Tag: #husband killed wife

  • ଯୌତୁକ ନାମକ ଅପପ୍ରଥାରେ ଯୁଇରେ ଜଳିଗଲା ଆଉ ଗୋଟେ ନିରୀହ ପ୍ରାଣ।

    ଯୌତୁକ ନାମକ ଅପପ୍ରଥାରେ ଯୁଇରେ ଜଳିଗଲା ଆଉ ଗୋଟେ ନିରୀହ ପ୍ରାଣ।

    ଯୌତୁକ ପାଇଁ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ | ପୁଣି ସାମ୍ନାକୁ ଆସିଲା ସାଙ୍ଘାତିକ ଅଭିଯୋଗ | ଯୌତୁକ ପାଇଁ ବଧୂ ମୃତ୍ୟୁ ଅଭିଯୋଗ ହୋଇଛି | ଯୌତୁକ ପାଇଁ ପାଲଟିଗଲେ ସୈତାନ ଏଭଳି ଏକ ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ |

    ୨୦୨୦ରେ ବଲାଙ୍ଗୀର ର ପ୍ରିୟମ୍ବଦା ପଟ୍ଟନାୟକଙ୍କୁ ବାହା ହେଇଥିଲେ ଫୁଲବାଣୀର ପୁଅ ଅରବିନ୍ଦ ମହାନ୍ତି, ସେମାନଙ୍କର ୨ଟି ପୁଅ ମଧ୍ୟ ଅଛନ୍ତି | ପ୍ରିୟମ୍ବଦାଙ୍କ ବାହା ଘର ପରଠୁ ୫୦ ଲକ୍ଷ ଯୌତୁକ ପାଇଁ ଶାଶୁ ଘର ଲୋକେ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି | ଏନେଇ ସବୁବେଳେ ପ୍ରିୟମ୍ବଦା ସ୍ୱାମୀ, ଶାଶୁ ଶଶୁର ମାନଙ୍କ ପାଖରୁ ସବୁବେଳେ ମାଡ, ଗାଳି ପାଟି ତୁଣ୍ଡ, ଝଗଡା, ଗଣ୍ଡଗୋଳ ହେଉଥିବା ଅଭିଯୋଗ ବି ରହିଛି |

    ଗତ ଏକ ତାରିଖ ଦିନ ପ୍ରିୟମ୍ବଦାଙ୍କୁ ଚାବୁକ ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ | ଏମିତି କି ଶାଶୁ ଘର ଲୋକେ ପ୍ରିୟମ୍ବଦାଙ୍କୁ ଚାବୁକ ରେ ପିଟି ପିଟି ହତ୍ୟା କରିସାରିବା ପରେ ବ୍ରହ୍ମପୁର ହସ୍ପିଟାଲ ଆଣିଥିଲେ ସେଠି ଡାକ୍ତର ପ୍ରିୟମ୍ବଦାଙ୍କୁ ମୃତ ଘୋଷଣା କରିଥିଲେ | ସେତେବେଳେ ଅରବିନ୍ଦଙ୍କ ପରିବାରଲୋକେ ସବ ଛାଡି ଫେରାର ହୋଇଯାଇଥିଲେ | ପରେ ଝିଅ ଘର ଲୋକେ ପଂହଁଚି ସବ ସଂସ୍କାର କରିସାରିବା ପରେ ଗତ ୩ ତାରିଖରେ ଫୁଲବାଣୀର ସଦର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି | ସେପଟେ ଏହାକୁ ନେଇ ପ୍ରିୟମ୍ବଦାଙ୍କ ସ୍ୱାମୀ ଅରବିନ୍ଦ କିମ୍ବା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ | ଅପର ପକ୍ଷେ ଫୁଲବାଣୀ ପୁଲିସ ମାମଲାର ତଦନ୍ତ କରୁଛି | ଏହା ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ ଚାଲିଥିବା କଥା କହିଛନ୍ତି ଫୁଲବାଣୀ SDPO

  • ସତ୍ୟବାନ ସାଜିଲା ସୈତାନ!

