Tag: #odisha bjp

  • ଭୟଙ୍କର ଦୁର୍ଘଟଣା: ଯଖପୁରା ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ

    ଭୟଙ୍କର ଦୁର୍ଘଟଣା: ଯଖପୁରା ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ

    ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ରେଳଷ୍ଟେସନ୍‌ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। କୌଣସି ଅଜଣା କାରଣରୁ ଏମଜିଆର–ଚେନ୍ନାଇ ସେଣ୍ଟ୍ରାଲ–ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

    ଆଜି ଭୁବନେଶ୍ୱରରୁ ଏମଜିଆର-ଚେନାଇ ସେଣ୍ଟ୍ରାଲ ନ୍ୟୁ ଜଳପାଇଗୁଡ଼ି ଏକ୍ସପ୍ରେସ କଲିକତା ଅଭିମୁଖେ ଆସୁଥିଲା । ହଠାତ କୌଣସି କାରଣରୁ ଯଖପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ତିନୋଟି ବଗି ଖସି ଯାଇଥିଲା । ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ବରିଷ୍ଠ ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟ ସମ୍ପନ୍ନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିର ପହଞ୍ଚିବା ପରେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ସମେତ ଅନେକ ବର୍ଗ ଅଧିକାରୀ ଉପସ୍ଥିତ ଥିଲେ।

    ଏହାପରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିଥିଲେ  । ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଥିଲେ  । ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା’ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଥିଲେ  । 

    ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ଅଛନ୍ତି। ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଛି। ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ ଥିଲେ  ।

    ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି ।  ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିଶେଷକରି ଦକ୍ଷିଣ ଭାରତରୁ ଅଧିକାଂଶ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଏଠାକୁ ଆସିଥାନ୍ତି । ଏଥିସହ ବହୁ ଶ୍ରଦ୍ଧାଳୁ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ନାଭିଗୟାରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀକ୍ଷେତ୍ର ପୁରୀ  ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି  ।

    ମହାମହିମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କର ମା’ ବିରଜାଙ୍କ ପବିତ୍ର କ୍ଷେତ୍ରକୁ ଏହା ପ୍ରଥମ ଗସ୍ତ। ସ୍ବାଧୀନ ଭାରତରେ ଭାରତର କୌଣସି ରାଷ୍ଟ୍ରପତି ଏହି କ୍ଷେତ୍ରକୁ କେବେ ଆସିନଥିଲେ। ସେଥିପାଇଁ ଆମେ ଗର୍ବିତ ଓ ଉତ୍ସାହିତ । ଆଜି ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥି । ଏହି ଶୁଭବେଳାରେ ମା’ଙ୍କୁ ଦର୍ଶନ ଓ ନାଭିଗୟା ପୁଣ୍ୟତୀର୍ଥରେ ମହାମହିମଙ୍କ ପିତୃଗଣ ଓ ମାତୃଗଣଙ୍କ ପିଣ୍ଡଦାନ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଏବଂ ଆମର ସମସ୍ତ ସେବାୟତମାନେ ଗୌରବାନ୍ବିତ ମନେ କରୁଛୁ । ସେ ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ଆମ ଓଡ଼ିଶାର କନ୍ୟା । ନିର୍ଦ୍ଧାରିତ ସମୟରେ ତ୍ରୁଟିଶୂନ୍ୟ ଭାବେ ତାଙ୍କର ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ, ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ଜାରି ରଖିଛୁ ।

  • ଶେଷରେ ବନ୍ଧା ହେଲେ ଜଗା, ଲାଗିଛି ୧୧ଟି ଦଫା

    ଶେଷରେ ବନ୍ଧା ହେଲେ ଜଗା, ଲାଗିଛି ୧୧ଟି ଦଫା

    ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାର ଶେଷରେ ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳ ପୋଲିସ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେପି ନେତାଙ୍କ ସମର୍ଥକ ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍‌ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି।

    ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ସଂଘ।

  • ଜଳେଶ୍ବରରେ ଗଡ଼ିଲା ‘ବିକାଶ ବାହନ’

