Tag: #Negligence

  • ଉଙ୍କୁଣି ନେଲା ଜୀବନ: ଅବହେଳାର ଭୟାବହ ପରିଣାମ, ୧୨ ବର୍ଷିୟା ଝିଅର ମୃତ୍ୟୁ

    ଉଙ୍କୁଣି ନେଲା ଜୀବନ: ଅବହେଳାର ଭୟାବହ ପରିଣାମ, ୧୨ ବର୍ଷିୟା ଝିଅର ମୃତ୍ୟୁ

    ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। କେବଳ ଉକୁଣୀ ସମସ୍ୟାକୁ ଅବହେଳା କରିବାରୁ ୧୨ ବର୍ଷିୟା ଝିଅର ଜୀବନ ଚାଲିଗଲା। ମୃତକ ହେଲେ ଲକ୍ଷ୍ମୀପ୍ରିୟା ସାହୁ, ଲିଙ୍ଗରାଜ ସାହୁଙ୍କ ସନ୍ତାନ | ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ।

    ସୂଚନା ଅନୁଯାୟୀ, କିଛି ମାସ ତଳୁ ତାଙ୍କ ମୁଣ୍ଡରେ ଉକୁଣୀ ବେଶି ହୋଇଥିଲା। ବିଭିନ୍ନ ପ୍ରକାର ପ୍ରତିକାର କରିବା ସତ୍ତେ ସମସ୍ୟାର ସମାଧାନ ହୋଇନଥିଲା। ମା ସତ୍ୟଭାମା ସାହୁ ମୁଣ୍ଡ ଲଣ୍ଡା କରିବାକୁ ମଧ୍ୟ କହିଥିଲେ , କିନ୍ତୁ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ। ଏଭଳି ଅବହେଳା କରିବା ପାଇଁ ଉକୁଣୀ ଖପୁରୀ ପର୍ଯ୍ୟନ୍ତ ଚାଲିଯାଇଥିଲା |

    ମୁଣ୍ଡରୁ ଗନ୍ଧ ହେବା ପରେ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରିଥିଲେ, କିନ୍ତୁ ତାଙ୍କ ମୁଣ୍ଡ ଛୁଟି ଥିବାରୁ ପରିବାର ବାସ୍ତବ ସମସ୍ୟା ଜାଣିପାରିନଥିଲେ । ସେତେବେଳେ ୩ ଦିନ ପୂର୍ବରୁ ହଠାତ୍ ତାଙ୍କର ରକ୍ତବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ମେଡିକାଲକାଲେଜ ହସ୍ପିଟାଲକୁ ନେଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାର ମୃତ୍ୟୁ ହୋଇଥିଲା | ଘଟଣାକୁ ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଗଭୀର ଭାବରେ ଦୁଃଖ ପ୍ରକାଶ କରିବା ସହ ପରିବାରର ଏମିତି ଅବହେଳାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

  • ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ଦିର୍ଘ ୫ ମାସ ପରେ କେଶ ମଣ୍ଡଳର ହତ୍ୟା ଘଟଣା ଉପରୁ ପରଦା ହଟାଇ ପାରିଲାନି ପୁଲିସ । କେତେ ଅସହାୟ ପୁଲିସ ବିଭାଗ । ପାରାଦ୍ଵୀପ ଆଦର୍ଶ ଥାନାର କାର୍ଯ୍ୟରତ ପିସିଆର ଭ୍ୟାନ ଡ୍ରାଇଭର ସୁକେଶ ମଣ୍ଡଳର ହତ୍ୟା ଘଟଣା କୁ ବିତଛି ୫ ମାସ । ହେଲେ ପୁଲିସ ହାତ ଖାଲି ।ଏଘଟଣାରେ ପୁଲିସ ପ୍ରଥମେ ନିଖୋଜ ପରେ ହତ୍ୟା, ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାତ୍ର ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଖୋଲିବାରେ ବିଫଳ ହୋଇଛି। ଯାହାକୁ ନେଇ ଆଜି ସନ୍ଧ୍ୟାରେ ପିସିସି ଜେନେରାଲ ସେକ୍ରେଟାରୀ ନିରଞ୍ଜନ ନାୟକ ଙ୍କ ନେତୃତ୍ବରେ ପାରାଦ୍ଵୀପ ନଗର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହିତ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ସମ୍ପୃକ୍ତ କମ୍ପାନୀ ଅଧିକାରୀ ଙ୍କୁ ଘଣ୍ଟ ଘୋଡାଇବା ସହିତ ନିଜ ପିସିଆର ଭ୍ୟାନ ଡ୍ରାଇଭର କୁ ନ୍ୟାୟ ଦେବାରେ ପଛଘୁଞ୍ଚା ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

    ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ସୁକେଶ ଘରୁ ଥାନାକୁ ଆସିଥିଲେ ପିସିଆର ଚଲାଇବା ପାଇଁ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ୨୧ ତାରିଖରେ ସୁକେଶ ଙ୍କ ବାପା ଆଦର୍ଶ ଥାନା ରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି ତତ୍ପରତା ଦେଖାଇ ନଥିଲେ। ୩୧ ତାରିଖ ଅର୍ଥାତ ଘଟଣାର ୧୦ ଦିନ ପରେ ଜେବି କଲୋନୀ ନିକଟରୁ ସୁରେଶଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ପରିବାର ବର୍ଗଙ୍କ ଏତଲା ଅତଲା ଅଧାରେ ପୁଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ହେଲେ ତଦନ୍ତରେ ଅଗ୍ରଗତି ହୋଇନଥିଲ। । ସୁକେଶଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ପାରାଦ୍ଵୀପ ବନ୍ଦର ରେ କାର୍ଯ୍ୟରତ ରାଧା କମ୍ପାନୀ ର ଦୁଇଜଣ କର୍ମଚାରୀଙ୍କ ସହ ଅଗଷ୍ଟ ୧୬ ତାରିଖରେ ଗଣ୍ଡଗୋଳ ହୋଇଥିଲା । ସେମାନେ ସୁକେଶ ଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହେବା ସହିତ ସେହିମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସୁକେଶଙ୍କ ବାପା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ହେଲେ ଫଳ ଶୂନ । ତେବେ ଏହି ଘଟଣାରେ ପୋଲିସ ଅ।ଖି ଦୃଶିଅ। ପଦକ୍ଷପ ଗ୍ରହଣ ନକରେ ,କଂଗ୍ରେସ ଆନ୍ଦୋଳନକୁ ଆହୁରି ତିବ୍ରତର କରିବ ବୋଲି ଚେତାବନୀ ଦେଇଛି ।

  • ବସ୍ତିବାସୀନ୍ଦାଙ୍କ ପାଇଁ ଏକ ମାତ୍ର ଭରସା ଚୂଆ ପାଣି

    ବସ୍ତିବାସୀନ୍ଦାଙ୍କ ପାଇଁ ଏକ ମାତ୍ର ଭରସା ଚୂଆ ପାଣି

    ସମସ୍ୟାରେ ଯୁଝି ହେଉଛନ୍ତି ବିକାଶଠାରୁ ବହୁ ଦୂରରେ ଥିବା ପାଣ୍ଡିଆ ବସ୍ତିବାସୀନ୍ଦା । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ବିକାଶ ଏଠି ବାଟବଣା, ଲୋକଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର ବିକାଶର କଥା କହୁଛନ୍ତି, ହେଲେ ଏଠି ବିକାଶ କାଗଜ କଲମରେ ସିମୀତହୋଇ ଟେବୁଲ ତଳେ ଚାପି ହୋଇଯାଇଛି । ଫେଲମାରିଛି ସରକାରୀ ଯୋଜନା । ଆଜିବି ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଅଞ୍ଚଳବାସୀ । ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଜଜାଙ୍ଗ ପଞ୍ଚାୟତର ପାଣ୍ଡିଆ ଗାଁର ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ । ବିକାଶର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ।

    ଦୀର୍ଘ ବର୍ଷର ସ୍ଵାଧୀନତା ପରେ ଆଜି ବି ନିଜ ମୌଳିକ ସମସ୍ୟାରେ ଜୁଝୀ ହେଉଛନ୍ତି ପାଣ୍ଡିଆ ଗ୍ରାମବାସୀ । ଆମ ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥିର ସରକାର, ତଥାପି ବିକାଶ ଏଠି ବାଟବଣା । ଥରେ ଆଖି ପୁରାଇ ଦେଖି ନିଅନ୍ତୁ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବ ଚିତ୍ରକୁ । ଗାଁ ରେ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି ।ଅଭିଯୋଗ ପରେବି ସମସ୍ୟାର ସମାଧାନ ହେଉନାହିଁ । ଆମେ କହୁଛୁ ରାଜ୍ୟ ରାଜ କୋଷକୁ ସମୃଦ୍ଧ କରୁଥିବା କେନ୍ଦୁଝର ଜିଲ୍ଲାର କଥା ।

    ଯୋଡା ବ୍ଳକ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ରାଜ୍ୟ ସରକାରଙ୍କ ରେକର୍ଡ ଅନୁସାରେ ୫୦ ଟି ପରିବାରର ୨୦୦ ରୁ ଅଧିକ ଲୋକ ବସବାସ କରନ୍ତି ଏହି ଗାଁରେ । ଦୀର୍ଘ ଦିନ ହେଲା ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରି ଆସୁଛନ୍ତି ସ୍ଥାନୀୟ ଜନ ସାଧାରଣ । ବସ୍ତିର ମୁଣ୍ଡରେ ଥିବା ଏକମାତ୍ର ନଳକୂଅ ଲୋକଙ୍କର ସାହାରା କିନ୍ତୁ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ବାଧ୍ୟ ହୋଇ ଚୂଆ ପାଣି ଉପରେ ଭରସା କରୁଛନ୍ତି ବସ୍ତି ବାସିନ୍ଦା ।

    କ୍ରମାଗତ ଭାବରେ ବସ୍ତି ବାସିନ୍ଦାଙ୍କ ପାନୀୟ ଜଳ ଅଭାବ ବିଷୟରେ ଅଭିଯୋଗ କରାଯିବାପରେ ପଞ୍ଚାୟତ ପକ୍ଷରୁ ଦିଆଯାଇଛି ଗୋଟିଏ ସୋଲାର ଟାଙ୍କି । କିନ୍ତୁ, ବର୍ଷାଦିନ କିମ୍ବା ମେଘୁଆ ପାଗରେ ସୋଲାର ଟାଙ୍କି ଅଚଳ ହୋଇ ପଡୁଥିବାରୁ ଚୁଆ ପାଣି ଉପରେ ନିର୍ଭରଶୀଳ ହୁଅନ୍ତି ବସ୍ତି ବାସିନ୍ଦା । ଚୁଆ ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଉଛନ୍ତି ଲୋକେ । ଉତ୍ତମ ପାନୀୟ ଜଳର ଅଭାବ ସହିତ ଗମନା ଗମନ କ୍ଷେତ୍ରରେ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି ଲୋକେ ।

    ଖରାପ ରାସ୍ତା ଯୋଗୁଁ ସାହି ମଧ୍ୟକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସି ପାରୁ ନାହିଁ । ଅନ୍ୟପଟେ, ପୂର୍ବରୁ ଖଣିରେ କାର୍ଯ୍ୟକରି ପରିବାର ପ୍ରତି ପୋଷଣ କରି ଆସୁଥିବା ସ୍ଥାନୀୟ ଅଧିବାସୀ, ନିକଟରେ ଥିବା ଖଣି ବନ୍ଦ ହେବା ପରେ ରୋଜଗାର ହରାଇ ବସି ରହିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ଆଉ ଏହି ବସ୍ତି ବାସିନ୍ଦାଙ୍କ ସମସ୍ୟା କେବେ ଲାଘବ ହେବ ତାହା ଦେଖିବାକୁ ବାକି ରହିଲା।