Tag: #IllegalTrade

  • ମାଲକାନଗିରିରୁ ୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

    ମାଲକାନଗିରିରୁ ୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

    ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନସ୍ଥ ଭେଜଙ୍ଗୱାଡା ଅଞ୍ଚଳରେ ପୁଲିସ ଚଢ଼ାଉ କରିଛି | ବିଶେଷ ସୂଚନାରୁ ଖବର ମିଳିଛି ୧୨୫୦ କିଲୋ ଗଞ୍ଜେଇ ଜବତ କରିଛି। ଜଙ୍ଗଲ ଅଞ୍ଚଳରେ ବିକ୍ରୟ ପାଇଁ ଲୁଚାଇ ରଖାଯାଇଥିବା ଏହି ଗଞ୍ଜେଇର ମୂଲ୍ୟ ପ୍ରୟ ୧ କୋଟି ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି। ଏହି ଚାଲାଣ ସମ୍ପର୍କରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିଲେ ମଧ୍ୟ, ଯାଞ୍ଚ ଚାଲିଥିବା ଚାଲିଥିବା ବେଳେ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଜଣାଇଛନ୍ତି |
    ପୁଲିସ ଙ୍କ କହିବା ଅନୁଯାୟୀ , ଗଞ୍ଜେଇ ଚାଲାଣ ବିରୋଧରେ ଅଭିଯାନ ଜାରି ରହିଛି। ୨୦୨୪ ମସିହାରେ ମୋଟ ୨୩ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯଇଛି | ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୨୫ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଓ ପରିସରରେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ପୁଲିସର ନିରନ୍ତର ଅଭିଯାନ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି।

  • ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଆନ୍ତର୍ଜାତୀୟ ଅପରାଧ ଚକ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସର କେନ୍ଦ୍ରୀୟ ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ଟିମ୍ ଏକ ଆନ୍ତର୍ଜାତୀୟ ମୋବାଇଲ୍ ଫୋନ୍ ଚୋରା ଚାଲାଣ ରାକେଟକୁ ଧରିବାରେ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ଚାରି ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ବେଳେ, କୋଲକାତା ଦେଇ ବାଂଲାଦେଶକୁ ଚୋରା ଚାଲାଣ ହେଉଥିବା ୧୧୬ଟି ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି।

    ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ସ୍ମାର୍ଟଫୋନ୍ ସଂଗ୍ରହ କରୁଥିଲେ। ପରେ ସ୍ୱତନ୍ତ୍ର ବିଦେଶୀ ସଫ୍ଟୱେର୍ ଓ ଅନଲକିଂ ଟୁଲ୍ ବ୍ୟବହାର କରି ଫୋନ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବାଇପାସ୍ କରାଯାଉଥିଲା। ଏହା ପରେ ଏହି ମୋବାଇଲ୍‌ଗୁଡ଼ିକୁ କୋଲକାତା ମାର୍ଗରେ ବାଂଲାଦେଶକୁ ଚୋରା ଭାବରେ ପଠାଯାଉଥିଲା।

    ଗିରଫ ଅଭିଯୁକ୍ତମାନଙ୍କଠାରୁ Vivo, Oppo, iPhone, Samsung,Redmi, Motorola, OnePlus ଓ Nothing ସହ ଅନ୍ୟାନ୍ୟ ନାମୀ ବ୍ରାଣ୍ଡର ୧୧୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେହିପରି ଆଧାର କାର୍ଡ, ଅନଲକିଂ ଡିଭାଇସ୍ ଓ ବିଦେଶୀ ସଫ୍ଟୱେର୍ ମଧ୍ୟ ପୋଲିସ ଜବତ କରିଛି।

    ପୋଲିସ କହିଛି ଯେ, ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମୀର, ଯିଏ ‘ରାହୁଲ’ ନାମରେ ମଧ୍ୟ ପରିଚିତ। ସେ ପ୍ରତି ମୋବାଇଲ୍ ଫୋନ୍ ପାଇଁ ପ୍ରାୟ ୧,୫୦୦ ଟଙ୍କା ନେଇ ବେଆଇନ ଭାବରେ ଫୋନ୍ ଅନଲକ୍ କରୁଥିଲା। ଅଭିଯୁକ୍ତମାନେ ଚୋରି ହୋଇଥିବା Vi ସିମ୍ କାର୍ଡ ବ୍ୟବହାର କରି ନକଲି ମେସେଜ୍ ପଠାଇ iCloud ID ଡିଲିଟ୍ କରୁଥିଲେ, ଯାହାଦ୍ୱାରା ଫୋନ୍‌ଗୁଡ଼ିକୁ ସହଜରେ ବିକ୍ରି କରାଯାଇପାରୁଥିଲା।

    ସମ୍ପୂର୍ଣ୍ଣ ଅପରେସନ୍ ସମୟରେ ଦିଲ୍ଲୀ ପୋଲିସ ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ବିଶ୍ଳେଷଣ କରି ଏହି ଆନ୍ତର୍ଜାତୀୟ ଚୋରା ଚାଲାଣ ଚକ୍ରକୁ ଧରିବାରେ ସଫଳ ହୋଇଛି। ଘଟଣାକୁ ନେଇ ଆହୁରି ତଦନ୍ତ ଜାରି ରହିଛି।