    ଜଳେଶ୍ବରରେ ଗଡ଼ିଲା ‘ବିକାଶ ବାହନ’

    ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ‘ବିକାଶ ବାହନ’ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ଏହାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ଜୁନ୍ ୨୧ ଯାଏଁ ସାରା ରାଜ୍ୟରେ ଗଡ଼ିବ ବିକାଶ ବାହନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ପ୍ରଚାର ପ୍ରସାର କରିବ ଏହି ସ୍ୱତନ୍ତ୍ର ଭ୍ୟାନ୍ ।

    ସରକାରଙ୍କ ବିକାଶ କଥା ନେଇ ପଂଚାୟତ ପଂଚାୟତ କୁ ବୁଲିବ ବିକାଶ ବାହାନ । ଏହି ବିକାଶ ବାହନ ଙ୍କୁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲା ପରେ ଜଳେଶ୍ୱର ବ୍ଲକରେ BDO, ଗୌରଙ୍ଗ ଚରଣ ଘୋଷ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଆଜି ଚାରୋଟି ପଂଚାୟତ ରେ ଲୋକଙ୍କ ପାଖକୁ ଯିବ । ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ।

    ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି ‘ବିକାଶ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଆଣ୍ଟୋଦୟ ଗ୍ରୁହା ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦ , ଗୋଦାବରୀଶା ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • ‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’,ଏଣିକି ଚିନ୍ତା ମୁକ୍ତ ହେବେ ଗରିବ ମାତା-ପିତା

    ‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’,ଏଣିକି ଚିନ୍ତା ମୁକ୍ତ ହେବେ ଗରିବ ମାତା-ପିତା

    ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁହେବ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଗରିବ,ଦୁଃଖି ବାପା ମାଆଙ୍କ ମୁଣ୍ଡରୁ ବୋଝ ହାଲୁକା କରିଛନ୍ତି ରାଜ୍ୟ ସରକାର। ଏଣିକି ଝିଅ ବାହାଘର ପାଇଁ ରହିବନି ଚିନ୍ତା। ଆର୍ଥିକ ବର୍ଷ ଲାଗି ୨୦୨୫-୨୬ ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥଲେ।

    ତେବେ ଏହା ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁନେଲି କିରଣର ପ୍ରତିଶୃତି। ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ ରେ ମିଳିଛି ଝିଅ ମାନଙ୍କ ପାଇଁ ନୂତନ ଯୋଜନା। ଯାହାର ନାଁ…..’ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’

    ୨୫ ବର୍ଷର ବିଜେଡ଼ି ରେକର୍ଡ଼ ଭାଙ୍ଗି, ଓଡ଼ିଶାକୁ ବିଜେପି ଆସିବା ପରେ ମହିଳାଙ୍କ ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ବର୍ଷକୁ ଦୁଇଟି କିସ୍ତି ଦେଇ ହିତାଧିକାରୀଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା । ପ୍ରଥମ କିସ୍ତି ସମସ୍ତେ ପାଇ ସାରିଥିବା ବେଳେ ମାର୍ଚ୍ଚ ରେ ପାଇବେ ଦ୍ୱିତୀୟ କିସ୍ତି । ମହିଳାଙ୍କ କଥା ସରୁ ସରୁ ପୁଣି ଝିଅ ମାନଙ୍କ ପାଇଁ ଉପହାର ଦେଇଛନ୍ତି ମୋହନ ସରକାର ।

    କଣ ଏଇ ‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’
    ଗରୀବ ବାପ ମୁଣ୍ଡରୁ ବୋଝ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି ମୂଖ୍ୟମନ୍ତ୍ରୀ । ସେଥିଲାଗି ଚଳିତ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଅଣା ଯାଇଛି। ଯାହାଦ୍ବାରା ଗରିବ ବାପା ମାଆ ଚିନ୍ତା ମୁକ୍ତ ହୋଇପାରିବେ। ତେବେ ବଜେଟ୍ ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ….

