Tag: #froud

  • ଧୋକା ଦେଇଛି ରୁଙ୍ଗଟା ମାଇନ୍ସ

    ଧୋକା ଦେଇଛି ରୁଙ୍ଗଟା ମାଇନ୍ସ

    ଗରିବ ଲୋକଙ୍କ ପାଇଁ ଜମି ରାକ୍ଷସ ସାଜିଛି ରୁଙ୍ଗଟା ମାଇନ୍ସ , ଲୋକଙ୍କୁ ନାଲି ଆଖି ଦେଖାଇ ଜମି ହଡପ ପାଇଁ ଚଳାଇଛି ବଡ ମାଷ୍ଟର ପ୍ଲାନ , ଲୋକଙ୍କ ଜାଗା ବଦଳରେ ଟଙ୍କା ନଦେଇ ଲୋକଙ୍କୁ ବର୍ଷ ବର୍ଷ ଧରି ଠକି ଆସୁଛି ରୁଙ୍ଗଟା କମ୍ପାନୀ , ଯେଉଁଥିପାଇଁ ଏବେ ଢେଙ୍କାନାଳ ଅଂଚଳରେ ଦେଖିବାକୁ ମିଳିଛି ବିରାଟ ଜନ ଅସନ୍ତୋଷ | ସ୍ଥାନୀୟ ପ୍ରଶାସନ ଓ ଲୋକାଲ ନେତାଙ୍କ ସହ ମିଶି ଲୋକଙ୍କ ଜାଗା ନେଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି | ଏମିତିକି ସରକାରୀ ଜାଗାକୁ ବି ଛାଡ଼ୁନି ଏହି ଜମି ଖିଆ କମ୍ପାନୀ , ସରକାରୀ ଜାଗା ଯେଉଁଠି ଦେଖିଲେ ତାକୁ ମାଡି ବସି ଅକ୍ତିଆର କରିବା ସହ ସ୍ଥାନୀୟ କିଛି ଲୋକଙ୍କୁ ଧରି ଏଭଳି ମନାମାନୀ ଚଳାଉଥିବା ଦେଖିବାକୁ ମିଳିଛି | ଗୋଟିଏ ପଟେ ଅଂଚଳରେ ପ୍ରଦୂଷଣ ବଢିବା ସହ ଅନେକ ସ୍ଥାନରେ ଏହି ପ୍ରଦୂଷଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି | କିନ୍ତୁ କମ୍ପାନୀ ନିଜର ଲାଭ ପାଇଁ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା କୁହାଯାଉଛି |

    ସରକାରୀ ନିୟମ ଅନୁସାରେ ସ୍ଥାନୀୟ ଅଂଚଳରେ ଯେଉଁଭଳି କାର୍ଯ୍ୟ କରାଯିବା କଥା ତାହା ହେଉନାହିଁ , ଭୂତଳ ଜଳସ୍ଥରକୁ ଅତ୍ୟଧିକ ବ୍ୟବହାର ଯୋଗୁଁ ଏବେ ଅଂଚଳରେ ଜଳସଂକଟ ଦେଖାଯାଉଥିବା ଅଭିଯୋଗ ହେଉଛି | କେବଳ ସେତିକି ନୁହେଁ ମାଇନ୍ସରୁ ବାହାରୁଥିବା ଧୁଆଂ ଓ ଡଷ୍ଟ ଯୋଗୁଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପ୍ରଦୂଷଣ ପ୍ରଭାବରେ ଏବେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି | ଜମି ଅଧିଗ୍ରହଣ ବେଳେ ଯେଉଁ ଚୁକ୍ତି କରାଯାଇଥିଲା ତାହାକୁ ପୂରଣ କରିବାରେ କମ୍ପାନୀ ବିଫଳ ହେଉଥିବା ଅଭିଯୋଗ ହେବା ସହ ଆଗକୁ କମ୍ପାନୀ ଯଦି ଏଭଳି ମନ ଇଛା କାମ କରେ ତେବେ ଏହା ଅଂଚଳ ପାଇଁ ଆହୁରି ବିପଦ ସୃଷ୍ଟି କରିବ |

