Tag: #murdder

  • ଗଙ୍ଗାଘାଟରେ ଚାଞ୍ଚଲ୍ୟ! ଟ୍ରଲିବ୍ୟାଗରୁ ମିଳିଲା ମୁଣ୍ଡ କଟା ଶବ

    ଗଙ୍ଗାଘାଟରେ ଚାଞ୍ଚଲ୍ୟ! ଟ୍ରଲିବ୍ୟାଗରୁ ମିଳିଲା ମୁଣ୍ଡ କଟା ଶବ

    ପ୍ରତ୍ୟେକ ଦିନପରି ସୋମବାର ଲୋକେ କରୁଥାନ୍ତି ଯୋଗାଭ୍ୟାସ। ସେତିକି ବେଳେ କେଉଁଆଡୁ ଆସି ଛିଡା ହେଲା ଗୋଟେ ଧଳା କାର୍। କାରରୁ ଓହ୍ଲାଇଲେ ଦୁଇ ଜଣ ମହିଳା। ଆଉ ସଙ୍ଗରେ ଥିଲା ଗୋଟେ ନୀଳ ରଙ୍ଗର ଟ୍ରଲି ବ୍ୟାଗ୍। ଖାଲି ଏପଟ ସେପଟ ଚାହୁଁଥାନ୍ତି ଆଉ ଭାରି ବ୍ୟାଗ୍ ଘୋଷାରି ଘୋଷାରି ଆଣୁଥାନ୍ତି । ନଦୀରେ ଫିଙ୍ଗିବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କ କାର୍ଯ୍ୟକଳାପ ଦେଖି ସ୍ଥାନୀୟ ଲୋକଙ୍କ ମନେରେ ସନ୍ଦେହ ଉପୁଜିଥିଲା ।

    ଏବଂ ସେ ଦୁହେଁ କୁ ବ୍ୟାଗ୍ ରେ କଣ ଅଛି ପଚାରିବା ସହିତ ସୁଟକେସକୁ ଖୋଲିବାକୁ କହିଥିଲେ। ଏହାଶୁଣି ସେ ଦୁହେଁ ଉତ୍ତର ଦେଇଥିଲେ ଯେ ସେଥିରେ ତାଙ୍କର ମଲା କୁକୁରର ମୃତ ଦେହ ଅଛି । ହେଲେ ଏହାକୁ ଲୋକ ମାନେ ବିଶ୍ୱାସ କରିନଥିଲେ। ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ। ତା ପରେ ସୁଟକେସ ଖୋଲିଲା। ତାହା ଭିତରେ ଯାହା ଦେଖିଲା ତାହା ସମସ୍ତଙ୍କ ହସ ଉଡ଼ାଇ ଦେଲା।

    କରଣ ସେଥିରେ ଥିଲା ଗୋଟେ ମହିଳାଙ୍କ ମୁଣ୍ଡ ବିହୀନ ରକ୍ତ ଯୁଡୁବୁଡୁ ମୃତ ଦେହ। ତେବେ ପୋଲିସ ଟ୍ରଲିବ୍ୟାଗରୁ ରକ୍ତ ଯୁଡୁ ବୁଡୁ ମୃତଦେହକୁ ଜବତ କରିବା ସହ ଉଭୟ ମହିଳାଙ୍କୁ ଗିରଫ କରିଛି। ମହିଳା ଅଭିଯୁକ୍ତ ଦୁଇ ଜଣ ହେଲେ ଫାଲଗୁନୀ ଘୋଷ ଓ ତାଙ୍କ ମାଆ ଆରତୀ ଘୋଷ। ଆଉ ମୃତ ମହିଳା ଜଣକ ହେଲେ ସୁମିତା ଘୋଷ। ସେ ହେଉଛନ୍ତି ଫାଲଗୁନ ଘୋଷଙ୍କ ପିଉଷୀ ଶାଶୁ । କୋଲକାତାର ମଧ୍ୟମ ଗ୍ରାମରୁ ମୃତ ଦେହକୁ ଆଣି କୁମାରଘାଟି ଆସିଥିଲେ।

