Tag: #hospital

  • ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ଡାକ୍ତର ଶକ୍ତି ଏବଂ ଡାକ୍ତର ଇପ୍ସିତା ସ୍କିନ – ଫର୍ଟିଲିଟୀ ଇନଷ୍ଟିଚ୍ୟୁଟ ପକ୍ଷରୁ ଓଡିଶାର ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ ଦ୍ଵାରା ଏଡେନୋମାୟୋସିଶ ସହ ଜଡିତ ଚିକିତ୍ସା ରେ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ମୁଖ୍ୟ ଡାକ୍ତର ଶକ୍ତି କୁମାର ତ୍ରିପାଠୀ ଏବଂ ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ସୂଚନା ଦେଇଛନ୍ତି । ଏହି ଉପଲବ୍ଧି ସହ ଉକ୍ତ ସଂସ୍ଥା ଓଡ଼ିଶା ରେ ପ୍ରଥମ,ପୂର୍ବ ଭାରତର ପ୍ରଥମ ଏବଂ ସର୍ବ ଭାରତୀୟ ସ୍ତରରେ ଚତୁର୍ଥ ସଂସ୍ଥା ଭାବେ ଏହି ଅତ୍ୟାଧୁନିକ ଓ ମିନିମାଲିଇନ୍ଭାସିଭ ପ୍ରଯୁକ୍ତି ବିଦ୍ୟାର ବିଶେଷ ଚିକିତ୍ସା ଦେଇଥିବା ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।ଏବେ ମାଇକ୍ରୋୱେଭ୍ ଏବଲେଶନ ଏଡେନୋମାୟୋସିଶ ଚିକିତ୍ସା ରେ ଏକ ବିପ୍ଳବାତ୍ମକ ପଦକ୍ଷେପ । ଏହି ଚିକିତ୍ସା ପଦ୍ଧତି ଯନ୍ତ୍ରଣା ହ୍ରାସ କରିବା ସହ ଠିକ ସମୟରେ ଗର୍ଭ ଧାରଣ କ୍ଷମତାକୁ ରକ୍ଷା କରିଥାଏ । ଯାହା ଅନେକ ମହିଳାଙ୍କ ପାଇଁ ନୂଆ ଆଶା ଆଣିଛି । ଓଡ଼ିଶାରେ ଏହି ନୂଆ ଚିକିତ୍ସା ପ୍ରଯୁକ୍ତି ଆରମ୍ଭ କରିପାରୁଥିବାରୁ ଆମେ ଗର୍ବିତ ଓ ଗୌରବାନ୍ଵିତ । ଏହି କାମ ଆମ ଚିକିତ୍ସା ଯାତ୍ରାରେ ଆଉ ଏକ ମାଇଲ ଖୁଣ୍ଟ ବୋଲି ଅନୁଷ୍ଠାନ ର ମୁଖ୍ୟ ତଥା ଫର୍ଟିଲିଟୀ ଏବଂ ଲ୍ୟାପ୍ରୋସ୍କପି ଚିକିତ୍ସକ ଡାକ୍ତର ଶକ୍ତି କୁମାର ତ୍ରିପାଠୀ କହିଥିଲେ । ସେହିପରି ପୂର୍ବପରି ଅନେକ ନୂତନ ଚିକିତ୍ସା ଓ କୌଶଳ ପ୍ରଥମ ଭାବେ ଆରମ୍ଭ କରିଛୁ,ଆମେ ସଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତି କୁ ଅଙ୍ଗୀକାର କରି ନାରି ସ୍ବାସ୍ଥ୍ୟ ସେବା ଦେବାକୁ ପ୍ରତିବଦ୍ଧ ବୋଲି ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ପ୍ରକାଶ କରିଥିଲେ।

  • ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ହାଟ ପଡ଼ିଆ ନିକଟରେ ଗତକାଲି ସନ୍ଧ୍ୟାରେ ପଛପଟୁ ହାଇୱାକୁ ଧକ୍କା ଦେଲା ଟ୍ରକ୍ । ଚାପି ହୋଇ ଟ୍ରକ ଡ୍ରାଇଭର ଗୁରୁତର । ସୁଚନା ଅନୁସାରେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଟ୍ରକ୍ ସୁଆଁପଦା ହାଟ ରାସ୍ତାରେ ଠିଆହୋଇଥିବା ହାଇୱା ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର କେବିନରେ ଚାପିହୋଇଯିବାରୁ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି କଟରରେ ଟ୍ରକ୍ କେବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରି ସାଇଁକୁଳ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଯାଜପୁର ଟାଉନ ଅଞ୍ଚଳର ରାଜେନ୍ଦ୍ର କୁମାର ପୃଷ୍ଟି ବୋଲି ସୁଚନା ମିଳିଛି ।

  • ଏବେବି ବଞ୍ଚି ରହିଛି ମାନବିକତା, ଉଦାହରଣ ସାଜିଲେ ଯୁବ ସାମ୍ବାଦିକ

    ଏବେବି ବଞ୍ଚି ରହିଛି ମାନବିକତା, ଉଦାହରଣ ସାଜିଲେ ଯୁବ ସାମ୍ବାଦିକ

    ଦୂର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ ତଥା ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାଲପାଲି ଗ୍ରାମର କାଳିଆ ସେଠୀ ନିଜ ବାଇକ୍ ଯୋଗେ ନିଜ ଗାଁ ରେଙ୍ଗାଲପାଲି ରୁ ଖିଲେଇ ଅଭିମୁଖେ ଯାଉଥିବା ବେଳେ । ହାଡସଙ୍ଖା ପଳସମା ରାସ୍ତା ବାବାଜୀମଠ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ସହିତ ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କୈାଣସି ପଥଚାରୀ ତାଙ୍କୁ ସାହାଯ୍ୟ କରି ନଥିଲେ। ଦୂର୍ଘଟଣାର ପ୍ରାୟ ଅଧଘଣ୍ଟା ପରେ ସେହି ରାସ୍ତାରେ ଖବର ସଂଗ୍ରହ କରି ଯାଉଥିବା ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଉକ୍ତ ଦୂର୍ଘଟଣା ଗ୍ରସ୍ତ ସ୍ଥାନରେ ନିଜ ବାଇକ୍ ରଖି ୧୦୮ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଥିଲା। ପରେ ଡାକ୍ତରଖାନାରେ କାଳିଆ ସେଠୀଙ୍କ ପରିବାର ପହଁଞ୍ଚିବା କ୍ଷଣି ଆହତ କାଳିଆ ସେଠୀଙ୍କ ବାଇକ୍ ମୋବାଇଲ ଓ ତାଙ୍କ ମୋର୍ନୀପୋର୍ସ ଇତ୍ୟାଦି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ନିଲେଶ ପୂର୍ବରୁ ମଧ୍ୟ ଅନେକ ଅସହାୟ ଗରିବ ଭିନ୍ନକ୍ଷମଙ୍କୁ ସାହାଯ୍ୟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରକ୍ତ ଯୋଗାଡ଼ ପର୍ଯ୍ୟନ୍ତ ଦେବଦୂତ ହୋଇ ପହଞ୍ଚି ଯାଇଥାଆନ୍ତି। ରୋଗୀଙ୍କୁ ଉତ୍ତମ ଚିକିତ୍ସା କେମିତି କରା ଯାଇ ପାରିବ ସେ ବିଷୟରେ ମଧ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ନିଲେଶ ଦେବଗଡ଼ ଜିଲ୍ଲାର ଜଣେ ଭଲ ସ୍ବେଚ୍ଛାସେବୀ ଭାବେ ଅନେକ ପୁରସ୍କାର ପାଇଥିବା ସୂଚନା ମିଳିଛି ।

  • ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ ବୁଲିବା ସହିତ ଓଟି ରୁମ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟ ଚଳଚଞ୍ଚଳ ହୋଇଉଠିଥିଲା । ରୋଗୀମାନେ ମେଡିକାଲ ଆସି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତାହାର ଝଲକ ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥିତ ଅବସ୍ଥାରେ ରୋଗୀଙ୍କୁ ମେଡିକାଲ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ।

    ତେବେ ଏତେସବୁ ଅବ୍ୟସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିଲେ । ହେଲେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ହେଲେ ଚିକିତ୍ସାଳୟରେ ସେହିଭଳି କୌଣସି ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳୁନାହିଁ । ଲୋକେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ଉପରେ ଦୃଷ୍ଟି ନଦେଇ ଏହି ପରିଦର୍ଶନ ସାରି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ଏଥିରେ କୌଣସି ସୁଧାର ଆସିନାହିଁ ।

    ଯାହାହକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଡିକାଲ ପରିସରରେ ସରକାରଙ୍କ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସରକାରୀ ନିୟମ ଅନୁଯାଇ, କୌଣସି ନିଜସ୍ୱ ମେଡ଼ିସିନ ଷ୍ଟୋର ପାଇଁ ଅନୁମତି ନଥିଲେ ମଧ୍ୟ ମେଡ଼ିସିନ ଷ୍ଟୋର କାହା ସ୍ୱାର୍ଥରେ ଅଛି ବୋଲି ପ୍ରଶ୍ନ ଉଠିଛି । ସେହିଭଳି ମେଡିକାଲର ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ନିମନ୍ତେ ଆସୁଥିବା ମେଡ଼ିସିନ ରୋଗୀ ମାନେ ପାଇପାରୁ ନଥିବା ବେଳେ ନିକଟରେ ଥିବା ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣୁଛନ୍ତି । ଏ ବିଷୟରେ ବାର ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଏକପ୍ରକାର ଆଖି ବୁଜି ଦେଇଛନ୍ତି ।

  • ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ()ପାଟକୁରା କୁଦାନାଗରୀ ଥାନା ଅନ୍ତର୍ଗତ ପଳଶୁଡ଼ା ବିଲେଇଶୁଣି ମକର ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଗଳା କାଟି ଫେରାର ହେଲେ ଦୁର୍ବୁତ୍ତ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର। ମହିଳାଙ୍କ ଘର କ୍ରିଷ୍ନା ନନ୍ଦ ପୁର ଥାନା ଅନ୍ତର୍ଗତ ଗଇଠି ପୁର ହୋଇଥିବା ବେଳେ ଆକ୍ରମଣ ର କାରଣ ଜଣା ପଡିନାହିଁ । ସୁଚନା ଅନୁଯାୟୀ କନିମୁଳ ପଞ୍ଚାୟତ ଗଈଠିପୁର ଗ୍ରାମର ଗଗନ ସେଠିଙ୍କ ପତ୍ନୀ ଜିନତା ସେଠି ଗତକାଲି ପଳଶୁଧା ଗ୍ରାମ ସ୍ଥିତ ବିଲେଇସୁଣୀ ମକର ଯାତ୍ରା ଦେଖିବାକୁ ଯାଇଥିଲେ । ନିକଟସ୍ଥ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ଜିନତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ କାଟି ଦେଇଥିଲା ।

    ମେଳା ଦେଖିବାକୁ ଆସିଥିବା କିଛି ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଜିନତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପରେ ଜିନତାଙ୍କୁ କଟକ ଏସ.ସି.ବି କୁ ସ୍ଥାନାନ୍ତର କରାଯାଇଛି । କ୍ରିସ୍ନାନନ୍ଦପୁର ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

  • ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

    ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

    ପାରିବାରିକ କଳହର କରୁଣ ପରିଣତି। ଘରୋଇ ଝଗଡାକୁ କେନ୍ଦ୍ର କରି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସେ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୁଚନା ଅନୁଯାୟୀ ମହମ୍ମଦ ନଗର ପାଟଣା ପଞ୍ଚାୟତର ସେକସରାଇ ଗ୍ରାମର ନବକୃଷ୍ଣ ନାୟକଙ୍କ ପତ୍ନୀ ରାଣୀ(୩୦) ଆଜି ସକାଳେ ଘରୋଇ ଗଣ୍ଡଗୋଳକୁ କେନ୍ଦ୍ର କରି ଘରୁ ରାଗି ଚାଲି ଆସିଥିଲେ। ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ପୋଲ ଉପରେ ନିଜର ଏକ ଆପ୍ରୋନ ଛାଡି ସୁବର୍ଣ୍ଣରେଖା ନଦୀର ଗଭୀର ପାଣି ଭିତରକୁ ଡେଇଁ ପଡ଼ିଥିଲେ।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସ୍ଥାନୀୟ ଜଣେ ଯୁବକ ନଦୀକୁ ଡେଇଁ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ରଙ୍କୁ ଏହି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ରାଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେ ଆଇସିୟୁରେ ଅଛନ୍ତି। ଖବର ପାଇ ରାଣୀଙ୍କ ପରିବାର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ରାଣୀଙ୍କର ଏକ ୧୩ ବର୍ଷର ପୁଅ ରହିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

  • ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲରେ ପଶିଲେ ଆଉ ନିର୍ଦ୍ଧୁମ ଛେଚିଲେ। କେହି କିଛି ବୁଝିବା ଆଗରୁ ଡାକ୍ତରଙ୍କଠୁ ଆରମ୍ଭ କରି କର୍ମଚାରୀ କାହାରିକୁ ଛାଡିଲେ ନାହିଁ। ଗୋଡାଇ ଗୋଡାଇ ସମସ୍ତଙ୍କୁ ପିଟିଲେ । ଏହାକୁ ନେଇ ମେଡିକାଲରେ ଏକ ପ୍ରକାରର ଆତଙ୍କରାଜ୍ ଖେଳିଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି । ଆଉ ଏଭଳି ଘଟଣା ଖୋଦ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଘଟିଛି । ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଥାଏ । କେଉଁଠି ଡାକ୍ତରଙ୍କ ଅବହେଳା ପାଇଁ ରୋଗୀର ମୃତ୍ୟୁ ଘଟେ ତ ଆଉ କେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅନେକ ରୋଗୀଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବା ଅଭିଯୋଗ ହୋଇଆସୁଛି । ସମାନ କିଛି ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଏଭଳି ଆତଙ୍କ ରାଜ୍ ଖେଳାଇଥିବା ଜଣାପଡିଛି । ଥରେ ଭଲ କରି ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ । କିଛି ଦୁର୍ବୃତ୍ତ ବିନା କାରଣରେ ରାଜଧାନୀରେ ଥିବା ଏକ ଘରୋଇ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି । ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ସୂଚନାମୁତାବକ, ଆକ୍ରମଣ କରିଥିବା ଯୁବକମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ତେଣୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ନେବାପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନ , ନ ବୁଝି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ । ପରେ ବହୁ ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରର ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ । ହେଲେ ସେଠାରେ ରୋଗୀର ମୃତୁ ହୋଇଥିଲା। ଏହା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତକାଣ୍ଡ ଘଟାଇଥିଲେ । ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି । ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

  • ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଆଶାକର୍ମୀ ଗର୍ଭବତୀଙ୍କୁ ବୋହିଥିଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ଆମ୍ବୁଲାନସକୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । କୌଣସି ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂରରେ ଥିବା ଆମ୍ବୁଲାନସ୍ ପାଖକୁ ନେଇଥିଲେ ।

    ଗର୍ଭବତୀଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସବିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

  • ଦିର୍ଘ ସମୟ ଧରି ଆମ୍ବୁଲାନ୍ସର କବାଟ ନଖୋଲିବାରୁ ଭିତରେ ଥିବା ରୋଗୀ ଗୁରୁତର

    ଦିର୍ଘ ସମୟ ଧରି ଆମ୍ବୁଲାନ୍ସର କବାଟ ନଖୋଲିବାରୁ ଭିତରେ ଥିବା ରୋଗୀ ଗୁରୁତର

    ସରକାର ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଥିବା ବେଳେ ପ୍ରଶାସନିକ ଉଦାସିନତା ହେତୁ ତାହା ବିଫଳ ହେଉଛି । ସରକାର ରୋଗୀ ମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଏହାର ଯନ୍ତ୍ରାସଂ ଅଚଳ ହୋଇପଡ଼ୁଛି । ଏହାର ଏକ ନଗ୍ନଚିତ୍ର ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ । ଶନିବାର ରାତି ପ୍ରାୟ ୮ଟା ସମୟରେ ସଦର ଥାନା ଅନ୍ତର୍ଗତ କାଠବାଉଁସୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମକ ଯଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ଆମ୍ବୁଲାନ୍ସ ପହଢ୍ଚିବା ପରେ ଆମ୍ବିଲାନ୍ସର ଡୋର ଖୋଲିନଥିଲା । ଯାହା ଫଳରେ କବାଟ ତାଡ଼ି ବୃଦ୍ଧାଙ୍କୁ ବାହାର କରାଯାଇଥିଲା । ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ କେନ୍ଦୁଝର ଜିଲା ମୁକ୍ଷ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।