    କନ୍ୟା ସନ୍ତାନ ପ୍ରତ୍ୟେକ ମାତା ପିତା ପାଇଁ ଆଶ୍ରିବଦ ବୋଝ ନୁହେଁ। ଆମେ ସେମାନଙ୍କ ସବୁ ସ୍ବପ୍ନ ପୁରୁଣ କରିବା ପାଇଁ ସମ୍ନାନ ଏବଂ ସସକ୍ତ କରିବା ଉଚିତ୍। ଓଡ଼ିଆ ପରମ୍ପରା ଅନୁସାରେ ଝିଅ ବାହାଘର କରିବା ମହଙ୍ଗା ହେବାରେ ଲାଗିଛି। ବେଳେବେଳେ ବାପା ମା ଝିଅ ବାହାଘର କରିବା ଲାଗି ଅସହାୟ ହୋଇପଡନ୍ତି। ସେଥିଲଗି ମୁଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛି।

    ତେବେ ବିବାହ ଯୋଜନା ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି। ଏହି ଯୋଜନା ଖୁବ୍ ଶୀଘ୍ର ଲାଗୁହେବ ବୋଲି ଜଣାପଡିଛି। ହେଲେ ଏହାର ସବିଶେଷ ତଥ୍ୟ ସାମ୍ନାକୁ ଆସିନ ଥିବା ବେଳେ ସୁଭଦ୍ରା ଯୋଜନା ଭଳି ଏହାର ଗାଇଡ ଲାଇନ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

  • ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

    ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

    ଧର୍ମଶାଳାରେ ‘ମିଶ୍ରଣ ପର୍ବ’ ପରେ ଆରମ୍ଭ ହୋଇଛି ୨୪ ବର୍ଷ ଧରି ନିରବଛିନ୍ନ ଭାବେ କ୍ଷମତାରେ ରହିଥିବା ବିଜେଡିର ‘ପତନ ପର୍ବ’ । ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଧର୍ମଶାଳାରେ ଭୁଶୁଡ଼ିଛି ବିଜେଡି ଗଡ଼। ଧର୍ମଶାଳାରେ ବିଜେପି ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରିବାର ଠିକ ଦିନକ ପରେ ଅର୍ଥାତ ରବିବାର ଦିନ, ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ବରେ, ବିଜେପିରେ ଯୋଗ ଦେଇଛନ୍ତି ରସୁଲପୁର ଓ ଧର୍ମଶାଳା ପଞ୍ଚାୟତ ସମିତିର ବିଜେଡି ସମର୍ଥିତ ୧୩ ସମିତିସଭ୍ୟ ଓ ୮ ସରପଞ୍ଚ ।

    ହିମାଂଶୁଙ୍କ ଦୃଢ଼ ନେତୃତ୍ୱ ଓ ସାଙ୍ଗଠନିକ ଶକ୍ତି ଆଗରେ ଫିକା ପଡିଯାଇଛି ବିଜେଡିର ସାଙ୍ଗଠନିକ ଶକ୍ତି, ଦେଖାଯାଉନାହାନ୍ତି ଏକଦା ପ୍ରଭାବଶାଳୀ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ‘ବବି ଭାଇ’ ଓ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ତେବେ, ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ସଂଖ୍ୟାଧିକ ସମିତିସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ କମୁଛି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପତିଆରା । ଶୁଣିବାକୁ ମିଳୁଛି, ବର୍ତ୍ତମାନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ପ୍ରଣବଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବ ଏକ ପ୍ରକାର ନିଶ୍ଚିତ।