    ଖବର ଅନୁଯାୟୀ ଫାଲଗୁନିଙ୍କର ତାଙ୍କ ସ୍ବାମୀଙ୍କ ସହ ପଡେନାହିଁ । ତେବେ ସେ ତାଙ୍କ ମାଆ ଆରତିଙ୍କ ସହ ରହୁଥିଲେ। ମୃତ ସୁମିତା ହେଉଛନ୍ତି ତାଙ୍କ ସସୁରଙ୍କ ଭଉଣୀ। ତାଙ୍କ ଘର ଆସାମର ଚୋରାହାଟ ରେ। ସେ ବି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏବଂ ୨ ବର୍ଷ ହେବ ଫାଲଗୁନି ଙ୍କ ସହ ରହୁଥିଲେ। ଗତ ଷୋମବାର ଅପରାହ୍ନ ୪ଟା ବେଳେ ୩ଜଣଙ୍କ ମଧ୍ୟରେ ଜୋର୍ ରେ ପାଟିତୁଣ୍ଡ ହୋଇଥିଲା।

    ଫାଲଗୁନି ଏତିକିବେଳେ ସୁମିତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ମୁଣ୍ତ କାନ୍ଥରେ ମଡ ହୋଇ ସେ ଅଚେତ୍ ହୋଇଯାଇଥିଲେ। ଆଉ ସେତିକି ବେଳେ ଫାଲଗୁନି ଗୋଟେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

    ଏହାପରେ ମାଆ ଝିଅଙ୍କ ମୁଣ୍ଡ ଶୁନ୍ ହୋଇଥିଲା। ତାପରେ ସୁଟକେସ ରେ ମୃତ ଦେହକୁ ପୁରାଇ ଗଙ୍ଗା ନଦୀରେ ଫିଙ୍ଗିବା କୁ ଆଣିଥିଲେ। କିନ୍ତୁ ସମସ୍ତଙ୍କ ଆଗରେ ଏହି ଘଟଣାର ପର୍ଦ୍ଦଫାଶ ହୋଇଛି। ବର୍ତମାନ ଉଭୟ ହାଜତରେ ଥିବା ଜଣା ପଡିଛି।

  • ବଡ଼ ଘର ବଡ଼ ଗୁମର କଥା, ପୋଲିସ ଘରେ ବଧୂ ହତ୍ୟା

    ବଡ଼ ଘର ବଡ଼ ଗୁମର କଥା, ପୋଲିସ ଘରେ ବଧୂ ହତ୍ୟା

    ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ନବ ବଧୂର ସନ୍ଦେହ ଜନକ ମୃତ୍ଯୁ । ଏଭଳି ଅଭାବନୀୟ ଘଟଣା ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ରେ ଦେଖିବାକୁ ମିଳିଛି ।


    ସୂଚନାନୁସାରେ , କୁଦାନଗରୀ ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ମାହାଳ ଅଞ୍ଚଳର ଶିକ୍ଷୟତ୍ରୀ ସୁଭାଶିନି ନାୟକ । ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ର ଦିବ୍ୟ ଜ୍ୟୋତି ପଟ୍ଟନାୟକଙ୍କୁ ୯ ମାସ ହେବ ବିବାହ କରିଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ହଠାତ ସୁଭାସିନୀ ଙ୍କ ଶାଶୁ ଘର ଲୋକେ ତାଙ୍କ ବାପ ଘରକୁ ଫୋନ କରି ଝିଅର ଦେହ ଖରାପ ଥିବା ଖବର ଦେଇଥିଲେ । ଖବରପାଇ ଝିଅର ବାପା ରାଜେନ୍ଦ୍ର ନାୟକ ଓ ଭାଇ ନୀଳାଦ୍ରି ନାଥ ନାୟକ ପହଞ୍ଚି ଘର ଭିତରେ ସୁଭାଷିନୀଙ୍କ ସଜ୍ଞାହୀନ ମୃତ ଦେହ ପଡିଥିବା ଦେଖିଥିଲେ । ସୁଭାସିନୀଙ୍କ ପରିବାର ଲୋକଙ୍କ କହିବାନୁସାରେ , ପୂର୍ବରୁ ଶାଶୁ, ଶଶୁର,ଦିଅର ଓ ସ୍ୱାମୀ ଅଧିକ ଯୌତୁକ ଦାବି କରି ସୁଭାଷିନୀ ଙ୍କୁ ନିର୍ଯାତନା ଦେଇଆସୁଥିଲେ । ଶାଶୁ ଘରୁ ବାପ ଘରକୁ ଗଲେ ବାପା ଙ୍କ ଠୁ ଆହୁରି ଯୌତୁକ ମାଗି ଆଣିବାକୁ ଶାଶୁ କହୁଥିଲେ । କିନ୍ତୁ ସୁଭାଷିନୀ ଙ୍କ ବାପ ଘର ଲୋକେ ଯୌତୁକ ଦେବାକୁ ଅସମର୍ଥ ଥିଲେ । ଏନେଇ ସୁଭାଷିନୀ ମଧ୍ୟ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ପରିବାର ଲୋକେ କହିଛନ୍ତି ।