    ପିଲାଙ୍କୁ ଚାକିରୀ ଦେବାକୁ କହି ଅନ୍ୟ ରାଜ୍ୟର ପିଲାଙ୍କୁ ନିଯୁକ୍ତି ଦେଉଛି ଏହି କମ୍ପାନୀ | ହଜାର ହଜାର ଲୋକଙ୍କ ଜମି ନେଇ ଏଯାଏଁ ଜମି ବଦଳରେ ଟଙ୍କା ଦେବାର ନାଁ ଧରୁନି କମ୍ପାନୀ | ୨ ବର୍ଷ ତଳେ ଲୋକଙ୍କୁ ଯେଉଁ କଥା ଦେଇଥିଲା ସେ କଥା ରଖିବାରେ ସମ୍ପୂର୍ଣ ବିଫଳ ହୋଇଛି କମ୍ପାନୀ | ପ୍ରଶାସନ ସହ ମିଶି ଯେନେ ତେନେ ପ୍ରକାରେ ଜାଗା ନେଇଯିବାକୁ ଚାଲ କରୁଛି କମ୍ପାନୀ | ତେବେ ଢେଙ୍କାନାଳ ଜିଲା ଓ ଓଡାପଡା ଓ ହିନ୍ଦୋଳ ବ୍ଲକ ର ଅନେକ ଲୋକଙ୍କୁ ଠକି ଜମି ନେଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଲୋକଙ୍କ ଅଭିଯୋଗର କୌଣସି ସମାଧାନ ହୋଇପାରି ନାହିଁ | ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

  • ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଭିଯୋଗ । ଯାହା RTI ସୂଚନା ଆଧାରରେ ଜଣାପଡିଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ତେବେ ସୂଚନା ମୁତାବକ, ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗ୍ରାମରେ ସିଆରପି ଭାବେ ଚାକିରୀ କରିଛନ୍ତି ରାଜଶ୍ରୀ ପରିଜା । ସେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବା ବେଳେ ସାର୍ଟିଫିକେଟ ଭେରିଫିକେସନ ସମୟରେ ବିଏଲଏଫଙ୍କୁ ଭୁଆଁ ବୁଲାଇ ନକଲି ସ୍କୁଲ ସାଠିପିକେର୍ଟ ଦେଇ ଚାକିରୀ ପାଇଥିବା ଅଭିଯୋଗ ହୋଇଥିଲା ।

    ସିଆରପି ପଦ ପାଇଁ ଦଶମ ପାସ ଯୋଗ୍ୟତା ଥିବା ବେଳେ ରାଜଶ୍ରୀ ଏକ ଜାଲ ସାର୍ଟଫିକେଟ ଦେଇ ନିଯୁକ୍ତି ପାଇଥିଲେ । ରାଜଶ୍ରୀଙ୍କ ସାର୍ଟଫିକେଟରେ ଶକୁନ୍ତଳା ବିଦ୍ୟାନିକେତନରୁ ଦଶମ ପାସ କରିଥିବା ଦର୍ଶା ଯାଇଛି । ଯାହାକୁ ନେଇ ସନ୍ଦହ ସୃଷ୍ଟି ହୋଇଥିଲା । ଘଟଣାର ସତ୍ୟତା ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାରା ନିଆଯାଇଥିଲା । ସେତିରୁ ମିଳିଥିବା ତଥ୍ୟରୁ ଜଣାପଡୁଛି ରାଜଶ୍ରୀଙ୍କ ପ୍ରମାଣପତ୍ର ମିଛ । ଏହାପରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ଡେରାବିଶ ବିଡ଼ିଓଙ୍କୁ ସଂଗୀନ ଅଭିଯୋଗ ହୋଇଛି ।

    ଆର୍ଟିଆଇ ତଥ୍ୟରେ ବୋଧଙ୍ଗ ସ୍ଥିତ ସକୁନ୍ତଳା ବିଦ୍ୟାନିକେତନ ପକ୍ଷରୁ ଲିଖିତ ଭାବେ ଦର୍ଶା ଯାଇଛି ଯେ, ୨୦୧୦ ମସିହା ଦଶମ ଶ୍ରେଣୀ ଆନୁଆଲ ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ରାଜଶ୍ରୀ ପରିଜା (ପିତା ରାଜକିସୋର ପରିଜା) ନାମକ କେହି ଛାତ୍ରୀ ତାଙ୍କ ବିଦ୍ୟାଳୟରୁ ପାସ କରିନାହାନ୍ତି । ଏହି ରିପୋର୍ଟ ଆଧାରରେ ଡେରାବିଶ ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରୀ ପାଇଥିବା ରାଜଶ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ ଦାଶରଥି ଜେନା ସୂଚନା ଦେଇଛନ୍ତି ।

    ବର୍ତମାନ ଅନ୍ତିମ ତଦନ୍ତ ରିପୋର୍ଟ ଆସିବା ପରେ ରାଜଶ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ସେ ନେଇଥିବା ଦରମା ଟଙ୍କା ତାଙ୍କଠୁ ରିକଭରି କରାଯାଇପାରେ ବୋଲି କହିଛନ୍ତି ବିଡିଓ ।