Tag: #labour

  • ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଶ୍ରମିକ ମୃତ

    ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଶ୍ରମିକ ମୃତ

    ପାରାଦ୍ଵୀପ- ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଗୁରୁତର ଶ୍ରମିକ ସତ୍ୟ ସୁବ୍ରତ ଦଳାଇ ମୃତ। ଘଟଣାକୁ ନେଇ ପରିବାର ଓ ଶ୍ରମିକ ମାନଙ୍କ ପକ୍ଷରୁ ୩ ନମ୍ବର ଗେଟ ସମ୍ମୁଖରେ ଧାରଣା ଦିଆଯାଇଛି। ବନ୍ଦର ର ୩ ନମ୍ବର ଗେଟ ସମ୍ପୁର୍ଣ୍ଣ ବନ୍ଦ, ଫଳରେ ବନ୍ଦର ଭିତରୁ କୈାଣସି ଶ୍ରମିକ ବାହାରକୁ ଆସିପାରୁ ନାହାନ୍ତି କି ଭିତରକୁ କେହି ଯାଇପାରୁ ନାହାନ୍ତି। ମୃତ ଶ୍ରମିକ ଙ୍କ ଘର କୁଜଙ୍ଗ ଥାନା ନବାଡିଆ ଗ୍ରାମରେ। କ୍ଷତିପୂରଣ ଦାବିରେ ପରିବାର ଓ ଶ୍ରମିକ ଧାରଣା ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଲୋଚନା ଆରମ୍ଭ କରିଛି। ତେବେ ଗତ ଦୁଇଦିନ ତଳେ ବନ୍ଦର ର ରେଲ୍ ଆଣ୍ଡ ରୋପ‌ଓ୍ବେ କମ୍ପାନୀରେ କାମ କରୁଥିବା ସତ୍ୟ ସୁବ୍ରତ ଦଳାଇ ଦୂର୍ଘଟଣାର ଶିକାର ହୋଇଥିଲେ। ଓ୍ବାଗନ ନିକଟରେ କାମ କରୁଥିଲା ବେଳେ ଟ୍ରେନ୍ ଟି ପଛକୁ ଗଡିଯିବାରୁ ତାଙ୍କ ଛାତିରେ ଜୋରରେ ମାଡ଼ ହୋଇଥିଲା।

    ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଥିଲା। ସେଠାରେ ଗୁରୁତର ଥିବା ଜାଣିବା ପରେ ମେଡିକାଲ ନେଇଥିବା କର୍ମଚାରୀ ସେଠାରେ ତାଙ୍କୁ ଛାଡି ଚାଲି ଆସିଥିଲେ। ଆଜି ସକଳେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର କମ୍ପାନୀ କତ୍ତୃପକ୍ଷ ଏହି ଘଟଣାରେ ସମ୍ପୃକ୍ତ ପରିବାର ନିକଟରେ ପହଞ୍ଚିବା ବଦଳରେ ଧରାଛୁଆ ଦେଇନଥିଲେ। ଯାହାକୁ ନେଇ ପରିବାର ଓ ଅନ୍ୟ ଶ୍ରମିକ ମାନେ ସତ୍ୟ ସୁବ୍ରତ ଙ୍କ ଶବ ରଖି ୩, ନମ୍ବର ଗେଟ୍ ସମ୍ପୁର୍ଣ୍ଣ ବନ୍ଦ କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ୍ କ୍ଷତିପୂରଣ ନମିଳିଛି , ସେପର୍ଯ୍ୟନ୍ତ ଗେଟ୍ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ ଥାନାରେ ଆଲୋଚନା କରିବା ପାଇଁ କମ୍ପାନୀ ଓ ମୃତକଙ୍କ ପରିବାରକୁ ଡାକିଛନ୍ତି।

  • ତିନି ଦଫା ଦାବିରେ ରାଜପଥ ଅବରୋଧ କଲେ ଠିକା ଶ୍ରମିକ

    ତିନି ଦଫା ଦାବିରେ ରାଜପଥ ଅବରୋଧ କଲେ ଠିକା ଶ୍ରମିକ

    ତିନି ଦଫା ଦାବି ପୁରଣ ପାଇଁ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଖଣିର ଲିଜ୍‌ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଖଣି କାର୍ଯ୍ୟକ୍ଷମ ନହେଲେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ଏବଂ ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବି କରିଛନ୍ତି ଶ୍ରମିକ ।