    ସେପଟେ ଭଉଣୀର ମୃତ୍ଯୁ ପରେ ଭାଇ ନୀଳାଦ୍ରି ସବୁ ଘଟଣା ର ଖୁଲାସା କରି କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କୁଦାନଗରୀ ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।ବଡ଼ ଘର ବଡ଼ ଗୁମର କଥା । ଯୌତୁକ ପାଇଁ ନବ ବଧୂ କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ । ପୂର୍ବତନ ପୋଲିସ ଅଧିକାରୀ ଙ୍କ ଘରେ ନବ ବଧୂର ସନ୍ଦେହ ଜନକ ମୃତୁ ଘଟିଛି । କୁଦାନଗରୀ ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ମାହାଳ ଅଞ୍ଚଳ ର ଜଣେ ଶିକ୍ଷୟତ୍ରୀ ସୁଭାଶିନି ନାୟକ ୯ ମାସ ତଳେ ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ର ଜଣେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଙ୍କ ପରିବାର ରେ ଦିବ୍ୟ ଜୋତି ପଟନାୟକ ଙ୍କୁ ବିବାହ କରିଥିଲେ । କିନ୍ତୁ ତିନି ଦିନ ତଳେ ହଠାତ ଝିଅ ର ଦେହ ଖରାପ ଖବର ପାଇଁ ଶାଶୁ ଘରେ ଝିଅ ର ବାପା ରାଜେନ୍ଦ୍ର ନାୟକ ଓ ଭାଇ ନୀଳାଦ୍ରି ନାଥ ନାୟକ ପହଂଚିବା ପରେ ଘର ଭିତରେ ଶିକ୍ଷୟତ୍ରୀ ସୁଭାଷିନୀ ଙ୍କ ସଜ୍ଞାହୀନ ମୃତ ଦେହ ପଡିଥିଲା । କିନ୍ତୁ ଶାଶୁ ଶଶୁର ଏ ଘଟଣା କୁ ଧ୍ୟାନ ନ ଦେଇ ନିଜ ନିଜ କାମ କରୁଥିଲେ । ସ୍ୱାମୀ ଘରେ ନ ଥିଲେ..ପୂର୍ବରୁ ମଧ୍ୟ ଶାଶୁ, ଶଶୁର,ଦିଅର ଓ ସ୍ୱାମୀ ଅଧିକ ଯୌତୁକ ଦାବି କରି ସୁଭାଷିନୀ ଙ୍କୁ ନିର୍ଯାତନା ଦେଇଥିଲେ ।

    ତେବେ ଶାଶୁ ଘର ଲୋକେ ଭାରଗୀତା ତଥା ବିବାହ ପରେ ଝିଅ ବାପ ଘରକୁ ଆସିଲେ ବାପା ଙ୍କ ଠୁ ଆହୁରି ଯୌତୁକ ମାଗି ଆଣିବାକୁ ଶାଶୁ କହୁଥିଲେ । କିନ୍ତୁ ସୁଭାଷିନୀ ଙ୍କ ବାପ ଘର ଲୋକେ ଯୌତୁକ ଦେବାକୁ ଅସମର୍ଥ ଥିଲେ । ସୁଭାଷିନୀ ଙ୍କ ମାସିକ ଦରମା ମଧ୍ୟ ଶାଶୁ ମାଗୁଥିଲେ । ସେ ଟଙ୍କା ନ ଦେବାରୁ ଏନେଇ ସୁଭାଷିନୀ ଙ୍କ ସହ ତାଙ୍କ ଶାଶୁ ବାରମ୍ବାର ଝଗଡା କରୁଥିଲେ । ସୁଭାଷିନୀ ମଧ୍ୟ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ । ତେବେ ଏନେଇ ଭଉଣୀ ମୃତୁ ପରେ ଭାଇ ନୀଳାଦ୍ରି ନାଥ ନାୟକ ସବୁ ଘଟଣା ର ଖୁଲାସା କରି କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିବା ପରେ କୁଦାନଗରୀ ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

  • ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକଟା ମୃତଦେହ ଉଦ୍ଧାର

    ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକଟା ମୃତଦେହ ଉଦ୍ଧାର

    ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ରାଜଧାନୀ। ହେଲେ ଆଜି ସକାଳେ ରାଜଧାନୀରୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଛି। ବିଚ୍ ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ। ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ।