    ଆସନ୍ତୁ ଦେଖିବା ରସୁଲପୁର ଓ ଧର୍ମଶାଳାର କେଉଁ ନେତା ଧରିଲେ ପଦ୍ମ —

    ଜାରକା(କୁମାରୀ)ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ‘ମିଶ୍ରଣ ପର୍ବ’ ରେ ରସୁଲପୁର ବ୍ଲକ୍ ନଠୁଆବର ପଞ୍ଚାୟତ ସମିତିସଭ୍ୟ କୁଞ୍ଜଲତା ପଣ୍ତା, ସିଂହାପୁର ପଞ୍ଚାୟତ ସରପଞ୍ଚ ହୃଦାନନ୍ଦ ସାହୁ, ଧର୍ମଶାଳା ବ୍ଲକ୍ ଦେଓଦା ପଞ୍ଚାୟତ ସମିତିସଭ୍ୟ ଅନନ୍ତ ତରାଇ, ଆରୁହାଁ ସମିତି ସଭ୍ୟା ମମତା ମାଝୀ, ପୂର୍ବତନ ସରପଞ୍ଚ ପିତାମ୍ବର ନାୟକ, ମଙ୍ଗଳପୁର ସରପଞ୍ଚ ପ୍ରମୋଦ କୁମାର ଜେନା, ଚହଟା ସରପଞ୍ଚ ସୁମିତ୍ରା ସ୍ବାଇଁ, ସମିତିସଭ୍ୟା ସସ୍ମିତା ନାୟକ, ମିର୍ଜାପୁର ସମିତିସଭ୍ୟଙ୍କ ସ୍ବାମୀ ବୃନ୍ଦାବନ ବେହେରା, ଭବାନୀପୁର ସମିତିସଭ୍ୟା ସରୋଜିନୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

    ଏହାସହ, ସୁନ୍ଦୁରିଆ ସରପଞ୍ଚ ନିର୍ମଳ କୁମାର ଦାସ, ବିଜେଡି ପଞ୍ଚାୟତ ସଭାପତି ହେମନ୍ତ ଜେନା, ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ବାଳ,, ମହିସରା ସରପଞ୍ଚ ସଫଳା ବେହେରା, ସମିତିସଭ୍ୟ ପବିତ୍ର ବେହେରା, ମଧୁସୂଦନପୁର ସମିତିସଭ୍ୟ ବିଦ୍ୟାଧର ମଲିକ, ହରିଦାସପୁର ସରପଞ୍ଚ ବିକ୍ରମ ବିଶ୍ବାଳ, ସମିତିସଭ୍ୟା ସବିତା ସାମଲ, ଗଙ୍ଗାଧରପୁର ସମିତିସଭ୍ୟା ତିଳୋତ୍ତମା ବରାଳ, ବିଜେଡି ପଞ୍ଚାୟତ ସଭାପତି ଡ. ସିତାଂଶୁ ଶେଖର କର, , କ୍ଷେତ୍ରପାଳ ନାଏବ ସରପଞ୍ଚ ସୁବାସ ଚନ୍ଦ୍ର ଜେନା, ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତିରଂଜନ ବେହେରା, ଜିଲ୍ଲା ଛାତ୍ର ସମ୍ପାଦକ ସପ୍ତସାଗର ଦାସ, ଦେବବ୍ରତ ରାଉତ, ସ୍ବାଗତ ଦାସ, ପ୍ରତାପ ଦାସ,, ଶୈଳେନ୍ଦ୍ର ସାହୁ, ସରୋଜ ସାହୁ, ଅଭିଜିତ ଭୂୟାଁ,, ବିଜେଡି ନେତା କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

    ନବାଗତମାନଙ୍କୁ ବିଧାୟକ ହିମାଂଶୁ ସାହୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ବିଜେପି ଯୁବନେତା ସବ୍ୟସାଚୀ ସୁନ୍ଦରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜେପି ନେତା ସର୍ବେଶ୍ବର ବେହୁରା, ଶ୍ରୀକାନ୍ତ ସାହୁ, ଉପେନ୍ଦ୍ର କର, ପ୍ରକାଶ ସାମଲ, ଅଧରକାନ୍ତ ଜେନା ଓ ଆଲୋକ ଲେଙ୍କା ସଂଚାଳନ କରିଥିଲେ। ଯୁବନେତା ସିବୁଲି ଧୀର, ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ରାଜେଶ କୁମାର ପାଳ, ଗୌତମ କୁମାର ସାହୁ, ବିଶ୍ବଜିତ ପୃଷ୍ଟି, ସୁଧୀର ବେହେରା, ଅଂଶୁମାନ ରଥ, ରାଜକିଶୋର ସ୍ବାଇଁ, ଲୋକନାଥ ମହାନ୍ତି, ବିଭୁରଂଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।