    ସତ୍ୟବାନ ସାଜିଲା ସୈତାନ!

    ବୀଭତ୍ସ,ଅମାନୁଷିକତାର ,ଏବଂ ମଣିଷତ୍ବର ସବୁ ସୀମା ଟିପିଲା ଜଲ୍ଲାଦ ସ୍ବାମୀ … ରାଗରେ ଗର୍ଭବତୀସ୍ତ୍ରୀକୁ କଲା ଖଣ୍ତ ଖଣ୍ତ …ଜୀବନରୁ ମାରିବା ପରେ ରଚିଥିଲା ସାଇତାନି ଷଡଯନ୍ତ୍ର…ସ୍ତ୍ରୀକୁ ମାରିବା ପରେ ଫୋନ କରି କରିଥିଲା ମିଛ ନାଟକ … ଫୋନ୍ କରି ଭଉଣୀକୁ କହିଲେ, ସ୍ତ୍ରୀ କୁଆଡ଼େ ନିଖୋଜ ହୋଇ ଯାଇଛି । ଆଉ ଭାଇ ଉପରେ ହେଲା ଭଉଣୀର ସନ୍ଦେହ । ସମ୍ପର୍କୀୟଙ୍କୁ ଜଣାଇ ଭାଇକୁ ଥାନାକୁ ନେଇଗଲେ । ଆଉ ଥାନାରେ ସେ ଯାହା କହିଲା, ପୋଲିସ ଗୋଡ଼ ତଳୁ ବି ମାଟି ଖସିଗଲା । ନିଖୋଜ ନାଟକ ରଚିଥିବା ସ୍ଵାମୀ ହିଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ କରି ଦେଇଥିଲା ଖଣ୍ଡ ଖଣ୍ଡ ।

    ଏତିକିରେ ବୁଝି ନଥିଲା ମନ । ସ୍ତ୍ରୀର ମୁଣ୍ଡ, ହାଥ ଓ ଗୋଡ଼କୁ ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରେ ସାଇତି ରଖିଥିଲା ଅବଶିଷ୍ଟ ଶରୀର ।ଏଭଳି ବୀଭତ୍ସ, ଲୋମଟାଙ୍କୁରା, ଛାତିଥରା ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ । ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ହାଇଦ୍ରାବାଦ ମେଡିପଲ୍ଲୀର ବାଲାଜୀ ହିଲ୍ସରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ଫିଙ୍ଗି ଧରା ପଡ଼ିଛନ୍ତି ।ପୋଲିସ ଅନୁସାରେ, ଅଭିଯୁକ୍ତ ପତ୍ନୀର ମୁଣ୍ଡ, ହାଥ ଓ ଗୋଡ଼ ମୁସି ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରୁ ଅବଶିଷ୍ଟ ଶରୀର ଜବତ କରାଯାଇଛି । ମୃତ ୨୧ ବର୍ଷର ସ୍ଵାତୀ ୫ ମାସର ଗର୍ଭବତୀ ଥିଲେ । ଶନିବାର ଦିନ ୪ଟା ୩୦ରେ ସ୍ଵାତୀଙ୍କୁ ହତ୍ୟା କରିଥିଲା ସ୍ଵାମୀ । ପେଶାରେ ଡ୍ରାଇଭର ଥିବା ଅଭିଯୁକ୍ତ ସ୍ଵାମୀ, ସ୍ତ୍ରୀକୁ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ନଦୀରେ ଫିଙ୍ଗି ଦେଇଥିଲା ।

    ସ୍ତ୍ରୀକୁ ହତ୍ୟା ପରେ ଭଉଣୀକୁ ଫୋନ୍ କରି କହିଥିଲା, ପତ୍ନୀ କେଉଁ ଆଡ଼େ ପଳାଇଛି । କିନ୍ତୁ ଭାଇ ଉପରେ ଭଉଣୀର ସନ୍ଦେହ ହୋଇଥିଲା । ଆଉ ଭଉଣୀ ଏନେଇ ସମ୍ପର୍କୀୟଙ୍କୁ ଜଣାଇବା ପରେ ଥାନାରେ ଭାଇ କହିଥିଲା ସ୍ତ୍ରୀକୁ ହତ୍ୟାର ସବୁସତ । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ମହେନ୍ଦ୍ର ସ୍ତ୍ରୀକୁ ହତ୍ୟା କରିଥିବା ମାନି ଯାଇଥିଲା । ଆଉ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଥିବା ବି କହିଥିଲା । ତେବେ ପୋଲିସ ନଦୀରେ ଖୋଜାଖୋଜି କରିଥିଲେ ବି ସଫଳତା ମିଳିନି । ଫରେନସିକ୍ ଟିମ୍ ମହିଳାଙ୍କ ମୃତଦେହର ଅବଶିଷ୍ଟ ଅଂଶରୁ ସାକ୍ଷ୍ୟ ଏକତ୍ର କରି ଡିଏନଏ ପରୀକ୍ଷା ପାଇଁ ପଠାଇଛି । ମୃତ ସ୍ଵାତୀଙ୍କ ପିତାଙ୍କ ଅନୁସାରେ, ମହେନ୍ଦ୍ରଙ୍କ ସହ ତାଙ୍କ ପରିବାରର ସମ୍ପର୍କ ଖରାପ ରହିଥିଲା । ଏପରିକି ଝିଅ ସ୍ଵାତୀକୁ ବାରମ୍ବାର ପ୍ରତାରିକ କରି ଆସୁଥିଲା ମହେନ୍ଦ୍ର । ଏବେ ଝିଅକୁ ହତ୍ୟା ପରେ ପରିବାର ଜ୍ଵାଇଁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

  • ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସାଙ୍କୁ ନିର୍ମମ ଭାବରେ ହତ୍ୟା କରି ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ ନିଜେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅବୈଧ ସମ୍ପର୍କକୁ ନେଇ ବିବାଦ ପରେ ଏହି ଘଟଣା ଘଟିଥିଲା।

    ଶଙ୍କର ଏବଂ ତାଙ୍କ ପତ୍ନୀ ମନସା କିଛି ଦିନ ପୂର୍ବରୁ ବେଙ୍ଗାଲୁରୁର ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ପେଶାରେ ଜଣେ ଶ୍ରମିକ ଏବଂ ସବୁଦିନ ପରି ଜୁନ ୩ ରାତିରେ କାମ କରିବାକୁ ଯାଉଥିବା କହି ଘରୁ ବାହାରି ଆସିଥିଲେ।

    ଶଙ୍କରଙ୍କ କହିବାନୁଯାୟୀ, ସେ ଜୁନ ୩ ରାତିରେ ଶୀଘ୍ର କାମ ଶେଷ କରି ହଠାତ୍‌ ଘରକୁ ଫେରି ଆସିଥିଲେ। ଯେତେବେଳେ ସେ ଘରେ ପହଞ୍ଚିଲେ, ଦେଖନ୍ତି ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ରାସଲୀଳାରେ ଲିପ୍ତ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ମନସା ଘରୁ ବାହାରି ଯାଇଥିଲେ।

    ପୋଲିସ କହିଛି, ଗତ କିଛି ଦିନ ଧରି ମନସା ବାରମ୍ବାର ଘରକୁ ଫେରୁଥିଲେ ଏବଂ ଶଙ୍କରଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ। ହତ୍ୟାର ଗୋଟିଏ ରାତିରେ ମଧ୍ୟ ସେ ଘରକୁ ଆସି ବହୁତ ହଙ୍ଗାମା କରିଥିଲେ। ଏହି ଉତ୍ତେଜନା ଶଙ୍କରଙ୍କୁ ମାନସିକ ଭାବରେ ଭାଙ୍ଗି ଦେଇଥିଲା। କ୍ରୋଧରେ ଶଙ୍କର ୪ ଜୁନ ରାତିରେ ମାନସାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ, ସେ ତାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ରଖି ସିଧା ସୂର୍ଯ୍ୟନଗର ପୋଲିସ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

    ବେଙ୍ଗାଲୁରୁ ଗ୍ରାମୀଣ ଏସପିଙ୍କ ମତରେ, ଘଟଣା ରାତିରେ ସ୍ବାାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ, ସେ ନିଜେ ପୋଲିସ ଷ୍ଟେଶନକୁ ଆସି ଅପରାଧ ସ୍ବୀକାର କରିଥିଲେ। ପ୍ରେମ ସମ୍ପର୍କ ପ୍ରକାଶ ପାଇବା ପରେ, ଗତ ସପ୍ତାହରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେମାନଙ୍କର ଏକ ପିଲା ମଧ୍ୟ ଅଛି।

  • ଟଙ୍କା ନଦେବାରୁ ନୃଶଂସ ସ୍ଵାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ

    ଟଙ୍କା ନଦେବାରୁ ନୃଶଂସ ସ୍ଵାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ

    ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ମାରିଦେଲା ନୃଶଂସ ସ୍ଵାମୀ । ଗତ ରାତିରେ ବଡ଼ବିଲ ଗାଡ଼ାହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବଡ଼ବିଲ ପୋଲିସ୍ ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ଵାମୀ ଟାକଲୁ ସିଦ୍ଦୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ, ଉଭୟ ସ୍ବାମୀ ସ୍ତ୍ରୀ ଦିନ ମଜୁରୀଆ ଭାବେ କାମକରନ୍ତି । ଗତ ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ଟଙ୍କା ମାଗିଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଜାନକୀର ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । କିଛି ସମୟ ଭିତରେ ହିଁ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲ । ଏନେଇ ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

  • ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ବେଳେ ସ୍ତ୍ରୀର ବାପଘର ଲୋକ ଥାନାର ଦ୍ବାରସ୍ଥ। ସ୍ବାମୀଙ୍କ ପରିବାରର ୫ ଜଣଙ୍କ ସହ ଜଣେ ପୋଲିସ କର୍ମୀଙ୍କ ନାମରେ ଥାନାରେ ଅଭିଯୋଗ। ଏହି ହତ୍ୟାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ସୂଚନା ମୁତାବକ, ପୁରୁଣାବଜାର ଥାନାଧୀନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବି ଗୁଜିଦରଡ଼ାସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ନିକାହ ହୋଇଥିଲା। ନିକାହ ପରଠାରୁ ମୋଜେଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ।

    ପରେ ରୁନୁ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ଏହି ନିର୍ଯାତନା ବଢିଯାଇଥିଲା। ଥିବା ହେତୁ ମୋଜେଲ ରୁନୁଙ୍କୁ ମାରପିଟ ମଧ୍ୟ କରୁଥିଲେ | ସବୁ ସମୟରେ ମୋଜେଲ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ମୋଜେଲଙ୍କ ସାଙ୍ଗରେ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ |ଏହାକୁ ନେଇ ଗତବର୍ଷ ଏପ୍ରିଲ ମାସରେ ମୋଜେଲର ମରଣାତ୍ମକ ଆକ୍ରମଣରେ ରୁନୁ ଗୁରୁତର ଆହତ ହୋଇଥିଲା। ଏଥିପାଇଁ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା, ଯାହା ଏବେ କୋର୍ଟରେ ବିଚରାଧୀନ ରହିଛି |

    ତେବେ ଗତକାଲି ମଧ୍ୟାହ୍ନରେ ରୁନୁଙ୍କୁ ମୋଜେଲ ଆକ୍ରମଣ କରି ଗୁରୁତର କରି ଫେରାର ହୋଇଯାଇଥିବା ରୁନୁଙ୍କ ଭାଇ ସେକ ସରାଫତ ଖବର ପାଇ ଗୁଜିଦରଡ଼ାରେ ପହଂଚିଥିଲେ। ପୋଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ସେକ ସରାଫତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଥାନାର ଜଣେ କର୍ମଚାରୀଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ବେଳେ ତାଙ୍କ ନାମକୁ ପୋଲିସ ହଟାଇ ଦେବାରୁ ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା। ପୋଲିସ ତୁରନ୍ତ ହତ୍ୟାକାରୀ ମୋଜେଲକୁ ଗିରଫ କରିବାକୁ ତଥା ଏତଲାରୁ ବାଦ ଦିଆଯାଇଥିବା ପୋଲିସ କର୍ମଚାରୀଙ୍କ ସହ ସମସ୍ତ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

    ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା। ଉତ୍ତେଜିତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି। ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଟି ସିଏସପି ଅଂଶୁମାନ ଦିବେଦୀ

    ପୋଲିସର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ କିନ୍ତୁ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଛନ୍ତି ଲୋକେ। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଇଛନ୍ତି ଚେତାବନୀ

  • ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ଯାହା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିଥିଲା, ଆଉ ସାରା ଜୀବନ ଏକାଠି ସୁଖରେ ଘର ସଂସାର କରିବାକୁ ସ୍ୱପ୍ନ ଦେଖାଇଥିଲା, ସେହି ପାଷାଣ୍ଡ ସ୍ୱାମୀ ନିଜ ହାତରେ ଆଜି ନିଜର ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମ୍ୱୁ ସାମୁଦ୍ରିକ ଥାନାରେ ସ୍ତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି।

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଜମ୍ବୁ ଗାଁର  ମାନସ ସୁରଙ୍କୁ  ତନ୍ତୀଆ ପାଳ ସାମୁଦ୍ରିକ ଥାନା ଅଧୀନ କଂସାର ବଡ଼ ଦାଣ୍ଡୁଆ ଗାଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିକୁ ୨୦୨୦ ମସିହାରେ  ବୈଦିକ ମତେ ବିବାହ କାରିଥିଲେ।  ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ  ହସ ଖୁସିରେ ଚାଲୁଥିଲା। କଳ୍ପନାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଦେଇଥିଲେ ମାନସ। କିନ୍ତୁ ଏହି ସୁଖ ଥିଲା ସ୍ୱଳ୍ପ। ବିବାହର ଏକ ବର୍ଷ ପରେ ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା।  ଏଥିନେଇ ମାନସ, ସ୍ତ୍ରୀ କଳ୍ପନାକୁ ମାଡ଼ ପିଟି କରୁଥିଲେ ଓ କଳ୍ପନା ଉପରେ ଚାପ ପକାଉଥିଲେ କି, ତୁ ତୋ ବାପ ଘରକୁ ଯାଆ, ମୁଁ ଆଉ ଗୋଟେ ବିବାହ କରିବି। ଏନେଇ କଳ୍ପନା ନିଜ ବାପା ଓ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏମିତିକି କଳ୍ପନାଙ୍କ ଘର ଲୋକଙ୍କ ପକ୍ଷରୁ ଗାଁ ଲୋକଙ୍କୁ ଜଣାଯାଇଥିଲା ଓ ନ୍ୟାୟ ନିଶାପ ବସିଥିଲା। ଭଲଲୋକିଙ୍କ ହସ୍ତକ୍ଷେପ ପରେ ସବୁ ଠିକ ହେବ, ଆଉ କଳ୍ପନାଙ୍କୁ ମାଡପିଟ ହେବ ନାହିଁ ବୋଲି ମାନସଙ୍କ ପରିବାର ପକ୍ଷରୁ ଆଶ୍ୱସ୍ତ କରାଯାଇଥିଲା। କିନ୍ତୁ ଗତ ରାତିରେ କଳ୍ପନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।   

    ଏବେ କଳ୍ପନାଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଳ୍ପନାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମାନସ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିଲେ ଓ ସେହି ମହିଳାଙ୍କୁ ବିବାହ କରିବାକୁ କଳ୍ପନାଙ୍କୁ ଗତ କାଲି ରାତିରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମାନସକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।