଶର ବାର୍ତା ଘରେ ଘରେ ପହଞ୍ଚାଇବା ଲକ୍ଷରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଘରେ ଘରେ ପହଂଚିବ ବିକାଶର ବାର୍ତ୍ତା। ଏହି ଉକ୍ତିର ସାର୍ଥକତା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ଦୁଇ ତାରିଖରୁ ଅକ୍ଟୋବର 11 ତାରିଖ ଯାଏଁ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା ଜାରି ରହିଛି। ଏହି ପରିପେକ୍ଷୀରେ ପାଟକୁରା ବିଜେଡି ପକ୍ଷରୁ ଗରଦପୁର ବ୍ଲକରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଗରଦପୁରରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ନେତୃତ୍ୱରେ କଳାବୁଦା ଛକରୁ ବିଶାଳ ବାଇକ ରାଲି ହେବ। ପରେ ଗରଦପୁର ବ୍ଲକ ଛକରୁ ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ବିଜୁ ଜନତା ଦଳର ନେତା,କର୍ମୀ ଓ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶର ବାର୍ତା ଘରେ ଘରେ ପହଞ୍ଚାଇ ଥିଲେ।ପାଖାପାଖି ଆଠ ହଜାରରୁ ଉର୍ଧ୍ଵ ମହିଳା ଓ ପୁରୁଷ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ।ପଟକୁରା ବିଜେଡିର 6 ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ। ସମସ୍ତ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଦୀପକ ମହାପାତ୍ର, ଜିଲ୍ଲା ମହିଳା ବିଜେଡି ସଭାପତି ରୋଷ୍ନା ସାହୁ, ବରିଷ୍ଟ ନେତା ମନୀନ୍ଦ୍ର ରଥ, ଦେବାଶିଷ ଆଚାର୍ଯ୍ୟ, ରାଜ୍ୟ ବିଜେଡି ମହିଳା ସମ୍ପାଦିକା ମଞ୍ଜୁବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ. ସଂଜୟ ଅଗ୍ରୱାଲଙ୍କ ପ୍ରତି ବିପୁଳ ପରିମାଣ ପାଟକୁରା ବାସିଙ୍କ ସମର୍ଥନ ଦେଖିବାକୁ ମିଳିଛି ।
-

୨୨ କୋଟି ୫୦ ହଜାର ଟଙ୍କାର ପ୍ରକଳ୍ପକୁ ଶୁଭଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିନକୁ ଦିନ ବଦଳୁଛି ଚନ୍ଦବାଲି ନିର୍ବାଚନ ମଣ୍ଡଳୀର ଚିତ୍ର। ରାଜ୍ୟ ସରକାରଙ୍କ ଅନୁଦାନରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।୫ଟି ସଚିବ ଭି କେ ପଣ୍ଡିଆନଙ୍କ ଚନ୍ଦବାଲି ଗ୍ରସ୍ତ ସମୟରେ ଚନ୍ଦବାଲି ନିର୍ବାଚନ ମଣ୍ଡଳୀବାସୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି କିଛି ଦାବି ରଖିଥିଲେ ।ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶୁଭ ଦେଇଛନ୍ତି । ଚନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୫ଟି ପଞ୍ଚାୟତର ୬୯୮ଟି ପ୍ରକଳ୍ପ ପାଇଁ ୨୨କୋଟି ୫୦ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ଚନ୍ଦବାଲିର ମା କାଳୀ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ୟାମକେଶ ରାୟ ,ଉପଜିଲ୍ଲାପାଳ ମନୋଜ ପାତ୍ର, ବିଡ଼ିଓ ଅସିତ ମହାନ୍ତି, ତହସିଲଦାର ସୁଶାନ୍ତ ସୁତାରଙ୍କ ସମେତ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ,ସମାଜସେବୀ, ବିଭିନ୍ନ ପଞ୍ଚାୟତର ମହିଳା ମହାସଙ୍ଗର ସମ୍ପାଦିକା, ସଭାନେତ୍ରୀ, ଏମ ବି କେ , ସି ଆର ପି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଚନ୍ଦବାଲି ପ୍ରତି ରାଜ୍ୟ ସରକାରଙ୍କ ଏତେ ପରିମାଣର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାନ୍ଦବାଲି ବାସୀ ।
