Tag: #healthcamp

  • ସମସ୍ତ ରୋଗର ଏକ ଔଷଧ DOORMI

    ସମସ୍ତ ରୋଗର ଏକ ଔଷଧ DOORMI

    ଦୂରୁମୀ ସାଉଥ କୋରିଆର ଏକ ପ୍ରତିଷ୍ଠିତ କମ୍ପାନୀ ଏବଂ ବିଶ୍ୱର ୫୧ ଦେଶରେ ଲୋକ ମାନଙ୍କୁ ଏହି କମ୍ପାନୀ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଆସୁଅଛି | ଏହାର ଏକ ଶାଖା ଭୁବନେଶ୍ୱରର ପଳାଶୁଣୀରେ ଖୋଲା ଯାଇ ରୋଗୀଙ୍କ ସେବାରେ କାର୍ଯ୍ୟରତ |

    ଆଜି ଏହି ଗୌରବମୟ ଶାଖାରେ ଓଡ଼ିଆ ସିନେମା ଜଗତର ଭେଟେରାନ କଳାକାର ଅଶ୍ରୁମୋଚନ ମହାନ୍ତି ଏକ ସୌଜନ୍ୟମୂଳ ସାକ୍ଷାତରେ ଆସିଥିଲେ ଏହି ସମୟରେ କମ୍ପାନୀର ସିଇଓ ଶ୍ରୀମତୀ ମାହି ସିଂ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ, ତାଙ୍କ ସହିତ କମ୍ପାନୀର ଅନ୍ୟ ସଦସ୍ୟବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ|

    ପରେ ଅତିଥି ଚିକିତ୍ସିତ ହେଉଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ଠାରୁ ସମ୍ମାନିତ ହୋଇଥିଲେ| ଶ୍ରୀଯୁକ୍ତ ମହାନ୍ତିଙ୍କୁ ଦୂରୁମୀର ମାଗଣା ସେବା ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସହିତ ବାର୍ତାଳାପ ହୋଇଥିଲା | ଏବଂ ସଂସ୍ଥାକୁ ଶ୍ରୀଯୁକ୍ତ ମହାନ୍ତି ବହୁତ ପ୍ରସଂଶା ମଧ୍ୟ କଲେ |

  • ନାଚିନ୍ଦା ପଂଚାୟତ କାଯ୍ୟଳୟରେ ମାଗଣା ଚିକିତ୍ସା, ୭୦ରୁ ଉର୍ଦ୍ଧ ରୋଗୀ ଉପକୃତ

    ନାଚିନ୍ଦା ପଂଚାୟତ କାଯ୍ୟଳୟରେ ମାଗଣା ଚିକିତ୍ସା, ୭୦ରୁ ଉର୍ଦ୍ଧ ରୋଗୀ ଉପକୃତ

    ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ଶରୀର ଟିଏ ଆବଶ୍ୟକ । ଆଉ ଏହି ସୁସ୍ଥ ଶରୀର ପାଇଁ ଆଜି ନାଚିନ୍ଦା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ୟା ପିପିଡ଼ିତ ଅଂଚଳରେ ମାଗଣା ସ୍ଵାସ୍ଥ ସେବା ଯୋଗାଇ ଦେବା ପାଇଁ ଗୀତାଞ୍ଜଳି ମେଡ଼ିସପ ଆନୁକୂଲ୍ୟରେ କଟକ ବଡ଼ ମେଡିକାଲ ର ଏମ :ବି :ବିଏସ ଡାକ୍ତର ଗୋଲଡ଼ ମେଡ଼ାଲିଷ୍ଟ ଅନ୍ଵେଷ୍ୟା ଦାସ ଙ୍କ ପ୍ରେଚେଷ୍ଟା ଏବଂ ନାଚିନ୍ଦା ଗ୍ରାମ ପଂଚାୟତ ସରପଞ୍ଚ ଶିଶିର କୁମାର ରଣା ଙ୍କ ମିଳିତ ସହଯୋଗ ରେ ପଂଚାୟତ କାର୍ଯ୍ୟାଳୟରେ ମାଗଣା ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିଲା । ଏହି ଚିକିତ୍ସା କେନ୍ଦ୍ରରେ ଆଖପାଖ ୪ଟି ପଂଚାୟତ ନାଚିନ୍ଦା, ଆରୁହାବୃତ୍ତି, ଖରିଦିପିପଳ, କୁସୁଡା ୭୦ରୁ ଉର୍ଦ୍ଧ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଇପାରିଛନ୍ତି । ବିଶେଷ ଭାବରେ ଛୋଟ ଛୋଟ ପିଲା ମାନଂକୁ ଚିକିତ୍ସା ଯୋଗାଇ ଦିଆ ଯାଇଥିଲା ଏବଂ ସମସ୍ତ ଟେଷ୍ଟ ମଧ୍ୟ ମାଗଣା କରାଯାଇଥିଲା। କଟକରୁ ଆସି ଗ୍ରାମାଂଚଳରେ ଏପରି ରୋଗୀ ଙ୍କୁ ମାଗଣା ଚିକିତ୍ସା ଯୋଗାଇ ଥିବାରୁ ଡାକ୍ତରଙ୍କୁ ଏବଂ ଗୀତାଞ୍ଜଳି ମେଡିସପର ମାଲିକ ସୁବାଷ ଦାସଙ୍କୁ ରୋଗୀ ମାନେ ନିଜର ଖୁସି ବ୍ୟକ୍ତ କରିଥିଲେ । ତେବେ ଆସନ୍ତା ମାସ ଶେଷରେ ଜଳେଶ୍ୱର ୟାମା ସୋ ରୁମ ସମ୍ନାରେ ଥିବା ଗୀତାଞ୍ଜଳି ମେଡ଼ିସପ ରେ ପୁଣି ମାଗଣା ଚିକିତ୍ସା ସହିତ ମାଗଣା ଟେଷ୍ଟ ମଧ୍ୟ ରୋଗୀଙ୍କୁ ଯୋଗାଇ ଦିଆଯିବ ବୋଲି ମେଡିସପ ମାଲିକ ସୁବାସ ଦାସ ସୂଚନା ଦେଇଛନ୍ତି ।