Tag: kandhamal

  • କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    ଆଜି ସ୍ୱାୟତ୍ତ ଶାସନ ଦିବସ | ଏହି ଅବସରରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।

    ପରେ ଛାତ୍ର ଛାତ୍ରୀ ଓ ସମସ୍ତ ପରିଷଦ ବର୍ଗର ସଭ୍ୟ ମାନେ ମିଳିତ ଭାବେ ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ, ବୀର ଚକରା ବିଷୋୟୀ,ସହିଦ ବାବୃବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ।

    କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କର୍ମଚାରୀ , କାଉନସିଲର ମାନେ ଉପସ୍ଥିତ ରହିଥିଲେ ।

  • ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟର ବହାଦୁର ପଦର କଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଭୋଇ ଙ୍କ ନେତୃତ୍ୱ ରେ ବୁଧବାର ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଉନ୍ନୟନ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ରେ ପିଲାମାନଙ୍କୁ କିପରି ଭାବେ ଶିକ୍ଷା ର ଗୁଣାତ୍ମକ ବିକାଶ ହୋଇପାରିବ ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ଏହି ବୈଠକ ରେ ଉକ୍ତ ସ୍କୁଲ ର ଶିକ୍ଷକ ବୃନ୍ଧ ଉପସ୍ଥିତ ଥିବା ଅଭିଭାବକ ଙ୍କୁ ଅବଗତ କରିଥିବା ବେଳେ ସ୍କୁଲ ର ଉନ୍ନୟନ ବିଷୟରେ ଆଲୋଚନା ହୋଇଥିଲା |

    ସେହି ଅବସରରେ ସ୍କୁଲ ରେ ଅଭିଭାବକ ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ ହୋଇଥିଲା | ଏଥିରେ କେସିଙ୍ଗା ବନବିଭାଗ ପକ୍ଷରୁ ଟିମ ଲିଡର ହେମନ୍ତ କୁମାର ସାହୁ,ବିକାଶ ଅଧିକାରୀ ଇନ୍ଦ୍ରମଣି ମାଝୀ, ଏବଂ ସାନନ୍ଦ ସାଗର ଉପସ୍ଥିତ ଥିଲେ |ସହ ଶିକ୍ଷକ ଗୌରଚନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ | ଏଥିରେ ସହ ଶିକ୍ଷକ ଦିଲ୍ଲିପ କୁମାର ସାହୁ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |

  • ପୋଖରୀରେ ବୁଡ଼ି ଯୁବକ ମୃତ

    ପୋଖରୀରେ ବୁଡ଼ି ଯୁବକ ମୃତ

    କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଦୁଃଖଦ ଘଟଣା ଘଟିଛି I ପୋଖରୀରେ ଗାଧେଇବା ସମୟରେ ପୋଖରୀରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ହେଲେ ସିମନବାଡ଼ି ଗ୍ରାମ କୁମ୍ଭାରସାହି ର ଯସବନ୍ତ ନାୟକ l ସୂଚନା ମୁତାବକ, ଯସବନ୍ତ ସକାଳୁ ଘରୁ ବାହାରି ବଜାର କୁ ଆସି ଦିନ ମଜୁରିଆ ଭାବେ କାମ କରୁଥିଲେ | କିନ୍ତୁ ସେ ଗତକାଲି ରାତିରେ ଘରକୁ ମଧ୍ୟ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ |

    ପରେ କିଛି ଲୋକ ଗାଁ ରେ ଥିବା ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ | ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀରେ ସନ୍ଧାନ କରିଥିଲେ ମଧ୍ୟ ପୋଖରୀରେ ୧୨ରୁ ୧୫ଫୁଟ ପାଣି ଥିବାରୁ ଓ ଅନ୍ଧାର ଯୋଗୁଁ କିଛି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ପୋଖରୀ କୁଳରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଣି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦାରିଙ୍ଗବାଡ଼ି ଥାନା ପୋଲିସ ଙ୍କ ଉପସ୍ଥିତିରେ ମୃତଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇଛି l

  • ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରି ରେ ମା ବଡରାଉଳ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରି ହାତିବାଲି ବଡରାଉଳ ମନ୍ଦିର ସହିତ ବରାଳିନୀ ମନ୍ଦିର କୁ ଆଜ୍ଞା ମାଳ ନେବା ପରେ ଅସ୍ଥାୟୀ ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଯାତ୍ରା ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ଧରି ଚାଲିବ । ଏଥିରେ ସଭାପତି ଚିତରଞନ ସାହୁ, ସଂପାଦକ ଭେଙ୍କେଟେଶ ବେହେରା,ଉପ ସଭାପତି ଶଙ୍କର୍ଷଣ ଡାକୁଆଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

  • କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କଳିଙ୍ଗାଘାଟିରେ ବସ ଦୁର୍ଘଟଣା | ଯାତ୍ରୀବାହୀ ବସ ଓଲଟି ଜଣେ ଗୁରୁତର,ତିନି ଆହତ | ସୂଚନା ଅନୁଯାୟୀ, ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା |

    ଯାତ୍ରୀମାନେ ବସର ସାମ୍ନା ଓ ପଛ କାଚ ଭାଙ୍ଗି ବାହାରି ପଡିଥିଲେ | ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଜଣେ ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିବା ବେଳେ ଅନ୍ୟ ତିନି ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |