Tag: #Injured

  • ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    () ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ପ୍ରବୀର ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଜୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ କଟର ସାହାଯ୍ୟରେ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶ୍ରୀ ଦାସ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି । ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

  • ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅର୍ନ୍ତଗତ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡଟିକାୟତପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ପ୍ରାୟ ୩ ଘଟିକା ସମୟ ପାଖାପାଖି ପ୍ରବଳ ବର୍ଷା ଏଵଂ ଘଡଘଡି ହୋଇଥିଲା ଏହି ସମୟରେ ବୁଧିନି ହେମ୍ବ୍ରମ୍ (୫୦) ଏଵଂ ପାନ ମାରାଣ୍ଡି (୩୫) ଙ୍କୁ ମାରିଥିଲା ବଜ୍ରାଘାତ, ଫଳରେ ପାନ ମାରାଣ୍ଡିଙ୍କ ଡାହାଣ ଗୋଡଟି ଜଳି ଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇଯାଇଥିଲା ଏବଂ ବୁଧିନୀ ସାମାନ୍ୟ ଆହତ ହୋଇଥିଲେ ଏବଂ ପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ହାତୀଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

  • ଏକା ସଙ୍ଗେ ଡ୍ରାଇଭିଂ ଆଉ ମୋବାଇଲ ମନା, ସଚେତନତା ପରେ ବି ମାନୁନାହାନ୍ତି, ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ

    ଏକା ସଙ୍ଗେ ଡ୍ରାଇଭିଂ ଆଉ ମୋବାଇଲ ମନା, ସଚେତନତା ପରେ ବି ମାନୁନାହାନ୍ତି, ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ

    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁ ମୁରମୁରୀ ପୋଲ ଠାରେ ଆଜି ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୨୦ ରୁ ଉର୍ଦ୍ଧ ଯାତ୍ରୀ ବସରେ ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ।

    ସୂଚନା ଅନୁସାରେ ଶୁଭଲକ୍ଷ୍ମି ନାମକ ଏକ ଘରୋଇ ବସ୍ ବରଗଡ଼ରୁ ଭାୟା ବିନିକା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଅରିଗାଁ ମୁରମୁରୀ ପୋଲ ଠାରେ ବସ ଭାରସାମ୍ୟ ହରାଇ ପୋଲର ବାଡା କୁ ଧକ୍କା ଦେବାସହ ଏକ ସୁଚନା ଫଳକ କୁ ଧକ୍କା ଦେଇଥିଲା ।

    ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଡ୍ରାଇଭର ବସ ଚଳାଉଥିବା ବେଳେ ମୋବାଇଲରେ କଥାବାର୍ତ୍ତା ହେଉଥିଲେ । ଯାହା ଫଳରେ ବସ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

  • ଓଲଟିଲା ଅମ୍ବୁଲାନ୍ସ, ୩ ଗୁରୁତର

    ଓଲଟିଲା ଅମ୍ବୁଲାନ୍ସ, ୩ ଗୁରୁତର

    ଘାଟିରେ ଖସିଲା ଆମ୍ବୁଲାନ୍ସ ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଦାଗୁଡ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ଛାଡ଼ି ଫେରିବା ବେଳେ ବୁଲାଣିରେ ଓଲଟି ପଡିଲା ଆମ୍ବୁଲାନ୍ସ । ଯେଉଁଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ବ୍ରହ୍ମପୁରରୁ ରୋଗୀ ଛାଡ଼ି ଆମ୍ବୁଲାନ୍ସଟି ରାୟଗଡା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଦ୍ମପୁର ଥାନା ଦାଗୁଡ଼ି ନିକଟ ଘାଟିରେ ଆମ୍ବଲାନ୍ସଟି ବୁଲାଣିରେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା । ଯାହାଫଳରେ ଗାଡ଼ିଟି ରାସ୍ତାର ପ୍ରାୟ ୧୫ ଫୁଟ୍‌ ତଳକୁ ଖସିପଡିଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ତିନି ଜଣ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

  • ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

    ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ନୂଆପାଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ରାଉରକେଲା ଅଂଚଳର ହୋଇଥିବା ଜଣାପଡିଛି।ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର ରୋଗୀ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ଅସାବଧାନତା କାରଣରୁ ଟ୍ରକ ପଛରେ ଆମ୍ବୁଲାନ୍ସଟି ପିଟି ହୋଇ ଯାଇଥିଲା। ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

  • ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ପୂଜା କରୁଥିବା ବେଳେ ମହୁମାଛି ଆକ୍ରମଣରେ ଛଅ ଜଣ ସାବିତ୍ରୀଙ୍କ ସହ ପୂଜକ ଗୁରୁତ୍ୱର

    ଓଡ଼ିଆ ସଂସ୍କୃତିରେ ସଧବା ନାରୀଙ୍କ ଦ୍ୱାରା ପାଳିତ ଅନନ୍ୟ ପରମ୍ପରା ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଅବସରରେ ମହିଳା ମାନେ ସ୍ୱାମୀଙ୍କ ପାଇଁ ବ୍ରତ ରଖି ଉପବାସ ରହି ରୀତି ନୀତି ଅନୁଯାୟୀ ଏକାଠି ହୋଇ ପୂଜା କରିଥାନ୍ତି । ତେବେ ପୂଜାକରୁଥିବା ବେଳେ ମହୁମାଛି ଆକ୍ରମଣରେ ୬ ଜଣ ମହିଳା ଙ୍କ ସହ ପୂଜକ ଗୁରୁତର ହୋଇଛନ୍ତି ।

    ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ମା କୁରୁମେଇ ପୀଠ ରେ । ପୂଜା ଚାଲୁଥିବା ବେଳେ ଅଚାନକ ମହୁମାଛି ମାନେ ଆସି ସାବିତ୍ରୀ ପୂଜା କରୁଥିବା ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ରେ ଗୁରୁତର ମହିଳା ମାନଙ୍କୁ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

  • ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୧ ଆହତ

    ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୧ ଆହତ

    ଘଟଣାଟି ଘଟିଛି ଗଞ୍ଜାମ ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ । ୧୧ ଆହତଙ୍କ ମଧ୍ୟରୁ ୫ ଗୁରୁତର, ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ଦାନ୍ତୀଲିଙ୍ଗି ଗ୍ରାମରୁ ବଡବୋରସିଙ୍ଗିକୁ ଭୋଜି ପାଇଁ ଯିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଦ୍ୱାରା ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ଅନୁଯାଇ ଆହତ ମାନଙ୍କ ମଧ୍ୟରେ ପାଞ୍ଚ ଜଣ ଗୁରୁତର ଅଛନ୍ତି ।

  • ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ

    ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ

    ଆନନ୍ଦପୁର ବନାଞ୍ଚଳର ରାମଚନ୍ଦ୍ରପୁର ନିକଟସ୍ଥ ନୂଆଗାଁ କାଜୁ ବାଦାମ ବାଡ଼ିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଦିନ ୧୦ ଘଟିକା ସମୟରେ ବାଦାମ ବାଡ଼ି ଜଗାରଖା କରୁଥିବା ନୂଆଗାଁ ଗ୍ରାମର ବନମାଳୀ ମହାନ୍ତି ,ନିରଞ୍ଜନ ମହାନ୍ତିଙ୍କୁ ଏକ ଭାଲୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଜଙ୍ଗଲରେ ଉପସ୍ଥିତ ଥିବା ସାଈକୂଳ ଗ୍ରାମର ଜଳଧର ପ୍ରଧାନ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ରାମଚନ୍ଦ୍ରପୁର ବନ ବିଭାଗ ବନପାଳ ଓ କର୍ମଚାରୀ ମାନେ ଭାଲୁକୁ କାବୁ କରିଛନ୍ତି ।

  • ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    କମର୍ଦା ବଜାରରେ ଆତଙ୍କ ଖେଳାଇଛି ପାଗଳ କୁକୁର । କୁକୁର କାମୁଡ଼ାରେ ୭ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡି ଥିଲା । ଗୁରୁତର ଅବସ୍ତାରେ ସମସ୍ତଙ୍କୁ କମର୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

    ଆହାତଙ୍କ ମଧ୍ୟରେ ୫ ଜଣ ମହିଳା ୧ ପୁରୁଷ ୧ ନାବାଳକ ଅଛନ୍ତି । ସମସ୍ତ ଆହତଙ୍କ ଘର କମର୍ଦା ଓ କାନପୁର ଗ୍ରାମର। କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି । କୁକୁର ଭୟରେ ଲୋକେ ବାହାରକୁ ବାହାରିବା ବନ୍ଦ କରିଦେଇଛନ୍ତି ।

  • ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ସାମ୍ନାକୁ ଆସିଲା ବିଜେପିର ହିଂସ୍ର ରାଜନୀତି । ବାତ୍ୟା ଆଶ୍ରୟ ସ୍ଥଳୀରୁ ଆରମ୍ଭ ହୋଇଥିବା ଗୋଷ୍ଠି କନ୍ଦଳ ଶେଷରେ ଧାରଣ କଲା ଉଗ୍ର ରୂପ । ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରି ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପାଖ ଲୋକ ମାନେ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ୬ ଜଣ ବିଜେପି କର୍ମୀ ମିଶି ମାର୍ଶାଘାଇ ଅନ୍ତେଇ ପଞ୍ଚାୟତ ସରପଞ୍ଚ ସଂଜୟ କୁମାର ସେଠୀଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଦେଥିବା ଫୋନରେ କହିଛନ୍ତି ସରପଞ୍ଚ ।

    ତେବେ ଅଭିଯୋଗ ମୁତାବକ, ବାତ୍ୟା ଦାନା ପାଇଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଅଚାନକ କିଛି ଲୋକ ଚପଲ ପିନ୍ଧି ତା ଭିତରକୁ ପଶିଯିବା ସହ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ସରପଞ୍ଚ ସଂଜୟ କୁମାର ସେଠୀ ସେମାନେ କିଏ ପଚାରିବାରୁ ବଚସା ହୋଇଥିଲା । ପରେ ସେମାନେ ଧମକ ଦେଇ ସେଠାରୁ ଚାଲଯାଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ଆଜି ସକାଳ ସାଢେ ଆଠଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପିର ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ କର୍ମୀ ମାନେ ମିଶି ଅଂତେଇ ତିନିଛକ ଟାୱାର ପାଖରେ ସରପଞ୍ଚ ସଞ୍ଜୟ କୁମାର ସେଠୀଙ୍କୁ ମରଣାନ୍ତଣ ଆକ୍ରମଣ କରି ଗୁରୁତର କରିଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସମ୍ପର୍କିୟ ।

    ସ୍ଥାନୀୟ ଲୋକେ ସଂଜୟଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସଞ୍ଜୟଙ୍କ ପରିବାର ଲୋକେ ସିଧାସଳଖ ବିଜେପି ଦଳର ବିଧାୟକ ଦୁର୍ଗା ପ୍ରସନ୍ନଙ୍କ କର୍ମୀ ମାନଙ୍କ ନାମରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ।