Tag: #murdermystery

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ପ୍ରଥମେ ପ୍ରେମିକା ପରେ ଟ୍ରେନ ଲାଇନରୁ ମିଳିଲା ଅଭିଯୁକ୍ତ ପ୍ରେମିକର ମୃତଦେହ

    ପ୍ରଥମେ ପ୍ରେମିକା ପରେ ଟ୍ରେନ ଲାଇନରୁ ମିଳିଲା ଅଭିଯୁକ୍ତ ପ୍ରେମିକର ମୃତଦେହ

    ଭଡା ଘରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ସାହୁର ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଥିବା ସୂଚନା । ତେବେ ଗତ ୪ ତାରିଖରେ କେନ୍ଦୁଝର ଟାଉନ୍ ଥାନା ପବିତ୍ରଡିହା ବରାଳ ଲଜ୍ ଗଳି ନିକଟ ଏକ ବନ୍ଦ ଘରୁ ଅତି ବିଭତ୍ସ ଅବସ୍ଥାରେ ମନୋରମା ବେହେରାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।

    ଗତ ୪ ତାରିଖରେ ମନୋରମାଙ୍କ ମୃତଦେହ ମିଳିବା ପରେ ସାଇଣ୍ଟିଫିକ୍ ଟିମ୍ ସହ ସିସିଟିଭି ଓ କଲ୍ ରେକର୍ଡ ଆଦି ଯାଞ୍ଚ କରିଥିଲା ପୋଲିସ୍ । ଯୁବତୀଙ୍କର ପ୍ରାୟ ୪ ବର୍ଷର ପୁରୁଣା ବନ୍ଧୁ ଅଜୟ ସାହୁଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା । ହେଲେ ଅଜୟ ସେତେବେଳେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗତ ୨ ଦିନ ଧରି ଅଜୟଙ୍କୁ ଖୋଜୁଥିଲା ପୋଲିସ୍ । ହେଲେ ଗତ ୪ ତାରିଖ ଦିନ ଅଜୟଙ୍କ ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ରେଳବାଇ ପୋଲିସର ହସ୍ତଗତ ହୋଇଥିଲା । ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି କେନ୍ଦୁଝର ଏସପି । ଅଭିଯୁକ୍ତ ଅଜୟ ସାହୁଙ୍କ ଘର ଭଦ୍ରକ ଥାନା ବନ୍ତ ଅଞ୍ଚଳରେ ହୋଇଥିବା ବେଳେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ସେସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

  • ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀକୁ ପଟି ପିଟି ମାରିଦେଇଥିବା ଅଭିଯୋଗ

    ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ । ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିବା ଯବକଙ୍କ ମୃତ୍ୟୁ ।

    ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । କିନ୍ତୁ, ଏବେ ମିଳିଛି କ୍ଷତାକ୍ତ ମୃତଦେହ । ଶରୀରରେ ଗଭୀର ଆଘାତର ଚିହ୍ନ ଲାଗିଥିବାବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁ ରେ । ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ହରିପୁର ଗାଁ ର କେଦାରନାଥ ପରିଡାଙ୍କ ପରିବାର ଲୋକେ ଗତ ୪ ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିଛିଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେବେ ଗତକାଲି ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ , ପରେ କେଦାରନାଥଙ୍କ ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ପରିବାର ଲୋକେ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି ଯାହାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବର ଲୋକେ । । ଘଟଣା କୁ ନେଇ ନିଶା ନିବାରଣ କେନ୍ଦ୍ର ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

    ତେବେ ନିଶା ନିବାରଣ କେନ୍ଦ୍ରର ମାଲିକ ନିରଞ୍ଜନ ସାହୁ ଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ଅନ୍ୟପଟେ ଅନ୍ୟ ଅନ୍ତେବାସୀ ମାନଙ୍କ ଉପରେ ଅତ୍ୟାଚାର ତଥା ଶାରୀରିକ ନିର୍ଯାତନା ହେଉଥିବା କଥା କହିଛନ୍ତି ଅନ୍ତେବାସୀ ।