Tag: #Mayurabhanja

  • ଏଣିକି ବୁଲିପାରିବେ ଜାତୀୟ ଉଦ୍ୟାନ ଶିମିଳିପାଳ

    ଏଣିକି ବୁଲିପାରିବେ ଜାତୀୟ ଉଦ୍ୟାନ ଶିମିଳିପାଳ

    ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ । ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ofline ପ୍ରବେଶ ପତ୍ର ବନ୍ଦ ରହିଛି, କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ, ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି, ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ।ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ, ଆଜି ଯଶିପୁର ଓ ପୀଠାବଟା ଠାରେ ପର୍ଯ୍ୟଟକଙ୍କୁ ବିପୁଳ ଭାବେ ସ୍ୱାଗତ କରାଯାଇଛି, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଜଙ୍ଗଲରେ ଜୀବଜନ୍ତୁ ଦେଖିବା ସହ ଜଙ୍ଗଲ ସଫାରୀର ମଜା ନେଇ ପାରିବେ, ଆଜି ପ୍ରଥମ ଦିନରେ ପର୍ଯ୍ୟଟକ ମାନଙ୍କୁ ବନବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ସେମାନେ ବନବିଭାଗର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

  • ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା କାଲେଶ୍ବର ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଛପର ଘରେ ରହିବି ନାହିଁ ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।

    ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ ଗାଁ ର ଶୈବ ଭକ୍ତମାନେ ବାବାଙ୍କୁ ଗଛମୂଳରେ ନ ରଖି ଏକ ନୂତନ ମନ୍ଦିର କରି ସେଠାରେ ପୂଜା କରିବେ ବୋଲି ଶପଥ ନେଇଥିଲେ ।ବହୁ ଆର୍ଥିକ ପରିସ୍ଥିତି କୁ ସାମ୍ନା କରି ଗ୍ରାମବାସୀ ଓ ଆଖପାଖ ଶିବପୂଜକମାନେ ଅର୍ଥା ଦାନ କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।ଏପ୍ରିଲ ୨୬ ତାରିଖ ଦିନ ମନ୍ଦିରରେ ରତ୍ନମୁଦ କାର୍ଯ୍ୟ ହୋଇଥିଲା ।୨୮ ତାରିଖ ଦିନ ଅର୍ଶ ଯାତ୍ରା,ଠାକୁର ଶୟନ, ଯଜ୍ଞ ମଣ୍ଡପ,ମାର୍ଜନା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।୨୯ ତାରିଖ ଦିନ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ଯଜ୍ଞ, ଠାକୁରଙ୍କର ମହାସ୍ନାନ,ମହାଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

    ବୁଧବାର ଦିନ ଗୋପୂଜା, ଯଜ୍ଞ, ସର୍ବସାଧାରଣଙ୍କ ବାବାଙ୍କ ଦର୍ଶନ ଓ ଅପରାହ୍ନ ୫ ଠାରେ ପୁର୍ଣାହୁତି,ମହାଆଳତି ଓ ସର୍ବସାଧାରଣଙ୍କ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସବୁଦିନ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯିବଖ ବ୍ୟବସ୍ଥା କରାଯାଇଛି ।

    କୁଲଡିହା ଗ୍ରାମ ସମେତ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ପୂଜାର୍ଚ୍ଚନା କରିବା ସହ‌ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।

  • ଶ୍ରେଷ୍ଠ ସମ୍ମାନରେ ସରପଞ୍ଚ ସବିତା ସୋରେନ

    ଶ୍ରେଷ୍ଠ ସମ୍ମାନରେ ସରପଞ୍ଚ ସବିତା ସୋରେନ

    ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ । ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର‌ ହାଟଵାଦଡା ପଞ୍ଚାୟତକୁ କେନ୍ଦ୍ରସରକାର ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରୀୟ ସ୍ତରରେ ଦିତୀୟ ଶ୍ରେଷ୍ଠ ସମ୍ମାନରେ ହାଟଵାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ମାନିତ କରିଥିଲେ ।

    ଆଜି ହିଟବାଦଡାଠାରେ ଅଂଚଳ ବାସୀଙ୍କ ତରଫରୁ ହାଟବାଦଡାର ସମ୍ମାନକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣିତ କରିଥିବା ସରପଞ୍ଚ ଶ୍ରୀମତୀ ସବିତା ସୋରେନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ହାଟବାଦଡା ବଜାରରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାଜା ବଜାଇ ଶ୍ରୀମତୀ ସୋରେନଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ଅଂଚଳର ବିଶିଷ୍ଟ ସମାଜସେବୀ ଭଗବାନ ସାହୁ,ନାଣ୍ଡୁ ସାହୁ ,ହରି ସାହୁ,ଜନ୍ମେଜୟ ସେଠୀ ,ଏବଂ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

  • ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ()ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଫଳରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି କୁହୁଡି ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।ସେହିଭଳି ଏହି ଘନ କୁହୁଡି ଯୋଗୁଁ ଜି.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଛି । ଗାଡିରେ ଥିବା ତିନି ଜଣଙ୍କୁ ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିବା ଜଣା ପଡିଛି । କାର ମାଲିକ ଅଭିଷେକ ଗିରି ନିଜେ କାର ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ । ସୂଚନା ପ୍ରକାରେ ଜି.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ “ଅଦୃଶ୍ୟ”ର ସୁଟିଂ ଚାଲିଅଛି । ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି।

    ତେବେ ସେମାନେ ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରେଇ ଏକ ଗାର୍ଡ ୱାଲ କୁ ମାଡ଼ ହୋଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଚୁଆ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବାଦାମ ପାହାଡ଼ କୁସୁମୀ ତହସିଲ ଅଧୀନ କୁଲଡ଼ିହା Ri ରାକେଶ କୁମାର ପାତ୍ର ଜୟପୁର ସର୍କଲର ଜମିମାପ କରି ଏହା ବାବଦକୁ, ୱାର୍ଡ ନମ୍ବର ୬ ନିବାସୀ ରାମଦାସ ସାହୁଙ୍କ ଠାରୁ 5 ହଜାର ଟଙ୍କା ଦାବି କରିଥିଲେ । ଏଥି ପାଇଁ ସେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ରାମଦାସ ସାହୁଙ୍କ ଠାରୁ ଆରଆଇ ରାକେଶ କୁମାର ପାତ୍ର ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ ପୂର୍ବରୁ ଯୋଜନା ମୁତାବକ ଚଢାଉ କରି ଟଙ୍କା ସହ ଆଇଆରଙ୍କୁ ମାଡ଼ିବସି ଥିଲେ। ଏଥିସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦା ମୁର୍ଗାବାଡି ଭଡ଼ା ଘରେ ଚଢ଼ାଉ କରିଛି । ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ର ପୂର୍ବରୁ ବିବାଦୀୟ ରହିଥିବା ଏକାଧିକ ଲାଞ୍ଚ ଅଭିଯୋଗ ତାଙ୍କ ବିରୋଧେ ରହିଛି । ଭିଜିଲାନ୍ସ ଅତିରିକ୍ତ SP ହରେକୃଷ୍ଣ ମାଝୀ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ଵର ଭିଜିଲାନ୍ସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।

  • କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା। ଏହା ପରେ ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି। ଭାରତ ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେଟର ଜୋନାଲରେ କାଇ ପିମ୍ପୁଡି ଓ ମୟୂରଭଞ୍ଜର ପରିଚୟକୁ ନେଇ ସ୍ୱୀକୃତି ମିଳିଥିବା ଜଣାପଡିଛି। ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବଣ ପାହାଡ଼ ଘେରା ଏହି ଜିଲ୍ଲାରେ ରହିଛି ଶିଳିପାଳ ଅଭୟାରଣ୍ୟ ଓ ଅନେକ ଛୋଟ ବଡ଼ ଜଙ୍ଗଲ ରହିଛି। ଜଙ୍ଗଲରେ ବହୁ ମାତ୍ରାରେ ବଡ଼ବଡ଼ ଶାଳ, ଆମ୍ୱ ଓ ଅନ୍ୟା ଗଛ ରହିଛି। ଏହି ଗଛରେ କାଇ ପିମ୍ପୁଡ଼ି ବସା ବାନ୍ଦିଥାଆନ୍ତି। ଯାହାକୁ ଆଦିବାସୀମାନେ ଖାଦ୍ୟ ଭାବେ ସେବନ କରିଥାଆନ୍ତି। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ରହିଅଛି ବୋଲି ବିଶ୍ୱାସ ରହିଛି। କାଇ ପିମ୍ପୁଡି ଖାଇଲେ ଥଣ୍ଡା, କାଶ, ଚର୍ମ ପରି ବହୁ ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ଯେଉଁଥିପାଇଁ ଆଦିବାସୀମାନେ କେଉଁ କାଳରୁ କାଇକୁ ଖାଇଥାଆନ୍ତି।ମୟୂରଭଞ୍ଜରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା କାଇକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଭିନ୍ନ ଫୋରମରେ ଦାବି ହୋଇଆସୁଲା। ପରିଶେଷରେ ଶୁକ୍ରବାର କାଇ ପିମ୍ପୁଡିକୁ ମୟୂରଭଞ୍ଜର ଜିଓଗ୍ରାଫିକାଲ ଇଣ୍ଡିକେଟର ଭାବେ ପରିଚୟ ମିଳିପାରିଛି।

  • ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଗୋଷ୍ଠୀଙ୍କୁ ପୋଷାକ ବିତରଣ କରିବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦିଆଯାଇଛି ପୋଷାକ। କିନ୍ତୁ ଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ପୋଷାକ ଅତି ନିମ୍ନମାନର ହୋଇଥିବା ସହ ଏଥିରେ ଲୋଗୋ ଓଲଟା ଲଗାଯାଇଥିବା ଅଭିଯୋଗ ହେଉଛି। ଏହାକୁ ପିନ୍ଧି ବାହାରକୁ ଯିବାକୁ ଲଜ୍ଜା ଅନୁଭବ କରୁଛନ୍ତି ଛାତ୍ରୀ। ସେପଟେ ଏସମ୍ପର୍କରେ ବିଇଓଙ୍କୁ ପଚରାଯିବାରୁ ସେ
    ସେ କିଛି ଜାଣିନଥିବା କହିଛନ୍ତି।

    ତେବେ ପରିଧାନ ଯୋଜନାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଡ୍ରେସ ପ୍ରସ୍ତୁତି ପାଇଁ କାର୍ଯ୍ୟାଦେଶ ପାଇଥିବା ଗ୍ରୁପ ମନ ଇଛା ଡ୍ରେସ ତିଆରି କରି ଅର୍ଥ ସାଉଁଟୁ ଥିବା ବେଳେ ଏହା ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଛି ତାହା ପୂରଣ ହୋଇପାରୁ ନାହିଁ। ତେଣୁ ଏହା ଉପରେ 5t ସଚିବ ଭି.କେ.ପାଣ୍ଡିଆନ ଦୃଷ୍ଟି ଦେବାକୁ ଦାବି ହେଉଛି।

  • ମୟୂରଭଞ୍ଜ ୧୬ ବ୍ଲକରେ ୨୧୨୭ କୋଟି ବ୍ୟୟରେ ମେଗା ପାଇପ୍ ଜଳ ପ୍ରକଳ୍ପ

    ମୟୂରଭଞ୍ଜ ୧୬ ବ୍ଲକରେ ୨୧୨୭ କୋଟି ବ୍ୟୟରେ ମେଗା ପାଇପ୍ ଜଳ ପ୍ରକଳ୍ପ

    ମୟୂରଭଞ୍ଜ ଜିଲ୍ଲାର ୧୬ ବ୍ଲକରେ ହେଉଛି ମେଗା ପାଇପ୍ ଜଳ ପ୍ରକଳ୍ପ । ଏଥିପାଇଁ ୨୧୨୭ କୋଟି ବ୍ୟୟ ବରାଦ ହୋଇଛି । ଆଗାମୀ ଅକ୍ଟୋବର ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବ । ସେହିପରି ଜିଲ୍ଲାର ୩ ବ୍ଲ୍‌କ୍‌ରେ ୧୭୯ କୋଟି ଟଙ୍କାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେଉଥିବାବେଳେ ୭୩୮.୮ କୋଟି ବ୍ୟୟରେ ସୋନ ନଦୀ ବ୍ୟାରେଜ ପ୍ରକଳ୍ପ ହେଉଛି । ସେସବୁ ମଧ୍ୟ ଧାର୍ଯ୍ୟ ସମୟ ଭିତରେ ଶେଷ ହେବ । ଏହି ସୂଚନା ଦେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ଶ୍ରୀ ପାଣ୍ଡିଆନ ଶନିବାର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟରେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ସେ ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ସ୍ୱୟଂ ସହାୟିକା ମହିଳାମାନେ ରାକ୍ଷୀ ବାନ୍ଧିଥିଲେ । ପରେ ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ମିଶନଶକ୍ତି ମା’ଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