    ରାଜରାସ୍ତାରେ ଠିକା ଶ୍ରମିକ | ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତିନି ଦଫା ଦାବି ନେଇ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ବରଗଡ଼-ବଲାଙ୍ଗୀର,ପଦ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖଣିର ଲିଜ୍‌ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଯଦି ଖଣି କାର୍ଯ୍ୟକ୍ଷମ ନ ହୁଏ, ତେବେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ଆଦି ପାଇଁ ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।

  • ୧୧ ଦିନ ପରେପହଁଚିଲା ମର ଶରୀର, କାନ୍ଦ ବୋବାଳିରେ ଫାଟୁଛି ଅଶୋକଙ୍କ ଗାଁ

    ୧୧ ଦିନ ପରେପହଁଚିଲା ମର ଶରୀର, କାନ୍ଦ ବୋବାଳିରେ ଫାଟୁଛି ଅଶୋକଙ୍କ ଗାଁ

    ଅଶୋକଙ୍କ ମୃତ ଦେହ୧୧ ଦିନ ପରେ ପହଁଚିଲା , କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ପରିବାର ପ୍ରତିପୋଷଣ ଲାଗି ସୁଦୁର ଆବୁଧାବି ଯାଇଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରମିକ ଜଣଙ୍କ ହେଲେ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର ଝୁଲିଆ ପ୍ରଧାନ ଙ୍କ ପୁତ୍ର ଅଶୋକ ପ୍ରଧାନ। ସେ ଆବୁଧାବିରେ ଥିବ ନାଶିର ଅଲ ହାଜିର  ( NSH) କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ଗତ 20 ତାରିଖ ରେ କୌଣସି କାରଣ ରୁ ତାଙ୍କର ମୃତ୍ୟୁ ହୋଇଥିଲା l ପ୍ରାୟ 11ଦିନ ପରେ ଆଜି ନିଜ ଗ୍ରାମକୁ ଫେରିଛି ମୃତ ଅଶୋକ ପ୍ରଧାନଙ୍କ ମର ଶରୀର  । ଆବୁଧାବିରୁ ବିମାନ ଯୋଗେ କାଲକାଟା ଆସିଥିଲା ଅଶୋକ ଙ୍କ ମର ଶରୀର lଅଶକୋଙ୍କ ମରସରିର ଗ୍ରାମରେ  ପହଞ୍ଚିଲା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ଅଶୋକଙ୍କ ପରିବା କହିଲେ ବୁଢ଼ା ବାପା,ମା, ଓ ସ୍ତ୍ରୀ ଙ୍କ ସହିତ ଗୋଟିଏ 14 ବର୍ଷ ଝିଅ ଓ ଦୁଇଟି ପୁଅ । ଘର ର ରୋଜଗାରିଆ ଏକ ମାତ୍ର ପୁଅ ଅଶୋକ l ବର୍ତମାନ ଅଶୋକ ଙ୍କ ବିୟୋଗ ରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଆଉ ପରିବାର ପ୍ରତି ଦୃଷ୍ଟି ଦେବାପାଇଁ  ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଓ ଗ୍ରାମବାସୀ ।

  • ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ପେଟ ପାଟଣା ପାଇଁ ନିଜ ରାଜ୍ୟରେ କାମ ନମିଳିବାରୁ ସୁଦୁର ଆନ୍ଧ୍ରପ୍ରଦେଶ କୁ ଇଟା ଭାଟିରେ କାମ କରିବା ପାଇଁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗ୍ରାମରେ।ଗ୍ରାମର ଲଦି ମାଝୀ ୩ମାସ ହେଲା ଗ୍ରାମର ୧୪ ଜଣ ପୁରୁଷ -ମହିଳା ଙ୍କ ସହ ମିଶି ଆନ୍ଦ୍ରପ୍ରଦେଶର ଜିଲା କପର ଗ୍ରାମର ଇଟାଭାଟି ରେ କାମ କରିବା ପାଇ ଯାଇଥିଲେ।କାମ କରି ଗତକାଲି ୩ଘଣ୍ଟା ସମୟରେ ରହୁଥିବା କ୍ୟାମ୍ପରେ ଆସି ଦେହ ଭଲ ଲାଗୁନି ବୋଲି କହି ଅଚେତ ହୋଇଯାଇଥଇଲେ।

