Tag: #headmaster

  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I

    ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

    ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

  • ପ୍ରଧାନଶିକ୍ଷକଙ୍କୁ କିଛି ଏଭଳି ଭାବେ ବିଦାୟ ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

    ପ୍ରଧାନଶିକ୍ଷକଙ୍କୁ କିଛି ଏଭଳି ଭାବେ ବିଦାୟ ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

    ଗାଁ ଦାଣ୍ଡରେ ଚାଲିଛି ବିରାଟ ଶୋଭାଯାତ୍ରା ବାଜା,ବାଣ, ରୋଷଣୀ ସାଙ୍ଗକୁ ନୃତ୍ୟରେ କମ୍ପୁଛି ପରିବେଶ । ଏହା କେଉଁ ବିବାହ କି ନିର୍ବାଚନର ଶୋଭାଯାତ୍ରା ନୁହେଁ । ନିଜର ବୃତ୍ତିଗତ ଜୀବନରୁ ଅବସର ନେଉଥିବା ଜଣେ ଶିକ୍ଷକଙ୍କ ବିଦାୟ କାଳୀନ ଶୋଭାଯାତ୍ରାର ଦୃଶ୍ୟ । ଦୀର୍ଘ ୧୩ ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷକ । ନିଜ ପ୍ରିୟ ସାରଙ୍କ ଅବସର ଦିନକୁ ସ୍ବତନ୍ତ୍ର କରିବାକୁ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ଦେଖିବାକୁ ମିଳିଛି ଏପରି ଆୟୋଜନ ।ଆଉ ଯାହାଙ୍କ ପାଇଁ ଏତେ ଆୟୋଜନ- ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ,ଚମ୍ପୁଆ ବ୍ଲକ ,ସୁନାପୋଷି ପଂଚାୟତ ଅନ୍ତର୍ଗତ ସରାସପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ।

    ଏଇ ମଣିଷ ତିଆରି କାରଖାନାର ସେ ହେଉଛନ୍ତି ମୁଖ୍ୟ ବିନ୍ଧାଣି ,ଏଇଠି ପିଲାଙ୍କ ଗହଣରେ କାଟି ଦେଇଛନ୍ତି ଅଧା ସମୟ ।ଦୀର୍ଘ ବର୍ଷର ଶିକ୍ଷକତା ପରେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଆଦର୍ଶ ଶିକ୍ଷକ ସେଥିପାଇଁ କେବଳ ଛାତ୍ରଛାତ୍ରୀ କାହିଁକି, ରମେଶ ସାରଙ୍କ ବିଦାୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ସରାସପଶି ଗ୍ରାମବାସୀ । ଏବଂ ପିଲାମାନଙ୍କ ଭଲପାଇବା ଦେଖି ସାରବି ଭାବ ବିହ୍ଵଳ ହେଇପଡିଥିଲେ । ଏବଂ ସେ କହିଥିଲେ ମୁଁ ଘରୁ ଆସିବା ବେଳେ ମତେ ଦୁଃଖ ଲାଗିଥିଲା ହେଲେ ଏବେ ପିଲାଙ୍କ ଭଲ ପାଇବା ଦେଖି ମୁଁ ଆତ୍ମହରା ।

  • ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଅଁଳାଡୁବା ଗ୍ରାମର ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ପଟ୍ଟନାୟକ ଦୀର୍ଘ ବର୍ଷର ଶିକ୍ଷାଦାନ ପରେ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତି , ମୁଖ୍ୟବକ୍ତା ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ପୂଜାର୍ଚ୍ଚନା ଓ ବନ୍ଦନା କରି ଆଶୀର୍ବାଦ ନେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରଥ ସାର ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁ ସ୍କୁଲକୁ ଯାଇଛନ୍ତି, ସେଠାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ବୋଲି ଉପସ୍ଥିତ ଅତିଥି କହିଥିଲେ। ଏହି ଅବସରରେ ସୁରଥ ସାର ତାଙ୍କୁ ମିଳିଥିବା ସମସ୍ତ ଶ୍ରେୟ ତାଙ୍କ ସହକର୍ମୀ, ଅଧିକାରୀମାନଙ୍କୁ ଦେଇଥିଲେ।

    ଏହି ଅବସରରେ ସମସ୍ତ ଅତିଥି ସାରଙ୍କ ବାକି ଜୀବନ ସୁସ୍ଥ, ନିରାମୟ ହେଉ ଏହା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ,ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ଥିଲେ । ସମସ୍ତେ ସୁରଥ ସାରଙ୍କୁ ପ୍ରଶଂସା ଓ ଗୁଣଗାନ କରିଥିଲେ।