    ସେ କହିଥିଲେ, ଓଡ଼ିଶାକୁ ସଶକ୍ତ ରାଜ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆପଣମାନଙ୍କୁ ବହୁତ ଭଲ ପାଆନ୍ତି, ଆପଣମାନଙ୍କ ଉନ୍ନତି ସେ ଚାହାନ୍ତି । ଏବେ ମିଶନଶକ୍ତି ଏକ ସାମାଜିକ ବିପ୍ଳବରେ ପରିଣତ ହୋଇଛି । ସବୁ କାମରେ ମିଶନଶକ୍ତି ସାମିଲ ହୋଇଛି । ରାଜ୍ୟରେ ୩ ଲକ୍ଷ ୭୫ ହଜାର ଗ୍ରୁପ୍ ୧୧,୩୦୦ କୋଟି ଟଙ୍କାର ଋଣ ନେଇଛନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲା ପାଇଁ ୭୫୦ କୋଟି ଟଙ୍କା ଋଣ ଦିଆଯାଇଛି । ମା’ମାନେ ଏବେ ଉଦ୍ୟୋଗପତି ହେଲେଣି । ତେଣୁ ମା’ମାନଙ୍କୁ ଆହୁରି ଆଗକୁ ଆସିବାକୁ ପଡ଼ିବ । ଗାଁର ଅବ୍ୟବହୃତ ସରକାରୀ ପ୍ରତିଷ୍ଠାନକୁ କାର୍ଯ୍ୟରେ ଲଗାନ୍ତୁ । ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ରଙ୍କ ଦରମା ବଢ଼ାଇବା ପାଇଁ ତର୍ଜମା ଚାଲିଛି । ସ୍ମାର୍ଟ ଆଇଡି କାର୍ଡ ମାସ ଦୁଇ ମାସ ଭିତରେ ମିଳିବ ବୋଲି ସେ ସ୍ପଷ୍ଟ କରିଥିଲେ ।

    ଶ୍ରୀ ପାଣ୍ଡିଆନ କହିଥିଲେ, ୨୧୨୭ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନା ଓ ମଲ୍ଟି ଗ୍ରାମ ପାଇପ୍ ଜଳ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଛି । ସେସବୁ ବ୍ଲକ୍‌ଗୁଡ଼ିକ ହେଉଛି ରାଇରଙ୍ଗପୁର, ବାଙ୍ଗ୍ରିପୋଷୀ, ସାମାଖୁଣ୍ଟା, କୁଲିଅଣା, ସୁଲିଆପଡ଼ା, ମୋରାଡ଼, ରାସଗୋବିନ୍ଦପୁର, ବେତନଟି, ଉଦଳା, ଗୋପାବନ୍ଧୁନଗର, କପ୍ତିପଦା, ତିରିଙ୍ଗି, ବହଳଦା, ଜାମଦା, ସାରସ୍‌କଣା, ବିଶୋଇ । ଏହା ୨୦୨୩ ଅକ୍ଟୋବର ସୁଦ୍ଧା ଜିଲ୍ଲାର ୧୬ ବ୍ଲକ୍‌ରେ ହେବ କାର୍ଯ୍ୟକ୍ଷମ । ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଅକ୍ଟୋବର ୨୦୨୩ରୁ ଏହି ପ୍ରକଳ୍ପଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସେହିପରି ସୁବର୍ଣ୍ଣେରେଖା ଜଳସେଚନ ପ୍ରକଳ୍ପଯୋଗୁଁ ବେତନଟି ବ୍ଲକ୍‌ରେ ୭୨,୦୦୦ ଏକର ଜମିକୁ ଜଳସେଚିତ ହେବ । ବଡ଼ସାହି ବ୍ଲକ୍‌ରେ ମଧ୍ୟ ୧୧,୦୦୦ ଏକର ଜମିି ଜଳସେଚିତ ହେବ ।

    ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ, ୩ ବ୍ଲ୍‌କ୍‌ରେ ୧୭୯ କୋଟି ଟଙ୍କାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେଉଛି । ସେସବୁ ବ୍ଲକ୍‌ଗୁଡ଼ିକ ହେଉଛି କୁଲିଅଣା, ବେତନଟି ଓ ସାରସ୍‌କଣା । ଏଥିଯୋଗୁଁ ୧୪,୯୧୦ ଏକର ଜମି ଜଳସେଚନ ହେବ । ୭୩୮.୮ କୋଟି ବ୍ୟୟରେ ସୋନ ନଦୀ ବ୍ୟାରେଜ ପ୍ରକଳ୍ପ ଯୋଗୁଁ ଗୋପାବନ୍ଧୁନଗର ଓ ବଡ଼ସାହି ବ୍ଲକ୍‌ର ୧୨,୧୮୬ ଏକର ଜମି ଜଳସେଚିତ ହେବାର ଲକ୍ଷ୍ୟ ରଖାଯାଇଛି । ସମୟସୀମା ମଧ୍ୟରେ ଏସବୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ୫-ଟି ସଚିବ ବାଙ୍ଗ୍ରିପୋଷୀ, ମୋରଡ଼ା ଓ ଉଦଳା ବ୍ଲକ୍‌ରେ ୨୪୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସଡ଼କ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଆମ ହସ୍ପିଟାଲ ଯୋଜନାର ଅଗ୍ରଗତିର ବି ସମୀକ୍ଷା କରିଥିଲେ। ଉକ୍ତ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲକୃଷ୍ଣ, ଆଇଜି ହିମାଂଶୁୁ ଲାଲ୍‌, ଜିଲ୍ଲାପାଳ ଭିନୀତ୍ ଭରଦ୍ୱାଜ, ଏସ୍‌ପି ବାଟୁଲା ଗଙ୍ଗାଧର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

