Tag: #IndiaNews

  • “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ହିନ୍ଦି ଭାଷା ବିରୋଧୀ ବୟାନକୁ ନେଇ ଦେଶରେ ପୁଣିଥରେ ରାଜନୀତି ତେଜିଛି ଉଠିଛି | ଷ୍ଟାଲିନ୍ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି , ତାମିଲନାଡ଼ୁରେ ହିନ୍ଦି ଭାଷା ପାଇଁ କୌଣସି ସ୍ଥାନ ନାହିଁ, ପୂର୍ବରୁ ମଧ୍ୟ ନଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରହିବ ନାହିଁ |

    ରବିବାର ଚେନ୍ନାଇରେ ଡିଏମକେ ପକ୍ଷରୁ ‘ଭାଷା ସହିଦ ଦିବସ’ ପାଳନ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ଅତୀତର ହିନ୍ଦୀ ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଅ କିନ୍ତୁ କୌଣସିଠାରେ କେବଳ ହିନ୍ଦି ପଢ଼ାଯିବାକୁ ବାଧ୍ୟତାମୂଳକ କରାଯାଇନାହିଁ |
    ଏପଟେ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ମତଭେଦ ଚାଲିଆସୁଛି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଇପି ୨୦୨୦କୁ ନେଇ ତାମିଲନାଡ଼ୁ ସରକାର ରାଜନୀତି କରୁଛନ୍ତି | ତେବେ ଷ୍ଟାଲିନଙ୍କ ଏହି ଆଭିମୁଖ୍ୟ ଆଗାମୀ ଦିନରେ ବଡ଼ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି |

  • ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଆନ୍ତର୍ଜାତୀୟ ଅପରାଧ ଚକ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସର କେନ୍ଦ୍ରୀୟ ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ଟିମ୍ ଏକ ଆନ୍ତର୍ଜାତୀୟ ମୋବାଇଲ୍ ଫୋନ୍ ଚୋରା ଚାଲାଣ ରାକେଟକୁ ଧରିବାରେ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ଚାରି ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ବେଳେ, କୋଲକାତା ଦେଇ ବାଂଲାଦେଶକୁ ଚୋରା ଚାଲାଣ ହେଉଥିବା ୧୧୬ଟି ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି।

    ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ସ୍ମାର୍ଟଫୋନ୍ ସଂଗ୍ରହ କରୁଥିଲେ। ପରେ ସ୍ୱତନ୍ତ୍ର ବିଦେଶୀ ସଫ୍ଟୱେର୍ ଓ ଅନଲକିଂ ଟୁଲ୍ ବ୍ୟବହାର କରି ଫୋନ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବାଇପାସ୍ କରାଯାଉଥିଲା। ଏହା ପରେ ଏହି ମୋବାଇଲ୍‌ଗୁଡ଼ିକୁ କୋଲକାତା ମାର୍ଗରେ ବାଂଲାଦେଶକୁ ଚୋରା ଭାବରେ ପଠାଯାଉଥିଲା।

    ଗିରଫ ଅଭିଯୁକ୍ତମାନଙ୍କଠାରୁ Vivo, Oppo, iPhone, Samsung,Redmi, Motorola, OnePlus ଓ Nothing ସହ ଅନ୍ୟାନ୍ୟ ନାମୀ ବ୍ରାଣ୍ଡର ୧୧୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେହିପରି ଆଧାର କାର୍ଡ, ଅନଲକିଂ ଡିଭାଇସ୍ ଓ ବିଦେଶୀ ସଫ୍ଟୱେର୍ ମଧ୍ୟ ପୋଲିସ ଜବତ କରିଛି।

    ପୋଲିସ କହିଛି ଯେ, ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମୀର, ଯିଏ ‘ରାହୁଲ’ ନାମରେ ମଧ୍ୟ ପରିଚିତ। ସେ ପ୍ରତି ମୋବାଇଲ୍ ଫୋନ୍ ପାଇଁ ପ୍ରାୟ ୧,୫୦୦ ଟଙ୍କା ନେଇ ବେଆଇନ ଭାବରେ ଫୋନ୍ ଅନଲକ୍ କରୁଥିଲା। ଅଭିଯୁକ୍ତମାନେ ଚୋରି ହୋଇଥିବା Vi ସିମ୍ କାର୍ଡ ବ୍ୟବହାର କରି ନକଲି ମେସେଜ୍ ପଠାଇ iCloud ID ଡିଲିଟ୍ କରୁଥିଲେ, ଯାହାଦ୍ୱାରା ଫୋନ୍‌ଗୁଡ଼ିକୁ ସହଜରେ ବିକ୍ରି କରାଯାଇପାରୁଥିଲା।

    ସମ୍ପୂର୍ଣ୍ଣ ଅପରେସନ୍ ସମୟରେ ଦିଲ୍ଲୀ ପୋଲିସ ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ବିଶ୍ଳେଷଣ କରି ଏହି ଆନ୍ତର୍ଜାତୀୟ ଚୋରା ଚାଲାଣ ଚକ୍ରକୁ ଧରିବାରେ ସଫଳ ହୋଇଛି। ଘଟଣାକୁ ନେଇ ଆହୁରି ତଦନ୍ତ ଜାରି ରହିଛି।