    ତାଙ୍କୁ ସଙ୍ଗେସଙ୍ଗେ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।କିଛି ଦିନ ଆଗରୁ ଦେହ ଭଲ ଲାଗୁନି ମୁଁ ପାଇବାକୁ ଥିବା ଟଙ୍କା ମୋତେ ଦେଇଦିଅନ୍ତୁ ମୁଁ ଗାଁକୁ ଚାଲିଯିବ ବୋଲି ଇଟା ଭାଟି ମାଲିକଙ୍କୁ କହିଥିଲେ ହେଲେ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ କହିଛନ୍ତି।ଗାଁ କୁ ମୃତଦେହ ଫେରାଇ ଆଣିବାକୁ ପାଖରେ ପଇଷା ନଥିବାରୁ ପୋରିବାର ଲୋକ ଚିନ୍ତାରେ ପଡିଛନ୍ତି ।କେବେ ମିଳିବ ନିଜ ଅଞ୍ଚଳରେ ନିଯୁକ୍ତି ତାହା ହିଁ ସାଧାରଣରେ ପ୍ରଶ୍ନ

  • ମନରେଗା (MNREGA) ମଜୁରୀକୁ ୩ରୁ ୧୦ ପ୍ରତିଶତ ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଥିଲା କେତେ ବଢ଼ିଲା କେତେ

    ମନରେଗା (MNREGA) ମଜୁରୀକୁ ୩ରୁ ୧୦ ପ୍ରତିଶତ ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଥିଲା କେତେ ବଢ଼ିଲା କେତେ

    ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ସାରା ଦେଶରେ MNREGA ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିଭିନ୍ନ ରାଜ୍ୟ ପାଇଁ MNREGA ଅଧୀନରେ ଦିଆଯାଇଥିବା ମଜୁରୀକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ, MNREGA ଅଧୀନରେ ଦିଆଯାଇଥିବା ମଜୁରୀ ଦେଶର ବିଭିନ୍ନ ରାଜ୍ୟରେ ୩ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ହାର ଅନୁଯାୟୀ ପ୍ରଦାନ କରାଯିବାକୁ ଥିବା ମଜୁରୀ ୧ ଏପ୍ରିଲ ୨୦୨୪ ଠାରୁ ପ୍ରଯୁଜ୍ୟ ହେବ।

    ଅଧିକ ସୂଚନା ଅନୁଯାୟୀ ହରିୟାଣା ପାଇଁ MNREGA ମଜୁରୀର ସର୍ବାଧିକ ହାର (ଦୈନିକ ୩୭୪ ଟଙ୍କା) ସ୍ଥିର ହୋଇଥିବାବେଳେ ସର୍ବନିମ୍ନ (ଦୈନିକ ୨୩୪ ଟଙ୍କା) ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ରହିଛି।

    ଏହା ପୂର୍ବରୁ ଗୋଆରେ .୩୪୪ ଟଙ୍କା ମିଳୁ ଥିଲା, ଯାହା ବର୍ତ୍ତମାନ ୩୫୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି କର୍ଣ୍ଣାଟକରେ ମଜୁରୀ ୩୧୬ ରୁ ୩୪୯ ଟଙ୍କା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ .୨୭୨ ରୁ ୩୦୦ ଟଙ୍କା ଏବଂ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମଜୁରୀ ୨୨୧ ରୁ ୨୪୩ ଟଙ୍କାକୁ ବୃଦ୍ଧି କରାଯାଇଛି।

    ଯେଉଁ ରାଜ୍ୟଗୁଡ଼ିକରେ ସର୍ବନିମ୍ନ ବୃଦ୍ଧି ଘଟିଛି ତାହା ହେଉଛି ରାଜସ୍ଥାନ, କେରଳ, ୟୁପି ଏବଂ ଉତ୍ତରାଖଣ୍ଡ । ବର୍ତ୍ତମାନ ରାଜସ୍ଥାନରେ ୨୫୫ ଟଙ୍କା ମିଳୁଛି, ଯାହା ୨୬୬ ଟଙ୍କାକୁ ବୃଦ୍ଧି ପାଇବ |

    ଉତ୍ତରପ୍ରଦେଶରେ ବର୍ତ୍ତମାନ ଦୈନିକ ୨୩୦ ଟଙ୍କା ମିଳୁଛି,ଯାହା ୨୩୭ ଟଙ୍କାକୁ ବୃଦ୍ଧି ପାଇବ।

  • ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ରାଜ୍ୟରେ ଥମିବାର ନାମ ନେଉନି ଦାଦନ କଷଣ । ପେଟପାଟଣା ପାଇଁ ପରରାଇଜକୁ ଦାଦନ ଖଟିବାକୁ ଯାଇ ଫେରିଛି ବ୍ୟକ୍ତିଙ୍କ ମୃତଦେହ। ଗାଁରେ ମୃତଦେହ ପହଞ୍ଚିବା ପରେ ସମଗ୍ର ଗାଁ ଶୋକସାଗରରେ ବୁଡିଯାଇଥିଲା। କାନ୍ଦବୋବାଳିରେ ଫାଟିପଡିଥିଲା ପୂରା ଗାଁ। କିଏ ଭାଇ କୁଆଡେ ଗଲୁ କହି ବାହୁନି କାନ୍ଦୁଛି ତ ପୁଣି କିଏ ଗୁମୁରି ଗୁମୁରି ଲୁହ ଗଡଉଛି। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରୁ।

    ସୂଚନା ମୁତାବକ, ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁର ରଘୁ ଛତି ଜଣେ ଗରିବ ମଣିଷ। ପୁଅ ନୃପତି ବଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୌଣସି କାମ ନ ପାଇ ଗାଁ ଭୂମି ଛାଡି ଚାଲିଯାଇଥିଲେ ତାମିଲନାଡୁ। ସେଠାରେ ଅନେକ ବର୍ଷ ହେବ ସେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। ଯାହା ରୋଜଗାର କରୁଥିଲେ, ତାର ସିଂହଭାଗ ଗାଁକୁ ପଠାଇ ଯେନତେନ ପ୍ରକାରେ ସେଠାରେ ଚଳିଯାଉଥିଲେ। ହେଲେ ବୁଧବାର ଦିନ ସେଠାରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

    ଗୁରୁବାର ରାତିରେ ଏକ ଆମ୍ବୂଲାନ୍ସରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ଖେଳିଯାଇଥିଲା। ସ୍ଥାନୀୟ ରୀତିନୀତି ଅନୁଯାୟୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେପଟେ ସୁବର୍ଣ୍ଣପୁର ଜିଲା ଶ୍ରମ ଅଧିକାରୀ ଡିଲେଶ୍ବର ଶାଖା କପାସିରାରେ ପହଞ୍ଚି ମୃତ ନୃପତି ଛତିଙ୍କ ପରିବାରକୁ ଭେଟିଥିଲେ। ଏହା ସହ ୨୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି।

    ତେବେ ପ୍ରଶାସନିକ ତତ୍ପରତାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ, ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଉନଥିବା ରାଜ୍ୟ ସରକାର, ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ସିନା ଦାଦନ କଷଣ ଦୂର କରୁ ନାହାନ୍ତି। ରାଜ୍ୟରେ କେହି ଦାଦନ ଖଟିବାକୁ ଯାଉନଥିବା ସରକାରୀ ତଥ୍ୟକୁ ମିଛ ପ୍ରମାଣିତ କରିଛି ନୃପତିଙ୍କ ମୃତ୍ୟୁ। ଅନ୍ୟପଟେ, ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ପରିବାର।

  • ୪୮ ଘଣ୍ଟା ଧରି ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମିଳିତ ଉଦ୍ୟମ

    ୪୮ ଘଣ୍ଟା ଧରି ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମିଳିତ ଉଦ୍ୟମ

    ୪୮ ଘଣ୍ଟା ଧରି ଉତ୍ତରପ୍ରଦେଶର ଏକ ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମିଳିତ ଉଦ୍ୟମ କରାଯାଉଛି |ତିନି ଦିନରେ ପହଞ୍ଚିଛି ଚାର୍ ଧାମ ଟନେଲ୍ ଟ୍ରାଜେଡି। ଏବେ ବି ଟନେଲ ତଳେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ଘଟଣାସ୍ଥଳରେ ଜାରି ରହିଛି ମେଗା ରେସ୍କ୍ୟୁ ଅପରେସନ । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର । ଏବଂ ସେମାନଙ୍କ ନିକଟକୁ ପାଇପ୍ ଯୋଗେ ଖାଦ୍ୟ, ପାନୀୟଠୁ ଅମ୍ଳଜାନ ପଠାଯାଉଛି। ଚାଲିବା ଏବଂ ନିଶ୍ୱାସ ନେବା ପାଇଁ ସେମାନଙ୍କ ପାଖରେ ପ୍ରାୟ ୪୦୦ ମିଟର ବଫର୍ ଅଛି ବୋଲି ବିପର୍ଯ୍ୟୟ ମୁକାବିଲା ଅଧିକାରୀ କହିଛନ୍ତି।ତେବେ ଉଦ୍ଧାରକାରୀ ଦଳ ୱାକି-ଟକିଜ୍ ସହିତ ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସଫଳତାର ସହିତ ସ୍ଥାପନ କରିଛନ୍ତି | ପ୍ରାରମ୍ଭିକ ଯୋଗାଯୋଗ କାଗଜର ଏକ ସ୍କ୍ରାପରେ ଥିବା ଏକ ନୋଟ୍ ମାଧ୍ୟମରେ କରାଯାଇଥିଲା, କିନ୍ତୁ ପରେ ଉଦ୍ଧାରକାରୀମାନେ ରେଡିଓ ହ୍ୟାଣ୍ଡସେଟ୍ ବ୍ୟବହାର କରି ସଂଯୋଗ କରିବାରେ ସଫଳ ହୋଇଥିଲେ |

    ଉଦ୍ଧାରକାରୀ ଟିମ୍ ପ୍ରଥମେ ୩୦ ମିଟର ପଥର କାଟିବାରେ ସକ୍ଷମ ହୋଇଥିଲେ, କିନ୍ତୁ କିଛି ମାଟି ପୁଣି ଭଶୁଡି ରାସ୍ତା ଅବରୋଧ କରିଥିଲା, ବର୍ତ୍ତମାନ ସେମାନେ ୨୧ ମିଟର ରାସ୍ତା ସଫା କରିବାରେ ସକ୍ଷମ ହୋଇଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।ଅନ୍ୟପଟେ ଉଦ୍ଧାରକାରୀ ଟିମ୍ ହାଇଡ୍ରୋଲିକ୍ ଜ୍ୟାକ୍ ବ୍ୟବହାର କରି ଶ୍ରମିକମାନଙ୍କ ନିକଟକୁ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଏକ ପାଇପ୍ ସଂଯୋଗ କରିବାକୁ ଯୋଜନା କରୁଛନ୍ତି। ସ୍ଲାବ୍ ଭୁଶୁଡି ପୋତି ହୋଇଥିବା ଆବର୍ଜନାକୁ ସଫା କରିବା ପାଇଁ ଆଗର୍ ମେସିନର ବ୍ୟବହାର ମଧ୍ୟ କରିବେ। ଏଥିପାଇଁ ଘଟଣାସ୍ଥଳରେ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଏବଂ ଯନ୍ତ୍ରପାତି ପହଞ୍ଚିଛି। ଅପରେସନରେ ଜଳସେଚନ ବିଭାଗର ବିଶେଷଜ୍ଞମାନେ ମଧ୍ୟ ସାମିଲ୍ ହୋଇଛନ୍ତି।

    ଏଠାରେ କହି ରଖୁଛୁ କି ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।

  • ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ

    ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ

    ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣାରେ ଫସିଥିବା ୪୦ ଶ୍ରମିକଙ୍କ ଭିତରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକ । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସୂଚନା । NDRF,SDRF ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ସୁଚନାଅନୁଯାୟୀ ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ ସୁଡଙ୍ଗ ଭୁଶୁଡି ପଡିଛି । ଫଳରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି । ଏହାରି ମଧ୍ୟରେ ୪୦ ମିଟର ରାସ୍ତା ସଫା ହୋଇ ପାରିଛି । ଆହୁରି ୩୦ରୁ ୩୫ ମିଟର ରାସ୍ତା ସଫା ହେଲା ପରେ ଶ୍ରମିକମାନେ ବାହାରକୁ ଆସିବା ସମ୍ଭବ ହେବ ।ତେବେ ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।

  • ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ

    ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ

    ଗଜପତି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମାର୍ଦ୍ଦିଗୁମା ଗାଁ ରେ । ମମିତା ଙ୍କ ସ୍ୱାମୀ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଦୁଇ ଦୁଇଟି କୋମଳମୋତି ଶିଶୁ, ରୋଗୀଣା ମାଁ , କୁଲିମୂଲ ଖଟି ପରିବାର ଚଳାଉଛନ୍ତି ନିଖୋଜ ଉଜ୍ଜ୍ୱଳ ଙ୍କ ସ୍ତ୍ରୀ ମମିତା । ଆର୍ଥିକ ଅଭାବ ଅନଟନ ସ୍ଥିତି ଦେଇ ଗତିକରୁଥିବା ଗରୀବ ପରିବାରର ଏବେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଭଙ୍ଗା କୁଡିଆ ରେ ଜୀବନ ବିତାଉଛନ୍ତି ଚାରି ପ୍ରାଣୀ କୁଟୁମ୍ବ ।ଘଓଳିଏ ଖାଇଲେ ତିନି ଓଳି ଉପବାସ ରେ ଜୀବନ କାଟୁଛନ୍ତି। ସ୍ବାମୀ କେଉଁ ଭଳି ପରିସ୍ଥିତି ରେ ଅଛନ୍ତି ସେ ନେଇ ଅନେକ ଖୋଜାଖୋଜି ପରେ ଏବେ ସାଧୁ , ତାନ୍ତ୍ରିକ ଙ୍କ ସାହାରା ନେଉଛନ୍ତି। ଆଖି ଛଳ ଛଳ କରି ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଁ । ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଥିବା ବେଳେ ବ୍ଳକ ଅଧ୍ୟକ୍ଷ କହିଛନ୍ତି ଖୋଜିଆଣିବାକୁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

    ଅଭାବୀ ଅନାଟନ ଦେଇ ଗତି କରୁଥିବା ଆଦିବାସୀ ପରିବାର ର ପ୍ରତିପୋଷଣ ପାଇଁ ଘର ଏକମାତ୍ର ମୂରବୀ ଉଜ୍ଜ୍ୱଳ ଗାଁ ରେ କୌଣସି କାମ ନ ମିଳିବାରୁ ଆଜକୁ ଦେଢ଼ ବର୍ଷ ତଳେ ବାହାର ରାଜ୍ୟ କୁ ଯାଇଥିଲେ ଦାଦନ ଖଟିବାକୁ । ହେଲେ ଗଲା ଦିନଠାରୁ ଘରକୁ ନାଁ ଫେରିଛନ୍ତି, ନାଁ ‌ହୋଇପାରିଛି ଯୋଗାଯୋଗ। ସାଥିରେ ଯାଇଥିବା ଅନେକ ଦାଦନ ଶ୍ରମିକ ନିଜ ଗାଁ କୁ ଫେରିଆସିଲେଣି । ହେଲେ ଉଜ୍ଜ୍ୱଳ ର ଏଯାଏ ମିଳିପାରିନାହିଁ ପତ୍ତା । ଏ ନେଇ ଗତ ମେ ମାସ ୩ ତାରିଖ ୨୨ରେ ମୋହନା ଥାନା ରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ସୁଧା କୌଣସି ସୁଫଳ ମିଳିନାହିଁ। ନିଃସହାୟ ପରିବାର ପାଇଁ ସମାବେଦନା ଜଣାଇବା ସହ ସରକାର ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଦାଦନ ଉଜ୍ଜ୍ୱଳ କୁ ଖୋଜିଆଣିବାକୁ ଗ୍ରାମବାସୀ ଦାବୀ କରିଛନ୍ତି

    ଦାଦନ ଖଟିବାକୁ ଯାଇ ହଜିଲା ପୁଅର ଫେରିବା ବାଟକୁ ଚାହିଁ ରହିଛି ଅସହାୟ ବୃଦ୍ଧା ମାଁ। ଅଭାବ ଅନଟନ ପରିସ୍ଥିତି ଦେଇ ଗତି କରୁଥିବା ପରିବାର ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଲେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା ରହିଛି।