  • ଅଧାପୋଡା ମୃତଦେହ ଖାଇ ଥାନାରେ ଅଟକ

    ଅଧାପୋଡା ମୃତଦେହ ଖାଇ ଥାନାରେ ଅଟକ

    ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ମଶାଣିରେ ଦରପୋଡା ମୃତଦେହ ଖାଇଯାଇଛନ୍ତି ଦୁଇ ଭାଇ। ଏହି ଘଟଣାକୁ ନେଇ ଦୁଇ ଭାଇଙ୍କୁ ପୋଲିସ ଥାନାରେ ଅଟକ ରଖିଛି।
    ସୋମବାର ବଡ଼ସାହି ଥାନା ଅଧୀନ ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଟୁନି ସିଂ ନାମକ ଯୁବତୀଙ୍କର ବଡ଼ସାହି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଗାଁ ମୁଣ୍ଡ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଶବ ପୋଡା ଚାଲିଥିଲା, ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ଶବ ପୋଡିବା ଦାୟିତ୍ବ ନେଇଥିଲେ ଓ ଶବ ପୋଡ଼ୁଛି ନା ନାହିଁ ତଦାରଖ କରୁଥିଲେ। ମୃତଦେହ ପ୍ରାୟତଃ ପୋଡିଯାଇଥିଲା, ଅଳ୍ପ କିଛି ବାକି ଥିଲା। ଏହି ସମୟରେ ଉଭୟ ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ଜୁଇରୁ ଅବଶିଷ୍ଟାଂଶ ବାହାର କରି ନେଇ ଯାଇଥିଲେ।

    ଏହା ଦେଖି ମୃତ ଯୁବତୀଙ୍କ ଦାଦା ଲୋବୋ ସିଂ ସେମାନଙ୍କୁ କାହିଁ ମାଂସ ନେଉଛ ପଚାରିବାରୁ ସେମାନେ ଫିଙ୍ଗିଦେବେ କହିଥିଲେ। କିନ୍ତୁ କିଛି ସମୟ ପରେ ଉଭୟ ସେହି ମାଂସକୁ ଖାଇବା ଆରମ୍ଭ କରିଥିଲେ। ଉଭୟଙ୍କୁ ପୋଡା ମାଂସ ଖାଉଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହା ପରେ ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଏପରି ଅମାନବୀୟ କାଣ୍ଡକୁ ନେଇ ଲୋକେ ଉଭୟଙ୍କୁ ଧରି ନିସ୍ତୁକ ପିଟିଥିଲେ।
    ଏହା ପରେ ଲୋକା ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ବଡ଼ସାହି ଥାନା ପୁଲିସ ଜିମାରେ ଦେଇଥିଲେ। ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀଙ୍କ ବାପା ଏ ଘଟଣା ନେଇ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

  • ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ 

    ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ 

    ପୁଣି ଶାକାରୀଙ୍କ ଗୁଳିରେ ଗଲା ଜଣେ ବନ କର୍ମଚାରୀଙ୍କ ଜୀବନ  I   ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।  ମୃତ ବନକର୍ମଚାରୀ ଜଣକ ହେଲେ ବାରାହକାମୁଡ଼ାର ଫରେଷ୍ଟର ମାଟି ହାଁସଦା ।ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ମୋଟ ୬ ଜଣ ଶିକାରୀ ଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଶିକାରୀମାନଙ୍କୁ କାବୁ କରିବା ସମୟରେ କୁ ବନକର୍ମଚାରୀ ଏବଂ ଶୀକାରୀଙ୍କ ମଧ୍ୟରେ ହାତାହାତୀ ହୋଇଥିଲା । ଏପରିକି ଗୁଳିବିନିମୟ ମଧ୍ୟ ହୋଇଥିଲା। ସେହି ସମୟରେ ଜଣେ ଶୀକାରୀର ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା।ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।