    ସୂଚନା ଅନୁସାରେ, ଆଜି ସକାଳୁ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ଏକ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ କେହି ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଭୋର ସମୟରେ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି। ତେବେ ମୃତଦେହ ନିକଟରେ ଏକ ସ୍କୁଟି ବି ପଡିଛି। ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

  • ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ଦିର୍ଘ ୫ ମାସ ପରେ କେଶ ମଣ୍ଡଳର ହତ୍ୟା ଘଟଣା ଉପରୁ ପରଦା ହଟାଇ ପାରିଲାନି ପୁଲିସ । କେତେ ଅସହାୟ ପୁଲିସ ବିଭାଗ । ପାରାଦ୍ଵୀପ ଆଦର୍ଶ ଥାନାର କାର୍ଯ୍ୟରତ ପିସିଆର ଭ୍ୟାନ ଡ୍ରାଇଭର ସୁକେଶ ମଣ୍ଡଳର ହତ୍ୟା ଘଟଣା କୁ ବିତଛି ୫ ମାସ । ହେଲେ ପୁଲିସ ହାତ ଖାଲି ।ଏଘଟଣାରେ ପୁଲିସ ପ୍ରଥମେ ନିଖୋଜ ପରେ ହତ୍ୟା, ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାତ୍ର ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଖୋଲିବାରେ ବିଫଳ ହୋଇଛି। ଯାହାକୁ ନେଇ ଆଜି ସନ୍ଧ୍ୟାରେ ପିସିସି ଜେନେରାଲ ସେକ୍ରେଟାରୀ ନିରଞ୍ଜନ ନାୟକ ଙ୍କ ନେତୃତ୍ବରେ ପାରାଦ୍ଵୀପ ନଗର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହିତ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ସମ୍ପୃକ୍ତ କମ୍ପାନୀ ଅଧିକାରୀ ଙ୍କୁ ଘଣ୍ଟ ଘୋଡାଇବା ସହିତ ନିଜ ପିସିଆର ଭ୍ୟାନ ଡ୍ରାଇଭର କୁ ନ୍ୟାୟ ଦେବାରେ ପଛଘୁଞ୍ଚା ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

    ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ସୁକେଶ ଘରୁ ଥାନାକୁ ଆସିଥିଲେ ପିସିଆର ଚଲାଇବା ପାଇଁ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ୨୧ ତାରିଖରେ ସୁକେଶ ଙ୍କ ବାପା ଆଦର୍ଶ ଥାନା ରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି ତତ୍ପରତା ଦେଖାଇ ନଥିଲେ। ୩୧ ତାରିଖ ଅର୍ଥାତ ଘଟଣାର ୧୦ ଦିନ ପରେ ଜେବି କଲୋନୀ ନିକଟରୁ ସୁରେଶଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ପରିବାର ବର୍ଗଙ୍କ ଏତଲା ଅତଲା ଅଧାରେ ପୁଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ହେଲେ ତଦନ୍ତରେ ଅଗ୍ରଗତି ହୋଇନଥିଲ। । ସୁକେଶଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ପାରାଦ୍ଵୀପ ବନ୍ଦର ରେ କାର୍ଯ୍ୟରତ ରାଧା କମ୍ପାନୀ ର ଦୁଇଜଣ କର୍ମଚାରୀଙ୍କ ସହ ଅଗଷ୍ଟ ୧୬ ତାରିଖରେ ଗଣ୍ଡଗୋଳ ହୋଇଥିଲା । ସେମାନେ ସୁକେଶ ଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହେବା ସହିତ ସେହିମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସୁକେଶଙ୍କ ବାପା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ହେଲେ ଫଳ ଶୂନ । ତେବେ ଏହି ଘଟଣାରେ ପୋଲିସ ଅ।ଖି ଦୃଶିଅ। ପଦକ୍ଷପ ଗ୍ରହଣ ନକରେ ,କଂଗ୍ରେସ ଆନ୍ଦୋଳନକୁ ଆହୁରି ତିବ୍ରତର କରିବ ବୋଲି ଚେତାବନୀ ଦେଇଛି ।

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା । ହତ୍ୟା ପରେ ୱାଶିଂମେସିନରେ ମୃତଦେହ ରଖିଥିଲା ଅଭିଯୁକ୍ତ । ଶେଷରେ ବନ୍ଧା ହେଲା । ସୂଚନା ଅନୁଯାୟୀ ,ଗୁଜୁରାଟ ସୁରଟର ଉଦୁନା ଠାରେ କେନ୍ଦ୍ରାପଡା ମହାକାଳପଡା ଯଶୁଆପଲି ବାଲିସାହିର ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଏକ ଭେରାଇଟ ଷ୍ଟୋର କରି ସେଠାରେ ରହୁଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କ ସହ ଟଙ୍କା ଦେଣ ନେଣକୁ ନେଇ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ଘଟଣାରେ ଉତ୍ଖିପ୍ତ ହୋଇ ମନୋଜ ଗୁରୁଚରଣକୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲା । ପରେ ମୃତଦେହକୁ ଏକ ଲୁଗାସଫା ମେସିନରେ ଲୁଚାଇ ରଖିଥିଲା । ଘଟଣାର ସାତ ଦିନପରେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଯବତ କରିବା ସହ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ମନୋଜ ଭୂବନେଶ୍ବର ସମେତ କର୍ଣ୍ଣାଟକ ,ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଲୁଚି ରହିଥିଲା । ମୋବାଇଲ୍ କୁ ଟ୍ରାକ କରି ଦୀର୍ଘ ୪/୫ଦିନ ହେବ ଆସାମୀ ମନୋଜ ଆରଡିରେ ରହି ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସର ମିଳିତ ସହଯୋଗରେ ଆସାମୀକୁ କାବୁ କରିଛି ଗୁଜୁରାଟ ପୋଲିସ।

  • ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ସ୍ବିକାର କଲା ନିଜ ଦୋଷ

    ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ସ୍ବିକାର କଲା ନିଜ ଦୋଷ

    ଅନେକ ସମୟରେ ଘରୋଇ କଳି କିଭଳି ଅପରାଧ ଘଟାଏ ତାହାର ଅନେକ ନଜିର ରହିଛି ।କେଉଁଛି ସ୍ବାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ପୁଣି କେତେବେଳେ ସ୍ତ୍ରୀ ସ୍ବାମୀକୁ ହତ୍ୟା କରୁଛି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମରେ। ସୁଚନା ଅନୁଯାୟୀ କୋଡିପସା ଗ୍ରାମର ସୁନୀତା ଜୁଆଙ୍ଗ , ସ୍ୱାମୀ ଟୁରା କୁ ଶାବଳରେ ପିଟି ହତ୍ୟା କରିଥିବା ନିଜେ ସ୍ବୀକାର କରିଛି। ଏହି ଘଟଣା ଗତ ରବିବାର ରାତିରୁ ଘଟିଥିବା ବେଳେ ଆଜି ଖବର ପାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘ ତିନି ଦିନ ଧରି ଟୁରାର ଶବ ଘରେ ପଡିରହିଥିବା ବେଳେ ଚାରି ଛୁଆ ଙ୍କୁ ଧରି ସୁନୀତା ସେହି ଘରେ ରହି ଆସୁଥିଲେ। ନିଜ ସ୍ଵାମୀ ମଦ ପିଇ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମଧ୍ୟ ମାରୁଥିଲା। ତେବେ ହତ୍ୟା ଘଟଣା ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମଧ୍ୟ ଝଗଡା ହୋଇଥିଲା ଆଉ ଏହି ଝଗଡା ନେଇଥିଲା ଉଗ୍ରରୁପ । ଫଳରେ ଶାବଳରେ ପଟି ପଟି ସୁନୀତା ସ୍ବାମୀ ଟୁରାଙ୍କୁ ହତ୍ୟା କରିଥିବା ଜଣା ପଡିଛି । ତେବେ ଆଜି ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ଟାଉନ ଆଇଆଇସି, ସଦର ଏସଡିପିଓ ପହଞ୍ଚି ଶବକୁ ଜବତ କରି ସୁନୀତା କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।

  • ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକେ

    ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକେ

    ପୁଣି ରାଜଧାନୀର ନିଶା ନିବାରଣ କେନ୍ଦ୍ର ନାଁରେ ଆସିଲା ହତ୍ୟା ଅଭିଯୋଗ। କେନ୍ଦ୍ରରେ ନିଶା ଛାଡିବାକୁ ଆସିଥିବା ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ହେଲା ଅଭିଯୋଗ। ଏନେଇ ଥାନାର ଦ୍ୱାରସ୍ଥ ମୃତକଙ୍କ ପରିବାର। ସୂଚନା ମୁତାବକ, ରାଜଧାନୀ କ୍ୟାପିଟାଲ ଥାନା ଅଧୀନ ଶିଶୁ ଭବନ ନିକଟବର୍ତ୍ତି ଝରଣା ବସ୍ତୀରେ ୪୧ ବର୍ଷୀୟ ଛବି ନାୟକଙ୍କ ପରିବାର ରହୁଥିଲେ। ଛବିଙ୍କ ମାତ୍ରାଧିକ ନିଶା ସେବନକୁ ନେଇ ତାଙ୍କ ସ୍ତ୍ରୀ ଅତିଷ୍ଟ ହୋଇ ପଡିଥିଲେ। ତେଣୁ ଧଉଳି ଅଞ୍ଚଳରେ ଥିବା ସ୍ବୀକାର ନିଶା ନିବାରଣ କେନ୍ଦ୍ରରେ ତିନି ମାସ ତଳେ ତାଙ୍କୁ ଛାଡିଥିଲେ ସ୍ତ୍ରୀ ଝୁନୁ।

    ଏହାରି ଭିତରେ ଯେତେବେଳେ ବି ସେ କେନ୍ଦ୍ରକୁ ଫୋନ କରି ସ୍ବାମୀଙ୍କ ସହ କଥା ହେବାକୁ ଚାହୁଁଥିଲେ ସେମାନେ କଥା ହେବାକୁ ଦେଉନଥିଲେ। ହଠାତ୍ ଗତକାଲି ରାତି ୩ଟାରେ କେନ୍ଦ୍ରରୁ ଝୁନୁଙ୍କୁ ଫୋନ କରି କୁହାଯାଇଥିଲା କି ଛବିଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇଛି। ଆମେ ଶ୍ରୀ ହସ୍ପିଟାଲ ନେଉଛୁ ଆପଣ ଆସନ୍ତୁ। ସେ ସେଠାରେ ପହଞ୍ଚିବା ବେଳକୁ ପୁଣି କୁହାଯାଇଥିଲା କ୍ୟାପିଟାଲ ହସ୍ପିଟାଲ ନେଇ ଆସିଛୁ, ଏଠିକି ଆସନ୍ତୁ। କ୍ୟାପିଟାଲ ହସ୍ପିଟାଲରେ ଝୁନୁ ଯାଇ ଦେଖନ୍ତି ତାଙ୍କ ସ୍ବାମୀଙ୍କ ମରଶରୀର ପଡିଥିଲା। ଛବିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଛବିଙ୍କୁ କେନ୍ଦ୍ରରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହେଉଛି।

    ଏହି ଅଭିଯୋଗ ସହ ଉକ୍ତ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ଗୁମର ଖୋଲିଛନ୍ତି ସେଠାରେ କିଛି ଦିନ ପୂର୍ବେ ରହିଥିବା ଛବିଙ୍କ ସାନ ଶଳା। ଖାଇବା ପିଇବାକୁ ଦିଆ ଯାଉ ନ ଥିବା ସହ ଛୋଟ ଛୋଟ ଭୁଲ ପାଇଁ ପାଇପରେ ଗୋରୁ ଗାଈ ପରି ମାଡ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାରେ ପୋଲିସ ତଦନ୍ତ କରିବ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜୋନ ଟୁ (୨)ଏସିପି ଗିରିଜା ଚକ୍ରବର୍ତ୍ତୀ।

    ତେବେ ଏଠାରେ ଗୋଟିଏ କଥା ବୁଝା ପଡୁ ନାହିଁ। ବାରମ୍ବାର ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ବହୁ ଅଭିଯୋଗ ହେଉଛି। ବହୁ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଏପରି କେନ୍ଦ୍ର କେବଳ ଅର୍ଥ ଉପାର୍ଜନର ମାଧ୍ୟମ ହୋଇଛି ବୋଲି ଅଭିଯୋଗ ସହ ଅନେକ କେନ୍ଦ୍ରର ଲାଇସେନ୍ସ ନ ଥିବା ମଧ୍ୟ କୁହାଯାଉଛି। ଏପରି ଅଭିଯୋଗ ସତ୍ତ୍ବେ ପୋଲିସ ଏହି ଦିଗରେ କାହିଁକି କୌଣସି ପଦକ୍ଷେପ ନେଉନାହିଁ ତାକୁ ନେଇ ଠିଆ ହେଉଛି ପ୍ରଶ୍ନବାଚୀ ।